ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଆକର୍ଷକ ଯନ୍ତା ଦ୍ଵାରା ଫସଲର ଅନିଷ୍ଟକାରୀ ପୋକ ଦମନ
ସେଆର କରନ୍ତୁ

ଆକର୍ଷକ ଯନ୍ତା ଦ୍ଵାରା ଫସଲର ଅନିଷ୍ଟକାରୀ ପୋକ ଦମନ

ଖାଦ୍ୟଶସ୍ୟକୁ ଅନିଷ୍ଟକାରୀ ପୋକରୁ କିପରି ରକ୍ଷା କରିବେ ସେ ସମ୍ବନ୍ଧୀୟ ସୂଚନା ।

ଫସଲର  ଅନିଷ୍ଟକାରୀ ପୋକ ଦମନ

ଚାଷୀମାନେ ଜାଣନ୍ତି ଯେ ଭଣ୍ଡାର ଘରେ ସାଇତି ରଖୁଥିବା ଖାଦ୍ୟଶସ୍ୟକୁ ମୂଷାଙ୍କ କବଳରୁ ରକ୍ଷା ଲାଗି ବିଭିନ୍ନ ପ୍ରକାର ଯନ୍ତାରେ ବିଷ ଥୋପ ରଖାଯାଇ ମୂଷାଙ୍କୁ ଆକର୍ଷିତ କରି ସେମାନଙ୍କୁ ଦମନ କରାଯାଏ । ସେହିପରି ବର୍ତ୍ତମାନ ପରିସ୍ଥିତିରେ ଭିନ୍ନ ଭିନ୍ନ ଫସଲକୁ ପୋକଙ୍କ ଦୌରାତ୍ମ୍ୟରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ସଂଗ ଆକର୍ଷକ ଯନ୍ତାର ବ୍ୟବହାର କରାଯାଉଛି । ଏହି ପ୍ରକାର ଯନ୍ତାରେ ଏକ ପ୍ରକାର ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଛି । ଏହି ରାସାୟନିକ ଦ୍ରବ୍ୟ ଏକ ପ୍ରକାର ଛୋଟ ପ୍ଲାଷ୍ଟିକ ଡବାରେ ରଖାଯାଉଛି । ଏହାକୁ ‘ଲିଓର କୁହାଯାଉଛି ।

ଚାଷୀମାନେ ବର୍ଷର ଋତୁଚକ୍ର ଓ ମୃତ୍ତିକାର ପ୍ରକାର ଏବଂ ଅବସ୍ଥିତି ଅନୁସାରେ ନିଜ ନିଜର ଜମିରେ ବିଭିନ୍ନ ପ୍ରକାରର ଫସଲ ଚାଷ କରନ୍ତି । ବର୍ଷା ଋତୁରେ ବିଭିନ୍ନ ଶସ୍ୟ ଯଥା ଧାନ, ମକା, ମାଣ୍ଡିଆ, ଭିନ୍ନ ପନିପରିବା ଯଥା ଭେଣ୍ଡି, ବାଇଗଣ, ଜହ୍ନି ଓ କାକୁଡି ଏବଂ ଶୀତ ଋତୁରେ ହରଡ, ମୁଗ, ବିରି, ବୁଟ, ଚଣା, ସୂର୍ଯ୍ୟମୁଖୀ, ଚିନା ବାଦାମି ଓ ବିଲାତି ବାଇଗଣ ଚାଷ କରାଯାଏ । ଧାନ ଫସଲରେ କାଣ୍ଡବିନ୍ଧା ପୋକ ବିଶେଷ କ୍ଷତି କରେ । ଧାନ ଗର୍ଭାବସ୍ଥା ପୂର୍ବରୁ ଏହି ପୋକ ଆକ୍ରମଣ କରିବା ଯୋଗୁଁ ଧାନକେଣ୍ଡାରେ ଅଗାଡି ସୃଷ୍ଟିହୁଏ । ମାଣ୍ଡିଆ, ମୁଗ,ବିରି, ଚଣା, ହରଡ ଓ ବୁଟ ଫସଲରେ ଛୁଇଁବିନ୍ଧା ପୋକ ଅଭୂତପୂର୍ବ କ୍ଷତି ଘଟାଏ । ଏହି ପୋକ ମଧ୍ୟ ସୂର୍ଯ୍ୟମୁଖୀ, ବିଲାତି ବାଇଗଣ ଓ କପା, ଫସଲର ମଞ୍ଜି ଏବଂ ଫଳ ବିନ୍ଧା ପୋକ ରୂପେ କ୍ଷତିକରେ । ଏହି ପୋକଟି ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ ଫସଲକୁ ଆକ୍ରମଣ କରେ । ତେଣୁ ଏହାକୁ ଅନ୍ତର୍ଜାତୀୟ ପୋକ ଆଖ୍ୟା ଦିଆଯାଇଛି । ଫସଲରୁ ଉତ୍ପନ୍ନ ଭିନ୍ନ ଭିନ୍ନ ଖାଦ୍ୟଶସ୍ୟ ଓ ପନିପରିବା ମୂଲ୍ୟ ବଜାରରେ ହ୍ରାସ ଘଟେ । ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଇପାରନ୍ତି ନାହିଁ ।

ଫସଲ ରକ୍ଷା

ଅତୀତରେ ବିଂଶ ଶତାବ୍ଦୀର ପ୍ରଥିମାର୍ଦ୍ଧରୁ ଅଷ୍ଟମ ଦଶକ ପର୍ଯ୍ୟନ୍ତ ଫସଲର କ୍ଷତିକାରକ ପୋକଙ୍କୁ ଦମନ କରିବା ସକାଶେ ଅତି ମାରାମ୍‌କ କୀଟନାଶକ ଦ୍ରବ୍ୟ ପ୍ରୟୋଗ କରାଯାଉଥିଲା । ଫସଲରେ ହାନିକାରକ ପୋକଙ୍କୁ ଦମନ କରିବାରେ କୀଟ ତତ୍ତ୍ଵବିତ୍‌ମାନେ ସଫଳତା ହାସଲ କଲେ ସତ, କିନ୍ତୁ ବାୟୁମଣ୍ଡଳ କ୍ରମଶଃ କୀଟନାଶକ ବିଷର ପ୍ରୟୋଗ ଯୋଗୁଁ ବିଶେଷ ଭାବେ ପ୍ରଦୂଷିତ ହେଲା । ବଜାରରେ ମିଳୁଥିବା ପନିପରିବାରେ କୀଟନାଶକ ଦ୍ରବ୍ୟ ଥିବାର ଦୃଷ୍ଟାନ୍ତ ମିଳିଲା । କ୍ଷତିକାରକ ଯୋକଙ୍କ କବଳରୁ କୀଟନାଶକ ପ୍ରୟୋଗ ବିନା ଅନ୍ୟ ଉପାୟ ଅବଲମ୍ବନ କରି ରକ୍ଷାକରିବା ପାଇଁ ପ୍ରଦୂଷଣବିତ, ପ୍ରଶାସକ, ସମାଜସେବକ, ରାଜନୈତିକ ନେତୃବୃନ୍ଦ, ରସାୟନବିତ ଓ କୀଟ ତତ୍ତ୍ଵବିତମାନେ ପ୍ରଯତ୍ନ ଆରମ୍ଭ କଲେ । ଯାହା ଫଳରେ ବର୍ତ୍ତମାନ ଉପକାରୀ ଜୀବାଣୁ, ଫିମ୍ପି, ସୂତଜୀବ ଏବଂ ଭୂତାଣୁଙ୍କୁ ପ୍ରୟୋଗ କରାଯାଉଛି । ଫସଲର ହାନିକାରକ ପୋକଙ୍କର ସ୍ତ୍ରୀ ପୋକଙ୍କୁ ବନ୍ଧ୍ୟା କରାଯାଇ ପୋକଙ୍କ ସଂଖ୍ୟା ହ୍ରାସ କରାଯାଉଛି । ବିଭିନ୍ନ ଫସଲରେ ଭିନ୍ନ ଭିନ୍ନ ସଙ୍ଗ ଆକର୍ଷକ ଯନ୍ତାର ପ୍ରୟୋଗ କରାଯାଉଛି । ପୋକଙ୍କର ଉପଜାତି ଅନୁସାରେ ସଙ୍ଗ ଆକର୍ଷକ ଯନ୍ତାରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ବିଭିନ୍ନ ପ୍ରକାରର। ନିର୍ଦ୍ଦିଷ୍ଟ ପୋକକୁ ଆକର୍ଷଣ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକାରର ସଙ୍ଗ ଆକର୍ଷକ ପଦାର୍ଥ ବ୍ୟବହାର କରାଯାଏ । ଧାନ କିଆରିରେ ପୀତ କାଣ୍ଡବିନ୍ଧା ପୋକର ଦମନ ଲାଗି ୟେଲୋ ୱେଷ୍ଟମ ଦେବାରର ଲିଓର ବ୍ୟବହାର କରାଯାଏ । ଏକ ଏକର ଫସଲ ପ୍ରତିଥରକେ ୦୮ରୁ ୧୦ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରାଯାଏ । ପ୍ରତ୍ୟେକ ଆକର୍ଷକ ଯନ୍ତା ମଧ୍ୟରେ ବ୍ୟବଧାନ ୨୦ରୁ୨୫ ମିଟର ରଖାଯାଏ । ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲରେ ପ୍ରତ୍ୟେକ ଯନ୍ତା ମଧ୍ୟରେ ବ୍ୟବଧାନ । ୨୫ରୁ ୨୬ ମିଟର କିମ୍ବା ୨୬ରୁ ୨୬ ମିଟର ରଖାଯାଏ । ତେଣୁ ଏକ ଏକର ଫସଲ ପ୍ରତି ୦୬ରୁ ୦୮ଟି ଲିଓର ବ୍ୟବହାର କରିବାକୁ ପଡେ । ହରଡ, ବୁଟ, ଚଣା, ମୁଗ, ବିରି, ମାଣ୍ଡିଆ, ବିଲାତି ବାଇଗଣ ଓ ସୂର୍ଯ୍ୟମୁଖୀକୁ ଆକ୍ରମଣ କରୁଥିବା ଛୁଇଁ ଓ ଫଳ ବିନ୍ଧା ପୋକର ଦମନ ନିମନ୍ତେ ହେଲି ଲିଓର ପ୍ରୟୋଗ ହୁଏ ।

ସେହିପରି ଚିନାବାଦାମ, ଫସଲର ପତ୍ରକଟା ପୋକର ଦମନ ପାଇଁ ସେପ୍ଟାଡୋ ଲିଓର ବ୍ୟବହାର ହୁଏ । ଭେଣ୍ଠି ଫସଲକୁ ଦୁଇଟି ଚିତ୍ରିତ ବକରା ପୋକ ଆକ୍ରମଣ କରନ୍ତି । ସେମାନଙ୍କୁ ଦମନ କରିବା ପାଇଁ ଏରଭିଟ୍ ଲିଓର ଓ ଏରିନ ଲିଓର ବ୍ୟବହାର କରିବାକୁ ପଡେ । ସେହିପରି କପା ଫସଲର ବକରା ପୋକଙ୍କୁ ଯନ୍ତାରେ ସଂଗ୍ରହ କରି ମାରିବା ପାଇଁ ପେକ୍ସିନୋ ଲିଓର ଓ ହେଲି। ଲିଓର ଏକ ଏକର ଫସଲରେ ୦୬ ରୁ ୦୮ଟି ଲିଓର ପ୍ରତିଥିର ପ୍ରୟୋଗ ହୁଏ । ଶୀତ ଋତୁରେ ଚାଷୀମାନେ ବନ୍ଧାକୋବି ଫସଲ କରନ୍ତି । ଏହି ଫସଲକୁ ହିରା ପିଠିଆ ପୋକ ଆକ୍ରମଣ କରେ ଏବଂ ଫସଲରେ ପ୍ରଚୁର ପରିମାଣରେ କ୍ଷତି ଘଟାଏ । ଏହି ପୋକକୁ ବିନାଶ କରିବା ପାଇଁ ଡାଇମଣ୍ଡ ବ୍ୟାକ୍ ମଥିଲିଓର ବ୍ୟବହାର ହୁଏ । ମକା, ଫସଲକୁ ମଞ୍ଜିବିନ୍ଧା ପୋକ ଆକ୍ରମଣ କରେ । ଏହି ପୋକକୁ ମାରିବା ପାଇଁ ହେଲି ଲିଓର ସଙ୍ଗ ଆକର୍ଷକ ଯନ୍ତା ବ୍ୟବହୃତ ହୁଏ ।

ଫସଲ କିଆରିରେ ଲିଓର ସହିତ ସଂଗ ଆକର୍ଷକ ଯନ୍ତା ସନ୍ଧ୍ୟା ସମୟରେ ରଖାଯାଏ । ଯନ୍ତା ରଖବା ପରେ ଲିଓରରେ ଥିବା ରାସାୟନିକ ଦ୍ରବ୍ୟ ବାଷ୍ଟ ଆକାରରେ ଫସଲ କିଆରିରେ ବିଭିନ୍ନ ଦିଗକୁ ବ୍ୟାପିଯାଏ । ଲିଓର ମଧ୍ୟରେ ରହୁଥିବା ରାସାୟନିକ ଦ୍ରବ୍ୟ ସ୍ତ୍ରୀ ପୋକର ଶରୀରରୁ ସଂଗୃହୀତ ହେଉଥିବାରୁ ଏହା ସେହି ଉପଜାତିର ପୁରୁଷ ପୋକଙ୍କୁ ଯନ୍ତା ମଧ୍ୟକୁ ଆକର୍ଷଣ କରେ । ଯନ୍ତା ମଧ୍ୟରେ ପୁରୁଷ ପୋକମାନେ ପଡିସାରିବା ପରେ ଯନ୍ତା ମଧ୍ୟରୁ କେବେହେଲେ ବାହାରକୁ ଆସି ପାରନ୍ତି ନାହିଁ । ପରବର୍ତ୍ତୀ ଦିନ ସେମାନଙ୍କୁ ଯନ୍ତା ମଧ୍ୟରୁ ବାହାରକୁ ଆଣି କିରୋସିନ ଦ୍ଵାରା ବିନାଶ କରାଯାଏ । ଲିଓର ସହିତ ସଂଗ ଆକର୍ଷକ ଯନ୍ତା ଫସଲ କିଆରିରେ ରଖୁବାର ଠା୮ ଦିନ ମଧ୍ୟରେ ଅନେକ ପୁରୁଷ ପୋକ ଯନ୍ତା ମଧ୍ୟରେ ପଡନ୍ତି । ପ୍ରତି ୧୫ ଦିନ ବ୍ୟବଧାନରେ ଯନ୍ତା ମଧ୍ୟରେ ନୂଆ ଲିଓରେ ରଖାଯାଏ । ଆକର୍ଷକ ପଦାର୍ଥ ଫସଲର ଉପରି ଭାଗରୁ ୦୧ରୁ ୦୧.୫ ଫୁଟ ଉଚ୍ଚରେ ରଖାଯାଏ । ସଂଗ ଆକର୍ଷକ ଯନ୍ତାର ବ୍ୟବହାର ଯୋଗୁ ଫସଲ କିଆରିରେ ପୁରୁଷ ପୋକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଏ । ଯାହାଫଳରେ ଫସଲ କିଆରିରେ ଥିବା ସ୍ତ୍ରୀ ପୋକମାନେ ପୁରୁଷ ପୋକ ବିନା ବନ୍ଧ୍ୟା ହୁଅନ୍ତି । ବଂଶାନୁକ୍ରମେ କ୍ଷତିକାରକ ପୋକଙ୍କ ସଂଖ୍ୟା ହ୍ରାସ ହେବା ଯୋଗୁ ଫସଲ ପୋକଙ୍କ ଆକ୍ରମଣରୁ ରକ୍ଷାଯାଏ ।

ଆକର୍ଷକ ରାସାୟନିକ ପଦାର୍ଥ ଅନ୍ୟାନ୍ୟ ଉପକାରୀ ଜୀବ ଯଥା ପରାଶ୍ରୟୀ, ପରଙ୍ଗଭେଜୀ ଏବଂ ପରାଗସଂଗମକାରୀ ପୋକଙ୍କ ପ୍ରତି ନିରାପଦ । ଏହି ଯନ୍ତା। ଫସଲ କିଆରିରେ ବ୍ୟବହୃତ ହେବା ସମୟରେ ଅନ୍ୟାନ୍ୟ ହାନିକାରକ ଯୋକଙ୍କୁ ଦମନ କରିବା ପାଇଁ ନିମ, କବକ ଓ ଜୀବାଣୁ ଜନିତ ଦ୍ରବ୍ୟ ଏବଂ ସୂତ୍ର ଜୀବଙ୍କୁ ସହଜରେ ବ୍ୟବହାର କରାଯାଏ । ଆକର୍ଷକ ପଦାର୍ଥ ମଧ୍ୟ ବାୟୁମଣ୍ଡଳ ପ୍ରତି ନିରାପଦ । ଆକର୍ଷକ ଯନ୍ତା ଫସଲ କିଆରିରେ ସହଜରେ ଏବଂ ସ୍ଵଳ୍ପ ଖର୍ଚ୍ଚରେ ଲଗାଯାଏ ।

ଆଧାର - "ଦୈନିକ ଧରିତ୍ରୀ"

3.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top