ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଧାନର ଶତ୍ରୁ ଚକଡ଼ା ପୋକ
ସେଆର କରନ୍ତୁ

ଧାନର ଶତ୍ରୁ ଚକଡ଼ା ପୋକ

ଧାନ ଓଡିଶାର ମୁଖ୍ୟ ଫସଲ ।ଧାନରେ ଚକଡ଼ା ପୋକ ଦମନ କିପରି କରିବେ ସେ ସମ୍ବନ୍ଧୀୟ ତଥ୍ୟ ।

ଧାନ

ଧାନ ଓଡିଶାର ମୁଖ୍ୟ ଫସଲ । ଓଡିଶାରେ ୪.୬ ନିୟୁତ ହେକ୍ଟର ଜମିରେ ଧାନ ଚାଷ କରାଯାଇଥାଏ । ସର୍ବେକ୍ଷଣରୁ ଜଣାଯାଏ ଯେ, ରୋଗପୋକ କାରଣରୁ ଧାନ ଅମଳ ଶତକଡା ୩୦ ଭାଗ ହ୍ରାସ ପାଇଥାଏ ।ଧାନରେ ଚକଡା ପୋକ ଦେଖାଯାଏ । ଏହା ଧାନକୁ ନଷ୍ଟ କରିଥାଏ ।

ଧାନ ସଂରକ୍ଷଣ ପାଇଁ ଓ ପୋକ ନିୟନ୍ତ୍ରଣ କିପରି କରିବେ ସେ ସମ୍ପର୍କରେ ତଥ୍ୟ ।ବର୍ତ୍ତମାନ ସମୟରେ ଧାନରେ ଚକଡା ପୋକ ଲାଗିବାର ଆଶଙ୍କା ଯଥେଷ୍ଟ ରହିଛି ।

ଚକଡା ପୋକ

ସମ୍ବଲପୁର ଅଞ୍ଚଳରେ ଧଳା ପିଠିଆ ଚକଡା ପୋକ ଏବଂ ବାଦାମୀ ଚକଡା ପୋକ ଦେଖାଯାଆନ୍ତି । ଏହି ପୋକଗୁଡିକ ଧାନ ବିଲରେ ଠିକ୍ ପାଣି ଉପରକୁ ଥିବା ଧାନ ଗଛର କାଣ୍ଡ ଚାରିପଟେ ବେଢି କରି ରହିଥାନ୍ତି ଓ କାଣ୍ଡରୁ ରସ ଶୋଷି ଖାଇଥାନ୍ତି ।

ଏମାନେ ରସ ଶୋଷିବା ସମୟରେ ଏକ ବିଶାକ୍ତ ପଦାର୍ଥ ଛାଡନ୍ତି ଯାହା ଦ୍ଵାରା ଧାନଗଛ ସବୁ ଖୁଝାଯାଏ ଏବଂ ପରେ ପୋଢିଯାଏ । ଏହି ପୋକର ଆକ୍ରମଣ ଯୋଗୁଁ ଧାନଗଛ ଚକଡା ଚକତା ଜୋହାଇ ପୋଢିଗଲା ପରି ଦେଖାଯାଏ ।

ନିୟନ୍ତ୍ରଣ

ଖରିଫ ଋତୁରେ ଜୁଲାଇ ୧୫ ସୁଧା ଏବଂ ରବି ଋତୁରେ ଜାନୁଆରୀ ମାସ ମଧ୍ୟରେ ଧାନ ର ଆ କାମ ଜୋଶଷ କଜୋଲା ଚକଡା ପୋକ ଆକ୍ରମଣରୁ । ଅଧିକାଂଶରେ ପ୍ରତିହତ କରାଯାଇପାରିବ ।

  • ଚକଡାପୋକ ହେଉଥିବା ଜମରେ ହେକ୍ଟର ପ୍ରତ । ୬୦ କିଗ୍ରା ଯବକ୍ଷାରଯାନ, ୩୦ ।  କିଗ୍ରା ସୁପରଫସଫେଟ୍ ଓ ୩୦ କିଗ୍ରା ପଟାସ୍ ପ୍ରୟୋଗ କଲେ ପୋକ ବୃଦ୍ଧି କରିପାରନ୍ତି ନାହିଁ।
  • ବିଲରୁ ଠିଆପାଣିକୁ ୨-୩ ଦିନ ପାଇଁ ଶୁଖାଇ ପୁଣି ପାଣି ଭର୍ଭି କଲେ ଶତକଡା ୭.୦ ରୁ ୮୦ ଭାଗ ପୋକ ମରିଯାନ୍ତି ।
  • ଇମିଡାଜୋକ୍ଲୋପିଡ୫୦ ମିଲି କିମ୍ବା, ଥାୟାଜେଲ୍କାପିଡ୍ ୨୦୦ ମିଲି କିମ୍ବା ମନୋକ୍ରୋଟାଫସ୍ ୪୦୦ ମିଲି କିମ୍ବା କାର୍ବରିଲ ୧ କିଗ୍ରା ୨୦୦ ଲିଟର ପାଣିରେ ଗୋଳାଇ ଧାନ ଗଛ ମୂଳ ଭାଗରେ ସିଞ୍ଚନ କଲେ ଚକଡା ପୋକ ନିୟନ୍ତ୍ରଣ ହୋଇଥାଏ ।
  • ଗବେଷଣାରୁ ଜଣାଯାଇଛି ଯେ, ୧ ଲିଟର ପାଣିରେ ୩୦ ମିଲି ନିମ୍ବା ତେଲ ଏବଂ ୩ ଗ୍ରାମ୍ ସର୍ପ ଗୁଣ୍ଡ ମିଶାଇ ସିଞ୍ଚନ କଲେ କିମ୍ବା ୧ ଲିଟର ପାଣିରେ ୧୫ ମି.ଲି ନିମ୍ବା ତେଲ ଏବଂ ୧.୨୫ ମି.ଲି ମନୋକ୍ରୋଟାଫସ୍ ଔଷଧ ମିଶାଇ ସିଞ୍ଚନ କଲେ ଏହି ପୋକକୁ ନିୟନ୍ତ୍ରଣ କରାଯାଇପାରିବ ।

ଆଧାର -"ଦୈନିକ ପ୍ରମେୟ"

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top