ସେଆର କରନ୍ତୁ

ଗୋ-ପୂଜନ

ଗୋବର୍ଦ୍ଧନ ପୂଜା ଓ ଗୋପାଷ୍ଟମୀକୁ ୧୯୫୨ ଠାରୁ ନଭେମ୍ବର ୨ ରୁ ୮ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ଦେଶରେ ଗୋସମ୍ବର୍ଦ୍ଧନା ସପ୍ତାହ ପାଳିତ ହେଉଛି ।

ଗୋସମ୍ବର୍ଦ୍ଧନା ସପ୍ତାହ

ଗୋବର୍ଦ୍ଧନ ପୂଜା ଓ ଗୋପାଷ୍ଟମୀକୁ ସଂଯୋଗ କରାଯାଇ ୧୯୫୨ ଠାରୁ ନଭେମ୍ବର ୨ ରୁ ୮ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା  ଦେଶରେ ଗୋସମ୍ବର୍ଦ୍ଧନା ସପ୍ତାହ ପାଳିତ ହେଉଛି ।  କାର୍ତ୍ତିକମାସ ଶୁକ୍ଳପକ୍ଷ ଦ୍ଵିତୀୟାଠାରୁ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ଏହି ସାତଦିନକୁ ଗୋସମ୍ବର୍ଦ୍ଧନା ସପ୍ତାହା କୁହାଯାଏ । ଏହି ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ନେଇ ରହିଥିବା ପ୍ରବାଦ ହେଲାବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣ ଓ ଅଗ୍ରଜ ବଳରାମ ଗୋପପୁରରେ ରହି ଗୋପାଳନର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି । ସେମାନେ ଗୋପାଳକ ସାଜି ପ୍ରତିଦିନ ବୃନ୍ଦାବନରେ ଜଙ୍ଗଲରେ ଗାଈ ଚରଉଥିଲେ । ଗୋ ସଂପଦ ଓ ଗିରି ଗୋବର୍ଦନ ସହ ଗୋପପୁର ବାସୀ ମାନେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ଏବଂ ବହୁ ଉପକାର ପାଉଥିବାରୁ ଗୋପବାସୀମାନେ ଇନ୍ଦ୍ରପୂଜା ପରିବର୍ଖ ଗୋମାତା ଓ ଗିରି ଗୋବର୍ଦନ ପୂଜା କରିବାକୁ ଗୋପପୁର ବାସୀଙ୍କୁ ପରମ ସଂସ୍କାରକ ଶ୍ରୀକୃଷ୍ଣ ପ୍ରବର୍ତ୍ତାଇ ଥିଲେ । ତେଣୁ ଇନ୍ଦ୍ରଦେବ  କ୍ରୋଧାନ୍ୱିତ ହେବାରୁ ତାଙ୍କର ପ୍ରକୋପରେ ପ୍ରବଳ ବୃଷ୍ଟି ଓ ବକ୍ରପାତ ଯୋଗୁଁ ଗୋପବାସୀମାନେ ଅତିଷ୍ଠ ହୋଇପଡ଼ିଲେ ।

ଶ୍ରୀକୃଷ୍ଣ ଗୋପବାସୀ ଓ ଗୋସଂପଦକୁ ପ୍ରବଳ ବୃଷ୍ଟିପାତରୁ ରକ୍ଷା କରିବା ପାଇଁ ନିଜର ବାମ ହସ୍ତର କନିଷ୍ଠ ଅଙ୍ଗୁଳିରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦଠାରୁ ସପ୍ତମୀ ପର୍ଯ୍ୟନ୍ତ ୭ଦିନ ଗିରି ଗୋବର୍ଦନ ଧାରଣ କରିଥିଲେ । ଶେଷରେ ଇନ୍ଦ୍ରଦେବ ନିଜର ଭୁଲ ବୁଝିପାରି ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ ଏବଂ ଗୋକୁଳର ଶ୍ରେଷ୍ଠ ରକ୍ଷକ ଭାବେ ତାଙ୍କ ନାମ ଗୋବିନ୍ଦ ଦେଲେ । ସ୍ଵୟଂ ଶ୍ରୀକୃଷ୍ଣ ଦର୍ଶଇଛନ୍ତି ଯେ ଗୋମାତାର ଲାଳନପାଳନ କଲେ, ମାନବ ସୁସଜୀବନ ଓ ଦୀର୍ଘୟୁ ଜୀବନ ଲାଭ କରିଥାଏ । ଭରଣପୋଷଣ କରୁଥିବାରୁ ଗୋମାତାକୁ ବିଶ୍ଵର ମାତା କୁହାଯାଏ।

ଗୋମାତାର ମହତ୍ତ୍ଵ

ଦେଶର ଆଧାର ହେଉଛି ଗ୍ରାମ । ଗ୍ରାମର ଆଧାର ହେଉଛି କୃଷକ । କୃଷକର ଆଧାର ହେଉଛି ଗୋବଂଶ । ତେଣୁ ଗୋବଂଶ ଉପରେ ଦେଶର ଆର୍ଥିକ ପ୍ରଗତି ନିର୍ଭର କରିଥାଏ । ଏହି ଗୋ ମାତା ଠାରୁ ଆମେ ଅନେକ ଉପକାର ପାଇଥାଉ । ମା' ବର୍ଷ ଦୁଇବର୍ଷ କ୍ଷୀର ଦେଇ ଆମଠାରୁ ସାର ଜୀବନ ସେବା ପାଇବା ପାଇଁ ଆଶା ରଖେ । କିନ୍ତୁ କେବଳ ଘାସ ବା ଚାରକୁ ଛାଡ଼ିଦେଲେ ଗୋମାତା, ଆମ ଠାରୁ ଅନ୍ୟ କୌଣସି ସେବା ଲୋଡ଼େ ନାହିଁ । ମା' ବେମାର ହେଲେ ଆମେ ତାହାର ସେବାକରୁ । କିନ୍ତୁ ଗୋମାତା ସାର ଜୀବନ ତ କେବଳ ଆମର ସେବା କରେନାହି ବରଂ ସେ ମରିବା ପରେ ଆମେ ତାହାର ଚମଡ଼ା, ହାଡ଼, ଶିଙ୍ଗ ଇତ୍ୟାଦିରୁ ବହୁତ ଲାଭ ପାଇଥାଉ । ଗୋରୁଙ୍କର ପ୍ରତ୍ୟେକ ଅଂଶ ମାନବର ଅର୍ଥନୈତିକ ଉନ୍ନତିରେ ସାହାଯ୍ୟ କରେ । ଗୋଦୁଗ୍ଧ ମନୁଷ୍ୟକୁ ଶକ୍ତି, ବଳ ଓ ସାତ୍ମିକ ବୃଦ୍ଧି ପ୍ରଦାନ କରେ । ଗୋବର ଓ ଗୋମୂତ୍ର କ୍ଷେତକୁ । ଉର୍ବର କରି ଶସ୍ୟ ଉତ୍ପାଦନରେ ସାହାଯ୍ୟ କରେ । ଗୋବର ଓ ଗୋରୁର ମୂତ୍ରରୁ ଉତ୍ପନ୍ନ ଖାତ ସହିତ କିଛି ସମାନ ହୋଇପାରିବ ନାହିଁ। ଗୋରୁର କ୍ଷୀର ଆବାଳ- ବୃଦ୍ଧବନିତାଙ୍କ ପାଇଁ ବେଶ୍ ଉପଯୋଗୀ । ଏଥିସହିତ ଗୋବର ଓ ଗୋମୂତ୍ର ବିଭିନ୍ନ ଔଷଧୀୟ କାର୍ଯ୍ୟରେ ବ୍ୟବହାର ହେବା ସହିତ ବିଭିନ୍ନ ଜୈବିକ କୀଟନାଶକ ଔଷଧଭାବେ ଶଯ୍ୟକୁ ବିଭିନ୍ନ କୀଟ ପତଙ୍ଗ ଦାଉରୁ ରକ୍ଷାକରେ ।

ଗୋରୁଙ୍କ ଉପରେ ସମାଜର ଅତ୍ୟାଚାର

ତେଣୁ ଗୋରୁଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତା’ର ଶରୀରର ସର୍ବାଙ୍ଗକୁ ସେହି ମାନବ ସମାଜ ପାଇଁ ଉତ୍ସର୍ଗାକୃତ କରିଥିବା ବେଳେ ଆମେ ସେମାନଙ୍କୁ ତା' ପ୍ରତିବଦଳରେ ଦେଉଛୋ, କ'ଣ? ସେମାନେ ଯେତେବେଳେ ବୃଦ୍ଧ, ରୁଗଣ ଓ ବିକଳାଙ୍ଗ ହୋଇଯାଉଛନ୍ତି କିମ୍ବା ସୁଷମ ଖାଦ୍ୟାଭାବ ବା ଅନାହାରରେ ଦୁଗ୍ଧ କମାଇ ଦେଉଛନ୍ତି ବା ବନ୍ଦ କରି ଦେଉଛନ୍ତି, ସେତେବେଳେ ବିନା ଦ୍ଵିଧାରେ ଆମେ କିଛି ନଗଦ ପଇସା ପାଇବା ଆଶାରେ କଂସେଇଙ୍କ ହାତକୁ ଟେକିଦେଉଛେ । ଯାହାଫଳରେ ରାତି ପାଇଲେ ଶହଶହ ଗୋରୁ ଚାଲାଣ ହେଉଥିବାର ଦୃଶ୍ୟ ରାଜରାସ୍ତାରେ ଦେଖିବାକୁ ମିଳୁଛି। ଗୋଟିଏ ଗୋଟିଏ ଟ୍ରକଳ୍ପରେ ଆବଶ୍ୟକତା ଠାରୁ ଅଧକ, ଗୋରୁଙ୍କୁ ବସ୍ଥାରେ ଲଦିଲା ଭଳି ଲଦି କେତେକ ଅର୍ଥପାପାସୁ। ବ୍ୟକ୍ତିମାନେ ଅନ୍ୟ ରାଜ୍ୟ ତଥା ଦେଶକୁ ଚାଲାଣ କରୁଛନ୍ତି । ରାତି ପାହିଲେ ଶହ ଶହ ଗୋରୁ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଆଦି ଜିଲାରୁ ଶିମିଳିଗୁଡ଼ା ଦେଇ କଂସେଇଖାନାକୁ ଯିବାକୁ ରାସ୍ତାକଡ଼ରେ ଧାଡ଼ି ବାନ୍ଧିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

ଗୋମାତାର ସୁରକ୍ଷା

ଗୋମାତାର ଆଖିରେ ଲୁହ ପରିବର୍ତ୍ତେ ରକ୍ତର ଧାର ନିୟୁତ ହେଉଅଛି । ଯଥାର୍ଥରେ ସନ୍ଥକବି ଭୀମଭୋଇ କହିଥିଲେ-ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଦେଖି କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ଆଜି ମାନବ ସମାଜ ସମଗ୍ର ଜୀବଜଗତ ପ୍ରତି ଜାଣତରେ ହେଉ ବା ଅଜାଣତରେ ହେଉ, ଯେଉଁ ଅନ୍ୟାୟ ଅତ୍ୟାଚାର ପ୍ରଦର୍ଶନ କରି ଚାଲିଛି, ତାହାର ଭୟାବହ ପରିଣତି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମାଧମରେ ଆମକୁ ଉପଲବ୍ଧି କରିବାକୁ ହେଉଛି ଓ ହେବ । ତେଣୁ ଗୋମାତାର ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପ୍ରତ୍ୟେକ ଜିଲାରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଗୋଶାଳା ପ୍ରତିଷ୍ଠା ହେବା ଦରକାର । ଯେଉଁମାନେ ଗୋପାଳନ କରିବାକୁ ଅସମର୍ଥ, ସେମାନେ ଗୋଶାଳାକୁ ମୁକ୍ତ ହସ୍ତରେ ଦାନକରିବା ବିଧେୟ ।

ଆଧାର -"ଦୈନିକ ଧରିତ୍ରୀ"

3.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
ସମ୍ପର୍କୀୟ ତଥ୍ୟ
ଆହୁରି ...
Back to top