ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଧାନର ହଳଦିଆ କାଣ୍ଡବିନ୍ଧା ପୋକ ଦମନ
ସେଆର କରନ୍ତୁ

ଧାନର ହଳଦିଆ କାଣ୍ଡବିନ୍ଧା ପୋକ ଦମନ

ଧାନ ଫସଲର ହଳଦିଆ କାଣ୍ଡବିନ୍ଧା ପୋକର ସମନ୍ୱିତ କୀଟ ନିୟନ୍ତ୍ରଣ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଛି ।

ହଳଦିଆ କାଣ୍ଡବିନ୍ଧା ପୋକ ଧାନର ଏକ ମାରାମକ କ୍ଷତିକାରକ କୀଟ। ‘ପ୍ରାକୃତିକ ସମ୍ପଦ ଅନୁଷ୍ଠାନ । ଇଂଲଣ୍ଡର ଆକଳନ ଅନୁସାରେ ସାରା ପୃଥିବୀରେ ଚାଷ କରାଯାଉଥିବା ସମସ୍ତ ଫସଲର ଅନିଷ୍ଟକା (ପୋଷ୍ଟ)ଙ୍କ ମଧ୍ୟରେ ଏହାର ସ୍ଥାନ ଦ୍ଵିତୀୟ । ଏହା କେବଳ ଧାନକୁ ଆକ୍ରମଣ କରୁଥିବାରୁ ଆଜି ପର୍ଯ୍ୟନ୍ତ ଏହି କୀଟ ପାଇଁ କୌଣସି ସମ୍ପୂର୍ଣ୍ଣ ନିରୋଧକ କିସମ ଆବିଷ୍ଣୁତ ହୋଇପାରିନାହିଁ । ଆହୁରି ମଧ୍ୟ ଏହି କୀଟ ଧାନକୁ ଚାରା ଅବସ୍ଥାରୁ ପାଚିବା ପର୍ଯ୍ୟନ୍ତ ସମସ୍ତ କିସମ ଜମିରେ ଆକ୍ରମଣ କରିଥାଏ ଓ ଏହାର ମଧ୍ୟମ ଆକ୍ରମଣରେ ଶତକଡ଼ା ୨୫-୩୦ ଭାଗ ଅମଳ କମ୍ ଥିବା ବେଳେ ଅତ୍ୟଧିକ ଆକ୍ରମଣରେ ଏହି ପରିମାଣ ୮୦ ଭାଗ ପର୍ଯ୍ୟନ୍ତ ହୋଇପାରେ। ଏହାର ଆକ୍ରମଣ ଯୋଗୁ ବିଳମ୍ବା ମଧ୍ୟମ ଓ ବିଳମ୍ବା କିସମ ଚାଷ ହେଉଥିବା ମଧ୍ୟମ ଖାଲୁଆ, ଖାଲୁଆ ଓ ଗଭୀର ଜଳ ଧାନଜମିରେ ଥୋଡ ବାହାରିବା ପରେ ଅତ୍ୟଧିକ କ୍ଷତି ଘଟିଥାଏ । ଏବର୍ଷ ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଥିବା ଯୋଗୁ ଆଗାମୀ ଦିନରେ ଏହି ପୋକର ଆକ୍ରମଣ ବିଳମ୍ବ ମଧ୍ୟମ ଓ ବିଳମ୍ବ କିସମ ଚାଷ ହୋଇଥିବା ମଧ୍ୟମ ଖାଲୁଆ, ଖାଲୁଆ ଓ ଗଭୀର ଜଳ ଧାନ ଫସଲରେ ଅତ୍ୟଧିକ ହୋଇ ଅମଳ କମିଯିବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ଚାଷା ଭାଇମାନଙ୍କ ଅବଗତି ନିମନ୍ତେ ଏ ପୋକକୁ ଚିହ୍ନିବା ସହିତ ଏହାର ଆକ୍ରମଣ ଜନିତ ଲକ୍ଷଣ ଓ ସମନ୍ୱିତ ନିୟନ୍ତ୍ରଣ ପ୍ରଣାଳୀ ବିଷୟରେ ସୂଚନା ଦିଆଗଲା ।

ଆକ୍ରମଣ ଜନିତ ଲକ୍ଷଣ

ଏହି ପୋକର ଶୁକ ଅବସ୍ଥା କ୍ଷତିକାରକ ଓ ଅଣ୍ଡାରୁ ଫୁଟିବା ପରେ ପତ୍ରାଜଦରେ କିଛି ସମୟ ବୁଲିବା ପରେ କାଣ୍ଡ ଭିତରକୁ ପଶିଯାଏ ଓ ଅଙ୍ଗୀୟ ବୃଦ୍ଧି (ଭେଜିଟେଟିଭ) ଅବସ୍ଥାରେ ପିଲର ଭିତର ଅଂଶର ନିମ୍ନଭାଗକୁ ଖାଇବା ପରେ ମଞ୍ଜିଟି ଶୁଖ ମରିଯାଏ ଓ ଟାଣିଲେ ବାହାରିଆସେ ଏବଂ ଏହାକୁ ମଲା ମଞ୍ଜ (ଡେଡ୍ ହାର୍ଟ) ଆଖ୍ୟା ଦିଆଯାଏ । ଜନନ ଅବସ୍ଥାରେ ଏହା ଥୋଡ କିମ୍ବା ଥୋଡର ପରବର୍ତ୍ତୀ ଅବସ୍ଥାରେ କାଣ୍ଡ ଭିତରକୁ ପଶିଯାଇ ଏହାର ତଳଭାଗକୁ ଖାଇବା ଯୋଗୁ କେଣ୍ଡା ବାହାରିବା ପରେ ମରିଯାଇ ଧଳା ଦେଖାଯାଏ ଓ ଟାଣିଲେ ବାହାରିଆସେ ଏବଂ ଏହାକୁ ବଗପଖଆ କେଣ୍ଡା (ଦ୍ଵାଇଟ୍ ଇୟର ହେଡ୍) ଆଖ୍ୟା ଦିଆଯାଏ । ଏହି କୀଟ ଫସଲକୁ ‘ଜନନ ଅବସ୍ଥାରେ ଖାଇବାକୁ ଅଧିକ ପସନ୍ଦ କରୁଥିବାରୁ ଏବଂ ସମ୍ପର୍ଣ୍ଣ କେଣ୍ଡାଟି ମରିଯାଉଥିବାରୁ ଏହି ଆକ୍ରମଣ ଯୋଗୁ ଅଧିକ କ୍ଷତି ଘଟିଥାଏ ।

ପୋକକୁ ଚିହ୍ନିବେ କିପରି

ହଳଦିଆ କାଣ୍ଡବିନ୍ଧା ପୋକର ପୂର୍ଣ୍ଣଙ୍କ ମାଈ ପୋକର ଉପର ଡେଣା ହଳଦିଆ ରଙ୍ଗର ଓ ଏହାର ଉପର ଡେଣାର ମଧ୍ୟଭାଗରେ ଏକ କଳାରଙ୍ଗର ଦାଗ ରହିଥାଏ। ଏବଂ ତଳ ଡେଣା ଦୁଇଟି ଫିକା ମାଟିଆ, ନଡା ରଙ୍ଗର। ଏହାର ଉଦରର ଶେଷ ଭାଗରେ ସ୍ଵଚ୍ଛ ସରୁ ଲୋମ ଗୁଚ୍ଛ ଥାଏ ଓ ଏହା ପତ୍ର ଉପରେ ପୁଞ୍ଜ ପୁଞ୍ଜ କରି ଅଣ୍ଡା ଦେଇଥାଏ । ଅଣ୍ଡା ଦେବା  ପରେ ସେଗୁଡ଼ିକୁ ଲୋମ ଦ୍ଵାରା ଆବୃତ କରିଦିଏ । ଅଣ୍ଡିରା କୀଟ, ମାଈ କୀଟଠାରୁ ଆକାରରେ ଛୋଟ ଓ ପାଉଁଶିଆ ରଙ୍ଗର ହୋଇଥାଏ । ଏହାର ଆଗ ଡେଣାର ତଳ ଅଂଶର ଅଗ୍ରଭାଗରେ ୮/୯ଟି ଛୋଟ ଛୋଟ କଳା ଦାଗ ଥାଏ । ଏହାର ଉଦର ଅପେକ୍ଷାକୃତ ସରୁ ଓ ଲମ୍ବାଳିଆ । ପୂର୍ଣ୍ଣଙ୍ଗ ଶୁକ୍ଳ ଧଳା-ହଳଦିଆ ରଙ୍ଗର ଏବଂ ଏହାର ଲମ୍ବ ୨.୫ ସେ.ମି. ପର୍ଯ୍ୟନ୍ତ ହୋଇଥାଏ।

ନିୟନ୍ତ୍ରଣ

ଜୈବ ଭିତ୍ତିକ

ପତ୍ର ଓ ପତ୍ରାଚ୍ଛଦରେ ଦେଇଥିବା ଅଣ୍ଡା ପୁଞ୍ଜ ଗୁଡିକୁ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ ।

  • ଦେଶୀୟ ପଦ୍ଧତିରେ ତିଆରି ଆଲୋକ ଯନ୍ତା । ଆଲୋକ ଉସ ବିଲ ଚାରିପାଖରେ ରଖା କାଟଗୁଡ଼ିକୁ ଆକୃଷ୍ଟ କରି ମାରିଦିଅନ୍ତୁ ।
  • ପାଞ୍ଚ ଲିଟର କିରୋସିନ ତେଲରେ ୧୦ କି. ଗ୍ରା. କୁଣ୍ଡା ମିଶାଇ କିଆରିର ବିଭିନ୍ନ ସ୍ଥାନରେ ପ୍ରୟୋଗ କରି ମଧ୍ୟ ଏହି କୀଟର ସଫଳ ନିୟନ୍ତ୍ରଣ କରାଯାଇପାରିବ ।
  • ଶତକଡା ୫ ଭାଗ ନିମ୍ବା ମଞ୍ଜି ଉନ୍ଧୁତରାଂଶ (୫ କି. ଗ୍ରା. ଗୁଣ୍ଡ ସହିତ ୧୦୦ ଲି. ପାଣି) କିମ୍ବା ଶତକଡ଼ା ୫ ଭାଗ କୋଚିଳା ମଞ୍ଜି ଉନ୍ଧୁତରାଂଶ କିମ୍ବା ଶତକଡ଼ା ୫ ଭାଗ ବେଗୁନିଆ ପତ୍ର ଉନ୍ଧୁତାଳଂଶ ବ୍ୟବହାର କରି ଏହାକୁ ମଧ୍ୟ ନିୟନ୍ତ୍ରଣ କରିହେବ ।
  • କରଡ଼ା ଏବଂ କୋଚିଲା ଗଛର ଡାଳଗୁଡିକୁ ପ୍ରତିଷେଧକ ବ୍ୟବସ୍ଥା ଭାବେ ୧୦ ମିଟର ଏବଂ ଅତ୍ୟଧିକ ଆକ୍ରାନ୍ତ କିଆରିରେ ୩.୫ ମି. ବ୍ୟବଧାନରେ ପୋତିଲେ । ଏହି କୀଟର ଆକ୍ରମଣ ଯଥେଷ୍ଟ କମିଯାଏ ।
  • ଏକର ପିଛା ୧୨ କି. ଗ୍ରା. ନିମ୍ବା/ କରଞ୍ଜ  କୋଚିଳା ମଞ୍ଜି/୫୦ କି. ଗ୍ରା.। ପିଡ଼ିଆ ଗୁଣ୍ଡ ପ୍ରୟୋଗ କରି ଏହି ପୋକର ପ୍ରାଦୁର୍ଭାବ ଯଥେଷ୍ଟ କମା କରାଯାଇପାରିବ ।
  • ୧୦ କି.ଗ୍ରା. ନିମ୍ବା କରଞ୍ଜ ପତ୍ରକୁ ଅଳ୍ପ ଛେଚି ୨୦ କି. ଗ୍ରା. ଗୋବର ସହିତ ମିଶାଇ କିଆରିରେ ୨୦ଟି ସ୍ଥାନରେ ପୋତିଲେ ଏହି କୀଟର ପ୍ରାଦୁର୍ଭାବ ଯଥେଷ୍ଟ କମିଯାଏ ।
  • ୧ ଲିଟର ପାଣିରେ ୪ ମି.ଲି. ନିମତେଲା ନିମ୍ନ ଜାତୀୟ ଔଷଧ ଏବଂ ୨ ମି.ଲି., ସାବୁନା ସୂର୍ଯ୍ୟା ସାମେଖ୍ୟା ପାଣି (୩୦) ଗ୍ରା. ୧ ଲି. ପାଣି ମିଶ୍ରଣ) ମିଶାଇ ସିଞ୍ଚନ କଲେ ଏହି ପୋକର ପ୍ରାଦୁର୍ଭାବ ଯଥେଷ୍ଟ କମିଯାଏ ।
    • ଦୁଦୁରା ଗଛର ପତ୍ର ଏବଂ ଛୋଟ ଡାଳଖଣ୍ଡଗୁଡିକୁ କିଆରିର ବିଭିନ୍ନ ଜାଗାରେ ପୋତିଦେଇ ପାଣି ବାନ୍ଧି ରଖିଲେ ଏହି କୀଟର ଆକ୍ରମଣ ଯଥେଷ୍ଟ କମିଯାଏ ।
    • ଜମିରେ ଏକର ପିଛା ୧୨ଟି ଫେରୋମୋନ ଯନ୍ତା ୨୦-୨୫ ମିଟର ବ୍ୟବଧାନରେ ବସାଇ ପୋକଗୁଡିକୁ ସମୂହ ଭାବେ ଧରି ସେମାନଙ୍କ ସଂଖ୍ୟା ଯଥେଷ୍ଟ କମାଯାଇପାରିବ ।
    • ରୋଇବାର ୧ ମାସ ପରେ ଏକର ପିଛା ୨୦,୦୦୦ ଟ୍ରାଇକୋଗ୍ରାମା, ଜାପୋନିକମ ୬ ଥର ବ୍ୟବହାର କରି ମଧ୍ୟ ଏହି ପୋକ ସଂଖ୍ୟା ଆର୍ଥିକ ଦେହଳୀ ସୀମା ତଳକୁ ଆଣିହେବ ।

ରାସାୟନିକ ନିୟନ୍ତ୍ରଣ

ଆର୍ଥିକ ଦେହଳୀ ସୀମା ଏକ ବର୍ଗମିଟର ପ୍ରତି ୧ଟି ଶଲଭା, ଅଣ୍ଡା ପୁଞ୍ଜ ଦେଖାଗଲେ ଟ୍ରାଇଆନ୍ଦୋଫସ ୪୦%। ଇ.ସି./ କାର୍ଟାପ ହାଇଡ୍ରୋକ୍ଲୋରାଇଡ ୫୦% ଏସପି, ଫିଫ୍ରେନିଲ ୫% ଏସ୍‌ସି. ଇଣ୍ଡୋକୁ କାର୍ବ ୧୪.୫% ଏସସି, କ୍ଲୋରାଣ୍ଟାନିଲିପ୍ରେଲେ ୧୮.୫% ଏସସି ୧ ମି.ଲି. ଏବଂ ଫୁବେଣ୍ଡ ଆମାଇଡ ୨୦% ଡବଲ୍ଲୀଜି ୦.୫ ଗ୍ରା. ୧ ଲିଟର ପାଣିରେ ଗୋଳାଇ ଏବଂ ଲିଟର ପିଛା ୨ ମି.ଲି. ସର୍ପ ପାଣି ଗୋଳାଇ ସିଞ୍ଚନ କରି ଏହି କୀଟକୁ ଦମନ କରାଯାଇପାରିବ ।

ବି.ଦ୍ର: ଏହି କୀଟ ଡାଳୁଅ। ରବି ଧାନରେ ଜାନୁୟାରୀ ଶେଷ ସପ୍ତାହା ଫେବୃୟାରୀ ୧ମ ସପ୍ତାହରୁ ଏପ୍ରିଲ ଶେଷ ସପ୍ତାହ ମଧ୍ୟରେ ଯଥେଷ୍ଟ କ୍ଷତି କରିଥାଏ । ତେଣୁ ଚାଷା ଭାଇମାନେ ଉପରୋକ୍ତ ନିୟନ୍ତ୍ରଣ ପ୍ରଣାଳୀଗୁଡିକୁ ଅବଲମ୍ବନ କରି ଡାଳୁଅ ଧାନକୁ ଏହି ପୋକର ଆକ୍ରମଣ ଜନିତ କ୍ଷତିରୁ ରକ୍ଷା କରିପାରିବେ ।

ଆଧାର - ଡ. ଦେବବ୍ରତ ପାଣିଗ୍ରାହୀ ବରିଷ୍ଟ ବୈଜ୍ଞାନିକ (କୀଟତତ୍ତ୍ଵ ବିଜ୍ଞାନ) ଓ ସହଯୋଗୀ ଗବେଷଣା ନିର୍ଦେଶକ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top