ହୋମ / କୃଷି / ପ୍ରାଣୀ ଧନ / କୁକୁଡ଼ା ପାଳନରେ ସ୍ଵତନ୍ତ୍ର ଯତ୍ନ ଓ ଦୁର୍ଗୁଣ ବିଷୟରେ ଜାଣିବା କଥା
ସେଆର କରନ୍ତୁ

କୁକୁଡ଼ା ପାଳନରେ ସ୍ଵତନ୍ତ୍ର ଯତ୍ନ ଓ ଦୁର୍ଗୁଣ ବିଷୟରେ ଜାଣିବା କଥା

କୁକୁଡ଼ା ପାଳନରେ ସ୍ଵତନ୍ତ୍ର ଯତ୍ନ ଓ ଦୁର୍ଗୁଣ ବିଷୟରେ କେତୋଟି ଜାଣିବା କଥା

ଖରାଦିନେ କୁକୁଡ଼ା ମାନଙ୍କର ଯତ୍ନ ଓ ପାଳନ

ଖରାଦିନେ କୁକୁଡ଼ା ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ସେଥିମଧ୍ୟରୁ କୁକୁଡ଼ା ଛୁଆ ନ ମିଳିବା, ଓଜନ କମିଯିବା ଓ ଅତ୍ୟଧିକ ଗରମ ହେତୁ କୁକୁଡ଼ାମାନଙ୍କର ମୃତ୍ୟୁ ସଂଖ୍ୟା ବଢ଼ିଯିବା ଇତ୍ୟାଦି ପ୍ରଧାନ । ଏହି ସବୁକୁ ଆଖି ଅଗାରେ ରଖି ଖରାଦିନେ କୁକୁଡ଼ାମାନଙ୍କର କିପରି ଯତ୍ନ ନେବା ଉଚିତ୍, ତାହା ଏଠାରେ ଆଲୋଚନା କରାଗଲା ।

  • ଖରାର ପ୍ରଭାବ ଯୋଗୁଁ କୁକୁଡ଼ା ମାନଙ୍କର କଣ ପରିବର୍ତ୍ତନ ହୁଏ –
    1. ଖାଦ୍ୟ ଖାଇବାର ଇଚ୍ଛା କମିଯାଏ ।
    2. ମାଂସ ପାଇଁ କୁକୁଡ଼ା ଓ ଅଣ୍ଡା ଦେବା ପାଇଁ କୁକୁଡ଼ାମାନଙ୍କର ଶରୀରର ଓଜନ କମିଯାଏ ।
    3. ମାଂସ ପାଇଁ କୁକୁଡ଼ାମାନଙ୍କର ଖାଦ୍ୟ ଆନୁପାତରେ ଶରୀରର ଓଜନ କିମଯାଏ ।
    4. ଅଣ୍ଡାଦିଆ କୁକୁଡ଼ାମାନଙ୍କର ଅଣ୍ଡାର ଆକାର ଛୋଟ ହୋଇଯାଏ ।
    5. ଅଣ୍ଡା ଉତ୍ପାଦନ କମିଯାଏ ।
    6. ଭଙ୍ଗା ଅଣ୍ଡା ଓ ନିକୃଷ୍ଟ ମାନର ଅଣ୍ଡା ବେଶି ବାହାରେ ।
    7. ରୋଗ ପ୍ରତିରୋଧକ ଶକ୍ତି କମିଯାଏ ।
    8. ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ରୌଦ୍ରତାପ ଜନିତ ମୃତ୍ୟୁ ହାର ବଢ଼ିଯାଏ ।
  • ପରିବେଶର ଭରାପକୁ କୁକୁଡ଼ାମାନେ କିପରି ଗ୍ରହଣ କରିଥାଆନ୍ତି –
    1. ୬୫ ଡିଗ୍ରୀରୁ ୮୦ ଡିଗ୍ରୀ ଫାରେନହିଟ୍ ଉତ୍ତାପରେ କୁକୁଡ଼ାମାନେ ଆରାମରେ ବଢ଼ିଥାଆନ୍ତି।
    2. ୮୦-୮୫ ଡିଗ୍ରୀ ଫାରେନହିଟ୍ ଉତ୍ତାପରେ କୁକୁଡ଼ାମାନଙ୍କର ଖାଦ୍ୟ ଖାଇବାର ଉଚ୍ଛା କମିଯାଏ ।
    3. ୯୦-୯୫ ଡିଗ୍ରୀ ଫାରେନହିଟ୍ ଉରାପରେ, ୮୫ ଡିଗ୍ରୀ ଠାରୁ ପ୍ରତି ୧ ଡିଗ୍ରୀ ଅଧିକ ଉତ୍ତାପରେ କୁକୁଡ଼ାମାନଙ୍କର ଖାଦ୍ୟ ଖାଇବାର ପରିମାଣ ଅଣ୍ଡାର ଆକାର, ଅଣ୍ଡା ଉତ୍ପାଦନ ଶକ୍ତି ଓ ଅଣ୍ଡା ଖୋଳପାର ଗୁଣମାନ ଅତି ଦ୍ରୁତଗତିରେ ହ୍ରାସ ପାଏ।
    4. ୯୫ ଡିଗ୍ରୀରୁ ୧୦୦ ଡିଗ୍ରୀ ବା ତା ଠାରୁ ଅଧିକ ଉତ୍ତାପ କୁକୁଡ଼ାମାନେ ସହ୍ୟ କରି ପାରନ୍ତି ନାହିଁ । ଏହି ଉତ୍ତାପରେ କୁକୁଡ଼ାମାନେ ଅତ୍ୟଧିକ ଗରମ ହେତୁ ମୁତ୍ୟୁମୁଖରେ ପଡ଼ନ୍ତି ।
  • ଅଧିକ ଉତ୍ତାପକୁ କୁକୁଡ଼ାମାନେ କିପରି ସହ୍ୟ କରନ୍ତି –
  • କୁକୁଡ଼ାମାନଙ୍କର ଶରୀରର ବିଭିନ୍ନ ପ୍ରକାର କାର୍ଯ୍ୟ ଯୋଗୁଁ ସେମାନେ ଅତ୍ୟଧିକ ଗରମକୁ ସହ୍ୟ କରିପାରନ୍ତି ।

    1. ଖାଦ୍ୟର ହଜମ ପ୍ରକ୍ରିୟା ଯୋଗୁଁ ଶରୀରରେ ଉତ୍ତାପ ସୃଷ୍ଟି ହୁଏ । ଏହି ଉତ୍ତାପ ଶରୀର ମଧ୍ୟରେ ରହିପାରେ କିମ୍ବା ଶରୀର ବାହାରକୁ ବାହାରି ଯାଇପାରେ । ସାଧାରରତଃ କୁକୁଡ଼ାମାନଙ୍କର ଶରୀର ଉତ୍ତାପ ୧୦୫-୧୦୭ ଡିଗ୍ରୀ ଫାରେନହିଟ୍ ଅଟେ । ଖାଦ୍ୟ ଖାଇଲେ ଯଦି ଏହି ଉତ୍ତାପ ଠାରୁ ଅଧିକ ଉତ୍ତାପ ବାହାରେ, ତାହାହେଲେ ସେହି ଅଧିକ ଉତ୍ତାପକୁ ଶରୀର ବାହାରକୁ ଛାଡ଼ିଦିଏ । କିନ୍ତୁ ଅତ୍ୟଧିକ ଗରମ ଦିନରେ ବାହାରର ଉତ୍ତାପ ଅଧିକ ହୋଇଥିବାରୁ ଖାଦ୍ୟ ହଜମରେ ଉତ୍ପନ୍ନ ହୋଇଥିବା ଉତ୍ତାପକୁ ଶରରର ବାହାରକୁ ଛାଡ଼ିବାରେ ଅସୁବିଧା ହୋଇଥାଏ । ତେଣୁ ଏହି ଉତ୍ତାପକୁ କମାଇବା ପାଇଁ କୁକୁଡ଼ାମାନେ ସାଧାରଣତଃ ଖରାଦିନେ ଖୁବ୍ କମ୍ ଦାନା ଖାଇଥାଆନ୍ତି ।
    2. କୁକୁଡ଼ା ମାନଙ୍କର ଝାଳଗ୍ରନ୍ଥା ନାହିଁ । ତେଣୁ ସେମାନେ ଝାଳ ବୁହାଇ ଶରୀରର ଉତ୍ତାପ କମାଇ ପାରନ୍ତି ନାହିଁ । ସେଥିପାଇଁ ସେମାନେ ଅତ୍ୟଧିକ ପାଣି ପିଅନ୍ତି, ଯାହାଦ୍ଵାରା ଶରୀରର ଉତ୍ତାପ କମିଯାଏ ।
    3. ଚାଲିବା ଓ ଦୌଡ଼ାଦୌଡ଼ି କରିବା ଦ୍ଵାରା ଶରୀରରେ ଅକ ଉତ୍ତାପ ସୃଷ୍ଟି ହୋଇଥାଏ । ତେଣୁ ଖରାଦିନେ କୁକୁଡ଼ାମାନେ ଖୁବ୍ କମ୍ ଚାଲବୁଲ ଓ ଦୌଡ଼ାଦୌଡ଼ି କରନ୍ତି ।
    4. ଯେଉଁ କୁକୁଡ଼ାମାନେ ଡିପଲିଟରରେ ରହିଥାଆନ୍ତି, ସେମାନେ ସେହି ଡିପଲିଟରକୁ ନିଜ ଶରୀର ଉପରକୁ ପକାଇ ଥାଆନ୍ତି । କାରଣ ଡିପଲିଟର ଉତ୍ତାପ ଠାରୁ କମ୍, ଯାହାଦ୍ଵାରା କୁକୁଡ଼ାମାନେ ଶରୀରର ଉତ୍ତାପ କିଛି ପରିମାଣରେ କମାଇ ପାରନ୍ତି । କିନ୍ତୁ ଯେଉଁ କୁକୁଡ଼ାମାନେ ତାରଜାଲି କିମ୍ବା ପଞ୍ଜୁରୀ ମଧ୍ୟରେ ରହିଥାଆନ୍ତି ସେମାନେ ଏପରି କରିପାରନ୍ତି ନାହିଁ।
    5. ଯେତେବେଳେ ବାହାରର ଉତ୍ତାପର ୮୦ ଡିଗ୍ରୀରୁ ଅଧିକ ଥାଏ, ସେତେବେଳେ କୁକୁଡ଼ାମାନେ ନିଜ ଡେଣାକୁ ମେଲାଇ ତଳେ ଶୋଇକରି ପାଟି ମେଲା କରି ଧକେଇ ହୁଅନ୍ତି ଓ ପାଟି ଟେକି ନିଶ୍ଵାସ ପ୍ରଶ୍ଵାସ ନିଅନ୍ତି । ଏହିପରି କରିବା  ଦ୍ଵାରା ସେମାନେ ବହୁତ ପରିମାଣରେ ଜଳୀୟବାଷ ଓ ଗରମ ପବନ ବାହାରକୁ ଛାଡ଼ନ୍ତି, ଯାହାଦ୍ଵାରା ଶରୀରର ଉତ୍ତାପକୁ କିଛି ପରିମାଣରେ କମାଇ ଦିଅନ୍ତି ।
  • ବାହାର ଉତ୍ତାପ ଅଧିକ ଥିଲାବେଳେ କିପରି କୁକୁଡ଼ାମାନଙ୍କୁ ଆରମରେ ରଖିହେବ –
  • ଏ କ୍ଷେତ୍ରରେ ପ୍ରଥମେ ଚିନ୍ତା କରିବା ଉଚିତ୍ ଯେ କିପରି କୁକୁଡ଼ାମାନଙ୍କ ଘରେ ଅଧିକ ଗରମ ହେବ ନାହିଁ । ଯେଉଁସବୁ କାରଣରୁ ଘରମାନଙ୍କରେ ଅଧିକ ଗରମ ହୋଇଥାଏ, ସେ ସବୁ ଜାଣିଗଲା ପରେ ସେହି ସବୁ କାରଣକୁ ଦୂର କରାଯିବା ଉଚିତ୍ । ସେହି ସବୁ କାରଣ ହେଲା –

    1. କୁକୁଡ଼ାମାନେ ନିଜ ଶରୀରରୁ ଅଧିକ ଉତ୍ତାପ ବିକିରଣ କରିବା ଦ୍ଵାରା ଘର ଭିତରେ ଅଧିକ ଗରମ ହୋଇଥାଏ ।
    2. ଘରର ଛାତ ଆଜବେଷ୍ଟସ୍ କିମ୍ ଟିଣ କିମ୍ବା କଂକ୍ରିଟ୍ ହୋଇଥିଲେ ଘରର ଛାତମାନଙ୍କରୁ ଉତ୍ତାପ ବିକିରଣ ହୋଇଥାଏ ।
    3. ପାଶ୍ଵବର୍ତ୍ତୀ ସ୍ଥାନ ବା ଅନ୍ୟ କୌଣସି ଉପକରଣ ଘର ପାଖରେ ଥିଲେ, ସେଥିରୁ ଉତ୍ତାପ ବିକିରଣ ହୋଇ ଘର ଭିତରେ ଅକ ଉତ୍ତାପ ସୃଷ୍ଟି କରିଥାଏ ।
    4. ଘର ମଧ୍ୟ ଦେଇ ଗରମ ପବନ ପ୍ରବାହିତ ହେଉଥିଲେ ।
    5. ଘର ମଧ୍ୟରେ ମୁକ୍ତ ବାୟୁ ଚଳାଚଳ କରିବାର ବାଟ ନଥିଲେ ।
  • ଖରାଦିନେ କି ପ୍ରକାର ପଦକ୍ଷେପ ନେବା ଉଚିତ୍ –
    1. କୁକୁଡ଼ା ଘର ତିଆରି କଲାବେଳେ ଘର ଭିତରକୁ ଯେପରି ମୁକ୍ତ ବାୟୁ ଚଳାଚଳ କରିପାରିବ, ଉଚ୍ଚାଛାତ ଓ ପାର୍ଶ୍ଵକାନ୍ଥ ନିଚ୍ଚା ହେବ, ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍ ।
    2. ଯେପରି ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ ଘର ଭିତରକୁ ନ ପଡ଼େ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍ ।
    3. ଘରର ଛାତ ଉପରକୁ ବହଳିଆ ଚୂନଦ୍ଵାରା ଧଉଳାଇବା ଉଚିତ୍ ।
    4. ସାଧାରଣତଃ କେତେକ ଚାଷୀ ସେମାନଙ୍କ କୁକୁଡ଼ାଘରର ଛାତ ଉପରେ କଖାରୁ ଗଛକୁ ମଡ଼ାଇ ଦେଇଥାଆନ୍ତି । ଖରାଦିନେ କଖାରୁ ଗଛ ଲଗାଇଲେ ଗଛ ଭଲ ବଢ଼େ ଓ ପତ୍ର ବହଳିଆ ହୋଇ ଘରର ଛାତକୁ ଥଣ୍ଡା ରଖେ ।
    5. ଘରର ଛାତ ଉପରେ ପାଣି ଛିଞ୍ଚିବା ଯନ୍ତ୍ର ସାହାଯ୍ୟରେ ପାଣି ଛିଲେ ୫-୧୦ ଡିଗ୍ରୀ ପର୍ଯ୍ୟନ୍ତ ଉତ୍ତାପ କମାଇଦିଏ ।
    6. ଆବଶ୍ୟକ ସ୍ଥଳେ ଅତି ସୂକ୍ଷ୍ମ ପାଣି ଛିଞ୍ଚା ଯନ୍ତ୍ର ସାହାଯ୍ୟରେ କୁକୁଡ଼ାମାନଙ୍କର ଉପରେ ମଧ୍ୟ ପାଣି ଛିଞ୍ଚାଯାଇଥାଏ । କିନ୍ତୁ ପାଣି ଏପରି ଛିଞ୍ଚିବା ଉଚିତ୍ ଯେ, ଯେପରି ଲିଟର ଓଦା ହେବା ପୂର୍ବରୁ ତାହା ବାୟୁରେ ମିଶିଯିବ ।
    7. ସବୁଠାରୁ ଶସ୍ତା ଓ ସୁବିଧା ଉପାୟ ହେଲା, ଅଖାବସ୍ତାକୁ ଓଦା କରି ଘରର ଜାଲିମାନଙ୍କରେ ଟାଙ୍ଗି ଦେବା ଉଚିତ୍ । କାରଣ ପବନ ସେଇ ଓଦା ଅଖା ମଧ୍ୟ ଦେଇ ଘର ଭିତରକୁ ପ୍ରବେଶ କରିବା ଦ୍ଵାରା ଘର ଭିତର ଥଣ୍ଡା ରହେ ।
    8. ଘରର ଛାତକୁ ଘାସ କିମ୍ବା ନଡ଼ିଆ ବାହୁଙ୍ଗା କିମ୍ବା ତାଳପତ୍ରରେ ଘୋଡ଼ାଇ ଦେଲେ ଘର ଭିତରର ଗରମ କମିଯାଏ ।
    9. ଘର ଭିତରର ଲିଟରକୁ ବାରମ୍ବାର ଘାଣ୍ଟିଦେବା ଉଚିତ୍, ଯେପରି ଲିଟର ମୁଣ୍ଡା ହୋଇନଯାଏ । କାରଣ ଲିଟର ମୁଣ୍ଡା ହୋଇଗଲେ, ତାହା ଉତ୍ତାପ ସୃଷ୍ଟି କରିଥାଏ ।
    10. ଗୋଟିଏ ଘରେ ଅଧିକ କୁକୁଡ଼ା ରଖିବେ ନାହିଁ ।
    11. ଘର ଭିତରେ ଯଦି ଅନ୍ୟ କୌଣସି ପଦାର୍ଥ ଯଥା ଇଟା, ଲୁହାଖଣ୍ଡ, ରବର ଇତ୍ୟାଦି ଥାଏ, ତେବେ ସେଗୁଡ଼ିକୁ ବାହାର କରିଦେବା ଉଚିତ୍ । କାରଣ ସେଗୁଡ଼ିକ ଗରମ ହୋଇ ଘର ଭିତରକୁ ଅଧିକ ଗରମ କରିଥାନ୍ତି ।
    12. ଘରର ଚାରିପାଖରେ ବହଳିଆ ପତ୍ର ଥିବା ଗଛ ଲଗାଇବା ଉଚିତ୍ । କାରଣ ଗଛର ଛାଇ ଦ୍ଵାରା ଘରର ଗରମ କମିଯାଇଥାଏ । କିନ୍ତୁ ଗଛ ଏପରି ଭାବରେ ଲଗାଇବା ଉଚିତ୍ ଯେ, ଯେପରି ଏହି ଗଛ ଦ୍ଵାରା ଘର ଭିତରକୁ ଯାଉଥିବା ପବନ ଓ ଆଲୋକ ବାଧାପ୍ରାପ୍ତ ହେବ ନାହିଁ ।
  • ଖରାଦିନେ ପାଣି ଦେବାର ପଦ୍ଧତି –
    1. ମନେ ରଖିବା ଉଚିତ୍ ଯେ, କୁକୁଡ଼ାମାନେ ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରୁ ଅଧିକ ଉତ୍ତାପ ବାହାରକୁ ଛାଡ଼ିଦିଅନ୍ତି ।
    2. ବାହାରେ ୭୦ ଡିଗ୍ରୀ ଫାରେନହିଟ୍ ଉତ୍ତାପ ସମୟରେ ପ୍ରତି ଏକ କିଲୋଗ୍ରାମ୍ ଦାନା ଖାଇବା ବେଳେ କୁକୁଡ଼ାମାନେ ୨ ଲିଟର କରି ପାଣି ପିଇଥାଆନ୍ତି ।
    3. ୭୫ ଡିଗ୍ରୀ ଫାରେନହିଟ୍ ଉତ୍ତାପ ଠାରୁ ପ୍ରତି ୧ ଡିଗ୍ରୀ ଅଧିକ ଉତ୍ତାପ ପାଇଁ । କୁକୁଡ଼ାମାନେ ଶତକଡ଼ା ୪ ଭାଗ ଅଧିକ ପାଣି ପିଇଥାଆନ୍ତି ।
    4. ସାଧାରଣତଃ ଖାଦ୍ୟ ଓ ପାଣିର ଆନୁପାତିକ ହାର ହେଲା ୧:୨ । କିନ୍ତୁ  ଯେତେବେଳେ ବାହାରର ଉତ୍ତାପ ୯୫ ଡିଗ୍ରୀ ଫାରେନହିଟରୁ ଅଧିକ ଥାଏ, ସେତେବେଳେ ଏହି ଆନୁପାତିକ ହାର ୧:୪ ହୋଇଥାଏ ।
    5. କୁକୁଡ଼ାମାନେ ୪୦-୮୦ ଫାରେନହିଟ୍ ଉତ୍ତାପ ମଧ୍ୟରେ ଥଣ୍ଡାଯୁବା ପାଣି ପିଇବା ପାଇଁ ପସନ୍ଦ କରିଥାଆନ୍ତି । କେବେଳ ଦିନିକିଆ ଛୁଆଙ୍କ ବ୍ୟତୀତ ସବୁବେଳେ ପିଇବା ପାଣିର ଉତ୍ତାପ ଘରର ଉତ୍ତାପ ଠାରୁ କମ୍ ରହିବା ଉଚିତ୍ ।
    6. ଖରାଦିନେ ଅକ ପାଣିଧାନୀ ଓ ଅଧିକ ଥର ଥଣ୍ଡାପାଣି ପିଇବାକୁ ଦେବା ଉଚିତ୍ ।
    7. ଯେଉଁଠାରେ କୁକୁଡ଼ାମାନେ ତାରଜାଲି ମଧ୍ୟରେ ରହିଥାଆନ୍ତି, ସେଠାରେ ସବୁବେଳେ ସ୍ଵଚ୍ଛ ଥଣ୍ଡାପାଣି ପ୍ରବାହିତ ହେବାର ବ୍ୟବସ୍ଥା କରିବା ଉଚିତ୍ ।।
    8. ଖରାଦିନେ ଯେତେବେଳେ ପାଣିରେ ଔଷଧ ଦେବାର ଥାଏ, ସେତେବେଳେ ଔଷଧ ପରିମାଣ କମାଇ ଦେବା ଉଚିତ୍ । କାରଣ କୁକୁଡ଼ାମାନେ ଅଧିକ ପାଣି ଖରାଦିନେ ପିଇଥାଆନ୍ତି । ସେଥିପାଇଁ ଶରୀରରେ ଔଷଧର ପରିମାଣ ଅଧିକ ହେବାର ସମ୍ଭାବନା ଥାଏ । କ୍ଲାନ୍ତିହାରିଣୀ ଔଷଧ ପାଣିରେ ମିଶାଇ ପିଇବାକୁ ଦେବା ଉଚିତ୍ ।
  • ଖରାଦିନେ ଖାଦ୍ୟ ଦେବା ପଦ୍ଧତି –
    1. ଦିନର ଥଣ୍ଡା ସମୟରେ ଖାଦ୍ୟ ଦେବା ଭଲ । ତେଣୁ ଅତି ପ୍ରତ୍ୟୁଷରୁ କିମ୍ବା ରାତିରେ ଖାଦ୍ୟ ଦେବା ଉଚିତ୍ ।
    2. ଖାଦ୍ୟକୁ ସବୁବେଳେ ଓଲଟପାଲଟ କରିବା ଉଚିତ୍, ଯାହାଦ୍ଵାରା କୁକୁଡ଼ାମାନେ। ଖାଦ୍ୟପ୍ରତି ଆକୃଷ୍ଟ ହୁଅନ୍ତି ଓ ଖାଦ୍ୟ ଖାଇବାର ସ୍ପୃହା ବଢ଼ିଯାଏ ।
    3. ଦାନା ବ୍ୟତୀତ ଅଧିକ କ୍ୟାସିୟମ୍ କୁକୁଡ଼ାମାନଙ୍କୁ ଦେବା ଉଚିତ୍ । କାରଣ
    4. ତାହାଦ୍ଵାରା କୁକୁଡ଼ାମାନଙ୍କର ଅଣ୍ଡାର ଖୋଳ କେତେକ ପରିମାଣରେ ଶକ୍ତ ହୋଇଥାଏ । ଯେହେତୁ ଖରାଦିନେ କୁକୁଡ଼ା କମ୍ ଖାଦ୍ୟ ଖାଆନ୍ତି, ତେଣୁ ଦରକାର ମୁତାବକ ଶକ୍ତି ପାଇବା ପାଇଁ ଦାନାରେ ଅଧିକ ଶକ୍ତି, କମ୍ ପୁଷ୍ଟିସାର (ମାତ୍ର ସନ୍ତୁଳିତ) ଏବଂ ଅଧିକ ଭିଟାମିନ୍ ଓ ଖଣିଜ ଲବଣ ମିଶାଇବା ଦରକାର ।

କୁକୁଡ଼ା ଘରର ଉତ୍ତାପ ଜାଣିବା ପାଇଁ ଗୋଟିଏ ଥର୍ମୋମିଟର ଘର ଭିତରେ ଯେ କୌଣସି ସ୍ଥାନରେ ର ବିଭିନ୍ନ ସମୟରେ ଉତ୍ତାପକୁ ଗୋଟିଏ କାଗଜରେ ଲେଖି ରଖାଯାଏ । ଯେଉଁ ସମୟରେ ଉତ୍ତାପ ଅକ ହୋଇଥାଏ, ସେହି ସମୟରେ ଗରମର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ୍ । ଯାହାଦ୍ଵାରା ଗରମ ଜନିତ ଦୁର୍ଘଟଣାରୁ କୁକୁଡ଼ାମାନଙ୍କୁ ରକ୍ଷା କରାଯାଇ ପାରିବ।

ବର୍ଷାଦିନେ କୁକୁଡ଼ାମାନଙ୍କର କିପରି ଯତ୍ନ ନେବା ଉଚିତ୍

ପ୍ରଚଣ୍ଡ ଗ୍ରୀଷ୍ଟ ଯୋଗୁଁ କୁକୁଡ଼ାମାନେ ଗ୍ରୀଷ୍ମଜନିତ କ୍ଲାନ୍ତ ହୋଇ ପଡ଼ିଥାଆନ୍ତି । ଏହି ଗ୍ରୀଷ୍ମଜନିତ କ୍ଲାନ୍ତ ଅବସ୍ଥା ପରେ ପରେ ଆମ ଦେଶରେ ବର୍ଷା ଋତୁ ଆସିଥାଏ । ବର୍ଷା ଋତୁରେ ପ୍ରଚୁର ବର୍ଷା ଏହି ଗ୍ରୀଷ୍ମଜନିତ କ୍ଲାନ୍ତ ଅବସ୍ଥାକୁ ଦ୍ଵିଗୁଣିତ କରିଥାଏ ।

ଏଥିଯୋଗୁଁ କୁକୁଡ଼ା ପାଳନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହିସବୁ ସମସ୍ୟା ସାଧାରଣତଃ ବର୍ଷାର ପରିମାଣ ଓ ସେହି ସମୟରେ ବାୟୁମଣ୍ଡଳରେ ଆର୍ତ୍ତତାର ପରିମାଣ ଉପରେ ନିର୍ଭର କରିଥାଏ ।

ବର୍ଷାଦିନେ ସାଧାରଣତଃ ଶ୍ଵାସଜନିତ ରୋଗ ଓ କୋଲିବ୍ୟାସିଲୋସିସ୍ ନାମକ ଆତ୍ମିକ ରୋଗ ହୋଇଥାଏ । ଏହି ରୋଗ ବର୍ଷା ବାୟୁମଣ୍ଡଳର ଅତ୍ୟଧିକ ଆର୍ଦ୍ରତା ଓ ଅପରିଷ୍କାର ଏବଂ ଦୂଷିତ ପାଣି ଯୋଗୁଁ ହୋଇଥାଏ । ସାଧାରଣତଃ ଚାଷୀମାନେ କୁକୁଡ଼ାମାନଙ୍କ ଘରେ ପାଣି ନ ପଶିବା ପାଇଁ କୁକୁଡ଼ା ଘରର ଜାଲି, ଝରକା ସବୁ ଅଖା କିମ୍ବା ପର୍ଦା ଦେଇ ବନ୍ଦ କରି ଦେଇଥାଆନ୍ତି । କୁକୁଡ଼ା ଘର ମାନଙ୍କରେ ମୁକ୍ତବାୟୁ । ଚଳାଚଳ ହୋଇପାରେ ନାହିଁ । ଯାହାଦ୍ଵାରା କୁକୁଡ଼ା ଘରେ ଆମୋନିଆ ବାଷ୍ଟର ସାନ୍ଧ୍ରତା ଅଧିକ ହୋଇଥାଏ । ଏ କୁକୁଡ଼ାମାନେ ବିଭିନ୍ନ ପ୍ରକାର ଜୀବାଣୁ ଓ ଭୂତାଣୁ ଜନିତ ରୋଗ ଆକ୍ଲାନ୍ତି ହୋଇଥାଆନ୍ତି । କୁକୁଡ଼ାମାନେ ମଧ୍ୟ ଅଧିକ ଆମୋନିଆ ବାଷ ଯୋଗୁଁ ଆଖି ରୋଗରେ ଆକ୍ଲାନ୍ତି ହୋଇଥାଆନ୍ତି ।

ବର୍ଷାଦିନେ ପିଇବା ପାଣି କୁକୁଡ଼ାମାନଙ୍କ ଠାରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ସାଧାରଣତଃ ଚାଷୀମାନେ କୂଅ, ପୋଖରୀ କିମ୍ବା ନିକଟସ୍ଥ ନଦୀ ମାନଙ୍କରୁ ପାଣି ଆଣି ଫାର୍ମରେ ବ୍ୟବହାର କରିଥାଆନ୍ତି । ଯଦି ବର୍ଷା ଦିନେ ପାଣିର ଉପଯୁକ୍ତ ଯତ୍ନ ନିଆ ନଯାଏ, ତାହାହେଲେ ବର୍ଷାପାଣି ବିଭିନ୍ନ ସଂକ୍ରମିତ ପଦାର୍ଥ ଓ ଅନ୍ୟ ଜୈବିକ ପଦାର୍ଥ ସହିତ ମିଶି ଦୂଷିତ ହେବା ସଙ୍ଗେ ସଙ୍ଗେ ଏହି କୂଅ ଓ ପୋଖରୀ ପାଣିରେ ମିଶି ଏହାକୁ ଦୂଷିତ କରିଥାଏ । ଫଳରେ କୂଅ ଓ ପୋଖରୀ ପାଣି କର୍ଦ୍ଦ ମକ୍ତ ହୋଇ ଗୋଳିଆ ହୋଇଯାଏ । ଦୂଷିତ ପାଣିକୁ ଫାର୍ମରେ ବ୍ୟବହାର କରିବା ଦ୍ଵାରା କୁକୁଡ଼ାମାନେ ସାଧାରଣତଃ ଇ-କୋଲି ଓ ଅନ୍ୟ ଜୀବାଣୁ ଜନିତ ରୋଗରେ ଆକ୍ଲାନ୍ତି ହୋଇଥାଆନ୍ତି ।

ବର୍ଷାଦିନେ ବାରମ୍ବାର କୁକୁଡ଼ା ଘରର ଲିଟର ଓଦା ହୋଇଯାଏ ଓ ବର୍ଷାଯୋଗୁଁ ବାହାରର ଆର୍ଦ୍ରତା ଅତ୍ୟକ ହୋଇଥିବା ହେତୁ ଏହା କୁକୁଡ଼ାମାନଙ୍କ ଠାରେ କସିଡ଼ିଆ ଓ ଅନ୍ୟାନ୍ୟ କୃମିଜନିତ ରୋଗ ସୃଷ୍ଟି କରାଇଥାଏ । ଏହା ସଙ୍ଗେ ସଙ୍ଗେ ଓଦାଳିଆ ଲିଟର ଓ ଲିଟରରେ ପଡ଼ିଥିବା ଖାଦ୍ୟ ଓଦା ହୋଇ ବିଭିନ୍ନ ପ୍ରକାର ଫିମ୍ପିଜାତୀୟ ରୋଗ ସୃଷ୍ଟି କରାଇଥାଏ । ତେଣୁ ଏହିସବୁ ସମସ୍ୟାକୁ ଆଖି ଆଗରେ ରଖି ଆମକୁ କୁକୁଡ଼ା ଘରର ସୁପରିଚାଳନା ଓ କୁକୁଡ଼ାଙ୍କର ଯତ୍ନ ପାଇଁ ନିମ୍ନଲିଖିତ ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।

  1. କୁକୁଡ଼ା ଘରର ଖୋଲା ପାର୍ଶ୍ଵକୁ ବର୍ଷାର ପରିମାଣ ଓ ବେଗ ଦେଖି ଏପରି ଭାବରେ ବନ୍ଦ କରିବାକୁ ହେବ, ଯେପରି ଘରେ ମୁକ୍ତ ବାୟୁ ଚଳାଚଳ ବାଧାପ୍ରାପ୍ତ ହେବ ନାହିଁ ଏବଂ ଘର ଭିତରକୁ ବର୍ଷା ପାଣିର ଛିଟା ପଡ଼ିବ ନାହିଁ । ଯାହାଦ୍ଵାରା କୁକୁଡ଼ାମାନଙ୍କୁ ଥଣ୍ଡା ଓ ଅନ୍ୟାନ୍ୟ ଅସୁବିଧାରୁ ରକ୍ଷା କରାଯାଇପାରିବ ।
  2. କୁକୁଡ଼ା ଘରର ଲିଟରକୁ ବାରମ୍ବାର ଘାଣ୍ଟିବାକୁ ହେବ, ଯାହା ଦ୍ଵାରା ଏହା ଶୁଖୁଲା ରହିବ । ଯଦି ଘର ଭିତରେ କୌଣସି ଜାଗାରେ ଲିଟର ଓଦାଳିଆ ଥାଏ, ତେବେ ତାକୁ ଘର ଭିତରୁ କାଢ଼ିଦେଇ ତାହା ଜାଗାରେ ଶୁଖିଲା ଲିଟର ପକାଇବା ଉଚିତ୍ ।
  3. ଖାଦ୍ୟ ପଦାର୍ଥକୁ ଗୋଟିଏ ଉଚ୍ଚ ଜାଗାରେ ଘୋଡ଼ାଇ ରଖିବା ଉଚିତ୍ । ଫଳରେ ଏହା ଓଦା ନ ହୋଇ ଶୁଖିଲା ରହିବ ।
  4. ପିଇବା ପାଣିର ନଳୀ ବା ପାଇକୁ ଭଲ ଭାବରେ ସଫା କରିବାକୁ ହେବ । ଯାହାଫଳରେ ଏଥିରେ ଶିଉଳି ଲାଗି ପାଣିକୁ ଦୂଷିତ କରିପାରିବି ନାହିଁ ।
  5. ବର୍ଷାପାଣିକୁ କିମ୍ବା ନଈପାଣିକୁ ପୋଖରୀ ମାନଙ୍କରେ ଗଚ୍ଛିତ କରି ରଖିବା ଓ ନିୟମିତ ଫିଟିକିରି କିମ୍ବା ପଟାସ୍ କିମ୍ବା ବ୍ଲିଚିଂ ପାଉଡରରେ ବିଶୋଧନ କରିବା ଉଚିତ୍ । ମନେ ରଖିବା ଉଚିତ୍ ଯେ ଯେଉଁ ସମୟରେ କୁକୁଡ଼ାମାନଙ୍କୁ ଟୀକା ଦିଆଯାଉଥିବ, ସେହି ସମୟରେ ବ୍ଲିଚିଂ ପାଉଡରରେ ବିଶୋଧିତ ପାଣିକୁ ପିଇବାକୁ ଦେବା ଉଚିତ୍ ନୁହେଁ । ସାଧାରଣତଃ ୫ ଘନଫୁଟ ପାଣିକୁ ୧ ଗ୍ରାମ ବ୍ଲିଚିଂ ପାଉଡର ହିସାବରେ ବିଶୋଧନ କରାଯାଇଥାଏ ।
  6. ସମୟେ ସମୟେ ପିଇବା ପାଣିକୁ ବିଜ୍ଞାନଗାରରେ ବିଭିନ୍ନ ପ୍ରକାର ଜୀବାଣୁ ଓ ଇଲେକ୍ଟ୍ରୋଲାଇଟ୍ ଅଛି କି ନାହିଁ ପରୀକ୍ଷା କରି ଦେଖି ଉଚିତ୍ ।
  7. କୁକୁଡ଼ା ଖାଦ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ବର୍ଷାଦିନ ମାନଙ୍କରେ ମାଂସ ପାଇଁ ଅଣ୍ଡାଦିଆ କୁକୁଡ଼ାମାନଙ୍କ ପାଇଁ କେଉଁ ପ୍ରକାର ଖାଦ୍ୟ ଆବଶ୍ୟକ ତାହା ଠିକ୍ କରିବା ଉଚିତ୍ ।
  8. କ୍ଲାନ୍ତି ଦୂର କରିବା ଔଷଧ ବର୍ଷାଦିନରେ ଦେବା ଉଚିତ୍ । ବର୍ଷା ଦିନମାନଙ୍କରେ କୁକୁଡ଼ା ଘରକୁ ବେଶି ଚଳପ୍ରଚଳ କରିବା କିମ୍ବା ବେଶୀ ଜିନିଷପତ୍ର ନେବା ଆଣିବା କରିବା ଉଚିତ୍ ନୁହେଁ ।
  9. ମଲା କୁକୁଡ଼ା ବା କୌଣସି ସଂକ୍ରମିତ ପଦାର୍ଥ ଏଣେତେଣେ ନ ଫୋପାଡ଼ି ପୋତି ଦେବା କିମ୍ବା ପୋଡ଼ି ଦେବା ଉଚିତ୍ ।
  10. ସାଧାରଣତଃ ବିଭିନ୍ନ କୀଟ ପତଙ୍ଗମାନେ ଭୂତାଣୁଜନିତ ରୋଗର ବାହକ ହୋଇଥାଆନ୍ତି । ଏମାନଙ୍କ ଦ୍ଵାରା ଭୂତାଣୁଜନିତ ରୋଗ କୁକୁଡ଼ାମାନଙ୍କୁ ବ୍ୟାପିଥାଏ । ଏଥିପାଇଁ କୁକୁଡ଼ା ଘରର ଚାରି ପାଖରୁ ଅତି କମ୍‌ରେ ୧୦୧୫ ଫୁଟ ଜାଗାରୁ ଅନାବନା ଗଛ ଓ ଘାସ ପୋଡ଼ି ସଫା କରିଦେବା ଉଚିତ୍ ଏବଂ କସିଡ଼ିଆ ନ ହେବା ପାଇଁ ଦାନାରେ ପ୍ରତିଷେଧକ ଔଷଧ ଦେବା ଉଚିତ୍ । ସାଧାରଣତଃ ବର୍ଷା ଦିନେ ମାଛିମାନଙ୍କର ବଂଶବୃଦ୍ଧି ହୋଇଥାଏ । ଏହି ମାଛିମାନେ ବିଭିନ୍ନ କୃମିଜନିତ, ଜୀବାଣୁଜନିତ ଓ ଭୂତାଣୁଜନିତ ରୋଗର ବାହକ ରୂପେ କାର୍ଯ୍ୟ କରିଥାଆନ୍ତି । ତେଣୁ କୁକୁଡ଼ା ଘରେ ମାଛି ଏବଂ କୀଟପତଙ୍ଗକୁ ମାରିବା ପାଇଁ ନିୟମିତ କୀଟନାଶକ ଔଷଧ ସ୍ତେ କରିବା ଉଚିତ୍ ।

ଏହି ସବୁ ବିଷୟ ପ୍ରତି ଦୃଷ୍ଟି ଦେଲେ ଆମ୍ଭେ ବର୍ଷାଦିନେ କୁକୁଡ଼ାମାନଙ୍କୁ ଭଲ ଭାବରେ ପାଳନ କରିପାରିବା ସଙ୍ଗେ ସଙ୍ଗେ ବିଭିନ୍ନ ରୋଗମାନଙ୍କ ପ୍ରାଦୁର୍ଭାବରୁ କୁକୁଡ଼ାମାନଙ୍କୁ ରକ୍ଷା କରିପାରିବା ଓ କୁକୁଡ଼ା ପାଳନରେ ଲାଭବାନ ହୋଇପାରିବା ।

ଶୀତଦିନେ କୁକୁଡ଼ାମାନଙ୍କର ଯତ୍ନ ଓ ପାଳନ

ସାଧାରଣତଃ ଶୀତଦିନ ଆସିଲେ ଅନେକ କୁକୁଡ଼ାପାଳକ ଖୁସି ହୋଇଥାଆନ୍ତି । କାରଣ ଗ୍ରୀଷ୍ମ ଦିନେ ସେମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି, ତାହା ଶୀତଦିନମାନଙ୍କରେ ହେବାର ଭୟ ନଥାଏ । କିନ୍ତୁ କେତେକ କୁକୁଡ଼ା ପାଳକ ଶୀତଦିନେ ଅସୁବିଧାର ସମ୍ମୁଖୀନ ହୋଇ ଭାବନ୍ତି ଯେ, ଖରାଦିନେ ଶୀତଦିନ ଅପେକ୍ଷା ଭଲ ।

ଉତ୍ତାପ ହ୍ରାସ -

ସାଧାରଣତଃ ଶୀତଦିନେ ବାୟୁମଣ୍ଡଳର ଉତ୍ତାପ ହ୍ରାସ ପାଇଥାଏ । ଏହି ଉତ୍ତାପ କୁକୁଡ଼ାମାନଙ୍କର ଶରୀରର ଉତ୍ତାପ ଠାରୁ କମ୍ ହୋଇଥାଏ । ଯାହା ଫଳରେ କି କୁକୁଡ଼ାମାନେ ବାୟୁମଣ୍ଡଳକୁ ଉତ୍ତାପ ଛାଡ଼ି ଥାଆନ୍ତି । ସେହି ସମୟରେ ମଧ୍ୟ କୁକୁଡ଼ା ଘରର ଚଟାଣରେ ଉତ୍ତାପ କମ୍ ଥାଏ । ଏହା ମଧ୍ୟ କୁକୁଡ଼ା ଶରୀର ଉତ୍ତାପକୁ ହ୍ରାସ କରାଇଥାଏ । ଯାହାଫଳରେ କୁକୁଡ଼ାମାନେ ଆରାମ ପାଆନ୍ତି ନାହିଁ । ସମୟ ସମୟ ଶୀତଦିନେ ବର୍ଷା ହେବା ଯୋଗୁଁ ବାୟୁ ମଣ୍ଡଳର ଆର୍ଦ୍ରତା ଅଧିକ ଥାଏ । ଏହି କୁକୁଡ଼ା ଶରୀରରୁ ଉତ୍ତାପ ଗ୍ରହଣ କରି କୁକୁଡ଼ାମାନଙ୍କର ଶରୀର ଉତ୍ତାପ ହ୍ରାସ କରାଇଥାଏ । ଯାହା ଫଳରେ କୁକୁଡ଼ାମାନେ ଆରାମ କରିପାରନ୍ତି ନାହିଁ । ଶୀତଦିନେ କୁକୁଡ଼ା ମାଂସ ଓ ଅଣ୍ଡାର ଦାମ୍ ଅତ୍ୟଧିକ ହୋଇଥାଏ । ତେଣୁ ଯେପରି କୁକୁଡ଼ା ମାନେ ଅଧିକ ଅଣ୍ଡା ଦେବା ଓ ଶୀଘ୍ର ବଢ଼ି ମାଂସ ଉପଯୋଗୀ ହୋଇପାରିବେ ସେଥିପ୍ରତି ଦୃଷ୍ଟି ହେବା ଉଚିତ୍ । ତେଣୁ ଶୀତଦିନ ଯୋଗୁଁ ଉତ୍ତାପ ହ୍ରାସଜନିତ ସମସ୍ୟା ଗୁଡ଼ିକର ନିରାକରଣ କରିବା ଉଚିତ୍ ।

  1. ଶୀତଦିନେ କୁକୁଡ଼ାମାନଙ୍କ ଶରୀରରୁ ଅଧିକ ଜଳୀୟ ପଦାର୍ଥ ନିର୍ଗତ ହୋଇଥାଏ । କୁକୁଡ଼ାମାନଙ୍କ ମଳରେ ୭୦-୮୦ ପ୍ରତିଶତ ଜଳୀୟ ପଦାର୍ଥ ଥାଏ । ଏହି ମଳରୁ ୨୦ ପ୍ରତିଶତ ଜଳୀୟ ପଦାର୍ଥ ବାୟୁରେ ମିଶିଥାଏ । ଓ ଅବଶିଷ୍ଟ ଜଳୀୟ ପଦାର୍ଥ କୁକୁଡ଼ା ଘର ଅଳିଆରେ ମିଶି ଏହାକୁ ଓଦା କରିଥାଏ ଓ ଲିଟର ମୁଣ୍ଡା ହୋଇଯାଏ । ସେଥିପାଇଁ କୁକୁଡ଼ା ଘର ଅଳିଆକୁ ପ୍ରତି ୨ ଦିନରେ ଥରେ ଘାଣ୍ଟିଦେବାକୁ ହୋଇଥାଏ । ଯାହାଦ୍ଵାରା ଏହି ଲିଟର ଶୁଖିଲା ରହେ ।
  2. ଝରକା ବନ୍ଦ କରିବା – ଶୀତଦିନେ ପବନ ଯିବା ପାଇଁ ଝରକାର ତଳଭାଗ ଓ ପାର୍ଶ୍ଵଜାଲିକୁ ଭଲ ଭାବରେ ବନ୍ଦ କରିବା ଉଚିତ୍, ଯେପରି ଘର ଭିତରକୁ ବାୟୁ ଚଳାଚଳ ବ୍ୟାହତ ନ ହୁଏ ।
  3. ଘରର ତାରଜାଲିକୁ ପର୍ଦା ବା ଅଖା ଦ୍ଵାରା ବନ୍ଦ କରିବା ଉଚିତ । ଏହା ଦିନରେ ଖୋଲି ଦିଆଯାଇଥାଏ ଓ ରାତିରେ ବନ୍ଦ କରାଯାଇଥାଏ । ଘରର ଗୋଟିଏ ପାର୍ଶ ବା ସବୁ ପାର୍ଶ୍ଵରେ ଜାଲିକୁ ଶୀତର ପ୍ରକୋପ ଅନୁସାରେ ବନ୍ଦ କିମ୍ବା ଖୋଲା ରଖାଯାଇଥାଏ ।
  4. ଜାଲି ଉପରିଭାଗ ଖୋଲା ରହିବା ଉଚିତ୍ । ଏହାଦ୍ଵାରା ଘର ଭିତରେ ବାୟୁ । ଚଳାଚଳ ହେବା ସଙ୍ଗେ ସଙ୍ଗେ ଘର ଭିତରୁ ଜଳୀୟବାଷ ଓ କାରବାନ୍ ଡାଇଅକ୍ସାଇଡ୍ ବାହାର କରି ଦେଇଥାଏ ।
  5. ଶୀତଦିନେ ସାଧାରଣତଃ କୁହୁଡ଼ି ହୋଇଥାଏ । ତେଣୁ କୁକୁଡ଼ି ଦିନ ମାନଙ୍କରେ ସକାଳେ କୁକୁଡ଼ା ଘରେ ଆଲୁଅ ଦେବାର ବ୍ୟବସ୍ଥା କରିବା ଉଚିତ୍ ।
  6. ଶୀତଦିନେ କୁକୁଡ଼ାମାନଙ୍କୁ ଶକ୍ତିବଦ୍ଧକ ଦାନା ଖାଇବାକୁ ଦେବା ଉଚିତ୍ ।
  7. ଯଦି ଶୀତଦିନେ କୁକୁଡ଼ାମାନେ ଅଧିକ ଥଣ୍ଡାଯୋଗୁଁ ଗୋଟିଏ ଜାଗାରେ ଜାକି । ହୋଇ ବସି ରହିଥାନ୍ତି, ତା ହେଲେ ସେମାନଙ୍କୁ ହୁରୁଡ଼ାଇ ସଚେତନ କରି ଚଳଚଞ୍ଚଳ କରିବା ଉଚିତ୍ ।
  8. ସାଧାରଣତଃ କୁକୁଡ଼ାମାନେ ସକାଳ ହେବା ମାତ୍ରେ ଓ ଦାନା ଖାଇଲା ବେଳେ ଅଧିକ ଚଳଚଞ୍ଚଳ ଓ କାର୍ଯ୍ୟକ୍ଷମ ହୋଇଥାଆନ୍ତି । ସେଥିପାଇଁ ପ୍ରତି ସନ୍ଧ୍ୟାରେ କୁକୁଡ଼ାମାନଙ୍କ ଘରେ ଉପଯୁକ୍ତ ପରିମାଣର ଦାନା ଓ ଜଳ ଦେବା ଦରକାର । ଯେପରି ସକାଳର ଜଳପାତ୍ରରେ ଓ ଦାନାପାତ୍ରରେ ଜଳ ଦାନ ଯୁବ ।
  9. କୁକୁଡ଼ାମାନଙ୍କର ଦାନାକୁ ଶୀତଦିନେ ଓଦାଳିଆ କରି ଖାଇବାକୁ ଦେବା ଉଚିତ୍ ନୁହେଁ । କୁକୁଡ଼ା ଦାନାପାତ୍ରକୁ ସବୁବେଳେ ଝାଡ଼ି ସଫାକରି ରଖିବା ଉଚିତ୍ । କେବେହେଲେ ଦାନାକୁ ମୁଣ୍ଡ ହେବା ପର୍ଯ୍ୟନ୍ତ ରଖିବା ଉଚିତ୍ ନୁହେଁ ।
  10. କୁକୁଡ଼ା ଘରର ଛାତ ସାଧାରଣତଃ ଟିଣ କିମ୍ବା ଆଜବେଷ୍ଟସ୍ ଦ୍ଵାରା ହୋଇଥାଏ । ଏହାର ନଟ୍ ଓ ବୋଟ କଣ୍ଟା ଦ୍ଵାରା ଅଣ୍ଡାଯାଇ ଥାଏ । ବେଳେବେଳେ ଶୀତଦିନେ ଏହି ନିଟ୍ ବୋଟ ବାଟେ ପାଣି ଜକେଇ ଘରେ ପଡ଼ିଥାଏ । ତେଣୁ ଏହି ଜାଗାକୁ ଭଲ ଭାବରେ ବନ୍ଦ କରି ଦେବା ଉଚିତ୍ ।
  11. କୁକୁଡ଼ାମାନଙ୍କର ଘରର ଚାରି ପାଖରେ ଥିବା ଅନାବନା ଗଛ ଓ ଘାସମାନଙ୍କୁ ଉପାଡ଼ି ଦେବା ଉଚିତ୍ ଏବଂ ସମୟେ ସମୟେ ବିଭିନ୍ନ କୀଟନାଶକ ଔଷଧ ସ୍ପ୍ରେ କରିବା ଉଚିତ୍ । ଯାହାଦ୍ଵାରା ବିଭିନ୍ନ କୀଟମାନଙ୍କର ବଂଶବୃଦ୍ଧି ହ୍ରାସ ପାଏ ।
  12. ଶୀତଦିନେ ସାଧାରଣତଃ ଫିଖି ଜାତୀୟ ଶ୍ଵାସଜନିତ ରୋଗ ଦେଖାଯାଏ । ଏହି ରୋଗ ନ ହେବା ପାଇଁ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା  ଉଚିତ୍ ।

କୁକୁଡ଼ାଙ୍କ ଦୁର୍ଗୁଣ ଓ ତାର ବ୍ୟବହାର

ସାଧାରଣତଃ କୁକୁଡ଼ା ଫାର୍ମରେ ପରିଚାଳନାଗତ ଦୋଷତୃଟିରୁ ଚାରି ପ୍ରକାର ଦୁର୍ଗୁଣ ଦେଖାଯାଏ ।

  1. ସ୍ଵଜାତି ଭକ୍ଷଣ
  2. ଅଣ୍ଡା ଭକ୍ଷଣ
  3. ପର ଖୁମ୍ପିବା
  4. ଅଣ୍ଡା ଲୁଚାଇବା

ଏହି ଚାରିପ୍ରକାର ଦୁର୍ଗୁଣ ମଧ୍ୟରେ ସ୍ଵଜାତି ଭକ୍ଷଣ ଅତ୍ୟନ୍ତ କ୍ଷତିକାରକ ।

ସ୍ଵଜାତି ଭକ୍ଷଣ -

କୁକୁଡ଼ାମାନଙ୍କର ପରସ୍ପର ଖୁମାଖୁମି, ହଣାହଣି ହେବାକୁ ସ୍ଵଜାତି ଭକ୍ଷଣ କୁହାଯାଏ । ବିଭିନ୍ନ ପ୍ରକାରର ସ୍ଵଜାତି ଭକ୍ଷଣ ଦେଖାଯାଏ । କୌଣସି ଗୋଟିଏ କୁକୁଡ଼ାର ସ୍ଵଜାତି ଭକ୍ଷଣ ଦୁର୍ଗୁଣ ଆରମ୍ଭ ହେଲେ ଅନ୍ୟ କୁକୁଡ଼ାମାନେ ଖୁବ୍ ଶୀଘ୍ର ଅନୁକରଣ କରନ୍ତି ଓ ଏହା ତୀବ୍ର ଆକାର ଧାରଣ କରନ୍ତି ।

  1. ମୁଣ୍ଡ ଖୁମ୍ପାଖୁମ୍ପି -
  2. କୁକୁଡ଼ାମାନେ ପରସ୍ପର ମଧ୍ୟରେ ଖୁମ୍ପାଖୁମ୍ପି କଲାବେଳେ ଯଦି କୌଣସି କୁକୁଡ଼ାର ଚୂଳ କିମ୍ବା ଫୁଲିରୁ ରକ୍ତ ବାହାରେ, ତେବେ ଅନ୍ୟ କୁକୁଡ଼ାମାନେ ଅତି ତୀବ୍ର ଭାବରେ ତାର ମୁଣ୍ଡକୁ ଓ କ୍ଷତ ଯାଗାକୁ ଖୁମ୍ପିବାକୁ ଆରମ୍ଭ କରନ୍ତି । ଯାହା ଫଳରେ ସେହି କୁକୁଡ଼ା ମୁତ୍ୟୁ ମୁଖରେ ପଡ଼େ ।

  3. ପଦାଙ୍ଗୁଳି ଖୁମ୍ପାଖୁମ୍ପି -
  4. ସାଧାରଣତଃ କୁକୁଡ଼ାମାନେ ପଦାଙ୍ଗୁଳି ଖୁମ୍ପାଖୁମ୍ପି ହୁଅନ୍ତି । ଯଦି ସେହି ଅବସ୍ଥାରେ କୌଣସି କୁକୁଡ଼ାର ପଦାଙ୍ଗୁଳି ଆଘାତ ପ୍ରାପ୍ତ ହୋଇ ରକ୍ତସ୍ରାବ ହୁଏ, ଅନ୍ୟ କୁକୁଡ଼ାମାନେ ସେଠାରେ ଆଘାତ କରନ୍ତି ଓ ଅତ୍ୟକ ରକ୍ତସ୍ରାବ ଯୋଗୁଁ କୁକୁଡ଼ାର ମୁତ୍ୟୁ ହୁଏ । ସେହିପରି

    • ଡେଣା ଏବଂ ପୁଚ୍ଛ ଖୁମ୍ପାଖୁମ୍ପି,
    • ଥଣ୍ଟ ଖୁମ୍ପାଖୁମ୍ପି,
    • ମଳଦ୍ଵାରା ତଳିପେଟ ଖୁମ୍ପାଖୁମ୍ପି,
    • ପର ଖୁମ୍ପିବା ଯୋଗୁଁ ଆଘାତ ପ୍ରାପ୍ତ କୁକୁଡ଼ାର କ୍ଷତ ହୁଏ ।

କାରଣ –

  1. ସ୍ଥାନାଭାବ - କୁକୁଡ଼ା ଘରେ ରହିବା ପାଇଁ ସ୍ଥାନାଭାବ ପଡ଼ିଲେ ସେମାନେ ଠେଲାପେଲା ହୋଇ ପରସ୍ପର ଖୁମ୍ପାଖୁମ୍ପି ହୁଅନ୍ତି ।
  2. ଦାନାଧାନୀ ଓ ଜଳଧାନୀ ଅଭାବ କୁକୁଡ଼ାଙ୍କ ସଂଖ୍ୟା ଅନୁସାରେ ଯଦି କମ୍ । ସଂଖ୍ୟକ ଦାନାଧାନୀ ଓ ଜଳଧାନୀ ଥାଏ, ତେବେ ଖାଇବା ପାଇବା ପାଇଁ ଓ ପାଣି ପିଇବା ପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତା ହୋଇ ଖୁମ୍ପାଖୁମ୍ପି ହୁଅନ୍ତି ।
  3. ଖାଦ୍ୟାଭାବ ଆନୁପାତିକ ସଂଖ୍ୟାରେ ଦାନାଧାନୀ ଓ ଜଳଧାନୀ ଥାଇ ଯଦି କମ୍ ଦାନା ଓ ଜଳ ଥାଏ, ତେବେ ମଧ୍ୟ ଏହି ଦୁର୍ଗୁଣ ଦେଖାଯାଏ ।
  4. ଖାଦ୍ୟସାର ଅଭାବ – ଆବଶ୍ୟକୀୟ ପରିମାଣରେ ଦାନା ଥାଇ ଯଦି ଦାନା ସନ୍ତୁଳିତ ହୋଇ ନଥାଏ ।
    • ଆହାରରେ ବିଶେଷତଃ ପୁଷ୍ଟିସାର ଖାଦ୍ୟ କମ୍ ପରିମାଣରେ ଥାଏ କିମ୍ବା ଆବଶ୍ୟକୀୟ ପରିମାଣର ପୁଷ୍ଟିସାର ପାଇ ମଧ୍ୟ ଯଦି ଉପଯୁକ୍ତ ପରିମାଣର ଏମିନୋଏସିଡ଼୍ ଯଥା ମିଥାୟୋନିନ୍, ଲାଇସିନ୍ ଇତ୍ୟାଦି ନ ଥାଏ ।
    • ଦାନାରେ ଉପଯୁକ୍ତ ପରିମାଣର ଖାଇବା ଗୁଣ, ମାଙ୍ଗାନିଜ କିମ୍ବା ଧାତବ ଲବଣ ନ ଲେ ଅନ୍ୟ କୁକୁଡ଼ାକୁ ଖୁମ୍ପି ତାର ରକ୍ତ ମାଂସ ଖାଇ ଅଭାବ ପଡ଼ିଥିବା ଖାଦ୍ୟସାରମାନଙ୍କୁ ପୂରଣ କରିବାକୁ ଚେଷ୍ଟାକରେ ।
  5. ଅଧିକ ଆଲୋକ - କୁକୁଡ଼ା ଘରେ ଆବଶ୍ୟକ ପରିମାଣର ଆଲୋକ ଠାରୁ ଯଦି ଅତ୍ୟଧିକ ଆଲୋକର ବ୍ୟବସ୍ଥା କରାଯାଇଥାଏ ।
  6. ମନ୍ଦ ପ୍ରକୃତି – ଯଦି କୁକୁଡ଼ା ଘରେ କୌଣସି କୁକୁଡ଼ାର ସୃଜାତି ଭକ୍ଷଣ ହିଂସ୍ର ପ୍ରକୃତି ଦେଖାଯାଏ, ତାହା କ୍ରମଶଃ ଅନ୍ୟ କୁକୁଡ଼ାମାନଙ୍କ ଠାରେ ଅନୁକରଣ ହୋଇ ବ୍ୟାପେ।
  7. ଫାର୍ମରେ କୌଣସି କୁକୁଡ଼ା ଦେହରେ କ୍ଷତ ହୋଇ ଯଦି ରକ୍ତସ୍ରାବ ହୁଏ, ଘାଆ କିମ୍ବା ଅଣ୍ଡା ଦେଇଥିବା ବେଳେ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଯଦି ମଳଦ୍ବାର ପଦାକୁ ବାହାରି ପଡ଼େ, ଅନ୍ୟ କୁକୁଡ଼ା ସେହି ଅଂଶକୁ ଖୁମ୍ପିବାକୁ ଆରମ୍ଭ କରି ମାଂସ ଓ ରକ୍ତର ସ୍ଵାଦ ଚାଖି ଗଲାପରେ ଅନ୍ୟ କୁକୁଡ଼ାଙ୍କୁ ଖୁମ୍ପି ଖଣ୍ଡିଆ କରି ମାଂସ ଓ ରକ୍ତ ଖାଇବାକୁ ଭଲ ପାଆନ୍ତି।

ପ୍ରତିକାର –

  1. କୁକୁଡ଼ା ଘରେ କୁକୁଡ଼ାଙ୍କର ବୟସ, ଜାତି ପ୍ରଜାତି ଓ ପାଳିବାର ଉଦ୍ଦେଶ୍ୟକୁ ଆଖି ଆଗରେ ରଖି କୁକୁଡ଼ାଙ୍କ ସଂଖ୍ୟା ନିର୍ଣ୍ଣୟ କରାଯିବା ଉଚିତ୍ ।
  2. କୁକୁଡ଼ାଙ୍କର ବୟସ, ସଂଖ୍ୟା ଓ ପ୍ରକାର ଅନୁସାରେ ଆବଶ୍ୟକୀୟ ସଂଖ୍ୟକ ଓ ଆକାରର ଦାନାଧାନୀ ଓ ଜଳଧାନୀ ନିର୍ଦ୍ଦିଷ୍ଟ ବ୍ୟବଧାନରେ ରଖିବା ଉଚିତ୍ ।
  3. କୁକୁଡ଼ାଙ୍କ ଆବଶ୍ୟକୀୟ ପରିମାଣର ସନ୍ତୁଳିତ ଦାନା ଦେବା ଉଚିତ୍ । ଦାନାରେ ଉନ୍ନତ ମାନର ଶୁଖୁଆଗୁଣ୍ଡ, ମାଂସଗୁଣ୍ଡ ଇତ୍ୟାଦି ପ୍ରାଣୀଜ ପୁଷ୍ଟିସାର ମିଶାଇବା ଦରକାର । ମିଥାୟୋନିର ଅଭାବ ପୂରଣ ପାଇଁ ଅଧା ରାଶି ପିଡ଼ିଆ ଓ ଅଧା ଚିନାବାଦାମ ପିଡ଼ିଆ ଦାନାରେ ମିଶାଇବା ଦରକାର । କାରଣ ଚିନାବାଦାମ ପିଡ଼ିଆରେ ମିଥାୟୋନିନ୍ନ ନ ଥାଏ । ଯଦି ରାଶି ପିଡ଼ିଆ ନ ମିଳେ, ତେବେ ବଜାରରେ ମିଳୁଥିବା ମିଥାୟୋନିନ୍ ମିଶାଯାଇପାରେ । ସେହିପରି ଭଲ ଶୁଖୁଆଗୁଣ୍ଡ ନ ମିଳିଳେ ଲାଇସିନର ଅଭାବ ପୂରଣ ପାଇଁ କିଛି ସୋୟାବିନ୍ ପିଡ଼ିଆ ମିଶାଯାଏ କିମ୍ବା ବଜାରରେ ମିଳୁଥିବା ଲାୟୋସିନ୍ ଓ ବି-୧୨ ଜୀବନିକା ମିଶାଯାଏ ।
  4. ଶୁଖୁଆ ଗୁଣ୍ଡରେ ଯଦି ଲୁଣ ମିଶାଯାଇ ନଥାଏ, ତେବେ ଦାନାରେ ୦.୫ ପ୍ରତିଶତ ଖାଇବା ଲୁଣ ମିଶାଯାଇପାରେ ।
  5. ମାଙ୍ଗାନିଜ୍‌, ଧାତବ ଲବଣ ଅଭାବ ପୂରଣ ପାଇଁ କାଣ୍ଡିଆ କୁଣ୍ଡା କିମ୍ବା ପ୍ରତି କ୍ଵିଣ୍ଟାଲ ଦାନାରେ ୨୫ ଗ୍ରାମ ମାଙ୍ଗାନିଜ୍ ସଲ୍‌ଫେଟ୍ ମିଶାଯାଏ ।
  6. କୁକୁଡ଼ା ଘରେ ଯଦି ଅତ୍ୟଧିକ ଆଲୋକ କିମ୍ବା ମରକୁରୀ ଲାଇଟ୍ ଇତ୍ୟାଦି ଥାଏ, ତା ହେଲେ ତାକୁ ତୁରନ୍ତ ବାହାର କରିଦେବା ଉଚିତ୍ ।
  7. କୁକୁଡ଼ା ଘରେ ଯଦି କୌଣସି କୁକୁଡ଼ା ଠାରେ ରକ୍ତସ୍ରାବ ବା ଘା ହୁଏ କିମ୍ବା ମଳଦ୍ଵାରା ଅବସ୍ତୁରରୁ ପଦାକୁ ବାହାରି ଆସେ, ତେବେ ସେ କୁକୁଡ଼ାକୁ ବାହାରକୁ ଆଣି ଅନ୍ୟତ୍ର ରଖାଯାଏ । ଯଦି ଅନ୍ୟତ୍ର ରଖିର ସୁବିଧା ନଥାଏ, ତାହାହେଲେ କୁକୁଡ଼ା ଘରେ ଅଳ୍ପ ଉତ୍କଳ ବିଶିଷ୍ଟ ନାଲି ଆଲୁଅ ଜଳାଯାଏ ।
  8. କୁକୁଡ଼ା ଘରେ କୌଣସି କୁକୁଡ଼ା ଅନ୍ୟ କୁକୁଡ଼ାକୁ ଖୁମ୍ପିବାକୁ ଚେଷ୍ଟା କରୁଥିଲେ, ତାକୁ ବାହାର କରି ଅଲଗା ରଖାଯାଏ ।
  9. ସ୍ଵଜାତି ଭକ୍ଷଣ ତୁରନ୍ତ ପ୍ରତିରୋଧ ପାଇଁ ଉପରୋକ୍ତ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ପଶୁ ଚିକିତ୍ସକଙ୍କ ସାହାଯ୍ୟରେ କୁକୁଡ଼ାଙ୍କର ଚକ୍ଷୁ ଛେଦନ କରାଯାଏ । ଯେ କୌଣସି ବୟସରେ ୨ ମାସରେ ଥରେ ଓ ୪ ମାସରେ ଆଉଥରେ ଚଞ୍ଚୁ  ଛେଦନ କରାଯାଏ । କୁକୁଡ଼ାର ଉପର ଚଞ୍ଚୁର ଏକ ତୃତୀୟାଂଶକୁ କଇଁଚି ସାହାଯ୍ୟରେ କଟାଯାଇପାରେ ଏବଂ କଟାସ୍ଥାନରେ ଟିଚର୍ ଆୟୋଡିନ୍ ଲଗାଯାଇ ରକ୍ତସ୍ରାବ ବନ୍ଦ କରାଯାଏ । କିନ୍ତୁ ଏବେ ବିଦ୍ୟୁତ, ଚଞ୍ଚୁ ଛେଦନ ସାହାଯ୍ୟରେ ଚଞ୍ଚୁ ଛେଦନ କରାଯାଉଅଛି । ଯାହା ଫଳରେ ଚଞ୍ଚୁକୁ କାଟିବା ସମୟରେ ଲାଲ ଗରମପାତ ଦ୍ଵାରା ପୋଡ଼ି ହୋଇଯିବା ଯୋଗୁଁ ରକ୍ତସ୍ରାବ ବନ୍ଦ ହୋଇଯାଏ । ଉପର ଚଞ୍ଚୁକ କାଟିବା ସଙ୍ଗେ ସଙ୍ଗେ ତଳ ଚଞ୍ଚୁର ମୁନକୁ ଲାଲ ଗରମ ପାତରେ ଘସି ମୁଣ୍ଡିଆ କରିଦିଆଯାଏ ।

ଅଣ୍ଡା ଭକ୍ଷଣ -

ଫାର୍ମରେ କୁକୁଡ଼ାମାନଙ୍କର ଅଣ୍ଡା ଭକ୍ଷଣ ଅନ୍ୟ ଏକ ଦୁର୍ଗୁଣ । ଏହି ଦୁର୍ଗୁଣ ଗୋଟିଏ କୁକୁଡ଼ା ଠାରୁ ଅନ୍ୟ କୁକୁଡ଼ାକୁ ଅନୁକରଣ ଦ୍ଵାରା ବ୍ୟାପିଥାଏ । ଫଳରେ ବହୁତ କ୍ଷତି ହୋଇଥାଏ । ଏହି ଦୁର୍ଗୁଣ ଥରେ ଆରମ୍ଭ ହେଲେ, ଏହା ଏକ ଅଭ୍ୟାସରେ ପରିଣତ ହୋଇଥାଏ।

କାରଣ –

  1. ଖାଦ୍ୟସାର ଅଭାବ –
  2. ଦାନା ସନ୍ତୁଳିତ ନ ହୋଇଥିଲେ, କେତେକ ପ୍ରକାର ଖାଦ୍ୟସାର ଅଭାବ ହୁଏ । ତେଣୁ କୁକୁଡ଼ାମାନେ ଅଣ୍ଡା ଭକ୍ଷଣ କରି ଖାଦ୍ୟସାର ଅଭାବ ପୂରଣ କରିବାକୁ ଚେଷ୍ଟା କରନ୍ତି ।

    • ସାଧାରଣତଃ ଦାନାରେ ଯଦି ପୁଷ୍ଟିସାର କମ୍ ପରିମାଣରେ ଥାଏ କିମ୍ବା ଆବଶ୍ୟକାୟ ପରିମାଣର ପୁଷ୍ଟିସାର ଥାଇ ଯଦି ଆବଶ୍ୟକୀୟ ଏମିନୋ ଅମ୍ଭ ଯଥା - ମିଥୋୟୋନିନ୍ ଓ ଲାଇସିନର ଅଭାବ ଥାଏ, ତେବେ କୁକୁଡ଼ାଙ୍କର ଅଣ୍ଡା ଭକ୍ଷଣ ଦୁର୍ଗୁଣ ଦେଖାଯାଏ ।
    • ଦାନାରେ ଯଦି କ୍ୟାସିୟମ୍ ଓ ଫଫରସ୍ ଧାତବ ଲବଣ ଅଭାବ ଥାଏ କିମ୍ବା । ଉକ୍ତ ଦୁଇ ଧାତବ ଲବଣ ଉପଯୁକ୍ତ ଅନୁପାତରେ ନ ଥାନ୍ତି, ତାହେଲେ କୁକୁଡ଼ାଙ୍କର ଅଣ୍ଡା ଭକ୍ଷଣ ପ୍ରକୃତି ଜାତ ହୋଇଥାଏ ।
    • ଦାନାରେ ଯଦି ଜୀବନିକା ବା ଖାଦ୍ୟସାର ଘ ର ଅଭାବ ଥାଏ, ତେବେ ଏହି ଦୁର୍ଗୁଣ ଦେଖାଯାଏ ।
  3. ଅଣ୍ଡାଦେବା ବସା ସଂଖ୍ୟାର ଅଭାବ -
  4. ଯଦି କୁକୁଡ଼ା ଘରେ ଅଣ୍ଡା ଦେବା ବସା କୁକୁଡ଼ାଙ୍କ ସଂଖ୍ୟା ଅନୁପାତରେ କମ୍ ଥାଏ, ତେବେ କୁକୁଡ଼ାଙ୍କର ଅଣ୍ଡା ଭକ୍ଷଣ ଦୁର୍ଗୁଣ ଦେଖାଦିଏ । କାରଣ କୁକୁଡ଼ା ଏଣେତେଣେ ଅଣ୍ଡାଦିଏ । ଯାହାଫଳରେ ଅଣ୍ଡା ଭାଙ୍ଗିଯାଏ । କୁକୁଡ଼ା ଥରେ ଅଣ୍ଡାର ସ୍ଵାଦ ଚାଖିଲା ପରେ ଏହା ଅଭ୍ୟାସରେ ପଡ଼ିଥାଏ ।

  5. ଅଣ୍ଡାଦେବା ବସାରେ ତ୍ରୁଟି –
  6. ଯଦି ଅଣ୍ଡାଦିଆ ବସା ଟିକିଏ ଅନ୍ଧାରୁଆ ହୋଇ ନଥାଏ, ତେବେ କୁକୁଡ଼ା ଅଣ୍ଡା ଖୁମ୍ପିବାର ସମ୍ଭାବନା ଅଧିକ ହୁଏ । ଅଣ୍ଡାଦିଆ ବାସରେ ଅଳ୍ପ କରତ ଗୁଣ୍ଡ ପକାଇ ଦେବା ଉଚିତ୍ । କାରଣ କୁକୁଡ଼ା ଅଣ୍ଡା ଦେଲାବେଳେ ଅଣ୍ଡା ଯେପରି ଭାଙ୍ଗି ନ ଯାଏ ।

  7. ଠିକ୍ ସମୟରେ ଅଣ୍ଡା ସଂଗ୍ରହ ହେଉ ନ ଥିଲେ–
  8. ଅଣ୍ଡା ସାଧାରଣତଃ ଦିନକୁ ୨ ଥର ସଂଗ୍ରହ କରିବା ଦରକାର । ଯଦି ଏଥିରେ ତୃଟି ପରିଲକ୍ଷିତ ହୁଏ, ତେବେ କୁକୁଡ଼ା ଅଣ୍ଡାଦିଆ ବାକ୍ସ ଭିତରେ ଅଣ୍ଡା ଉପରେ ବସି ପୁନଶ୍ଚ ଅଣ୍ଡା ଦିଅନ୍ତି । ସେତେବେଳେ ଅଣ୍ଡା ଭାଙ୍ଗିଯିବାର ସମ୍ଭାବନା ଅଧିକ ଥାଏ ।

  9. କୋମଳ ଖୋଳ ଅଣ୍ଡା –
    • କ୍ୟାସିୟମ୍, ଫସଫରସ୍, ଧାତବ ଲବଣ ଅଭାବ ଓ ଅସନ୍ତୁଳିତ ଯୋଗୁଁ ଅଣ୍ଡା ଖୋଳ କୋମଳ ହୁଏ ।
    • ହରମୋନ୍ ଅସ୍ଥିରତା ଯୋଗୁଁ ମଧ୍ୟ କୁକୁଡ଼ା କୋମଳ ଅଣ୍ଡା ଦିଏ । ଏହି କୋମଳ । ଅଣ୍ଡାକୁ କୁକୁଡ଼ା ଖାଇବାକୁ ଭଲ ପାଏ । ତେଣୁ ଅଣ୍ଡାର ସ୍ଵାଦ ଚାଖିଲା ପରେ କୁକୁଡ଼ା ଭଲ ଅଣ୍ଡାକୁ ମଧ୍ୟ ଭାଙ୍ଗି ଖାଇବାକୁ ଇଚ୍ଛା କରେ ।
  10. ଖରାପ ପ୍ରକୃତିର କୁକୁଡ଼ା -
  11. କୁକୁଡ଼ା ଫାର୍ମରେ ଯଦି ଦୁର୍ଗୁଣ ପ୍ରକୃତି ବା ହିଂସ୍ର ପ୍ରକୃତିର କୁକୁଡ଼ା ଥାଆନ୍ତି, ତେବେ ସେମାନେ ଅନ୍ୟ କୁକୁଡ଼ାକୁ ବା ଅଣ୍ଡାକୁ ଖୁମ୍ପନ୍ତି ଏବଂ ବହୁ ସଂଖ୍ୟାରେ ଅଣ୍ଡା ଭାଙ୍ଗି ଭକ୍ଷଣ ଆରମ୍ଭ କରନ୍ତି । ତାଙ୍କଠାରୁ ଶିଖି ଭଲ କୁକୁଡ଼ା ମଧ୍ୟ ଅଣ୍ଡା ଭାଙ୍ଗି ଖାଇବାକୁ ଆରମ୍ଭ କରନ୍ତି ।

ପ୍ରତିକାର –

  1. କୁକୁଡ଼ାମାନଙ୍କ ବୟସ ଓ ସ୍ତର ଅନୁଯାୟୀ ସନ୍ତୁଳିତ ଦାନା ଦେବା ଆବଶ୍ୟକ ।
  2. ଦାନାରେ କ୍ୟାଲସିୟମ୍ ଓ ଫସ୍‌ଫରସ୍ ସନ୍ତୁଳନ ଅଣ୍ଡାଦିଆ କୁକୁଡ଼ାଙ୍କ ପକ୍ଷରେ ଅପରିହାର୍ଯ୍ୟ ।
  3. ଦାନାରେ ଆବଶ୍ୟକ ପରି ମାଣର ଭିଟାମିନ୍ “ଘର ମିଶ୍ରଣ ନିହାତି ଦରକାର ।
  4. ଅଣ୍ଡା ଭକ୍ଷଣକାରୀ ଦୁର୍ଗୁଣ କୁକୁଡ଼ାଙ୍କୁ ଦେଖିଲା ମାତ୍ରେ କୁକୁଡ଼ା ଘରୁ ବାହାର କରି ଆଣିବା ଦରକାର ।
  5. କୁକୁଡ଼ ଘରେ ଯଥେଷ୍ଟ ସଂଖ୍ୟକ ଅଣ୍ଡାଦିଆ ବସା ରଖିବା ଦରକାର ।
  6. କୁକୁଡ଼ା ଘରେ ଅଣ୍ଡାଦିଆ ବସାକୁ ଟିକିଏ ଅନ୍ଧାରୁଆ କରିବା ଓ ବସା ଭିତରେ କିଛି ପରିମାଣରେ କରତଗୁଣ୍ଡ ରଖିବା ଦରକାର ।
  7. କୁକୁଡ଼ାମାନଙ୍କର ଥଣ୍ଟ ଯଥା ସମୟରେ କାଟିବା ଦରକାର ।
  8. କୁକୁଡ଼ା ଘରର କୋଣରେ ଧଳା ରଙ୍ଗର କିମ୍ବା ଅକ୍ସ ଲାଲ ରଙ୍ଗର କାଠ ଅଣ୍ଡା ରଖିଲେ କୁକୁଡ଼ାମାନେ ଅଣ୍ଡା ଭକ୍ଷଣରୁ ନିବୃତ ହୁଅନ୍ତି ।

ପର ଖୁମ୍ପିବା

କୁକୁଡ଼ା ଫାର୍ମରେ ଗୋଟିଏ କୁକୁଡ଼ା ଅନ୍ୟ କୁକୁଡ଼ାର ପର ଖୁବା ବା ନିଜର ପର ଖୁମ୍ପି ଖାଇବା ଅନ୍ୟ ଏକ ଦୁର୍ଗୁଣ ।

କାରଣ –

  1. ସ୍ଥାନାଭାବ – ଫାର୍ମରେ ଗୋଟିଏ ଘରେ କୁକୁଡ଼ାର ଜାତି, ପ୍ରଜାତି ଓ ଅବସ୍ଥା ଅନୁଯାୟୀ ଯେତିକି କୁକୁଡ଼ା ରହିବା କଥା ଯଦି ତାହାଠାରୁ ଅଧିକ ରଖାଯାଏ, ତେବେ ସ୍ଥାନ ପାଇଁ କୁକୁଡ଼ାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଖୁମ୍ପାଖୁମ୍ପି ହୁଅନ୍ତି ଏବଂ ପର ଖୁମ୍ପିବାକୁ ଆରମ୍ଭ କରନ୍ତି ।
  2. ଖାଦ୍ୟସାର ଅଭାବ - ଦାନାରେ ତନ୍ତୁ ଆବଶ୍ୟକ ପରିମାଣରେ ନ ଥିଲେ, କୁକୁଡ଼ା ଅନ୍ୟ କୁକୁଡାର ପର ଖୁମ୍ପିବାକୁ ଆରମ୍ଭ କରେ ।
  3. ଧାତବ ଲବଣ ଅଭାବ – ଦାନାରେ ଆବଶ୍ୟକ ପରିମାଣର କ୍ୟାସିୟମ ଓ ଫଫରସ୍ ନ ଥିଲେ, କୁକୁଡ଼ାଙ୍କର ଅନ୍ୟ ଦୁର୍ଗୁଣ ସହ ପର ଖୁମ୍ପିବାକୁ ଚେଷ୍ଟା କରେ ।

ପ୍ରତିକାର –

  1. କୁକୁଡ଼ାଙ୍କର ଜାତି, ପ୍ରଜାତି ଓ ସ୍ତର ଅନୁଯାୟୀ ଆବଶ୍ୟକ ପରିମାଣର ସ୍ଥାନର ବ୍ୟବସ୍ଥା ନିତାନ୍ତ ଦରକାର ।
  2. କୁକୁଡ଼ା ଦାନାରେ ସାଧାରଣତଃ ସାତ ପ୍ରତିଶତ (ଶତକଡ଼ା ସାତ ଭାଗ ପର୍ଯ୍ୟନ୍ତ) ତନ୍ତୁ ରଖିବା ଉଚିତ୍ । ତାହାଠାରୁ ଅଧିକ ରଖିବା ଉଚିତ୍ ନୁହେଁ ।
  3. କୁକୁଡ଼ା ଦାନାରେ ଆବଶ୍ୟକ ପରିମାଣ ଓ ଅନୁପାତର କ୍ୟାସିୟମ୍ ଓ ଫଫରସ୍ ରଖିବା ଆବଶ୍ୟକ । ୪। ଯେଉଁ କୁକୁଡ଼ାର ପରଖୁମ୍ପା ହୋଇଥାଏ, ସେହି ଜାଗାରେ ଖୁମ୍ପା ପ୍ରତିରୋଧକ ମଲମ ଲଗାଇବା ଦରକାର ।
  4. ଆଘାତ ପ୍ରାପ୍ତ କୁକୁଡ଼ାଙ୍କୁ ଫାର୍ମରୁ ଅଲଗା ରଖିବା ଦରକାର । ସେହିପରି ଯେଉଁ କୁକୁଡ଼ାଙ୍କ ଠାରେ ପର ଖୁମ୍ପିବା ଦୁର୍ଗୁଣ ଦେଖାଦିଏ, ତାକୁ ତୁରନ୍ତ ବହିଷ୍କାର କରିବା  ଦରକାର ।

ଅଣ୍ଡା ଲୁଚାଇବା –

ଏହା କୁକୁଡ଼ାମାନଙ୍କର ଏକ ଆଦିମ ପ୍ରବୃତି । ଯେତେବେଳେ କୁକୁଡ଼ା ବ୍ୟବସାୟିକ ଭିଭିରେ ଆବଦ୍ଧ ଅବସ୍ଥାରେ ପାଳନ କରାଯାଉ ନଥିଲେ, ସେତେବେଳେ କୁକୁଡ଼ାମାନେ ବାହାରେ ବୁଲି ରହୁଥିଲେ । ତେଣୁ ସେମାନେ ବାହାରେ କୌଣସି ଏକ ଅନ୍ଧାରୁଆ ସ୍ଥାନରେ କିମ୍ବା ବୁଦା କଡ଼ରେ ଅଣ୍ଡା ଦିଅନ୍ତି । ଅଣ୍ଡାକୁ କୌଣସି ହିଂସ୍ରଜନ୍ତୁ ଖାଇଯିବା । ଭୟରେ ବା କେହି ନେଇଯିବା ଭୟରେ କୁକୁଡ଼ା ତାର ଅଣ୍ଡାଟିକୁ ଲୁଚାଇଦିଏ । କିନ୍ତୁ ଆବଦ୍ଧ ଅବସ୍ଥାରେ କୁକୁଡ଼ା ପାଳନ ଫଳରେ କୁକୁଡ଼ାର ସେପରି ଅଭ୍ୟାସ ଦୂର ହେଉଛି । ତେଣୁ ଉପଯୁକ୍ତ ପରିମାଣର ଅଣ୍ଡାଦିଆ ବସା କୁକୁଡ଼ା ଘରେ ରଖିଲେ କୁକୁଡ଼ା ନିୟମିତ ସେଠାରେ ଅଣ୍ଡାଦିଏ । ତେଣୁ ଅଣ୍ଡା ବସାଟି ଅନ୍ଧାରୁଆ ଓ ବସାରେ ଅଳିଆ ଶେଯ ଅବା ଦରକାର । ପ୍ରତ୍ୟେକ ଚାରୋଟି କିମ୍ବା ପାଆଟି ପେଣ୍ଡି ପାଇଁ ଗୋଟିଏ ଅଣ୍ଡାବସା ଦରକାର । ବସାର ଆକାର ୮" x ୧୨" x ୧୨" ହେବା ଦରକାର । ଅଣ୍ଡା ଗୋଟାଇବାର ସୁବିଧା ପାଇଁ ଅଣ୍ଡାଦିଆ ବସାକୁ ମେଜିଆ ଠାରୁ ଦେଢ଼ଫୁଟ ଉପରେ ରଖାଯାଏ ଏବଂ କୁକୁଡ଼ା ବସା ଭିତରକୁ ଯିବାପାଇଁ ଉପଯୁକ୍ତ ପାହାଚ ଯୁବା ଦରକାର । ଯଦି ଆବଶ୍ୟକୀୟ ପରିମାଣର ଅଣ୍ଡାଦିଆ ବାସ ନଥାଏ, ତାହାହେଲେ କୁକୁଡ଼ା ଘରର କୌଣସି କଣରେ ଅଣ୍ଡା ଦେଇ ଘୋଡ଼ାଇ ଦିଏ । ତେଣୁ ଅଣ୍ଡା ସଂଗ୍ରହ କରିବାରେ ଅସୁବିଧା ହୁଏ । ସମୟ ସମୟରେ କେତେକ ଅଣ୍ଡା ମଧ୍ୟ ସଂଗ୍ରହ କରାନ ଯାଇ ରହିଯାଏ କିମ୍ବା ଅଣ୍ଡା ସଂଗ୍ରହ କଲାବେଳେ ଗୋଡ଼ ପଡ଼ି ଭାଙ୍ଗିଯିବାର ଆଶଙ୍କା ଥାଏ ।

ବାଡିଅଗଣାରେ କୁକୁଡା ପାଳନ

ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଚାଷୀମାନଙ୍କ ନିମନ୍ତେ ବାଡି ଅଗଣାରେ ରଙ୍ଗୀନ କୁକୁଡା ପାଳନ ପାଇଁ ମାଗଣାରେ ଚିଆଁ, କୁକୁଡା ଆଶ୍ରୟସ୍ଥଳୀ ପାଇଁ ଟଙ୍କା ଓ ତାଲିମ ଯୋଗାଇ ଦିଆଯାଉଛି । ସରକାରୀ କୁକୁଡା ଚିଆଁ ଫୁଟା କେନ୍ଦ୍ରରୁ ଦିନିକିଆ ଚିଆଁ, ନିକଟସ୍ଥ ଚିଆଁପାଳନ କେନ୍ଦ୍ରରେ ଏକମାସ ପର୍ଯ୍ୟନ୍ତ ବଢାଇ , ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ ମାସିକିଆ ଚିଆଁ ଯୋଗାଇବାର ବ୍ୟବସ୍ଥା କରାଯାଇଥାଏ । ଏହି ଯୋଜନା ମାଧ୍ୟମରେ ଚଳିତ ବର୍ଷରେ ୯,୦୦୦ ହିତାଧିକାରୀଙ୍କୁ ରଙ୍ଗୀନ କୁକୁଡା ପାଳନ ପାଇଁ ସହାୟତା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧୦୦୦ ଟି ଚିଆଁ ବିଶିଷ୍ଟ ଚିଆଁ ପାଳନ କେନ୍ଦ୍ର ସ୍ଥାପନ କରିବା ପାଇଁ ମୂଳପୁଞ୍ଜି ବିନିଯୋଗ ଉପରେ ରିହାତିର ବ୍ୟବସ୍ଥା ଅଛି । ଏତଦବ୍ୟତୀତ ବତକ ପାଳନ ପାଇଁ କଟକ ଓ ଚିପିଲିମାରେ ଅବସ୍ଥିତ ସରକାରୀ ଫାର୍ମରୁ ଖାକି କ୍ୟାମ୍ପବେଲ ପ୍ରଜାତିର ଦିନିକିଆ ବତକ ଚିଆଁ ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ । ବତକମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ଅଧିକ ହୋଇଥିବାରୁ ସନ୍ତସନ୍ତିଆ ଜାଗାରେ ପାଳନ କରାଯାଇପାରେ ।

ବ୍ୟବସାୟିକ ଭିତିରେ କୁକୁଡା ଉଦ୍ୟୋଗ

ବ୍ରଏଲର କୁକୁଡା ଉଦ୍ୟୋଗ ପ୍ରତିଷ୍ଠା ରାଜ୍ୟ କୃଷିନୀତି ଅନୁସାରେ ୪୦୦୦ ରୁ ଅଧିକ କୁକୁଡା ଫାର୍ମ ପାଇଁ ଜଣେ ସାଧାରଣ ବର୍ଗର ଉଦ୍ୟୋଗୀ ଶତକଡା ୪୦ ଭାଗ ଏବଂ ମହିଳା , ଅନୁସୂଚିତ ଜାତି, ଜନଜାତି ଏବଂ କୃଷି ଏବଂ ଆନୁସଙ୍ଗିକ ବିଷୟରେ ସ୍ନାତକଧାରୀ ବ୍ୟକ୍ତି ମୂଳ ପୁଞ୍ଜି ବିନିଯୋଗ ରାଶିର ଶତକଡା ୫୦ଭାଗ ସବସିଡ ବା ଛାଡ ପାଇପାରିବେ । ଜଣେ ଉଦ୍ୟୋଗୀ ସର୍ବାଧିକ ୫୦ଲକ୍ଷ୍ୟ ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ସେହିପରି ଅଣ୍ଡାଦିଆ କୁକୁଡା ଉଦ୍ୟୋଗ ପାଇଁ ରାଜ୍ୟ କୃଷିନୀତି ଅନୁସାରେ, ଜଣେ ସାଧାରଣ ବର୍ଗର ଉଦ୍ୟୋଗୀ ଶତକଡା ୪୦ଭାଗ ଏବଂ ମହିଳା, ଅନୁସୂଚିତ ଜାତି, ଜନଜାତି ଏବଂ କୃଷି ଏବଂ ଆନୁସଙ୍ଗିକ ବିଷୟରେ ସ୍ନାତକଧାରୀ ମୂଳ ପୁଞ୍ଜି ବିନିଯୋଗ ରାଶିର ଶତକଡା ୫୦ଭାଗ ସବସିଡ ବା ଛାଡ ପାଇପାରିବେ । ଜଣେ ଉଦ୍ୟୋଗୀ ସର୍ବାଧିକ ୭୫ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ।

କୁକୁଡ଼ା ପାଳନ

ସାଧାରଣତଃ କୁକୁଡ଼ା ପାଳନ ତିନି ପ୍ରକାରର ଦେଖାଯାଏ । ପ୍ରଥମଟି ହେଲା- ଅଣ୍ଡାଦଆ କୁକୁଡ଼ା ବା ଲେୟାର । ଏହି ଜାତୀୟ କୁକୁଡ଼ାଙ୍କ ଶରୀରର ଓଜନ ଅପେକ୍ଷାକୃତ କମ୍ ହୋଇଥିବାରୁ ଏମାନେ କମ୍ ଖାଦ୍ୟ ଖାଇ ବେଶି ସଂଖ୍ୟାରେ ଅଣ୍ଡା ଦେବାକୁ ସମର୍ଥ ହୋଇଥାନ୍ତି । ଦ୍ଵିତୀୟଟି ହେଲା- ମାଂସାଳ କୁକୁଡ଼ା ବା ବ୍ରଏଲର । ଏହି ଜାତୀୟ କୁକୁଡ଼ା ଅଳ୍ପ ସମୟରେ ବେଶି ଓଜନ ହୋଇ ଯାଉଥିବାରୁ ଏମାନଙ୍କଠାରୁ ବେଶି ମାଂସ ମିଳିଥାଏ । ତୃତୀୟଟି ହେଲା ଉଭୟ ମାଂସ ଓ ଅଣ୍ଡା ପାଇଁ ଉଦ୍ଦିଷ୍ଟ କୁକୁଡ଼ା । ଏହି ଜାତୀୟ କୁକୁଡ଼ା ବେଶି ସଂଖ୍ୟାରେ ଅଣ୍ଡା ଦେବା ସହିତ ଅଧିକ ଓଜନ ମଧ୍ୟ ହୋଇଥାନ୍ତି । ସେହିପରି ଆମ ରାଜ୍ୟରେ କୁକୁଡ଼ା ପାଳନ ମୁଖ୍ୟତଃ ତିନି ପ୍ରକାର ଦେଖାଯାଏ ।

  1. ବ୍ୟବସାୟଭିତ୍ତିକ କୁକୁଡ଼ା ପାଳନ - ଯୁବୋଦେଖ୍ୟାଗୀମାନେ ସ୍ଵାବଲମ୍ବୀ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ାହେବା ପାଇଁ ବହୁ ସଂଖ୍ୟାରେ କୁକୁଡ଼ା ପାଳନ କରିଥାନ୍ତି ।
  2. ବ୍ୟକ୍ତିଗତ ବା ମଧ୍ୟମ ଧରଣର କୁକୁଡ଼ା ପାଳନ - ଏହି ପାଳନ ପଦ୍ଧତିରେ ଚାଷୀମାନେ କମ୍ ସଂଖ୍ୟାରେ ଛୋଟ ଛୋଟ ବ୍ରଏଲର ବା ଲେୟାର କୁକୁଡ଼ା ଫାର୍ମ କରିଥାନ୍ତି।
  3. ଘର ଅଗଣାରେ କୁକୁଡ଼ା ପାଳନ - ଏହି ପ୍ରକାର ପାଳନ ପଦ୍ଧତିରେ ଗାଁ ଗହଳିରେ ଲୋକେ କୁକୁଡ଼ାଙ୍କୁ ପଦାରେ ଛାଡ଼ିଦିଅନ୍ତି ।

ଏମାନେ ବାହାରେ ବୁଲି ପୋକ, ଜୋକ, ଜିଆ, କୀଟ, ଶସ୍ୟ, କଅଁଳ ଶାଗ ଆଦି ଦିନସାରା ଖାଆନ୍ତି ଏବଂ ସନ୍ଧ୍ୟାହେଲେ ରାତ୍ର ଆଶ୍ରୟସ୍ଥଳ ବା କୁକୁଡ଼ା ଭାଡ଼ିରେ ଆସି ରହନ୍ତି । ସେହିପରି କୁକୁଡ଼ା ପାଳନ ନିମନ୍ତେ ତିନି ପ୍ରକାର ପଦ୍ଧତି ବା ପ୍ରଣାଳୀ ଅବଲମ୍ବନ କରାଯାଏ ।

  1. ଡିପ୍ଲିଟର ପ୍ରଣାଳୀ
  2. ପିଞ୍ଜରା ପ୍ରଣାଳୀ
  3. ଘର ଅଗଣାରେ କୁକୁଡ଼ା ପାଳନ ପ୍ରଣାଳୀ ।

ବର୍ଷାଦିନେ ଜଳବାୟୁର ଆର୍ଦ୍ଧତା ବୃଦ୍ଧି ସହିତ ପରିବେଶ ଦୂଷିତ ଯୋଗୁ ବିଭିନ୍ନ ଅଣୁଜୀବ ଓ ପରଜୀବୀଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥାଏ । ଏଥିସହିତ ଦୂଷିତ ପାଣି ଏବଂ ଖାଦ୍ୟ କୁକୁଡ଼ାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ବର୍ଷାଦିନେ କୁକୁଡ଼ାଙ୍କ ଖାଦ୍ୟ ବେଶିଦିନ ରହିଲେ ବା ଗମୁରିଆ ହୋଇଗଲେ କିମ୍ବା ବର୍ଷାପାଣି ପତି ଫିମ୍ପି ମାରିଲେ ଏହା କୁକୁଡ଼ାଙ୍କ ଦେହରେ କବକ ଜନିତ ସମସ୍ୟା ଯୋଗୁ ମୃତ୍ୟୁମୁଖରେ ପଡନ୍ତି । ବାୟୁମଣ୍ଡଳରେ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ସକ୍ରୟ ହେବା ଯୋଗୁ ଶ୍ଵାସନଳୀ ଜନତ ରୋଗ ସୃଷ୍ଟି କରିଥାଏ । ସେହିଭଳି ବର୍ଷାଦିନେ କୁକୁଡ଼ା ଘରର ଲିଟର ଓଦା ଓ ସନ୍ତସନ୍ତିଆ ରହିବା ଯୋଗୁ ବିଭିନ୍ନ ଜୀବାଣୁ, କୃମି ଓ କକ୍ସିଡିଓସିସ୍ ବା ରକ୍ତଝାଡ଼ା କୁକୁଡ଼ାଙ୍କଠାରେ ଦେଖା ଦେଇଥାଏ । ବର୍ଷାଦିନେ କୁକୁଡ଼ାଙ୍କଠାରେ ଜୀବାଣୁ ଜନିତ ରୋଗ ବିଶେଷ କରି ଦେଖାଦେଇଥାଏ । କୁକୁଡ଼ାଙ୍କ ଦେହରେ ଟିଙ୍କ, ଉକୁଣି ଆଦି ପରଜୀବୀ ମାଧ୍ୟମରେ ରୋଗାକ୍ରାନ୍ତ କୁକୁଡ଼ାଙ୍କ ଦେହରୁ ସୁସ୍ଥ କୁକୁଡ଼ା ଦେହକୁ ସଂକ୍ରମିତ କରି ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ସାଧାରଣତଃ ବର୍ଷାଦିନେ କୁକୁଡ଼ାଙ୍କଠାରେ ଦେଖାଯାଉଥିବା କେତେକ ମୁଖ୍ୟ ରୋଗ ଓ ତା’ର ପ୍ରତିକାର ସମ୍ପର୍କରେ ସୂଚୀତ କରାଯାଉଛି ।

ଜୀବାଣୁ ଜନିତ ରୋଗ

କୁକୁଡ଼ାହଇଜା

ଏହା ପାଶ୍ଚୁରେଲା ମାଲଟୋସିଡ଼ା ନାମକ ଜୀବାଣୁ ଯୋଗୁ ହୋଇଥାଏ । ଏହି ରୋଗରେ କୁକୁଡ଼ାମାନେ ହଠାତ୍ ମୃତ୍ୟୁବରଣ କରନ୍ତି । ମୃତ୍ୟୁ ପୂର୍ବରୁ କୁକୁଡ଼ାଙ୍କ ଶରୀରର ଉତ୍ତାପ ବୃଦ୍ଧି ପାଇଥାଏ । ପର ଟାଉଁସିଆ ଦେଖାଯାଏ । ମୁହଁରୁ ଓ ନାକରୁ ଲାଳ ବାହାରେ । ଖାଦ୍ୟ ଖାଇବା କମିଯାଏ । ଚୂଳ ନେଳିଆ ପଡ଼େ। ଶାଗୁଆ କିମ୍ବା ହଳଦିଆ ପାଣିଝାଡ଼ା ହୁଏ ଓ ମଳଦ୍ଵାରରେ ଲାଗିଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ଆଣ୍ଟିବାୟୋଟିକ୍‌ର ଚିକିତ୍ସା ସହିତ ବୋରି’, ନଳକୂପ କିମ୍ବା ବିଶୋଧୂତ ପାଣି ପିଇବାକୁ ଦେଲେ। ଉକ୍ତ ରୋଗ ଦାଉରୁ କୁକୁଡ଼ାଙ୍କୁ ମୁକ୍ତ ରଖାଯାଇ ପାରିବ ।

ପୁଲୋରମ ବା ବାସିଲାରି ଦ୍ଵାଇଟ୍ ଡାଇରିଆ

ଏହି ରୋଗ ମୁଖ୍ୟତଃ ଛୋଟ କୁକୁଡ଼ାଙ୍କଠାରେ ଦେଖାଯାଏ । ବଡ଼ କୁକୁଡ଼ା ଏହି ରୋଗର ବାହକ ଭାବେ କାର୍ଯ୍ୟ କରନ୍ତି । ଏହି ରୋଗ ସାଲମୋନେଲା ପୁଲୋରମ ନାମକ ଜୀବାଣୁ ଯୋଗୁ ହୋଇଥାଏ । ଆକ୍ରାନ୍ତ ଛୁଆମାନେ ଏକାଠି ହୋଇ ଘୁମାନ୍ତି । ଧଳା ଚୂନ ଭଳି ଝାଡ଼ା ହୋଇ ମଳଦ୍ଵାରରେ ଲାଗିରହେ । ନିଃଶ୍ଵାସ ନେବା ସମୟରେ ଘୁଡ଼ୁ ଘୁଡ଼ୁ ଶବ୍ଦ କରନ୍ତି । ଖାଦ୍ୟ ଖାଇବା କମାଇ ଦିଅନ୍ତି । ସାଧାରଣତଃ ଛୁଆ ଫୁଟିବାର ୫ ରୁ ୧୦ ଦିନ ମଧ୍ୟରେ ମୃତ୍ୟୁହାର ଅଧିକ ହୁଏ । ବଡ଼ କୁକୁଡ଼ା ଆକ୍ରାନ୍ତ ହେଲେ ଶାଗୁଆ ଝାଡ଼ା କରନ୍ତି । ଦୁର୍ବଳ ଦିଶନ୍ତି । ଚୂଳ ଶୁଖିଲା ପରି ଦିଶେ । ଅଣ୍ଡା ଉତ୍ପାଦନ କମିଯାଏ । ଦୂଷିତ ପାଣି ବା ଖାଦ୍ୟ ମାଧ୍ୟମରେ ବଡ଼ କୁକୁଡ଼ା ସଂକ୍ରମିତ ହୋଇ ଏହି ରୋଗର ବାହକ ସାଜନ୍ତି ଏବଂ ଏମାନଙ୍କ ଅଣ୍ଡାରୁ ଛୁଆ ଫୁଟିଲେ ଚୁଆ ଏହି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ତେଣୁ କୁକୁଡ଼ାଙ୍କୁ ଗଭୀର ନଳକୂପ କିମ୍ବା ବୋରିଂ ପାଣି ବା ବିଶୋଧକ କୂଅପାଣି ପିଇବାକୁ ଦିଅନ୍ତୁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁରାଜୋଲିଡନ୍ କିମ୍ବା ବିଭିନ୍ନ ଆଣ୍ଟିବାୟୋଟିକ୍ ଦ୍ଵାରା ଚିକିତ୍ସା କରାନ୍ତୁ । କୁକୁଡ଼ା ଘରର ଲିଟରକୁ ଶୁଷ୍କ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ ।

କୁକୁଡ଼ା ଟାଇଫଏଡ୍

ଏହା ଏକ ଜୀବାଣୁ ଜନିତ ସାଲ୍‌ମୋନେଲା ଗାଲିନେରମ୍ ଯୋଗୁ ବଡ଼ କୁକୁଡ଼ାଙ୍କଠାରେ ଦେଖାଦେଇଥାଏ । କୁକୁଡ଼ାଙ୍କ ଶାଗୁଆ ରଙ୍ଗର ପାଣିଝାଡ଼ା ହୁଏ । ଚୂଳ ଶୁଖିଯାଏ । ଡେଣା ତଳକୁ ଝୁଲି ରହେ । କୁକୁଡ଼ା ନିସ୍ତେଜ ହୋଇ ବେକକୁ ଦୁଇଗୋଡ଼ ମଝିରେ ରଖେ । ରୋଗ ଆକ୍ରାନ୍ତ ହେବାର ୨ ରୁ ୩ ଦିନ ମଧ୍ୟରେ ମରିଯାଏ । କୁକୁଡ଼ା ଘରକୁ ଶୁଖିଲା ରଖିବା ସହିତ ଆକ୍ରାନ୍ତ କୁକୁଡ଼ାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ଆଣ୍ଟିବାୟୋଟିକ୍ ଦ୍ଵାରା ଚିକିତ୍ସା କଲେ ସୁଫଳ ମିଳେ ।

ଅଧିକ ଜାଣିବା ପାଇଁ  -"ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ  -

  • ଡଃ ଶରତ ଚନ୍ଦ୍ର ମିଶ୍ର
  • ଡଃ ପ୍ରବୀଣ କୁମାର ଦେହୁରୀ
  • ଡଃ ପ୍ରସନ୍ନ କୁମାର ମିଶ୍ର

ସଂଶୋଧିତ ବିଷୟବସ୍ତୁ -

  • ଡଃ ପ୍ରସନ୍ନ କୁମାର ମିଶ୍ର ପ୍ରଫେସର, କୁକ୍କୁଟ ବିଜ୍ଞାନ ବିଭାଗ ଓୟୁଏଟି, ଭୁବନେଶ୍ଵର
3.11764705882
harishankar majhi Feb 23, 2019 12:53 PM

କୁକୁଡା ମାନଙ୍କ ଦେହର ଟିଙ୍କ / ଉକୁଣୀ ହେଲେ କେମେତି ଦୂର କରିବା

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top