ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଜୈବିକ ଉପାୟରେ ପୋକ ଦମନ
ସେଆର କରନ୍ତୁ

ଜୈବିକ ଉପାୟରେ ପୋକ ଦମନ

ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି ।

ଜୈବ ବିବିଧତାରେ ଅସନ୍ତୁଳିତ

ବର୍ତ୍ତମାନ ପରିସ୍ଥିତିରେ ପୃଥିବୀର ଅନେକ ରାଷ୍ଟ୍ର ଜୈବିକ କୃଷି ପ୍ରତି ଗୁରୁତ୍ଵାରୋପ କରୁଛନ୍ତି । ଏହା ସହିତ ବିଶ୍ଵରେ ଉଷ୍ମତା ବୃଦ୍ଧି  ଚାଷ କାର୍ଯ୍ୟରେ ଅନେକ ବାଧାବିଘ୍ନ ସୃଷ୍ଟି କରୁଛି । ଏହା ଯୋଗୁ ମେରୁ ଅଞ୍ଚଳରେ ବରଫ ତରଳିବା, ସମୁଦ୍ରରେ ଜଳପତ୍ତନ ବୃଦ୍ଧି ପାଇବା, ବାତ୍ୟା ଓ ମହାବାତ୍ୟା କାରଣରୁ ଫସଲ ନଷ୍ଟ ହେବା ଆଶଙ୍କାକୁ ପରିବେଶବିତ୍ରମାନେ ସତର୍କର ସୂଚନା ଦେଉଛନ୍ତି । ବିଗତବର୍ଷଗୁଡ଼ିକରେ ବିଭିନ୍ନ ଫସଲର ଉତ୍ପାଦିକା ଶକ୍ତି ଓ ଏମାନଙ୍କର ଉତ୍ପାଦନରେ ବୃଦ୍ଧି କରିବା ପାଇଁ ପ୍ରଚୁର ପରିମାଣର ସାର ଓ କଟୁ କୀଟନାଶକ ବ୍ୟବହାର କରାଗଲା । ଭାରତରେ ପ୍ରଥମ ସବୁଜ ବିପ୍ଳବକୁ ଅଗ୍ରାଧକାର ଦିଆଯାଇ ଏହିସବୁ ଦ୍ରବ୍ୟକୁ ଜଳସେଚିତ ଚାଷଜମିରେ ଅଳ୍ପଦିନରେ ଅମଳ ହେଉଥିବା ଫସଲରେ ପ୍ରୟୋଗ କରାଗଲା । ଏହା ଫଳରେ ଫସଲର ଉତ୍ପାଦିକା ଶକ୍ତି ଓ ଉତ୍ପାଦନ ବୃଦ୍ଧି ପାଇଲା । କିନ୍ତୁ କ୍ରମଶଃ ବାୟୁମଣ୍ଡଳ ଦୂଷିତ ହେଲା । ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷିତ ହେଲା । ମୃତ୍ତିକାରେ ରହିଥିବା ଜିଆଙ୍କ ସଂଖ୍ୟା ହ୍ରାସ ପାଇଲା । ଅନେକ ଉପକାରୀ ପରାଶ୍ରୟା ଓ ପରାଙ୍ଗଭେଜି କାଟ ଯେଉଁମାନେ ଫସଲକୁ ଆକ୍ରମଣ କରୁଥିବା ପୋକଙ୍କୁ ଖାଉଥିଲେ ସେମାନଙ୍କର ସଂଖ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଲା ।

ଏହିପରି ଘଟଣାମାନ ୟୁରୋପ ମହାଦେଶରେ ମଧ୍ୟ ଘଟିଲା । ପରିବେଶରେ ଜୈବ ବିବିଧତାରେ ଅସନ୍ତୁଳିତ ଅବସ୍ଥା ପରିଲକ୍ଷିତ ହେଲା । ୧୯୬୨ ରେ ଆମେରିକାର ସାମ୍ବାଦିକା । ରାଚେଲ କାର୍ସନ ସାଇଲେଣ୍ଟ ସ୍ପିଙ୍ଗ୍ ନାମକ ଏକ ପୁସ୍ତକ ରଚନା କରି ସେଥିରେ କୀଟନାଶକର କୁପ୍ରଭାବ ବିଷୟରେ ୟୁରୋପର ବିଭିନ୍ନ ରାଷ୍ଟର ନାଗରିକଙ୍କୁ ଜଣାଇଲେ । ଫଳରେ ୧୯୭୨ରେ ଡିଡିଟିକୁ କୃଷି କାର୍ଯ୍ୟରେ ବିନିଯୋଗ କରିବାକୁ ଆମେରିକା ନିଷେଧାଦେଶ ଜାରି କଲା । ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଲା । ତେଣୁ ଭାରତ ସରକାରଙ୍କର କୃଷି ବିଭାଗରେ ଜୈବିକ ଚାଷ ପ୍ରତି ଗୁରୁତ୍ଵାରୋପ କରାଗଲା । ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି । ଏହି ପଦ୍ଧତି ବାୟୁମଣ୍ଡଳର ମୃଞ୍ଚିକା, ଜଳ ଓ ବାୟୁକୁ ପ୍ରଦୂଷଣ କରେ ନାହିଁ । ଫସଲ କିଆରିରେ ଉପଲବ୍ଧ ହେଉଥିବା ଅନ୍ୟାନ୍ୟ ଜୀବଜନ୍ତୁ ପ୍ରତି ମଧ ନିରାପଦ । ଖାଦ୍ୟଶସ୍ୟ ଓ ସେମାନଙ୍କଠାରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ, ଫଳ, ପନିପରିବା ଓ ଫସଲରେ ପରାଗସଂଗମ ସୃଷ୍ଟି କରୁଥିବା କୀଟଙ୍କ ପ୍ରତି ମଧ୍ୟ ନିରାପଦ ।

କୀଟ ବା ପୋକ କରୁଥିବା କ୍ଷତି ଓ ଚିହ୍ନଟ

ପୃଥିବୀରେ ପ୍ରାୟ ୧୪ ଲକ୍ଷ ପ୍ରଜାତିର କୀଟ ବା ପୋକ ରହିଛନ୍ତି । ତନ୍ମଧରୁ ୧ଲକ୍ଷ ପ୍ରଜାତିର ପୋକ ଫସଲର ବିଭିନ୍ନ ଅବସ୍ଥାର ଭିନ୍ନ ଭିନ୍ନ ଅଂଶ ଯଥା ପତ୍ର, ଫୁଲ, ଫଳ, କଢ଼ି, ବୃନ୍ତ, ପାଖୁଡ଼ା, ମଞ୍ଜି, ମୂଳ, ଚେର, ଶାଖା, ପ୍ରଶାଖା, ଗଣ୍ଠି, କାଣ୍ଡ ପବ, ମୁକୁଳ ଛେଲି ଓ ମଞ୍ଜ ଆଦିକୁ ଖାଇ ବଞ୍ଚିରହନ୍ତି ଏବଂ ଫସଲରେ ପ୍ରଚୁର ପରିମାଣର କ୍ଷତି ଘଟାନ୍ତି । ଫସଲ ଅମଳ ପୂର୍ବରୁ ରୋଗରେ ପୋକ ଓ ବିଭିନ୍ନ ଘାସ ଯୋଗୁ ଫସଲରେ ୨୦ରୁ ୩୫ ପ୍ରତିଶତ କ୍ଷତି ଘଟୁଛି ।

ଭାରତର ପ୍ରାଣୀବିଜ୍ଞାନ ସନ୍ଦର୍ଭାନୁଯାୟୀ ଉପଲବ୍ଧ ହେଉଥିବା ପୋକଙ୍କ ମଧ୍ୟରୁ ୬୨ ହଜାରରୁ ୮୦ ହଜାର ପ୍ରଜାତିର ପୋକଙ୍କୁ ଚିହ୍ନଟ କରାଯାଇଛି । ସେହି ଚିହ୍ନିତ ପୋକଙ୍କୁ ବିନାଶ କରିବା ପାଇଁ ଅନେକ ଜୀବ ପ୍ରକୃତି ସୃଷ୍ଟି କରିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୮ ହଜାର ୮୩୪ ପ୍ରଜାତିର ପରାଙ୍ଗ ଭୋଜି ବୁଢ଼ିଆଣୀ ପୃଥିବୀରେ ରହିଛନ୍ତି । ସେହିପରି ଅନେକ ପ୍ରଜାତିର ଭଅଁର ମଧ୍ୟ ରହିଛନ୍ତି । ବିଭିନ୍ନ ପ୍ରଜାତିର ପରାଶ୍ରୟା କୀଟ, ବତକ, ବଣି, ହଂସ, ବେଙ୍ଗ ଓ ବଗ ଆଦି ରହିଛନ୍ତି । ଯେହେତୁ ଏମାନେ ବିଭିନ୍ନ ଫସଲକୁ ଆକ୍ରମଣ କରୁଥିବା ପୋକଙ୍କୁ ଖାଆନ୍ତି, ତେଣୁ ଏମାନଙ୍କୁ କୃଷକର ବନ୍ଧୁ କୁହାଯାଏ । ଏହା ବ୍ୟତୀତ ଅନେକ ପ୍ରଜାତିର ଫିମ୍ପି, ଜୀବାଣୁ, ଭୂତାଣୁ, ସୂତ୍ର ଜୀବ, ରିକେଟସିଆ ଓ ମାଇକ୍ରୋପ୍ଲାଜ୍‌ମା ମଧ୍ୟ କ୍ଷତିକାରକ ପୋକଙ୍କୁ ଆକ୍ରମଣ କରି ବିନାଶ କରନ୍ତି । ପ୍ରାୟ ୩୦୦୦ ପ୍ରଜାତିର ଉପର ବର୍ଣ୍ଣିତ ସୂକ୍ଷ୍ମାତି ସୂକ୍ଷ୍ମ ଜୀବ ଫସଲର ପୋକଙ୍କ ଶରୀରରେ ରୋଗ ସୃଷ୍ଟିକରି ସେମାନଙ୍କୁ ବିନାଶ କରନ୍ତି । ଏକ ଆକଳନରୁ ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ଏହି ସୂକ୍ଷ୍ମାତିସୂକ୍ଷ୍ମ ଜୀବଙ୍କ ସଂଖ୍ୟା ଫସଲକୁ ଆକ୍ରମଣ କରୁଥିବା ପୋକଙ୍କ ସଂଖ୍ୟାଠାରୁ ଅଧିକ । କିନ୍ତୁ ସେମାନଙ୍କୁ ଅଦ୍ୟାବଧ ଚିହ୍ନଟ କରାଯାଇନାହିଁ ।

ଜୈବିକ ଉପାୟରେ କାଟ ଦମନ ପ୍ରକ୍ରିୟାରେ ସଫଳତା

ବିଭିନ୍ନ ଫସଲରେ ଜୈବିକ ଉପାୟରେ କାଟ ଦମନ ପ୍ରକ୍ରିୟାରେ ମିଳିଥିବା ସଫଳତା ଉକ୍ତ ନିବନ୍ଧରେ ବର୍ଣ୍ଣନା କରାଯାଉଛି । ମାଘ  ଓ ଫାଲ୍‌ଗୁନ ମାସରେ ଓଡ଼ିଶାର ଚାଷୀମାନେ ଆଖୁଚାଷ କରିବେ । ଏହା ଏକ ଅର୍ଥକରୀ ଫସଲ । ଚିନିକଳ ନିକଟରେ ଥିବା ଚାଷୀମାନେ ଏହି ଚାଷକୁ ବହୁଳ ପରିମାଣରେ କରନ୍ତି ଏବଂ ଚିନିକଳକୁ ଆଖୁ ଯୋଗାଇ ପ୍ରଚୁର ପରିମାଣର ଅର୍ଥ ରୋଜଗାର କରନ୍ତି । କିନ୍ତୁ ଏହି ଫସଲକୁ ସଅଳ କାଣ୍ଡବିନ୍ଧା, ପବବିନ୍ଧା ଏବଂ ଅଗବିନ୍ଧା ପୋକମାନେ ଆକ୍ରମଣ କରନ୍ତି ଏବଂ ପ୍ରଚୁର ପରିମାଣର ଆଖୁ ଓ ଚିନି ଅମଳରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି । ସଅଳ କାଣ୍ଡବିନ୍ଧା ଯୋଗୁ ଆଖୁ ଫସଲରେ ମଞ୍ଜକିଳା ଓ ପବବିନ୍ଧା ପୋକ ଯୋଗୁ ଆଖୁଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ । ପବ ଓ ଗଣ୍ଠିରେ 'କଣାମାନ ସୃଷ୍ଟି ହୁଏ ଯାହା ଯୋଗୁ ଆଖୁ ଫସଲରେ ନାଲି ଶଢ଼ା ରୋଗ ବ୍ୟାପିଯାଏ । ଫଳରେ ଚିନିର ପରିମାଣ ଓ ଏହାର ମାନ ହ୍ରାସ ପାଏ । ଅଗବିନ୍ଧା ପୋକ ଯୋଗୁ ଆଖୁ ଗଛ ଛେଟ ଛୋଟ ହୁଏ ଏବଂ ପବଗୁଡିକ ଛୋଟ ହେବା ଯୋଗୁ ଆଖୁଗଛର ଶୀର୍ଷ ସ୍ଥାନରେ ପବ ଗୁଳ୍ମ ସୃଷ୍ଟି ହୁଏ । ଏହି ଚାରୋଟି ପୋକକୁ ବିନାଶ କରିବା ପାଇଁ ଟ୍ରାଇକୋଗ୍ରାମା ଚିଲୋ ନିଶ୍ ଏକ ହେକ୍ଟର ଆଖୁ ଫସଲରେ ୫୦,୦୦୦ ପୋକ ସନ୍ଧ୍ୟା ସମୟରେ ଛଡାଯାଏ । ଏହି ଉପକାରୀ ପରାଶ୍ରୟା କୀଟ ସୂର୍ଯ୍ୟ ଉତ୍ତାପ ସହ୍ୟ କରି ପାରନ୍ତି ନାହିଁ । ଏହି ପୋକଗୁଡିକ ଟ୍ରାଇକୋକାଡ ମାଧମରେ ମିଳୁ ଅଛି । ଆଖୁ ଲଗାଇଥିବାର ଏକମାସ ମଧ୍ୟରେ ଆଖୁ କିଆରିରେ ଗଜାମାନ ସମ୍ପୂର୍ଣ୍ଣ ଦେଖାଯାଏ । ଆଖୁ ଗଜାରେ ମଞ୍ଜକିଳା ସୃଷ୍ଟି ହେବା ଦୃଶ୍ୟମାନ ହେଲେ ଏହି ପରାଶ୍ରୟୀ ପୋକ ଙ୍କୁ ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ଥର ପ୍ରୟୋଗ କରନ୍ତୁ । ସେହିପରି ପବ ଓ ଅଗ ବିନ୍ଧା ପୋକକୁ ଦମନ ପାଇଁ ସମ ପରିମାଣର ଟ୍ରାଇକୋଗ୍ରାମା ଚିଲୋ ନିଶ ସେହି ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ ଥର ପ୍ରୟୋଗ କରନ୍ତୁ । ଏହି ଉପକାରୀ ପରାଶ୍ରୟା କୀଟର ସଂଖ୍ୟା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅଧୀନରେ ଭୁବନେଶ୍ଵର, ଟାଙ୍ଗୀ, ଜଗତସିଂହପୁର, ଛତ୍ରପୁର ଏବଂ ନୟାଗଡ଼ଠାରେ ଜୈବ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ବ୍ୟତୀତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧୀନ କୀଟ ତତ୍ତ୍ଵ ବିଭାଗରେ ମଧ୍ୟ ଏହି ପରାଶ୍ରୟା କୀଟ ଉପଲବ୍ଧ ହେଉଛି । ଆମ ରାଜ୍ୟର ଚାଷୀମାନେ ଏହିସବୁ ଉତ୍ପାଦନ କେନ୍ଦ୍ରରୁ ସ୍ଵଳ୍ପ ମୁଦ୍ରା ଦେଇ ଟ୍ରାଇକୋକାଡ କିଣିପାରିବେ । ଆଖୁ ଫସଲକୁ ଜାହାଜ ପୋକ ଆଶ୍ୱିନ ଓ କାର୍ତିକ ମାସ ମଧରେ ଆଖୁଗଛର ପତ୍ରରୁ ରସ ଶୋଷି ଦିଅନ୍ତି । ଏହା ଫଳରେ ଆଖୁଗଛ ଆଶାନୁରୂପେ ବୃଦ୍ଧି ପାଏ ନାହିଁ । ଫସଲରେ ଏହି ପୋକ ସମୟେ ସମୟେ ଭୟଙ୍କର ପରିସ୍ଥିତି ସୃଷ୍ଟି କରନ୍ତି । ଆଖୁଗଛର ପତ୍ର ପ୍ରତି ୩ ରୁ ୫ଟି ପୋକ ଦେଖାଦେଲେ ଅବିଳମ୍ବେ ଏପିରିକାନିଆ ମେଲାନୋବ୍ଲ୍ୟୁକା ନାମକ ପରାଶ୍ରୟୀ କୀଟର ୪୦୦୦ରୁ-୫୦୦୦ କୋଷା ସଂଗ୍ରହକରି ଏକ ହେକ୍ଟର ଆଖୁ ଫସଲରେ ଛାଡନ୍ତୁ । କୋଷା ପରିବର୍ତ୍ତେ ୪ ରୁ ୫ ଲକ୍ଷ ଅଣ୍ଡା ମଧ୍ୟ ଏକ ହେକ୍ଟର ଆଖୁ ଫସଲରେ ପ୍ରୟୋଗ କରାଯାଇପାରିବ । ଏହି ପରାଶ୍ରୟୀ କୀଟର ଅଣ୍ଡା ଏବଂ କୋଷା କୀଟ ଉତ୍ପାଦନଶାଳାରେ ଉତ୍ପାଦନ ହୋଇପାରେ ନାହିଁ । ଆଖୁ କିଆରିରେ ଉପଲବ୍ଧ ହେଉଥିବା ସ୍ଥାନରୁ ଏଗୁଡିକୁ ସଂଗ୍ରହକରି ଜାହାଜ ପୋକ ଉପଦ୍ରୁତ ଅଞ୍ଚଳରେ ପ୍ରୟୋଗ କରନ୍ତୁ । ଏଗୁଡିକ ଆଶ୍ୱିନ ମାସର ପ୍ରଥମାର୍କରେ ଆଖୁ କିଆରିରେ ଛାଡନ୍ତୁ । ନଡିଆ, ଫସଲରେ କାଳିମୁଣି ପୋକର ଶୁକ ନଡିଆ ଗଛର ପତ୍ରରୁ ସବୁଜ, କଣା କୋରିକରି ଖାଏ ଏବଂ ପତ୍ରରେ ପ୍ରଚୁର ପରିମାଣରେ ମଳତ୍ୟାଗ କରେ। ପତ୍ରରେ ଜାଲି ମଧ୍ୟ ସୃଷ୍ଟି କରେ ।

ଏହା ଯୋଗୁ ନଡିଆଗଛ ଭଲଭାବେ ବୃଦ୍ଧି ପାଏନି । ଗଛରେ ଫଳ ଧରିବା ଶକ୍ତି ହ୍ରାସ  ପାଏ । ପୋକ ଦ୍ବାରା କ୍ଷତିଗ୍ରସ୍ଥ ନଡିଆଗଛ  ପ୍ରତି ୫୦ଟି ବ୍ରାକନ୍, ହିବେଟର କିମ୍ବା ବ୍ରାକନ୍ ବ୍ରେଭିକର ନିଶ୍ କିମ୍ବା ଗୋନିଓଜସ୍ ନିଫାଣ୍ଟିଡିଜ୍ ସନ୍ଧ୍ୟାବେଳେ ନଡିଆ ଗଛରେ ଚଢ଼ି ବାହୁଙ୍ଗାରେ ବାନ୍ଧିବାକୁ ପଡେ । ଏକ ସମୟରେ ସମୟ ଆକ୍ରମିତ ଗଛରେ ଏମାନଙ୍କୁ ପ୍ରୟୋଗ କଲେ ନଡିଆ, ଫସଲ କାଳିମୁଣ୍ଡି ପୋକର ବିଭୀଷିକାରୁ ରକ୍ଷା ପାଏ ।

ମୁଗ, ବିରି, ଶିମ୍ବା, ମକା ଆଦି ଫସଲକୁ ଜଉପୋକ ଛୁଇଁ ଏବଂ ଅଗ୍ରମୁକୁଳରୁ ରସ ଶୋଷି ଦିଅନ୍ତୁ ଓ ଫସଲକୁ ନଷ୍ଟ କରିଦିଅନ୍ତି । ଏହି ହାନିକାରକ ପୋକକୁ ଦମନ କରିବା ପାଇଁ ବିଭିନ୍ନ ପ୍ରଜାତିର ଇନ୍ଦ୍ରଗୋପୀ ଭୁଙ୍ଗ, ସିରିପିଡ୍ ମାଛି ଓ ଗ୍ରାନ୍‌ଲେଶ, ଉଇଙ୍ଗ ନାମକ ପରାଙ୍ଗ ଭୋଜି କୀଟଙ୍କୁ ଏକ ଏକର ଫସଲ କିଆରିରେ ୧୦୦୦ଟି କରି ପ୍ରୟୋଗ କରାଯାଉଛି । ଏହି ଉପକାରୀ ପୋକମାନେ ଜଉପୋକ ସହିତ ଫସଲକୁ ଆକ୍ରମଣ କରୁଥିବା ଅନ୍ୟାନ୍ୟ କ୍ଷତିକାରକ ପୋକ ଯଥା ପତ୍ର ଉକୁଣି, ଧଳାମାଛି ଏବଂ ଧବଳ ଚୂର୍ଣ୍ଣ ପୋକଙ୍କୁ ମଧ୍ୟ ଖାଇ ବିନାଶ କରନ୍ତି ।

ଉପକାରୀ କୀଟମାନେ କିଆରିରେ ରହିଥିବା ଜଣାପଡିଲେ ସେମାନଙ୍କୁ ମାରିବା ଉଚିତ ନୁହେଁ । ବରଂ ସେମାନଙ୍କର ବଂଶବୃଦ୍ଧି କିପରି କରିହେବ ତାହାର ପଦକ୍ଷେପ ନିତାନ୍ତ ଜରୁରୀ । ସେଥିଯାଇଁ ଫସଲରେ କୀଟନାଶକ ଦ୍ରବ୍ୟ ପ୍ରୟୋଗ ନ କରି ତା' ପରିବର୍ତ୍ତେ ସମନ୍ୱିତ ପ୍ରଣାଳୀ ଅବଲମ୍ବନ କରି ଅନିଷ୍ଟକାରୀ ପୋକଙ୍କୁ ଦମନ କରିବାର ବ୍ୟବସ୍ଥା ଫସଲର ଆରମ୍ଭରୁ କରନ୍ତୁ । ତେଣୁ ରୋଗରେ ପୋକ ନିରୋଧକ ବିହନର ପ୍ରଚଳନ, ସାର ଏବଂ ଜଳସେଚନ ର ସୁପରିଚାଳନା, ଉପଯୁକ୍ତ ସମୟରେ ଫସଲ ଚାଷ କରିବା ଏବଂ ଅମଳ କରିବାର ସମୟ ପରାଶ୍ରୟା କୀଟଙ୍କ ପ୍ରୟୋଗ ଉପରେ ଗୁରୁତ୍ଵ ଦେବାକୁ ପଡ଼େ । ବାୟୁମଣ୍ଡଳ ଏବଂ ଉପକାରୀ କୀଟଙ୍କ ପ୍ରତି ନିରାପଦ କୀଟନାଶକ ଯଥା ନିମଜାତ ପଦାର୍ଥ (ନିସିସିଡନ, ଗଣ୍ଟୋରେଜ ଅଚ୍ୟୁକ, ନିମୋନୁଲ, ମାଟେର୍ଗାସାଇଡ୍ ଓ କେ ଏବଂ ମାର୍କୋସାଇଡ୍ ସିକୋ ଇତ୍ୟାଦି) ଜୀବାଣୁଜାତ ଦ୍ରବ୍ୟ (ଡାଇବେପଲ, ଥୁରିସାଇଡ୍, ଡେଲଫିନ୍ ଓ ହଲ୍ଟ ଇତ୍ୟାଦି) ଏବଂ ଭୂତାଣୁ ଜନିତ କୀଟନାଶକ (ହେଲି। ସାଇଡ, ଲିଟୁ ସାଇଡ୍) ଆଦି ବ୍ୟବହାର କରାଯାଏ ।

ଆଧାର - ଡ. ବିଷ୍ଣୁ ଚରଣ ଜେନା ପ୍ରଫେସର ଓ ବିଭାଗୀୟ ମୁଖ୍ୟ, କାଟଚତ୍ନ ବିଭାଗ, କୃଷି ମହାବିଦ୍ୟାଳୟ ଓ ୟୁଏଟି,

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top