ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଜୈବିକ ଉପାୟରେ ଉଈ ନିୟନ୍ତ୍ରଣ
ସେଆର କରନ୍ତୁ

ଜୈବିକ ଉପାୟରେ ଉଈ ନିୟନ୍ତ୍ରଣ

ଜୈବିକ ଉପାୟରେ ଉଈ ନିୟନ୍ତ୍ରଣ ସମ୍ବନ୍ଧିତ ତଥ୍ୟ ।

ଉଈ ସଂଖ୍ୟା ବୃଦ୍ଧି ଏକ ବିକଟ ସମସ୍ୟା

କୃଷି କ୍ଷେତ୍ରରେ ଉଈ ସଂଖ୍ୟା ବୃଦ୍ଧି ଏକ ବିକଟ ସମସ୍ୟା ଅଟେ । ଏହାକୁ ନିୟନ୍ତ୍ରଣ କରାନଗଲେ  ଫସଲ ତଥା ଜମିର କ୍ଷତି ହୋଇଥାଏ । ତେଣୁ ଫସଲରେ ଉଈର ନିୟନ୍ତ୍ରଣ ନିହାତି ଆବଶ୍ୟକ । କିଭଳି ଜୈବିକ ଉପାୟରେ  ଉଈ ନିୟନ୍ତ୍ରଣ କରିପାରିବା ।

ଜୈବିକ ଉପାୟରେ ଉଈ ନିୟନ୍ତ୍ରଣ

  • ଅଧିକ ଉଈ ସଂକ୍ରମଣ ହେଉଥିବା ଜମିରେ ଜଡ଼ା ଚାଷ କରନ୍ତୁ ।
  • ଖତ ସହିତ ଜଡ଼ା ପିଡ଼ିଆ ମିଶାଇ । ଜମିରେ ପ୍ରୟୋଗ କଲେ ଉଈ ନିୟନ୍ତ୍ରିତ ହୋଇଥାଏ  ଜଡ଼। ପିଡ଼ିଆରେ ୫.୫ ପ୍ରତିଶତ ଯବକ୍ଷାରଜାନ, ୧.୮ ପ୍ରତିଶତ ଫସଫରସ ଓ ୧ ପ୍ରତିଶତ ପଟାସ୍ଥାଏ ।
  • ମାଣ୍ଡିଆ ଚେର ଓ ଅମରିପତ୍ରକୁ ସିଝାଇ ଥଣ୍ଡା କରିବା ପରେ ଗଛ ମୂଳରେ ପ୍ରୟୋଗ କଲେ ଉଈ ନିୟନ୍ତ୍ରିତ ହୋଇଥାଏ ।
  • ଫଳ ଗଛ ମୂଳରୁଷାଠିଏ ସେମି ଯାଏଁ କାଣ୍ଡରେ ପେରୁମାଟି ସହିତ ଜଡ଼ାତେଲ ମିଶାଇ ଲେପନ କରନ୍ତୁ ।
  • ନଡ଼ିଆ କତାକୁ ସିଝାଇ ତାର ତେଲ ବାହାର କରି ସେହି ତେଲକୁ ଉଈ ସଂକ୍ରମିତ ମାଟିରେ ପକାଇଲେ ପ୍ରାୟ ୪୦ ଦିନ ପର୍ଯ୍ୟନ୍ତ ଉଈ ହୁଅନ୍ତି ନାହିଁ । ଏହି ତେଲ ବାସ୍ନାଦ୍ଵାରା ଉଈ ତଥା ପିମ୍ପୁଡ଼ି ସେହି ସ୍ଥାନ ଛାଡ଼ି ଚାଲିଯାଆନ୍ତି ।
  • ଇଞ୍ଜିନ ତେଲକୁ ଜଳସେଚନ ସମୟରେ  ପାଣି ସହିତ ମିଶାଇ ଗହମ କ୍ଷେତରେ ପ୍ରୟୋଗ କଲେ ଉଈ ହୁଅନ୍ତି ନାହିଁ ।
  • ୫୦୦ ଗ୍ରାମ୍ ରିଠା ମଞ୍ଜିକୁ ଗୋଟିଏ ଲିଟର ପାଣିରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଭିଜନ୍ତୁ । ତାପରେ ମଞ୍ଜିକୁ ଛୋଟି ଅଲଗା କରି ଏକ ସ୍ଵଛ କପଡ଼ା ଦ୍ଵାରା ଛାଣି ଏହି ଦ୍ରବଣକୁ ଉଈ ସଂକ୍ରମିତ ଜମିରେ ପକାନ୍ତୁ । ଏହାଦ୍ଵାରା ଉଈ ନିୟନ୍ତ୍ରିତ ହୋଇଥାଏ ।
  • ସମାନ ପରିମାଣର ବାସଙ୍ଗ ପତ୍ର ବଟ ସହିତ ନଡ଼ିଆ କତାର ଗୁଣ୍ଡକୁ ପାଣିରେ ମିଶାଇ ଲିଟର ପିଛା ୮ ଗ୍ରାମ୍ ଲୁଣ ମିଶାଇ ଏହାକୁ ଉଈହୁଙ୍କା ବା ଉଈ ସଂକ୍ରମିତ ମାଟିରେ ପ୍ରୟୋଗ କରନ୍ତୁ । ଏହା ଉଈ ନିୟନ୍ତ୍ରଣରେ ସହାୟକ ହୋଇଥାଏ।
  • ଖାଡ଼ିସିଝୁକୁ ଫଳଗଛ ପାଖରେ ରୋପଣ କଲେ ଉଈ ଆକ୍ରମଣରୁ ରକ୍ଷା ମିଳିଥାଏ ।

ଆଧାର - କିଶୋର ଚନ୍ଦ୍ର ପଣ୍ଡା, ମୋ : ୯୮୬୧୩୯୭୬୪୩ ଜୈବିକ କୃଷି ବିଶେଷଜ୍ଞ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top