ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / କଦଳୀରେ ବ୍ଳାଷ୍ଟ ଏବଂ ଖାଲୁଆ ଦାଗ ରୋଗ
ସେଆର କରନ୍ତୁ

କଦଳୀରେ ବ୍ଳାଷ୍ଟ ଏବଂ ଖାଲୁଆ ଦାଗ ରୋଗ

କଦଳୀରେ ବ୍ଳାଷ୍ଟ ଏବଂ ଖାଲୁଆ ଦାଗ ରୋଗ ର ସୂଚନା

ଉପକ୍ରମ

ବିଶ୍ଵରେ କଦଳୀ ଉତ୍ପାଦନରେ ଭାରତ ଏକ ଅଗ୍ରଣୀ ଦେଶ   ।  ଭାରତରେ କଦଳୀର ବିଭିନ୍ନ କିସମ ଚାଷ କରାଯାଏ   ।  କିନ୍ତୁ ବିଭିନ୍ନ ଜୈବିକ ଓ ଅଜୈବିକ କାରଣ ଗୁଡିକ କଦଳୀ ଚାଷରେ ଅସୁବିଧା ସୃଷ୍ଟି କରନ୍ତି  ।  ଏହିଥିରେ ବିଭିନ୍ନ ରୋଗ ଯେପରିକି , ସିଗାଟୋକା ପତ୍ର, ଦାଗ , ପାନାମା, ଝାଉଁଳା ଏରୱାନିଆ ,ସଢା ବଞ୍ଚିଟପ ରୋଗ ଓ ଆନ୍ଥାକନୋଜ ମୁଖ୍ୟ ରୋଗ ଅଟନ୍ତି   ।  ୨୦୧୩ ମସିହାରେ ମଧ୍ୟପ୍ରଦେଶ ରାଜ୍ୟର ବୁରହାନପୁର ଆଞ୍ଚଲରୁ ପାଛୁଥିବା କଦଳୀ ଫଳ ଉପରେ ଛୋଟ ଛୋଟ ଦାଗ ସୃଷ୍ଟି କରୁଥିବା ଏକ ରୋଗର ସୂଚନା ଆସିଥିଲା  । ତାହାପରେ  ୨୦୧୪ ମସିହାରେ ଓଡିଶାର ଭୁବନେଶ୍ଵର ଆଞ୍ଚଲରେ କଦଳୀର ଗ୍ରାଣ୍ଡ ନାଇନ (Grand Naine) କିସମର କଞ୍ଚା ଫଳ ଉପରେ ଏହିଭଳି ଦାଗ ଦେଖାଗଲା   ।  ୨୦୧୫  ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରେ ଓଡିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ରହି ରୋଗ ଦେଖାଗଲା   ।  ୧୯୩୧ ମସିହାରୁ କଦଳୀରେ ଏଭଳି ଲକ୍ଷଣ ବିଭିନ୍ନ ଦେଶରେ ଦେଖା ଯାଉଥିଲା  ଓ ଚାଷୀକୁ ଆର୍ଥିକ ହାନି ହୁଏ   ।  କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର  (CHES) ICAR-IIHR ରେ କରାଯାଇଥିବା ପରୀକ୍ଷଣରେ ଏହି ରୋଗର ରୋଗକାରକ ପାଇରୀକୁଲେରିଆ ଏଙ୍ଗୁଲାଟା ବୋଲି ଜଣାପଡିଲା   ।

ଏହି ପ୍ରସାର ପୁସ୍ତିକା ଦ୍ଵାରା ଚାଷୀମାନଙ୍କ ପାଇଁ ଏହି ରୋଗକୁ ଚିହ୍ନଟ କରିବା  ,  ଓ ତାର ପରିଚାଳନା କରିବା ଓ ତାର ପରିଚାଳନା କରିବାର ବିଭିନ୍ନ ସୂଚନା ଦିଆଯାଇଛି   ।

ଲକ୍ଷଣ

ନର୍ସରୀ ଚାରା ଗଛରେ ବ୍ଳାଷ୍ଟ ଦାଗ

ଗ୍ରାଣ୍ଡ ଲାଇନ (AAA ସମୂହ) ଓ ବନ୍ତଳ ବା ମନଥିନ (ABB ସମୂହ) କିସମ ର କଦଳୀ ଅଧିକାଂଶ ଟିସୁ କଲଚର ପଦ୍ଧତିରେ ତିଆରି କରାଯାଉଛି   ।  ଟିସୁ କଲଚର ସଂସ୍ଥାରେ ଗଛ ତିଆରିର ଅନ୍ତିମ ଅବସ୍ଥାରେ ଚାରା ଗୁଡିକୁ ରଖାଯାଇଥିବା ନେଟ ହାଉସ ବା ସବୁଜ ଘର ରେ ଚାରାର ଖୋଲା ପତ୍ର ଓ କଅଁଳିଆ କାଣ୍ଡରେ ଦୁଇ ପ୍ରକାର ବ୍ଳାଷ୍ଟ ଲକ୍ଷଣ ଦେଖାଯାଏ   । ପତ୍ର ଉପରେ  ୧ ମି ମି ରୁ ଛୋଟ ତାକୁଡି ଆକାରର ଗୁଡିଏ ଧୂସର ରଙ୍ଗର ଦାଗ ଦେଖାଯାନ୍ତି , ଯାହାର ଚାରିଆଡେ ହଳଦିଆ ରଙ୍ଗର ବଳୟ ଥାଏ , ଏହି ଦାଗ ପରେ ୩-୪ ମି ମି ଧୂସର ରଙ୍ଗର ଆଖି ଆକାରର ଦାଗରେ ପରିବର୍ତ୍ତିତ ହୋଇଯାନ୍ତି   ।  କେତୋଟି ଦାଗ ୬-୮ ମିମି ବଡ ହୋଇ ସେଇ ଭିତରେ ହାଲକା ଧୂସର ରଙ୍ଗର ଅଂଶ ଦେଖାଯାଏ   । ଧୀରେ ଧୀରେ ଆଗ ପାଖ ଥିବା ଦାଗ ଗୁଡିକ ମିସିଯାଇ ବଡ ଦାଗ ସୃଷ୍ଟି କରନ୍ତି  ।  ଯିଏ କି ସଂପୂର୍ଣ୍ଣ ପତ୍ରକୁ ନଷ୍ଟ କରି ଦିଅନ୍ତି   ।  କେତୋଟି ଅଧିକ ଆକ୍ରାନ୍ତିତ ଗଛ ମରି ଯାଇଥାନ୍ତି   । କେତୋଟି ବ୍ଳାଷ୍ଟ ଦାଗ ଗଛର ଅଲଗା ଭାଗରେ ମଧ୍ୟ ଦେଖାଯାନ୍ତି   ।

କଦଳୀର ବଡଗଛରେ ବ୍ଳାଷ୍ଟ ଦାଗ

ବଡ ଗଛରେ ବ୍ଳାଷ୍ଟ ଦାଗ ଆରମ୍ଭରେ କଅଁଳିଆ ପତ୍ର ବାହାରୁଥିବା ଅବସ୍ଥାରେ ଦେଖାଯାନ୍ତି  ।  ବୟସ୍କ ପତ୍ରରେ ସାଧାରଣତଃ ଏହି ଦାଗ ଦେଖା ଯାଇନଥାଏ   ।  ଏହି ଦାଗ ପତ୍ରର ମଧ୍ୟସିରା ଓ ଡେମ୍ଫରେ ମଧ୍ୟ ଦେଖାଯାନ୍ତି   ।  ଆରମ୍ଭରେ ଗାଢ ଧୂସର ରଙ୍ଗର ଥାଏ  , ବାତାବରଣ ଅନୁକୂଳ ଥିଲେ ଏହି ଦାଗ ୪ ମିମି ପର୍ଯ୍ୟନ୍ତ ବଡ ହୋଇଯାନ୍ତି   ।  ଏହି ଦାଗ ଦୁଇକ ମିଶି ପତ୍ର ଗୁଡିକୁ ନଷ୍ଟ କରିଦିଅନ୍ତି   । କଦଳୀ ତୋଟାରେ କଦଳୀ କାନ୍ଦିର ଆବରଣ ପତ୍ରରେ ବ୍ଳାଷ୍ଟ ଲକ୍ଷଣ ଦେଖାଯାଏ   ।  ଏହି ପତ୍ରର ଭିତର ଭାଗରେ  ୪-୭ ମିମି ବ୍ୟାସ ଓ ୨-୩ ମିମି ଗଭୀର ଖଳୁଆ ଦାଗ ଦେଖାଯାଏ   । ପତ୍ରର ବାହାର ପଟର ବାଇଗଣି ରଙ୍ଗର ତାକୁଡି ଆକାରର ବ୍ଳାଷ୍ଟ ଦାଗ ଦେଖାଯାଏ  ।

ଯଦି କାନ୍ଦି ବାହାରିବା ସମୟରେ ବର୍ଷା ହୁଏ  ।  ଏହି ଆବରଣ ପତ୍ର ଅଧିକ ଆକ୍ରାନ୍ତ ହୁଏ  । ସାଧାରଣତଃ ଏହି ପତ୍ର ସୁଖୀ ପଡିଯାଏ   , କିନ୍ତୁ ଯଦି ରୋଗ ଗ୍ରସିତ ଆବରଣ ପତ୍ର ସୁଖୀ କାନ୍ଦି ସହିତ ଲାଗିକି ରହିଥାଏ   , ଏହା ଫଳରେ ରୋଗ ହେବା ପାଇଁ ରୋଗ କାରକର ଏକ ମୁଖ୍ୟ ସ୍ରୋତ ହେଇଥାଏ   । ଆକ୍ରାନ୍ତ ଗଛରେ ହୀରା ଆକାରର ଦାଗ କଦଳୀ ଗଛର ଅନ୍ୟ ଭାବରେ ଦେଖାଯାଏ ବ୍ଳାଷ୍ଟ ଦାଗ କାନ୍ଦିର ଅନ୍ତିମ କଢ ଓ ଝୁଲୁଥିବା ଫୁଲରେ ମଧ୍ୟ ଦେଖାଯାଏ   ।

ଫଳ ଉପରେ ଖାଲୁଆ ଦାଗ

ପାଚୁଥିବା ଫଳ ଉପରେ ଆରମ୍ଭ ରେ ଛୁଞ୍ଚି ଫୋଡା ଦାଗ ଭଳି ଛୋଟ ଛୋଟ ଦାଗ ଦେଖାଯାନ୍ତି ଯାହାର ଚାରିଆଡେ ନାଲିଆ ଧୂସର ରଙ୍ଗର ବଳୟ ଥାଏ   ।  କିନ୍ତୁ ଏହି ବଳୟ ଓ ଦାଗ ମଝିଆ ଭାଗ ସବୁଜ ହିଁ ରହିଥାଏ । ନୂଆ ଦାଗ ୪-୭ ମିମି ଥାଏ ଯାହାକି ବଢିଯାଇ  ୧୨ ମିମି ପର୍ଯ୍ୟନ୍ତ ହେଇଯାଏ   । କେତୋଟି ଦାଗ ଚାରିଆଡେ ବଳୟ ନଥାଇକି ପାଣିଚିଆ ଦାଗ ଥାଏ ଓ କେତୋଟିରେ ଏହି ଖଳୁଆ ଦାଗ ଚାରିଆଡେ କିଛି ବଳୟ ବା ପାଣିଚିଆ ଦାଗ ମଧ୍ୟ ନଥାଏ   ।

ଏହି ସବୁଜ ଭାଗ ଦିନେ ଭିତରେ ହାଲୁକା ଧୂସର ହୋଇଯାଏ ଓ ୨ ରୁ ୩ ଦିନ ଭିତରେ ଦାଗର ମଝିଭାଗ ଧସିଯାଇଛି  ୧ ମିମି ହୋଇଥାଏ   । ନାଲିଆରୁ ଧୂସର ରଙ୍ଗ ବା କଳା ରଙ୍ଗର ଅଣ୍ଡାକାର ଦାଗରେ ପରିବର୍ତ୍ତିତ ହୋଇଯାନ୍ତି , କିନ୍ତୁ ଫଳ ଉପରେ ଥିବା ଏହି  ଖାଲୁଆ ଦାଗ ଫଳ ର ଚୋପା ରୁ ଭିତର ଶସ ପର୍ଯ୍ୟନ୍ତ ଯାଇ ପାରିନଥାଏ   । ଏହି ଫଳ ଗୁଡିକ ଅଧିକ ଦିନ ରହିଲେ ମଧ୍ୟ ଏହାର ଫଳ ଶସ ନଷ୍ଟ ହୁଏ ନାହିଁ   । ଚୋପା ଉପରେ ଥିବା ଖାଲୁଆ ଦାଗ ମଧ୍ୟ ଆକାରରେ ବଢନ୍ତି ନାହିଁ   ।

କେତୋଟି ଖାଲୁଆ ଦାଗ ଚାରିଆଡେ ପାଣିଛଇଆ ଦାଗ ମଧ୍ୟ ଥାଏ  , କେତୋଟି ଖାଲୁଆ ଦାଗ ପରବର୍ତ୍ତୀ ଅବସ୍ଥାରେ ଲମ୍ବାଳିଆ କିମ୍ବା ତରାକୃତିରେ ଫାଟିଯାନ୍ତି   । ଫଳକାନ୍ଦିରେ ଯେଉଁ ଫେଣାର ଫଳ ବାହାର ଆଡକୁ ଥାଏ ସେଗୁଡିକରେ ଅଧିକ ଖାଲୁଆ ଦାଗ ଦେଖାଯାନ୍ତି, କାରଣ ଏହି ଅଂଶକୁ ଆବରଣ ପତ୍ରକୁ ଅଧିକ ରୋଗ କାରଣ ପହଞ୍ଚି ପାରିଥାନ୍ତି  । ଆବରଣ ପତ୍ରକୁ ନ ଲାଗିଥିବା ଫେଣା ଗୁଡିକରେ ରୋଗ କମ ହୁଏ   । ଅଧିକ ଆକ୍ରାନ୍ତ ହୋଇଥିବା କଦଳୀ କାନ୍ଦି ଗୁଡିକର ବିକ୍ରିରେ ଅସୁବିଧା ହୁଏ ଓ ତାର ବଜାର ମୂଲ୍ୟ କମିଯାଏ   । ଆକ୍ରାନ୍ତ ଫେଣାରେ ଥିବା କଦଳୀ ଗୁଡିକ ସହଜରେ ଭାଙ୍ଗି ପଡନ୍ତି   ।

ଫଳ ବୃଦ୍ଧି ଓ ରୋଗ ହେବ ମଧ୍ୟରେ ସମ୍ବନ୍ଧ

ଫଳ ଉପରେ ଦାଗ ହେବ ଅଫଳର ବୟସ ଉପରେ ନିର୍ଭର କରେ   ।  ୬୦ ଦିନ ପଡ଼ୁଥିବା କଦଳୀ ଫେଣାରୁ ପାଚିଠିବା କଦଳୀ ଫେଣା ମଧ୍ୟରେ କଦଳୀ ଫଳର ଅବସ୍ଥା ରୋଗ ପ୍ରତି ଅଧିକ ଗ୍ରହଣଶୀଳ ଥାଏ  । ଆରମ୍ଭ ଅବସ୍ଥାରେ , କଦଳୀ ଫେଣାରେ ବହୁତ କମ ଛୋଟ ଓ ନାଲିଆ ରଙ୍ଗର ଖାଲୁଆ ଦାଗ ଦେଖାଯାନ୍ତି   । ବାତାବରଣ ଅନୁକୂଳ ଥିଲେ ୩୦ ଦିନ ପଡ଼ୁଥିବା କଦଳୀ ଫେଣାରେ ମଧ୍ୟ ମଧ୍ୟମ ତ୍ରିବ୍ରତାର ରୋଗ ଦେଖାଯାଏ   ।   ୯୦ ଦିନରୁ ଅଧିକ ପୁରୁଣା କାନ୍ଦିରେ ଅଧିକ ଆକ୍ରାନ୍ତ ଫଳ ଫେଣାରୁ ଭାଙ୍ଗିକି ପଡିଥାନ୍ତି   ।

ରୋଗ ପ୍ରସାର

ବ୍ଳାଷ୍ଟ ଆକ୍ରାନ୍ତ କଦଳୀ ଚାରାର ବ୍ୟବହାର ଦ୍ଵାରା ଏଡି ରୋଗର ପ୍ରାଥମିକ ପ୍ରସାର ନୂଆ ଜାଗାରୁ ହୋଇଥାଏ   ,ଯାହାଦ୍ଵାରା  ପରେ ବୟସ୍କ ଗଛର ଫଳରେ ଖାଲୁଆ ଦାଗ ହୁଏ   ।  କିନ୍ତୁ ଆକ୍ରାନ୍ତ କଦଳୀ ତୋଟାରୁ ସ୍ଵସ୍ଥ କଦଳୀ ତୋଟାକୁ ରୋଗର ଦ୍ଵିତୀୟକ ପ୍ରସାର ରୋଗ କାରଣ ଫିମ୍ଫିର ବାୟୁଜନିତ ବୀଜାଣୁ ଓ ବର୍ଷା ବୁନ୍ଦାରୁ ଛଟିକି ଥିବା ବୀଜାଣୁ ଦ୍ଵାରା ହେବାର ସମ୍ଭାବନା ରହେ   । କଦଳୀ ଗଛରେ ଥିବା କାନ୍ଦି ଆବରଣ ପତ୍ର ଏହି ରୋଗର ମୁଖ୍ୟ ସ୍ତ୍ରୋତ ଅଟେ   ।  ଏହି ପତ୍ର ଗୁଡିକ ବାହାରିବା ସମୟରେ ହିଁ ସେହି ଗୁଡିକରେ ଅଧିକ ପରିମାଣରେ ରୋଗ କ୍ଷତ ଥାନ୍ତି  ।  ଏହି ପତ୍ରରେ ପ୍ରାରମ୍ଭିକ ରୋଗ ସଂକ୍ରମଣ, ବାୟୁଜନିତ ବୀଜାଣୁ ଧରିଥିବା ବର୍ଷା ପାଣି ସେହି ପତ୍ର କଢରେ ଜମି ଥିବା ଯୋଗୁଁ ହେଇ ଥାଇପରେ  ।  ଯେହେତୁ ଚାଷୀମାନେ ଏହି ଆବରଣ ପତ୍ରକୁ ବାହାର କରି ନଥାନ୍ତି  , ଏହି ରୋଗନି ପତ୍ର ଶୁଖିଗଲା ପରେ ବଢୁଥିବା କାନ୍ଦି ସହ ଲାଗି ରହି ଥାଏ  , ଯାହା ବୟସ୍କ ଫଳରେ ରୋଗ ସୃଷ୍ଟି କରିବା ପାଇଁ ରୋଗକାରକ ଫିମ୍ଫିର ଏକ ମୁଖ୍ୟ ସ୍ତ୍ରୋତ ହେଇଯାନ୍ତି   ।

ଋତୁ ଅନୁସାରେ ରୋଗ ତୀବ୍ରତା

ଚାରାଗୃହରେ ବର୍ଷସାରା ପାଣି ସିଂଚନ ହେଉଥିବା ଯୋଗୁଁ ବ୍ଳାଷ୍ଟରୋଗ ହେବା ପାଇଁ ବାତାବାରଣ ବର୍ଷସାରା ଅନୁକୂଳ  ଥାଏ  ,। ଅଧିକ ଗରମ ଓ ଶୁଖିଲା ପାଗରେ ରୋଗ କମ ଦେଖାଯାଉଥିବା ବେଳେ , ଥଣ୍ଡା ଓ ବର୍ଷା ପାଗରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ରହିଥାଏ   ।

କଦଳୀ ତୋଟାରେ ଜୁଲାଇ ମାସ ସେସରେ ମୌସୁମୀ ବାୟୁ ଆରମ୍ଭ ହୋଇଥିବା   । ସମୟରେ କେତୋଟି  ବ୍ଳାଷ୍ଟ ଦାଗ, ଆବରଣ ପତ୍ର ଓ ଅଧା ପାଚି ଯାଇଥିବା ଫଳ କାନ୍ଦିରେ ଦେଖାଯାଏ   । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏହି ରୋଗର ତୀବ୍ରତା ଆହୁରି ବଢିଥାଏ   । ନଭେମ୍ବର ମାସରୁ ବର୍ଷା କମି ଯାଉଥିବା ଯୋଗୁଁ ନୂଆ ଦାଗ ସୃଷ୍ଟି ହୁଅନ୍ତି ନାହିଁ   ।  କିନ୍ତୁ ଆଗରୁ ସୃଷ୍ଟି ହୋଇ ଯାଇଥିବା ଦାଗ ଅମଳ ପର୍ଯ୍ୟନ୍ତ ଫଳ ଉପରେ ସେମିତି ରହିଥାନ୍ତି   । ଡିସେମ୍ବରରୁ ଜୁନ ମଧ୍ୟରେ ଶୁଖିଲା ପାଗରେ କୌଣସି ନୂଆ ଖାଲୁଆ ଦାଗର ଲକ୍ଷଣ ଦେଖାଯାଏ ନାହିଁ   ।

ରୋଗ ପରିଚାଳନା

ଏହି ରୋଗ ବର୍ତ୍ତମାନ ସୁଦ୍ଧା କିଛି ଗମ୍ଭୀର ଅମଳ କ୍ଷତି କରିନାହିଁ, କିନ୍ତୁ ଭବିଷ୍ୟତରେ ଏହା ଉତ୍ତମ କଦଳୀ ଉତ୍ପାଦନ ପାଇଁ ଏକ ମୁଖ୍ୟ ଆବରୋଧ  ହୋଇଯିବାର ସମ୍ଭାବନା ରହିଛି   । ତେଲେ କେତୋଟି ରୋଗ ପରିଚାଳନା ଉପାୟ ଗୁଡିକ ଦିଆଯାଇଛି   ।

  • ଯେହେତୁ ଚାରାଗୃହ ଗୁଡିକରେ କଦଳୀ ଚାରା ବର୍ଷ ସାରା , ରୋଗ ସହାୟକ ଅଧିକ ଆର୍ଦ୍ରତା ଥିବା ପରିବେଶରେ ରହିଥାନ୍ତି , ସେହି ଚାରା ଗୁଡିକରେ ରୋଗ ହେବାର ସମ୍ଭାବନା ବର୍ଷସାରା ରହିଛି   ।  ତେଣୁ ହେସ୍କାକୋନାଜୋଲ ୫ ଇ.ସି(୦.୫%)  ଆଜୋସ୍କିଷ୍ଟ୍ରୋବିନ ୨୩ ଏସ.ସି  (୦.୦୫%) ର ୧ ମିଲି /ଲି ସିଞ୍ଚନ ଅଠା ସହିତ ମିଶାଇ ନିୟମିତ  ୧୫ ଦିନ ଅନ୍ତରାଣରେ ସିଞ୍ଚନ କରିବା ଦରକାର   ।
  • ନର୍ସରୀରୁ ସୁସ୍ଥ ଚାରା ଉତ୍ପାଦନ ଓ ବିକ୍ରି ନିର୍ଦ୍ଧାରଣ କରିବା ନିହାତି ଆବଶ୍ୟକ   ।  ତା ସହିତ ରୋଗ ମୁକ୍ତ ସୁସ୍ଥ ଚାରା ଉତ୍ପାଦନ ପ୍ରଣାଳୀ ବ୍ୟବହାରର ଜ୍ଞାନ କୌଶଳ ମଧ୍ୟ ଚାଷୀମାନଙ୍କ ପାଖରେ ପହଞ୍ଚିବା ଦରକାର   ।
  • ଗଛ ଏହିପରି ସମୟଏ ଲଗାଇବା ଉଚିତ , ଯାହାଦ୍ଵାରା କି କଦଳୀ ପାଚୁଥିବା ସମୟ ବର୍ଷା ଋତୁ ସମୟରେ ନ ପଡେ   ।
  • ବଢୁଥିବା କାନ୍ଦିଗୁଡିକୁ ବିଶିଷ୍ଟ ଛିନ୍ଦ୍ର ଥିବା ପଲିଥିନ ମୁଣା ଦ୍ଵାରା ଢାଙ୍କି ରାଖୀ ରୋଗ ସ୍ତ୍ରୋତରୁ ଫେଣାଗୁଡିକୁ ବଞ୍ଚାଇବା ମଧ୍ୟ ଏକ ଉତ୍ତମ ରୋଗ ପରିଚାଳନା ପ୍ରଣାଳୀ ହୋଇପାରେ   ।
  • ଶୁଖିଯାଉଥିବା ଆବରଣ ପତ୍ରଦୁଇକୁ ବାହାର କାଲେ   , ସେଥିରୁ ବର୍ଷା ପାଣି ମାଧ୍ୟମରେ କାନ୍ଦିଗୁଡିକ ଯାଉଥିବା ରୋଗକାରଣ ଗୁଡିକୁ ମଧ୍ୟ ନିଷେଧ କରାଯାଇପାରିବ  ।
  • ଯଦି ବିଗତ ବର୍ଷରେ ସେହି କଦଳୀ ତୋଟାରେ ରୋଗ ହେଇଥିବା , ସେହି ପରିସ୍ଥିତିରେ ଚଳିତ ବର୍ଷର ରୋଗ ଆରମ୍ଭ ହେବା ପୂର୍ବରୁ ହିଁ ହେସ୍କାକୋନାଜୋଲ  ୫ ଇସି  (୦.୦୫%) ବା ଆଜୋସ୍କିଷ୍ଟ୍ରୋବିନ  ୨୩ ଇସି (୦.୦୫%) ବା ଥାୟୋଫିନେଟ ମିଥାଇଲ ୭୦ WP (୦.୦୧%) ଭଳି ଫିମ୍ଫି ନାଶକ ଦ୍ଵାରା ସିଞ୍ଚନ କରିବା ଦରକାର   । ଫଳ ପାଚୁଥିବା ସମୟ ବର୍ଷାଋତୁ ସମୟ ଏ ପଡୁଥିବା ପରିସ୍ଥିତିରେ ମଧ୍ୟ ଏହି ଉପାୟ କରାଯିବା ଦରକାର   ।

ସବୁଜ ଗୃହ ବା ପଲିଗୃହ ଭିତରେ ରୋଗ ପ୍ରସାର କମ କରିବାର ଉପାୟ  ।

  1. କଦଳୀ ଚାରା ଉତ୍ପାଦନ କରୁଥିବା ସବୁଜ ଘର , ପଲିଘର ଓ ଉତ୍ତକ ସମରଧନ ସଂସ୍ଥା ଗୁଡିକର ଚାରା ରଖାଯାଇଥିବା ପରିବେଶକୁ ସ୍ଵଚ୍ଛ ରଖିବା   ।
  2. ଚାରା ଗୁଡିକର ନିୟମିତ ଦେଖାଶୁଣା କରି ରୋଗ ପ୍ରସାର ନିଷେଧ କରିବା ପାଇଁ ଉପାୟ କରିବା   ।
  3. ଯେଉଁ କଦଳୀ ଚାରାରେ , ପ୍ରାରମ୍ଭିକ ବ୍ଳାଷ୍ଟ ଲକ୍ଷଣ ଦେଖାଯାଏ  , ତାକୁ ସଙ୍ଗେ ସଙ୍ଗେ ସେଉଠୁ ବାହାର କରିଦେବା ଦରକାର , କାରଣ ବ୍ଳାଷ୍ଟ ରୋଗକାରକ ଫିମ୍ଫି ବନ୍ଦ ଓ ଅଦାଳିଆ ପରିବେଶରେ ଶୀଘ୍ର ବ୍ୟାପିଯାଏ   ।
  4. ଉପରେ ଦିଆଯାଇଥିବା ଫିମ୍ଫିନାଶୀ ବିଷର ନିୟମିତ ସିଞ୍ଚନ କରିବା   ।

ଖାଲୁଆ ଦାଗ  ଦୁଇଟି ଅଲଗା ଅଲଗା ରୋଗ

ଆନ୍ଥାକନୋଜ କଦଳୀର ଏକ ମୁଖ୍ୟ ରୋଗ ଯାହାକି , କୋଲିଟୋଟ୍ରିକମ ମ୍ୟୁଜିଏ ଫିମ୍ଫି ଦ୍ଵାରା ହୁଏ   । ଏହା ଅମଳ  ପରବର୍ତ୍ତୀ  ରୋଗ ଯାହା କି ଫଳ ଚୋପା ଉପରେ ଦେଖାଯାଏ  ।  ଏହି ଖାଣ୍ଡିଆ ବା କ୍ଷତ ହେଉଥିବା ସବୁଜ କଞ୍ଚା ଫଳ ଉପରେ ମଧ୍ୟ ଦେଖାଯାଏ   । ଏହା ଖଣ୍ଡିଆ ବା କ୍ଷତ ହେଉଥିବା ସବୁଜ କଞ୍ଚା ଫଳ ଉପରେ ମଧ୍ୟ ଦେଖାଯାଏ   ।  ପାଚୁଥିବା ଫଳ ଚୋପା ଉପରେ ଏହି ରୋଗ ଛୋଟ ଧୂସର ରଙ୍ଗର ଦାଗ ଭଳି ଦେଖାଯାଏ   ।  ଏହି ଦାଗ ବଢି , ଏହି ଦାଗ ବଡ ହୋଇ ଧସିଥିବା ବଡ ସଢା ଦାଗରେ ପରିଣତ ହୁଏ   ।  ଏହି ଦାଗରେ କେସରୀ ରଙ୍ଗର ବୀଜାଣୁର ଛୋଟ ଛୋଟ ବୁନ୍ଦା ଦେଖାଯାନ୍ତି   । ଅଧିକ ପାଚି ଯାଇଥିବା ଆକ୍ରାନ୍ତ ଫଳର ଆନ୍ତରିକ ମାଂସାଳ ଅଂଶ ମଧ୍ୟ ନଷ୍ଟ ହୋଇଯାଏ   ।  କିନ୍ତୁ ଖାଲୁଆ ଦାଗ ପାଛୁଥିବା ସବୁଜ ଫଳ ଉପରେ ଦେଖାଯାଏ   ।  କିନ୍ତୁ ଏହି ରୋଗରେ ଆନ୍ତରିକ ମାଂସାଳ ଭାଗ ପ୍ରଭାବିତ ହୁଏ ନାହିଁ   । ସେହିଭଳି ଏହି ବ୍ଳାଷ୍ଟ ରୋଗର ଦାଗ ଗୁଡିକ ନୂଆ କଦଳୀ ପୁଆର ପତ୍ର କାଣ୍ଡ , ପତ୍ରର ମଧ୍ୟ ସିରାରେ ହୀରା ଆକୃତିର ହୋଇଥାଏ  । କିନ୍ତୁ  ଆନ୍ଥାକନୋଜ ରୋଗଟି କେବଳ ଫଳରେ ହିଁ ଦେଖିବାକୁ ମିଳିଥାଏ  ଓ ଏହା ଗଛରେ ଅନ୍ୟ କୌଣସି ଭାଗରେ ଦେଖାଯାଏ ନାହିଁ  ।

ଆଧାର- କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ।

3.025
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top