অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩ (ମୃତ୍ତିକା ପରୀକ୍ଷା)

ମୃତ୍ତିକା ପରୀକ୍ଷା

ରାଜ୍ୟ କୃଷି ନୀତି ୨୦୧୩ (ମୃତ୍ତିକା ପରୀକ୍ଷା)ମୃତ୍ତିକା ସ୍ୱାସ୍ଥ୍ୟର ଉନ୍ନତି କୃଷି ଉତ୍ପାଦକତା ବୃଦ୍ଧିର ଚାବିକାଠି ।

ଓଡ଼ିଶାରେ କୃଷି ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ଓ ଏହାର ଉର୍ବରତା ହେଉଛି ମୁଖ୍ୟ ଆବଶ୍ୟକତା । ପ୍ରତ୍ୟେକ କୃଷକଙ୍କୁ ନିଶ୍ଚିତ ଭାବେ ଗୋଟିଏ ଲେଖାଏଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଗାଇ ଦେବା ପାଇଁ ଅଭିଯାନଗତ ପଦକ୍ଷେପ ନିଆଯିବ ।

ଏହି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ରେ ମୃତ୍ତିକା ପରୀକ୍ଷା ଫଳାଫଳ ଓ ମୃତ୍ତିକା ଉର୍ବରତା ରକ୍ଷାର ସମସ୍ତ ପ୍ରତିକାର ବ୍ୟବସ୍ଥା ସମ୍ବନ୍ଧୀୟ ବିଶଦ ବିବରଣୀ ରହିବ ।

ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ରକ୍ଷା ପାଇଁ ପଦକ୍ଷେପ

ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ରକ୍ଷା ପାଇଁ ନିମ୍ନ ଲିଖିତ ପଦକ୍ଷେପମାନ ଗ୍ରହଣ କରାଯିବ ।

  • ରାଜ୍ୟ କୃଷି ନୀତି ୨୦୧୩ (ମୃତ୍ତିକା ପରୀକ୍ଷା)ପ୍ରତି ୩ ବର୍ଷରେ ଥରେ କୃଷକମାନଙ୍କୁ ସେମାନଙ୍କ ଜମିର ମୃତ୍ତିକା ପରୀକ୍ଷା କରିବା ପାଇଁ ଉତ୍ସାହିତ କରାଯିବ ।
  • ରାଜ୍ୟରେ ଅଧିକ ସଂଖ୍ୟକ ସ୍ଥାୟୀ ଓ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ପ୍ରତିଷ୍ଠା କରାଯିବା ସହିତ ବର୍ତ୍ତମାନ ଥିବା ପରୀକ୍ଷାଗାରଗୁଡ଼ିକୁ ଦୃଢ଼ୀଭୂତ କରାଯିବ ।
  • କୃଷି ବିଭାଗର ବ୍ଲକସ୍ତରୀୟ କ୍ଷେତ୍ର କର୍ମଚାରୀମାନଙ୍କୁ ମୃତ୍ତିକା ପରୀକ୍ଷା କିଟ୍ ଯୋଗାଣ ମାଧ୍ୟମରେ ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରେ ମୃତ୍ତିକା ପରୀକ୍ଷା ସୁବିଧା ଉପଲବ୍ଧ କରାଯିବ ।
  • କୃଷକମାନଙ୍କୁ ମୃତ୍ତିକା ପରୀକ୍ଷା ସୁବିଧା ଯୋଗାଇ ଦେବା ପାଇଁ କୃଷି ସ୍ନାତକ ଏବଂ ଘରୋଇ ଉଦ୍ୟୋଗୀମାନଙ୍କୁ ମୃତ୍ତିକା ପରୀକ୍ଷାଗାର ସ୍ଥାପନ ପାଇଁ ଉତ୍ସାହିତ କରାଯିବ । ଘରୋଇ ମୃତ୍ତିକା ପରୀକ୍ଷାଗାର ସ୍ଥାପନ କ୍ଷେତ୍ରରେ ଏଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ପୁଞ୍ଜି ନିବେଶ ରିହାତି ଭଳି ଆର୍ଥିକ ପ୍ରୋତ୍ସାହନ ଦିଆଯିବ ।
  • କୃଷକମାନଙ୍କୁ ସ୍ୱଳ୍ପ ଦରରେ ଚୂନ, ବେସିକ୍‍ ସ୍ଲାଗ୍, ଜି ସମ୍, କାଗଜକଳ ମଣ୍ଡ ଆଦି ମୃତ୍ତିକା ବିଶୋଧକ ଯୋଗାଇ ଦିଆଯିବ ।
  • ଧଣିଚା ଭଳି ସବୁଜସାର ଫସଲ ଚାଷକୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଚାଷୀମାନଙ୍କୁ ଯୋଗାଇ ଦିଆଯିବ ।
  • ନୀଳହରିତ୍‍ ଶୈବାଳ, ଆଜୋଲା ଓ ରାଇଜୋବିୟମ ଭଳି ଜୈବସାର ଉତ୍ପାଦନ ପାଇଁ କୃଷକମାନଙ୍କୁ ତାଲିମ ଦିଆଯିବ ।
  • ଘରୋଇ ସହଭାଗିତାରେ ପ୍ରତ୍ୟେକ ବ୍ଲକରେ ଅନ୍ତତଃପକ୍ଷେ ଗୋଟିଏ ଜିଆ ପ୍ରଜନନ କେନ୍ଦ୍ର ସ୍ଥାପନ କରାଯିବ । ଗ୍ରାମ୍ୟସ୍ତରୀୟ ଜିଆଖତ ୟୁନିଟ୍ ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ଦିଆଯିବ । ଜିଆ ପ୍ରଜନନ କେନ୍ଦ୍ର ଓ ଜିଆଖତ ୟୁନିଟ୍ ସ୍ଥାପନ ପାଇଁ ଉପଯୁକ୍ତ ପ୍ରୋତ୍ସାହନ/ ରିହାତି ପ୍ରଦାନ କରାଯିବ ।
  • ଖାଦ୍ୟ ନିରାପତ୍ତା ଦିଗକୁ ବିଚାର କରି ସରକାରୀ ଜମିରେ ଜୈବ ଇନ୍ଧନ ଫସଲ ଚାଷ କରାଯିବ ।
  • ଜୀବନ ଧାରଣର ବିକଳ୍ପ ବ୍ୟବସ୍ଥା କରାଯାଇ ଆଦିବାସୀ ଚାଷୀଙ୍କୁ ପୋଡ଼ୁ ଚାଷ ପାଇଁ ନିରୁତ୍ସାହିତ କରାଯିବ ।
  • ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରଦୂଷଣ ନିୟମକୁ ଉଲଙ୍ଘନ କରି ଶିଳ୍ପଜାତ ନଷ୍ଟାବଶେଷ ଆବର୍ଜନା ଜମା କରି ରଖିବା ଦ୍ୱାରା ଅମଳ ହ୍ରାସ ପାଉଥିବା ଫସଲ ପାଇଁ କ୍ଷତି ପୂରଣ ବ୍ୟବସ୍ଥା ରହିବ ।
  • ସବୁଜ ସାର ଓ ଅନ୍ୟାନ୍ୟ ମୃତ୍ତିକା ସଂଶୋଧନ ପଦକ୍ଷେପ ଗ୍ରହଣ କରି ମୃତ୍ତିକାର ଉର୍ବରତା ରକ୍ଷା ପାଇଁ ସ୍ଵେଚ୍ଛାସେବୀ ସଂଗଠନ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ଅନ୍ତର୍ଭୁକ୍ତ କରି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ।

ଆଧାର - କୃଷି ବିଭାଗ , ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate