ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଆମ୍ବ ଫସଲରେ ପତ୍ର ଡିଆଁ ପୋକ ଦମନ
ସେଆର କରନ୍ତୁ

ଆମ୍ବ ଫସଲରେ ପତ୍ର ଡିଆଁ ପୋକ ଦମନ

ଆମ୍ବ ଫସଲରେ ପତ୍ର ଡିଆଁ ପୋକ ଦମନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଆମ୍ବ ଫସଲ

ଭାରତ ପୃଥିବୀରେ ବିଭିନ୍ନ ପ୍ରକାର ଫଳ ଯଥା ଆମ୍ବ, ପଣସ, ସପୁରୀ, କଦଳୀ, ପିଜୁଳି, ଡାଳିମ୍ବା, ସେଓ, ଅଙ୍ଗୁର, ନାସପାତି, ସପେଟା, ଲିବୁ, ଅଁଳା, ପିଚ, ପିଅର, ଫ୍ଲମ , ଚେରି  ଓ ୱାଲନଟ ଆଦି ଫଳ ଉତ୍ପାଦନରେ ଚାଇନା ପରେ ଦ୍ଵିତୀୟ ସ୍ଥାନ ଅଧକାରୀ କରିବାର ଗୌରବ ଅର୍ଜନ କରିବାରେ ସକ୍ଷମ ହୋଇପାରିଛି । ସମସ୍ତ ଫଳ ମଧ୍ୟରୁ ଆମ୍ବ ରସାଳ ହୋଇଥବାରୁ ଏହାକୁ ଫଳ ରାଜା କୁହାଯାଏ ।

ଭାରତର ସବୁ ରାଜ୍ୟରେ ଆମ୍ବ ଚାଷର ଚାହିଦା ରହିଛି । ଏପରିକି ସମୁଦ୍ର ପତନଠାରୁ ୬୦୦ ମିଟର ଉଚ୍ଚାଞ୍ଚଳରେ ଏହାକୁ ଚାଷ କରାଯାଏ । ଆମ୍ବ ଯେପରି ସ୍ଵାଦଯୁକ୍ତ ଖାଦ୍ୟ ରୂପେ ମନୁଷ୍ୟ ପ୍ରତି ଆକର୍ଷଣୀୟ ସେହିପରି ପ୍ରାୟ ୨୦୦ ପ୍ରଜାତିର ପୋକଙ୍କ ପ୍ରତି ମଧ୍ୟ ଆକର୍ଷଣୀୟ । କିନ୍ତୁ ପତ୍ରଡିଆଁ, ଚୂର୍ଣ୍ଣପୁଷ୍ପ, 'କାହାଳିଆ, ଉକୁଣିଆ, କାଣ୍ଡବିନ୍ଧା, ଡାଳ ଅଗବିନ୍ଧା, ପତ୍ର ବସା, ଫଳ ବିନ୍ଧା ମାଛି ଓ ଟାକୁଆବିନ୍ଧା ଘୁଣି କୀଟ ବା ପୋକ ଆଦି ଫସଲର ବଉଳ, ପତ୍ର, ଶାଖା ଓ ପ୍ରଶାଖା, ବକଳ ଓ ଟାକୁଆକୁ ଆକ୍ରମଣ କରନ୍ତି ଏବଂ ବିଶେଷ ପରିମାଣର କ୍ଷତି କରନ୍ତି ।

ସମସ୍ତ ପୋକଙ୍କ ମଧ୍ୟରେ ପତ୍ରଡିଆଁ ପୋକ ଏକ ଅନ୍ୟତମ କ୍ଷତିକାରକ ପୋକ । ତିନି ପ୍ରଜାତିର ପତ୍ରଡିଆଁ ପୋକ ମଧ୍ୟରୁ ଆମେରିଟୋଡସ ଆଟକିନ, ସୋନି ଓଡ଼ିଶାରେ ଅତ୍ୟନ୍ତ କ୍ଷତିକାରକ । ଏହି ପୋକକୁ ଚାଷୀମାନେ ଭ୍ରମବଶତଃ କାଇ କୁହନ୍ତି । ଏହି ପୋକ ଆସ୍ ଫସଲରେ ଆତଙ୍କ ସୃଷ୍ଟି କରେ ।

ପୋକ ଆକ୍ରମଣର ଲକ୍ଷଣ ଓ ଏହାଦ୍ଵାରା କ୍ଷତି ପରିମାଣ

ଏହି ପୋକ ଶୋଷକ ଜାତୀୟ ଏବଂ ଏହି ପୋକ ଅଣ୍ଡା ଓ ଅର୍ଭକ ଦେଇ ପୂର୍ଣ୍ଣଙ୍ଗ ପ୍ରାପ୍ତ ହୁଏ । ବସନ୍ତ ଋତୁରେ ବହୁସଂଖ୍ୟକ ଅର୍ଭକ ବଉଳ ଉପରେ ଜମା ହୋଇ ବଉଳରୁ ରସ ଶୋଷନ୍ତି । ଆକ୍ରମିତ ବଉଳ ସଂକୁଚିତ ହୁଏ । ସେଗୁଡିକ ବାଦାମି ରଙ୍ଗ ହୋଇ ତଳେ ଝଡିପଡନ୍ତି । ପୂର୍ଣ୍ଣଙ୍ଗ ପ୍ରାପ୍ତ ପୋକଗୁଡିକ ବଉଳ ଛାଡି, ପତ୍ର ଏବଂ ଆମ୍ବ ଗଛର ଶାଖା ଓ ପ୍ରଶାଖାକୁ ଗତି କରନ୍ତି । ଅର୍ଭକ ଓ ପୂର୍ଣାଙ୍ଗପ୍ରାପ୍ତ ପୋକଗୁଡିକ ପତ୍ରର ତଳ ଅଂଶରୁ ରସ ଶୋଷନ୍ତି । ଏହା ଯୋଗୁ ଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ । ପୂର୍ଣ୍ଣାଙ୍ଗପ୍ରାପ୍ତ ପୋକଗୁଡିକ ନିଜ ଶରୀରରୁ ମଧୁ କଣିକା ନିର୍ଗତ କରନ୍ତି । ଏହା ଫଳରେ ଫସଲରେ ଫିମ୍ପି ଜାତୀୟ ରୋଗ ସୃଷ୍ଟି ହୁଏ । ଏହି ରୋଗ ପତ୍ରର ଉପରିଭାଗ, ଆମ୍ବ ଗଛର ଶାଖା ପ୍ରଶାଖା ଏପରିକି ସୃଷ୍ଟି ହେଉଥବା ଚଣା ଆମରେ ଦେଖାଯାଏ । ଏହି କଳା ଆବରଣ ଯୋଗୁ ଆମ୍ବ ଗଛର ଅଙ୍ଗାର ଆମ୍ବୀୟ କରଣ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ । ଏହି ଫିମ୍ପିଜନିତ ରୋଗ ଦ୍ଵାରା ଆମ୍ବ ଫଳରେ କଳାଦାଗ ମାନ ଦେଖାଯାଏ ।

ଏହା ଯୋଗୁ ଚାଷୀମାନେ ବଜାରରେ ଆମ୍ବର ଉପଯୁକ୍ତ ମୂଲ୍ୟ ପାଇ ପାରନ୍ତି ନାହିଁ । ବେଳେ ବେଳେ ଆମ୍ବ ଫସଲର ବଉଳ ୨୦ରୁ ୧୦୦ ପ୍ରତିଶତ ହ୍ରାସ ପାଏ । ପତ୍ରଡିଆଁ ପୋକଗୁଡିକ ଆମ୍ବ ବଗିଚାରେ ଦଳ ଦଳ ହୋଇ ଉଡନ୍ତି । ସେମାନେ ମଧ୍ୟ ଗଛ  ଡାଳର ବକଳରେ ଏବଂ ଗଛର ସମସ୍ତ  ଅଂଶ ବିଶେଷରେ ଆଶ୍ରୟ ନିଅନ୍ତି ।

ଏହି ପୋକର ସ୍ତ୍ରୀ ପୋକ ବଉଳ ଫୁଲର ପାଖୁଡା ଓ ବୃନ୍ତରେ ବହୁସଂଖ୍ୟାରେ ଅଣ୍ଡା ଦିଅନ୍ତି । ପୋକ ଆକ୍ରମଣ ଯୋଗୁ ବଉଳରେ କ୍ଷତ ସୃଷ୍ଟିହୁଏ ଏବଂ ଏହା ପରବର୍ତ୍ତୀ ସମୟରେ ପଚିଯାଇ ଗଛରୁ ଝଡି ପଡେ । ଫିମ୍ପି ଜନିତ ରୋଗକୁ ମଧୁକଣିକା ରୋଗ କୁହାଯାଏ, ଆମ୍ବ ଫସଲରେ ପୋକଙ୍କ ଦୌରାତ୍ମ୍ୟ ଏତେ ପରିମାଣରେ ବୃଦ୍ଧି ପାଏ ଯେ ଯାହାଦ୍ଵାରା ଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୁଏ।

ଆଧାର - ଡ. ବିଷ୍ଣୁ ଚରଣ ଜେନା, ଅବସରପ୍ରାପ୍ତ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ, ଓୟୁଏଟି

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top