ସେଆର କରନ୍ତୁ

ଆମ୍ବ ଡିଆଁପୋକ

ଆମ୍ବ ଗଛରେ ଡିଆଁପୋକ ଚିହ୍ନ, ଲକ୍ଷଣ ଓ କିପରି ଦମନ କରିବେ ସେ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଆମ୍ବ ଡାହାଣୀ ବା ଡିଆଁ ପୋକ ବା ହପର୍ ଆମ୍ବର ଏକ ପ୍ରମୁଖ ଅନଷ୍ଟକାରୀ କୀଟ; ଯାହାର ପ୍ରଭାବରେ ବେଳେବେଳେ ଆମ୍ବ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ ।

ଏହି ଶୀର୍ଷକ ପଢ଼ି ଆପଣ ଭାବୁଥବେ ଆଈମା' କାହାଣୀର ସେହି ଭୟଙ୍କର ଚରିତ୍ର କ'ଣ । କୃଷି କ୍ଷେତ୍ରରେ ବି ଏହା ପ୍ରାଧାନ୍ୟ ବିସ୍ତାର କରିଛି ? ଆଜ୍ଞା ନା, ଏହା କେଉଁ କପୋଳକଳ୍ପିତ ଚରିତ୍ର ନୁହେଁ, ବର” ଏକ ଅନିଷ୍ଟକାରୀ କୀଟ, ଯାହା ଆମ୍ବ ଫସଲର ପ୍ରମୁଖ ଶତ୍ରୁ ଭାବେ ପରିଗଣିତ ହୁଏ । ଆଉ ବାକି ରହିଲା ଡାହାଣୀ ନାମକରଣର ଯଥାର୍ଥତା । ପୁରାତନ ସଭ୍ୟତାର ଅଣବିଜ୍ଞାନୀ ମଣିଷ ହୁଏତ ଏହି କୀଟର ଭୟଙ୍କର ପ୍ରାଦୁର୍ଭାବକୁ ଲକ୍ଷ୍ୟକରି ବା କୀଟ ଦ୍ଵାରା ହେଉଥିବା କ୍ଷତିର କାରଣ ଜାଣି ନପାରି ଏଭଳି ନାମକରଣ କରିଥାଇପାରେ ବୋଲି ବିଶ୍ଵାସ । ଆସନ୍ତୁ ଏହି କୀଟ ବିଷୟରେ ସବିଶେଷ ଜାଣିବା ।

ଆମ୍ବ ଡାହାଣୀ ବା ଡିଆଁ ପୋକ ବା ହପର୍ ଆମ୍ବର ଏକ ପ୍ରମୁଖ ଅନିଷ୍ଟକାରୀ କାଟା; ଯାହାର ପ୍ରଭାବରେ ବେଳେବେଳେ ଆମ୍ବ ଫସଲ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଏ । କେବଳ ଆମ ରାଜ୍ୟ ବା ଦେଶରେ ନୁହେଁ, ଏହି କୀଟ ଜନିତ କ୍ଷତିର ଭୟାବହତା ସୁଦୂର ମାଲେସିଆ ଓ ଇଣ୍ଡୋନେସିଆରେ ମଧ୍ୟ ପରିଲକ୍ଷିତ ହୁଏ । ସାଧାରଣତଃ ଆମ୍ବ ବଉଳଗୁଡ଼ିକ ଏହି କୀଟ  ଆକ୍ରମଣ ଯୋଗୁଁ କଳା ପଡ଼ିଯାଏ ଓ ଗଛ ଆମ୍ବ (ଫଳ) ଧରିବାରେ ଅସମର୍ଥ ହୋଇଯାଏ ।

ଚିହ୍ନଟର ଲକ୍ଷଣ

ଚନ୍ଦ୍ରଟର ଲକ୍ଷଣ ଧୂସର ବର୍ଣ୍ଣର ପୂର୍ଣ୍ଣାଙ୍ଗ କୀଟଟି ତ୍ରିଭୁଜାକାର ହୋଇଥାଏ । ଆମ୍ବ ଫସଲରେ ମୁଖ୍ୟତଃ ତିନି ପ୍ରକାରର ଡିଆଁ ପୋକ କ୍ଷତି ପହଞ୍ଚାଇଥାଏ । ଏଥିମଧ୍ୟରୁ ଗୋଟିଏ ପ୍ରଜାତିର ଡିଆଁ ପୋକ ୬.୩ ମିଲିମିଟର ଲମ୍ବା ବିଶିଷ୍ଟ ହୋଇଥଲା ବେଳେ ଅନ୍ୟ ଦୁଇ ପ୍ରଜାତିର ଡିଆଁ ପୋକ ହାରାହାରି ୫ ମିଲିମିଟର ଲମ୍ବା ବିଶିଷ୍ଟ ହୋଇଥାଆନ୍ତି । ଏମାନେ ଦିନ ସମୟରେ ଅଧିକ ସକ୍ରିୟ ଥାଆନ୍ତି । ପୂର୍ଣ୍ଣାଙ୍ଗ କୀଟ ର ଶୁଣ୍ଢରେ ୩ଟି ବାଦାମୀ ରଙ୍ଗର ଦାଗ ରହିଥାଏ । ଏହି କୀଟର ଅର୍ଭକ ଗୁଡ଼ିକ ହଳଦିଆ ବା ଫିକା ହଳଦିଆ ହୋଇଥାଆନ୍ତି । ଉଭୟ ଅର୍ଭକ ଏବଂ ପୂର୍ଣ୍ଣାଙ୍ଗ ଅବସ୍ଥା ଫସଲରେ କ୍ଷତି ପହଞ୍ଚାଇବାରେ ସକ୍ଷମ ହୋଇଥାଆନ୍ତି ।

ଜୀବନ ଚକ୍ର

ବର୍ଷର ପ୍ରତ୍ୟେକ ସମୟରେ ସକ୍ରିୟ ଥିବା ଏହି କୀଟର ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ଆସରେ କ୍ଷତି ପହଞ୍ଚାଏ । ମେ-ଜୁନ୍ ବା ଅକ୍ଟୋବର-ଜାନୁୟାରୀ ମାସରେ ହଜାର ହଜାର ପୂର୍ଣ୍ଣାଙ୍ଗ କୀଟ  ଗଛରେ ବସିଥିବା ଲକ୍ଷ୍ୟ କରାଯାଏ । ଡିସେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ସ୍ତ୍ରୀ କୀଟ  ଗୁଡ଼ିକ ଆମ୍ବ ବଉଳ ଓ କଅଁଳିଆ ପତ୍ରର ତନ୍ତୁ ମଧ୍ୟରେ ଗୋଟି ଗୋଟି କରି ଅଣ୍ଡା ଦେଇଥାଆନ୍ତି । ଗୋଟିଏ ସ୍ତ୍ରୀ କୀଟ ସାଧାରଣତଃ ୨୦୦ଟି ଅଣ୍ଡା ଦେଇଥାଏ । ଯାହା ମଧ୍ୟରୁ ୪ରୁ  ୭ ଦିନ ମଧ୍ୟରେ ଫିକା ହଳଦିଆ ରଙ୍ଗର ଅର୍ଭକ ବା ଡିଆଁ ପୋକ ବାହାରିଥାଏ । ଫେବୃୟାରୀ ମାସର ଶେଷଭାଗ ଆଡ଼କୁ ନୂଆକରି ସୃଷ୍ଟି ହୋଇଥିବା ଅର୍ଭକ ଗୁଡ଼ିକୁ ଦେଖିବାକୁ ମିଳିଥାଏ ।

ଏହି ଅର୍ଭକମାନେ ଆମ୍ବ ବଉଳର କୋଷରସ ଖାଇଦିଅନ୍ତି; ଯାହାଫଳରେ ଗଛରେ ବିଶେଷ କ୍ଷତି ହୋଇଥାଏ । ୮-୧୩ ଦିନ ମଧ୍ୟରେ ତିନିଥର ଚର୍ମ ନିମୋଚିତ ହୋଇ ଅର୍ଭକଗୁଡ଼ିକ ପୂର୍ଣ୍ଣାଙ୍ଗ କୀଟରେ ପରିଣତ ହୁଅନ୍ତି ଯାହାର ଡେଣା ଥାଏ । ଏହି ଡେଣା ଥିବା ଅବସ୍ଥାକୁ ହିଁ ଆମ୍ବ ଡାହାଣୀର ଆଖ୍ୟା ଦିଆଯାଇଥାଏ । ୧୭-୧୯ ଦିନ ମଧ୍ୟରେ ସଂପୂର୍ଣ୍ଣ ଜୀବନ ଚକ୍ର ସମାପ୍ତ ହୁଏ ।

କ୍ଷତି

ଏହି ଅନିଷ୍ଟକାରୀ କୀଟର ଉଭୟ ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ଆମ୍ବ ଫସଲରେ ବିଶେଷ କ୍ଷତି ପହଞ୍ଚାଇ ଥାଆନ୍ତି । ପୂର୍ଣ୍ଣାଙ୍ଗ କୀଟଟି ଅଣ୍ଡା ଦେବା ପାଇଁ କଣା କରିବା ଯୋଗୁ ବା ଅର୍ଭକ ଗୁଡ଼ିକ ଆମ୍ବ ବଉଳ ଓ ଫୁଲରୁ ରସ ଶୋଷି ଖାଇବା ଯୋଗୁ ଗଛରେ କ୍ଷତି ହୁଏ । ଫୁଲ ସବୁ ଶୁଖ୍ ଝଡ଼ିପଡ଼େ ବା ଫୁଲରୁ ଫଳ ବାହାରି ପାରେନାହିଁ । ଆର୍ଦ୍ର ଜଳବାୟୁରେ କୀଟ ନିର୍ଗତ 'ମଧୁ କଣିକା' ଉପରେ କଳା ଫିମ୍ପି ମାଡ଼ିଯାଏ, ଯାହା ପାଇଁ ବଉଳ କଳା ପଡ଼ିଯାଏ ଓ ଶୁଖାଯାଏ । ପବନ ବହିବା କ୍ଷଣି ଶୁଖଲା ବଉଳ ଝଡ଼ିପଡ଼େ । ଆମ୍ବ ବଉଳ ଧରିବା ବେଳକୁ ଏହି କୀଟର ବଂଶବୃଦ୍ଧି ହୁଏ । ଘଞ୍ଚ ପତ୍ର ବା ବଉଳ ଭିତରେ ଥିବା ଥଣ୍ଡା ଜାଗାରେ ଆମ୍ବ ଡାହାଣୀଗୁଡ଼ିକ ବାସ କରିବା ଲକ୍ଷ୍ୟ କରାଯାଏ । ସାଧାରଣତଃ ଏହି କୀଟ  ଦ୍ଵାରା ଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ ଓ ଗଛର ଫଳ ଧରିବା କ୍ଷମତା ହ୍ରାସ ପାଏ । ଅନୁସନ୍ଧାନରୁ ଜଣାଯାଇଛି। ଏହି କୀଟ ଯୋଗୁ ଆମ୍ବ ଫସଲରେ ହାରାହାରି ୬୦ ପ୍ରତିଶତ କ୍ଷତି ହୁଏ ।

ପରିଚାଳନା

କୀଟ  ପରିଚାଳନାର ସମନ୍ୱିତ ପଦକ୍ଷେପ ନେଲେ ଏହି କୀଟ ଜନିତ କ୍ଷତିରୁ ରକ୍ଷା ମିଳିଥାଏ । ପ୍ରଥମତଃ ହାଇ ଡେନ୍‌ସିଟି ପ୍ଲାଣ୍ଟି' ବା କମ୍। କମ୍ ବ୍ୟବଧାନରେ ଚାରା ରୋପଣ କରି ଚାଷ କଲେ ଏହି କୀଟର ପ୍ରାଦୁର୍ଭାବ ଅଧିକ ହୋଇଥାଏ । କାରଣ ଘଞ୍ଚ ପରିବେଶରେ ଆର୍ଦ୍ରତା ଅଧିକ ହୁଏ । ତେଣ୍ଡ ଏହା କୀଟ ର ବଂଶବୃଦ୍ଧିରେ ସହାୟକ ହୋଇଥାଏ । ନିୟମିତ ଜଳସେଚନ ବା ଭାଗ ଭାଗ କରି ଯବକ୍ଷାରଜାନ ସାରର ପ୍ରୟୋଗକୁ ପ୍ରୋତ୍ସାହନ ଦେବା ଉଚିତ୍ ନୁହେଁ । କାରଣ ଏହା କୀଟ ର ବୃଦ୍ଧି ଓ କ୍ଷତିରେ ଅନୁକୂଳ ବାତାବରଣ ସୃଷ୍ଟି କରିଥାଏ । ଆମ୍ବଗଛ ମୂଳରେ ବା ବଗିଚାରେ ପାଣି ଜମି ରହିବା ଉଚିତ ନୁହେଁ । ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ । ପୁରୁଣା ଘଞ୍ଚ ତୋଟାରେ କିଛି ଆମ୍ବ ଗଛର ଡାଳକୁ ହାଣି ଦେବା ଉଚିତ । ଯାହା ଦ୍ଵାରା ଯଥେଷ୍ଟ ସୂର୍ଯ୍ୟାଲୋକ ପ୍ରବେଶ ହୁଏ ଓ ତାପମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ। । ପରିଚାଳନାର ଏହିସବୁ ଦିଗ ଛାଡ଼ିଲେ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ହେଉଛି ରାସାୟନିକ ପରିଚାଳନା । ମାତ୍ରାଧିକ ରସାୟନ ପ୍ରୟୋଗ ନକରି ଅତ୍ୟାବଶ୍ୟକ ଘୋଳ ଉତ୍କଟ ରସାୟନର ପ୍ରୟୋଗ କରିବା ଉଚିତ୍ । ଏକ ଲିଟର ପାଣିରେ ୨ ମାଲାଥିଅନ ବା ୫ ଗ୍ରାମ୍ କାର୍ବାରିଲ୍ ସେଚିତ ଗୁଣ୍ଡ ମିଶାଇ ସକାଳ ବେଳା ପତ୍ର ସିଞ୍ଚନ କରାଯିବା ଉଚିତ । ନିମତେଲ ମଧ୍ୟ ପ୍ରୟୋଗ କରାଯାଇପାରିବ । ନିମତେଲର ପ୍ରୟୋଗ କଲେ ଅଧା ପରିମାଣର ଔଷଧ ଦରକାର ହୁଏ । କଳା ଫିମ୍ପି ନିୟନ୍ତ୍ରଣ କରିବା ପାଇଁ ଲିଟର ପିଛା ୫ ଗ୍ରାମ୍ ସେଚିତ କପର୍ ଗୁଣ୍ଡ ମିଶାଇ ସିଞ୍ଚନ କରାଯାଏ । ଗଛରେ ଫୁଲ ବାହାରିବା ଓ ଫଳ ବାହାରିବା ଅବସ୍ଥାରେ ଗଛ ପ୍ରତି । ୨୫ ଲିଟର ପାଣିରେ କୀଟନାଶକ ଓ ସେଚିତ ସଲ୍ଫର୍ ଗୁଣ୍ଡ ମିଶାଇ ସିଞ୍ଚନ କଲେ ସୁଫଳ ମିଳେ ।

ଆଧାର - ଭୁବନାନନ୍ଦ ଅଧିକାରୀ କୀଟ ତନ୍ମ ବିଭାଗ କୃଷି ମହାବିଦ୍ୟାଳୟ ଓ., ୟୁ.ଏ.ଟି.

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top