ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଚିନାବାଦାମରେ ରୋଗପୋକ
ସେଆର କରନ୍ତୁ

ଚିନାବାଦାମରେ ରୋଗପୋକ

ଚିନାବାଦାମରେ ରୋଗପୋକ କିପରି ନିୟନ୍ତ୍ରଣ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଚିନାବାଦାମ ଫସଲ

ଚିନାବାଦାମ ଆମ ରାଜ୍ୟର ମୁଖ୍ୟ ତୈଳବୀଜ ଫସଲ । ଚିନାବାଦାମ ଉତ୍ପାଦନ ୨୦ରୁ ୨୨ ପ୍ରତିଶତ ବିଭିନ୍ନ ରୋଗ ଦ୍ଵାରା ହ୍ରାସପାଇଥାଏ । ଉତ୍ପାଦନ ବୃଦ୍ଧି ପାଇଁ ସମନ୍ୱିତ ରୋଗ ନିୟନ୍ତ୍ରଣ ବ୍ୟବସ୍ତୁ ଅତ୍ୟନ୍ତ ଜରୁରି । ଯଥା ସମୟରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରି ଫସଲରେ ଦେଖା ଯାଉଥିବା ରୋଗଗୁଡିକୁ ନିୟନ୍ତ୍ରଣ କରାଯାଇ ପାରିବ ।

ସୂଚନାନୁଯାୟୀ, ଚିନାବାଦାମ୍ ଫସଲ ଓଡିଶାରେ ପ୍ରାୟ ୨ ଲକ୍ଷ ୫୦ ହଜାର ହେକ୍ଟର ଜର୍ମରେ ଚାଷ କରାଯାଇ ବାର୍ଷିକ ପ୍ରାୟ ୪ ଲକ୍ଷ ଟନ୍ ଉତ୍ପାଦନ ହୋଇଥାଏ । ଏଥି ମଧ୍ୟରୁ ଖରିଫ ଋତୁରେ ୮୫ ହଜାର ହେକ୍ଟର ଏବଂ ରବି ଋତୁରେ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ହୁଏ । ଚାଷୀମାନେ ଉନ୍ନତ ପ୍ରଣାଳୀରେ ଚିନାବାଦାମ ଚାଷ କରୁନଥିବା ଯୋଗୁ ଅଧିକ ଅମଳ ହୋଇପାରୁନାହିଁ । ବିଶେଷ କରି ଚିନାବାଦାମ ବୁଣିଲା ପରେ ଫସଲରେ ଲାଗୁଥିବା ରୋଗରେ ପାକର ନିୟନ୍ତ୍ରଣ ପ୍ରତି ଚାଷୀ ଯତ୍ନବାନ ହେବା ଦରକାର।

ଚିନାବାଦାମ ଫସଲର ରୋଗ ନିୟନ୍ତ୍ରଣ

କାଣ୍ଡସଢ଼ା ରୋଗ

ଏହା ଏକ କବକ ଜନିତ ରୋଗ । ଏହି ରୋଗ ଖରିଫ ଋତୁରେ ଫେବୃୟାରୀ ଠାରୁ ମାର୍କ ମାସ ମଧ୍ୟରେ ଦେଖାଯାଏ । ଏଥିରେ ଗଛ ହଳଦିଆ ପଡେ । ଆକ୍ରାନ୍ତ କାଣ୍ଡ ସଙ୍କୁଚିତ ହୋଇଯାଏ । ସେଥିରେ ଧଳା ରଙ୍ଗର (ତୁଳା ଭଳି) କବକ ମାଡିଯାଏ ଏବଂ ସେଥିରେ ବହୁ ପରିମାଣରେ ସୋରିଷ ମଞ୍ଜି ଭଳି କବକର ଦେସ୍କଲରୋଟିଆ ଦେଖାଯାଏ । ଆକ୍ରାନ୍ତ ଗଛ ପ୍ରଥମେ ମଳିନ ପଡ଼େ, ତା'ପରେ ଝାଉଁଳେ ଏବଂ ଶେଷରେ ମରିଯାଏ ।

ପ୍ରତିକାର

ଏକ କି.ଗ୍ରା. ବିହନକୁ ୩ ଗ୍ରାମ୍ ଥିରାମ ବା କ୍ୟାପଟାନ୍ ଦ୍ଵାରା ବିଶୋଧନ କରନ୍ତୁ । ଜମିରୁ ଅତ୍ୟଧିକ ଜଳ ନିଷ୍କାସନ କରି ଦିଅନ୍ତୁ । ମାଟି ସନ୍ତସନ୍ତିଆ ରହିଲେ ଏହି ରୋଗ ବେଶୀ ହୁଏ । ରୋଗ ଦେଖାଯିବା ମାତ୍ରେ ଆକ୍ରାନ୍ତ ଗଛର ମୂଳକୁ ଇଣ୍ଡୋଫିଲ ଏମ୍ – ୪୫ ଦ୍ଵାରା (୭୫୦ ଗ୍ରାମ /ଏକର ପ୍ରତି ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

ଝାଉଁଳା ରୋଗ

ମଞ୍ଜି ଗଜା ହେବା ଠାରୁ ପ୍ରାୟ ୧ ମାସ ମଧ୍ୟରେ ଏହାର ପ୍ରକୋପ ଅଧିକ । ଆକ୍ରାନ୍ତ ଗଛର ପ୍ରଧାନ ଚେର ନଷ୍ଟ ହୋଇଯାଏ । ଗଛଟି ଝାଉଁଳେ । ଗଛକୁ ମାଟିରୁ ଟାଣିଲେ ତାହା ସହଜରେ ଓପାଡ଼ି ହୋଇ ଆସେ । ଆକ୍ରାନ୍ତ ଚେରକୁ କାଟିଲେ ସେଥିରୁ ଲାଳୁଆ ଧଳା ରସ ବାହାରେ । ଚାରା ଗଛଗୁଡ଼ିକ ଶୀଘ୍ର ମରିଯାଏ । ଏଥିପାଇଁ ୧ ଲିଟର ପାଣିରେ ୧ ଗ୍ରାମ୍ ପ୍ରାଣ୍ଟୋମାଇସିନ୍ ବା ୧୦ ଲିଟର ପାଣିରେ ୧ ଗ୍ରାମ୍ ଷ୍ଟ୍ରେପଟୋସାଇକ୍ଲିନ୍ ଦେଇ ସେଥିରେ ବିହନକୁ ୩୦ ମିନିଟ ପର୍ଯ୍ୟନ୍ତ ଭିଜାଇ ତା'ପରେ ଛାଇରେ ଶୁଖାଇ ବୁଣାନ୍ତୁ ।

ଟୀକା ପତ୍ରଦାଗ ରୋଗ

ଏହା ଏକ କବକ ଜନିତ ରୋଗ । ଏହି ରୋଗରେ ଗାଢ ବାଦାମୀ ରଙ୍ଗର ଗୋଲ ଗୋଲ ଦାଗ (୩ରୁ ୮ ମି.ମି. ବ୍ୟାସ ବିଶିଷ୍ଟ) ପତ୍ର ଡେମ୍ଫ ଓ କାଣ୍ଡରେ ଦେଖାଯାଏ । ସଂକ୍ରମଣ ଅଧିକ ହେଲେ ଦାଗ ଗୁଡ଼ିକ ମିଶିଯାନ୍ତି । ପତ୍ର ଶୁଖି ଝଡ଼ି ପଡେ । ଏହି ରୋଗ ପ୍ରଥମେ ଗଛର ତଳ ଆଡ଼ୁ ଆରମ୍ଭ ହୁଏ । କେତେକ କ୍ଷେତ୍ରରେ ଅସମାନିଆ ଦାଗ ଦେଖାଯାଏ । ତାହାର ଚାରିପାଖେ ହଳଦିଆ ରଙ୍ଗର ବଳୟ ଦେଖାଯାଏ । ପ୍ରତିକାର: ବିହନକୁ ଥିରାମ ବା କ୍ୟାପଟାନ୍ (୩ ଗ୍ରାମ୍ / କି.ଗ୍ରା. ପ୍ରତି) ଦ୍ଵାରା ବିଶୋଧନ କରନ୍ତୁ ।

ରୋଗ ଦେଖାଯିବା ମାତ୍ରେ ଇଣ୍ଡାଫିଲା /ଏମ-୪୫ ଏକର ପ୍ରତି ୨୦୦ ଲିଟର ପାଣିରେ ୭୫୦ ଗ୍ରାମ୍ ମିଶାଇ ୨-୩ ଥର ୭ ଦିନ ଅନ୍ତରରେ ସ୍ପ୍ରେ କରନ୍ତୁ ।

କଳଙ୍କି ରୋଗ

ଏହା ଏକ କବକ ଜନିତ ରୋଗ । ଏଥିରେ ପତ୍ରର ତଳ ଭାଗରେ ବାଦାମୀ ରଙ୍ଗର ଛୋଟ ଛୋଟ ଭାତୁଡ଼ି ଭଳି ଦେଖାଯାଏ । ସେଗୁଡ଼ିକ ଫାଟିଲେ। ସେଥିରୁ ପାଉଡ୍ ର ଭଳି କବକର ସେନ୍ସାର ବାହାରେ । ଆକ୍ରାନ୍ତ ଅଂଶର ଉପରି ଭାଗ ପତ୍ରର ରଙ୍ଗ ବାଦାମୀ ହୁଏ । କ୍ରମଶଃପତ୍ର ଶୁଖିଯାଏ ଏବଂ ଶେଷରେ ଝଡିପଡ଼େ । ଏଥିରୁ ମୁକ୍ତି ପାଇଁ ଫସଲ ଅମଳ ପରେ କିଆରୀରୁ ଆକ୍ରାନ୍ତ ଗଛଗୁଡ଼ିକୁ ପୋଡ଼ି ଦିଅନ୍ତୁ । ରୋଗ ଦେଖାଯିବା ମାତ୍ରେ ସଲଫର ପାଉଡ଼ର ଏକର ପିଛା ୧୨ କେ.ଜି. ସିଞ୍ଚନ କରନ୍ତୁ କିମ୍ବା ଇଣ୍ଡୋଫିଲ ଏମ୍ –୪୫ ବା କ୍ୟାଲିସ୍କିନ୍, ୭ ଦିନ ଅନ୍ତରରେ ୨-୩ ଥର  ସ୍ପ୍ରେ କରନ୍ତୁ ।

ସଂଗୃହିତ - ପ୍ରଫେସର ଦାମୋଦର ପରିଡା

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top