ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଆମ୍ବର ଅଫଳନ ଓ କଲରା କଷି ଝଡ଼ିବା ସମସ୍ୟା କିପରି ଦୂର କରିବେ
ସେଆର କରନ୍ତୁ

ଆମ୍ବର ଅଫଳନ ଓ କଲରା କଷି ଝଡ଼ିବା ସମସ୍ୟା କିପରି ଦୂର କରିବେ

ଆମ୍ବର ଅଫଳନ ଓ କଲରା କଷି ଝଡ଼ିବା ସମସ୍ୟା କିପରି ଦୂର କରିବେ ସେ ସମ୍ବନ୍ଧୀୟ ସୂଚନା ।

ଆମ୍ବର ଅଫଳନ ସମସ୍ୟା ଦୂର

ଆମ ରାଜ୍ୟରେ ଉପଯୁକ୍ତ ଯନ୍ତ୍ର ଅଭାବରୁ ଅନେକ ଆମ୍ବ ବଗିଚାରେ ଆଶାନୁରୂପ ବଉଳ ଆସେ ନାହିଁ କିମ୍ବା ଫଳ ଧରେ ନାହିଁ । କିନ୍ତୁ ଆମେ ଚାହିଁଲେ ଅକ୍ଟୋବର ଓ ସେପ୍ଟେମ୍ବର ମାସରେ କେତେକ ବିଶେଷ ପଦ୍ଧତି ଅନୁସରଣ କରି ଆମ୍ବ ବଗିଚାରେ ଦେଖାଯାଉଥିବା  ବଉଳ ହେବା ଏବଂ ଫଳ ଧରିବା ସମସ୍ୟାକୁ ଦୂର କରିପାରିବା ।

  • ଆମ୍ବର ଅଫଳନ ଓ କଲରା କଷି ଝଡ଼ିବା ସମସ୍ୟା କିପରି ଦୂର କରିବେଗୋଟିଏ ୧୦ ବର୍ଷରୁ ଊର୍ଦ୍ଧ୍ଵ ସୁସ୍ଥ ଆମ୍ବଗଛ ବୟସାନୁସାରେ ଖରାଦିନେ ଦିନକୁ ୧୦୦ ରୁ ୩୦୦ ଲିଟର ଜଳ ଆବଶ୍ୟକ କରେ । ବର୍ଷାଦିନେ ଓ ଶୀତ ଦିନେ ଜଳର ଆବଶ୍ୟକତା ଏହାର ପ୍ରାୟ ଅଧା ବର୍ଷ ପରିମାଣ କମ୍ ଥିଲେ ଜଳସେଚନ କରାଯାଇଥାଏ । ବୃନ୍ଦା ଜଳସେଚନ ପଦ୍ଧତିରେ ପ୍ରାରମ୍ଭିକ ଖର୍ଜ ବହୁତ କମ୍ ରହେ । ଏଣୁ ଜଳ ସେଚନ ପାଇଁ କୂପ, ନଳକୂପ ସହ ବୃନ୍ଦା  ଜଳ ସେଚନ ପଦ୍ଧତି ଅନୁସରଣ କରନ୍ତୁ । କିନ୍ତୁ  ସେପ୍ଟେମ୍ବର, ଆକ୍ଟୋବର, ନଭେମ୍ବର, ଡିସେମ୍ବର, ଜାନୁଆରୀ ମାସ ଜୋର ଜଳସେଚନ ବନ୍ଦ ରଖାଯାଏ । ଏଇ ସମୟରେ ଅତ୍ୟଧିକ ଜଳସେଚନ କଲେ । ବଉଳ ନ' ବାହାରି ପତ୍ର ମୁକୁଳ ବାହାରିଥାଏ ।
  • ଭଲ ଫୁଲ ପାଇଁ ସେପ୍ଟେମ୍ବର ଅକ୍ଟୋବର ମାସରେ ୨ଥର ପୋଟାସିୟମ୍ ନାଇଟ୍ରେଟ୍ ୨ ପ୍ରତିଶତ ଦ୍ରବଣ ୧୫ ଦିନ ବ୍ୟବଧାନରେ ସିଞ୍ଚନ କଲେ ଏହା ବଉଳ ଆସିବା ପାଇଁ ସହାୟକ ହୁଏ । ଜାନୁଆରୀ ୨୦ ତାରିଖ ପାଖାପାଖୁ ଆଉ ଥରେ ଏଇ ଦ୍ରବଣ ସିଞ୍ଚନ କଲେ। ବଉଳ ଓ କଶି ଝଡ଼ା ବନ୍ଦ ହୁଏ ।
  • ଗଛର ମୂଳସେପ୍ଟେମ୍ବର ଅକ୍ଟୋବରମାସରେ ପରିଷ୍କାର କୋଡ଼ା ଖୁସା କରି ଖତ ଓ ଉର୍ମି କୋମ୍ପାଷ୍ଟ ସହିତ ୪ ରୁ ୫ ଗ୍ରାମ୍ ପ୍ଲାଇକ୍ଲୋବ୍ୟୁଟାଜଲ ଗଛର ମୂଳଠାରୁ ୧.୫ମିଟର ଦୂରରେ ଥିବା ଏକ ଗୋଲାକାର ମନ୍ଦାରେ ପ୍ରୟୋଗ କରି ଆବଶ୍ୟକୀୟ ଜସେଚନ କଲେ ପ୍ରଚୁର ବଉଳ ଆସେ । ଏହି ଔଷଧ କଲ୍ଚର, ଲଗାନ ଆଦି ନାମରେ ବଜାରରେ ମିଳୁଛି ।

କଲରା କଷି ଝଡ଼ିବା ସମସ୍ୟା ଦୂର

ବେଳେ ବେଳେ ଦେଖାଯାଏ କଲରା, ଫଳ ଧରିବା ପରେ ହଠାତ ହଳଦିଆ  ପଡିଯାଉଛି ଓ ଶୁଖିଯାଇ ଝଡିଯାଉଛି । ଏହି ପରିସ୍ଥିତିରେ ଚାଷୀମାନଙ୍କୁ ବିଶେଷ କ୍ଷତି ମଧ୍ୟ ସହିବାକୁ ପଡିଥାଏ । କଲରାରେ ଏଭଳି ସମସ୍ୟା ଦେଖାଦେବାର ମୁଖ୍ୟ କାରଣ ହେଉଛି ‘ଫଳବିନ୍ଧା ମାଛି' । ଏମାନେ ସାଧାରଣତଃ ଘର ମାଛି ଠାରୁ ଛୋଟ । କଲାରର ତଳ ଭାଗରେ ଏମାନେ ଅଣ୍ଡା ଦେଇଥାନ୍ତି । ଏଥିରୁ ବାହାରୁଥୁବା ଲାର୍ଭା ସହଜରେ ଫଳର ଅଭ୍ୟନ୍ତରକୁ ଯାଇ ଏହାର କୋମଳ ମାଂଶାଳ ଅଂଶକୁ ଖାଇଥାନ୍ତି । ଏହି ଫଳ ମାଛି କେବଳ କଲରା ନୁହେଁ ଜହ୍ନି, ତରଭୁଜ ଆଦିରେ ଲାଗିଥାନ୍ତି । କଲରାରେ କଷି ଝାଡା ସମସ୍ୟାର ପ୍ରତିକାର ପାଇଁ ବିଶେଷ ସତର୍କ ଅବଲମ୍ବନ କରିବା ଜରୁରୀ ।

  • ଏଥିପାଇଁ ୧ ଭାଗ ମାଲା ଥାଆନ, ୧୦ ଭାଗ ଗୁଡ।, ୧୦ ୦ ଭାଗ ପାଣିର ଦ୍ରବଣକୁ ଫଳ ଆକ୍ରାନ୍ତ ସମୟରେ ଗଛର ପତ୍ର ମୂଳରେ ସିଞ୍ଚନ କଲେ। ଏଥୁରେ ମାଛିମାନେ ଆକର୍ଷିତ ହୋଇ ବସିବା ପରେ ମରିଯାନ୍ତି ।
  • କଲରା ଗଛରେ ସଢିଯାଇଥୁବା ବା ଶୁଝାଯାଇଥୁବା ଫଳ ଆଦିକୁ ଦୂରକୁ ନେଇ ନଷ୍ଟ କରନ୍ତୁ ।
  • ଯେଉଁମାନେ ବ୍ୟାବସାୟିକ ଭାବେ କଲରା ଚାଷ କରୁଛନ୍ତି ସେମାନେ ଏ । ହେକ୍ଟର ପ୍ରତି ୧୦ଟି ମିଥାଇଲ ୟୁଜେନଲ, ଜଳଜନ୍ତା ବ୍ୟବହାର କରି , ଅଣ୍ଡିରା ଫଳ ମାଛିକୁ ଦମନ କରିପାରିବେ । ୨୫୦ ମିଲି ପାଣିରେ ୧ ମିଲି ମିଥାଇଲ ୟୁଜେନଲ ପକାଇ ଏହି ଜଳଜନ୍ତା  ପ୍ରସ୍ତୁତ କରାଯାଏ । ଅଣ୍ଡିରା ଫଳମାଛି ଏହାର ଗନ୍ଧରେ ଆକୃଷ୍ଟ ହୋଇ ଜଳରେ ପଢି ମରିଯାନ୍ତି ।
  • ୩୦-୫୦ ଗ୍ରାମ୍ ଗୁଡ, ୨ ଗ୍ରାମ୍ ମାଲାମ୍ପୁଅନ୍, ୧ ଲିଟର ପାଣିର ଏହି ମିଶ୍ରଣକୁ ବହଳିଆ କରି ୪ ରୁ ୫ ଚାମଚ ଗୋଟିଏ ପତ୍ର ଦେଠାଲାରେ ଗଛ ମୂଳରେ ରଖୁଲେ ଏଥୁରେ ମାଇ ତଥା ଅଣ୍ଡିରା ମାଛିମାନେ ଆକର୍ଷିତ ହୋଇ ଗଛରେ ବସନ୍ତି ଓ ଏହି ମିଶ୍ରଣର ପ୍ରଭାବରେ ମରିଯାଅନ୍ତି ।

ଆଧାର -"ଦୈନିକ ପ୍ରମେୟ"

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top