ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ପନିପରିବା ସଂରକ୍ଷଣ ବିଜ୍ଞାନ(ଚଟଣି)
ସେଆର କରନ୍ତୁ

ପନିପରିବା ସଂରକ୍ଷଣ ବିଜ୍ଞାନ(ଚଟଣି)

ପନିପରିବା ସଂରକ୍ଷଣ ବିଜ୍ଞାନ(ଚଟଣି) ର ସୂଚନା

ଖାଦ୍ୟ ସାମଗ୍ରୀ ଭିତରେ ଚଟଣିରେ ସ୍ଥାନ କେତେଦୂର ପ୍ରତିଷ୍ଠିତ ତାହା ସମସ୍ତେ ଜାଣନ୍ତି   । ଚଟଣି ବିନା ଖାଦ୍ୟପଦାର୍ଥ ଯେ ଅରୁଚିକର ତଥା ଅପୂର୍ଣ୍ଣ ଏହା ସମସ୍ତେ ସ୍ଵୀକାର କରିବେ   । ତାଛଡା ଚଟଣି ଜୀର୍ଣ୍ଣକାରକ ହେବା ସଙ୍ଗେ ସଙ୍ଗେ ଏହାର ଖାଦ୍ୟମୂଲ୍ୟ ମଧ୍ୟ କମ ନୁହେଁ   ।  ଏହା ଦୁଇ ପ୍ରକାରର ହୋଇଥାଏ   ।

ଅସାଇତା ଚଟଣି

ଏହି ରକମର ଚଟଣି ନାନା ରକମର ଫଳ , ପାରିବା , ପତ୍ର , ଶାଗ ଡାଲି ଇତ୍ୟାଦିରୁ ତିଆରି କରାଯାଏ   । ଖଟା , ମିଠା , ଲୁଣ ରାଗର ମିଶ୍ରଣରେ ହିଁ ଏହା ତିଆରି କରାଯାଇଥାଏ   । ଅଦା, ଜୀରା , ଆଦି ମସଲା ଦ୍ରବ୍ୟରେ ବ୍ୟବହାର କରାଯାଇ ରୁଚି ତଥା ଖାଦ୍ୟମୂଲ୍ୟ ବଢାଯାଇଥାଏ   । ଅନେକ ଚଟଣି ବିନା ମିଠାରେ  ବ୍ୟବହାର କରାଯାଇ ନଥାଏ   । ପୋଦିନା ପତ୍ର , ଧନିଆ ପତ୍ର , ଭୁରୁସୁଙ୍ଗା ପତ୍ର , ଖଟା ପାଳଙ୍ଗ ପତ୍ର , ଖଜରା ,କଞ୍ଚା ଆମ୍ବ , କିସମିସ , କଇଁ ,କରନ୍ଦା , ନଡିଆ , ଆଳୁ , ବୋଖରା , ପାଚିଲା କଦଳୀ , ତମଟୋ , ବାଇଗଣ , କଞ୍ଚା କଦଳୀ , ଜହ୍ନି ଚୋପା , ପିଆଜ , ଅଦା ଇତ୍ୟାଦି ଉତ୍କୃଷ୍ଟ ଚଟଣି ତିଆରିରେ  ବ୍ୟବହୃତ ହୋଇଥାଏ   ।  ଏହି ପ୍ରକାରର ଚଟଣି ତିଆରି ହେବା  ପରେ ପରେ ବ୍ୟବହାର କରାଯାଇଥାଏ  । ବେଶୀ ସମୟ ଲାଗି ସାଇତି ରଖାଯାଏ ନାହିଁ   ।

ସାଇତା ବା ସଂରକ୍ଷଣ ଚଟଣି

ଫଳ ପାରିବା ଆଦିରୁ ସାଇତିବା ଚଟଣି ତିଆରି କରିବା ପ୍ରଣାଳୀ ଅସାଇତା ଚଟଣି ତିଆରି କରିବା ପ୍ରଣାଳୀଠାରୁ ପୂରାପୂରି ଅଲଗା  । ଆହାର ତିଆରି କରିବା ବିଧି ଏଥିରେ ବିନିଯୋଗ କରାଯାଇଥାଏ   ।  ଏହି ପ୍ରକାର ଚଟଣି ତିଆରି କରିବା ଲଗାଇ ଫଳ ବା ପନିପରିବାର ନିର୍ଯ୍ୟାସ କୁ ନେଇ ତିଆରି କରାଯାଇଥାଏ  । ଚାଲୁଣି ଦେହରେ ଫଳ ବା ପାରିବାକୁ ଘସି ରସ ସହ ଫଳ ଖଣ୍ଡ ନିଆଯାଏ  ବା ଟିକି ଟିକି କରି ଫଳ ବା ପରିବାକୁ ଘସି ରସ ସହ ଫଳ ଖଣ୍ଡ ନିଆଯାଏ  ବା ଟିକି ଟିକି ଫଳ ବା ପରିବାକୁ କାଟି ନରମ କରିବା ଲାଗି ଖଣ୍ଡଗୁଡିକୁ ସିଦ୍ଧ କରି ସେଥିରେ ଅମ୍ଳ ବା ମିଠା ଦେଇ ରାନ୍ଧିବାକୁ ହୁଏ   ।  ସାଇଟ୍ରିକ ଏସିଡ,  ଲେମ୍ବୁରସ,  ତେନ୍ତୁଳୀ ରସ,  କଞ୍ଚା ତେନ୍ତୁଳୀ , ରସ ଉପଯୁକ୍ତ ପରିମାଣରେ ମିଶାଇବାକୁ ହୁଏ   ।

ନାନା ରକମର ମସଲା ଦ୍ରବ୍ୟ (ପିଆଜ , ରସୁଣ, ଜୀରା ଇତ୍ୟାଦି ପତଳା କନାରେ ପୁତୁଳା ବାନ୍ଧି ରନ୍ଧାଯାଉଥିବା ଚଟଣି ହାଣ୍ଡିରେ ଓହଳାଇ ରଖାଯାଏ   । ଚଟଣି ଘନୀଭୂତ ହୋଇଆସିବା ସମୟରେ ଲୁଣ ଓ ସିର୍କା ଦେଇ ରାନ୍ଧି ବିଶୋଧିତ ପାତ୍ରରେ ସଂରକ୍ଷିତ କରାଯାଏ   । ଅବଶ୍ୟ ଫଳ ବା ପରିବାଗୁଡିକୁ ପ୍ରଥମେ ଉତ୍ତମ ରୂପେ ଧୋଇ ପରିଷ୍କାର କରିବା ଆବଶ୍ୟକ  । କାରଣ ଯଦି କିଛି ଅପରିଷ୍କାର ଜିନିଷ ବା ପଚାସଢା ଅଂଶ ରହିଥାଏ ତେବେ ଚଟଣି ଶୀଘ୍ର ନଷ୍ଟ ହୋଇଯାଏ   ।

ଆମ୍ବ ଚଟଣି

ଚଟଣି ତିଆରି କରିବା ଲାଗି ଦରପାଚିଲା ଆମ୍ବ ଯାହାର କି ଭିତର ସସ କେବଳ ହଳଦିଆ ରଙ୍ଗ ଧରିଥାଏ   , କିନ୍ତୁ ରସ ସଢି ନଥାଏ ସେପରି ଆମ୍ବ ଉତ୍କୃଷ୍ଟ  ।  କଞ୍ଚାଆମ୍ବ,  ଖଣ୍ଡ ନେଇ ସିଝାଇ ଚଟଣି କରାଯାଇଥାଏ ।  ଏଥିରେ ଅଧିକ ଅମ୍ଳ ଦେବା ଦରକାର ପଡି ନଥାଏ   ।  ଆମ୍ବଗୁଡିକୁ ନେଇ ପାଣିରେ ଭଲଭାବେ ଧୋଇ ଷ୍ଟେନଲେସ ଛୁରୀ ସାହାଯ୍ୟରେ ଚୋପା ଚାଞ୍ଚି ଦିଆଯାଏ  ଓ ଶସକୁ ପତଳା କରି ଛେଲେଇ କାଟି ଦିଆଯାଏ   । ଦେଶୀ ପାଚିଲା ଆମ୍ବର ରସକୁ ହାତରେ ଚିପୁଡି ରସ ବାହାର କରି   ଚଟଣି କରାଯାଇପାରେ  । ଅକଟା ଆମ୍ବ ଛେଲକାଗୁଡିକୁ ଶତକଡା 6 ଭାଗ ଲୁଣ ବିଶିଷ୍ଟ ଦ୍ରବରେ 5-6 ମାସଯାଏ ଭିଯାଇ ରାଖୀ ମଧ୍ୟ ଚଟଣି ପ୍ରସ୍ତୁତ କରାଯାଇପାରେ   । ସଙ୍ଗେ ସଙ୍ଗେ  ଚଟଣି ତିଆରି କରାଗଲେ ପ୍ରତି 1 ପାଉଣ୍ଡ 500 ଗ୍ରାମ କଟା ଫଳରେ 1 ପାଉଣ୍ଡ ଚିନି ¾ ଆଉନସ ଲୁଣ ଗୋଳାଇ କିଛି ସମୟ ରଖିଦିଆଯାଏ   । ଏପରି କରିବା ଦ୍ଵାରା  ଲୁଣ ଓ ଚିନି ଫଳ ଖଣ୍ଡ ଭିଟରେ ଭେଦି ସେଥିଭିତରୁ ଜଳୀୟ ଅଂଶ ବାହାର କରିଦିଅନ୍ତି   ।  ପରେ ହାଣ୍ଡିକୁ ଚୁଲିରେ ରଖି ରନ୍ଧାଯାଏ   । ରନ୍ଧାଯିବା ସମୟରେ ଖଣ୍ଡିଏ ପତଳା ସଫା କନାରେ ରଗଡା ଯାଇଥିବା ଧନିଆ , ଡାଳଚିନି , ପ୍ରତ୍ୟେକରୁ ½ ଆଉନସ , ଲାଲ ଲଙ୍କାମରୀଚ , ଅଦା , ରସୁଣ ପ୍ରତ୍ୟେକରୁ ¼ ଆଉନସ ଓ କଟା ପିଆଜ 1 ଆଉନସ ନେଇ ପୁଟୁଳି ବାନ୍ଧି ହାଣ୍ଡିରେ ଛାଡିଦିଆଯାଏ ବା ଓହଳାଇ ଦିଆଯାଏ   । ଯେପରି ପୁଟୁଳିଟି ରସ ସହିତ ସିଝେ   । ମଝିରେ ମଝିରେ  ହାଣ୍ଡିରେ ସିଝୁଥିବା ଜିନିଷଗୁଡିକ ଘାଣ୍ଟିବା ଦରକାର ହୋଇଥାଏ   ।  କାରଣ ହାଣ୍ଡି ତଳୁ ରସ ପୋଡିଯିବାର ଭୟ ଥାଏ   ।  ରସ ଗାଢ ହୋଇଯିବା ପରେ ମସଲା ପୁଟୁଳିକୁ ଉଠାଇ ଭଲଭାବେ ଚକଟି ବାହାରୁଥିବା ନିର୍ଯ୍ୟାସ କୁ ଚିପୁଡି ପ୍ରସ୍ତୁତ ହେଉଥିବା ଚଟଣିରେ ଦିଆଯାଏ   । ଏପରି କରିବା ଦ୍ଵାରା ଆମ୍ବ ଚଟଣି ଅଧିକ ମାତ୍ରାରେ ମହକି ଉଠେ  । ପରେ ପୁଟୁଳିଟିକୁ ଆଉ ହାଣ୍ଡି ଭିତରେ ଓହଳାଯାଏ ନାହିଁ   ।  3 ଆଉନସ ସିର୍କା ହାଣ୍ଡିରେ ମିଶାଇ ଭଲଭାବେ ଘଣ୍ଟି ଦିଆଯାଏ   । ଭିନେଗାର ପରିବର୍ତ୍ତେ ସାଇଟ୍ରିକ ଏସିଡ ଉଚିତ ପରିମାଣରେ ମିଶାଯାଇପାରେ   । ରାନ୍ଧିବା କାର୍ଯ୍ୟ ଚାଲୁରଖି ଚଟଣି ଗାଢ ହୋଇଯିବା ପରେ ହାଣ୍ଡି ଚୁଲିକୁ ଓହ୍ଲାଇ ବିଶୋଧିତ ଓସାର ମୁହଁ କାଚ ବୋତଲରେ ଭରି ଠିପି ବନ୍ଦକରି ସଂରକ୍ଷିତ କରାଯାଏ   ।

ଫଳ , ପରିବା ଓ ଫଳରସ ଶୁଖାଇ ସାଇତିବା

ଖାଦ୍ୟ ପଦାର୍ଥଗୁଡିକ ଶୁଖାଇ ସାଇତିବା ବିଧି ବହୁ ପୂର୍ବରୁ ଏପରିକି ବନ ଜଙ୍ଗଲର ଅଧିବାସୀମାନେ ମଧ୍ୟ ଜାଣିଥିଲେ   । ଖାଦ୍ୟପଦାର୍ଥ ସଂଗ୍ରହ କରିବା ଲାଗି ସେମାନଙ୍କୁ  ସର୍ବଦା ଅନ୍ଵେଷଣ କରିବାକୁ ପଡୁଥିଲା  । ତେଣୁ ଯେଉଁ ସମାୟରେ ଯାହା ପ୍ରଚୁର ପରିମାଣରେ ମିଳୁଥାଏ   । ସେଗୁଡିକୁ ବ୍ୟବହାର କରିବା ପରେ ପରେ ଭବିଷ୍ୟତରେ ବ୍ୟବହାର କରିବା ଲାଗି ସେମାନଙ୍କୁ ସଂରକ୍ଷିତ କରିବାକୁ ପଡୁଥିଲା  ।  ଖରାରେ ଶୁଖାଇ ଧୂଆଁ ପ୍ରୟୋଗ କରି ମାଟି ମାଠିଆରେ ଖାଦ୍ୟପଦାର୍ଥ ରଖି ମୁହଁକୁ ମାଟିରେ ମୁଦି ଫଳ , ପରିବା , ମାଛମାଂସଗୁଡିକୁ ସେମାନେ ଏହିପରି ଭାବରେ ସଂରକ୍ଷିତ କରିଥିଲେ   । ଉଦାହରଣ ସ୍ୱରୂପ – ଯେଉଁ ସମୟରେ ଆମ୍ବ ମିଳେ ସେଗୁଡିକର ରସ ଚିପୁଡି ଖରାରେ ଶୁଖାଇ ଆମ୍ବସଢା ଆମ୍ବଗୁଡିକୁ କଇଁଚିରେ କାଟି ଖରାରେ ଶୁଖାଇ ଚମ୍ଫେରତ ଆମ୍ବୁଲ, ଛୋଟ ଖାତା ଆମ୍ବଗୁଡିକୁ ଗୋଟା ବା ଫାଳ ଫାଳ କରି କାଟି ଖରାରେ ଶୁଖାଇ ବା ଲୁଣ ଗୋଳି ଶଢାଇ ଖରାରେ ଶୁଖାଇ , ବଣ ଜଙ୍ଗଲର ନାନା ପ୍ରକାରର ଫଳମୂଳ ଓ ପରିବାଗୁଡିକୁ ଖରାରେ ଶୁଖାଇ , କଞ୍ଚା ମାଂସକୁ ଧୂଆଁ ଦେଇ ଶୁଖାଇ ସଂରକ୍ଷିତ କରୁଥିଲେ  ।

ବର୍ତ୍ତମାନ ମାଳ ଅଞ୍ଚଳର ଆଦିବାସୀମାନେ ନିଜର ସଂରକ୍ଷିତ ପଦାର୍ଥଗୁଡିକୁ ସମତଳ ଅଞ୍ଚଳରେ ବିକ୍ରି କରି ବ୍ୟବସାୟ କରିବା ଦେଖାଯାଉଛି    । ଅଥଚ ସେମାନେ ପରିଷ୍କାର ପରିଚ୍ଚନ୍ନତା ପ୍ରତି ଦ୍ରୁଷ୍ଟିଦେଉ ଯଦି ଖାଦ୍ୟ ପଦାର୍ଥଗୁଡିକ ବିଜ୍ଞାନସମ୍ମତ ଆଧୁନିକ ଧରଣର ଶୁଖାଇ ସାଇତିବା ବିଧି ମାନନ୍ତେ ତେବେ ଖାଦ୍ୟ  ପଦାର୍ଥଗୁଡିକୁ ଅଧିକ ପଇସାରେ ବିକ୍ରି କରି ନିଜର ଉନ୍ନତି କରିପରନ୍ତେ   । ଗୃହ- ସଂରକ୍ଷଣ ଭିତ୍ତିରେ ମଧ୍ୟ ଖାଦ୍ୟ ପଦାର୍ଥ ଏହି ପ୍ରଥାରେ ସଂରକ୍ଷିତ କରାଯାଇପାରେ   ।  ଆମେରିକା ଆଦି ସେସରେ ନାନା ପ୍ରକାରର ଫଳ ପରିବା ଏପରିଭାବେ ସଂରକ୍ଷିତ କରିବା ଲାଗି ବଡ ବଡ ଫ୍ୟାକ୍ଟେରିମାନ ସ୍ଥାପନ କରାଯାଇଛି  ।

ଫଳ ପରିବା ଶୁଷ୍କୀକାରଣ ବା ନିର୍ଜଳୀକାରଣ କରିବା ଉଦ୍ଦେଶ୍ୟ ହେଲା ଯେ ଫଳ ପରିବା ଦେହରୁ ଜଳୀୟ ଅଂଶ ଉଚିତ ପରିମାଣରେ ନିଷ୍କାସନ କରି ସେଥିରେ ଥିବା ଦ୍ରବଣୀୟ ପଦାର୍ଥ ଅର୍ଥାତ ଶର୍କରା , ଅମ୍ଳ ଲବଣ ଇତ୍ୟାଦିର ସାନ୍ଦ୍ରତା ବଢାଇବା  । ଏପରି କରିବା ଦ୍ଵାରା ଖାଦ୍ୟ ପଦାର୍ଥଗୁଡିକ ଉପରେ ଫିମ୍ଫି , ଇଷ୍ଟ ମୋଲଡ ବା ବ୍ୟକ୍ଟେରିଆ ଇତ୍ୟାଦିଙ୍କୁ ବଢିବାକୁ ନଦେବା ସଙ୍ଗେ ସଙ୍ଗେ ଏନଞ୍ଜାଇମ ଜନିତ ଘଟୁଥିବା ରାସାୟନିକ ପରିବର୍ତ୍ତନଗୁଡିକର ଅବସାନ ଘଟାଇବା  ।

ପ୍ରଣାଳୀ

(କ) ଖରାରେ ସୁଖାଇବା

(ଖ) କୃତ୍ରିମ ଉପାୟରେ ସୁଖାଇବା

ଖରାରେ ଶୁଖାଇ ଫଳ ପରିବା ସଂରକ୍ଷିତ କରାଯାଇପାରେ   ।  ଏହି ପ୍ରଣାଳୀ ଅତି ସହଜ ଓ କମ ଖର୍ଚ୍ଚରେ ହୁଏ   ।  ଏଥିପାଇଁ ସୂର୍ଯ୍ୟାଲୋକ ଉପରେ ହିଁ ନିର୍ଭର କରିବା ଦରକାର ହୋଇଥାଏ   ।  ଅଳ୍ପ ପରିମାଣର ସଂରକ୍ଷଣ କରାଗଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ   । କିନ୍ତୁ ଅତି ବେଶୀ ପରିମାଣ ବେଳକୁ ଅସୁବିଧା ହୋଇଥାଏ   ।

କୃତ୍ରିମ ଉପାୟରେ ଉତ୍ତାପ ଓ ଆର୍ଦ୍ରତା ନିୟନ୍ତ୍ରଣ କରି ଫଳ ପରିବାଗୁଡିକରୁ ଉଚିତ ପରିମାଣର ଜଳୀୟ ଅଂଶ ନିଷ୍କାସନ କରି ସଂରକ୍ଷିତ କରିବା ହେଉଛି ଉତ୍କୃଷ୍ଟ ଉପାୟ  । ସେଥିହେତୁ ଶୁଷ୍କୀକରଣ ଯନ୍ତ୍ର ବା ନିର୍ଜଳୀକରଣ ଯନ୍ତ୍ର ର ବ୍ୟବହାର କରିବା ଆବଶ୍ୟକ ହୋଇଥାଏ   । କୁଟୀରଶିଳ୍ପ ଭିତ୍ତିରେ ବା ବ୍ୟବସାୟିକ ଭିତ୍ତିରେ ଛୋଟ ଛୋଟ ନିର୍ଜଳୀକାରଣ ଯନ୍ତ୍ରର ବ୍ୟବହାର ଲାଭଜଣକ ହୋଇନପରେ   । ଖରାରେ ଶୁଖାଇ ସାଇତିବା ହିଁ ଉଚିତ  ।  ଆଜିକାଲୀ ସମବାୟ ସମିତି ଜରିଆରେ ଗ୍ରାମାଞ୍ଚଳରେ ପ୍ରତି ଗ୍ରାମ ଲାଗି ଗୋଟିଏ ଗୋଟିଏ ଯନ୍ତ୍ର ରଖି ନିଜର ଆବଶ୍ୟକୀୟ ଫଳ ପାରିବା ଆଦି ଖାଦ୍ୟପଦାର୍ଥ ଶୁଖାଇ ସଂରକ୍ଷିତ କରଯାଇପାରେ   ।

ତଳେ ଦିଆଯାଇଥିବା ତୁଳନାତ୍ମକ ବିବରଣୀ ଖରାରେ ସୁଖାଇବା ଓ ନିର୍ଜଳୀକାରଣ ସୁଖାଇବା ଖାଦ୍ୟପଦାର୍ଥର ତାରତମ୍ୟ ସହଜେ ବୁଝିହେବ   । ନିର୍ଜଳୀକାରଣ ସୁଖାଇବା ଖାଦ୍ୟପଦାର୍ଥ ତାରତମ୍ୟ ସହଜେ ବୁଝିହେବ   । ନିର୍ଜଳୀକାରଣ ଯନ୍ତ୍ରରେ ସୁଖାଯାଉଥିବା ଖାଦ୍ୟପଦାର୍ଥ ଗୁଡିକର ଖାଦ୍ୟଗୁଣ ରୁଚି ଓ ପରିଷ୍କାର ପରିଚ୍ଛନ୍ନତା ଖରାଶୁଖା ସଂରକ୍ଷିତ ଖାଦ୍ୟପଦାର୍ଥଠାରୁ ବହୁଗୁଣରେ ଅଧିକ ଏହା ସହଜରେ ବୁଝିହେବ   ।

ଟେବୁଲ -୨୨

ଖରାରେ ସୁଖାଇବା ଖାଦ୍ୟପଦାର୍ଥ

ନିର୍ଜଳୀକରଣ ଯନ୍ତ୍ର ଶୁଖା ଖାଦ୍ୟପଦାର୍ଥ

ଶୁଖାଯିବା ଲାଗି ବହୁ ଆୟତନ ବିଶିଷ୍ଟ ସ୍ଥାନ ଆବଶ୍ୟକ

କମ ସ୍ଥାନରେ ବହୁ ଫଳ ପାରିବା ଗୁଡିକର ଜଳୀୟ ଅଂଶ ବାହାର କରି ଦିଆଯାଇପାରେ

ଖରା ପାଇବା ଉପରେ ଶୁଖିବା ପୁରା ନିର୍ଭର କରେ   । ବର୍ଷା , ମେଘୁଆ ପରିସ୍ଥିତି ଓ ରାତିରେ ସୁଖାଇବା କାର୍ଯ୍ୟ ଅସମ୍ଭବ ହୋଇଥାଏ   ଓ ପ୍ରତିଦିନ ଶୁଖାଯାଉଥିବା ଫଳ ପାରିବାଗୁଡିକ ସୂର୍ଯ୍ୟାସ୍ତ  ପରେ ଗୋଟାଇ ରଖିବାକୁ ହୁଏ   ।  ଏହା ଦ୍ଵାରା ଅଧିକ ଶ୍ରମ ଓ ଖର୍ଚ୍ଚ ହୋଇଥାଏ   ।

କୃତ୍ରିମ ଉପାୟରେ ଉତ୍ତାପ ଓ ଆର୍ଦ୍ରତା ନିୟନ୍ତ୍ରଣ କରାଯାଇ ସୁଖାଇବା ହେତୁ ବାହାରର ସୂର୍ଯ୍ୟାଲୋକ ଉପରେ ନିର୍ଭର କରିବା ଦରକାର ହୁଏନାହିଁ   । ସେଥିଲାଗି ସବୁ ସମୟରେ (ଖରା, ବର୍ଷା,  ଶୀତ, ରାତି,  ଦିନ ଇତ୍ୟାଦି) ସୁଖାଇବା କାର୍ଯ୍ୟ ଚାଲୁ ରଖାଯାଇଥାଏ   ।

ବାହାର ଖୋଲା ଜାଗାରେ ଖାଦ୍ୟପଦାର୍ଥ ଶୁଖାଯିବା ହେତୁ ପବନ ସ୍ରୋତରେ ଉଡୁଥିବା ଧୂଳିକଥା , କଟା,  କଟା କୀଟ, ପତଙ୍ଗ , ରୋଗ ଜୀବାଣୁ ଓ ଅପବୀଜ ଇତ୍ୟାଦି ଆବର୍ଜନା ଶୁଖାଯାଉଥିବା ଖାଦ୍ୟପଦାର୍ଥ ଉପରେ ପଡି ସେଗୁଡିକୁ ଅସ୍ୱାସ୍ଥ୍ୟକର କରିପକାଏ

କିନ୍ତୁ ଘରଭିତରେ ତଥା ଯନ୍ତ୍ର  ଭିତରେ ଖାଦ୍ୟପଦାର୍ଥ ସୁଖାଇବା ଦ୍ଵାରା ଏସବୁ ପଡି ଅସ୍ୱାସ୍ଥ୍ୟକର ହେବାରେ କୌଣସି ଭୟ ନଥାଏ ବରଂ ସ୍ୱାସ୍ଥ୍ୟସମ୍ମତ ପରିସ୍ଥିତିରେ ସମସ୍ତ କ୍ରିୟା ହେଉଥିବାରୁ ସେଗୁଡିକ ଖାଦ୍ୟମୂଲ୍ୟ ତଥା ସ୍ୱାସ୍ଥ୍ୟବର୍ଦ୍ଧନ ଗୁଣ ବୃଦ୍ଧି ପାଇଥାଏ   ।  ତାପ ଓ ଆର୍ଦ୍ରତା ସୂଚାରୁ ରୂପେ ନିୟନ୍ତ୍ରଣ ହେଉଥିବା ହେତୁ ଫଳ ପାରିବା ଖଣ୍ଡଗୁଡିକ କଳା ନପଡି ରଙ୍ଗ ଉତ୍ତମ ଦେଖାଯାଏ   ।

ସମଭାବେ ଓ ନିରବଛିନ୍ନ ଭାବେ ଖରା ନ ପଡିବା ହେତୁ ଶୁଖିବାକୁ କ୍ରିୟା ଏକାପରି ହୋଇନଥାଏ , ଫଳରେ ସେଗୁଡିକର ରଙ୍ଗ ନଷ୍ଟ ହୋଇ ଅସୁନ୍ଦର ଦେଖାଯାଏ ଓ କଳା ପଡିଯାଏ

୪ ରୁ ୧୦ ଘଣ୍ଟା ଭିତରେ ନିର୍ଜଳୀକରଣ ଯନ୍ତ୍ରରେ ଶୁଖା ଯାଇପରେ ଓ ନିର୍ଜଳୀକରଣ ଯନ୍ତ୍ର ଚାଲୁ କରିବା ଲାଗି ଉପଯୁକ୍ତ ବନ୍ଦୋବସ୍ତ କରିବାକୁ ହୁଏ  ।

ସୁଖାଇବା ଲାଗି ଆପାତତଃ ଅଧିକ ସମୟ ଦରକାର ଓ କୌଣସି ଯନ୍ତ୍ରର ଆବଶ୍ୟକତା ନାହିଁ   । ଘରେ ସୁବିଧାରେ ଓ ସହଜରେ ସୁଖାଇବା କାର୍ଯ୍ୟ ସୂଚରରୂପେ ହୋଇପାରେ

ସୁଖାଇବା ଲାଗି କମ ସମୟ ଲାଗେ ଓ କାର୍ଯ୍ୟ ସୂଚାରୁ ରୂପେ ହୋଇଥାଏ  । କମ ସ୍ଥାନ ମଧ୍ୟରେ ହୋଇପାରେ   ।

ଫଳ ପାରିବା ଅଳ୍ପ ପରିମାଣରେ ସୁଖାଇବା ଲାଗି ଶସ୍ତା ପଡେ କିନ୍ତୁ ବହୁ ପରିମାଣରେ ଶୁଖାଇବାକୁ ହେଲେ ଅଧିକ ଖର୍ଚ୍ଚ ଲାଗେ

କମ ଫଳ ପାରିବା ସୁଖାଇବା ଲାଗି ଅଧିକ ଖର୍ଚ୍ଚ ପଡେ କିନ୍ତୁ ବେସୀ ପରିମାଣରେ ଶୁଖାଗଲେ କମ ଖର୍ଚ୍ଚ ପଡେ

ବହୁ ପରିମାଣରେ ଫଳ ପାରିବା ଶୁଖାଗଲେ ସେହି ଅନୁପାତରେ ବହୁତ ଲୋକ ଓ ସୁଖାଇବା ଲାଗି ବହୁ ସଂଖ୍ୟାରେ ପତ୍ର ଦରକାର ହୁଏ

ବହୁ ପରିମାଣରେ ଫଳ ପାରିବା ଶୁଖାଗଲେ ମଧ୍ୟ ସେହି ସଂଖ୍ୟାରେ ଲୋକ, ଯନ୍ତ୍ର ତଥା ଶୁଖାଯିବା ପତ୍ର , ବିନିଯୋଗ କରାଯାଇଥାଏ

ଖରାରେ ଶୁଖାଯିବା ଦ୍ଵାରା ଫଳ ପାରିବାଗୁଡିକ ହୁଏତ ବେଶୀ ଶୁଖାଯାଏ ବା ଅଳ୍ପ ହୋଇଯାଏ   ଏପରି ହେବା ଫଳରେ ଶୁଖା ଖାଦ୍ୟପଦାର୍ଥ ଗୁଡିକ ଅସ୍ଵାଦୁ ଲାଗେ   ।  ଏହି ପ୍ରକାର ଶୁଖା ଫଳ ପାରିବା ରାନ୍ଧିଲେ ତଟକା ଫଳ ପରି ଲାଗେ ନାହିଁ  ।

ଏହି ପ୍ରଣାଳୀରେ ସୁଖାଇବା ଦ୍ଵାରା ଉଚିତ ପରିମାଣର ଜଳିଆ ଅଂଶ ରଖି ଓ ତାପ ନିୟନ୍ତ୍ରଣ ପରିସ୍ଥିତିରେ ଶୁଖାଯିବା ଦ୍ଵାରା ସେଗୁଡିକ ନରମ ହୋଇ ରୁଚିକର ହୋଇ ଖାଦ୍ୟ ଗୁଣରେ ବିଶେଷ ଆଞ୍ଚ ଆନେ ନାହିଁ   ।  ଏହି ପ୍ରକାରର ଶୁଖା ଫଳ ଓ ପାରିବା ପାଣିରେ କିଛି ସମୟ ଭିଯାଇ ରାନ୍ଧିଲେ ତଟକା ଫଳ ପରି ସ୍ଵାଦୁ ଓ ରୁଚିକର ହୋଇଥାଏ  ।

 

ଫଳ ଓ ପରିବାକୁ କଞ୍ଚା ବା ତଟକା ଅବସ୍ଥାରେ ନରଖି ଶୁଖିଲା ଅବସ୍ଥାରେ ରଖିବା ଦ୍ଵାରା ଫଳ ପରିବାର ଓଜନ ଓ ପରିମାଣ କମିଯାଏ   ।  ଏହା ହେବ ଦ୍ଵାରା ସଂରକ୍ଷିତ ସ୍ଥାନ କମ ଦରକାର ହେବା ସଙ୍ଗେ ସଙ୍ଗେ ପରିବହନ ଖର୍ଚ୍ଚର ମାତ୍ରା ବହୁ ପରିମାଣରେ କମିଯାଏ  । ଫଳ ଓ ପରିବାଗୁଡିକ ଉପଯୁକ୍ତ ପରିମାଣରେ ଶୁଖିନଥିଲେ ଏହି ପ୍ରକାରର ଖରା ଶୁଖା ଖାଦ୍ୟପଦାର୍ଥ ବେଶୀ ଦିନଯାଏ ସଂରକ୍ଷିତ ହୋଇପାରେ ନାହିଁ   ।  ସେହିପରି ଅତି ମାତ୍ରାରେ ଶୁଖିଯିବା ଫଳରେ ସେଗୁଡିକ ବ୍ୟବହାର କରିବା ସୁବିଧାଜନକ ହୁଏ ଓ ଅରୁଚିକର ବୋଧହୁଏ ଏହାଛଡା ଉତ୍ତାପ ଓ ଗରମ ପ୍ରୟୋଗ ସମୟ ଉପରେ ଶୁଖା ଖାଦ୍ୟ ପଦାର୍ଥରେ ରହୁଥିବା ଚିନୀ ଅଂଶ ନିର୍ଭର କରିଥାଏ    । ତଳ ଲିଖିତ ବିବରଣୀରୁ ଏହା ସହଜେ ବୁଝିହେବ    । କିସମିସକୁ ବିଭିନ୍ନ ଉତ୍ତାପ ଓ ସମୟରେ ଗରମ କରି ଶୁଖାଯିବ ପରେ ସେଥିରେ ରହୁଥିବା ଚିନିର ପରିମାଣ ଦିଆଯାଇଛି   ।

ଟେବୁଲ -୨୩

କିସମିସ ପାଇଁ ବିବରଣୀ

ଉତ୍ତାପ

ଶୁଖିବା ସମୟ

ଶୁଖାଯିବା ଫଳରେ ରହୁଥିବା ଚିନି ଅଂଶ (ଶତକଡା)

୧୪୦

୮  ଘଣ୍ଟା

୦.୬

୧୪୦

୧୬ ଘଣ୍ଟା

୦୮

୧୪୦

୩୨ ଘଣ୍ଟା

୧.୦

୧୬୭

୮ ଘଣ୍ଟା

୧.୩

୧୬୭

୧୬ ଘଣ୍ଟା

୧.୯

୧୬୭

୩୨ ଘଣ୍ଟା

୪.୯

୧୮୫

୮ ଘଣ୍ଟା

୮.୭

୧୮୫

୧୬ ଘଣ୍ଟା

୧୨.୨

୧୮୫

୩୨ ଘଣ୍ଟା

୧୪.୯

 

ପରିକ୍ଷା ଦ୍ଵାରା ଦେଖାଯାଇଛି ଯେ ଫଳରେ ଯଦି ଶତକଡା ୨୩ ଭାଗ ଜଳୀୟ ଅଂଶଥାଏ  ତେବେ ବହୁଦିନ ଯାଏ ଏଗୁଡିକ ସାଇତାଯାଇପରେ  । ମିଠା ଫଳଗୁଡିକୁ ଶୁଖାଯିବା ପରେ ଶତକଡା ପନ୍ଦରରୁ କୋଡିଏ ଭାଗ ଜଳୀୟ ଅଂଶରୁ ଅଧିକ ନ ହେବା ଉଚିତ   ।

ଖରା ଶୁଖା ପ୍ରଣାଳୀ ଓ ସରଞ୍ଜାମ

ଶୁଖାଯିବା ସ୍ଥାନ – ଶୁଖାଯିବା ସ୍ଥାନର ଆୟତନ ଶୁଖାଯିବା ଫଳ ଓ ପରିବାଗୁଡିକର ପରିମାଣ ଉପରେ ନିର୍ଭର କରିଥାଏ   ।  ବ୍ୟବସାୟ ସୂତ୍ରରେ ଯଦି ଫଳ ପରିବା ଶୁଖାଯାଏ  , ତେବେ ବିଧିବଦ୍ଧ ଭାବେ ଜାଗାର ବ୍ୟବସ୍ଥା କରାଯିବା ଦରକାର   । ସାଧାରଣତଃ ଫଳ ବଗିଚାର ଆୟତନ ଅନୁପାତରେ ଶୁଖାଯିବା ଜାଗାର ଆୟତନ ରଖାଯିବା ଉଚିତ  । ସେଥିହେତୁ ପ୍ରତି ୧୦ ରୁ ୧୫ ଏକର ଫଳ ବଗିଚା ଲାଗି ଏକ ଏକର ଶୁଖାଯିବା ଜାଗା ରଖିବା ଉଚିତ   ।  ତା ହେଲେ ସୁବିଧାରେ ଶୁଖାଯିବା କାର୍ଯ୍ୟ ସାଧିତ ହୋଇପାରିବ   । ଶୁଖାଯିବା ଜାଗାରେ ନିମ୍ନଲିଖିତ ବ୍ୟବସ୍ଥା ରହିବ ଆବଶ୍ୟକ   ।

ତଟକା ଫଳ ଓ ପରିବା ରଖିବା ଲାଗି ଷ୍ଟୋର ଘର

ଫଳ ଓ ପରିବା ଧୋଇକବା ଘର

ଫଳ ଓ ପରିବା କଟାଯିବା ଘର

ଗନ୍ଧକ ଧୂଆଁ ଦେବା ଗୃହ ୩/୧/୨ X ୧୦

ଫଳ ପରିବା ଶୁଖାଯିବା ପାଇଁ ସିମେଣ୍ଟ , ପଥର ବା ଇଟା ନିର୍ମିତ ଖୋଲା ଜାଗା

ଜାଗା ଚାରିପାଖ ଉଚ୍ଛା କାନ୍ଥ

ବ୍ଳାଚିଙ୍ଗ ଗୃହ

ଶୁଖା ଫଳ ପରିବା ଷ୍ଟୋର ଗୃହ

ଫଳ ପରିବା ସୁଖାଇବା ଲାଗି ଜାଗା ବାଛିବା ସମୟରେ ନିମ୍ନରେ ଦିଆଯାଇଥିବ କେତୋଟି ବିଷୟ ପ୍ରତି ନଜର ରଖିବା ଏକାନ୍ତ ଆବଶ୍ୟକ   ।

ଜାଗା ବାଛିବା ସମୟରେ ଅସ୍ୱାସ୍ଥ୍ୟକର ଜାଗା କୌଣସି ମତେ ନେବା ଉଚିତ ନୁହେଁ  । ସନ୍ତସନ୍ତିଆ ଜାଗା, ପାଣି ଜମି ରହିବା ଜାଗା ଓ ନିକଟରେ ପାଣି ଜମି ରହିବା ଜାଗା , ଗୁହାଳ , ଗୋଶାଳା , ଖତଗଦା, ମଳଯୁକ୍ତ ସ୍ଥାନ କମ୍ପୋଷ୍ଟ ଜାଗା ଓ ମଇଳା ପାଣି ଯିବା ରାସ୍ତାର ବହୁ ଦୂରରେ ଫଳ ପରିବା ଶୁଖାଯିବା ସ୍ଥାନ ବାଛିବା ଆବଶ୍ୟକ   ।

ଜାଗାଟି ଉଚ୍ଚା ହେବା ସଙ୍ଗେ ସଙ୍ଗେ ପୂରାପୂରି ଖୋଲା ଜାଗା ହେବା ଉଚିତ ଯେପରି ଶୁଖାଯିବ ଫଳ ପରିବା ପୂରାମାତ୍ରାରେ ଖରା ପାଇପାରେ  ।  ଘର ଆଖପାଖରେ ଯେପରି ଗଛ ନରହେ ସେଥିପ୍ରତି ଦ୍ରୁଷ୍ଟି ଦେବା ଆବଶ୍ୟକ  , କାରଣ ସୁଖାଇବା ପଡିଆରେ ଛାୟା ପଡିଲେ କାର୍ଯ୍ୟ ସୁଚାରରୂପେ ସମ୍ପର୍ଣ୍ଣ ହୋଇପାରିବ ନାହିଁ   ।

ସାଧାରଣ ଯାତାୟାତ ପଥ ଓ ରାଜମାର୍ଗର ବହୁ ଦୂରରେ ସ୍ଥାନ ବାଛିବା ଆବଶ୍ୟକ   , କରଣ ଯାନବାହନ ଚଳପ୍ରଚଳ ହୋଇ ଭୂ ପରିମାଣରେ ଧୂଳି ଓ ଆବର୍ଜନା ଉଡି ଶୁଖାଯିବା ଖାଦ୍ୟପଦାର୍ଥରେ ପଡି ଅସ୍ୱାସ୍ଥ୍ୟକର ହେବା ସମ୍ଭାବନା ଥାଏ      ।

ଶୁଖାଯିବା ପଡିଆ ମଧ୍ୟ ଦେଇ ଯାଇଥିବା ଛୋଟ ଛୋଟ ରସା ପିଚୁ ରାସ୍ତା ହେବା ଭଲ   । ଯଦି ସେପରି ନହୁଏ ତେବେ ଫଳ ପରିବା ଶୁଖିବା ସମୟରେ ଅନ୍ତଃ ସେହି ରାସ୍ତାଗୁଡିକରେ ପାଣି ସିଁଚିବା ଉଚିତ   । ଏହା ଫଳରେ ଧୂଳି ଆଦି ଉଡିବାର ଭୟ ନ ଥାଏ   ।

ପ୍ରଣାଳୀ

ଫଳ ଓ ପରିବାଗୁଡିକ ପକ୍ଵ, ପୋଖତ ଓ ତଟକା ହେବା ଉଚିତ   । ଫଳ ପରିବା ତୋଳା ହୋଇ ଆସିବା ସଙ୍ଗେ ସଙ୍ଗେ ସେଗୁଡିକ ପ୍ରଥମେ ବାଛି ଦିଆଯାଏ   ପଚା , ସଢା, ପୋକଖିଆ , ରୋଗା,  ଛେଚା , କଚଡା ବା କଷି ଫଳ ଓ ପରିବାଗୁଡିକ ଅଲଗା ହୋଇଯିବା ପରେ ସେଗୁଡିକର ଶ୍ରେଣୀକରଣ କରି ଆକାର ଅନୁପାତରେ ବଡ ମଧ୍ୟମ , ଛୋଟ ଏପରି ଭାବେ ଅଲଗା କରିଦିଆଯାଏ   ।  ଶ୍ରେଣୀକରଣ ହେବା ପରେ ସେଗୁଡିକୁ ଭଲଭାବେ ପାଣିରେ ଧୋଇ ଦିଆଯାଏ   । ବଡ ବଡ ଫ୍ୟାକ୍ଟେରିରେ ଯାନ୍ତ୍ରିକ ଉପାୟରେ ବହୁ ପରିମାଣରେ ଫଳ ପରିବା ଏକ ସମୟରେ ଆପେ ଆପେ ଢୋଇବା ଲାଗି ବ୍ୟବସ୍ଥା କରାଯାଇଥାଏ   ।

ପରେ ସେଗୁଡିକର ଚୋପା ଛଡାଇବା ବା ଚାଞ୍ଚିବା ଦରକାର କରିଥାଏ   । ଅଳ୍ପ ପରିମାଣର ଫଳ ପରିବା ହୋଇଥିଲେ ଷ୍ଟେନଲେସ ଷ୍ଟିଲ ଛୁରୀ ସାହାଯ୍ୟରେ ଏହା କରଯାଇପାରେ   । ବହୁପରିମାଣର ହେଲେ ଯନ୍ତ୍ର ସାହାଯ୍ୟରେ ଏହି କ୍ରିୟାସାଧିତ ହୋଇଥାଏ  । ଚାଞ୍ଚିଲା ପରେ ପରେ ପତଳା କରି ସମ ବହଳରେ ସେଗୁଡିକ କାଟି ଖଣ୍ଡ ଖଣ୍ଡ କରିଦିଆଯାଏ   । ଯେଉଁ ପ୍ରକାରର ଫଳ ପରିବାଗୁଡିକୁ ବ୍ଳାଚିଙ୍ଗ କ୍ରିୟା ପ୍ରୟୋଗ କରିବା ଆବଶ୍ୟକ ହୋଇଥାଏ , ସେଗୁଡିକୁ ଉଚିତ ପରିମାଣରେ ଗରମ ପାଣିରେ ବୁଡାଇ ସଙ୍ଗେ ସଙ୍ଗେ ଥଣ୍ଡା ଜଳରେ ବୁଡାଇବାକୁ ହୁଏ   । ପୁଣି କେତେକ ଫଳ ଓ ପରିବା ଲାଗି ଲାଇପିଲିଙ୍ଗ ଦରକାର କରିଥାଏ   । ସେଗୁଡିକୁ କଷ୍ଟିକ ସୋଡା ପାଣିରେ ବୁଡାଇବା ପରେ ପାଣିରେ ଧୋଇବାକୁ ହୋଇଥାଏ  ।  ଏହା ଫଳଗୁଡିକୁ ଶୀଘ୍ର ଶୁଖାଇବରେ ସାହାଯ୍ୟ କରିଥାଏ   । ତାଛଡା ଫଳ ଚୋପାରେ ଥିବା ଏକ ପ୍ରକାର ମହମ ଜାତୀୟ ପଦାର୍ଥକୁ ଭାର କରିହୁଏ   । ଅଙ୍ଗୁର ଜାତୀୟ ଫଳଗୁଡିକର ବାହାର ଆଭରଣ ଫଟାଇ ଦେବା ଦ୍ଵାରା ସେଗୁଡିକ ଶୀଘ୍ର ଶୁଖିଯାଏ   ।

ପନିପରିବା ନିର୍ଜଳୀକରଣ କରିବା ପୂର୍ବରୁ କେତେଗୁଡିଏ ପଦକ୍ଷେପ ନିଆଯାଏ   । ଢୋଇବା , ଚୋପା ଚାଞ୍ଚିବା, ଖଣ୍ଡ ଖଣ୍ଡ କରି କାଟିବା ଇତ୍ୟାଦି   । ଏହାଛଡା ବ୍ଳାଚିଙ୍ଗ ସାଲଫାଇଟିଙ୍ଗ ସୁଖାଇବା କାର୍ଯ୍ୟ ସାଧାରଣତଃ କରାଯାଏ   । କିନ୍ତୁ ସବୁଜ ରଙ୍ଗ ଇଶିଷ୍ଟ ପନିପରିବା ଯଥା- ଶିମ୍ବ , କଞ୍ଚା ମଟର, ଶାଗ , ମେଥିଶାଗ ଇତ୍ୟାଦି ଗୁଡିକୁ ବ୍ଳାଚିଙ୍ଗ କରିବା ପୂର୍ବରୁ ଫୁଟୁଥିବା ପାଣିରେ ଶତକଡା ୦.୧ ଭାଗ ମେଗ୍ନିସିଏମ ଆକସାଇଡ ,୦.୧ ଭାଗ ସୋଡିୟମ କାର୍ବୋନେଟ ଓ ୦.୫ ଭାଗ ପୋଟାସିୟମ ମେଟାବାଇ ସଅଳଫାଇଟ ମିଶାଇ ଏହି ପ୍ରକାରର ପରିବାଗୁଡିକୁ ବ୍ଳାଚିଙ୍ଗ କରାଯାଏ   । ଏହା କରାଗଲେ ପରିବାଗୁଡିକରେ ଥିବା ସବୁଜ ରଙ୍ଗ ଶୁଖିଯିବା ପରିବର୍ତ୍ତେ ବହୁ ପରିମାଣରେ ସଂରକ୍ଷିତ ହୋଇଥାଏ   । ଅନ୍ୟାନ୍ୟ ପ୍ରକାରର ପନିପରିବା ସଲଫାଇଟିଙ୍ଗ ପ୍ରୟୋଗ କରାଯାଇଥାଏ   । ପନିପରିବା ବ୍ଳାଚିଙ୍ଗ ହେବା ପରେ ସାଧାରଣତଃ ୦.୧୦ ରୁ ୦.୨୫ % ପଟାସିୟମ ମେଟାବାଇ ସଲଫାଇଟ ଦ୍ରବ୍ୟ ବ୍ୟବହୃତ ହୋଇଥାଏ   । ବିଟ ଚେରଗୁଡିକ ଏହି ପ୍ରଣାଳୀରେ ପ୍ରୟୋଗ କରାଯାଏ ନାହିଁ ଓ ପିଆଜ ରସୁଣଗୁଡିକୁ ବ୍ଳାଚିଙ୍ଗ ସଲଫଇଟିଙ୍ଗ କରାଯାଏ ନାହିଁ   । ସାଧାରତଃ ପ୍ରତି ବର୍ଗମିଟର ଟ୍ରେରେ ୫ ରୁ ୧୦ କେଜି ପ୍ରସ୍ତୁତ କରାଯାଇଥିବା ପନିପରିବା ରଖି ଶୁଖାଯାଏ ବା ନିର୍ଜଳୀକରଣ କରାଯାଏ   ।

ଗନ୍ଧକ ପ୍ରୟୋଗ

ସାଧାରଣତଃ ଫଳ ଖଣ୍ଡଗୁଡିକୁ ଶୁଖାଇବା ପୂର୍ବରୁ ଗନ୍ଧକ ଧୂଆଁ ପ୍ରୟୋଗ (୩୦ ରୁ ୬୦ ମିନିଟ) ପାଇଁ ଦରକାର କରିଥାଏ   । କିନ୍ତୁ ଅଧିକାଂଶ ପରିବା ଲାଗି ଏହି ପ୍ରୟୋଗ ଦରକାର ହୋଇନଥାଏ   । ଗନ୍ଧକ ଧୂଆଁ ପ୍ରୟୋଗ ଫଳରେ ଅନେକ ଉପକାର ସାଧିତ ହୋଇଥାଏ   । କଟାଫଳ ଖଣ୍ଡଗୁଡିକର ରଙ୍ଗ ରକ୍ଷା କରାଯାଇଥାଏ   । ଫଳରେ ଖଣ୍ଡଗୁଡିକ ଶୁଖିଯିବା ପରେ କଳା ବା ବିବର୍ଣ୍ଣ ହୋଇନଥାନ୍ତି   । ତାଛଡା ଗନ୍ଧକ ବାଷ୍ପ କୀଟ ବା ରୋଗ ଆକ୍ରମଣକୁ ପ୍ରତିହାତ କରିଥାଏ   । ଫଳରେ ଶୁଖା ଫଳଗୁଡିକ ସାଇତିବା ସମୟରେ କୀଟ ଓ ଫିମ୍ଫୀ ମାଡନ୍ତି ନାହିଁ   । ଗନ୍ଧକ ବାଷ୍ପ ଦେବାଦ୍ଵାରା ଫଳରେ ଥିବା ଭିଟାମିନ ଫଳ ଖଣ୍ଡ ଖରାରେ ସୁଖୁଥିବା ଅବସ୍ଥାରେ ବିଶେଷ ପରିମାଣରେ ନଷ୍ଟ ହୋଇନଥାଏ    ।

ଗନ୍ଧକ ପ୍ରୟୋଗର ପ୍ରଧାନ ବିଷୟ ହେଲା ଫଳ ଖଣ୍ଡଗୁଡିକୁ ଗନ୍ଧକ ଧୂଆଁ ବା ବାଷ୍ପ ଯେପରି ୩୦ ରୁ ୬୦ ମିନିଟଯାଏ ଆବୋରି ରହେ   । ଏହା କରିବାକୁ ହେଲେ ସେଥିଲାଗି ଉପଯୁକ୍ତ ସରଞ୍ଜାମ ଦରକାର   । କାଠ , ବାକ୍ସ , ଇଟା , ଚୂନ ବା ସିମେଣ୍ଟର ଛୋଟିଆ ଏକ ମୁହଁ ଘର (ଛୋଟିଆ ମାଟିଘର ହେଲେ ବି ଚାଲିପାରେ  ) ଦରକାର   ।  ସେଥିଭିତରେ ଉଲ୍ହେଇରେ ଗନ୍ଧକ ଜାଲି ଘରର ଦରଜା ବନ୍ଦ ରଖାଯାଏ   ।

କେତେ ପରିମାଣରେ ଗନ୍ଧକ ନିର୍ଦ୍ଧିଷ୍ଟ ପରିମାଣର ଫଳ ଖଣ୍ଡ ଲାଗି ଆବଶ୍ୟକତା ତାହା ଜାଣିବା ଉଚିତ   । ବହୁ ପରିମାଣରେ ଗନ୍ଧକ ପୋଡିବା ଫଳରେ ଖାଦ୍ୟପଦାର୍ଥ ଗୁଡିକ ଅଖାଦ୍ୟରେ ପରିଣତ ହେବା ସମ୍ଭାବନା ଥାଏ  । ସାଧାରଣତଃ ପ୍ରତି କେଜି କଟା ଫଳ ଲାଗି ୬ ଗ୍ରାମ ଗନ୍ଧକ ପୋଡା ଧୂଆଁ ଠିକ ହୋଇଥାଏ   । ଏକ ଟନ କଟାଫଳ ପ୍ରତି ୬ ରୁ ୮ ପାଉଣ୍ଡ (୩ ରୁ ୪ କେଜି) ଦରକାର ପଡିଥାଏ   ।

ସୁଖାଇବା

ଗନ୍ଧକ ଧୂଆଁ ପ୍ରୟୋଗ କଲାପରେ ଫଳ ଖଣ୍ଡଗୁଡିକୁ ପରିଷ୍କାର କାଠ ଡାଲାରେ ପତଳା ସ୍ତରରେ ସଜାଇ ସେଗୁଡିକର ମୁହଁରେ ପତଳା କନା ଢାଙ୍କି ଶୁଖାଇ ଦିଆଯାଏ  ।  ଡାଲାଗୁଡିକ ୨X ୩, ୩X ୩, ୩X ୬, ଓ ୩X୮ ଆୟତନର ହୋଇଥାଏ   ।  କନା ଢାଙ୍କିଦେବା ଫଳରେ ଖୋଲା ପଡିଆରେ ବାୟୁରେ ଉଡୁଥିବା ଧୂଳି, କାଠି, କୁଟା ଆଦି ଆବର୍ଜନା ଫଳ ଖଣ୍ଡ ସଂସ୍ପର୍ଶରେ ଆସିପାରନ୍ତି ନାହିଁ କୀଟପତଙ୍ଗ , ମାଛି , ରୋଗ ଜୀବାଣୁ ତଥା ଅପବୀଜ ପ୍ରବେଶ କରିବା ସହଜ ହୋଇନଥାଏ   ।  ସାଧାରଣ ଗୃହରେ ପରିଷ୍କାର ଖଟିଆ ଖରାରେ ରଖି ସେଥିରେ ପରିଷ୍କାର ପତଳା କାନା ବିଛାଇ ତାରି ଉପରେ ଫଳ ଖଣ୍ଡଗୁଡିକୁ ପତଳା ସ୍ତରରେ ସଜାଇ ତହିଁ ଉପରେ ପତଳା ପରିଷ୍କାର ଧଳା କାନା ଢାଙ୍କି ସୁଖାଯାଇପାରେ   । ଶୁଖାଯିବା ସମୟରେ ମଧ୍ୟେ ମଧ୍ୟେ କଟା ଫଳଗୁଡିକୁ ଓଲଟପାଲଟ କରିବା ଆବଶ୍ୟକ   । କରଣ, ଫଳ ଖଣ୍ଡଗୁଡିକ ସମ ପରିମାଣରେ ଓ ଏକାପରି ଶୁଖାଯିବାରେ ସାହାଯ୍ୟ କରେ   । ଫଳ ପରିବା ଶୁଖାଯିବା ପରେ ସେଗୁଡିକୁ ବିଶୋଧିତ ଓସାର ମୁହଁ କାଚ ବୋତଲରେ କିମ୍ବା ତାନ ପାତ୍ରରେ ସଂରକ୍ଷିତ କରାଯାଏ   । ଆଜିକାଲୀ କାଚ  ଓ ଟିଣ ପାତ୍ର ବଦଳରେ ନାନା ହାଲୁକା ପତଳା ମହମ କାଗଜ, ସିଲୋଫିନ କାଗଜ, ପ୍ଲାଷ୍ଟିକ ମୁଣି ବ୍ୟବହାର କରାଯିବା ଦେଖାଯାଉଛି   ।

ଫଳ ପରିବା ଉଚିତ ପରିମାଣରେ ଶୁଖିଛି କି ନାହିଁ ଜାଣିବା ଆବଶ୍ୟକ   । ବେଶୀ ଶୁଖିଯିବା ଦ୍ଵାରା ସେଗୁଡିକ ମୋଦୀ ହୋଇଯାଏ ଓ ବ୍ୟବହାର ଲାଗି ଆଦୃତ ହୁଏ ନାହିଁ ବା ଟାଣ ହୋଇ ଶୁଖିଯିବା ଫଳରେ ଆଳୁ ଚିପସ ପରି ଟାଣ ହୋଇଯାଏ   । ସେହିପରି କମ ମାତ୍ରାରେ ଶୁଖିବା ଫଳରେ ସେଥିରେ ଅଧିକ ପରିମାଣରେ ଜଳୀୟ ଅଂଶ ରହିଯାଏ ଓ ବେଶୀ ଦିନଯାଏ ସଂରକ୍ଷିତ ହୋଇପାରେ ନାହିଁ   । ସାଧାରଣତଃ ଶୁଖିଲା ପରିବା ଖଣ୍ଡରେ ୬ ରୁ ୮% ଫଳ ଖଣ୍ଡରେ ୨୦ ରୁ ୨୪ % ଭାଗ ଜଳିଆ ଅଂଶ ରହିବା ବିଧେୟ   । ଶୁଖିବାର ଶେଷ ଅବସ୍ଥାରେ ଫଳଗୁଡିକୁ ହାତରେ ଧରି ଛାପିଦେବା ଦ୍ଵାରା ଜଳକାନା ଅଛି କି ନା ସହଜେ ପରୀକ୍ଷା କରାଯାଇପାରେ   । ବେଶୀ ଶୁଖିଯାଇଥିଲେ ସେଗୁଡିକ ମଡ ମଡ ଆବାଜ କରି ଭାଙ୍ଗିଯାଏ ଓ କମ ଶୁଖିଥିଲେ ହାତରେ ଜଳକାନା ଲାଗେ   ।

କୃତ୍ରିମ ଉପାୟରେ ଶୁଖିବା ପ୍ରଣାଳୀ

ନିର୍ଜଳୀକରଣ ଉପାୟରେ ସେଓ , ନାସପାତି , ଡିମିରି , ଏପ୍ରିକାଟ , ଚେରୀ ,ପିଟ , କଦଳୀ , ଇତ୍ୟାଦି ଫଳ ଆମେରିକା ୟୁରୋପୀୟ ଦେଶମାନଙ୍କରେ ବହୁ ପରିମାଣରେ ଶୁଖାଇ ସଂରକ୍ଷିତ କରାଯାଇଥାଏ   ।  ଆମ ଦେଶରେ ଏହାର ବ୍ୟବହାର ବିଧିବଦ୍ଧ ବହବରେ ହୋଇପାରେ ନାହିଁ  । ଯୁଦ୍ଧରତ ଦେଶଗୁଡିକରେ ଏହିପରି ଶୁଷ୍କ ପଦାର୍ଥ ବହୁ ପରିମାଣରେ ଦରକାର ହୁଏ କରଣ ଯୁଦ୍ଧକ୍ଷେତ୍ରରେ ଏହି ପ୍ରକାର ଖାଦ୍ୟପଦାର୍ଥ ପ୍ରେରଣ କରିବା ସୁବିଧା ହୋଇଥାଏ   ।

ନିର୍ଜଳୀକରଣ ର ଅର୍ଥ ହେଲା ଫଳ ପରିବାଗୁଡିକୁ କୃତ୍ରିମ ଉପାୟରେ ଉତ୍ତାପ , ଜଳକାନା ଓ ବାୟୁସ୍ରୋତକୁ ନିୟନ୍ତ୍ରଣ କରି ଶୁଖାଯିବା ଖରା ଶୁଖାଠାରୁ ଏହା ସଂପୂର୍ଣ୍ଣ ପୃଥକ

ନିର୍ଜଳୀକରଣ ଯନ୍ତ୍ରରେ ଉତ୍ତାପ , ଜଳକଣା ଓ ବାୟୁ ସଞ୍ଚାଳନ ପୂରାପୂରି ନିୟନ୍ତ୍ରଣ କରିବା ବ୍ୟବସ୍ଥା କରାଯାଇଥାଏ    । କିନ୍ତୁ ଶୁଷ୍କୀକରଣ ଯନ୍ତ୍ର ସାଧାରଣତଃ ଛୋଟିଆ ଆକାରର ଯନ୍ତ୍ର   । ଏଥିରେ ଉତ୍ତାପ ନିୟନ୍ତ୍ରଣତାର ବ୍ୟବସ୍ଥା କେବଳ ରହିଛି   । ଫଳ ପରିବାରୁ ଜଳୀୟ ଅଂଶ ଉପରକୁ ଉଠି ଝରକା ଦେଇ ପଦାକୁ ଚାଲିଯାଏ   । ଫଳରେ ବଡ ବଡ ଫ୍ୟାକ୍ଟେରି ଗୁଡିକରେ ବଡ ବଡ ନିର୍ଜଳୀକରଣ ଯନ୍ତ୍ର ସ୍ଥାପନ କରି ଫଳ ପରିବା ଶୁଖାଇବା କାର୍ଯ୍ୟ ସୂଚାରୁ ରୂପେ କରାଯାଇଥାଏ   । ଏଥିରୁ ବାହାରୁଥିବା ଶୁଖିଲା ଫଳ ପରିବାର ରୁଚି,  ରଙ୍ଗ ଓ ଖାଦ୍ୟମୂଲ୍ୟ ଉଚ୍ଚକୋଟିର ହୋଇଥାଏ  , କିନ୍ତୁ ଶୁଷ୍କୀକରଣ ଯନ୍ତ୍ର ର ଉତ୍ପର୍ଣ୍ଣ ଶୁଖିଲା ଫଳ ପରିବା ତା ଅପେକ୍ଷା କମ ଗୁଣରେ ହେବା ସ୍ଵାଭାବିକ   ।

ଗ୍ରାମଶିଳ୍ପ ଭିତ୍ତିରେ ଶୁଖାଇବା ଲାଗି ଛୋଟ ଛୋଟ ଶୁଷ୍କୀକରଣ ଯନ୍ତ୍ରର ବ୍ୟବହାର ସୁବିଧାଜନକ  । ବ୍ୟବସାୟିକ ଭିତ୍ତିରେ ଶୁଖାଇବା ଲାଗି ନାନା ପ୍ରକାରର ନିର୍ଜଳୀକରଣ ଯନ୍ତ୍ର ଇଂଲଣ୍ଡ , ଆମେରିକା , ଆଦି ଦେଶଗୁଡିକରେ ବ୍ୟବହାର କରାଯାଇଥାଏ   । ସେଗୁଡିକ ସାଧାରଣତଃ ତିନି ଶ୍ରେଣୀର –

Natural draft dryers ,

Forced draft funnel dehydrators

Distillation driers or dehydrators

ପ୍ରଥମେ ଶ୍ରେଣୀର ନିର୍ଜଳୀକାରଣ ଯନ୍ତ୍ରରେ ପୁଣି ନାନା ରକମର ଯନ୍ତ୍ର ଦେଖିବାକୁ ମିଳେ   । କିନ୍ତୁ ଏହି ଶ୍ରେଣୀର ଯନ୍ତ୍ର ଗୋଟିଏ ଚୁଲି ଘର ବା ବାଷ୍ପ ତିଆରି ଗୃହ ଥାଏ   ଓ ସେହି ଗୃହକୁ ଲାଗି ଆଉ ଗୋଟିଏ ଗୃହ ଥାଏ   , ତାହା ସୁଖିବା ପ୍ରକୋଷ୍ଠ  ।ଏହି ପ୍ରକୋଷ୍ଠ ଭୀତରେ ଚତୁଃପାର୍ଶ୍ଵରେ ଧାତୁ ନିର୍ମିତ ବାଷ୍ପନାଲି ଘେରାଯାଇଥାଏ   । ଗରମ ହାୱାର ସଂସ୍ପର୍ଶରେ ଆସି ବା ଗରମ ପାଇପ ଲାଇନର ସଂସ୍ପର୍ଶରେ ଆସି ଗୃହ ମଧ୍ୟରେ ଥିବା ଫଳ ପାରିବାଗୁଡିକୁ ସୁଖାଯାଏ   ।

ଦ୍ଵିତୀୟ ଶ୍ରେଣୀର ଯନ୍ତ୍ରଗୁଡିକ ଆଜିକାଲୀ ବିଶେଷ ଭାବରେ ଆଦୃତ ହେବାରଦେଖାଯାଏ  , କାରଣ ଏହା ଆପାତତଃ କମ ସମୟରେ ତଥା ପଦାର୍ଥଗୁଡିକ କୌଣସି ରକମର କ୍ଷତି ନକରି ସେଗୁଡିକରୁ ଜଳୀୟ ଅଂଶ ଉଠାଇ ନେଇଯାଏ   ।  ଏହି ପ୍ରଣାଳୀର ଯନ୍ତ୍ରରେ ଶୁଖାଯିବା ଯନ୍ତ୍ରଟି କମ ଚଉଦାର ହୋଇ ଅଧିକ ଲମ୍ବା ଆକାରରେ ହୋଇଥାଏ   । ଶୁଖାଯିବା ପାରିବା ଡାଲାଗୁଡିକ ଯନ୍ତ୍ର ଦ୍ଵାରା ଧୀରେ ଧୀରେ ଏକ ଗୃହର ଏକପାର୍ଶ୍ଵର ଅପର ପାର୍ଶ୍ଵକୁ ଚଳାଯାଏ ଓ ଏହି ସମୟରେ ଗୃହର ଅପର ପାର୍ଶ୍ଵରୁ ଗୃହର ଗରମ ଶୁଷ୍କ ପବନ ବାହାର କରି ଜଳକଣା ଉଠାଇ ଆଣିଥାଏ ଓ ଏହି ହାୱା ବାହାର କରିଦିଆଯାଏ ଓ ପୁନରପି ଗରମ ଶୁଷ୍କ ହାୱା ପୂର୍ବପରି ଚଳିତ କରାଯାଏ  । ଏହି ଉପାୟରେ ଖାଦ୍ୟ ଜିନିଷଗୁଡିକ ଶୁଖାଯାଇଥାଏ  । କିନ୍ତୁ ପ୍ରଥମ ପ୍ରଣାଳୀରେ ଏପରି ବ୍ୟବସ୍ଥା ନାହିଁ  ।

ତୃତୀୟ ଶ୍ରେଣୀର ଯନ୍ତ୍ର ସାଧାରଣତଃ ଫଳ ପାରିବା ସୁଖାଇବା ଲାଗି କ୍ଵଚିତ ବ୍ୟବହାର କରାଯାଇଥାଏ   । ଏହା ରାସାୟନିକ ପଦାର୍ଥ ଶୁଖାଇବା ଲାଗି ଉର୍ଦ୍ଧିଷ୍ଟ    ।

ଶୁଷ୍କୀକରଣ ଯନ୍ତ୍ର

କୁଟୀର ଶିଳ୍ପ ଜରିଆରେ ଫଳ ପରିବାକୁ ଶୁଖାଇବା ଲାଗି ଛୋଟିଆ ଶୁଷ୍କୀକରଣ ଯନ୍ତ୍ର ବ୍ୟବହାର କରାଯାଇପାରେ  । ଏହାର ନକସା ନିମ୍ନରେ ଦିଆଗଲା

କାଠ ଫ୍ରେମଯୁକ୍ତ ରଙ୍ଗୀନ ଲୁହା ବାକ୍ସ

ଲୁହା ଫ୍ରେମ ଷ୍ଟାଣ୍ଡ ବା ଗୋଇଠି

ଝରକା

ଉତ୍ତାପ ଦେବା ସ୍ଥାନ

ତାପମାନ ଯନ୍ତ୍ର

ଲୁହା ତାରଯୁକ୍ତ କାଠ ଫ୍ରେମ ଜାଲି ତାଲା

ଯନ୍ତ୍ର ମୁହଁ ବନ୍ଦ କରିବା କବାଟ ବା ଦରଜା

ଏହି ପ୍ରକାର ଯନ୍ତ୍ରଟି ରଙ୍ଗୀନ ଲୁହାର ଗୋଟିଏ କାଠ ଫ୍ରେମ ବାକ୍ସ ଯାହାର କି ଲମ୍ବା 3 ଓସାର 3 ଉଚ୍ଛା 2 ଫୁଟର ହୋଇଥାଏ   । ଆବଶ୍ୟକତା ଅନୁଯାୟୀ ଆୟତନ ବଢାଯାଇଥାଏ   ।  ଏହା ଏକମୁହଁ ବାକ୍ସ ଓ ମୁହଁ ବନ୍ଦ ରଖିବା ଲାଗି ଦରଜାର ବ୍ୟବସ୍ଥା କରାଯାଇଥାଏ   । ବାକ୍ସ ଭିତରେ 4 ରୁ 6 ଟି ଯାଏ କାଠ ଫ୍ରେମଯୁକ୍ତ ତାରଜାଲି ଡାଲା ଖଞ୍ଜାଯାଇଥାଏ   । ଆବଶ୍ୟକତା ଅନୁଯାୟୀ ଡାଲା ସଂଖ୍ୟା ସେଥି ଭିତରେ ଖଞ୍ଜାଯାଇପାରେ   । ଏହି ଡାଲା ଉପରେ କଟାଯାଇଥିବା ଫଳ ପାରିବା ଖଣ୍ଡ ସଜାହୋଇ ରହେ   ।

ଚିତ୍ରରେ ପ୍ରଦର୍ଶିତ ଝରକା ବାକ୍ସର ଦୁଇ ପାଖରେ ରଖାଯାଇଥାଏ   । ଝରକା ଖାଦ୍ୟପଦାର୍ଥରୁ ବାହାରୁଥିବା ଜଳିଆ ଅଂଶ ପଡାକୁ ଚାଲିଯାଏ   । ବଡ ଧରଣର ଯନ୍ତ୍ରରେ ଏହି ପ୍ରକାର ଜାଗାରେ ଦୁଇଟି ଉତ୍ତାପ ନିୟନ୍ତ୍ରଣ ପଙ୍ଖାର ବ୍ୟବସ୍ଥା କରାଯାଇଥାଏ   । ଭୀତର ବାମ୍ଫ ଏହି ପଙ୍ଖା ଦ୍ଵାରା ପଦାକୁ ବାହାର କରିଦିଆଯାଏ   । ତାପନିୟନ୍ତ୍ରଣ କରିବା ଲାଗି ତାପମାନ ଯନ୍ତ୍ର ଖଞ୍ଜାଯାଇଥାଏ   । ଏହାଦ୍ଵାରା ବାକ୍ସ ଭିତରର ଉତ୍ତାପ ସହଜେ ଧରିହୁଏ   । ବାକ୍ସ ତଳେ ଊହମେଲି ରଖାଯାଇ ବାଲିକୁ ଗରମ କରାଯାଇଥାଏ   ।

ଫଳ ସୁଖାଇବା ପ୍ରଣାଳୀ (ଖରା- ଶୁଖା ବା ଯନ୍ତ୍ର – ଶୁଖା)

ଫଳ ଗୁଡିକ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ପାଚିଲା , ଦାଗବିହୀନ ତଟକା ଫଳ ସଂଗ୍ରହ କରାଯାଏ   । ପାଣିରେ ଭଲ ଭାବରେ ଧୋଇରଖାଯାଏ   । ଚାଞ୍ଚିବା ମୁଣ୍ଡି କାଟିବା ଓ ଉପଯୁକ୍ତ ଆକାରରେ ଖଣ୍ଡ ଖଣ୍ଡ କରି କାଟି ପୂର୍ବପରି କରାଯାଇଥାଏ  । କଥା ପ୍ରେମ ଡାଲାରେ ଆୟତନ  ବିଶିଷ୍ଟ ଫଳ ଖଣ୍ଡ ସଜାଇ ଆବଶ୍ୟକ  ମୁତାବକ ଗନ୍ଧକ ବାଷ୍ପ ପ୍ରୟୋଗ କରି ଖରାରେ ଶୁଖାଇବାକୁ ହୁଏ   । ଯନ୍ତ୍ରରେ ସୁଖାଗଲେ ଜାଲିଯୁକ୍ତ ଡାଲାରେ ସଜାଇ ଯନ୍ତ୍ରରେ ଭାରି ଉପଯୁକ୍ତ ସମୟଯାଏ ଗରମ ପ୍ରୟୋଗ କରାଯାଏ    ।

ଖରାରେ ଶୁଖାଇବାକୁ ହେଲେ କାଠ ଡାଲାଗୁଡିକୁ ଭୂମି ପତ୍ତନଠାରୁ ଏକ ଫୁଟ ଉଚ୍ଚା ବିଶିଷ୍ଟ କାଠ ଫ୍ରେମ ଷ୍ଟାଣ୍ଡରେ ସଜାଇ ମଶାରୀ କପଡା ଢାଙ୍କି ଦିଆଯାଏ   । ସୁଖିବା ପୂର୍ବାବସ୍ଥାରେ ସେଗୁଡିକ ନେଇ ନିର୍ଜଳୀକାରଣ ଯନ୍ତ୍ର ଦ୍ଵାରା ଶୁଖାଇ ସାଇତାଯାଏ   ।

ଫଳରସ ସୁଖାଇବା ବିଧି

ଫଳ ରସକୁ ଶୁଖାଇ ଖାଦ୍ୟ ରୂପେ ବ୍ୟବହାର କରିବା ଆମ ବଣ ଜଙ୍ଗଲର ଆଦିବାସୀଙ୍କୁ ଅଜଣା ନଥିଲା   । ଫୁଲବାଣୀ ଜିଲ୍ଲାର ମାଳ ଅଞ୍ଚଳରେ କନ୍ଧମାନେ ଜଙ୍ଗଲର “ ଠୁରୀ “ ଆମ୍ବର ରସ ଚୁପୁଡି ଆମ୍ବସଢା ତିଆରି କରି କରି ସମତଳ ଅଞ୍ଚଳରେ ବ୍ୟବସାୟ କରୁଥିଲେ  । ଅଦ୍ୟାବଧି ବହୁ ପରିମାଣରେ ଏହି ସେହି ଅଞ୍ଚଳରୁ ଆସି ବିକ୍ରି ହେବା ଦେଖାଯାଉଛି  । ଏହା ଅତି ସହଜରେ ବିଜ୍ଞାନ ସମ୍ମତ ବିଧିରେ ପ୍ରତି ଗୃହରେ ତିଆରି କରାଯାଇପାରେ   ।

ସାଧାରଣତଃ ଖଟା ଆମ୍ବ ଖାଇବା ଲାଗି କେହି ପସନ୍ଦ କରନ୍ତି ନାହିଁ   । ସେଗୁଡିକୁ ସଢାଇ ଫୋପାଡିବା ହିଁ ସାଧାରଣତଃ ଦେଖାଯାଇଥାଏ  । କିନ୍ତୁ ଖଟା ଆମ୍ବଗୁଡିକୁ ମିଠା ମିଶାଇ ବା ଖଟା ଆମ୍ବ ରସରେ ମିଠା ଆମ୍ବରସ ମିଶାଇ ଆମ୍ବସଢା କରି ବିନିଯୋଗ କରାଯାଇପାରେ   । ଆମ୍ବସଢା ଖଣ୍ଡର ଆଚାର ବି କମ ରୁଚିକର ନୁହେଁ   ।

ପ୍ରଥମେ ଆମ୍ବଗୁଡିକୁ ଭଲଭାବରେ ଧୋଇ ପରିଷ୍କାର ରଖାଯାଏ   । ସେଥିରୁ ରସ ଚିପୁଡି ବାହାର କରି ଆଲୁମିନିୟମ ଡେକଚିରେ ରଖାଯାଏ   । ପତଳା ପରିଷ୍କାର ମଶାରୀ କନାରେ ରସ ଛାଣି ସେଥିରେ ଶତକଡା 2 ରୁ 4 ଭାଗ ଚିନୀ ମିଶାଇ ରଖାଯାଏ   । ସେହି ରସରେ ହାଲୁକା ଖାଦ୍ୟ ରଙ୍ଗ ବା ଚକଲେଟ ରଙ୍ଗ ମିଶାଇ ଭଲଭାବେ ଗୋଳି ଦିଆଯାଏ   ।

ରସକୁ ଓଜନ କରି ସେଥିରେ ପ୍ରତି 50 କେଜି ରସ ପ୍ରତି 117 ଗ୍ରାମ ସୋଡିୟମ ବେଞ୍ଜୋଏଟ ଗୋଳାଇ ଦିଆଯାଏ   । ପରିଷ୍କାର ଡାଲା ଟିଣ ବା ଆଲୁମିନିୟମ ଟ୍ରେ ରେ ଘିଅ ବା ଲହୁଣୀ ଲଗାଇ ରସ ଢଳାଯାଇପାରେ   । ଆଜିକାଲୀ ମଖନ କାଗଜ ମିଳୁଛି   । ସେଗୁଡିକ ନେଇ ମଧ୍ୟ ବ୍ୟବହାର କରାଯାଇପାରେ    । ରସ ଖୁବ ପତଳା ସ୍ତର ହେବା ଉଚିତ   । ଡାଲାଗୁଡିକ ମଶାରୀ କାନା ଦ୍ଵାରା ଢାଙ୍କି ଖରାରେ ସୁଖାଯାଏ   । ଏହି ସ୍ତରଟି ଶୁଖିଯିବା ପରେ ପୁଣି ଆଉ ଗୋଟିଏ ପତଳା ସ୍ତର ରସ ଢାଳି ଶୁଖାଇବାକୁ ହୁଏ   । ଏହିପରି ଥରକୁ ଥର ପତଳା ସ୍ତର ରସ ଢାଳି ସୁଖାଇବା ପରେ ଯେତେବେଳେ ଆମ୍ବ ସଢାର ମୋଟ  ¼ ରୁ ½ କିମ୍ବା ଅଧିକ ମୋଟାର ହୋଇଯାଏ ତାକୁ ଗୋଟିଏ କାଠ ବାକ୍ସ ବା ଅନ୍ୟ କୌଣସି ଆଧାରର ରଖି ଗନ୍ଧକ ଧୂଆଁ ଦିଆଯାଏ   । ଏହା କରିବା ଫଳରେ ଆମ୍ବ ସଢାର ରଙ୍ଗ ସତେଜ ରହେ ଓ ଏହାକୁ ପୋକ ଏବଂ ରୋଗ ଆକ୍ରମଣରୁ ରଖା କରାଯାଇପାରେ   । ଆମ୍ବସଢାର ପରିମାଣକୁ ଦେଖି ଅଳ୍ପ ପରିମାଣର ଗନ୍ଧକ ପୋଡିବା ଉଚିତ   ।

ଆମ୍ବସଢାକୁ ଛୋଟ ଛୋଟ ଖଣ୍ଡ କରି କାଟି ଲହୁଣୀ ବା ମଖନ କାଗଜରେ ଗୁଡାଇ ବୋତଲରେ ସଂରକ୍ଷିତ କରାଯାଇପାରେ   । ଅମୃତଭଣ୍ଡା , ଅଁଳା ,କମଳା ଓ ଏପରି ଅନ୍ୟାନ୍ୟ ଫଳରସକୁ ଏହି ନୀତିରେ ସଂରକ୍ଷିତ କରାଯାଇପାରେ   ।

ଆମ୍ବୁଲ ତିଆରି

ଆମ୍ବୁଲ ହେଉଛି ନିତ୍ୟ ବ୍ୟବହର୍ଯ୍ୟ ଜିନିଷ   । ଆମ୍ବ ମିଳିବା ସମୟରେ ଆମ୍ବୁଲ ତିଆରି କରାଗଲେ ବର୍ଷସାରା ତାହା ଖଟାର କାମ ଦେଇଥାଏ   । ଗାଁ ଗହଳିରେ ଆମ୍ବୁଲର ସ୍ଥାନ ବହୁ ଉଚ୍ଚରେ   ।  ଏହା ସବୁ ପ୍ରକାରର ଆମ୍ବରୁ ତିଆରି କରାଯାଇ ନ ପାରେ   । ଛୋଟ ଖଟାଯୁକ୍ତ ଆମ୍ବର କଞ୍ଚା ଅବସ୍ଥାରେ ହିଁ ଏହା ତିଆରି କରିବା ଲାଗି ଉପଯୁକ୍ତ  ।  ଏହା ଦୁଇ ରକମର ତିଆରି କରାଯାଇପାରେ   ।

ଲୁଣ ବିହୀନ ,  ଲୁଣଯୁକ୍ତ

ଲୁଣଯୁକ୍ତ ଆମ୍ବୁଲ ବହୁଦିନ ଯାଏ ସଂରକ୍ଷିତ ହୋଇପାରେ   । ଶୀଘ୍ର  ପୋକଖିଆ ହୋଇନଥାଏ   । ଲୁଣ ବିହୀନ ଆମ୍ବୁଲ ତିଆରି କରିବାକୁ ହେଲେ ପ୍ରଥମେ ଖଟା ଆମ୍ବଗୁଡିକୁ ଧୋଇ ଚୋପା ଚାଞ୍ଚି ଫାଳଫାଳ କରି କାଟି ଖରାରେ ଶୁଖାଇଦିଆଯାଏ   ।  ଏହିପରି କିଛି ଦିନ ଖରାରେ ଶୁଖାଇ ପୂରାପୂରି ଶୁଖିଯିବା ପରେ ସାଇତାଯାଏ   । କିନ୍ତୁ ଲୁଣଯୁକ୍ତ ଆମ୍ବୁଲ ତିଆରି କରିବାକୁ ହେଲେ ପ୍ରଥମେ କଟା ପାଚିଲା ଆମ୍ବଗୁଡିକୁ ଧୋଇ ଚୋପା ଚାଞ୍ଚି ଫାଳଫାଳ କରି କାଟି ମଝିରେ ଥିବା କୋଇଲିକୁ ବାହାର କରି ସେଗୁଡିକୁ ଗୋଟିଏ ଆଚାର ହାଣ୍ଡିରେ ଭରିଦିଆଯାଏ   । ଭରିବା ପୂର୍ବରୁ ପୁଣି ପରିଷ୍କାର ପାଣିରେ ଧୋଇଦେବା ଉଚିତ   । ସେଥିରେ ଲୁଣ ଦେଇ ଦୁଇଦିନ ଯାଏ ଜୋଇ ଦିଆଯାଏ   ।  ପରେ ପ୍ରତିଦିନ ଖରାରେ ଶୁଖାଇବାକୁ ହୁଏ   । ଆମ୍ବ ଶୁଖି ଧଳାବର୍ଣ୍ଣ ହେବାଯାଏ  (ଲୁଣ ଫାଳ ଉପର ଅଂଶରେ କମିଯାଏ ଶୁଖାଇବାକୁ ହୁଏ   ।  ପରେ ସେଗୁଡିକୁ ସଂରକ୍ଷିତ କରାଯାଏ   ।

ପନିପରିବା ସୁଖାଇବା ବିଧି

ଆମ ଦେଶରେ ଆଜିକାଲି ଅଳ୍ପ ବହୁତେ ନାନା ରକମର ପରିବା ଚାଷ କରାଯାଉଛି   । ପରିବାଗୁଡିକ ସାଧାରଣତଃ ଋତୁ ଅନୁଯାୟୀ ଅମଳ କରାଯାଏ   ।  ବର୍ଷସାରା ଗୋଟିଏ ପରିବା କ୍ଵଚିତ ମିଳିଥାଏ   । ତେଣୁ ପାରିବାଗୁଡିକୁ କୌଣସି ଉପାୟରେ ସଂରକ୍ଷିତ କରି ବର୍ଷସାରା ବ୍ୟବହାର କରିବାର ଆବଶ୍ୟକତା ରହିଛି   । ଅନ୍ୟାନ୍ୟ ଦେଶରେ ବିଧିବୈଧ ଭାବେ ପନିପରିବା ସଂରକ୍ଷଣ କରି ବ୍ୟବହାର କରିବାରେ ପ୍ରଥା ହେଉଛି ଅତି ଉନ୍ନତ ଧରଣର   । କିନ୍ତୁ ଆମ ଦେଶରେ ଏହା ସେପରି ସମ୍ଭବ ହୋଇପାରିଣୀ   । ଋତୁରେ ପରିବାଗୁଡିକର ପ୍ରାଚୁର୍ଯ୍ୟ ହେତୁ ସେଗୁଡିକର ଦରଦାମ ବହୁତ ତଳକୁ ଖସିଯାଏ   । ଏପରି ହେବା ଫାଳରେ ଚାଷୀର ଅଶେଷ କ୍ଷତି ଘଟେ ଓ ପନିପରିବା ପଚିସଢି ବହୁତ ନଷ୍ଟ ହୋଇଯାଏ  । ସେଗୁଡିକୁ ଉଚିତ ପନ୍ଥାରେ ଶୁଖାଇ ସାଇତି ରଖିବା ଦ୍ଵାରା ଖାଦ୍ୟରୂପେ ଭବିଷ୍ୟତରେ ବ୍ୟବହାର ହେବ ସଙ୍ଗେ ସଙ୍ଗେ ଆର୍ଥିକ ଦୁର୍ଗତିରୁ ରକ୍ଷା ମିଳିଥାଏ   । ଏହା ବ୍ୟବସାୟିକ ଭିତ୍ତିରେ ମଧ୍ୟ କରାଯାଇପାରେ  । ସେପରି କରିବାକୁ ହେଲେ ବହୁଳ ପନିପରିବା ଚାଷ ଅଞ୍ଚଳରେ କାରଖାନା ସ୍ଥାପନ କରିବା ଉଚିତ   । ତେବେ ଗୃହ ସଂରକ୍ଷଣ ଭିତ୍ତିରେ ଗ୍ରାମ ଓ ସହରମାନଙ୍କରେ ଏହା କରାଯାଇପାରେ   ।

ଫଳ ଓ ପନିପରିବାଗୁଡିକୁ ଶୀତଳ ଭଣ୍ଡାରରେ ସଂରକ୍ଷିତ କରାଯାଇପାରେ   । କିନ୍ତୁ ସବୁ କ୍ଷେତ୍ରରେ ଶୀତଳଭଣ୍ଡାର ସ୍ଥାପନ କରିବା ସହଜ କଥା ନୁହେଁ   । ସେଥିହେତୁ ଶୁଖାଇ ସାଇତିବା ସାଧାରଣ ଲୋକଙ୍କ ପକ୍ଷେ ସହଜ ସାପେକ୍ଷ   । ଗତ ମହାଯୁଦ୍ଧ ସମୟରେ ପନିପରିବା ଶୁଖାଇ ବ୍ୟବହାର କରିବା ଅତି ଜରୁରୀ ହୋଇପଡିଲା   । କାରଣ କଞ୍ଚା ତଟକା ପନିପରିବା ଯୁଦ୍ଧ ଶିବିରରେ ପହଞ୍ଚିବା ଅତି କଷ୍ଟସାଧ୍ୟ ହେଉଥିଲା ଓ ନିୟମିତ ଭାବେ ସବୁ ପ୍ରକାରର ତଟକା ପରିବା ଯୋଗାଇବା ଅସମ୍ଭବ ହେଉଥିଲା  । ସଂରକ୍ଷିତ ଫଳ ପରିବା ବିଶେଷ କରି ନିର୍ଜଳୀକରଣ ବିଧିରେ ଶୁଖାଇ କମ ଖର୍ଚ୍ଚରେ ଅତି ସୁବିଧାରେ ସେମାନଙ୍କୁ ଯୋଗାଇ ଦିଆଯିବାର ଉପାୟ କରାଯାଇଥିଲା   ।

ପରିବାଗୁଡିକ ତଟକା , ଛନଛନିଆ ଓ ସତେଜ ହେବା ଉଚିତ    । କେଞ୍ଜିଡି ବା ଅତିପକ୍ଵ ଅବସ୍ଥା ରେ ପହଞ୍ଚି ନଥିବା ଆବଶ୍ୟକ   । ଶୁଖିଯାଇଥିବା , ରୋଗା ଓ ପୋକଖିଆ ପରିବା କୌଣସିମତେ ବ୍ୟବହାର କରିବା ଅନୁଚିତ   ।

ପନିପରିବାଗୁଡିକରୁ ଆଦରକାରୀ ଅଂଶଗୁଡିକୁ କାଟି ବାହାର କରିଦେବା ପରେ ଭଲଭାବରେ ପାଣିରେ 2 ରୁ 3 ଥର ଧୋଇ ସେଥିରେ ଲାଖି ରହିଥିବା ମାଟି ଓ ଅନ୍ୟାନ୍ୟ ଆବର୍ଜନାଗୁଡିକୁ ବାହାର କରିବା ଦରକାର   । ସୂଚୀପତ୍ରରେ ଦିଆଯାଇଥିବା ମୁତାବକ ପରେ ପରିବାଗୁଡିକୁ ପ୍ରସ୍ତୁତ କରି ଓ ଉପଚାର ପ୍ରୟୋଗ କରି ଖରାରେ ଓ ଯନ୍ତ୍ରରେ ଶୁଖାଯାଇପାରେ   । କିନ୍ତୁ ପୂରାପୂରି ଯନ୍ତ୍ର ସାହାଯ୍ୟରେ ସୁଖାଗଲେ ଉତ୍ତମ ଶୁଖା ପରିବା ମିଳିଥାଏ   । ଶୁଖିଗଲା ପରେ ଟିଣରେ ବା ବୋତଲରେ ଭରି ମୁହଁ ବନ୍ଦକରି ସଂରକ୍ଷିତ କରାଯାଏ   ।

ପନିପରିବା ସୁଖାଇବା ସମୟରେ ଅନ୍ୟାନ୍ୟ କେତେଗୁଡିଏ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ   । ବନ୍ଧାକୋବି ଶୁଖାଯିବା ପୂର୍ବରୁ ବାହାରର ବୁଢା ପତ୍ରକୁ ବାହାର କରି ଦେବା ଉଚିତ   । ମୂଳାଜାତୀୟ ପରିବାଗୁଡିକ ବେସୀ ସମୟ ପାଣିରେ ବତୁରାଇ ଭଲଭାବେ ଅନେକ ଥର ଧୋଇବା ଦରକାର କରିଥାଏ   । କାରଣ ସେଗୁଡିକ ଯେଉଁ ପରିସ୍ଥିତିରେ ବଢିଥାଆନ୍ତି ସେଥିରେ ନାନା ପ୍ରକାରର ମଇଳା ଆବର୍ଜନା ଓ ରୋଗଜୀବାଣୁ ଲାଖି ରହିବା ସ୍ଵାଭାବିକ   ।  ଶାଗ ଜାତୀୟ ପରିବାଗୁଡିକୁ ଭଲଭାବେ ଧୋଇ ରଖିବା ଦରକାର , କାରଣ ସେଥିରେ ମାଟି,  କୀଟ ପତଙ୍ଗ ଅଣ୍ଡା ଓ ଶଁବାଳୁଆ ଲାଖି ରହିଥାଏ   ।

ଚୋପା ଚାଞ୍ଚିବା କାର୍ଯ୍ୟ ନାନା ପ୍ରଣାଳୀ ଦ୍ଵାରା ସମ୍ପାଦିତ ହୋଇଥାଏ   । ଛୁରୀ ଦ୍ଵାରା, ବାମ୍ଫ , ବ୍ଲିଚିଂ ପାଉଡର , ଲାଇପିଲିଙ୍ଗ ଓ ଯାନ୍ତ୍ରିକ ଉପାୟରେ ଟମାଟୋଗୁଡିକୁ 30 ରୁ 60 ସେକେଣ୍ଡ ଯାଏ ବାଷ୍ପ ବା ଫୁଟୁଥିବା ପାଣିରେ ବୁଡାଇ ଚୋପା ଛଡାଯାଇଥାଏ   ।  କନ୍ଦମୂଳଗୁଡିକୁ ଚାପଯୁକ୍ତ ବାଷ୍ପ ରେ ଚୋପା  ହେବାଯାଏ ରଖି ପରେ ଲାଇଦ୍ରବ୍ୟ ସାହାଯ୍ୟରେ ଚୋପା ବାହାର କରିଯାଇଥାଏ   ।  ଏହା ଅବଶ୍ୟ ଫ୍ୟାକ୍ଟେରିରେ କରାଯାଇଥାଏ   । ବିଟ ଗୁଡିକୁ ଚାପଯୁକ୍ତ ବାଷ୍ପ ବା ଫୁଟୁଥିବା ଜଳରେ କିଛି ସମୟ ରଖି ଚୋପା ବାହାର କରାଯାଇଥାଏ  । ଗାଜର,  ଆଲୁଗୁଡିକୁ , ଅତ୍ୟଧିକ , ଚାପଯୁକ୍ତ ବାଷ୍ପରେ କିଛି ସେକେଣ୍ଡ ରଖି ହଠାତ ଚାପ ମୋଚନ କରିବା ଦ୍ଵାରା ଚୋପା ସହଜେ ବାହାରିଯାଏ   । ପିଆଜଗୁଡିକ ହାତରେ ଚୋପା ଅଲଗା କରାଯାଇଥାଏ   । ପନିପରିବା ଗୁଡିକୁ ଗରମ ଜଳ ଉପଚାର କରିବା ସଙ୍ଗେ ସଙ୍ଗେ ସମୟ ନ ଦେଇ ପରିବାଗୁଡିକୁ ଥଣ୍ଡା ଜଳରେ ବୁଡାଇବା ଦରକାର   ।

ଚୋପା ଛାଡିଯିବା ପରେ ସେଗୁଡିକ ଉଚିତ ଆକାରରେ କଟାଜୀବ ଆବଶ୍ୟକ   । କନ୍ଦମୂଳ ଗୁଡିକ ¼ , ବହଳରେ ,ଆଳୁ, ବିଟ , ଗାଜର , ଇତ୍ୟାଦିଗୁଡିକୁ ଚେକି ଚେକି କରି ବା ¼ X ¾ ର ଖଣ୍ଡ ବନ୍ଧାକୋବିକୁ ଟିକି ଟିକି କରି (4 ରୁ 8 ମିମି ମୋଟା) ପିଆଜଗୁଡିକୁ ଚେକି ଚେକି କରି 8 ମିମି ମୋଟା କରି କାଟିବା ଉଚିତ  ।

ପରିବାଗୁଡିକୁ ବ୍ଳାଚିଙ୍ଗ ପ୍ରୟୋଗ କରିବା ଆବଶ୍ୟକ   । ପିଆଜ ଓ ରସୁଣକୁ ବାଦଦେଲେ ଅନ୍ୟାନ୍ୟ ସବୁ ରକମର ପରିବାଗୁଡିକୁ ବାମ୍ଫ ବା ଫୁଟୁଥିବା ଜଳରେ କିଛି ସମୟ ବୁଡାଇବା ଦରକାର  ହୋଇଥାଏ   ।  ଏହା ପ୍ରୟୋଗ କରିବା ଦ୍ଵାରା ଶୁଖା ପରିବାଗୁଡିକରେ ହେଉଥିବା ଏନଜାଇମ ଜନିତ ରାସାୟନିକ ପରିବର୍ତ୍ତନ ଅବସାନ ଘଟିଥାଏ   । ଫଳରେ ସଂରକ୍ଷିତ ସମୟ ବଢିଯାଏ   । ତାଛଡା ଶୁଖା ପରିବାଗୁଡିକ ବ୍ୟବହାର ପୂର୍ବରୁ କିଛି ସମୟ ପାଣିରେ ଭିଜାଇବା ପରେ ତଟକା ପରିବା ପରି ଅନେକାଂଶରେ ହୋଇଥାଏ   । ଫୁଟାଜଳ ପରିବର୍ତ୍ତେ ବାମ୍ଫରେ ବ୍ଳାଚିଙ୍ଗ କରିବା ଉତ୍କୃଷ୍ଟ   । କାରଣ ଏହି ପ୍ରଣାଳୀରେ ପରିବାଗୁଡିକର ଦ୍ରବ୍ୟଗୁଣ ବହୁ ପରିମାଣର ହ୍ରାସ ହୋଇ ନଥାଏ  ।

ଗନ୍ଧକ ପ୍ରୟୋଗ

ଗୋଲ ଆଳୁ, ବନ୍ଧାକୋବି , ଗାଜର , ଶାଗ,  ଶିମ୍ବ ଓ ସାଲଗମ ପରି ଅନ୍ୟ କେତେକ ପରିବା ଗନ୍ଧକ ଲବଣ ପ୍ରୟୋଗ କରାଯାଇଥାଏ  । ସାଧାରଣତଃ ସଅଳଫେଟ ବା ବାଇସଲଫେଟ କିମ୍ବା ଦୁଇଟି ମିଶ୍ରଣ ଲବଣ ପାଣିରେ ଗୋଳି ସେଥିରେ ପରିବାଗୁଡିକୁ କିଛି ସମୟ ଭିଯାଇ ବା ସିଞ୍ଚି ଶୁଖାଯାଇପାରେ   । କିନ୍ତୁ ପିଆଜ , ମଟର ଆଦି ପରିବାଗୁଡିକରେ ଏହି ପ୍ରକାରର ପ୍ରୟୋଗର ଆବଶ୍ୟକତା ନାହିଁ  ।

ଶୁଖାଯିବା ଉତ୍ତାପ

ପରିବାଗୁଡିକର ପ୍ରକାର ଭେଦରେ ଆବଶ୍ୟକ ଉତ୍ତାପର ଫରକ ହୋଇଥାଏ   । ତାଛଡା ଯେଉଁ ପରିବା ଲବଣ ପ୍ରୟୋଗ କରାଯାଇଥାଏ  ତାକୁ 160 ରୁ 165 ଫା. ହି ଉତ୍ତାପରେ ସୁଖାଗଲେ କୌଣସି କ୍ଷତି ଘଟେ ନାହିଁ    । କିନ୍ତୁ ଗନ୍ଧକ – ଲବଣରେ ଭିଜାଯାଇ ନଥିବା ପରିବାଗୁଡିକୁ 140 ରୁ ଅଧିକ ଉତ୍ତାପରେ ଶୁଖାଯାଏ ନାହିଁ   ।

ସୁଖିବା ଅନୁପାତ

ପ୍ରତି ପାଉଣ୍ଡ ଶୁଖା ପରିବା ଲାଗି କେତେ ପରିମାଣର କଞ୍ଚା ବା ତଟକା ପରିବା ଦରକାର ଏହାର ଧାରଣା ଆବଶ୍ୟକ   । ସାଧାରଣତଃ ଆଳୁ (ଅଚଞ୍ଛା) ଶୁଖା କଞ୍ଚାର ଅନୁପାତ 8 ରୁ 10 ଭାଗ ହୋଇଥାଏ   । ଅର୍ଥାତ ପ୍ରତି ଏକ କିଗରା ଶୁଖିଲଆଳୁ 8 ରୁ 10 କିଗ୍ରା କଞ୍ଚା ଦରକାର କରିଥାଏ   ।  ନିମ୍ନରେ ଦିଆଯାଇଥିବା ତାଲିକାରୁ କଞ୍ଚା ଶୁଖା ଓ ଗୋଟିଏ ରାତି ପାଣିରେ ଭିଜା ଶୁଖିଲା ପରିବାର ତୁଳନାତ୍ମକ ପ୍ରଭେଦ ଦିଆଗଲା  - (ସୁଖାପରିବା ଗୁଡିକୁ ରାନ୍ଧିବା ପୂର୍ବରୁ ଗୋଟିଏ ରାତି ଭିଜାଯିବା ଉଚିତ  ) ।

ଟେବୁଲ – ୨୫

କିଗ୍ରା – ହିସାବରେ

 

ପରିବା

କଞ୍ଚା ପରିବା

ଶୁଖା ପରିବା

ଭିଜିଯାଇଥିବା ପରିବା

ରନ୍ଧାଯିବା ଭିଜା ପରିବା

ବିଟ

10.0

1.0

5.5

6.5

ବନ୍ଧାକୋବି

14.4

1.0

5.0

8.1

ପିଆଜ

9.0

1.0

6.6

6.5

ମକା

3.0

1.0

3.2

3.4

ଆଳୁ

5.2

1.0

3.0

4.8

କନ୍ଦମୂଳ

4.0

1.0

3.6

4.8

ଶାଗ

15.0

1.0

5.0

6.3

ଶିମ୍ବ

11.0

1.0

4.5

5.7

ଟମାଟୋ

15.0

1.0

6.5

7.0

 

ପରିବାର ପକ୍ଵତା , ଅବସ୍ଥା , ପ୍ରକାର ଓ ବଢିବା ସ୍ଥାନ ଉପରେ ଅନୁପାତ ନିର୍ଭର କରିଥାଏ ।

ଆଳୁ

ପରିଷ୍କାର କରି ଧୋଇ ଚୋପା ଚାଞ୍ଚି ବା ଚୋପା ଅଲଗା କରିବାକୁ ହେଲେ ଧୁଆ ଆଳୁଗୁଡିକୁ 0.5% ବାଇ- ସଲଫାଇଟ ଦ୍ରବ୍ୟରେ ବା ବାମ୍ଫରେ 14 ମିନିଟ ରଖିବାକୁ ହୁଏ   । ଆଳୁଗୁଡିକୁ ¼ ମୋଟାକରି କାଟି ବା ଖଣ୍ଡ ଖଣ୍ଡ କରି କାଟି ସେଗୁଡିକରେ 6 ରୁ 7 ମିନିଟ ଯାଏ ବାମ୍ଫ ଦେଇ ପରେ 0.3% ଶକ୍ତି ବିଶିଷ୍ଟ ସମ ପରିମାଣରେ ମିଶାଜାଇଥିବା ସୋଡିୟମ ସଲଫାଇଟ ଓ ସୋଡିୟମ ବାଇ-ସଲଫାଇଟ ଲବଣ ଦ୍ରବ୍ୟରେ ଭିଯାଇ ନିର୍ଜଳୀକାରଣ ଯନ୍ତ୍ରରେ ଶୁଖାଯାଏ   । ଘରେ ଶୁଖାଇବାକୁ ହେଲେ ଆଳୁଗୁଡିକୁ ¼ ବହଳରେ ଚେକି ଚେକି କାଟି ସେଗୁଡିକୁ ଫୁଟୁଥିବା ପାଣିରେ 3 ରୁ 5 ମିନିଟ କରି ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେ ବୁଡାଇ ସୁଖାଯାଏ   । ଶୁଖା ଆଳୁ ଖଣ୍ଡରେ ଶତକଡା 7 ଭାଗରୁ କମ ଜଳୀୟ ଅଂଶ ରହିବା ଉଚିତ   ।

 

କନ୍ଦମୂଳ

କନ୍ଦମୂଳ ଧୋଇ 15 ରୁ, 20% ଶକ୍ତି ବିଶିଷ୍ଟ ସୋଡିୟମ ହାଡ୍ରୋକସାଇଡ ଦ୍ରବ୍ୟରେ ବା ସାହାଯ୍ୟରେ ଚୋପା ଅଲଗା କରିଦିଆଯାଏ   ।  ¼ ବହଳରେ ଖଣ୍ଡ ଖଣ୍ଡ କରି କାଟି ସେଗୁଡିକୁ 7 ମିନିଟ ଯାଏ ଫୁଟିଲା ଜଳରେ ରଖି ପରେ ଥଣ୍ଡା ଜଳରେ କିଛି ସମୟ ରଖାଯାଏ   । ପରେ ଶୁଖାଯାଏ   । ଆଲୁପରି ଏହି ପରିବାରେ 7% ରୁ କମ ଜଳ ଶୁଖା ଖଣ୍ଡରେ ରହିବା ଉଚିତ   ।

500-100 7-8 ଗ୍ରାମ ଘଣ୍ଟା

କଲରା

କଲରାଗୁଡିକ ଖଣ୍ଡ ଖଣ୍ଡ କରି କାଟି 7 ରୁ 8 ମିନିଟ ଯାଏ , ବ୍ଳାଚିଙ୍ଗ କରି ସୁଖାଯାଏ

500-100 7-8 ଗ୍ରାମ ଘଣ୍ଟା

ପିଆଜ

ପିଆଜ, ମୁଣ୍ଡି, ଚେର ଓ ଚୋପ, ଅଲଗା କରି ପରିଷ୍କାର କରି ଧୋଇ ଦିଆଯାଏ   , 1/8 ବହଳରେ ଚେକି ଚେକି କାଟି 3% ଶକ୍ତି ବିଶିଷ୍ଟ ଲୁଣ ପାଣିରେ ବୁଡାଇ ଶୁଖାଯାଇପାରେ   । ଖୁବ କମ ସମୟ ଲାଗି ଗନ୍ଧକ ଧୂଆଁ ଦିଆଯାଇପାରେ   । କମ ଶକ୍ତି ବିଶିଷ୍ଟ ସଲଫାଇଟ ଦ୍ରବ୍ୟରେ ବୁଡାଇ ଶୁଖାଯାଇପାରେ   ।

500 –ଗ୍ରାମ 7-8 ଘଣ୍ଟା

ମେଥି ଶାଗ

ଶାଗ ପତ୍ରଗୁଡିକୁ ପରିଷ୍କାର କରି ଧୋଇ ଶତକଡା 9 ଭାଗ ଲୁଣ ଦ୍ରବ୍ୟରେ (ଲୁଣ ଓ ପାଣି ମିଶାଇ )15 ସେକେଣ୍ଡ  ଯାଏ ବ୍ଳାଚିଙ୍ଗ କରି ଶୁଖାଯାଏ   ।  5% ରୁ କମ ଜଳିଆ ଅଂଶ ଶୁଖା ଶାଗରେ ରହିବା ଉଚିତ   ।

500 ଗ୍ରାମ 6-7 ଘଣ୍ଟା

ଗାଜର

ଚେରଗୁଡିକୁ ପରିଷ୍କାର କରି ଧୋଇ 5 ରୁ 10% ଶକ୍ତି ବିଶିଷ୍ଟ ସୋଡିୟମ ହାଇଡ୍ରୋକସାଇଡ ଦ୍ରବ୍ୟରେ ଲାଇ ଫିଲିଙ୍ଗ କରି ଚୋପା ଛଡ଼ାଯାଏ   ।

500 ଗ୍ରାମ 7-8 ଘଣ୍ଟା

ମକା

ନିର୍ଜଳୀକରଣ ଶୁଖା  ମକା ଭିଯାଇ ରାନ୍ଧିଲେ ତଟକା ମକା ପରି ଲାଗେ   । କିନ୍ତୁ ଖରା ଶୁଖା ମକା ସେହିପରି ଲାଗେ ନାହିଁ   । କଞ୍ଚା ମକାଗୁଡିକୁ ବାହାରର ଆଭରଣ ଇତ୍ୟାଦି ଛଡାଇ ଭୁଣ୍ଡିସହ 10 ମିନିଟ ଯାଏ ଫୁଟିଲା ପାଣିରେ ରଖି ପରେ ଚେକି ଚେକି କରି କାଟି (ଭୁଣ୍ଡିସହ ) ଶୁଖାଯାଏ   ।

500-900 ଗ୍ରାମ

ଶିମ୍ବ ଜାତୀୟ ପରିବା

କଅଁଳ ତଟକା ଶିମ୍ବ ଛୁଇଁଗୁଡିକୁ ଧୋଇ ଖଣ୍ଡ ଖଣ୍ଡ କରି ଭାଙ୍ଗି ବା କାଟି ଫୁଟିଲା ଜଳର 3-6 ମିନିଟ ଯାଏ ବ୍ଳାଚିଙ୍ଗ କରି ସୁଖାଯାଏ   । ଜଳୀୟ ଅଂଶ ଶତକଡା 5 ରୁ କମ ଭାଗ ରହିବା ଉଚିତ   ।

4000 7-8 ଗ୍ରାମ

ମଟର

ମଞ୍ଜିଗୁଡିକୁ ବାହାର କରି 2-5 ମିନିଟ ଯାଏ ପୂର୍ବପରି ବ୍ଳାଚିଙ୍ଗ କରି ଶୁଖାଯାଏ

1000 ଗ୍ରାମ

ଶାଗ ପାଳଙ୍ଗ

ଶାଗ ପତ୍ରଗୁଡିକୁ ଭଲଭାବେ ବାଛି ଓ ପାଳଙ୍ଗ ଧୋଇ 3-5 ମିନିଟ ଯାଏ ଟାପ ବା ଗରମ ପାଣିରେ ବ୍ଳାଚିଙ୍ଗ କରି ଶୁଖାଯିବା ଉଚିତ  (ଜଳୀୟ ଅଂଶ 5% କମ ରହିବା ଉଚିତ   )

500 ଗ୍ରାମ

ବୋଇତି କଖାରୁ

ପାଚିଲା ଲାଲ କଖାରୁ ନେଇ ଚୋପା ଚାଞ୍ଚି ଭିତରର ତନ୍ତୁ

1000 7 ରୁ 8 ଗ୍ରାମ ଘଣ୍ଟା

ଟମାଟୋ

ପରିବାଗୁଡିକୁ ଧୋଇ ମୁଣ୍ଡି ଆଦି ଅଲଗା କରି ¼ ମୋଟା ଚେକି ଚେକି କରି ସେଗୁଡିକୁ 30 ମିନିଟ ଯାଏ ଗନ୍ଧକ ଧୂଆଁ ପ୍ରୟୋଗ କରି ଶୁଖାଯାଏ  (ରଙ୍ଗ ରକ୍ଷା କରିବା ଲାଗି ଏହି ପ୍ରୟୋଗ ଆବଶ୍ୟକ )

1000 7 ରୁ 8 ଗ୍ରାମ ଘଣ୍ଟା

ବନ୍ଧାକୋବି

ବନ୍ଧାକୋବି କାଟି  (ଟିକି ଟିକି କରି ) 2 ମିନିଟଯାଏ ଶତକଡା 1-0 ଭାଗ ବିଶିଷ୍ଟ ସୋଡିୟମବାଇ- କାର୍ବୋନେଟ (ଖାଇବାସୋଡା) ଦ୍ରବ୍ୟ ଫୁଟୁଥିବା ଅବସ୍ଥାରେ ରଖି ପରେ ଥଣ୍ଡା ଜଳରେ ପିଚକାରିକରି ଧୋଇ ଶୁଖାଯାଏ   ।

1000  ଗ୍ରାମ

ଫୁଲକୋବି

ଫୁଲଗୁଡିକୁ ଧୋଇ ଛୋଟ ଛୋଟ କରି ଭାଙ୍ଗି ଦିଆଯାଏ   ଓ 4-5 ମିନିଟ ଯାଏ ବ୍ଳାଚିଙ୍ଗ କରି ଶୁଖାଯାଏ   । ବନ୍ଧାକୋବି ପରି ସୋଡିୟମ ବାଇ- କାର୍ବୋନେଟ ଜଳରେ ବ୍ଳାଚିଙ୍ଗ କରିବା ଭଲ   । ଏପରି କଲେ ରଙ୍ଗ  ନଷ୍ଟ ହୁଏ ନାହିଁ  ।

1000 7 ରୁ 8 ଗ୍ରାମ ଘଣ୍ଟା

ବିଟ

ଖଣ୍ଡ ଖଣ୍ଡ କରି କାଟି (1/4 ମୋଟା) ଟିଣ ଡବା ସାଇତି ପ୍ରଣାଳୀରେ ପ୍ରସ୍ତୁତ କରି ଶୁଖାଯାଏ

1000 7 ରୁ 8 ଗ୍ରାମ ଘଣ୍ଟା

ଭେଣ୍ଡି

ଭେଣ୍ଡିଗୁଡିକ ବଡ ହୋଇଥିଲେ ଗଡି ଗଡି କରି ଓ ଛୋଟ ହୋଇଥିଲେ ଗୋଟା ଆକାରରେ ରଖି 2-5 ମିନିଟ ଯାଏ ଟାପ୍ମ ବା ଫୁଟୁଥିବା ପାଣିରେ ବ୍ଳାଚିଙ୍ଗ କରାଯାଏ ଓ ସଙ୍ଗେ ସଙ୍ଗେ ଥଣ୍ଡା ଜଳରେ ବୁଡାଇ ବ ଜଳ ସିଞ୍ଚି ଶୁଖାଯାଏ   ।

 

ରସୁଣ

ରସୁଣ ଖୋସାଗୁଡିକୁ ଅଲଗା କରି ପତଳା ଆବରଣ ଅଲଗା କରାଯାଏ ଓ ଶୁଖାଯାଏ

500 ରୁ 1000 ଗ୍ରାମ ଘଣ୍ଟା

ମୂଳା

ଧୋଇ କାଟି ଶୁଖାଯାଏ

1000 7 ରୁ 8 ଗ୍ରାମ ଘଣ୍ଟା

 

ଆଧାର – ଓଡିଶା ରାଜ୍ୟ ଓ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା

 

4.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top