ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ପନିପରିବା ସଂରକ୍ଷଣ ବିଜ୍ଞାନ(ଆଚାର)
ସେଆର କରନ୍ତୁ

ପନିପରିବା ସଂରକ୍ଷଣ ବିଜ୍ଞାନ(ଆଚାର)

ପନିପରିବା ସଂରକ୍ଷଣ ବିଜ୍ଞାନ(ଆଚାର) ର ସୂଚନା

ଉପକ୍ରମ

ଫଳ ଓ ପନିପରିବାକୁ ନେଇ ବିଭିନ୍ନ ରୁଚିର ଆଚାର ପ୍ରସ୍ତୁତ କରି ସଂରକ୍ଷିତ କରିବା ଆମ ଗାଁ ଗହଳିରେ ବହୁ ପୂର୍ବରୁ ଚାଲିଆସିଛି   ।  ସହରମାନଙ୍କରେ ମଧ୍ୟ ଆଚାର କରି ବ୍ୟବହାର କରାଯାଇଥାଏ   ।  ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ସଂସ୍ଥା ବର୍ତ୍ତମାନ ନାନା ପ୍ରକାରର ଆଚାର ପ୍ରସ୍ତୁତ କରି ବିକ୍ରି କରୁଥିବା ଦେଖାଯାଏ   ।  ଆମ ଦେଶରେ ଜଳବାୟୁର ଭିନ୍ନତା ହେତୁ ନାନା ପ୍ରକାର ଫଳ ଓ ପନିପରିବା ବର୍ଷସାରା ମିଳୁଥିବାରୁ ସେଥିମଧ୍ୟରୁ ଦରକାର ଅନୁସାରେ ଫଳ ଓ ପନିପରିବା ସଂଗ୍ରହ କରି ବିଭିନ୍ନ ରୁଚିକର ଆଚାର ପ୍ରସ୍ତୁତି କରି ବ୍ୟବହାର କରାଯିବା ଉଚିତ   ।  ଆମ ଗାଁ ଗହଳିରେ ଆମ୍ବ,  ଲେମ୍ବୁ,  ଟଭା,  ତେନ୍ତୁଳୀ,  ସଜନା , ଟମାଟୋ , ମୂଳା ପଣସ , ଗାଜର ଆଦିରେ ଆଚାର ପ୍ରସ୍ତୁତ କରି ସଂରକ୍ଷଣ କରିବା ସାଧାରଣତଃ ଦେଖାଯାଏ   । ଖାଦ୍ୟପଦାର୍ଥର ରୁଚି ବଢାଇବା ଲାଗି ଆଚାର ବ୍ୟବହାର କରାଯାଏ   ।  ଏହା ବ୍ୟତୀତ ରୋଗୀର ଅରୁଚି ଛଡାଇବା ଲାଗି ଆଚାର ଏକ ଉପାଦେୟ ଖାଦ୍ୟପଦାର୍ଥ   ।  ଏହାଛଡା ପନିପରିବା ତରକାରୀ ଅଳ୍ପ ହେଲେ ଆଚାର ସହ ଖାଦ୍ୟ ଖାଇବା ସମ୍ଭବ ହୋଇଥାଏ   ।

ଆଚାର ତିଆରି କରିବା ଲାଗି ସାଧାରଣତଃ ସାଗୁଆ ବା ପୂର୍ବ ପକ୍ଵବସ୍ଥାରେ ପହଞ୍ଚିଥିବ   । ଫଳଗୁଡିକ ଦରକାର ହୋଇଥାଏ   । ସେହିପରି ପନିପରିବା ମଧ୍ୟ ପକ୍ୱାବସ୍ଥା , ତଟକା ପୂରାଭାବେ ବଢିଥିବା ଅଥଚ ବୁଢା ହୋଇନଥିବା ଦରକାର   । ଆଧୁନିକ ପ୍ରଣାଳୀରେ ସାଧାରଣତଃ ପରିବାକୁ କିଛି ସମୟ ଲାଗି ସିଦ୍ଧ ବା ବ୍ଳାଚିଙ୍ଗ କରାଯାଇ ଆଚାର କରାଯାଏ   ।  କିନ୍ତୁ ପୁରାତନ ପ୍ରଣାଳୀ ଦ୍ଵାରା ଫଳ ଓ ପନିପରିବା ଆଚାର କରାଗଲେ   ।  ଅଧିକାଂଶ କ୍ଷେତ୍ରରେ ମସଲା ପଦାର୍ଥ ଓ ସୋରିଷ ତେଲ ସେଥିରେ ଦିଆଯିବା ପରେ ଖରାରେ କିଛିଦିନ ରଖି ଆଚାର ପ୍ରସ୍ତୁତ କରାଯାଉଥିବା ଦେଖାଯାଏ   ।

ଯେ କୌଣସି ପ୍ରଣାଳୀରେ ଆଚାର କରିବାକୁ ହେଲେ ଫଳ ବା ପନିପରିବା କଅଁଳିଆ ଅବସ୍ଥାରେ ଥିବା ଦରକାର   । କାରଣ ଏହା ନହେଲେ ମସଲା ଦ୍ରବ୍ୟ ଚିନି,  ଗୁଡ,  ତେଲ ,ବା ସିରକା ଫଳ ଓ ପନିପରିବା ଗୋଟା , ଖଣ୍ଡଗୁଡିକର କୋଷ ଭିତରେ ପଶିପାରେ ନାହିଁ   । ତେଣୁ ପ୍ରଥମେ ଲୁଣ ଦେଇ ସେଗୁଡିକୁ କଅଁଳ ଅବସ୍ଥାରେ ଅନାଯାଏ ବା କିଛି ସମୟ ଅଗ୍ନିରେ ସିଦ୍ଧ କରି କଅଁଳ ହେବା ପରେ ମସଲା ଦ୍ରବ୍ୟ, ଗୁଡ , ଚିନି ତେଲ ବା ସିରକା ମିଶାଇ ଖରାରେ ଶୁଖାଯାଏ   । ସିଦ୍ଧ କରାଯାଇଥିଲେ ସେପରି ରଖି ଆଚାର ପ୍ରସ୍ତୁତ କରାଯାଏ   ।

ଆଚାର ପ୍ରସ୍ତୁତିର କେତେ ଗୁଡିଏ ସାଧାରଣ ନିୟମ

ଫଳ ଓ ପନିପରିବା ଅମ୍ଳଭବନ ଘଟାଇ ସଂରକ୍ଷିତ କରିବା ଦ୍ଵାରା ସେଗୁଡିକ ପଚି ସଢି ନଷ୍ଟହୁଏ ନାହିଁ   । କେତେକ କ୍ଷେତ୍ରରେ ଫଳ ଓ ପନିପରିବାକୁ ନିର୍ମଲ ଚୂନପାଣି ବା ଘୋଳଦହି ରେ କିଛି ସମୟ ଭିଯାଇ ପରେ ଆଚାର ପ୍ରସ୍ତୁତ କରାଯାଏ   ।

ଫଳ ଓ ପନିପରିବା କୋଷ ରେ ଥିବା ଜଳୀୟ ଅଂଶ କମାଇବା ଦରକାର ହୋଇଥାଏ   ।  ଲୁଣ ଦେଇ ବା ଖରାରେ ସୁଖାଇବା ଦ୍ଵାରା ସେଥିରେ ଜୀବାଣୁ ଓ ଅପବୀଜ ବଞ୍ଚିପାରନ୍ତି ନାହିଁ   ।  ତେଣୁ ସେଗୁଡିକ ସୁରକ୍ଷିତ ହୋଇଥାଏ   ।  ଦୁଇଟି ସ୍ତରରେ ଏହା ସାଧିତ ହୋଇଥାଏ   । ପ୍ରଥମ ସ୍ତରର ପ୍ରକ୍ରିୟାରେ ଲୁଣର ବ୍ୟବହାର କୋଷଗୁଡିକୁ ଜଳୀୟଅଂଶ ବାହାର କରିଦିଏ   । ଗାଁ ଗହଳିରେ ଏହାକୁ “ ଜୋଇବା “ ବୋଲି କହିଥାନ୍ତି   ।  ଜୁଆଇ ଥିବା ଫଳ ଓ ପନିପରିବା ହାଣ୍ଡିରେ ବହୁତ ଜଳ କମିଥିବା ଦେଖାଯାଏ   ।  ଏହା ଫଳ ଭିତରୁ ହିଁ ଲୁଣର ପ୍ରଭାବରେ ନିର୍ଗତ ହୋଇଥାଏ   ।  ଦ୍ଵିତୀୟ ସ୍ତରରେ ଜଳ ନିଷ୍କୃତ ଫଳ ଖଣ୍ଡ ପ୍ରଖର ସୂର୍ଯ୍ୟ ରଶ୍ମୀରେ ସୁଖାଯାଏ   ।  ଏହାଦ୍ଵାରା ସେଥିରେ ରାହିଜାଇଥିବା ଜୀବାଣୁ ଓ ଅପବୀଜଗୁଡିକ ନଷ୍ଟ ହୋଇଥାଏ ଓ ସୂର୍ଯ୍ୟ ରଶ୍ମୀରେ ଥିବା ଜୀବାଣୁ ନାଶକ  ଗୁଣ ଦ୍ଵାରା ଫଳ ଓ ପାରିବାଗୁଡିକ ଏକ ପ୍ରକାର ବିଶୋଧିତ ହୋଇଥାଏ   ।  ଏହାଛଡା ଫଳ ଓ ପନିପରିବାରେ ଥିବା ମିଠା ଅଂଶ ଲାକଟିକ ଅମ୍ଳରେ ପରିଣତ ହୋଇଥାଏ   ।  ଏହି ଲକଟିକ ଅମ୍ଳଭବନ ହିଁ ଆଚାରକୁ ସଂରକ୍ଷଣ କରିଥାଏ   । କାଳଟିକ ଅମ୍ଳୀକାରଣ ହେତୁ ଫଳ ଓ ପନିପରିବା ଥିବା ଶାଗୁଆ ଅଂଶର ରଙ୍ଗ ବଦଳି ଏକ ପ୍ରକାରର ମାଟିଆ ରଙ୍ଗ ଧାରଣ କରେ   ।

ଆଚାର ପ୍ରସ୍ତୁତିର ସାଧାରଣ ବିଧି

ଫଳ ଓ ପନିପରିବାକୁ ଆଚାର ରୂପେ ସଂରକ୍ଷଣ କରିବାକୁ ହେଲେ ସେଥିରେ ଥିବା କୋଷରେ ଏପରି ଅବସ୍ଥା ବା ପରିବେଶ ସୃଷ୍ଟି ହେବା ଦରକାର ଯାହାଦ୍ଵାରା ସେଥି ଭିତରେ କ୍ଷତିକାରକ ରୋଗ ଜୀବାଣୁ ତଥା ସେଗୁଡିକରେ ଅପବୀଜ ପ୍ରବେଶ କରିପାରିବ ନାହିଁ କିମ୍ବା ବଞ୍ଚିବା ସମ୍ଭବ ହୋଇପାରିବ ନାହିଁ  । ସେଥିପାଇଁ କେତେକ ଦ୍ରବ୍ୟ ବ୍ୟବହାର କରାଯାଏ  ।

ଲୁଣ

ପରୀକ୍ଷା ଦ୍ଵାରା ଜଣାଯାଏ ଯେ ଖାଦ୍ୟପଦାର୍ଥରେ ଲବଣ ଅଂଶ ଶତକଡା ୧୫ ରୁ ୨୦ ଭାଗ  ବୃଦ୍ଧି ଘଟାଇଲେ  , ରୋଗ ଜୀବାଣୁ ଓ ଅପବୀଜ ବଞ୍ଚି ରହିପାରନ୍ତି ନାହିଁ   । ତେଣୁ ଆଚାର ପ୍ରସ୍ତୁତି ଲାଗି ଏହି ନୀତି ଅବଲମ୍ବନ  କରାଯାଏ   । ଆଚାର କରାଯାଉଥିବା ଫଳଗୁଡିକରେ ଲୁଣ ଦେଇ ଦୁଇ ତିନିଦିନ  ରଖିବା ଦ୍ଵାରା ଫଳ କୋଷ ଭିତରେ ଲୁଣ ପ୍ରବେଶ କରେ ଓ ସେଥିଭିତରେ ଥିବା ଜଳୀୟଅଂଶ ପଡାକୁ ଭାର କରିଦିଏ   , କୋଷରେ ଲୁଣୀ ଅଂଶର ବୃଦ୍ଧି ଘଟିଲେ , ସେଗୁଡିକୁ ମଧ୍ୟ କଅଁଳିଆ ହୋଇଯାଏ ଓ ଏହି ପରିବେଶରେ ଜୀବାଣୁ ରହିପାରନ୍ତି ନାହିଁ     ସାଧାରଣତଃ ଆମ୍ବ,  ଲେମ୍ବୁ,  ଟଭା,  ଆଦି ଆଚାର କରିବା ବେଳେ ଗୃହମାନଙ୍କରେ ଏହି ପ୍ରଥା ପ୍ରଚଳିତ ହୋଇଥାଏ   ।

ତୈଳ ବ୍ୟବହାର

ଆଚାର ପ୍ରସ୍ତୁତି ଲାଗି ବିଶେଷକରି ସୋରିଷ ତେଲ ବ୍ୟବହାର ହୋଇଥାଏ   । ବିଶୁଦ୍ଧ ସୋରିଷ ତେଲକୁ ଫୁଟାଇ ସେଥିରେ ମସଲା ଦ୍ରବ୍ୟ, ହୋଇଥାଏ  । ବିଶୁଦ୍ଧ ସୋରିଷ ତେଲକୁ ଫୁଟାଇ ସେଥିରେ ମସଲା ଦ୍ରବ୍ୟ, ମିଠା ଆଦି ଗୋଳାଇ ଫଳ ଓ ପନିପରିବା ଆଚାରକୁ ସଂରକ୍ଷିତ କରାଯାଏ  । ତୈଳ ଅଂଶ ରହିବା ଦ୍ଵାରା ଆଚାର ଭିତରୁ ଜଳୀୟ ଅଂଶ ସହଜେ ପ୍ରବେଶ କରିପାରେ ନାହିଁ   ।  ମଝିରେ ମଝିରେ ଆଚାର ହାଣ୍ଡିକୁ ଟାଣ ଖରାରେ କିଛି ସମୟ ରଖାଗଲେ , ସେଥିରେ ଥିବା ଜଳୀୟଅଂଶ ମଧ୍ୟ ଉଡି ଚାଲିଯାଏ ଓ ଆଚାର ବହୁଦିନ ଯାଏ ସୁରକ୍ଷିତ ହୋଇଥାଏ   ।

ସିର୍କା ବା ଭିନେଗାର

ତୈଳ ପରିବର୍ତ୍ତେ ସିର୍କା ବା ଭିନେଗାର ବ୍ୟବହାର କରି ଆଚାର ପ୍ରସ୍ତୁତ କରାଯାଏ   । ଶତକଡା 5 ଭାଗ ଆସିଟିକ ଏସିଡ ବିଶିଷ୍ଟ ସିର୍କା ଫଳ ଓ ପନିପରିବା ସଂରକ୍ଷଣ ଲାଗି ଠିକ ହୋଇଥାଏ   । କାରଣ ଏହି ଅମ୍ଳ ଭବନରେ ଜୀବାଣୁ ରହିପାରନ୍ତି ନାହିଁ   ।  ଆଜିକାଲୀ ମସଲାଯୁକ୍ତ ଭିନେଗାର ବା ସିର୍କା ବଜାରରେ ମିଳିଥାଏ   ।  ଏହା ମଧ୍ୟ ଆଚାର ପ୍ରସ୍ତୁତ ଲାଗି ବ୍ୟବହୃତ ହେଉଛି । ଭିନେଗାର ବା ସିର୍କାର ବାସନା କେତେକଙ୍କୁ ଭଲ ଲାଗିନଥାଏ   ।  ଏପରିସ୍ଥଳେ ତୈଳ ଦ୍ଵାରା ପ୍ରସ୍ତୁତ ଆଚାର ସେମାନଙ୍କ ଆଦରଣୀୟ ହୋଇଥାଏ   ।

ଖରାରେ ସୁଖାଇବା

ଭାରତରେ ଆଚାର ପ୍ରସ୍ତୁତିରେ ଟାଣ ଖରାର ବ୍ୟବହାର କରାଯାଇଥାଏ   । ଆଲୋକ ରଶ୍ମୀସମୂହ ଓ ଉତ୍ତାପର ପ୍ରକ୍ରିୟାରେ ଆଚାରଗୁଡିକ ସିଦ୍ଧ ହେବା ସହିତ ରୁଚି ବଢିଥାଏ ଓ ସେଥିରେ ଥିବା ଜୀବାଣୁ ତଥା ଅପବୀଜ ନଷ୍ଟ ହୋଇଥାନ୍ତି   ।  ଦରକାର ମୁତାବକ ଆଚାରଗୁଡିକୁ ଖରାରେ ଶୁଖାଯାଏ  । କାରଣ ବେଶୀ ବା କମ ସମୟ ହେଲେ ଆଚାରର ଗୁଣ ନଷ୍ଟ ହୋଇଥାଏ   ।

ବେଶୀ ଖରାରେ ଆଚାର ଟାଣ ହୋଇଥାଏ   । କମ ଖରା ଆଚାରଗୁଡିକୁ ବେଶୀ ସମୟଯାଏ ସଂରକ୍ଷଣ କରି ରଖିବାରେ ପ୍ରତିବନ୍ଧକ ହୋଇଥାଏ   ।

ମସଲା ଜିନିଷ ମିଶାଇ ସାଇତିବା ବିଧି

ପୂର୍ବେ ଦିଆଯାଇଥିବା ବିଧିରେ ଉପଯୁକ୍ତ ଜିନିଷ ପୂରା ମାତ୍ରାରେ ନେଇ ଆଚାର ରୂପରେ ଫଳ ଓ ପାରିବା ସଂରକ୍ଷଣ କରାଯାଇପାରେ   ।  ଲୁଣ ଶତକଡା ୧୦ ଭାଗ ନେଇ ଉପଯୁକ୍ତ ପରିମାଣରେ ସୋରିଷ ତେଲ ବା ସିର୍କା ଉଚିତ ମାତ୍ରାରେ ବିଭିନ୍ନ ମସଲା ଦ୍ରବ୍ୟ, ଗୁଡ ବା ଚିନି ଇତ୍ୟାଦି ଜିନିଷ କ୍ଷେତ୍ରରେ ଆଚାରର ରଙ୍ଗ, ମହକ ଓ ରୁଚି ଆଣିବା ପାଇଁ ଚିନି ପରିବର୍ତ୍ତେ ଉତ୍ତମ ଗୁଡ ବ୍ୟବହାର କରାଯାଇଥାଏ   ।

ଆଚାର ତିଆରି କରିବାର  କେତେଗୁଡିଏ ନମୁନା ନିମ୍ନରେ ଦିଆଗଲା

କଞ୍ଚାମାଲ ଆଚାର :

ଗାଁ ଗହଳିରେ ଦେଶୀ କଞ୍ଚା ଆମ୍ବକୁ ନେଇ ଅନେକ ପ୍ରକାର ଆଚାର ତିଆରି କରାଯାଏ  । ତାହାର ତାଲିକା ଦେବା ସହଜ ନୁହେଁ   ।  ସେଗୁଡିକର ବିଧି ଅଦ୍ୟାବଧି ସଂଗ୍ରହ କରିବା କଷ୍ଟକର  ।  ଏପରି ଆଚର ପ୍ରସ୍ତୁତ  କରିବା ଗାଁ ଗହଳିରେ ବହୁ ପୁରୁଣା ପ୍ରଥା କହିଲେ ଅତ୍ୟୁକ୍ତି ହେବନାହିଁ  । ଘରେ ବୁଢୀ ମା ବା ବୁଢୀଆଇ ଥିଲେ ବର୍ଷସାରା କେତେ ପ୍ରକାର ଆଚର କରି ସାଇତି ଦେଇଥିବେ। ତାହା ଗ୍ରାମବାସୀଙ୍କୁ ହିଁ ଗୋଚର,   । ନଗର ଓ ସହରବାସୀଙ୍କ ପକ୍ଷେ ଆଚର କରିବାର ସୁବିଧା କ୍ଵଚିତ ଘଟିଥାଏ   କାରଣ ଫଳ ପାରିବା ସୁଲଭ ନୁହେଁ    । ପୁଣି ଆଚର ତିଆରି ଲାଗି ବହୁ ପରିଶ୍ରମ କରିବାକୁ ପଡିଥାଏ   । ଫଳ ମିଳିବାଠାରୁ ଆଚର ଦେବାଯାଏ ପ୍ରତି ସ୍ତରରେ ପରିଶ୍ରମ ଦରକାର  ।  ଆମ୍ବ, କଟାଠାରୁ ଧୁଆ , ଲୁଣଦିଆ, ଜୁଆଇ ରଖିବା , ଓଲଟାପାଲଟା କରିବା, ନିୟମିତ ଭାବେ ଖରାରେ ସୁଖାଇବା, ଗୁଡ ମସଲା ଦେବା , ତେଲ ଦେବା ଓ ଖରାରେ ଶୁଖାଇବା ସମୟରେ ଜଗି ରହିବା  , ଏପରି ନାନାବିଧି କାର୍ଯ୍ୟ ପ୍ରତିଦିନ ଦରକାର ପଡିଥାଏ    ।

ଗୋଟା ଆମ୍ବ ଆଚର

ଉପକରଣ

ଗୋଟା କଞ୍ଚା ଆମ୍ବ

20 ଟି

ଲୁଣ

0.25 କେଜି

ମେଥିଗୁଣ୍ଡ

30 ଗ୍ରାମ

ଲାଲଲଙ୍କା ଗୁଣ୍ଡ

175 ଗ୍ରାମ

ଗୁଡ

1.25 କେଜି

ସୋରିଷ ତେଲ

0.75 କେଜି

ସୋରିଷ ଗୁଣ୍ଡ

0.25 କେଜି

 

ବିଧି

ପ୍ରଥମେ ଆମ୍ବଗୁଡିକୁ ପରିଷ୍କାର ପାଣିରେ ଧୋଇ ରଖାଯାଏ   । ଫଳଗୁଡିକୁ  ଶୁଖିଲା ପରିଷ୍କାର କନାରେ ପୋଛି ଦିଆଯାଏ   । ଷ୍ଟେନଲେସ ଛୁରୀ ବା ଆମ୍ବ କଟା ପନିକି ସାହାଯ୍ୟରେ ଆମ୍ବଗୁଡିକୁ ଚାରିଫାଳ କରି ଏପରି ଭାବେ କଟାଯିବ ଯେପରି ମୁଣ୍ଡି ବା ଡେମ୍ଫ ର ଅପର ମଙ୍ଗରେ ଚାରିଫାଳ ହୋଇଥିବା ଫଳଖଣ୍ଡ ଲାଗି ରହିଥାଏ   । ଆମ୍ବ ଟାକୁଆ ଭିତରେ ଥିବା କଷା କୋଇଲି ଗୁଡିକୁ କୌଣସି ଗୋଜିଆ ବାଉଁଶ କାଠି ପୁରାଇ ବାହାର କରିଦିଆଯାଏ   ।  ତା ପାରେ କଟା ଯାଇଥିବା ଆମ୍ବଗୁଡିକୁ ପରିଷ୍କାର ପାଣିରେ ଧୋଇ ଦିଆଯାଏ  ।  ଓ ସେଗୁଡିକୁ ସଫା କନାରେ ପୋଛି ପ୍ରତ୍ୟେକ ଆମ୍ବ ଟାକୁଆ ମଝି ଫାଙ୍କରେ ଲୁଣ ପୁରାଇ ଗୋଟିଏ ପରିଷ୍କାର ମାଟି ହାଣ୍ଡିରେ (ପୁରୁଣା ଆଚାର ହାଣ୍ଡି ଉତ୍କୃଷ୍ଟ) ରଖାଯିବ  ।  ରସ, ଟିଣ, ପିତ୍ତଳ , କଂସା , ତମ୍ବା , ଲୁହା ଆଦି ଧାତୁ ନିର୍ମିତ ପାତ୍ର କୌଣସି ପ୍ରାକରେ ବ୍ୟବହାର କରାଯିବ ନାହିଁ   ।  କାଚ ନିର୍ମିତ ପାତ୍ର ବା ଗୁଟାପାର୍ଟା ଚିନାମାଟି ନିର୍ମିତ ପତ୍ର ବ୍ୟବହାର କରାଯାଇପାରେ   । ଧାତୁ ନିର୍ମିତ ପାତ୍ରର ସଂସ୍ପର୍ଶରେ ଫଳରେ ଥିବା ଅମ୍ଳ ଅଂଶ ଲାଗି ଫଳକୁ ନଷ୍ଟ କରି ଅଖାଦ୍ୟରେ ପରିଣତ କରିଦିଏ   । ଲୁଣରେ ଜୁଆ ହୋଇଥିବା ଆମ୍ବଗୁଡିକୁ ପ୍ରତିଦିନ ଓଲଟପାଲଟ କରାଯିବା ଦରକାର  ।  ଆମ୍ବ ଚୋପାଗୁଡିକ ସଢିଯିବାଯାଏ  ଏପରି କରିବା ଆବଶ୍ୟକ  ହୋଇଥାଏ   ।  ଏହି କାମ ଶେଷ ହେବା ଲାଗି ପ୍ରାୟ ତିନିଦିନ ଲାଗିଥାଏ   । ପରେ ଆମ୍ବଜୁଆ ପାଣିକୁ ଖରାରେ ଶୁଖାଇବା ଉଚିତ   ।  ତା ଛଡା ହାଣ୍ଡି ରେଥିବା ଲୁଣମିଶା ଆମ୍ବରସ ପାଣିକୁ ମଧ୍ୟ ଶୁଖାଇବା ଦରକାର  ।  ଏହିପରି 3-4 ଦିନ ଶୁଖାଇବା ପରେ ଆମ୍ବର ଚୋପା ଶାଗୁଆ ରଙ୍ଗ ଛାଡି ମାଟିଆ ରଙ୍ଗ ଧରାଯାଏ ଓ ଡେମ୍ଫର ଅପର ମୁଣ୍ଡଟି ମୋଡି ମୋଡି ହୋଇଯାଏ   ।  ଆମ୍ବ ଠିକ ଅବସ୍ଥାରେ ସୁଖିବା ଏଥିରେ ହିଁ ଧରାଯାଏ   ।

ତା’ ପରେ  ସୋରିଷ, ହଳଦୀ, ମେଥି, ଲଙ୍କା ଗୁଣ୍ଡକରି ମିଶାଇ ଦିଆଯାଏ ଓ କିଛି ଗୁଡ ଓ ସୋରିଷ ତେଲ ସେଥିରେ ଗୋଳି ଚକତି ଦିଆଯାଏ   ।   ଏହି ମସଲା ଚକଟାକୁ “ ଆଚାର ପୁର କୁହାଯାଏ “  । ଏହି ପୁର ନେଇ ପ୍ରତ୍ୟେକ ଆମ୍ବ ମଧ୍ୟରେ ଥିବା ଫାଙ୍କରେ ଭର୍ତ୍ତି କରିଦିଆଯାଏ   ।  ସେଥିରେ ଦୁଇଦିନ ରଖିବା ପରେ ଆମ୍ବ ଦେହରୁ ଜଳୀୟଅଂଶ ବାହାରିପଡେ   ।  ପରେ ଆମ୍ବଗୁଡିକୁ ଖରା ପୂର୍ବପରି ଗୋଟି ଗୋଟି କରି ସପ୍ତାହେ ଯାଏ ଟାଣ ଶୁଖିଲା ଖରାରେ ଶୁଖାଇବାକୁ ହୁଏ   ।  ପରେ ବାକି ରହିଯାଇଥିବା ଗୁଡ ହାଣ୍ଡିରେ ଥିବା ମସଲା ମିଶ୍ରିତ ପାଣିରେ ମିଶାଇ ଦିଆଯାଏ   । ସେଥିରେ କିଛି ମେଥି ଓ ଜୀରା ଗୁଣ୍ଡ ଛାଡିଦିଆଯାଏ   ।  ଆମ୍ବଗୁଡିକୁ ସେଥିମଧ୍ୟରୁ ଭିଯାଇ ରଖିବାରେ ଯତ୍ନ ନିଆଯାଏ   । ହାଣ୍ଡି ତଳେ ଥିବା ତରଳ ଅଂଶ ସଂସ୍ପର୍ଶରେ ଆମ୍ବଗୁଦିକ୍କ ଆଣିବା ଲାଗି ମଝିରେ ମଝିରେ ଆଚାର ହାଣ୍ଡିରେ ଥିବା ଆମ୍ବଗୁଡିକୁ ଓଲଟପାଲଟ କରିବାକୁ ହୁଏ   ।  ଏପରି କାଲେ ଆମ୍ବଗୁଡିକୁ            ଶୁଖିନଯାଇ ନରମ ରହେ   ।  ଏହି ବିଧିରେ ସାଇତି ଯିବା ଆମ୍ବ ବର୍ଷ ବର୍ଷ ଧରି ସଂରକ୍ଷିତ ହୋଇ ରହିଥାଏ   ।  ବର୍ଷାଋତୁରେ ଆମ୍ବ ଆଚାରରେ ଫିମ୍ପି ବା ଫଙ୍ଗସ ଲାଗିବାର ଆଶଙ୍କା ଥିବାରୁ ଆଚାରକୁ କେତେଥର ଖରାରେ ଶୁଖାଇ ରଖିବା ଉଚିତ   ।

ଆମ୍ବର ମେଥି ଆଚାର

ଅନୁପାତ

ଶାଗୁଆ କଞ୍ଚା ଗୋଟା ଆମ୍ବ

୨୦ ଟି

ଲୁଣ

୦.୨୫ କେଜି

ମେଥିଗୁଣ୍ଡ

୫୮.୩ ଗ୍ରାମ

ଲଙ୍କାଗୁଣ୍ଡ

୫୮.୩ ଗ୍ରାମ

ହଳଦୀଗୁଣ୍ଡ

୩୦ ଗ୍ରାମ

 

 

ପ୍ରଣାଳୀ

ଆମ୍ବଗୁଡିକୁ ଧୋଇ ପରିଷ୍କାର କରି ରଖାଯାଏ   । ଚୋପା ଚାଞ୍ଚି ପୂର୍ବପରି ଆମ୍ବଗୁଡିକୁ କାଟି ଟାକୁଆ ମଝିର କୋଇଲି ବାହାର କରି ପୁଣି ପାଣିରେ ଧୁଆଯାଏ   ।  ପରେ କଟାଯାଇଥିବା  ଗୋଟା ଆମ୍ବଗୁଡିକୁ ପୂର୍ବପରି ଲୁଣ ଦେଇ ଜୋଇ ଦିଆଯାଏ   ।  ମରୀଚ ଗୁଣ୍ଡ,  ହଳଦୀ ଗଣ୍ଡ , ମେଥି ଗୁଣ୍ଡ, ଟିକିଏ ଲୁଣ ଓ ସୋରିଷ ତେଲ ନେଇ ମସଲାକୁ ଚକତି ଦେଇ ଆମ୍ବ ଟାକୁଆକୁ ବଭରି ରଖାଯାଏ  । ପୂର୍ବପରି ଖରାରେ ଶୁଖାଗଲା ପରେ ହାଣ୍ଡିରେ ରଖି ସାଇତାଯାଏ   ।  ଏହା ଗ୍ରୀଷ୍ମଋତୁରେ ଟିକିଏ ଟାଣ ରହେ  ;କିନ୍ତୁ ବର୍ଷାଋତୁ ନରମ ହୋଇଯାଏ   ।  ଏହି ଆଚାରରେ ଗୁଡ ଓ ସୋରିଷ ତେଲ ଦିଆଯାଏ ନାହିଁ  ।

ଆମ୍ବର ରାଈ ଆଚାର

ଅନୁପାତ

ଶାଗୁଆ କଞ୍ଚା ଆମ୍ବ

୨୦ ଟି

ସୋରିଷ ଗୁଣ୍ଡ

୨୩୩ ଗ୍ରାମ

ଲୁଣ

୨୫୦ ଗ୍ରାମ

ହଳଦୀ ଗୁଣ୍ଡ

୩୦ ଗ୍ରାମ

ଲଙ୍କା ଗୁଣ୍ଡ

୧୭୫ ଗ୍ରାମ

ଶୁଖିଲା ବୁଟ

୨୫୦ ଗ୍ରାମ

ଜୀରା ଗୁଣ୍ଡ

୧୫ ଗ୍ରାମ

ରସୁଣକୋଲା

୬୦ ଗ୍ରାମ

ମେଥି ଗୁଣ୍ଡ

୩୦ ଗ୍ରାମ

ସୋରିଷ ତେଲ

୫୦୦ ଗ୍ରାମ

 

ପ୍ରଣାଳୀ

ପୂର୍ବପରି ଆମ୍ବଗୁଡିକ ପାଣିରେ ଧୋଇ ଖଣ୍ଡ ଖଣ୍ଡ କରି କାଟିଦିଆଯାଏ   ।  ଗୋଟିଏ ଆମ୍ବକୁ ଆଠଖଣ୍ଡ କରି କାଟିବାକୁ ହୁଏ   । ଓସାରମୁହଁ ପୁରୁଣା ଆଚାର ହାଣ୍ଡିରେ କୋଇଲା ନ ଥିବା ଆମ୍ବ ଖଣ୍ଡଗୁଡିକୁ ଉପର ଲିଖିତ ସମସ୍ତ ମସଲା ସହିତ ଭଲଭାବେ ଗୋଳାଇ ଦୁଇଦିନ ଯାଏ ସେପରି ରଖିଦିଆଯାଏ   । ପରେ ପ୍ରତିଦିନ ଓଲଟପାଲଟ କରି ଟାଣ ଖରାରେ ପନ୍ଦରଦିନ ଯାଏ ଶୁଖାଇବାକୁ ହୁଏ   ।

ଗୁଡ ଆମ୍ବ ଆଚାର

ଉପକରଣ

ଗୋଟା କଞ୍ଚା ଆମ୍ବ

୧ କିଗ୍ରା

ଲୁଣ

୬୦ ଗ୍ରାମ

ଗୁଡ

୧୫୦ ଗ୍ରାମ

ଲଙ୍କାଗୁଣ୍ଡ

୬୦ ଗ୍ରାମ

ହଳଦୀ ଗୁଣ୍ଡ

୪ ଚାମଚ

ହେଙ୍ଗୁ

କିଛି ମାତ୍ରାରେ

ସୋରିଷ ତେଲ

୨୫୦ ଗ୍ରାମ

 

ଉପରଲିଖିତ ଉପାଦାନଗୁଡିକୁ ନେଇ ଦୁଇ ପ୍ରକାର ଆଚାର ପ୍ରସ୍ତୁତ କରାଯାଇପାରେ  । (୧) କଞ୍ଚା ଆମ୍ବ ଖଣ୍ଡ ସିଧା ନେଇ  (୨) ଆମ୍ବ ଖଣ୍ଡଗୁଡିକୁ ଲୁଣରେ ଜୋଇ   ।

ପ୍ରଥମେ ଆମ୍ବଗୁଡିକୁ ପାଣିରେ ଧୋଇ (ପୂର୍ବପରି ଗୋଟିଏ ଆମ୍ବକୁ ଆଠଖଣ୍ଡ କରି  ) ଉପର ଲିଖିତ ସରଞ୍ଜାମଗୁଡିକୁ ସେଥିରେ ଭଲଭାବେ ଗୋଳାଇ ଦିନେ ବା ଦୁଇଦିନ ରଖି ପରେ ପ୍ରତିଦିନ ଟାଣ ଖରାରେ ରଖିବାକୁ ହୁଏ   ।  ଆମ୍ବ ଖଣ୍ଡଗୁଡିକୁ ଶାଗୁଆ ରଙ୍ଗ ଛାଡି ମାଟିଆ ରଙ୍ଗ ଧରିବାଯାଏ   ।  ଏପରି ଶୁଖାଇବାକୁ ହୋଇଥାଏ   ।  ଏହି ପ୍ରକାର ଆଚାରର ଶସ ଟିକିଏ ଟାଣ ରହିବାକୁ ଖାଇବାକୁ ଭଲଲାଗେ   ।

ପୂର୍ବପରି ଆମ୍ବ ଖଣ୍ଡଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ପାଣିରେ ଧୋଇ ସେଥିରେ ଲୁଣ ଗୋଳାଇ ଦୁଇଦିନ ଯାଏ ରଖାଯାଏ   । ମଧ୍ୟେ ମଧ୍ୟେ ଲୁଣରେ ଜୁଆଯାଇଥିବା ଆମ୍ବଗୁଡିକୁ ଓଲଟପାଲଟ କରିବାକୁ ହୁଏ   । ଆମ୍ବ ଖଣ୍ଡଗୁଡିକ ନରମ ହୋଇଗଲା ପରେ ସେଥିରେ ଉପରଲିଖିତ ସରଞ୍ଜାମଗୁଡିକୁ ଗୋଳାଇ ପ୍ରତିଦିନ ଟାଣ ଖରାରେ ରଖିବାକୁ ହୁଏ   । ହାଣ୍ଡିରେ ପାଣି (ମସଲା ମିଶ୍ରିତ ତରଳ ଖଣ୍ଡ) ମୋଟା ହେବାଯାଏ ବରାବର ଖରାରେ ରଖିବା ଦରକାର   ।

ଉପରୋକ୍ତ ଆଚାର ତିଆରି ପ୍ରଣାଳୀ ଗାଁ ଗହଳିରେ ଅନୁସରଣ କରାଯାଇଥାଏ   । ଏଗୁଡିକ ଗବେଷଣା ଜରିଆରେ ଏହି ପ୍ରଣାଳୀ ଗୁଡିକୁ କରିବା ଆବଶ୍ୟକ   । ଆମ୍ବ ଆଚାର ଅନ୍ୟାନ୍ୟ ଅନେକ ପ୍ରଣାଳୀରେ ମଧ୍ୟ ପ୍ରସ୍ତୁତ କରାଯାଇଥାଏ   । ସେଥିରୁ କେତୋଟି ନମୁନା ନିମ୍ନରେ ଦିଆଗଲା   ।

ଆମ୍ବ ଛିଲକା ଆଚାର

ସରଞ୍ଜାମ

ଚୋପା ବିହୀନ କଟାଯାଇଥିବା ଆମ୍ବ ଖଣ୍ଡ

୧ କେଜି

ଲୁଣ ଗୁଣ୍ଡ

୩୦ ଗ୍ରାମ

ମେଥି ଗୁଣ୍ଡ

୫୦ ଗ୍ରାମ

ଜୀରା ଗୁଣ୍ଡ

୩୦ ଗ୍ରାମ

ହଳଦୀ ଗୁଣ୍ଡ

୨୦ ଗ୍ରାମ

ଲଙ୍କା ମରୀଚ ଗୁଣ୍ଡ

୩୦ ଗ୍ରାମ

ଗୋଲମରୀଚ ଗୁଣ୍ଡ

୩୦ ଗ୍ରାମ

ପାନମଧୁରୀ

୩୦ ଗ୍ରାମ

ସୋରିଷ ତେଲ

ଫଳ ଗୁଡିକ ଢାଙ୍କି ରହିବା ଭଳି ବ୍ୟବହାର କରାଯାଏ   ।

 

ପୂର୍ବପରି ଶାଗୁଆ ଆମ୍ବଗୁଡିକୁ ଭଲଭାବେ ଧୋଇ ଚୋପାଟକ ଛୁରୀ ସାହାଯ୍ୟରେ ଚାଞ୍ଚି ଓ ପୁଣି ଧୋଇ ଛେଲି ଛେଲି କରି ଫଳ ଶସକୁ କାଟି ରଖାଯାଏ   ।  ଆମ୍ବର ଟାକୁଆଗୁଡିକୁ ଅଲଗା କରିଦିଆଯାଏ   । ପରେ କଟାଯାଇଥିବା ଆମ୍ବ ଛଳକାଗୁଡିକୁ ଶତକଡା 2 ରୁ 3% ଶକ୍ତି ବିଶିଷ୍ଟ ଲୁଣପାଣିରେ ଅର୍ଥାତ ପ୍ରତି 100 ଭାଗ ପାଣିରେ (2 ରୁ 3 ଭାଗ ଲୁଣ ମିଶାଇ ଦ୍ରବଣ ତିଆରି କରାଯାଇଥାଏ ) ଭିଯାଇ କିଛି ସମୟ ରଖାଯାଏ   । ଏପରି କରିବା ଫଳରେ ଆମ୍ବ ଛିଲକାଗୁଡିକ କଳା ରଙ୍ଗ ଧରେ ନାହିଁ    । ପରେ ଛିଲକାଗୁଡିକ ବାହାର କରିଦିଆଯାଏ   ଓ ଖରାରେ 4-5 ଦିନ ଯାଏ ଶୁଖାଇବାକୁ ହୁଏ   ।  ଏପରି କରିବା ଦ୍ଵାରା ଆମ୍ବ ଖଣ୍ଡଗୁଡିକରୁ ପାଣି ବାହାର କରି ପଦାକୁ ନିଗିଡି ଆସେ ଓ ଖଣ୍ଡଗୁଡିକର ରଙ୍ଗରେ ପରିବର୍ତ୍ତନ ଘଟେ   (ଆମ୍ବଗୁଡିକର ଶାଗୁଆ ଚୋପାଗୁଡିକର ରଙ୍ଗ ଈଷତ ହଳଦିଆ ମିଶା ଧଳା ରଙ୍ଗ ଧରିଥାଏ ) ।  ଆଗରୁ ବର୍ଣ୍ଣିତ ମସଲା ଦ୍ରବ୍ୟଗୁଡିକୁ ନେଇ ସେଥିରେ ଭଲଭାବେ ମିଶାଇ ଦିଆଯାଏ  ରୁଚି ଅନୁଯାୟୀ କଲୌଞ୍ଜା ଗୋଲମରୀଚ ଓ ପାନ ମାଧୁରୀ ମସଲା ଦ୍ରବ୍ୟ ବ୍ୟବହାର କରାଯାଇପରେ   । କାରଣ କେହି କେହି ଏହି ଦ୍ରବ୍ୟଗୁଡିକର ଗନ୍ଧକୁ ଭଲପାଇ ନ ଥାନ୍ତି   ।  ମସଲା ଦ୍ରବ୍ୟ ଗୋଳି ଦିଆଯିବା ପରେ କିଛି ସୋରିଷ ତେଲ ମଧ୍ୟ ବ୍ୟବହାର କରାଯାଏ  । ବିଶୋଧିତ ଓସାର ମୁହଁ କାଚ ବୋତଲ କିମ୍ବା ପ୍ଲାଷ୍ଟିକ ବୋତଲରେ ଆଚାରଗୁଡିକୁ ଭର୍ତ୍ତିକରି ସୋରିଷ ତେଲ ଢାଳି ଦିଆଯାଏ  ।  (ଯେପରି ଖଣ୍ଡଗୁଡିକ ସେଥିରେ ବୁଡିରହେ  ) ବୋତଲର ଠିପି ବନ୍ଦ କରି ସଂରକ୍ଷିତ କରାଯାଏ   ।  ଏହିପରି ତିନି ସପ୍ତାହ ରଖିବା ପରେ ଏହା ବ୍ୟବହାର କରାଯାଏ   ।

ମିଠା ଆମ୍ବ ଆଚାର

ଉପାଦାନ

ଆମ୍ବ

2 କିଗ୍ରା

ସୋରିଷ ଗୁଣ୍ଡ

75 ଗ୍ରାମ

ମେଥି ଗୁଣ୍ଡ

15 ଗ୍ରାମ

ହଳଦୀ ଗୁଣ୍ଡ

10 ଗ୍ରାମ

ଲୁଣ

100 ଗ୍ରାମ

ଗୁଡ

0.55 କେଜି

ସୋରିଷ ତେଲ ବା ସିର୍କା

500 ଗ୍ରାମ

କଳାଜୀରା

20 ଗ୍ରାମ

ଜୀରା

20 ଗ୍ରାମ

 

ପୂର୍ବ ପ୍ରଣାଳୀରେ ଆମ୍ବ ଆଚାର କରାଯାଇପରେ ଓ ଗୋଲମରୀଚ ପରିବର୍ତ୍ତେ ଲଙ୍କାମରୀଚ ଗୁଣ୍ଡ ମଧ୍ୟ ବ୍ୟବହାର କରାଯାଇପାରେ ।

ରାଗ ଆମ୍ବ ଆଚାର

ଉପକରଣ

ଆମ୍ବ

1 କିଗ୍ରା

ମେଥି ଗୁଣ୍ଡ

20 ଗ୍ରାମ

ଜଳାଜୀରା ଗୁଣ୍ଡ

15 ଗ୍ରାମ

ଜୀରା

15 ଗ୍ରାମ

ଲୁଣ

60 ଗ୍ରାମ

ଲଙ୍କାମରୀଚ ଗୁଣ୍ଡ

60 ଗ୍ରାମ

ସୋରିଷ ତେଲ

1 କେଜି

ଗୁଡ

150 ଗ୍ରାମ

 

ଗୋଟା ଆମ୍ବ ନେଇ ପୂର୍ବ ପ୍ରଣାଳୀରେ ଆଚାର ତିଆରି କରାଯାଇପାରେ ।

ଲେମ୍ବୁ ଆଚାର

ଉତ୍କୃଷ୍ଟ ଧରଣର ଆଚାର କାଗଜି , ପାଟି ଆଦି ଲେମ୍ବୁ ତିଆରି କରାଯାଇପାରେ   । ଟଭା ଫଳ ନେଇ ମଧ୍ୟ ରୁଚିକର ଆଚାର ତିଆରି କରାଯାଇଥାଏ    । ଗନ୍ଧ ଲେମ୍ବୁ , ଗଙ୍ଗାକୁଳିଆ , କରୁଣା ବା କାନ୍ଧିଆରେ ମଧ୍ୟ ଆଚାର କରାଯାଏ   । ଭଲ କାଗଜିରେ ଆଚାର କରିବାକୁ ହେଲେ ଦୁଇ ପ୍ରକାର ପ୍ରଣାଳୀ ଅବଲମ୍ବନ କରାଯାଇପାରେ   ।

ଖରାରେ ଶୁଖାଇବା ପ୍ରଣାଳୀ

ସିଦ୍ଧ କରିବା ପ୍ରଣାଳୀ

ଖରାରେ ଶୁଖାଇବା ପ୍ରଣାଳୀ

ସାଧାରଣତଃ ଗାଁ ଗହଳିରେ ଲେମ୍ବୁ ଆଚାର ଖରାରେ ଶୁଖାଇ ତିଆରି କରାଯାଏ   । ଭଲଭାବେ ପାଚ୍ୟ ଏକାପରି ହଳଦିଆ ରଙ୍ଗ ଧରିଥିବା ଲେମ୍ବୁ ନେଇ ସେଗୁଡିକୁ ପ୍ରଥମେ ଧୋଇ ଦିଆଯାଏ  । ଚୋପା ଗୁଡିକର ପିତା ଅଂଶ (ଅର୍ଥାତ ଲେମ୍ବୁ ତୈଳ ଅଂଶ) ବାହାର କରିବାକୁ ହେଲେ ସେଗୁଡିକର ଚାରିପାଟ ପଥର ଉପରେ ଘଷି ଓ ପାଣିରେ ଧୋଇ ରଖାଯାଏ   । ସାଧାରଣତଃ ଏହା କରାଯାଏ  ନାହିଁ   । ପାରେ ସେଗୁଡିକୁ ଚାରିଫାଳ କରି ଏପରି ଭାବେ କଟାଯାଏ  , ଯେପରି ଡେମ୍ଫର ଅପର ଅଂଶରେ ଚାରିଫାଳ କରି ଏପରି ଭାବେ କଟାଜାଏ  , ଯେପରି ଡେମ୍ଫର ଅପର ଅଂଶରେ ଚାରିଫାଳ ଲାଖି ରହେ   । କଟାଫଳ ମଧ୍ୟରେ ଲୁଣ ଭରି ଗୋଟିଏ ପରିଷ୍କାର ହାଣ୍ଡିରେ ସଜାଇ ଭରିଦିଆଯାଏ   । କେହି କେହି କଟାଫଳଗୁଡିକରେ ଲୁଣ ଓ ହଡି ଗୋଳାଇ ଦୁଇଦିନ ରଖିବା ପରେ  4-5 ଦିନ ଯାଏ ଖରାରେ ଶୁଖାଇ ଫଳଗୁଡିକୁ ସଜାଇଥାନ୍ତି   । କିନ୍ତୁ ଦହି ନମିଶାଇ କେବଳ ଲୁଣ ଦେଇ ଦୁଇଦିନଯାଏ ସେହିପରି ରଖି ମଝିରେ ମଝିରେ ଫଳଗୁଡିକୁ ଓଲଟାପାଲଟି କରିବାକୁ ହୁଏ   ।  ଏହିପରି ରଖିବା ଦ୍ଵାରା ଫଳ ଦେହକୁ ରସ ବାହାରି ଆସି ହାଣ୍ଡିରେ ଜମି ରହେ ଓ ଫଳଗୁଡିକର ଚୋପାଗୁଡିକୁ ଶଢାଇବାରେ ସାହାଯ୍ୟ କରେ    । ଫଳ ସଢିଯିବା ପାରେ ଚୋପା କୋମଲ ହୋଇଯାଏ   ।ପାରେ ଶଢା ଫଳଗୁଡିକୁ ଗୋଟି ଗୋଟି କରି ସଜାଇ ଖରାରେ ଦୁଇଦିନଯାଏ ଶୁଖାଇବାକୁ ହୁଏ   ।  ଲେମ୍ବୁରୁ ବାହାରିଥିବା ରସ ହାଣ୍ଡିରେ ରହି ଖରାରେ ଶୁଖି ଆସିବା ପାରେ ସେଥିରେ ମସଲା ଦେଇ ଆଚାର କରାଯାଇଥାଏ   ।

ଲେମ୍ବୁଗୁଡିକ ସଢିକୋମଲ ହୋଇଯିବା ପାରେ ରୁଚି ଅନୁଯାୟୀ ଦୁଇ ପ୍ରକାରର ଆଚାର ତିଆରି କରାଯାଇପାରେ   । କେହି କେହି ଶଢା ଲେମ୍ବୁ ଖରାରେ ନ ଶୁଖାଇ ମସଲା ଦ୍ରବ୍ୟ ଓ ତେଲ ଗୋଳାଇ ଆଚାର କରିଥାନ୍ତି   । କରଣ ଖରାରେ ଶୁଖାଇବା ଦ୍ଵାରା ଶଢା ଲେମ୍ବୁଗୁଡିକ ଟାଣ ହୋଇଯିବାର ଭୟ ଥାଏ   ।

ମିଠା ଲେମ୍ବୁ ଆଚାର (2) ରାଗ ଲେମ୍ବୁ ଆଚାର

ମିଠା ଲେମ୍ବୁ ଆଚାର ପାଇଁ ଉପଯୁକ୍ତ ପରିମାଣର ଗୁଡ ନେଇ ହାଣ୍ଡିରେ ରଖି ଆଉଟାଯାଏ   । ସେଥିରେ ମେଥି ଗୁଣ୍ଡ , ଲଙ୍କାମରୀଚ ଗୁଣ୍ଡ , ଜୀରା ଗୁଣ୍ଡ ହେଙ୍ଗୁ ଗୁଣ୍ଡ ଇତ୍ୟାଦି ମିଶାଇ ଦିଆଯାଏ   । ସେଗୁଡିକ ମିଶିଯିବା ପାରେ କୋମଲ ଶଢା ଲେମ୍ବୁ ଗୁଡିକ ମିଶାଇ ଗୋଳି ଦିଆଯାଏ   । ଦିନେ ବା ଦୁଇଦିନ ଏପରି ରଖିବା ପାରେ ଭଲ ସୋରିଷ ତେଲ ହାଣ୍ଡିରେ ପକାଯାଏ   , ଯେପରିକି ଫଳଗୁଡିକ ସେଥିରେ ବୁଡି ରହେ   ।

ଯେଉଁମାନେ ମିଠା ଆଚାର ଖାଇବା ପସନ୍ଦ କରନ୍ତି ନାହିଁ  ସେମାନଙ୍କ ପାଇଁ ମିଠା ନ ଦେଇ ମସଲା ସବୁ ଗୁଣ୍ଡକରି ଶଢା ଲେମ୍ବୁରେ ଗୋଳାଇ ଦିନେ ଦୁଇଦିନ ରଖି ପାରେ ସୋରିଷ ତେଲରେ ଆଚାରଗୁଡିକୁ ବୁଡାଇ ସଂରକ୍ଷିତ କରାଯାଏ   ।

ସରଞ୍ଜାମ

ହେଙ୍ଗୁ

2 ଗ୍ରାମ

ଲେମ୍ବୁ

1 କେଜି

ଲଙ୍କା ଗୁଣ୍ଡ

30 ଗ୍ରାମ

ହଳଦୀ ଗୁଣ୍ଡ

15 ଗ୍ରାମ

ଜୀରା ଗୁଣ୍ଡ

15 ଗ୍ରାମ

ଲୁଣ

150 ଗ୍ରାମ

ଚିନି

170 ଗ୍ରାମ

କଞ୍ଚାଲଙ୍କା

100

ସୋଡିୟମ ବେନଜୋଏଟ

1.5 ଗ୍ରାମ

 

(ଖ) ସିଦ୍ଧ କରି :

ପୂର୍ବପରି ଲେମ୍ବୁଗୁଡିକୁ ନେଇ ପରିଷ୍କାର କରି ଧୋଇ ଦିଆଯାଏ   । ପାରେ ସେଗୁଡିକୁ କାଟି ସେଥିରେ ଲୁଣ ଦେଇ ଦୁଇଦିନ ଯାଏ ଶଢାଇ ଦିଆଯାଏ ଓ ଖରାରେ ମଧ୍ୟ ସୁଖାଯାଏ   । ଲେମ୍ବୁ କେଜି ପ୍ରତି ନିମ୍ନରେ ଦିଆଯାଇଥିବା ମସଲା ଗୁଣ୍ଡ କରି ସେଥିରେ ଗୋଳେଇ ଦୁଇ ତିନିଦିନ ଯାଏ ଖରାରେ ଶୁଖାଇବାକୁ ହୁଏ   । ପାରେ ସେଥିରେ ସୋରିଷ ତେଲ ଦୁଇ ଚୁଲିରେ କିଛି ସମୟଯାଏ ରନ୍ଧି ସଂରକ୍ଷିତ କରାଯାଏ   ।

ଲେମ୍ବୁ

1 କେଜି

ଲଙ୍କା ଗୁଣ୍ଡ

30 ଗ୍ରାମ

ଗୋଲ ମରୀଚ ଗୁଣ୍ଡ

15 ଗ୍ରାମ

ହଳଦୀ ଗୁଣ୍ଡ

15 ଗ୍ରାମ

ହଳଦୀଗୁଣ୍ଡ

15 ଗ୍ରାମ

ଜୀରା ଗୁଣ୍ଡ

15 ଗ୍ରାମ

ଜୁଆଣୀ ଗୁଣ୍ଡ

15 ଗ୍ରାମ

ଚିନି

120 ଗ୍ରାମ

ଖାଣ୍ଟି ସୋରିଷ ବା ରାଶି ତେଲ

ଦରକାର ମୁତାବକ ବ୍ୟବହାର କରାଯାଏ   ।

 

ମସଲା ଦ୍ରବ୍ୟର ବ୍ୟବହାର ବିନା ଆଚାର

ଲେମ୍ବୁ ଆଚାର ନିମ୍ନ ପ୍ରଣାଳୀରେ ମଧ୍ୟ ତିଆରି କରାଯାଇପାରେ   ।  100 ଟି ଲେମ୍ବୁ ନେଇ ସେଥିରେ 50 ଟିର ରସ ବାହାର କରି ଗୋଟିଏ ପରିଷ୍କାର ମାଟିହାଣ୍ଡିରେ ରଖାଯାଏ   । ପାରେ ସେଥିରେ ବାକି ରହିଯାଇଥିବା 50 ଟି ଲେମ୍ବୁ ଖଣ୍ଡ ଖଣ୍ଡ କରି କାଟି ସେଥିରେ ଭରିଦିଆଯାଏ   ।  5 ଟିରୁ 40 ଟି ବଡ ଲମ୍ବା କଞ୍ଚା ଲଙ୍କାମରୀଚ ଫାଳ ଫାଳ କରି କାଟି ସେଥିରେ ମିଶାଇ ଦିଆଯାଏ   । ଉଚିତ ପରିମାଣରେ ଲୁଣ ଗୋଳାଇ 15 ଦିନ ଯାଏ ଖରାରେ ଶୁଖାଇ ସଂରକ୍ଷିତ କରି ବ୍ୟବହାର କରାଯାଇଥାଏ   । ଜମ୍ବିର ରସ ମଧ୍ୟ ଲେମ୍ବୁ ଆଚାର କରିବା ବେଳେ ଉପରୋକ୍ତ ବିଧିରେ କରାଯାଇପାରେ   ।

200 ଟି ଲେମ୍ବୁ ପ୍ରତି 580 ଗ୍ରାମ ଲୁଣ ଗୁଣ୍ଡ କରି ସଢିଯିବା ପାରେ ସୋରିଷ ତେଲରେ ବୁଡାଇ ସଂରକ୍ଷିତ କରାଯାଇପାରେ   ,। ଟଭା, କାନ୍ଧିଆ ଆଦିର ଆଚାର ଏହି ପ୍ରଣାଳୀରେ ତିଆରି କରାଯାଇପାରେ   ।

ସପୁରି ଆଚାର

ଖଟା ସପୁରି ଖାଇବାକୁ ଭଲଲାଗେ ନାହିଁ   । ତେଣୁ ତାହା ଉପଯୁକ୍ତ ପ୍ରଣାଳୀରେ ଆହାର କରି ସଂରକ୍ଷିତ କରି ସମୟରେ ସଦବ୍ୟବହାର କରାଯାଇପାରେ   । ଚୋପା ଓ ଆଖି କାଟି ଅଲଗା କରି ଦିଆଯାଏ   । ପାରେ ଶସକୁ ଖଣ୍ଡ ଖଣ୍ଡ କରି କାଟି ଲେମ୍ବୁ ବା ଜମ୍ବିର ରସରେ ବୁଡାଇ ରଖାଯାଏ   । ବିନା ଲେମ୍ବୁ ବା ଜମ୍ବିର ରସ ବ୍ୟବହାରରେ ମଧ୍ୟ ଆଚାର ପ୍ରସ୍ତୁତ କରାଯାଇପାରେ   । ପାରେ ଉଚିତ ପରିମାଣରେ ଲୁଣ ଓ ଚିନି ଗୋଳି ଦିଆଯାଏ  ।  3 ରୁ 4 ଦିନ ଖରାରେ ଶୁଖାଇବାକୁ ହୁଏ   । ଶୁଖିଯିବା ପାରେ ସିର୍କା ଦିଏ ବୋତଲରେ ସଂରକ୍ଷିତ କରାଯାଏ   ।

ସରଞ୍ଜାମ –

କଟା ସପୁରି ଖଣ୍ଡ

1 କେଜି

ଲେମ୍ବୁ ରସ

6 ଟି ଫଳର ରସ

ଲୁଣ

120 ଗ୍ରାମ

ଚିନି

250 ଗ୍ରାମ

ସିର୍କା

1କେଜି

 

ଏହିପରି ଭାବରେ ନଡିଆ , ଫାଲସା , ଖଜୁରୀ, ଅଙ୍ଗୁର , ବଡ କଞ୍ଚାମରୀଚ , ଶାଲଗାମ , ମୂଳା ଇତ୍ୟାଦି ନାନା ପ୍ରକାର ଫଳ ଓ ପନିପରିବା ଆଚାର ତିଆରି ହୋଇଥାଏ  ।

କଞ୍ଚା ପଣସର ଆଚାର

ପଣସ କଷି ବା ପଣସର ମଞ୍ଜି ଓ ଭଣ୍ଡା କୋମଳ ଥିବା ଅବସ୍ଥା ପଣସ ଗୁଡିକୁ  ଅତି ସହଜରେ ଆଚାର କରି ସଂରକ୍ଷିତ  କରାଯାଇପାରେ    ।ପଣସ ପାଚିବା ପୂର୍ବାବସ୍ତା ବା ପାଚିଥିବା ଅବସ୍ଥାରେ ଆଚାର ଲାଗି ଅନୁପଯୁକ୍ତ   ।

ଫଳର ପ୍ରସ୍ତୁତି

ପଣସରୁ ସାଧାରଣତଃ ଅଠାଳିଆ କ୍ଷୀର ବାହାରିଥାଏ  , ଯାହା ଫଳରେ କଟାକଟି କରିବାରେ ବିଶେଷ ଭାବେ ଅସୁବିଧା ହୋଇଥାଏ    ।  ହାତରେ ଛୁରୀ ବା ବ୍ଲେଡରେ କିଛି ତେଲ ରାସୀ , ବାଦାମ ବା ସୋରିଷ ତେଲ ଭଲଭାବେ ଲଗାଇ ଛୁରୀ ସାହାଯ୍ୟରେ ପଣସ ଡେମ୍ଫ ଓ କଣ୍ଟାଯୁକ୍ତ ଶାଗୁଆ ଚୋପାଅଂଶ ଛେଲେଇ କରି ବାହାର କରିଦିଆଯାଏ   । ପଣସର ମାଂସାଳ ବା ଶସ ଅଂଶକୁ ½ ରୁ ¾ ଇଞ୍ଚ ମୋଟା ଖଣ୍ଡ ଖଣ୍ଡ କରି କାଟିଦିଆଯାଏ   ।

 

କ୍ୟୁରିଙ୍ଗ

କଟା ପଣସ ଖଣ୍ଡଗୁଡିକୁ ଗୋଟିଏ ପରିଷ୍କାର ପାଲିସ ହୋଇଥିବା ଓସାର ମୁହଁ ପଥର ପାତ୍ର ବା ଅନ୍ୟ କୌଣସି ପାତ୍ରରେ ଯଥା ମାଟି ହାଣ୍ଡି କିମ୍ବା କାଚ ବୋତଲରେ ଭରି ଦିଆଯାଏ  ଓ ସେଥିରେ ଶତକଡା 8 ଭାଗ ଲବଣର ଦ୍ରବଣ ଭରି ଦିଆଯାଏ  , ଯେପରି ଫଳ ଖଣ୍ଡଗୁଡିକ ସେଥିରେ ବୁଡିରହେ   । ଫଳ ଖଣ୍ଡ ଭାସିବା ସମ୍ଭାବନା ଥିବା ହେତୁ ସେଗୁଡିକୁ ଦବାଇ ବୁଡାଇ ରଖିବା ଲାଗି ଉପରେ କାଠପତା ରଖି ଓଜନ ଦ୍ଵାରା ଏହା ଦବାଇ ରଖାଯାଇପାରେ   ।  ତହିଁ ପରଦିନ ଅଧିକ ଲୁଣ ମିଶାଇବାକୁ ହୁଏ   । ଯେପରି ଲବଣ ଦ୍ରବଣର ସାନ୍ଦ୍ରତା 10 % ହୁଏ ଅର୍ଥାତ ଶତକଡା 2 % ଗାଢତା ବଢାଇ ଦିଆଯାଏ   ।  ଏହିପରି ପ୍ରତିଦିନ ଦ୍ରବଣ ର ସାନ୍ଦ୍ରତା 2 % ବଢାଇବାକୁ ହୁଏ   , ଯେପରି ଏହା ବଢି ବଢି ଶତକଡା 15 ହୋଇଯାଏ  , ଏହି ଦ୍ରବଣରେ 8 ରୁ 10 ଦିନ ରଖିବାକୁ ହୁଏ   ।  ଲବଣର ଦ୍ରବଣରେ ଭିଜାଇବା ଫଳରେ ଫଳ ଖଣ୍ଡଗୁଡିକ କଅଁଳିଆ ହୋଇ ପରିଷ୍କାର ହୋଇଥାଏ   ।

ଆଚାର କରିବା

ଲବଣ ଦ୍ରବରେ ଭିଜିଯାଇଥିବା ଫଳ ଖଣ୍ଡଗୁଡିକୁ ପରିଷ୍କାର ଜଳରେ ଧୋଇ ଦିଆଯାଏ   ।  ଏହି ଫଳ ଖଣ୍ଡଗୁଡିକୁ ନେଇ ଦୁଇ ପ୍ରକାରର ପଣସ ଆଚାର ତିଆରି କରାଯାଇପାରେ   ।

ରାଶି ତେଲରେ ଆଚାର

ପାକ ଯୋଗାଡ

ଲବଣ ଦ୍ରବ ପ୍ରୟୋଗ କରିଯାଇଥିବା ପଣସ ଖଣ୍ଡ

9.100 କିଗ୍ରା

ଲୁଣ

115 ଗ୍ରାମ

ଲଙ୍କାମରୀଚ

170 ଗ୍ରାମ

ଜୀରା

28 ଗ୍ରାମ

ଲବଙ୍ଗ

28 ଗ୍ରାମ

ଅଳେଇଚ

15 ଗ୍ରାମ

ଡାଳଚିନି

28 ଗ୍ରାମ

ଅଦା

15 ଗ୍ରାମ

ପିଆଜ

300 ଗ୍ରାମ

ସୋରିଷ ଗୁଣ୍ଡ

30 ଗ୍ରାମ

ରସୁଣ

30 ଗ୍ରାମ

ରାଶିତେଲ ବା ସୋରିଷ ତେଲ

1.150 ଗ୍ରାମ

ଭିନେଗାର

1 କିଗ୍ରା

ଚିନି

1.150 କିଗ୍ରା

 

ଭିନେଗାର ପରିବର୍ତ୍ତେ ବିଶୁଦ୍ଧ Aceitic Acid ବ୍ୟବହାର କରାଯାଇପାରେ   । ତେଲ ଭିତରେ ଫଳ ଖଣ୍ଡ ଯେପରି ବୁଡିରହେ ସେଥିପ୍ରତି ନଜର ଦେବା ଉଚିତ   ।

ପ୍ରଣାଳୀ

ଅଦାଖଣ୍ଡ , ପିଆଜ , ରସୁଣ ସୋରିଷ ତେଲରେ ଅଲଗା ଅଲଗା କରି ଭାଜି ଦିଆଯାଏ  । ଯେପରିକି ସେଗୁଡିକ ଲାଲ ଲାଲ ହୋଇଯିବ   । ପଣସ ଖଣ୍ଡ ସହିତ ଭଜାଯାଇଥିବା ମସଲା ଦ୍ରବ୍ୟ (ପୂର୍ବରୁ ପ୍ରସ୍ତୁତ ହୋଇଥିବା ) ମିଶାଇ ଦିଆଯାଏ ଓ 3 ବା 4 ଦିନ ଖରାରେ ଶୁଖାଇବାକୁ ହୁଏ   ।  ଖରାରେ ଶୁଖିଯିବା ସମୟରେ ଉପରୋକଟ ଜିନିଷ ଥିବା ପାତ୍ରର ମୁହଁ କୌଣସି ପତଳା କନାରେ ଢାଙ୍କିଦେବା ଉଚିତ   ।  ଯେପରି ବାହାରର ଧୂଳି ବା ସେପରି ଅନ୍ୟ କିଛି ପରିଷ୍କାର ଜିନିଷ ହାଣ୍ଡି ଭିତରେ ନ ପଡେ  । ଏପରିକି କରିବା ଫଳରେ ମାଛ ଇତ୍ୟାଦି କୀଟପତଙ୍ଗ ସେଥି ଭିତରକୁ ପସିପାରନ୍ତି ନାହିଁ  ।  ଶୁଖିଯିବା ସମୟରେ ମଧ୍ୟେ ମଧ୍ୟେ ଫଳ ଖଣ୍ଡଗୁଡିକୁ ଓଲଟପାଲଟ କରିଦେବା ଦରକାର   ।  ପରେ ସେଥିରେ ଚିନି ଓ ଭିନେଗାର ମିଶାଇଦିଆଯାଏ  ଓ ପୁଣି 2 ଦିନ ସେହିପରି ଶୁଖାଇବାକୁ ହୁଏ  ।  ବିଶୋଧିତ କାଚ ଜାରରେ ଆଚାର ଭରି ସେଥିରେ ତେଲ (ରାଶି କିମ୍ବା ସୋରିଷ) ଭର୍ତ୍ତିକରି ମୁହଁ ବନ୍ଦକରି ସଂରକ୍ଷିତ କରାଯାଏ   ।

(ଖ) ମସଲାଦିଆ ସିରକାର ଆଚାର

ପାକ ଯୋଗାଡ

ଚିନି

1.4 କିଗ୍ରା

ସିରକା

1.815 କିଗ୍ରା

ଜଳ

700 ଗ୍ରାମ

ଲବଙ୍ଗ , ଡାଳଚିନି , ଧନିଆ

ପ୍ରତ୍ୟେକରୁ 1 ଗ୍ରାମ

ଅଦା, ରଗଡା, ସୋରିଷ ଓ ଜାୟତ୍ରୀ

ପ୍ରତ୍ୟେକରୁ 30 ଗ୍ରାମ

 

ମସଲା ଓ ସିର୍କାଗୁଡିକୁ ନେଇ ଗୋଟିଏ ପରିଷ୍କାର ପତଳା କନାରେ ବା ପୁଟୁଳି ବାନ୍ଧି ଗରମ ହେଉଥିବା ପାଣି , ଚିନି ଓ ସିରକା ପାତ୍ରରେ ଓହଳାଇ ଦିଆଯାଏ   । ମୃଦୁ ଜାଲରେ ଗରମ କରିବା ଉଚିତ   । ଚିନି ଓ ସିରକା ମିଶି ରନ୍ଧାଯାଏ ପରେ ରନ୍ଧନ ଦ୍ରବ୍ୟରେ 50 ବ୍ରିକସ (ଶତକଡା 50 ଭାଗ) ଓ ଅମ୍ଳତା ଶତକଡା 3 ଭାଗରୁ ଯେପରି କମ ରହେ ସେଥିପ୍ରତି ନଜର ରଖାଯାଏ  ।

ସେହିପରି ରୁଚି ଅନୁଯାୟୀ ମସଲା ଦ୍ରବ୍ୟର ପରିମାଣ କମ ବା ବେସୀ ରଖାଯାଇପାରେ   । ପାକ ହୋଇଥିବା ତରଳ ପଦାର୍ଥକୁ ଥଣ୍ଡା କରି ସେଥିରେ ଝୁଳୁଥିବା ମସଲା ପୁଟୁଳିକୁ ଚିପୁଡି ତାହାର ନିର୍ଯ୍ୟାସ ନିଆଗଲା ପରେ ଅଲଗା କରି ଦିଆଯାଏ   । ଏହି ଦ୍ରବ୍ୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପଣସ ଖଣ୍ଡ ମିଶାଇ କାଚ ବୋତଲରେ ସଂରକ୍ଷିତ କରାଯାଏ   । ସମ ପରିମାଣରେ ଫଳ ଓ ମସଲାଦିଆ ଭିନେଗାର ଦ୍ରବଣ ମିଶାଇବା ଉଚିତ   ।

ଭିନେଗାରଯୁକ୍ତ ପଣସ ଆଚାର

ଏଥିରେ ଶତକଡା 8 ଭାଗ (8%) ସିରକା ବ୍ୟବହାର କରାଯାଏ ଓ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପଣସ ଖଣ୍ଡଗୁଡିକୁ ଏଥିରେ ବୁଡାଇ ସଂରକ୍ଷିତ କରାଯାଇଥାଏ   । କିଛିଦିନ ପରେ ଭିନେଗାର ନିଗାଦୀ ବାହାର କରି ଦିଆଯାଏ   ଓ ତଟକା ସିରକା ଭରି ଦିଆଯାଏ  ଓ କାଚ ବୋତଲରେ ଭରି ସଂରକ୍ଷିତ କରାଯାଏ   ।

ବରକୋଳି ଆଚାର

ପାଚିଲା ବାରକୋଳିଗୁଡିକୁ ପ୍ରଥମେ ପାଣିରେ ଧୋଇ ରଖାଯାଏ   । ପରିଷ୍କାର ମାଟିହାଣ୍ଡି ବା କାଚପାତ୍ର ବା ଓସାରମୁହଁ ବୋତଲରେ ସେଗୁଡିକୁ ରଖି କୋଳି କେଜି ପ୍ରତି 200 ଗ୍ରାମ ଲୁଣ ମିଶାଇ ଓ ଏକ ଚାମଚ ହଳଦୀ ଗୁଣ୍ଡ ( ଚା ଖିଆ ଚାମଚ) ସେଥିରେ ଗୋଳି ଚାରିଦିନଯାଏ ରଖାଯାଏ  । ମଧ୍ୟେ ମଧ୍ୟେ କୋଳିଗୁଡିକୁ ଓଲଟପାଲଟ କରୁଥିବା ଉଚିତ   । କୋଳିଗୁଡିକ ନରମ ହୋଇଗଲେ 250 ଗ୍ରାମ ତେନ୍ତୁଳୀକୁ ଚିକ୍କଣ କରି ବାଟି କୋଳିରେ ଭଲଭାବେ ମିଶାଇ ଦିଆଯିବା ଦରକାର   ।

ଲଙ୍କାମରୀଚ

25 ଗ୍ରାମ

ସୋରିଷ ଗୁଣ୍ଡ

150 ଗ୍ରାମ

ଭଜା ମେଥି ଗୁଣ୍ଡ

10 ଗ୍ରାମ

ଭଜା ଜୀରା ଗୁଣ୍ଡ

20 ଗ୍ରାମ

ଭଜା ହେଙ୍ଗୁ ଗୁଣ୍ଡ

2.5 ଗ୍ରାମ

ସୋରିଷ ତେଲ

100 ଗ୍ରାମ

 

ଗୋଳା ହୋଇଥିବା କୋଳିଗୁଡିକୁ ଗୋଟିଏ ଦିନ ଖରାରେ ରଖି ବ୍ୟବହାର କରାଯାଏ  ।

ଅଁଳା ଆଚାର

ଭଲଭାବେ ପାଚିଲା ତଟକା ଅଁଳା କୋଳିଗୁଡିକୁ ପରିଷ୍କାର ପାଣିରେ ଧୋଇ ସେଗୁଡିକୁ ପରିଷ୍କାର ବାଉଁଶ ପଟି ବା ତାଟରେ ରଖି ସେଥିରେ ପ୍ରତି ଜେଜୀ 100 ଗ୍ରାମ ମୋଟା ବଗଡା ଲୁଣ ବୁଣି କୋଳିଗୁଡିକ ଉପରେ ଛୋଟ ପଥର ଚକି (ଅଟା ପେଷା) ଘୁରାଇ କୋଳିଗୁଡିକୁ ଲୁଣ ଦ୍ଵାରା ଚ୍ଛେଦ କରାଯାଏ   ଓ ସେଥି ଭିତରେ ଲୁଣଗୁଡିକ ଯେପରି ପ୍ରବେଶ କରେ ସେଥିପ୍ରତି ନଜର ଦିଆଯିବା ଦରକାର  ।  କୋଳିଗୁଡିକୁ ପରିଷ୍କାର ମାଟିହାଣ୍ଡିରେ ବା କାଚ ଜାରରେ ରଖି ସେଥିରେ ଚାମଚରେ ଗୋଟିଏ ଚାମଚ ହଳଦୀ ଗୁଣ୍ଡ ଗୋଳେଇ ଚାରିଦିନଯାଏ ରଖାଯାଏ   । ପ୍ରତିଦିନ ସେଗୁଡିକୁ ଅନ୍ତଃ ଥରେ ଓଲଟପାଲଟ କରିବା ଦରକାର    ।  ପରେ ଦୁଇ ତିନିଥର ପରିଷ୍କାର ପାଣିରେ ଧୋଇ ମାଟି ବା କାଚ ଜାରରେ ସେଗୁଡିକୁ ଭରି କୋଳିଗୁଡିକ ବୁଢିବାଯାଏ ପାଣି ଭର୍ତ୍ତି କରାଯାଏ   ।  ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ,100 ଗ୍ରାମ ଗୁଣ୍ଡ ଲୁଣ , 25 ଗ୍ରାମ, ଲଙ୍କାମରୀଚ ଗୁଣ୍ଡ,  10 ଗ୍ରାମ ଭଜା ମେଥି ଗୁଣ୍ଡ,2 ଗ୍ରାମ ଭଜା ହେଙ୍ଗୁ ଗୁଣ୍ଡ ସେଥିରେ ମିଶାଇ ଭଲଭାବେ ଗୋଳାଇ ଦେବା ଉଚିତ   । କୌଣସି ଲୁହା,  ପିତ୍ତଳ ବା କଂସା ଚାମଚ ସେଥିଭିତରେ ପୂରାଇବା ଅନୁଚିତ   ।  ଏହା ବ୍ୟବହାର କଲେ କୋଳିଗୁଡିକ କଳା ପଡି ଅସୁନ୍ଦର ଦେଖାଯାଏ   । କାଠ ବା ବାଉଁଶ ଚଟୁ ବ୍ୟବହାର କରାଯିବା ଉଚିତ   । ଦୁଇ ତିନିଦିନରେ ଆଚାର ପ୍ରସ୍ତୁତ ହୋଇ ଯାଏ ଖାଇବାକାଉ ରୁଚିକର ଲାଗେ   ।

ପାଣି ଆମ୍ବ

ଗ୍ରୀଷ୍ମ ଋତୁରେ ଆମ୍ବ ପାଚେ   । ଖାତା ମିଠା ପତଳା ଚୋପାଯୁକ୍ତ ଆମ୍ବଗୁଡିକୁ (ଦେଶୀ – juice ବା cucking type) ଏହି ପ୍ରଣାଳୀରେ ପ୍ରସ୍ତୁତ କରି ବ୍ୟବହାର କରାଯାଏ   । ଦରପାଚିଲା ବା ଗଛ ପାଚିଲା ଆମ୍ବଗୁଡିକୁ ଖୁଣ୍ଟି ଗଛରୁ ତୋଳି ଆଣିବା ଉଚିତ   । ଛେଚା ବା କଚଡା ଖାଇଥିବା ଆମ୍ବକୁ ବ୍ୟବହାର କରିବା ଅନୁଚିତ   । ଫଳଗୁଡିକର ମୁଣ୍ଡି ଯେପରି ଛିଣ୍ଡି ନ ଯାଏ ସେଥିପ୍ରତି ନଜର ରଖିବା ଦରକାର   ।  ଗୋଟା ଆମ୍ବଗୁଡିକ ପରିଷ୍କାର କରିବା ପରେ ସେଥିରେ ସୋରିଷ ତେଲ ପତଳା କରି ଲଗାଯାଏ ଓ ପରିଷ୍କାର ମାଟି ହାଣ୍ଡିରେ ସଜେଇ ରଖାଯାଏ  ।  ପରେ ପରିଷ୍କାର ପାଣି ଏପରି ଭାବେ ଭର୍ତ୍ତି କରାଯାଏ  ।  ଯେପରି ପାଣି ଫଳଗୁଡିକୁ ଢାଙ୍କି ରଖିବ   । ପ୍ରତି 25 ଗୋଟିଏ ଆମ୍ବ ଲାଗି 250 ଗ୍ରାମ, ଲୁଣ , 50 ଗ୍ରାମ ଲଙ୍କା ମରୀଚ,  5 ଗ୍ରାମ ଭଜା ମେଥି ଗୁଣ୍ଡ , 2 ଗ୍ରାମ ଭଜା ହେଙ୍ଗୁ ଗୁଣ୍ଡ ହାଣ୍ଡିରେ ପକାଇ ମିଶାଯାଏ ଓ ହାଣ୍ଡିକୁ ଘୋଡେଇ ଥଣ୍ଡା ଶୁଷ୍କ ପରିଷ୍କାର ଜାଗାରେ ରଖାଯାଏ  । ଆମ୍ବଗୁଡିକର ଚୋପା ନରମ ହୋଇ ମସଲାଯୁକ୍ତପାଣି ସେଥିରେ ଭେଦିଯିବା ପରେ ଖାଇବା ଲାଗି ଉପଯୁକ୍ତ ହୁଏ    । ତିନିମାସ ଯାଏ ଏପରି ଭାବେ ସଂରକ୍ଷିତ କରି ଏହାକୁ ବ୍ୟବହାର କରାଯାଏ   । ହାଣ୍ଡିକୁ ଫଳ ବାହାର କଲାବେଳେ ଚାମଚ ବ୍ୟବହାର କରିବା ଉଚିତ   ।

ପନିପରିବା ଆଚାର

ଅନେକ ପ୍ରକାରର ପନିପରିବା ଆଚାର ରୂପେ ସଂରକ୍ଷିତ କରାଯାଇପାରେ   । ଏଗୁଡିକ ଉଚିତ ପ୍ରଣାଳୀରେ ପ୍ରସ୍ତୁତ କଲେ ରୁଚିକର ଓ ସ୍ଵାଦିଷ୍ଟ ହୋଇଥାଏ   । ଘରେ ଘରେ ସଂରକ୍ଷିତ କରି ବର୍ଷସାରା ପରିବାଗୁଡିକର ସଦୁପଯୋଗ କରାଯାଇପାରେ   । ଫୁଲକୋବି , ଆଳୁ,  ଶିମ୍ବ, ଗାଜର , ଶାଲଗମ, ବାଇଗଣ , ଟମାଟୋ , ଲାଉ, କେସପିକମ, ମରୀଚ, ରାଗ , ମରୀଚ , କଲରା ,ଅଦା,  ଓଲୁଅ,  ଅଁଳା, କରମଙ୍ଗା, କାକୁଡି, ମୂଳାର ଆଚାର ଅତି ସହଜରେ ହୋଇପାରେ   । ମିଶ୍ରିତ ପାରିବା ଆଚାର ମଧ୍ୟ ଏହିରୂପେ ତିଆରି କରଯାଇପାରେ   । ଯଥା- ଟମାଟୋ- ପିଆଜ , ଶିମ୍ବ –ଫୁଲକୋବି – ପିଆଜ , କାକୁଡି – ପିଆଜ- କଞ୍ଚାଲଙ୍କା ଇତ୍ୟାଦି   ।

ମରୀଚ ବା କେପସିକମର ଆଚାର

ପ୍ରଥମେ ବଡ ଲମ୍ବା ମରୀଚ ବା ମୋଟା କେପସିକମ ମରୀଚ ନେଇ ସେଗୁଡିକ ଡେମ୍ଫ ଅଲଗା କରିଦିଆଯାଏ   । ପରିଷ୍କାର ଜଳରେ ଧୋଇ ଛୁରୀ ଦ୍ଵାରା ଦୁଇଫାଳ କରି ଏପରି ଭାବେ କଟାଯାଏ ଯେପରି ଅପରମଙ୍ଗରେ କଟାଫଳ ଅଂଶଗୁଡିକ ଲାଖିରହେ   । ଲେମ୍ବୁ ବା ଜମ୍ବିର ରସ ନେଇ ମରୀଚଗୁଡିକୁ ସେଥିରେ ବୁଡାଇ ରଖି ଦିନେ ବା ଦୁଇଦିନ ଖରାରେ ଶୁଖାଇବାକୁ ହୁଏ   ।  ଏହି ସମୟରେ ସେଥିରେ ଉପଯୁକ୍ତ ପରିମାଣରେ ଲୁଣ ମିଶାଇଦେବା ଉଚିତ   । ପରେ ସୋରିଷ ତେଲ ପାତ୍ରରେ ଭରି ଦିଆଯାଏ  । ଯେପରିକି ମରିଚଗୁଡିକ ବୁଡିରହେ   ।

ଲେମ୍ବୁ ଓ ମରିଚ ମିଶାଇ ଆଚାର କରାଯାଇପରେ   । ଲେମ୍ବୁଗୁଡିକ ଚାରିଫାଳ କରି କାଟି ରସ ଦରଚିପୁଡା କରି ମରିଚଗୁଡିକ ସେଥିରେ ମିଶାଇ ଆଚାର କରାଯାଇପାରେ   । ଆଚାରଗୁଡିକୁ ଟିକିଏ ଅଧିକ ରୁଚିକର କରିବା ଲାଗି ଭଜା ମେଥିଗୁଜ୍ନ୍ଦ , ଟିକିଏ ହେଙ୍ଗୁ , ଭଜା ଜୀରାଗୁଣ୍ଡ , ହଳଦୀ ଗୁଣ୍ଡ ସୋରିଷ ଗୁଣ୍ଡ ଓ କିଛି ବା ଗୁଡ ମିଶାଇ ସୋରିଷ ତେଲରେ ଚକତି ଶଢା ଲେମ୍ବୁଗୁଡିକରେ ଗୋଳାଇ ଖରାରେ ଶୁଖାଇ ଦିଆଯାଏ   । ପରେ ଆଉଟାଇ ଆଚାରରେ ଗୁଡ ମିଶାଯାଇପାରେ   । ମସଲା ଦ୍ରବ୍ୟ ଗୋଳାଇ ଦିଆଗଲାପରେ ଦୁଇ ବା ତିନିଦିନ ଖରାରେ ଶୁଖାଯାଏ   । ପରେ ପୂର୍ବପରି ଗୁଡ ଓ ସୋରିଷ ତେଲ ଭରାଯାଏ   ।

ସରଞ୍ଜାମ

କଞ୍ଚା ମରିଚ

1 କେଜି

ଲେମ୍ବୁ

1 କେଜି

ଲୁଣ

250 ଗ୍ରାମ

ସୋରିଷ ତେଲ

2 କେଜି

ମେଥିଗୁଣ୍ଡ , ମରିଚଗୁଣ୍ଡ  , ହଳଦୀଗୁଣ୍ଡ , ଜୀରାଗୁଣ୍ଡ

ପ୍ରତ୍ୟେକରୁ 30 ଗ୍ରାମ

ଚିନି ବା ଗୁଡ

2 କେଜି (ରୁଚି ଅନୁଯାୟୀ ବୃଦ୍ଧି କରାଯାଇପାରେ)

ହେଙ୍ଗୁ

ଅଳ୍ପ ମାତ୍ରାରେ

 

ଫୁଲକୋବି ଆଚାର –

ଭଲ ଫୁଲକୋବି ନେଇ ଫୁଲ ଅଂଶଗୁଡିକୁ କାଟି ନିଆଯାଏ   । ନାଡିଗୁଡିକ ଅଲଗା କରିଦେବା ଭଲ   । ପରେ ପାଣିରେ ଧୋଇ ସେଗୁଡିକୁ ନରମ କରିବା ଲାଗି କିଛି ପାଣି ଦେଇ ସିଝାଇ ଦିଆଯାଏ   । ସିଝିଗଲାପରେ ପାଣି ନିଗାଦୀ ବାହାର କରିଦିଆଯାଏ   । ତେନ୍ତୁଳୀ ମନ୍ଦ ଦେଇ ( ପୂର୍ବରୁ ପାଣିରେ ଭିଜାଇ ଚକଟି ମଞ୍ଜି ଇତ୍ୟାଦି ଅଲଗା କରି) ପତଳା କନାରେ ଛାଣି ସେଥିରେ ସିଝିଜାଇଥିବା ଫୁଲଜିଇଉଆଇକୁ ପକାଇ ପୁଣି ରାନ୍ଧିବାକୁ ହୁଏ   । ରାନ୍ଧିବା ସମୟରେ ଲୁଣ , ଲେମ୍ବୁରସ ଓ ଭିନେଗାର ଦେବା ଉଚିତ   । ତରଳ ଜିନିଷ ମୋଟା ହୋଇଆସିଲେ ହାଣ୍ଡି ଓହ୍ଲାଇ ନେବା ଦରକାର   । ଜୀରା , ମରିଚ , ଭାଜି ଗୁଣ୍ଡ କରି ଓ ଅଦାକୁ ପୂର୍ବରୁ ଭଜୀ ସମସ୍ତ ଜିନିଷ ସେଥିରେ ଗୋଳାଇ ଦିଆଯାଏ   । ପରିଷ୍କାର ବୋତଲରେ ଭରି ସଂରକ୍ଷିତ କରାଯାଏ   ।

ସରଞ୍ଜାମ

ଫୁଲ କୋବି

1 କେଜି

1 କେଜି

ପାଚିଲା ତେନ୍ତୁଳୀ

233 ଗ୍ରାମ

-

ଲୁଣ

117 ଗ୍ରାମ

117 ଗ୍ରାମ

ଲେମ୍ବୁରସ

35 ଗ୍ରାମ

435 ଗ୍ରାମ

ମରିଚ ଗୁଣ୍ଡ

117 ଗ୍ରାମ

117 ଗ୍ରାମ

ଭିନେଗାର

435 ଗ୍ରାମ

 

ସୋରିଷ ତେଲ

 

435 ଗ୍ରାମ

ଅଦା

60 ଗ୍ରାମ

 

ଜୀରା

60 ଗ୍ରାମ

60 ଗ୍ରାମ

ସୋରିଷ ତେଲ

 

117 ଗ୍ରାମ

 

ତେନ୍ତୁଳି ଆଚାର

ଭଲଭାବେ ପାଚିଥିବା ତେନ୍ତୁଳିନେଇ ସେଥିରେ ମଞ୍ଜି ବାହାର କରିଦିଆଯାଏ   । ଲଙ୍କା , ଲୁଣ , ଭଜା , ମେଥି ହେଙ୍ଗୁ , ଭଜା ଜୀରାଗୁଣ୍ଡ କରି ରଖାଯାଏ   । ଗୁଡକୁ ତରଳାଇ ସେଥିରେ କଟାଯାଇଥିବା ତେନ୍ତୁଳିଗୁଡିକୁ ଭଲଭାବେ ଗୋଳି ସଂରକ୍ଷିତ କରାଯାଏ   ।

ତେନ୍ତୁଳି

1 କେଜି

ଗୁଡ

1 କେଜି

ଲୁଣ

117 ଗ୍ରାମ

ଭଜା ଜୀରା

30 ଗ୍ରାମ

ମରିଚ ଗୁଣ୍ଡ

30 ଗ୍ରାମ

ହେଙ୍ଗୁ

କମ ମାତ୍ରାରେ

 

ବି. ଦ୍ର – ଲଙ୍କା , ଜୀରା , ମେଥି ଭାଜି ଗୁଣ୍ଡକରି ମିଶାଯିବା ଦରକାର   । ଯେ କୌଣସି ପ୍ରକାରର ଆଚାର ଲାଗି ଏଗୁଡ଼ିକୁ ଭାଜି ବ୍ୟବହାର କରାଯାଇଥାଏ   ।

ବିଟ ଆଚାର

ଚେର ଗୁଡିକୁ ପାଣିରେ ଧୋଇ ଚୋପା ଅଲଗା କରିଦିଆଯାଏ   । ପରେ ସେଗୁଡିକୁ ଖଣ୍ଡ ଖଣ୍ଡକରି କାଟି ଲେମ୍ବୁ ରସରେ ସିଝାଇ ଦିଆଯାଏ   । ଭିନେଗାର ହାଣ୍ଡିରେ ରଖି ସେଥିରେ ସିଝା ବିଟଗୁଡିକ ଲେମ୍ବୁ ରସ ସହିତ ମିଶାଇ ପୁଣି ଗରମ କରାଯାଏ   । ପୂର୍ବରୁ ମସଲା ଦ୍ରବ୍ୟଗୁଡିକୁ ଭାଜି ଗୁଣ୍ଡ କରାଯାଏ ଓ ଗରମ ହେଉଥିବା ବିଟରେ ଲୁଣ, ଚିନି, ଭଜା,ମସଲା ଗୁଣ୍ଡ ମିଶାଇ ଦିଆଯାଏ ଓ ତରଳ ଅଂଶ ମୋଟା ହୋଇଗଲା ପରେ ହାଣ୍ଡି ଓହ୍ଲାଇ ବୋତଲରେ ଭରି ସଂରକ୍ଷିତ କରାଯାଏ   ।

ସରଞ୍ଜାମ

ଗାଜର

1 କେଜି

ତେନ୍ତୁଳି

1 କେଜି

ଲଙ୍କାଗୁଣ୍ଡ

60 ଗ୍ରାମ

ଜୀରା

60 ଗ୍ରାମ

ମେଥି

60 ଗ୍ରାମ

ଚିନି

1 କେଜି

ଲୁଣ

200 ଗ୍ରାମ

ଭିନେଗାର

1 କେଜି

 

କାକୁଡି ଆଚାର

କାକୁଡି ଆଚାର କରିବା ଲାଗି ପ୍ରଥମେ ସେଗୁଡିକୁ ଚୋପା ଚାଞ୍ଚିଦେବା ଦରକାର   । ଅଧଇଞ୍ଚ ମୋଟାରେ ଖଣ୍ଡ ଖଣ୍ଡ କରି କାଟି ପାତ୍ରରେ ରଖି ଲୁଣ ଗୁଣ୍ଡ କଟା ଖଣ୍ଡ ଉପରେ ବୁଣିଦିଆଯାଏ   । ଗୋଟିଏ ରାତି ଏହିପରି ରଖି ତହିଁ ପରଦିନ ସେଗୁଡିକୁ ଚାଲୁଣି ଉପରେ ରଖିଦିଆଯାଏ   । ଏପରି କରିବା ଦ୍ଵାରା ସେଥିରେ ବାହାରୁଥିବା ଜଳୀୟ ଅଂଶ ନିଗିଡି ଚାଲିଯାଏ   ।  ଏପରି ½ ରୁ 2 ଘଣ୍ଟା ଯାଏ ରଖିବା ଦରକାର   । ପରିଷ୍କାର ବୋତଲରେ କାକୁଡି ଖଣ୍ଡଗୁଡିକୁ ସଜାଇ ରଖି ବୋତଲରେ ମସଲା ଦିଆ ସିର୍କା ଗରମ କରି ଭରି ମୁହଁ ବନ୍ଦକରି ସଂରକ୍ଷିତ କରାଯାଏ   । କିଛିଦିନ ପରେ ବୋତଲ ଭିତରେ ଫିମ୍ଫି ଲାଗିବା ସମ୍ଭାବନା ନଥାଏ   । ସେପରି ହେଲେ ସିର୍କା ବାହାର କରି ତଟକା ମସଲାଦିଆ ଭିନେଗାର ଭରି ସଂରକ୍ଷିତ କରାଯାଏ   ।

ମସଲା ସିର୍କା ପ୍ରସ୍ତୁତି

ଫଳ ପାରିବା ଆଚାର କରିବା ଲାଗି ସିର୍କାର ବ୍ୟବହାର ବହୁ ପରିମାଣରେ ହୋଇଥାଏ   । ନାନା ପ୍ରକାରର ମସଲାଯୁକ୍ତ ଭିନେଗାର ବ୍ୟବହୃତ ହୋଇଥାଏ   ।  କିନ୍ତୁ ସାଧାରଣ ବ୍ୟବହାର ଲାଗି ନିମ୍ନରେ ଦିଆଯାଇଥିବା ଭିନେଗାର ମିଶ୍ରଣ କରାଯାଇପାରେ   ।

ସରଞ୍ଜାମ

ସିର୍କା

1 ଗ୍ୟାଲେନ

ଡାଳଚିନି

2 ଆଉନସ

ସବୁ ପ୍ରକାର ମସଲା

2 ଆଉନସ

ଜାୟତ୍ରୀ

2 ଆଉନସ

ଲୁଣ

4 ଚାମଚ

ଭିନେଗାର ମସଲା ମିଶାଇ ମୃଦୁ ଜାଲ ଦେଇ ଗରମ କରାଯାଏ   । ଫୁଟିବା ସମୟରେ ହାଣ୍ଡିର ଢାଙ୍କୁଣୀ ଦେଇ ରନ୍ଧି ଥଣ୍ଡାହେବା ପରେ ଛାଣି ରଖି ବ୍ୟବହାର କରାଯାଏ   ।

ବନ୍ଧାକୋବି ଆଚାର

ବନ୍ଧାକୋବିଗୁଡିକର ବାହାରର ଟାଣୁଆ ପତ୍ରଗୁଡିକୁ ଅଲଗା କରି ଭିତରର କୋମଲ ତଟକା ପତ୍ରକୁ ଟିକି ଟିକି କରି କାଟିଦିଆଯାଏ   । ଗୋଟିଏ ପାତ୍ରରେ ସ୍ତର ସ୍ତର କରି ରଖି ପ୍ରତ୍ୟେକ ସ୍ତରରେ ପତଳା ଲୁଣ ଗୁଣ୍ଡ ବିଛାଇଦେଇ ହାଣ୍ଡିରେ ବନ୍ଧାକୋବି ଭରିଦିଆଯାଏ   । ହାଣ୍ଡିକୁ ଏହିପରି ଅବସ୍ଥାରେ 12 ରୁ 24 ଘଣ୍ଟା ରଖି ପରେ ସେଥିରେ ଜଳୀୟଅଂଶ ନିଗାଦୀ ବାହାର କରିଦିଆଯାଏ   । ପତ୍ରଗୁଡିକୁ ବୋତଲରେ ଭରି ପୂର୍ବରୁ ପ୍ରସ୍ତୁତି ହୋଇଥାଏ ମସଲାଯୁକ୍ତ ଭିନେଗାର ଭରି ସଂରକ୍ଷିତ କରାଯାଏ   ।

ଦ୍ଵିତୀୟ ପ୍ରକାର

ବନ୍ଧାକୋବି କଟା

1 କେଜି

ଲୁଣ

100 ଗ୍ରାମ

ଲଙ୍କାମରିଚ ଗୁଣ୍ଡ

25 ଗ୍ରାମ (ଚା ଚାମଚରେ ତିନି ଚାମଚ)

ହଳଦୀଗୁଣ୍ଡ

ଚା ଚାମଚରେ ଏକ ଚାମଚ

ସୋରିଷ ଗୁଣ୍ଡ

150 ଗ୍ରାମ

ମେଥି (ଭଜା ଗୁଣ୍ଡ)

10 ଗ୍ରାମ

ଜୀରା (ଭଜା ଗୁଣ୍ଡ)

20 ଗ୍ରାମ

ହେଙ୍ଗୁ (ଭଜା ଗୁଣ୍ଡ)

25 ଗ୍ରାମ

ସାଇଟ୍ରିକ ଏସିଡ

ଚା ଚାମଚରେ ଅଢେଇ ଚାମଚ

ସୋରିଷ ତେଲ

300 ଗ୍ରାମ

ରସୁଣ, କଞ୍ଚାଲଙ୍କା

50 ଗ୍ରାମ ପ୍ରତ୍ୟେକ

 

ପ୍ରଥମେ ପରିଷ୍କାର ପାଣିରେ ଧୋଇ ପରେ ବନ୍ଧାକୋବିକୁ ଟିକି ଟିକି କାଟି ରଖାଯାଏ   । କଟା କୋବିରେ 150 ଗ୍ରାମ ସୋରିଷ ତେଲ ଗୋଳେଇ ରଖାଯାଏ  । ପରେ ଲୁଣ , ମରିଚଗୁଣ୍ଡ , ସୋରିଷ ଗୁଣ୍ଡ , ହଳଦୀ ଗୁଣ୍ଡ , ମେଥି ଗୁଣ୍ଡ , ଜୀରା ଓ ହେଙ୍ଗୁ ସେଥିରେ ଗୋଳାଇ ରଖାଯାଏ   । ସେଥିରେ କଞ୍ଚା ରସୁଣ କୋଲା , କଟା କଞ୍ଚାଲଙ୍କା ମଧ୍ୟ ମିଶାଇ ରଖାଯାଏ   । ଏହାପରେ ସାଇଟ୍ରିକ ଏସିଡ ମିଶାଇ ଆଠଦିନଯାଏ ଖରାରେ ରଖି ପରେ ବଳକା ସୋରିଷ ତେଲ ମିଶାଇ କାଚ ପାତ୍ରରେ ସାଇତି ରଖାଯାଏ   ।

ମିଶ୍ରିତ ପରିବା ଆଚାର

ଭିନ୍ନ ଭିନ୍ନ ପ୍ରକାରର ପନିପରିବା ମିଶାଇ ଆଚାର କରାଯାଇପାରେ     । ଫୁଲକୋବି , ଅଦା, ରସୁଣ , ଫ୍ରେଞ୍ଚବିନ , ବଡ ମରିଚ , ମଟର , ଗାଜର ଇତ୍ୟାଦି ପରିଷ୍କାର କରି ଧୋଇ ଖଣ୍ଡ ଖଣ୍ଡ କରି କାଟିଦିଆଯାଏ   । ପାତ୍ରରେ ରଖି ଲୁଣ ଗୁଣ୍ଡ ଗୋଳାଇ 12 ରୁ 24 ଘଣ୍ଟାଯାଏ ରଖି ପରେ ବୋତଲରେ ଭରି ନିମ୍ନରେ ଦିଆଯାଇଥିବା ସିର୍କା ଗରମ ଅବସ୍ଥାରେ ଭରି ସଂରକ୍ଷିତ କରାଯାଏ   ।

ସିର୍କା

4.5 ଲିଟର

ଲବଙ୍ଗ

8 ଗ୍ରାମ

ମରିଚ

15 ଗ୍ରାମ

ଗୋଲମରିଚ

15 ଗ୍ରାମ

ସୋରିଷ ଗୁଣ୍ଡ

10 ଗ୍ରାମ

ଅଦା

15 ଗ୍ରାମ

 

ମସଲା ଓ ଭିନେଗାର ମିଶାଇ ଫୁଟାଇ ଦିଆଯାଏ   । ପତଳା କନାରେ ଛାଣି ଆଚାରରେ ବ୍ୟବହାର କରାଯାଏ   ।

 

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top