ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଉଇ ସମସ୍ୟାର ପ୍ରତିକାର
ସେଆର କରନ୍ତୁ

ଉଇ ସମସ୍ୟାର ପ୍ରତିକାର

ଉଇ ସମସ୍ୟାର ପ୍ରତିକାର କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଉଇ ଆକ୍ରମଣ

ଉଇ ଫସଲ କିଆରିର ଭିନ୍ନ ଭିନ୍ନ ଫସଲକୁ ବିଭିନ୍ନ ଅବସ୍ଥାରେ ଏମାନେ ଆକ୍ରମଣ କରନ୍ତି । ବିଶେଷତଃ ଶୁଷ୍ପାଞ୍ଚଳର ଫସଲକୁ ଉଇ, ସହଜରେ ଆକ୍ରମଣ କରନ୍ତି । ଉଇଙ୍କୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରାଯାଏ । ଭାରତରେ ୨୬୧ ପ୍ରଜାତିର ଉଚ୍ଚର ଦେଖାଯାଆନ୍ତି । ସେମାନଙ୍କ ମଧ୍ୟରୁ ୧୩ ପ୍ରଜାତିର ଉଚ୍ଚ ବାସଗୃହରେ ଉପଲବ୍ଧ କାଠ ନିର୍ମିତ ବ୍ୟବହାର୍ଯ୍ୟ ପଦାର୍ଥ ଏବଂ ଘରର କାଠଦ୍ଵାରା ନିର୍ମିତ ଝରକା, କବାଟ, ଦ୍ଵାରବନ୍ଧ ଓ କାଗଜକୁ ଖାଆନ୍ତି । ଅନେକ ପ୍ରଜାତିର ଉଇ ଢିପ ଜମିର ଧାନ ଫସଲ, ମକା, ସୁଆଁ, ମାଣ୍ଡିଆ, ବାଲି, ସୋୟାବିନ, ହରଡ, ବୁଟ, ମୁଗ, ଚିନାବାଦାମ, ବାଇଗଣ, ଆଳୁ, ଗୋଲାପ, ସେବତୀ, ଗେଣ୍ଡୁ, ଆମ୍ବ, କଦଳୀ, ଲେମ୍ବୁଜାତୀୟ ଫସଲ, ନଡ଼ିଆ ଏବଂ ଆଖୁ ଫସଲକୁ ଆକ୍ରମଣ କରନ୍ତି । ବିଭିନ୍ନ ପନିପରିବା ଚାଷ କରିବା ପାଇଁ ତଳି ପଟାଳିରେ ମଞ୍ଜି ବୁଣାଯାଇ ସେଥିରୁ ଚାରା ଉତ୍ପାଦନ କରାଯାଏ । ଚାରାବସ୍ଥାରେ ଉଇ ଆକ୍ରମଣ କରନ୍ତି । ଆଖୁ ଫସଲରେ ଆଖୁ ଖଣ୍ଡ ପୋତିବା ସମୟରେ ୩୦ରୁ ୬୦ ପ୍ରତିଶତ ଆଖିକୁ ଉଇମାନେ ଖାଇଥିବାର ଦୃଷ୍ଟାନ୍ତ ମିଳେ । ଏହାଯୋଗୁ ହାରାହାରି ୩୩  ପ୍ରତିଶତ ଆଖୁ, ଅମଳ ହ୍ରାସ ହେବାର ତଥ୍ୟ ମଧ୍ୟ ମିଳିଛି ।

ଉଇ ଉପଦ୍ରବ ବୃଦ୍ଧିର ଅନୁକୂଳ କାରଣ

ଫସଲରେ ମରୁଡ଼ି ଦେଖାଦେଲେ ଉଇଙ୍କ ଦ୍ଵାରା କ୍ଷତିର ପରିମାଣ ବୃଦ୍ଧିପାଏ । ବାଲିଆ ମାଟିରେ ହେଉଥିବା ଫସଲରେ ମଧ୍ୟ ଉଇ, ସମସ୍ୟା ବୃଦ୍ଧିପାଏ ।

ଉଇଙ୍କ ଜୀବନ ଶୈଳୀ

ଉଇଙ୍କୁ ସାଧାରଣତଃ ଚାରି ଜାତିରେ ବିଭକ୍ତ କରାଯାଏ । ସେମାନେ ହେଲେ ରାଜା ଓ ରାଣୀ ଉଇ। ତୃତୀୟଟି ଶ୍ରମିକ ଏବଂ ଚତୁର୍ଥଟି ସୈନିକ ଶ୍ରେଣୀର । ରାଜା ଓ ରାଣୀଙ୍କୁ ରାଜକୀୟ ଯୋଡି  କୁହାଯାଏ । ସେମାନଙ୍କର ଦୁଇ ହଳ ଝିଲ୍ଲୀମୟ ଡେଣା ରହିଛି । ରାଜା ଓ ରାଣୀ ନିଜ ଦଳର ଶ୍ରେଷ୍ଠ ସ୍ଥାନ ପାଆନ୍ତି । ସେମାନେ ଦଳ ଭିତରେ ରହନ୍ତି । ସେମାନେ ନୂତନ ଦଳ ସୃଷ୍ଟି କରିବା ପାଇଁ ନୂଆ ସ୍ଥାନକୁ ଉଡିକରି ଯାଆନ୍ତି । ସେ ସମୟରେ ସେମାନେ ଦୁଇ ହଳ, ଡେଣା ହରାନ୍ତି । ଡେଣାଯୁକ୍ତ ଉଇ, ଆଲୋକ ପ୍ରତି ଆକର୍ଷିତ ହୁଅନ୍ତି । ଡେଣା ହରାଇ ସେମାନେ ତଳେ ବୁଲାବୁଲି କଲାବେଳେ ମାଟିରେ ଥିବା ଗାତ କିମ୍ବା କାଠ ନିର୍ମିତ ବ୍ୟବହାର୍ଯ୍ୟ ପଦାର୍ଥରେ କଣା ଦେଖଲେ ସେମାନେ ସେଥିରେ ଆଶ୍ରୟ ନିଅନ୍ତି । ପୁରୁଷ ଓ ସ୍ତ୍ରୀ ଉଚ୍ଚ ପରସ୍ପର ପ୍ରତି  ସହବାସ କରି ନୁତନ ଦଳ ସୃଷ୍ଟି କରନ୍ତି । ରାଣୀ ଉଇ, ସର୍ବଦା ରାଜକୀୟ ପ୍ରକୋଷ୍ଠରେ ରହେ । ରାଜା ଉଇ ସହିତ ରାଣୀ ଉଇ, ମିଶି ସେମାନଙ୍କର ବଂଶ ବୃଦ୍ଧି କରନ୍ତି । ରାଣୀ ଉଇଟି ୦୫ରୁ ୧୫ ବର୍ଷ ବଞ୍ଚିରହେ । ବେଳେ ବେଳେ ୫୦ ବର୍ଷ ବଞ୍ଚିବାର ତଥ୍ୟ ହସ୍ତଗତ ହୁଏ ।

ଶ୍ରମିକମାନେ ବନ୍ଧ୍ୟା ଶ୍ରେଣୀର । ସେମାନେ ପୂର୍ଣ୍ଣାଙ୍ଗପ୍ରାପ୍ତ  ଅବସ୍ଥା ବ୍ୟତୀତ ଦେଖିବାକୁ ଅର୍ଭକ ପରି । ଶ୍ରମିକମାନେ ଅଣ୍ଡା ଓ ରାଣୀ ହେବାକୁ ଥିବା ଉଇମାନଙ୍କର ଯତ୍ନ ନିଅନ୍ତି । ଏମାନେ ଅନ୍ୟ ଉଇଙ୍କର ମଧ୍ୟ ଯତ୍ନ ନିଅନ୍ତି ଏବଂ ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରନ୍ତି ।

ଏମାନେ ଉଇ, ହୁଙ୍କାରେ କବକ ବଗିଗ ନିର୍ମାଣ କରନ୍ତି । ହୁଙ୍କାରେ ହେଉଥିବା କବକକୁ ଉଇ ଖାଇ ବଞ୍ଚି ରୁହନ୍ତି । ଏମାନେ ବିଭିନ୍ନ ଗଛକୁ ଖାଆନ୍ତି । ସୈନିକମାନେ ମଧ୍ୟ ବନ୍ଧ୍ୟା ଶ୍ରେଣୀର । ଏମାନଙ୍କୁ ମଧ୍ୟ ଚାରି ଶ୍ରେଣୀରେ ବିଭକ୍ତ କରାଯାଏ । ପ୍ରଥମଟି ହେଉଛି ତୀକ୍ଷଣ ଏବଂ ମଜଭୁତ ଦନ୍ତ ଯୁକ୍ତ ଉଇ। ଏମାନଙ୍କର ମୁଣ୍ଡ ଏବଂ ବେକ ଅତି ସୁଦୃଢ଼ । ଦ୍ଵିତୀୟ ଶ୍ରେଣୀଭୁକ୍ତ ଉଇମାନଙ୍କର ଦାନ୍ତ ଗୁଡିକ ଅତି କ୍ଷୁଦ୍ର । ତୃତୀୟ ଶ୍ରେଣୀର ଉଇମାନଙ୍କର ଦାନ୍ତ ଗୁଡିକ ଭିନ୍ନଭିନ୍ନ ଆକୃତିର । ଚତୁର୍ଥ ଶ୍ରେଣୀଭୁକ୍ତ ଉଇମାନେ ଉଇ ଦଳକୁ ପିମ୍ପୁଡି ଏବଂ ଅନ୍ୟାନ୍ୟ ମେରୁଦଣ୍ଡା ପ୍ରାଣୀଙ୍କ ଆକ୍ରମଣରୁ ରକ୍ଷା କରନ୍ତି ।

ଉଇ ସମସ୍ୟାର ପ୍ରତିକାର

ଗୃହ ମଧ୍ୟରେ ଉଇଙ୍କୁ ବିନାଶ କରିବା ପାଇଁ ଉଇ ଦ୍ଵାରା ଆକ୍ରମିତ କାଠ ଦ୍ୱାରବନ୍ଧ ଓ ଝରକାକୁ କ୍ଲୋରୋପାଇରିଫସ୍, ୦୫ ମିଲିଲିଟର ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଏହି କୀଟନାଶକ, ସିଞ୍ଚନ କରିବା ସମୟରେ ଘରର ସମସ୍ତ ଝରକା ଖୋଲା ରଖନ୍ତୁ । ଖାଦ୍ୟ ରୋଷେଇଶାଳାରେ ଉଇ, ସମସ୍ୟା ଉପଲବ୍ଧ ହେଲେ ସମସ୍ତ ଖାଦ୍ୟ ଦ୍ରବ୍ୟକୁ ଅନ୍ୟ  ଜାଗାକୁ ସ୍ଥାନାନ୍ତର କରି କୀଟନାଶକ ପ୍ରୟୋଗ କରନ୍ତୁ । ଗୃହ ମଧ୍ୟରେ ଏହି କୀଟନାଶକକୁ ପିଲାଙ୍କଠାରୁ ଏବଂ ଗୃହପାଳିତ ପ୍ରାଣୀଙ୍କଠାରୁ ଦୂରରେ ରଖନ୍ତୁ । କୀଟନାଶକ ପ୍ରୟୋଗ କରିବା ବ୍ୟକ୍ତି କୀଟନାଶକ, ସିଞ୍ଚନ ପୂର୍ବରୁ ଜଳଖିଆ ଖାଇଦିଅନ୍ତୁ । ହାତ ଓ ମୁହଁରେ ଗ୍ରେବ ଓ ମାସକ ବ୍ୟବହାର କରନ୍ତୁ । କୀଟନାଶକ ସିଞ୍ଚନ ପରେ ହାତ, ମୁହଁ ଓ ଗୋଡ଼ ସାବୁନରେ ଧୁଅନ୍ତୁ । କୀଟନାଶକ, ସିଞ୍ଚନ କରିବା ସମୟରେ ସିଞ୍ଚନକାରୀ ଶାର୍ଟ ଓ ପ୍ୟାଣ୍ଟ ପିନ୍ଧନ୍ତୁ । ଏହା ଦ୍ଵାରା କୀଟନାଶକ ଶରୀରକୁ ସ୍ପର୍ଶ କରିପାରିବ ନାହିଁ । ସିଞ୍ଚନକାରୀ କୀଟନାଶକ, ସିଞ୍ଚନ ସମୟରେ ପାନ, ବିଡି, ସିଗାରେଟ ଆଦି ନିଶାଦ୍ରବ୍ୟ ସେବନ କରିବା ଅନୁଚିତ । କୀଟନାଶକ ଥିବା ଡବାକୁ ପୋତିଦେବା ଦରକାର । ସିଞ୍ଚନ ଯନ୍ତ୍ରକୁ ପୋଖରୀ, ନାଳ ବା ନଦୀରେ ଧୋଇବା ଉଚିତ ନୁହେଁ । ଏହିସବୁ ପ୍ରତି ସାବଧାନତା ଏବଂ ସତର୍କତା ରହିବା ଜରୁରୀ । ବାସଗୃହ ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଜରୁରୀ । ଭଗ୍ନ କାଠ ନିର୍ମିତ ଆସବାବପତ୍ର ଇତସ୍ତତଃ ପଡିରହିବା ଉଚିତ ନୁହେଁ । ଗୃହ ସମ୍ବିକଟ ଉଇ ହୁଙ୍କାଗୁଡିକୁ ମଧ୍ୟ କ୍ଳୋରୋପାଇରିଫସ ଦ୍ଵାରା ସିଞ୍ଚନ କରିବା ଜରୁରୀ। ଶସ୍ୟ କ୍ଷେତ୍ରରେ ଉଇ ସମସ୍ୟା ଦେଖାଦେଲେ । ଯେଉଁ ସ୍ଥାନର ଉଇ ଫସଲକୁ କ୍ଷତି ଘଟାଉଥିବା ସେହି ସ୍ଥାନକୁ ମଧ୍ୟ ବ୍ରୋରୋପାଇରିଫସ ଦ୍ଵାରା ସିଞ୍ଚନ କରିବା ଜରୁରୀ । ପନିପରିବା ଓ ଫଳ ଆଦି ବଗିଚାରେ ଉଇ ସମସ୍ୟା ପ୍ରତିହତ କରିବା ପାଇଁ କୀଟନାଶକ, ସିଞ୍ଚନ କରିବାର ପ୍ରାୟ ୧୫ରୁ ୨୦ ଦିନ ପରେ ସେ ସ୍ଥାନରୁ ପନିପରିବା ଓ ଫଳ ତୋଳିବା ଆବଶ୍ୟକ ।

ସଂଗୃହିତ - ଡ. ବିଷ୍ଣୁ ଚରଣ ଜେନା, ଅବସରପ୍ରାପ୍ତ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କୀଟତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ, ଓ.ୟୁ.ଏ.ଟି. ଭୁବନେଶ୍ଵର,

 

 

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top