ଧାନର କେତୋଟି ମୁଖ୍ୟ ପୋକଙ୍କ ମଧ୍ୟରୁ ଲେଢାପେକ ଅନ୍ୟତମ । ବର୍ତ୍ତମାନ ସମୟରେ ଏହା ଧାନ ଫସଲରେ ପ୍ରମୁଖ କ୍ଷତି ଘଟାଉଛି । ଚାଷୀ ଭାଇଙ୍କର ଅତ୍ୟଧିକ କୀଟନାଶକର ବ୍ୟବହାର, ଜଳବାୟୁର ପରିବର୍ତ୍ତନ ମୁଖ୍ୟତଃ ଏହି ପୋକର ପ୍ରାଦୁର୍ଭାବ ପାଇଁ ଦାୟୀ । ଏହି ପୋକ ଧାନ ତଳି ଘରାଠାରୁ ଆରମ୍ଭ କରି ମୂଳ ଜମିରେ ପିଲ ମାରିବା ଅବସ୍ଥା। (ପ୍ରାୟତଃ ୬୦ ଦିନ ପର୍ଯ୍ୟନ୍ତ)ରେ ଦେଖାଯାଏ ।
ଏହି ପୋକଟି ୩୦ରୁ ୪୦ଦିନରେ ଏହାର ଜୀବନକାଳ ସମାପ୍ତ କରିଥାଏ । ପ୍ରାପ୍ତ ବୟସ୍କ କୀଟ ଗୋଟିଏ ସବଳ ଓ ମଧ୍ୟମ ଆକୃତି ବିଶିଷ୍ଟ ଏବଂ ଧୁସର ମିଶା ମାଟିଆ ରଙ୍ଗର ଶଲଭ ।
ଏହା ଆଗ ଡେଣା ଉପରେ କଳା ଚିହ୍ନ ଥାଏ । କୀଟଟି ରାତ୍ରିଚର ହୋଇଥାଏ । ଦିନ ସମୟରେ ଏମାନେ ଲୁଚି ରୁହନ୍ତି । ପ୍ରୀ କୀଟଟି ପତ୍ର ଉପରେ ଅଗ୍ର ଭାଗରେ ଅଣ୍ଡାପୁଞ୍ଜ ଦେଇ କେଶ ଦ୍ଵାରା ଆଚ୍ଛାଦିତ କରି ରଖୁଥାଏ । ପ୍ରତି ପୁଞ୍ଜରେ ୧୫୦ରୁ ୨୦୦ ଅଣ୍ଡା ଥାଏ ।
ସପ୍ତାହ ମଧ୍ୟରେ ଅଣ୍ଡା ଫୁଟି ସେଥିରୁ ଶୂକ ବାହାରିଥାଏ । ସଦ୍ୟଜାତ ଶୂକ ପତ୍ରର ସବୁଜ ଅଂଶକୁ ଖାଇଥାନ୍ତି । ଶୂକଗୁଡିକ ଟିକେ ବଢିଗଲା ପରେ, ଦଳବଦ୍ଧ ହୋଇ ପତ୍ର ଓ କଅଁଳିଆ ଉଦ୍ଭିଦକୁ ରାତିରେ ଖାଇଥାନ୍ତି ଏବଂ ଦିନବେଳା ପତ୍ର ଗହଳିରେ କିମ୍ବା ଘାସବୁଦା ମୂଳେ ଲୁଚି ରହିଥାନ୍ତି । ପ୍ରାୟତଃ ୧୫ରୁ ୩୩ ଦିନ ମଧ୍ୟରେ ଏମାନେ ଶୂକ ଅବସ୍ଥାରୁ କୋଷାରେ ପରିଣତ ହୋଇଥାନ୍ତି । କୋଷା ଅବସ୍ଥା ମାଟି ତଳେ ହୋଇଥାଏ ଏବଂ ୭ରୁ ୧୦ ଦିନ ମଧ୍ୟରେ କୋଷା ଅବସ୍ଥାରୁ ପୂର୍ଣ୍ଣାଙ୍ଗ ଶ୍ରୀଲଭ ବାହାରିଥାଏ ।
ଏହି ପୋକଟି ମୁଖ୍ୟତଃ ଖରିଫ ଧାନରେ ବିଶେଷ କ୍ଷତି କରିଥାଏ । ଶୁକ୍ଳ ଧାନ ପତ୍ର ଓ କଅଁଳିଆ କାଣ୍ଡକୁ ସମ୍ପୁର୍ଣ୍ଣ ରୂପେ ଖାଇ ନଷ୍ଟ କରେ । ୨୦ ରୁ ୨୫ ଦିନର ଶୂକଗୁଡିକ ସାଧାରଣତଃ ଫସଲରେ ବିଶେଷ କ୍ଷତି କରିଥାନ୍ତି । ବେଳେ ବେଳେ ସମ୍ପୁର୍ଣ୍ଣ ଧାନ କିଆରି ଏହି ପୋକ ଆକ୍ରମଣ ଯୋଗୁ ନଷ୍ଟ ହୋଇଯାଏ । ଶୂକଗୁଡିକ ରାତି ସମୟରେ ଦଳବଦ୍ଧ ହୋଇ ଫସଲକୁ କାଟି ନଷ୍ଟ କରିଦିଅନ୍ତି । ବର୍ଷାକାଳୀନ ଜୋର ପବନ ଦ୍ଵାରା ଏହି କୀଟ ବହୁତ ଦୂର ଯାଏଁ ବ୍ୟାପିଯାଏ । ଏହି ପୋକ ମଧ୍ୟ ଆକ୍ରାନ୍ତ ଜମିରୁ ପାଣି ଦ୍ଵାରା ଅନ୍ୟ ଜମିକୁ ସ୍ଥାନାନ୍ତରିତ ହୋଇଥାଏ ।
ଧାନ ଫସଲରେ ଲେଡା ପୋକର ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିବା ଲାଗି ନିମ୍ନଲିଖିତ ପଦକ୍ଷେପମାନ ବ୍ୟବହାର କରିପାରିବେ..
ସୂର୍ଯ୍ୟାସ୍ତ ପରେ ଉପରୋକ୍ତ କୀଟନାଶକକୁ ହେକ୍ଟର ପ୍ରତି ୫୦୦ ଲିଟର ପାଣି ସହ ମିଶାଇ ପ୍ରୟୋଗ କରନ୍ତୁ ।
ସଂଗୃହିତ - ଶୁଭଶ୍ରୀ ଦାଶ,ପି.ଏଚ.ଡି. ଛାତ୍ରୀ, କୀଟତତ୍ତ୍ଵ ବିଭାଗ, ଓୟୁଏଟି, ଭୁବନେଶ୍ଵର
Last Modified : 1/26/2020