ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଗବ୍ୟାମୃତ ଖତର ଉପଯୋଗ
ସେଆର କରନ୍ତୁ

ଗବ୍ୟାମୃତ ଖତର ଉପଯୋଗ

ଭଲ ଫସଲ ପାଇବା ପାଇଁ ମାଟିର ଉପଯୁକ୍ତ ଗବ୍ୟାମୃତ ଖତର ଉପଯୋଗ ଯତ୍ନନେବା ଆବଶ୍ୟକ ।

କୌଣସି ଜମିର ମାଟି ଯେତେ ଭଲ ହୋଇଥାଉ ନା କାହିଁକି ଯଦି ଖତସାର ଉପଯୁକ୍ତ ପରିମାଣରେ ନାହିଁ ତେବେ ସେଠାରୁ ଭଲ ଫସଲ ମିଳିପାରିବ ନାହିଁ ।

ଭଲ ଫସଲ ପାଇବା ପାଇଁ ମାଟିର ଉପଯୁକ୍ତ ଯତ୍ନନେବା ଆବଶ୍ୟକ । ମାଟିର ଉର୍ବରତା ବଢ଼ାଇବା ତଥା ଭଲ ଫସଲ ଅମଳ କରିବା ପାଇଁ ଗବ୍ୟାମୃତ ଖତର ଉପଯୋଗିତା ବିଷୟରେ ଜାଣିବା ।

ଗବ୍ୟାମୃତ କୃଷି

କୃଷକମାନଙ୍କର ଆବହମାନ କାଳରୁ ଅଭ୍ୟାସ ଥିଲା। ଖଳାକୁ ଫସଲ ଅମଳ ପୂର୍ବରୁ ଗୋବର ପାଣିରେ ଲିପି ନିମ୍ବଡାଳକୁ ଝାଡ଼ୁକରି ଖଳା ସଫା କରିବା ଏବଂ ଫସଲ ଅମଳ ସମୟରେ ମଧ୍ୟ ଗୋବର ପାଣିରେ ଖଳା, ଲିପିବା । ଏହାକୁ ଦେଖି ଗ୍ରାମୀଣ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟରେ ଲିପ୍ତ ଡା. କେ. ନଟରାଜନ୍ (ଏମ୍.ବି.ବି.ଏସ୍) ଏବଂ ତାମିଲନାଡୁ, କୃଷି ବିଶ୍ଵ ବିଦ୍ୟାଳୟର ଡା.ଇ.ଭାଡ଼ି ଭେଲ (ପି.ଏଚ୍.ଡି) ନିଜର ସାଥି ବୈଜ୍ଞାନିକ ଓ କୃଷକଙ୍କ ସହାୟତାରେ ପୃଥକ ପୃଥକ ଗବେଷଣା ଆରମ୍ଭ କଲେ । ଗବ୍ୟାମୃତର କୃଷି ଉପରେ ପ୍ରଭାବ ଦେଖି ଅତ୍ୟନ୍ତ ଉତ୍ସାହିତ ହୋଇ କୃଷି ବିଶ୍ୱବିଦ୍ୟାଳୟ ଗବ୍ୟାମୃତର ମାନ ନିମ୍ନ ମତେ ନିର୍ବାରଣ କରଛନ୍ତି ଏବଂ ଏହା ଉପରେ ଗବେଷଣା କରି ସଫଳତା ମଧ୍ୟ ହାସଲ କରିଛନ୍ତି । ଏହି ଜୈବିକ ଖତ କୃଷି କ୍ଷେତ୍ରରେ ଚାଷୀଙ୍କ ପାଇଁ ବେଶ ଉପାଦେୟ ସାବନ୍ୟସ୍ତ ହେଉଛି ।

ଗବ୍ୟାମୃତ ଖତର ଉପଯୋଗିତା

ଗବ୍ୟାମୃତ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ

ତାମିଲନାଡୁ, କୃଷି ବିଶ୍ଵବିଦ୍ୟାଳୟ ଅନୁସାରେ ଗାଈର ସଦୃଗୋବର ୫ କେ.ଜି., ଗୋମୁତ୍ର ୩ଲିଟର, ଗାଈ କ୍ଷୀର, ୨ ଲିଟର, ଦହି ୨ ଲିଟର, ଘିଅ ୧ ଲିଟର, ଆଖୁରସ ୩ଲିଟର, ପଇଡ଼ ପାଣି ୩ ଲିଟର, ପାଚିଲା କଦଳୀ ୧୦ କେ.ଜି. । ଡା. ନଟରାଜନଙ୍କ ଗ୍ରା କୃଷି କେନ୍ଦ୍ର ଅନୁସାରେ ଗାଈର ତାଜା ଗୋବର ୧ କେଜି, ଗୋବରଗ୍ୟାସ ପୁଣ୍ଟରୁ ବାହାରୁ ଥିବା ତରଳ ଗାଈ ଗୋବର(ସୁରୀ)୪ କେଜି, ପାଚିଲା କଦଳୀ ୧୨ଟା ବ୍ୟବହାର କରାଯାଇଥାଏ । ଅନ୍ୟାନ୍ୟ ଦ୍ରବ୍ୟର ପରିମାଣ ବିଶ୍ଵବିଦ୍ୟାଳୟର ଅନୁମୋଦିକ ମାତ୍ରା ସହିତ ସମାନ ଥାଏ ।

ପ୍ରସ୍ତୁତ ପ୍ରକ୍ରିୟା

ଉପରୋକ୍ତ ସମସ୍ତ ଦ୍ରବ୍ୟ ଭାରତୀୟ ପ୍ରଜାତି(ଦେଶୀ) ଗାଈଙ୍କର ହେବା ଆବଶ୍ୟକ । ବିଦେଶୀ ଗାଈଙ୍କର ଦ୍ରବ୍ୟ ଫଳପ୍ରଦ ନୁହେଁ । ଉପରୋକ୍ତ ଦ୍ରବ୍ୟ କ୍ରମାନ୍ଵୟରେ ଗୋଟିଏ ସିମେଣ୍ଟ କିମ୍ବା ପୃଷ୍ଟିକ ପାତ୍ରରେ ମିଶାନ୍ତୁ । ପାତ୍ରର ମୁହଁ ବନ୍ଦ ନକରି ଉପରେ ଛାତ ଥିବା ସ୍ଥାନରେ ରଖି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦିନରେ ଦୁଇଥର ଗୋଟିଏ ବାଉଁଶରେ ଭଲ ଭାବରେ ଘାଣ୍ଟିବେ । ଏହି ପ୍ରକ୍ରିୟାରେ ୭ଦିନ ପରେ ଏହା ପ୍ରସ୍ତୁତ ହୋଇ ବ୍ୟବହାରଯୋଗ୍ୟ ହୋଇଯାଏ । ୬ମାସ ପର୍ଯ୍ୟନ୍ତ ଏହାର ଗୁଣଧର୍ମ ଠିକ୍ ରହିବ । ଛଅମାସ ପରେ ଏହାର ବ୍ୟବହାର ବିଶେଷ ଫଳପ୍ରଦ ନୁହେଁ କିନ୍ତୁ କ୍ଷତିକାରକ ମଧ୍ୟ ନୁହେଁ ।

ବ୍ୟବହାର ପ୍ରଣାଳୀ

୯୭ ଭାଗ ପାଣିରେ ୩ ଭାଗ ଗବ୍ୟାମୃତ ମିଶାଇ (୩%) ଜମିରେ ସିଞ୍ଚନ ଯନ୍ତ୍ରଦ୍ଵାରା ପ୍ରୟୋଗ କରାଯାଇପାରିବ । ଏହା ସମସ୍ତ ପ୍ରକାର ଶସ୍ୟା, ପନି ପରିବା, ଫଳ ଚାଷ ପାଇଁ ବିଶେଷ ଉପଯୋଗୀ । ହସ୍ତଚାଳିତ ଯନ୍ତ୍ର ପ୍ରୟୋଗ ସମୟରେ ବଡ଼ ରନ୍ଧ୍ର ଥିବା ନୋଜଲ ବ୍ୟବହାର କରିବେ ଓ ବିଜୁଳି ଚାଳିତ ଯନ୍ତ୍ର ବ୍ୟବହାର କରୁଥିଲେ ଦ୍ରବଣକୁ ଭଲ ଭାବରେ ଛାଣି ବ୍ୟବହାର କରିବେ । ପାଣି ମଡ଼ାଇବା ସହିତ ବା ସିଞ୍ଚନ ପ୍ରକ୍ରିୟାରେ ହେକ୍ଟର ପାଇଁ ୫୦ ଲିଟର ପଞ୍ଚଗବ୍ୟ ଆବଶ୍ୟକ ।

ଫସଲ/ମଞ୍ଜି ସଂରକ୍ଷଣ ପାଇଁ ୩% ଦ୍ରବଣରେ ୨୦ ରୁ ୩୦ ମିନିଟ୍ ବୁଡ଼ାଇ ରଖି ତାପରେ ଶୁକାଇ ସାଇତି ରଖିବେ । ବୁଣିବା ପୂର୍ବରୁ ମଧ୍ୟ ୨୦ ରୁ ୩୦ ମିନିଟ୍ ପାଣିରେ ରଖି ବୁଣିଲେ ଭଲ ଗଛ ହୁଏ । ଟମାଟୋ ମଞ୍ଜିକୁ ୧% ଦ୍ରବଣରେ ୧୨ ଘଣ୍ଟା ରଖି ବୁଣାଯାଇଥାଏ ।

ଫସଲର ବୁଣାଠାରୁ ଅମଳ ପର୍ଯ୍ୟନ୍ତ ସମୟକୁ ଦେଖି ଫୁଲ ଧରିବା ପୂର୍ବରୁ ଦୁଇଥର ୧୫ ଦିନରେ ଥରେ ହିସାବରେ ଫୁଲ ଓ କଷି ଧରିବା ମଧ୍ୟରେ ୧୦ଦିନ ବ୍ୟବଧାନରେ ଦୁଇଥର ଏବଂ ଫଳ ଧରିବା ପରେ ଥରେ ପ୍ରୟୋଗ କରାଯାଇଥାଏ ।

ଏହା ଉଭୟ ଜୈବିକ ଖତ ଓ କୀଟ ନିୟନ୍ତ୍ରକର କାମ କରିଥାଏ । ଜମିର ଆବଶ୍ୟକତା, ବର୍ଷା ଉପରେ କିମ୍ବା ଜଳସେଚନ ଉପରେ ନିର୍ଭର କରୁଥିବା ବ୍ୟବସ୍ଥାକୁ ଦେଖି ପ୍ରୟୋଗ ସମୟ ବ୍ୟବଧାନ କମ୍ ବେଶୀ କରାଯାଏ । ଏହା ତାମିଲନାଡୁ କୃଷି ବିଶ୍ଵବିଦ୍ୟାଳୟର ପରୀକ୍ଷାଗାର ଏବଂ କୃଷି କ୍ଷେତ୍ରରେ ପରୀକ୍ଷିତ କୃଷକମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର କୃଷିକ୍ଷେତ୍ରରେ ମଧ୍ୟ ପରୀକ୍ଷିତ ହୋଇଛି । ଓଡିଶାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବୃକ୍ ଆଞ୍ଚଳର ଚାଷୀମାନେ ମଧ୍ୟ ଏହି ଖତକୁ ଉପଯୋଗ କରି ଚାଷ କାର୍ଯ୍ୟ କରୁଥିବା ନଜିର ରହିଛି ।

ଆଧାର - କିଶୋର ଚନ୍ଦ୍ର ପଣ୍ଡା ଜୈବିକ କୃଷି ପରାମର୍ଶଦାତା,

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top