ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ପନିପରିବା ସଂରକ୍ଷଣ ବିଜ୍ଞାନ(ତୃତୀୟ ଅଧ୍ୟାୟ)
ସେଆର କରନ୍ତୁ

ପନିପରିବା ସଂରକ୍ଷଣ ବିଜ୍ଞାନ(ତୃତୀୟ ଅଧ୍ୟାୟ)

ପନିପରିବା ସଂରକ୍ଷଣ ବିଜ୍ଞାନ(ତୃତୀୟ ଅଧ୍ୟାୟ)

ଶୀତଳ ଭଣ୍ଡାରରେ ସଂରକ୍ଷଣ ପଦ୍ଧତି ଏବଂ ସାଇତିବା ପ୍ରଣାଳୀ

ସାଇତିବା ବ୍ୟବସ୍ଥା

ଫସଲ ଅମଳ – ପରବର୍ତ୍ତୀ ପରିଚାଳନା ଉଦ୍ୟାନ କୃଷି ନିମନ୍ତେ ମୁଖ୍ୟ ଆବଶ୍ୟକୀୟ ବ୍ୟବସ୍ଥା   । ଫଳ ଓ ପନିପରିବା ଉଚିତ ସାଇତିବା ବ୍ୟବସ୍ଥା କରାଗଲେ ଏହା ବର୍ଷର ବହୁ ସମୟ ଯାଏ ମିଳିପାରିବ   ।  ଭାରତ ତଥା ଓଡିଶାରେ ସାଇତିବା ବ୍ୟବସ୍ଥା , ବିଶେଷକରି ଉଦ୍ୟାନ ଫସଲ ସକାଶେ ନଗଣ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ   । ଅମଳ ହେଉଥିବା ,ଫଳ ଓ ପନିପରିବା ସପ୍ତାହ ସପ୍ତାହ ଧରି ବାହାରେ ରହୁଥିବା ଦ୍ଵାରା ନଷ୍ଟ ହୋଇଥାଏ ଓ ଖାଦ୍ୟ ଗୁଣ ତଥା ସ୍ଵାଦୁରେ ଅବନତି ଘଟିଥାଏ   । ଫଳ ବା ପନିପରିବାରେ ଉତସ୍ଵେଦନ , ଶ୍ଵାସ ପ୍ରକ୍ରିୟା , ପରିପକ୍ଵ ପ୍ରକ୍ରିୟା ଇତ୍ୟାଦି ଜୈବିକ ପ୍ରକ୍ରିୟା ଅଧିକ ବେଗରେ ଚାଲୁ ରହିଥାଏ  , ଓ ରୋଗ ଜୀବାଣୁ ଆକ୍ରମଣ କରି ସେଗୁଡିକୁ ନଷ୍ଟ କରିଥାନ୍ତି   । ତେଣୁ ଫଳ ଓ ପନିପରିବାକୁ ଅଧିକ ସମୟ ସୁସ୍ଥ ଅବସ୍ଥାରେ ରଖିବା ଲାଗି ଅମଳ- ପରବର୍ତ୍ତୀ ଯତ୍ନ କରିବାକୁ ହେଲେ ଉଚିତ ପାରିପାର୍ଶ୍ଵିକ ଅବସ୍ଥା ଆକଳନ କରିବା ଦରକାର   ।

ଏଥିପାଇଁ ମୁଖ୍ୟତଃ ଉଚିତ ଉତ୍ତାପ ଓ ଆର୍ଦ୍ରତାର ପରିଚାଳନା ପାଇଁ ଚାପ ବିଶିଷ୍ଟ କେତେକ ଗ୍ୟାସର ବ୍ୟବସ୍ଥା , ରାସାୟନିକ ପଦାର୍ଥର ବ୍ୟବହାର ଓ କିରଣନ ର ସଦୁପଯୋଗ କରାଯାଇଥାଏ   ।

ଅନେକ ପ୍ରକାରର ପ୍ରବିଧି ଓ ପ୍ରଣାଳୀର ବ୍ୟବହାରରେ ଫଳ ଓ ପନିପରିବାର ସଂଚାଳନ ଜୀବନ ବଢାଇ ଦିଆଯାଇପାରେ  ।  ଏଥିପାଇଁ ହିମୀକରଣ , ଶୀତଳ ଭଣ୍ଡାର , ଥଣ୍ଡା ଶୁଷ୍କ – ପରିବେଶ , ବରଫ କୁଳାର ନିୟନ୍ତ୍ରଣ ବାୟୁମଣ୍ଡଳ ବା ପରିବର୍ତ୍ତନ ବାୟୁମଣ୍ଡଲ , ହାଇପୋବେରିକ , ମହମ ପ୍ରଲେପ , ଗୋଲମରୀଚ ଫିଲିମ,  ରାସାୟନିକ ଦ୍ରବ୍ୟ , ଅଭିଶୀତିତ କ୍ଷତ ରୁ ରକ୍ଷା , କିରଣନ ବାଷ୍ପୀକୃତ ଶୀତଳିକରଣ ଶୀତଳ ଭବନ ବା ପ୍ରକୋଷ୍ଠ ଆଦିର ବ୍ୟବହାର କରାଯାଇଥାଏ   ।  ଏହି ପ୍ରାଣାଳୀରେ ବ୍ୟବହାରରେ ଫଳ ଓ ପନିପରିବା ଶ୍ଵାସ ପ୍ରକ୍ରିୟା , ଉତ୍ସେଦନ  ଓ ପରିପକ୍ଵତାର ଗତିକୁ ହ୍ରାସ କରିବା କାର୍ଯ୍ୟ ସାଧିତ ହୋଇଥାଏ   ।

 

ଥଣ୍ଡା ପରିସ୍ଥିତି ଦୁଇପ୍ରକାରର ହୋଇଥାଏ

  • ପ୍ରାକୃତିକ – କାକର ଖୋଲା ରାତି , ବରଫ ସିଞ୍ଚନ , ବର୍ଷା ଇତ୍ୟାଦି
  • କୃତ୍ରିମ   - ଶୀତଳ ଭଣ୍ଡାର ରେଫ୍ରିଜରେଟର , ବରଫକୃତ

ଫଳ ଓ ପନିପରିବା

  • ଅନେକ ସ୍ଥାନରେ ବର୍ଷାରେ ଅଧିକାଂଶ ସମୟରେ ପ୍ରାକୃତିକ ବରଫପାଟ ହୋଇଥାଏ   ।  ଏହି ଜାଗାଗୁଡିକରେ ଫଳପାରିବା ତଥା ଅନ୍ୟାନ୍ୟ ଖାଦ୍ୟ ଜିନିଷ ବହୁଦିନ ପର୍ଯ୍ୟନ୍ତ ଅତି ଶସ୍ତାରେ ସଂରକ୍ଷିତ କରି ବ୍ୟବହାର କରାଯାଇଥାଏ   ।  ତା ଛଡା ଫଳ ପାରିବାକୁ କାକର ପଡୁଥିବା ଖୋଲାସ୍ଥାନରେ ରାଖୀ କୌଣସି ପ୍ରକାରେ ସେଗୁଡିକର ସଂରକ୍ଷଣ କିଛି ସମୟ ଲାଗି ବୃଦ୍ଧି କରାଯାଇଥାଏ   ।  ଏହାଛଡା ଥଣ୍ଡା ଜାଗାରେ ଥଣ୍ଡା ପାଣି ସିଞ୍ଚି ପରିବାକୁ ଖୁବ କମ ସମୟ ଲାଗି ସଂରକ୍ଷିତ କରାଯାଇଥାଏ     ।  କଣ୍ଡାଝରା ବର୍ଷାରେ ପନିପରିବା ଗୁଡିକୁ ରକ୍ଷାଗଲେ ମଧ୍ୟ ତାହା କିଛି ସମୟ ଲାଗି ସତେଜ ରହେ   ।
  • କୃତ୍ରିମ ଉପାୟରେ ଫଳ ପନିପରିବା ଆଦି ଖାଦ୍ୟ ଜିନିଷ ବହୁ ସମୟ ଲାଗି ସଂରକ୍ଷିତ କରାଯାଇପାରେ   । ସେଥିଲାଗି ଶୀତଳ ଭଣ୍ଡାର ସଦବ୍ୟବହାର କରାଯାଇଥାଏ   ।  ତାଛଡା ଆଜିକାଲି ଗୃହରେ ବ୍ୟବହାର ବିଭିନ୍ନ ଆକାରର ରେଫ୍ରେଜରେଟର  ଯନ୍ତ୍ର ଓ ବ୍ୟବହାର ଦ୍ଵାରା ଖାଦ୍ୟ ଜିନିଷ ସଂରକ୍ଷିତ କରାଯାଇଥାଏ   । ବିଦ୍ୟୁତଚାଳିତ , କିରୋସିନୀ ଚାଳିତ ଏହି ପ୍ରକାର ଯନ୍ତ୍ର ବ୍ୟବହାର କରାଯାଇଥାଏ   ।
  • ବରଫକୃତ ଫଳ ଓ ପନିପରିବା କରିବାକୁ ହେଲେ ନିର୍ଦ୍ଧିଷ୍ଟ ପ୍ରକାରର ଫଳ ପାଇବାକୁ ନିର୍ଦ୍ଧିଷ୍ଟ ରୀତିରେ ପ୍ରସ୍ତୁତ କରି Deep Freeze ରେ ରଖି ଉତ୍ତାପ ବହୁତ କମ କରି ଦିଆଯାଏ   ।  ସେଗୁଡିକରେ ଥିବା ଜଳୀୟ ଅଂଶ ବରଫରେ ପରିଣତ ହୋଇଯାଏ ଓ ଏହିପରି ଅବସ୍ଥାରେ , ଶୀତଳ ପରିବେଶରେ ବ୍ୟବହାର କରିବା ଯାଏ ରଖାଯାଇଥାଏ   ।

ପ୍ରଶୀତନ

ପ୍ରଶୀତନର ମୌଳିକ କାର୍ଯ୍ୟ ଫଳ ଓ ପନିପରିବାରୁ ଉତ୍ତାପ ବାହାର କରିଦେବା  ।  ଏହି ପ୍ରଣାଳୀରେ ଏମୋନିୟା , ଫ୍ରିଅନ ଆଦି ପ୍ରଶିତନର ବାଷ୍ପ ବ୍ୟବହୃତ ହୋଇଥାଏ   ।  ଏହି ବାଷ୍ପ ବିସ୍ତାରିତ ହେଲେ ପ୍ରସିତନ ବଖରାରୁ ବା ଭଣ୍ଡାର ଘରୁ ଉତ୍ତାପ ଗ୍ରହଣ କରିଥାଏ   ।  ଏହି ବିସ୍ତାରିତ ବାଷ୍ପକୁ ପୁଣି ନାଲି ଭିତରେ ସଙ୍କୁଚିତ କରିବା ପରେ ପ୍ରବାହିତ ଥଣ୍ଡା ଜଳଦ୍ଵାରା ବା ବାୟୁ ସଞ୍ଚାଳନ ଦ୍ଵାରା ସେହି ଉତ୍ତାପକୁ ସେଥିରୁ ବାହାର କରାଯାଏ   ।  ଏହାପରେ ପ୍ରଶୀତନର ପୁଣି ବାଷ୍ପାବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତିତ ହୋଇଥାଏ   । ଏହିପରି ଥରକୁ ଥର ଓ ନିରବଛିନ୍ନ ଭାବେ ଚାଲୁରହେ   ।

ଶୀତଳ ଭଣ୍ଡାରରେ ଶୀତଳ ବାୟୁର ସଞ୍ଚାଳନ କରାଯାଇ ଫଳ , ପନିପରିବା ଆଦି ସଂରକ୍ଷିତ ହୁଏ   ।   ଓଡିଶାରେ ପ୍ରଧାନତଃ ଖାଇବା ଆଳୁ ଆଦି କିଛି ପରିମାଣ ସାଇତି ରଖାଯାଏ   । ପରୀକ୍ଷା ଦ୍ଵାରା ଦେଖାଯାଇଛି ଯେ ବିଭିନ୍ନ କିସମର ଆଳୁଗୁଡିକ ୩୫-୩୮ ସହ ୮୫-୯୦% ଆର୍ଦ୍ରତାରେ ରଖି ସଂରକ୍ଷଣ କରାଯାଇଥାଏ   । ଭିନ୍ନ ଭିନ୍ନ ଫଳ ଓ ପନିପରିବା ଲାଗି ଭିନ୍ନ ଭିନ୍ନ ଉତ୍ତାପ ଦରକାର ହୁଏ   । କେତେଗୁଡିଏ ଫଳ ଓ ପାରିବାର ଦରକାର ହେଉଥିବା ସଂରକ୍ଷଣ ଉତ୍ତାପ , ସାପେକ୍ଷ ଆର୍ଦ୍ରତା ଓ ସଂରକ୍ଷଣ ସମୟ ଟେବୁଲ – ୪ ରେ ଦିଆଗଲା   ।

ଫଳ ଓ ପନିପରିବା

ଉତ୍ତାପ ସେ .ଗ୍ରେ

ସାପେକ୍ଷ ଆର୍ଦ୍ରତା %

ସଂରକ୍ଷଣ ସମୟ (ଦିନ)

ଆମ୍ବ

୮-୧୦

୮୫-୯୦

୨୮

ଲିଚି

୮୫-୯୦

୫୬-୮୪

ପଣସ

୧୧-୧୩

୮୫-୯୦

୪୨

କଦଳୀ

୧୩

୮୫-୯୦

୭-୩୫

ବେଲ

୮୫-୯୦

୭୦-୮୪

ପିଜୁଳି

୮-୧୦

୮୫-୯୦

୪୨

କାଗଜି

୧୧-୧୩

୮୫-୯୦

୫୬

ଲେମ୍ବୁ

୫-୭

୮୫-୯୦

୪୨

ଅମୃତଭଣ୍ଡା

୮୫-୯୦

୧୪-୨୧

ସପୁରି

୮-୧୦

୮୫-୯୦

୭-୧୪

ଗାଜର

୧-୨

୯୦

୧୦-୧୪

ଫୁଲକୋବି

 

 

୧୪-୨୧

ମଟର

 

 

୭-୧୪

ବନ୍ଧାକୋବି

 

୯୫

୮୪-୧୧୨

ବିଟ

 

୯୦

୭-୧୪

ଉଲି ପିଆଜ

୧-୨

୭୫

୮୪-୨୨୪

ରସୁଣ

୧-୨

 

୧୬୮-୨୨୪

ମିଠା ମକା

୦-୧

୯୦

୪-୭

ବାଇଗଣ

୫-୧୦

 

୭-୧୦

ବିଲାତି ବାଇଗଣ

୫-୧୦

 

୨୧-୩୫

ଭେଣ୍ଡି

୧୦

୯୫

୧୪

ଭଣ୍ଡାର ଘରର ଉତ୍ତାପକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ବରଫ କୁଲର ଗୁଡିକର ମୁଖ୍ୟ କାର୍ଯ୍ୟ ଅଟେ   । ପ୍ରତି ଫଳ ବା ପନିପରିବା ନିର୍ଦ୍ଧିଷ୍ଟ ଉତ୍ତାପ ରକ୍ଷାକରି ଓ ଅଭିଶିତିତ କ୍ଷତ ନକରି ସେଗୁଡିକୁ ସୁରକ୍ଷିତ କରି ରଖାଯାଏ   ।  ଏହି ନିର୍ଦ୍ଧିଷ୍ଟ ଉତ୍ତାପରେ ପରିବର୍ତ୍ତନ ଘାତିଳେ ନିର୍ଦ୍ଧିଷ୍ଟ ସଂରକ୍ଷିତ ପଦାର୍ଥ ଠିକ ଭାବେ ସଂରକ୍ଷିତ ହୋଇନଥାଏ   । ଏହାଛଡା ଆପେକ୍ଷିକ ଆର୍ଦ୍ରତା ହେଉଛି ଏକ ପ୍ରଦାହନ ବିଷୟ ଯାହା ସଂରକ୍ଷିତ ଗୃହରେ ରକ୍ଷା କରାଯିବା ଆବଶ୍ୟକ ,  ତା ନ ହେଲେ ସଂରକ୍ଷିତ ପଦାର୍ଥ ନିର୍ଦ୍ଧିଷ୍ଟ ବିନିଯାଏ ସଂରକ୍ଷିତ ରଖାଯାଇ ପାରେନା  ।

ବରଫଯୁକ୍ତ ଥଣ୍ଡା ଶିତିତ୍ର

ଏହି ପ୍ରଣାଳୀରେ ବରଫଦ୍ଵାରା ବାୟୁମଣ୍ଡଳକୁ ଥଣ୍ଡା ବା ଶୀତଳ ଥଣ୍ଡା ବା ଶୀତଳ କରି ଫଳ ଓ ପନିପରିବା ବା ଗଣ୍ଠିଲିରେ ଥିବା ଖାଦ୍ୟପଦାର୍ଥ ଉପରେ ସଞ୍ଚାଳିତ କରିବା ଦ୍ଵାରା ସେଥିରେ ଥିବା ଅଧିକ ଉତ୍ତାପକୁ ଶୀଘ୍ର ବାହାର କରି ନିଆଯାଏ   ।  ଛୋଟିଆ ପ୍ରଶିତନ ଜନ୍ତ୍ର ବା ଶୀତଟାପ ନିୟନ୍ତ୍ରଣ ସାହାଯ୍ୟରେ ବରଫ ପ୍ରକୋଷ୍ଠରେ ଥିବା ଖୋଲା ପତା ଉପରେ ବରଫ ଜମିଥାଏ   , ଯାହାକି ଜଳ ରଖାଯାଇଥିବା ଟାଙ୍କିରେ ଏହାକୁ ଊହଲାଇ ରଖାଯାଏ ଓ ଜଳ ବରଫ ସଂସ୍ପର୍ଶରେ ଆସିବା ଦ୍ଵାରା ଥଣ୍ଡା ହୋଇଯାଏ   ।  ଏହି ଥଣ୍ଡା ଜଳ ପମ୍ଫ ସାହାଯ୍ୟରେ ଜୁଲିଙ୍ଗ ଟାୱାରକୁ ଉଠାଯାଏ । ଏହାକୁ ଥଣ୍ଡା ଜଳକୁ ସ୍ପ୍ରେ ଆକାରରେ ଛାଡିବା ଦ୍ଵାରା ଜଳୀୟ ଅଂସ ସହ ଉତ୍ତାପ ଉପରକୁ ଉଠି ଚାଲିଯାଏ ଫଳରେ ପ୍ରକୋଷ୍ଠରେ 0.5 ରୁ 0.8 ସେ , ଗ୍ରେ ଉତ୍ତାପ ରକ୍ଷା କରାଯାଇଥାଏ   ।  ଏଠିସହ ପ୍ରକୋଷ୍ଠରେ ଶତକଡା ୯୫ ଭାଗ ଆର୍ଦ୍ରତା ମଧ୍ୟ ରକ୍ଷା କରାଯାଏ , ଫଳରେ ଫଳ ଓ ପନିପରିବା ସଂରକ୍ଷିତ ହୋଇଥାଏ   ।

ନିୟନ୍ତ୍ରଣ ଓ ପରିବର୍ତ୍ତିତ ବାୟୁମଣ୍ଡଳ

ଏହି ପ୍ରଣାଳୀକୁ ଗ୍ୟାସ ସଂରକ୍ଷଣ ବା Gas Storage ବୋଲି କୁହାଯାଏ   । ସାଧାରଣତଃ ନିୟନ୍ତ୍ରଣ ଭାବେ ଅଙ୍ଗାରକାମ୍ଳଜାନ ଓ ଅମ୍ଳଜାନ ସଂରକ୍ଷଣ ଗୃହରେ ଉପଯୁକ୍ତ ଚାପ ତଥା ଶକ୍ତି ବା ପରିମାଣ ରକ୍ଷା କରି ଫଳ ଓ ପନିପରିବା ସଂରକ୍ଷିତ କରାଯାଏ   ।ଏହି ପ୍ରଣାଳୀ ସହ ପ୍ରଶୀତନ ପ୍ରଣାଳୀ ମଧ୍ୟ ସଂଯୋଗ କରି ଖାଦ୍ୟପଦାର୍ଥକୁ (ଫଳ ଓ ପନିପରିବା )ଅଧିକ ସମୟ ଲାଗି ସଂରକ୍ଷଣ କରାଯାଇପାରେ   ।  ସପୁରି ପାଇଁ ୨% ଅମ୍ଳଜାଣ ସଂରକ୍ଷଣ ଦରକାର ହୋଇଥାଏ   । ଅମୃତଭଣ୍ଡାକୁ ୫% ଅଙ୍ଗାରକାମ୍ଳଜାନ +୧%, ଅମ୍ଳଜାନ ଓ ୧୩ ସେ . ଗ୍ରେ ଉତ୍ତାପ ରେ ୨୧ ଦିନ ଯାଏ ସଂରକ୍ଷଣ କରାଯାଇପାରେ  । କଦଳୀକୁ ସବୁଜ ଓ ପକ୍ଵ ଅବସ୍ଥାରେ ରଖିବା ପାଇଁ ୧ ରୁ ୨% ଅମ୍ଳଜାନ , ୫ ରୁ ୧୦%ଅଙ୍ଗାରକାମ୍ଳଜାନ ବା ଏ ଦୁଇଟିର ମିଶ୍ରଣ ଏକ ସପ୍ତାହରୁ ଏକମାସ ଯାଏ ପରିପକ୍ଵ କରାଇଦିଏ ନାହିନ   । ଲେମ୍ବୁଜାତୀୟ ଫଳଗୁଡିକ ପାଇଁ ଏହି ପ୍ରଣାଳୀ ଉପଯୁକ୍ତ ହୋଇନଥାଏ   ।  ଏହି ପ୍ରଣାଳୀ ବ୍ୟବହାର କାଲେ ଫଳଗୁଡିକର ମୁଣ୍ଡିଅଂଶ ସଢିଯାଏ   । ଅଙ୍ଗାରକାମ୍ଳଜାନର ମାତ୍ରା ପ୍ରଧାନତଃ ବଢିବା ସଙ୍ଗେ ସଙ୍ଗେ ଏହି ପ୍ରକାରର ଅସୁବିଧା ହୋଇଥାଏ   ।

ହାଇପୋବେରିକ ସଂରକ୍ଷଣ

ଫଳ ଓ ପନିପରିବା ରଖାଯାଇଥିବା ପ୍ରକୋଷ୍ଠ ବା ଭଣ୍ଡାର ଗୃହରୁ ପମ୍ଫ ସାହାଯ୍ୟରେ ବାୟୁ ନିଷ୍କାସନ କରାଯାଇଥାଏ   ଓ ବାୟୁବିହୀନ ପରିବେଶରେ ଫଳ ଓ ପନିପରିବାକୁ ସଂରକ୍ଷିତ କରାଯାଏ   ।  ତେଣୁ ପ୍ରକୋଷ୍ଠ ବା ଭଣ୍ଡାର ଗୃହ ବାୟୁବିହୀନ ହେବା ଆବଶ୍ୟକ   ।  ଏହି ପ୍ରଣାଳୀରେ ଫଳ ଓ ପରିବା ସଂରକ୍ଷିତ କାଲେ ସେଗୁଡିକ ପରିପକ୍ଵ ତଥା ଜରାବସ୍ତା ହେବାରେ ବିଳମ୍ବ ଘଟିଥାଏ କାରଣ ଫଳ ଓ ପରିବାର ଶ୍ଵାସ ପ୍ରକ୍ରିୟା ତଥା ଇଥେଲିନ ବାଷ୍ପ ନିର୍ଗତ ହେବାରେ ବିଳମ୍ବ ଘଟେ   ।

ମହମ ଆଭରଣ

ମହମ ଆଭରଣ ଅନ୍ୟ ଏକ ପ୍ରଣାଳୀ ଯାହା ଫଳ ଓ ପନିପରିବା ସଂରକ୍ଷଣ ପାଇଁ ବ୍ୟବହୃତ ହୁଏ   । ସାଧାରଣତଃ ଏହି ପ୍ରକାରର ପଦାର୍ଥ ତଟକା ଫଳ ଓ ପନିପରିବା ଉପରଭାଗ ଚୋପା ଅଂଶରେ ଥାଏ  ତେବେ  ତାହା ଅତି ପତଳା ଆକାରରେ ଥାଏ   ।  ଏହି ପ୍ରାକୃତିକ ମହମ ଜାତିୟ ରାସାଯନିକ ପଦାର୍ଥ ସାଧାରଣତଃ ଫଳ ଓ ପାରିବା ଅମଳ ହେବା ସମୟରେ ଓ ପରବର୍ତ୍ତୀ ଯତ୍ନ ନେବା ସମୟରେ ନଷ୍ଟ ହୋଇଥାଏ   ।  କିନ୍ତୁ ଏହି ପତଳା ମହମ ଢାଙ୍କୁଣୀ ଫଳ ଓ ପନିପରିବା ବାହାରର ଜୀବାଣୁ ପ୍ରବେଶ କରିବାର ବାଧାଦିଏ   ଓ ଫଳ ପାରିବାକୁ ଶୀଘ୍ର ଶୁଖିଯିବାରୁ ବନ୍ଦ ରଖେ   । ପ୍ରାୟୋଗିକ ସଂରକ୍ଷଣ ବିଜ୍ଞାନରେ ମହମ ଢାଙ୍କୁଣୀର ବ୍ୟବହାର କରାଯାଏ   । ଏପରି କରିବା ଦ୍ଵାରା ଫଳ ଓ ପାଣିଆରିବା ଭୀତରକୁ ଜୀବାଣୁ ସହଜେ ପ୍ରବେଶ କରିପାରନ୍ତି ନାହିଁ ଓ ଭୀତରେ ଥିବା ଜଳୀୟ ଅଂଶକୁ ପଡାକୁ ଛାଡି ନଥାନ୍ତି   । ଫଳରେ ଅଧିକ ସମୟ ଲାଗି ତାହା ସୁରକ୍ଷିତ ହୋଇଥାଏ   ।  ଏହାଛଡା ଫଳ ଓ ପନିପରିବା ଭୀତରେ ଶ୍ଵାସ ପ୍ରକ୍ରିୟା ମଧ୍ୟ ତୀବ୍ର ହୋଇପାରି ନଥାଏ   । ଆଜିକାଲୀ ୱାକସ ଇମଲସାନ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି   । ଫଳ ଓ ପନିପରିବାକୁ ସେଥିରେ ଥରେ ଦୁଇଥର ବୁଡାଇ , ଥଣ୍ଡା ପବନ ଓ ଛାଇରେ ଶୁଖାଇ ସଂରକ୍ଷିତ କରାଯାଏ   । ଯେଉଁ ଆଞ୍ଚଲରେ ପ୍ରସିତନ ର ବ୍ୟବସ୍ଥା ନାହିଁ ସେହି ଅଞ୍ଚଳଗୁଡିକରେ ମହମ ଆଭରଣ ବ୍ୟବହାର କରି ଆମ୍ବ , କଦଳୀ , କମଳା, ଲେମ୍ବୁ , ସପେଟା , ଟମାଟୋ ଆଦି ନାନା ପ୍ରକାରର ଫଳ ଓ ପନିପରିବାକୁ କିଛିଦିନ ଲାଗି ଅଖ୍ୟାତ ଅବସ୍ଥାରେ ସଂରକ୍ଷିତ କରାଯାଇପାରେ   ।

ପୋଲିମେରିକ ପର୍ଦା

ଉଦ୍ୟାନ ଅମଳ ପଦାର୍ଥ ମୁଖ୍ୟତଃ ଫଳ ପାଇଁ ଅର୍ଦ୍ଧଭେଦ୍ୟ ପର୍ଦା ବ୍ୟବହାର କରାଯାଏ   । ଫଳଗୁଡିକ ଗଣ୍ଠିଲିକାରଣ କରାଯିବା ପୂର୍ବରୁ ପୋଲିମେରିକ ପର୍ଦା ବା କାଗଜ ପ୍ରତ୍ୟେକ ଫଳରେ ( ଆତ,  ସାନ୍ତରା, କମଳା ଇତ୍ୟାଦି  ) ଗଡାଇ ବା ଘୋଡାଇ ଗଣ୍ଠିଲିକରଣ ବାକସରେ ସଜାଇ ରଖାଯାଏ  ଓ ଢାଙ୍କୁଣୀ ବନ୍ଦ କରି ଦେଶ ବିଦେଶକୁ ବ୍ୟବସାୟ ସୂତ୍ରରେ ପଠାଯାଏ   ।  ଏପରି କରିବା ଦ୍ଵାରା  ପ୍ରତ୍ୟେକ ଫଳ ପୁଡିଆ ଭିତରେ ନିୟନ୍ତ୍ରଣ ବାୟୁମଣ୍ଡଲ ସୃଷ୍ଟି ହୋଇଥାଏ   ।  ଅମଳ ପରେ ଗଣ୍ଠିଲିକରଣ ହେଉଛି ଏକ ଗତିଶୀଳ ପ୍ରଣାଳୀ ଯହିଁରେ ଦୁଇଟି ମୁଖ୍ୟ ପ୍ରକ୍ରିୟା ଯଥା – ଶ୍ଵାସ ପ୍ରକ୍ରିୟା ଓ ପରଗମନ ବା ପରଭେଦନ ପ୍ରକ୍ରିୟା ଏକ ସମୟରେ ଘଟିଥାଏ  ।ଏହି ପଦ୍ଧତିରେ ଫଳଗୁଡିକ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳଜାଣ , ଇଥିଲିନ , ଜଳୀୟ ଅଂଶ ଓ ଅନ୍ୟାନ୍ୟ ଉଦବାଇ ପଦାର୍ଥ ଛାଡିବା ସଙ୍ଗେ ସଙ୍ଗେ ଏପ୍ରକାରର ବାଷ୍ପଗୁଡିକ ସୀମାବଦ୍ଧ ଓ ସ୍ଵତନ୍ତ୍ର ଭାବେ ଢଙ୍କାଯାଇଥିବା ପତଳା ପରଦା ଦେଇ  ପଦାକୁ ବାହାରି ଆସେ   ।  ପଲିଥିନ ମୁନି ଶ୍ଵାସ ପ୍ରକ୍ରିୟା ତଥା ଉତସ୍ଵେଦନ ର ଗତି ନ୍ୟୁନ କରି ଫଳଗୁଡିକର ସ୍ଵ- ଜୀବନ ବୃଦ୍ଧି ଘଟାଇଥାଏ ଓ କେତେକ ପ୍ରକାର ଫଳଗୁଡିକର ସ୍ଵ- ଜୀବନ ବୃଦ୍ଧି ଘଟାଇଥାଏ ଓ କେତେକ ପ୍ରକାର ଫଳରେ ଗୁଣାତ୍ମକ ଅଭିବୃଦ୍ଧି ଘଟାଇଥାଏ   ।

ରାସାୟନିକ ପଦାର୍ଥ

କୀଟ ଓ ରୋଗ ନିରାକରଣ ତଥା ନାସ କରିବା ଲାଗି ନାନା ପ୍ରକାର ରସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ   ।  ସେହିପରି ଫଳ ଓ ପନିପରିବା ସ୍ଵ- ଜୀବନ ବୃଦ୍ଧି ଘଟାଇବା ଲାଗି କେତେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ   । ଫଳ ଗଛରେ ପକ୍ଵାବସ୍ଥା ପହଞ୍ଚିବା ସମୟରେ ଏହା ସିଞ୍ଚନ କରାଯାଏ ଏବଂ ଭଣ୍ଡାରରେ ରଖିବା ସମୟରେ ପ୍ରୟୋଗ କରାଯିବା    ଦ୍ଵାରା ଫଳଗୁଡିକର ସ୍ଵ- ଜୀବନ  ବଢିଥାଏ   ।  ମେଳିକ ହାଇଡ୍ରୋଜାଇଡ ୧୦୦୦ ରୁ ୨୦୦୦ ପି. ପି. ଏମ ଶକ୍ତି ବିଶିଷ୍ଟ ଦ୍ରବ୍ୟରେ ବୁଡାଇ ରଖିବା ଦ୍ଵାରା ସେଗୁଡିକର ପରିପକ୍ଵବସ୍ତା ଶିଥିଳ ହୋଇଥାଏ , କିନ୍ତୁ ସପେଟା ଫଳଗୁଡିକ ଶୀଘ୍ର ପରିପକ୍ଵ କରିବା ଲାଗି ସୁବିଧା ହୋଇଥାଏ   ।  କିନ୍ତୁ ସେପଟାରେ ଆଇ.ପି. ସି ପତ୍ରରେ ସିଞ୍ଚନ କରିବା ଦ୍ଵାରା ଫଳ ଅମଳ ପରେ ଭଣ୍ଡାର ଗୃହରେ ରଖିବା ଦ୍ଵାରା ସେଗୁଡିକର ଶ୍ଵାସପ୍ରକ୍ରିୟା ପରିପକ୍ଵ ଗତି ଓ ଫଳ ନଷ୍ଟ ହେବା କମ ହୋଇଥାଏ   ।  ଲେମ୍ବୁଜାତୀୟ ଫଳଗୁଡିକୁ ୨-୪ D , ଓ ୨-୪-୫ – T ବ୍ୟବହାର କରି ସେଗୁଡିକର ସ୍ଵ- ଜୀବନ ବୃଦ୍ଧି କରାଯାଇଥାଏ   । କୁର୍ଗମେଣ୍ଡେରିନ କମଳା (ସାନ୍ତରା) ରେ ୨-୪-୫ T ବ୍ୟବହାର କରି ଭଣ୍ଡାର ଘରେ ସଂରକ୍ଷଣ କରି ରଖିଲେ ତାହା ଅଧିକ ସମୟ ସଂରକ୍ଷିତ ହେବ ସଙ୍ଗେ ସଙ୍ଗେ ଭିଟାମିନ – ସି କ୍ଷୟ ନ ହେବା ପ୍ରକ୍ରିୟା ବେଗ, କମ ହେବ,  ଫଳ ଓଜନର ହାର ଅଳ୍ପ କମିବା ସହ ଫଳଗୁଡିକ ବହୁଦିନ ଧରି ବିକ୍ରୟଯୋଗ୍ୟ ହୋଇଥାଏ   ।  କଦଳୀରେ ଯିବାରଲିକ ଅମ୍ଳ ବ୍ୟବହାର କରି ତାର ପକ୍ଵାବସ୍ଥା କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଏ     ।  ପଟାସିୟମ ପରମାଙ୍ଗାନେଟକୁ ଇଥିଲୀନ ଅବିଶୋଷକ ରୂପେ ବ୍ୟବହାର କରାଯାଏ,  ଏହା ଭାରମାକୁଲାଇଟ ର ସଂଯୋଗରେ ଇଥିଲିନ ଗ୍ୟାସକୁ ଠିକ ଭାବେ ଅବିଶୋଷଣ କରିପାରେ   ।  ପୁରାଫାଇଲ ନାମକ ରାସାୟନିକ ଅବିଶୋଷକ ପଦାର୍ଥ ଆଜିକାଲୀ ବଜାରରେ ମିଳେ   । ଏହା କ୍ଷାରଯୁକ୍ତ ପୋଟାସିୟମ ପରମାଙ୍ଗାନେଟ ସହ ସିଲିକେଟ ମିଶି କରି କଦଳୀ ଫଳ ତଟକା ରଖିବା ଲାଗି ବ୍ୟବହାର ହୁଏ   ।  ଫଳଗୁଡିକରୁ ନିର୍ଗତ ହେଉଥିବା ଇଥିଲିନ ଗ୍ୟାସକୁ ଏହି ପ୍ରକାରର ଆବଶୋଷକ ପଦାର୍ଥ ଉତ୍ତମ ରୂପେ ଅବଶୋଷଣ କରିନେବା ଦ୍ଵାରା ଫଳ ପରିପକ୍ଵାବସ୍ଥା ପହଞ୍ଚିବାରେ ବିଳମ୍ବ ଘଟେ   ।  କଦଳୀ ଫଳଗୁଡିକ ପ୍ୟୁରିଫାଇଲ ଦ୍ରବ୍ୟରେ ମୁଣିର ମୁହଁ ବନ୍ଦ କରି ଫଳକୁ ଅନେକ ଦିନଯାଏ ସଂରକ୍ଷିତ କରାଯାଏ   ।

କିରଣନ ପ୍ରୟୋଗ

କିରଣର ପ୍ରୟୋଗ ଦ୍ଵାରା ଫଳ ଓ ପନିପରିବାରେ ହେଉଥିବା ପ୍ରକ୍ରିୟା ନିୟନ୍ତ୍ରଣ କରାଯାଏ   ।  ଏହାଦ୍ଵାରା ସେଗୁଡିକର ସ୍ଵ- ଜୀବନରେ ବୃଦ୍ଧି ଘଟିଥାଏ   ।  ଗାମା କିରଣନ ଜୀବାଣୁଗୁଡିକୁ ନଷ୍ଟ କରିଥାଏ   ,  ଫଳ ଓ ପନିପରିବା ଭିତରେ ଘଟୁଥିବା ବିଭିନ୍ନ ପ୍ରକ୍ରିୟାଗୁଡିକର ପରିବର୍ତ୍ତନ ହୋଇଥାଏ   ।  ଆୟନୀକରଣ କିରଣର ଦ୍ଵାରା ଆମ୍ବ ଫଳର ପରିପକ୍ଵାବସ୍ଥା କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ   ।  କଦଳୀ ଫଳରେ ୨୫-୩୫ ରେଡସ ପ୍ରୟୋଗ କରିବା ଦ୍ଵାରା ଫଳଗୁଡିକର ପରିପକ୍ଵ ହେବାରେ ଡେରି ହୋଇଥାଏ   ।

କିରଣର ପ୍ରଣାଳୀ ପ୍ରୟୋଗ ଦ୍ଵାରା ଫଳ ଓ ପନିପରିବାରେ ନିମ୍ନ ପ୍ରକାରର ପରିବର୍ତ୍ତନ ଘଟିଥାଏ   ।

  1. ଫଳ ଗୁଡିକ ଅତି କୋମଳ ହୋଇଟ୍ଯାଏ କିନ୍ତୁ ଲେଟ୍ୟୁସ (ଶାକ ଜାତୀୟ ପାରିବା  ) ଗୁଡିକ ଅଧିକ ଦୃଢ ହେବା ଦେଖାଯାଏ   ।
  2. କିରଣନ ପ୍ରୟୋଗ ଦ୍ଵାରା ସାଧାରଣତଃ ଅଧିକାଂଶ ପୂର୍ଣ୍ଣବକାଶୀ ଫଳଗୁଡିକର ଶ୍ଵାସପ୍ରକ୍ରିୟାର ବେଗ ବଢାଇଥିବା ଜଣାଯାଏ   ।  ଫଳ ଓ ପନିପରିବାରେ ନିମ୍ନଶକ୍ତି ପ୍ରୟୋଗ ଦ୍ରୁଷ୍ଟିରୁ ଏନଯାଇମ ସକ୍ରିୟତା କିରଣନ ଦ୍ଵାରା କାର୍ଯ୍ୟକ୍ଷଣ ହେଉ ନଥିବା ଦେଖାଯାଏ   ।
  3. ଇଥିଲିନ ଉତ୍ପାଦନରେ ବୃଦ୍ଧି ଘଟୁଥିବା ଜଣାଯାଏ    ।  ବିଲାତି ବାଇଗଣ ଓ ନାସପାତି ଫଳ ଇଥିଲିନ ଉତ୍ପାଦନରେ ପରିପକ୍ଵ ପ୍ରକ୍ରିୟା କ୍ଷୀପ୍ରତାର ହୋଇନଥାଏ   ; କିନ୍ତୁ ଅନ୍ୟାନ୍ୟ ଅନେକ ଫଳରେ ଏହାର ଓଲଟା ପ୍ରଭାବ ପଡିବା ଜଣାଯାଏ   ।
  4. କିରଣନ ପ୍ରୟୋଗରେ ଫଳ ଓ ଫଳରସରୁ ରଙ୍ଗ ନଷ୍ଟ ହୋଇଥାଏ   ।
  5. ପ୍ରକ୍ରିୟାଜନିତ ଭଗ୍ନ କିରଣନ ପ୍ରୟୋଗ ଦ୍ଵାରା ଫଳ ଓ ପରିବାର କୋଷ ନଷ୍ଟ ହେବାର ଭୟ ଥାଏ   ।
  6. କିରଣନ ପ୍ରୟୋଗରେ କେତେକ କ୍ଷେତ୍ରରେ ଫଳ ପରିପକ୍ଵ ଶୀଘ୍ର ଘଟିଥାଏ   ।  (ପିଚ, ନେକଟେରିନ ଇତ୍ୟାଦି  ) ଓ ଅନ୍ୟ କେତେକ କ୍ଷେତ୍ରରେ ବିଳମ୍ବ ଘଟାଇଥାଏ   ।
  7. କିରଣନ ପ୍ରୟୋଗରେ ଫଳ ଓ ଫଳରସରେ ଥିବା ଜୀବାଶ୍ମ ନଷ୍ଟ ହୋଇଯାନ୍ତି   ।  ତେଣୁ ସେଗୁଡିକ ଉତ୍ତମ ରୂପେ ସଂରକ୍ଷିତ ହୋଇଥାଏ   ।
  8. ମଣିଷର ଶାରୀରିକ ନିରାପତ୍ତା ଲାଗି କିରଣନ ରଶ୍ମୀ କେତେଦୂର ନିରାପଦ ତାହା ଜାଣିବା ଦରକାର   ।  ଫଳ, ପନିପରିବା ଓ ସେଗୁଡିକର ତିଆରି ପଦାର୍ଥରେ ପ୍ରୟୋଗ କିରଣନ ରଶ୍ମୀ ନିରାପଦ ସ୍ତରରେ ଅଛି କି ନାହିଁ ଲୋକେ ଜାଣି ବ୍ୟବହାର କରିବା ଉଚିତ   ।

ବାଷ୍ପୀଭବନ ଶୀତଳିକରଣ ଓ ଶୀତଳ ଭବନ

ଗ୍ରୀଷ୍ମକାଳରେ ଗୃହର ଦରଜା ଓ ଝରକାଗୁଡିକରେ ଖସଖସ ପରଦା ଓହଳାଇ ଓ ସେଗୁଡିକୁ ପାଣି ସିଞ୍ଚି ଭିଯାଇ ରଖାଯାଏ   ।  ଏପରି କରିବା ଦ୍ଵାରା ଗୃହ ଭିତରେ ଥଣ୍ଡା ପରିବେଶ ସୃଷ୍ଟି ହୋଇଥାଏ   ।  ଏହି ପଦ୍ଧତି ଖରା ମାସର ଫଳ ଓ ପନିପରିବାକୁ ତଟକା ରଖିବାରେ ମଧ୍ୟ ପ୍ରୟୋଗ କରାଯାଏ   ।  ତେଣୁ ବାଷ୍ପୀଭବନ ବା ଶୀତଳ ପ୍ରକୋଷ୍ଠର ଉପଯୋଗ କରାଯାଏ   । ବାହାରର ଗରମ ଶୁଷ୍କ ବାୟୁ ଆର୍ଦ୍ର ପଟି ମଧ୍ୟ ଦେଇ ପ୍ରବାହିତ ହେଲେ ବାୟୁରେ ଥିବା ଉତ୍ତାପ ଜଳକଣାରେ ପ୍ରବେଶ ହୋଇ ଶୀତଳ ହୋଇଯାଏ   ।  ତେଣୁ ଏପରି ପ୍ରକୋଷ୍ଠ ସ୍ଥାପନ କରି ଫଳ ଓ ପନିପରିବା କିଛି ସମୟ ପାଇଁ ସାଇତି ରଖାଯାଇଥାଏ   ।  ଗୃହ ଭିତରେ ଗାଁ ତଥା ସହରଗୁଡିକରେ ଏପରି ଶସ୍ତା ପ୍ରକୋଷ୍ଠ ତିଆରି ସେଗୁଡିକର ଫଳ ଓ ପନିପରିବା ସଂରକ୍ଷଣର ସଦବ୍ୟବହାର କରାଯାଇଥାଏ   ।

ଶୀତଳ ଭବନ ବା ପ୍ରକୋଷ୍ଠ କମ ଖର୍ଚ୍ଚରେ କରାଯାଇପାରେ ଯାହାକ Low cost technology ବୋଲି ମଧ୍ୟ କୁହାଯାଏ   ।  ଆବଶ୍ୟକତା ଅନୁଯାୟୀ ଘରର ଆକାର ରଖାଯାଇପାରେ   ।

ଉଦାହରଣ ସ୍ୱରୂପ ପ୍ରକୋଷ୍ଠତି (ଗୃହଭିତ୍ତିକ ସାଇତିବା ) କରିବାକୁ ହେଲେ ୧.୬୫ ମିଟର ଲମ୍ବ ଓ ୧.୬୫ ମିଟର ଓଷାର ପାରମିତ ଜାଗାରେ ୭.୫ ସେମି ବା ଗୋଟିଏ ଇଟା ଉଚ୍ଚର ଚଟାଣ ଇଟା ଓ ସିମେଣ୍ଟ ମସଲା ଦେଇ ଗଢାଯାଏ  । ଚଟାଣ କରରେ ଚାରିପଟୁ ଭିତର କାନ୍ଥ ଓ ବାହାର କାନ୍ଥ ପ୍ରତ୍ୟେକ ୧୨୫ ମି ମି ଓସାରର ଇଟା କାନ୍ଥ ଗଢି ଦୁଇକାନ୍ଥ ମଝିରେ ୭୫ ମି ମି  ଫାଙ୍କ ଛାଡି ଦିଆଯାଏ   ।  ଏହି କାନ୍ଥର ଉଚ୍ଚ ୬୭୫ ମି ମି ରଖାଯାଏ   । ଦୁଇ କାନ୍ଥର ମଝିଫାଙ୍କରେ ବାଲି ଚାରିପଟୁ ଭରତି କରାଯାଏ ଓ ବାଲିକୁ ସର୍ବଦା ପାଣି ଦେଇ ଓଦା ରଖାଯାଏ   । ଏହି ବାଷ୍ପୀଭବନ ବାୟୁ ଶୀତଳ ହୋଇ ରହିବା ଦ୍ଵାରା ଫଳ ଓ ପନିପରିବା ଶୁଖିନଯାଇ ତଟକା ଅବସ୍ଥାରେ ରହିଥାଏ ଓ ନିଜର ଦରକାର ମୁତାବକ ଫଳ ଓ ପନିପରିବା ସେଥିରୁ ବାହାର କରି ବ୍ୟବହାର କରିବା ଲାଭଦାଯକ ଓ ସୁବିଧାଜଣକ ହୋଇଥାଏ   ।  ଶୀତଳିକରଣ ପ୍ରକୋଷ୍ଠର ଉତ୍ତାପ ବାହାର ଉତ୍ତାପଠାରୁ ୭ ରୁ ୮ ସେ. ଗ୍ରେ । କମ ରହୁଥିବା ଦେଖାଯାଏ ଓ ପ୍ରକୋଷ୍ଠରେ ଶତକଡା ୯୦ ଭାଗ ସାପେକ୍ଷ ଆର୍ଦ୍ରତା ରହିଥାଏ   ।  ଗ୍ରୀଷ୍ମ ଋତୁରେ ଆମ୍ବ ଅଧିକା ଆଠଦିନ , କମଳା ୨୭ ଦିନ ଓ ବସନ୍ତ ଋତୁରେ ବରକୋଳି ଅଧିକା ୧୨ ଦିନ ଯାଏ ସାଇତି ରଖାଯାଇପାରେ   ।

ଆଧାର – ଓଡିଶା ରାଜ୍ୟ ଓ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top