ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଖରାଟିଆ ପନିପରିବାର କ୍ଷତି କରୁଥିବା କୀଟ
ସେଆର କରନ୍ତୁ

ଖରାଟିଆ ପନିପରିବାର କ୍ଷତି କରୁଥିବା କୀଟ

ଖରାଟିଆ ପନିପରିବାର କ୍ଷତି କରୁଥିବା କୀଟରୁ କିପରି ରୋକା ଯାଇ ପାରିବ ସେ ସମ୍ବନ୍ଧିତ ତଥ୍ୟ ।

ଭାରତବର୍ଷ ଏକ କୃଷିପ୍ରଧାନ ଦେଶ। ସମଗ୍ର ଭାରତ ବିଶେଷକରି ଆମ ରାଜ୍ୟ ପନିପରିବା ଉତ୍ପାଦନର ଏକ ପେଣ୍ଠସ୍ଥଳ କହିଲେ ଅତ୍ୟୁକ୍ତି ହେବନାହିଁ । ଶୀତ, ତା’ପରେ ବସନ୍ତ, ଅତିକ୍ରାନ୍ତ । ଏବେ ଆସିଛି ଖରାର ସମୟ ।  ତେଣୁ ଆମ ଚାଷୀଭାଇ ଭଉଣୀମାନେ ନିଶ୍ଚୟ ଖରାଟିଆ ପନିପରିବା ଚାଷ କରୁଥିବେ । ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କଲରା, ବାଇଗଣ ଭଳି ଅନେକ ପନିପରିବା ଉତ୍ପାଦନ ସମୟରେ ବାଧ୍ୟକ ସାଜୁଥିବା କେବଳ ପ୍ରମୁଖ କୀଟର ପରିଚାଳନା ବିଷୟରେ ଏଠାରେ ସୂଚୀତ କରାଯାଉଛି ।

ବାଇଗଣର ଫଳ ଓ କାଣ୍ଡବିନ୍ଧା ପୋକ

ଖରାଟିଆ ବାଇଗଣ ଫସଲରେ କ୍ଷତି ପହଞ୍ଚାଉଥିବା କୀଟଗୁଡ଼ିକ ମଧ୍ୟରୁ ଏହା ପ୍ରମୁଖ । ଏହି କୀଟର ଉଭୟ ଶୁକ୍ଳ ଅବସ୍ଥା ଓ ଅବସ୍ଥା ମୁଖ୍ୟ ଫସଲକୁ କ୍ଷତି ପହଞ୍ଚାଇଥାଏ । ଶୁକ୍ଳକଟିର ରଙ୍ଗ ଆfଶିକ ନାଲି ହୋଇଥଲା ବେଳେ ପୂର୍ଣ୍ଣାଙ୍ଗ କୀଟଟି ଧୂସର ବର୍ଣ୍ଣର ହୋଇଥାଏ । ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ପତ୍ରର ତଳ ପାଖରେ ବା କଅଁଳ କାଣ୍ଡରେ ଆପାତତଃ ୧୦୦ଟି ଅଣ୍ଡା ଦେଇଥାଏ, ଯାହା ପ୍ରାୟ ଏକ ସପ୍ତାହ ମଧ୍ୟରେ ଶୁକ୍ଳ ଅବସ୍ଥାରେ ପରିଣତ ହୋଇଥାଏ ଏବଂ ଏହି ଶୁକ୍ଳ ଅବସ୍ଥା ଗଛର କଅଁଳିଆ ଅଙ୍ଗକୁ କଣା କରି ବଦ୍ଧିଷ୍ଣୁ ଅଙ୍ଗପ୍ରତ୍ୟଙ୍ଗରେ ବାସ କରେ । ଏହା ଫଳ ମଧ୍ୟରେ ରହି ମଧ୍ୟ ବିଶେଷ କ୍ଷତି ପହଞ୍ଚାଇଥାଏ । ମୁଖ୍ୟତଃ ମାର୍ଜ-ଏପ୍ରିଲ ମାସରେ ଏହି କୀଟର ପୂର୍ଣ୍ଣାଙ୍ଗ ଅବସ୍ଥା ବାହାରକୁ ଆସିଥାଏ । ଏହି କୀଟର ପରିଚାଳନା ପାଇଁ ଆକ୍ରମିତ ଗଛ ବା ଏହାର ଅଙ୍ଗପ୍ରତ୍ୟଙ୍ଗ ଯଥା କାଣ୍ଡ, ଫୁଲ ବା ଫଳକୁ ନଷ୍ଟ କରିଦେବା ଆବଶ୍ୟକ ।

ବାରମ୍ବାର ଗୋଟିଏ ଜମିରେ ବାଇଗଣ ଫସଲ ନ କରିବା ମଧ୍ୟ ଭଲ । ଉତ୍ତମ ବିହନ ଚୟନ ତଥା ଗଷ ପୂର୍ବରୁ ମୃତ୍ତିକା ପରୀକ୍ଷା ମଧ୍ୟ ଜରୁରୀ । ନିୟମିତ ସର୍ବେକ୍ଷଣ ଅପରିହାର୍ଯ୍ୟ । କୀଟର ମାତ୍ରା ଆର୍ଥିକ ଦେହଳୀ ସୀମା ଟପିଲେ ୨ଲିଟର କୁଇନାଲ ଫସ୍ ୨୫ ଇସି ବା ୧.୫ ଲିଟର ମନୋକ୍ରେଟଫସ ୩୬ ଇସି ବା ୧୦୦ ମିଲି ପରମେଥରିନ୍ ବା ୫୦୦ ମିଲି ସାଇପରମେଥରିନ୍‌କୁ ୧ ଲିଟର ପାଣିରେ ମିଶାଇ ପ୍ରତି ପନ୍ଦର ଦିନ ବ୍ୟବଧାନରେ ୩-୪ଥର ସିଞ୍ଚନ କଲେ ସୁଫଳ ମିଳେ ।

ଫଳମାଛି

କେବଳ ଫଳ ନୁହେଁ ପନିପରିବା ମଧ୍ୟ ଏହି କୀଟର କ୍ଷତିକାରୀ ପ୍ରାଦୁର୍ଭାବରୁ ବଞ୍ଚି ଯାଇନାହାନ୍ତି । କାକୁଡ଼ି ଫସଲରେ ଏହାର ପ୍ରାଦୁର୍ଭାବ ଯଥେଷ୍ଟ । ବିଭିନ୍ନ ପ୍ରଜାତିର ଫଳମାଛି ମଧ୍ୟରୁ ବାକ୍‌ଟ୍ରୋସେରା ପ୍ରଜାତିର ଫଳମାଛି ପ୍ରମୁଖ ଶତ୍ରୁ ଭାବେ ଫସଲ ଅମଳ ହ୍ରାସକରେ । ଏହି କୀଟର ମାଗଟ୍ ଅବସ୍ଥା କେବଳ ଫସଲରେ ବିଶେଷ କ୍ଷତି ପହଞ୍ଚାଇଥାଏ । ମାଗଟ୍ ଫଳର ଅନ୍ତଃଭାଗକୁ ଖାଇବା ସହ ନଷ୍ଟ ମଧ୍ୟ କରନ୍ତି । ଯାହା ଫଳରେ ଆପାତତଃ ୫୦ ପ୍ରତିଶତ ଅମଳ ହ୍ରାସ ପାଏ । ଏହି କୀଟର ନିୟନ୍ତ୍ରଣ ପାଇଁ ନିୟମିତ ସର୍ବେକ୍ଷଣ, ଉତ୍ତମ ପ୍ରଣାଳୀରେ ଜମି ହଳ କରିବା ସଙ୍ଗେ ସଙ୍ଗେ ଆକ୍ରମିତ ଫସଲର ଫଳକୁ ନଷ୍ଟ କରିଦେବା ଜରୁରୀ । ଲତା ଜାତୀୟ ପରିବା ଗଛର ମୂଳରେ ବାରମ୍ବାର କୋଡ଼ାଖୋସା କରିବା ସହ ଅମଳ ପରେ ଜମିକୁ ଭଲଭାବରେ ହଳ କରିଦେବା ଦ୍ଵାରା କୀଟର କୋଷାଗୁଡ଼ିକର ମୃତ୍ୟୁ ହୁଏ । ହେକ୍ଟର ପ୍ରତି ୫୦ ମି.ଲି. ମାଲେଥ ଆନ ୫୦ ଇସି ସହ ୦.୫ କି.ଗ୍ରା. ଗୁଡ଼ ସହ ମିଶାଇ ଏହି ମିଶ୍ରଣକୁ ୫୦ ଲିଟର ପାଣିରେ ମିଶାଇ ବେଟ୍ ହିସାବରେ ସିଞ୍ଚନ କଲେ ସୁଫଳ ମିଳେ । ମାତ୍ରାଧିକ କୀଟ ଆକ୍ରମଣ ସମୟରେ ଏହି ସିଞ୍ଚନ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରାଯାଇ ସପ୍ତାହକୁ ୩-୪ଥର ସିଞ୍ଚନ କଲେ ସୁଫଳ ମିଳେ । ଏହା ବ୍ୟତୀତ ମକା ଗଛକୁ ମଧ୍ୟ ଆକର୍ଷିତ ଫସଲ ଭାବେ ବ୍ୟବହାର କରାଯାଇପାରେ ।

ନାଲିକଖାରୁ ପୋକ

ପନିପରିବା ଫସଲରେ ଦେଖା ଯାଉଥିବା କ୍ଷତିକାରୀ କୀଟଙ୍କ ମଧ୍ୟରୁ ଏହା ପ୍ରମୁଖ । କଖାରୁ ଜାତୀୟ ଓ କାକୁଡ଼ି ଜାତୀୟ ପରିବାରେ ଏହାର କ୍ଷତିର ପରିମାଣ ଯଥେଷ୍ଟ । ଏହି କୀଟର ଗ୍ରବ୍ ଅବସ୍ଥା ଓ ପୂର୍ଣ୍ଣାଙ୍ଗ ଅବସ୍ଥା ଫସଲରେ ବିଶେଷ କ୍ଷତି ପହଞ୍ଚାଏ । ପୂର୍ଣ୍ଣାଙ୍ଗ ସ୍ତ୍ରୀ କୀଟଟି ଓଦା ମାଟିରେ ଗଛର ମୂଳ ପାଖରେ ୨୦୦-୩୦୦ ହଳଦିଆ, ଅଣ୍ଡା ଦେଇଥାଏ । ଗ୍ରନ୍ ଅବସ୍ଥା ମାଟିତଳେ ଥିବା ଗଛର ଚେରକୁ ଓ ମାଟିରେ ଲାଗିଥିବା ଫଳକୁ ଖାଇଥାଏ ଓ ଗଛର ବୃଦ୍ଧିରେ ବାଧ୍ୟକ ସାଜେ । ପୂର୍ଣ୍ଣାଙ୍ଗ କୀଟ ବା ବିଚିଲଟି କାକୁଡ଼ି, କଖାରୁ କଲରା ଆଦି ଫସଲ ଓ ଏହି ପ୍ରଜାତିର ସମସ୍ତ ଖରାଟିଆ। ଫସଲ ପାଇଁ ଏକ କ୍ଷତିକାର କୀଟ। ମାଇଁ-ଏପ୍ରିଲ ମାସରେ ଗଛ ବା ଲତା କଅଁଳ ଅବସ୍ଥାରେ ଥିବା ବେଳେ ଗ୍ରବ୍ ଅବସ୍ଥା ମାଟିତଳେ ଥିବା ଚେର, କାଣ୍ଡକୁ ଖାଇ ବିଶେଷ କ୍ଷତିକରେ । ପୂର୍ଣ୍ଣାଙ୍ଗ ଅବସ୍ଥା ଫଳ, ଫୁଲ, ପତ୍ରରେ କଣା କରି କ୍ଷତି କରିଥାଏ ।

ଏହାର ନିୟନ୍ତ୍ରଣ ପାଇଁ ଗଛ ଲଗାଇବା ପୂର୍ବରୁ ଜମିକୁ ଭଲଭାବେ ହଳ କରିବା ଦରକାର । ନିୟମିତ ସର୍ବେକ୍ଷଣ ସଙ୍ଗେ ସଙ୍ଗେ ପରିଷ୍କାର ପରିଚ୍ଛନ୍ନ ଚାଷ ପ୍ରଣାଳୀ ତଥା ନିୟମିତ ଜଳସେଚନ ଜରୁରୀ । ମାତ୍ରାଧିକ କୀଟ ଆକ୍ରମଣ ହେଲେ ହେକ୍ଟର ପ୍ରତି ୬ କି.ଗ୍ରା. କାର୍ବୋପ୍ଲରନ୍ ୩ ଢି କୁ ମଞ୍ଜି ଗଢା ହେବା ପରେ ୩-୪ ସେ.ମି. ଖୋଳି ମାଟିରେ ମିଶାଇବା ଦରକାର ଓ ଏହାପରେ ଜଳସେଚନ କରାଯିବା ପ୍ରୟୋଜନ ।

ଜାସିଡ୍

ଏହା ଏକ ଶୋଷକ ପ୍ରଜାତିର କୀଟ । ଭେଣ୍ଠି ଫସଲର ଏହା ଏକ ପ୍ରମୁଖ ଶତୁ। ଏହି କୀଟ, ଫସଲକୁ ଆକ୍ରମଣ କରି ରସ ଶୋଷି ଖାଇଥାଏ, ଯାହା ଫଳରେ ଗଛ ହଳଦିଆ ପଡ଼ିଯାଏ । ପତ୍ର ମୋଡ଼ ମୋଡ଼ ହୋଇଯାଏ ଓ ଶୁଖୁଯାଏ । ଏହି କ୍ଷତିକାରୀ କୀଟର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ୩୦୦ ଲିଟର ପାଣିରେ ୧.୫ ଲିଟର ମାଳାଥ ଅନ୍ ୫୦ ଇସି ମିଶାଇ ସିଞ୍ଚନ କରନ୍ତୁ । ଗଛ। ଫୁଲ ଧରିବା ସଙ୍ଗେ ସଙ୍ଗେ ୨୫୦ ମିଲି, ଫେନ୍ ଭଲରେଟ୍ ବା ୨୦୦ ମି.ଲି., ସାଇପରମେଥରିନ୍‌କୁ ୩୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ସୁଫଳ ମିଳେ ।

ଚତ୍ରତ ବକର ପୋକ

କପା, ଫସଲରେ ଏକ ପ୍ରମୁଖ ଶତ୍ରୁ ଭାବେ ପରିଗଣିତ ଏହି କୀଟଟି ମଧ୍ୟ ଭେଣ୍ଡି ଫସଲରେ କ୍ଷତି ପହଞ୍ଚାଏ । ଏକ ଶୋଷକ, କୀଟ ଭାବରେ ଗଛର ରସକୁ ଏହି କୀଟର ପୂର୍ଣ୍ଣାଙ୍ଗ ଅବସ୍ଥା ଶୋଷି ଖାଇଦିଏ ଏବଂ ଗଛର କାଣ୍ଡ ଶୁଖ ଝଡ଼ିଯାଏ । ଆକ୍ରମିତ ଫଳରେ ପୂର୍ଣ୍ଣାଙ୍ଗ କାଟଟି ବହୁ ସଂଖ୍ୟାରେ କଣା କରି ରସ ଶୋଷି ଖାଇଥାଏ । ଏହି କୀଟର ନିୟନ୍ତ୍ରଣ ପାଇଁ ନିୟମିତ ସର୍ବେକ୍ଷଣ ଆବଶ୍ୟକ । ବୈଶାଳୀ, ମଧୁ। ଭଳି ଭେଣ୍ଡିର କିସମ ଚାଷ କରନ୍ତୁ । ନିୟମିତ ଭାବରେ ଆକ୍ରମିତ ଗଛ ବା ଫଳକୁ ମାଟି ତଳେ ପୋତି ଦିଅନ୍ତୁ । ପୁରୁଣା ଓ ଅମଳ ହୋଇଥିବା କପାଫସଲକୁ ଆଖପାଖରୁ ସଫା କରନ୍ତୁ । କାରଣ ଏହି କ୍ଷତିକାରୀ କୀଟର କପା ଫସଲ ଏକ ପ୍ରମୁଖ ପୋଷକ ଗଛ । ଏହା ବ୍ୟତୀତ କାଟର ସଂଖ୍ୟା ଆର୍ଥିକ ଦେହଳୀ ସୀମା ଉଲଂଘନ କଲେ ହେକ୍ଟର ପ୍ରତି ୨୫୦- ୩୦୦ ଲିଟର ପାଣିରେ ୧ଲିଟର ମନୋକ୍ରୋଟଫସ୍ ୩୬ ମି.ଲି. ବା ୨୫୦ ମି.ଲି. ପେନ୍‌ଭଲରେଟ୍ ୨୦ଇସି ବା ୪୦୦ ମି.ଲି., ଡେଲଟାମେଥରିନ୍‌କୁ ମିଶାଇ ସିଞ୍ଚନ କଲେ ସୁଫଳ ମିଳେ ।

ଏହି ପାଞ୍ଚଗୋଟି ପ୍ରମୁଖ କୀଟ ବ୍ୟତୀତ ଫସଲକୁ ନାଲି ଅଷ୍ଟପଦୀ ମଧ୍ୟ ଆକ୍ରମଣ କରିଥାଏ, ଯାହା ମାଇଁ-ଏପ୍ରିଲ ମାସରେ ଅତ୍ୟଧିକ କ୍ଷତି ପହଞ୍ଚାଇଥାଏ । ଏହାର ଦମନ ପାଇଁ ହେକ୍ଟର ପ୍ରତି ୨୫୦ ଲିଟର ପାଣିରେ ୬୨୫ ମି.ଲି., ଡାଇମେଥୋଏଟ୍ ବା ଅକ୍ସିଡିମେଟନ୍ ମିଥାଇଲ ମିଶାଇ ସିଞ୍ଚନ କଲେ ସୁଫଳ ମିଳେ । ଏହା ବ୍ୟତୀତ ମୂଳ ଗ୍ରନ୍ଥା ପୁତ୍ରକୁମି ମଧ୍ୟ ପନିପରିବା ଫସଲରେ ଅନେକ କ୍ଷତି ପହଞ୍ଚାଏ । ଏହାର ଦମନ ପାଇଁ ସଫା । ସୁତୁର ଗଷ ସହିତ, ମୃତ୍ତିକା ପରୀକ୍ଷଣ, ଉତ୍ତମ ଭବେ ହଳ କରିବା ଓ ତା’ ସହିତ ୦.୦୩ ପ୍ରତିଶତ ଡାଇମେଥୋଏଟ୍‌ରେ ପରିବା ଫସଲ ଚାରାର ଚେରକୁ ୬ ଘଣ୍ଟା ବୁଡ଼ାଇ ରୋପଣ କରିବା ସହ ନିମ୍ନ ପିଡ଼ିଆର ପ୍ରୟୋଗ ମଧ୍ୟ ସୁଫଳ ଆଣେ ।

ଅତଏବ ନିଜ ସମସ୍ୟାକୁ ନିଜେ ବୁଝି ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରିବା ସହିତ କୀଟର ଆର୍ଥକ ଦେହଳୀ ସାମା ଉଲଂଘନ ନ ହେଲେ ରସାୟନିକ ଉପାୟ ଅବଲମ୍ବନ ନ କରିବା ଦ୍ଵାର ଅମଳ ବୃଦ୍ଧି ସଙ୍ଗେ ସଙ୍ଗେ ପରିବେଶ ମଧ୍ୟ ସୁସ୍ଥ ରହିବ ଏହା ନିଃସନ୍ଦେହ ।

ଆଧାର – ଭୁବନାନନ୍ଦ ଅଧିକାରୀ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top