ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ପନିପରିବା ସଂରକ୍ଷଣ ବିଜ୍ଞାନ(ଦ୍ଵିତୀୟ ଅଧ୍ୟାୟ)
ସେଆର କରନ୍ତୁ

ପନିପରିବା ସଂରକ୍ଷଣ ବିଜ୍ଞାନ(ଦ୍ଵିତୀୟ ଅଧ୍ୟାୟ)

ପନିପରିବା ସଂରକ୍ଷଣ ବିଜ୍ଞାନ(ଦ୍ଵିତୀୟ ଅଧ୍ୟାୟ)

ଫଳ ଓ ପନିପରିବାର ପକ୍ଵତା ମାନନିର୍ଧାରଣ , ଅମଳ ପରବର୍ତ୍ତୀ ଯତ୍ନ , ଶ୍ରେଣୀକାରଣ ଗଣ୍ଠିଲିକରଣ ଓ ପରିବହନ  ।

ପକ୍ଵତା

ଫଳ ଗୁଡିକ ସାଧାରଣତଃ ପକ୍ଵାବସ୍ଥାରେ ଅମଳ କରାଯାଏ   ।  ଏହି ଅବସ୍ଥା ପରିପକ୍ଵାବସ୍ଥାର ପୂର୍ବାବସ୍ଥା   ।  ଆମ୍ବ , ପିଜୁଳି , ସପେଟା , ଲେମ୍ଭୁ, ସାନ୍ତରା ,କମଳା , ଆଭାକାଡୋ , ସେଓ , ନାସପାଟି , ପିଚ , ପଣସ , କଦଳୀ , ସପୁରି ଇତ୍ୟାଦି ଫଳଗୁଡିକ ପକ୍ଵାବସ୍ଥାରେ ଅମଳ କରାଯାଏ   ।  ନଡିଆ , ଖଜରା , କାଜୁ ଆଦି ଫଳ ପକ୍ଵାବସ୍ଥାରେ ଅମଳ ହୁଏ   ।  ପନିପରିବାଗୁଡିକ ଅଧିକାଂଶ କ୍ଷେତ୍ରରେ ସେଗୁଡିକ ପୂର୍ଣ୍ଣମାତାରେ ବଢି କୋମଲ ଅବସ୍ଥାରେ ପହଞ୍ଚିବା ପରେ ଅମଳ କରାଯାଏ   ।   (କାକୁଡି , ବାଇଗଣ , ଭେଣ୍ଡି , ମୂଳା , ଗାଜର ,  ସାଲଗମ ,  ଆଳୁ, ଦେଶୀଆଳୁ, ସାରୁ , କନ୍ଦମୂଳ , ଛଚିନ୍ଦ୍ରା , ପୋଟଳ , ଜହ୍ନି ଗଣ୍ଠି କୋବି , ରସୁଣ ,ପିଆଜ ଇତ୍ୟାଦି   ) ।  କିନ୍ତୁ ବିଲାତି ବାଇଗଣଗୁଡିକ ଟାଣ ପାଚିବା ଅବସ୍ଥାରେ ଅମଳ କରାଯାଏ  । କଖାରୁ,  ପାଣି କଖାରୁ , ତରଭୁଜ ,  ଖରଭୁଜ ଆଦି ଫଳ ପରିପକ୍ଵ ହେବା ପରେ ଅମଳ କରାଯାଏ  ।  ଶାଗ ଜାତୀୟ ପନିପରିବା   ,ବନ୍ଧାକୋବି , ପାଳଙ୍ଗ, ପୋଇ,  ସଜନା ଶାଗ , ଭୂସଙ୍ଗା , ପୋଦିନା ପତ୍ର , ଧନିଆ ପତ୍ର ଆଦି କୋମଲ ଅବସ୍ଥାରେ ଅମଳ କରାଯାଏ   ।  ଫୁଲକୋବି , ଆଦି ପନିପରିବା କଢ ଅବସ୍ଥାରେ ଅମଳ କରାଯାଏ   , ମଟର , ଶିମ୍ବ , ଝୁଡୁଙ୍ଗ ଆଦି ପରିବା କଅଂଳ ଛୁଇଁ ଅବସ୍ଥାରେ ଅମଳ କରାଯାଏ   ।  କଞ୍ଚା କଦଳୀ , କଞ୍ଚା ଅମୃତଭଣ୍ଡା , ସଜନାଛୁଇଁ , କଞ୍ଚା ପଣସ ଇତ୍ୟାଦି କଅଂଳ କଞ୍ଚା ଅବସ୍ଥାରେ ଅମଳ କରି ପନିପରିବା ରୂପେ ବ୍ୟବହୃତ ହୁଏ   ।  ମିଠା ମକାଗୁଡିକ ମଞ୍ଜି ଖିର ଅବସ୍ଥାରେ ଅମଳ କରାଯାଏ   ।  ତେଣୁ ଅମଳ ପର ଯତ୍ନ ପନିପରିବା ବା ଫଳଗୁଡିକର ଅମଳ ପରବର୍ତ୍ତୀ ଗୁଣ ଓ ସାଇତିବା ସମୟ ,ସେଗୁଡିକର ପକ୍ଵାବସ୍ଥା ଉପରେ ନିର୍ଭରଶୀଳ    ।  ଫଳ ପକ୍ଷରେ ସେଗୁଡିକ ଠିକ ପାକବାବସ୍ଥାରେ ଅମଳ କରାଗଲେ ସେଗୁଡିକର ଗୁଣରେ ଅଭିବୃଦ୍ଧି ଘଟିଥାଏ   ।  ଅନ୍ୟଥା ଫଳଗୁଡିକ ନିମ୍ନମାନର ହୋଇଯାଏ   । ଫଳଗୁଡିକର ଖାଦ୍ୟଗୁଣ ନିମ୍ନସ୍ତରର ହୋଇଥାଏ ଓ ସେଗୁଡିକ ଅସମାନ ଭାବେ ପରିପକ୍ଵ ହୁଏ   । ପକ୍ଵାବସ୍ଥା ହେଉଛି ଯେ ଫଳଗୁଡିକ ଅମଳ  ପୂର୍ବରୁ ଗୋଟିଏ ନିର୍ଦ୍ଧିଷ୍ଟ ଆକାର ରେ ପହଞ୍ଚିବା   ।  ଏହି ଅବସ୍ଥାରେ ଫଳର ପରିପକ୍ଵ ହେବା ଆରମ୍ଭ ହୋଇଥାଏ   । ତେଣୁ ଫଳଗୁଡିକର ପକ୍ଵାବସ୍ଥାର ପୂର୍ବାବସ୍ଥା ହେଲା ଅପରିପକ୍ଵା ଅବସ୍ଥା    । ଫଳଗୁଡିକ ଅପକ୍ଵ ଅବସ୍ଥାରେ ଅମଳ କରାଗଲେ ସେଗୁଡିକ ପକ୍ଵାଅବସ୍ଥାରେ ପହଞ୍ଚିପାରେ ନାହିଁ  ,  ଶୁଖି, ପଚି , ନଷ୍ଟ ହୋଇଯାଏ   । ପରିପକ୍ଵାବସ୍ଥାରେ ଫଳଗୁଡିକ ପକ୍ଵ ହେବା ପରେ ସେଥିରେ ଗୁଣାତ୍ମକ ପରିବର୍ତ୍ତନ ଘଟିଥାଏ  , ଯାହାଫଳରେ ସେଗୁଡିକ ପାଚିଲା ଫଳ ହିସାବରେ ଗ୍ରହଣଯୋଗ୍ୟ ହୋଇଥାଏ   । ଫଳଗୁଡିକର ପକ୍ଵାବସ୍ଥା ନିର୍ଣ୍ଣୟ କରିବା ଲାଗି ବିଭିନ୍ନ ପ୍ରଥା ଅବଲମ୍ବନ କରାଯାଏ   -

  • ଫୁଲ ଫୁଟି ପରାଗ ସଂଗମ ବା ଗର୍ଭଧାରଣ ଠାରୁ ଫଳ ଅମଳ ହେବାଲାଗି ଦରକାର ହେଉଥିବା ସମୟ  ।
  • ଚାକ୍ଷୁଷ ସଂକେତ
  • ଆକାର ବା ଆୟତନ
  • ଗଠନ ବା ଆକୃତି
  • ରଙ୍ଗ
  • ବାହ୍ୟ ଦୃଶ୍ୟ
  • ମସୃଣତା
  • ବାତ ରନ୍ଧ୍ର ସଂଖ୍ୟା
  • ବିଶିଷ୍ଟ ଘନତ୍ଵ ବା ଆପେକ୍ଷିକ ଘନତ୍ଵ
  • ଷ୍ଟାର୍ଚ ପରିମାଣ
  • ସମୂହ ଦ୍ରାବଣୀୟ ପଦାର୍ଥ
  • ମିଠା : ଅମଳ ଅନୁପାତ
  • ତୈଳ ଅଂଶ
  • ଫଳର ବାସ୍ନା

ପନିପରିବା କ୍ଷେତ୍ରରେ ଭିନ୍ନ ପ୍ରଧା ଅନୁସରଣ କରାଯାଏ   , ଯଥା : ବାଇଗଣ ପୁରା ମାତ୍ରାରେ ବଢି ମଞ୍ଜି କୋମଲ ରହିଥିବା ଅବସ୍ଥାରେ ଫଳର ରଙ୍ଗ ଉଜ୍ଜ୍ଵଳ ଓ ଚିକଚିକ କରୁଥାଏ  । କଖାରୁ –ଫଳ ପାଚ୍ୟ ବାହାରର ଚୋପା ଟାଣ ହୋଇଥାଏ   । ଶାଗୁଆ ରଙ୍ଗ କଦଳୀ ହଳଦିଆ ବା କମଳା ରଙ୍ଗ ଚୋପା ଧରେ   । ମଞ୍ଜି ଟନ ହୋଇ ପାକଳ ହୋଇଥାଏ   ।  ମୂଳା , ଗାଜର , ସାଲଗମ , ବିଟ ଆଦି ପରିବାଗୁଡିକ କଅଁଳ , ପତ୍ର  କଅଁଳିୟା  , ହଳଦିଆ ରଙ୍ଗ ଧରି ନଥିବା ଚେରଗୁଡିକର ଅଠଣ ଓ ଆକାର ପୁରାମାତ୍ରାରେ ହୋଇଥିବା, କଅଁଳ ଅବସ୍ଥାରେ ଥିବା ଦରକାର   । ଫୁଲ କେଣ୍ଡା ବାହାରି ନଥିବା ଦରକାର  । ପିଆଜ , ରସୁଣ ହୃଷ୍ଟପୃଷ୍ଠ ହୋଇ ବଢିଥିବା ବାହାର ଚୋପା ଆଭରଣ ଟାଣ ହୋଇଥିବା ଉଚିତ  । ଫୁଲ ବାହାରି ନଥିବ   । ଆଳୁଗୁଡିକ ପୂରାଭାବେ ବଢି ଚୋପା ରଙ୍ଗ ମାଟିଆ ଧରିଥିବା ଦରକାର   । ଚୋପା ସହଜରେ ନ ବାହାରିବା ଦରକାର   ।  ଏହିପରି ବିଭିନ୍ନ ପନିପରିବା ଲାଗି ଭିନ୍ନ ଭିନ୍ନ ଅବସ୍ଥା ରହିବା ଉଚିତ   ।

ଶ୍ଵାସ ପ୍ରକ୍ରିୟା

ଅମଳ ହେବାପରେ ଫଳ ଓ ପନିପରିବା ଗୁଡିକରେ ଶ୍ଵାସକ୍ରିୟା ଚାଲୁଥାଏ   । ତେଣୁ ଶେଉଗଦିକର ଅମଳ – ପରବର୍ତ୍ତୀ ଜୀବନ ଏହି ଶ୍ଵାସ ପ୍ରକ୍ରିୟାର ବେଗ ଉପରେ ନିର୍ଭର କରିଥାଏ   । ଯେତେ ଅଧିକ ବେଗରେ ଏହି ପ୍ରକ୍ରିୟା ଚାଲେ ଫଳ ଓ ପନିପରିବା ଗୁଡିକ ତଦନୁପାତରେ କ୍ଷୟ ଘଟିଥାଏ   ।  ଶ୍ଵାସ ପ୍ରକ୍ରିୟାର ମୂଳ ଇନ୍ଧନ ହେଲା ଫଳ ଭିତରେ ଥିବା ଚିନୀ ଅଂଶର କରଣ   ।  ଏହି ପ୍ରକ୍ରିୟାକୁ ଜୈବିକ କାରଣ ବୋଲି କୁହାଯାଏ  ଓ ଫଳ ଏବଂ ପନିପରିବା ଭିତରେ ଥିବା କେତେକ ପଦାର୍ଥ ପ୍ରଧାନତଃ ସାଧାରଣ ଶର୍କରା ଜାତୀୟ ପଦାର୍ଥ   ର କ୍ଷୟ ଘଟିଥାଏ  ।  ଶ୍ଵାସ ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଫଳ ଓ ପନିପରିବା ଗୁଡିକର ଚିନୀ ଅଂଶ ଓ ଶ୍ଵେତସାର ଅଦୃଶ୍ୟ ହୋଇଥାଏ   ।  ଏହି ପ୍ରକ୍ରିୟାରେ ଅମ୍ଳଜାଣ ସଂଯୋଗରେ ଏହି ଚିନୀ ଅଂଶ ଅଙ୍ଗାରକାମ୍ଳଜାନ ଓ ଜଳରେ ପାଣିନତ ହୋଇ ବହୁ ଶକ୍ତି ବାହାରୁଥାଏ  ।  ଗ୍ଳୁକୋଜ ରୂପଯ ଚିନୀ ଅଂଶ ପ୍ରାଥମିକ ପ୍ରବସ୍ଥାରେ ପ୍ୟୁରିଭିକ ଅମ୍ଳ ରେ ପରିଣତ ହୁଏ   ।  ଏହାକୁ ଶର୍କରା ବିୟୋଜନ ବୋଲି କୁହାଯାଏ  ।  ଏହାର ଦ୍ଵିତୀୟ ବା ଶେଷପ୍ରାବସ୍ଥାରେ ଏହି ପ୍ୟୁରିଭିକ ଅମ୍ଳ ଅଙ୍ଗାରକାମଳଜାନ ଓ ଜଳରେ ପରିଣତ ହୁଏ ଓ ଏହା ପୂରାମାତ୍ରାରେ ବାତଜବାୟ ପରିବର୍ତ୍ତନ ହୋଇଥାଏ   ।  ଏହି ପ୍ୟୁରିଭିକ ଅମ୍ଳ ଅଙ୍ଗାରକାମ୍ଳଜାନ ଓ ଜଳରେ ପରିବର୍ତ୍ତନ କ୍ରମାନ୍ଵଯରେ ନଅଗୋଟି ଅମ୍ଳରେ ପରିବର୍ତ୍ତିତ ହୋଇଥାଏ  ।  ଏହି ସମସ୍ତ ପ୍ରକ୍ରିୟାକୁ ସାଇଟିକ ଅମ୍ଳଚକ୍ର ବା କେବ୍ର ସାଇକଲ ବୋଲି କୁହାଯାଏ  ।  ଏହି ପ୍ରଣାଳୀରେ ଫଳ ଓ ପନିପରିବା ଥିବା ଶର୍କରା ଅଂଶ ଯେ କେବଳ ନଷ୍ଟ ହୁଏ ତାହାନୁହେଁ  , ଜୈବିକ ଅମ୍ଳ , ଚର୍ବିଜାତୀୟ ପଦାର୍ଥ ଓ ଅନ୍ୟାନ୍ୟ ପଦାର୍ଥ ମଧ୍ୟ ନଷ୍ଟ ହୋଇଥାଏ  ।  ଅଧିକାଂଶ ଫଳ ପାଚିବା ଆରମ୍ଭ  ହେବା ପରେ ପରେ ଏହି ଶ୍ଵାସ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲେ   ।  ଏହି ଦହନ ପ୍ରକ୍ରିୟା ହଠାତ ବଢି ସର୍ବୋଚ୍ଚ ଅବସ୍ଥାରେ ପହଞ୍ଚିଲେ ଏହି ଅବସ୍ଥାକୁ କଳାଇମେକଟ୍ରିକ ବୃଦ୍ଧି ବୋଲି କୁହାଯାଏ   ।  ଏହି ଅବସ୍ଥାକୁ ଫଳର ଘଡିସନ୍ଧି ଅବସ୍ଥା ବୋଲି ଧରାଯାଏ   ।  ଏହା ପରେ ପରେ ଫଳ ଜରାବସ୍ଥା ରେ ପଦାର୍ପଣ କରି ନଷ୍ଟ ହେବା ଆରମ୍ଭ କରେ   ।  ଯେଉଁ ଫଳଗୁଡିକ କ୍ଲାଇମେକଟ୍ରିନ ଜନିତ ଶ୍ଵାସ ପ୍ରକ୍ରିୟା ଶ୍ରେଣୀଭୁକ୍ତ ହୋଇଥାଏ   । ସେଗୁଡିକ ହେଲା  - କଦଳୀ,, ଅମୃତଭଣ୍ଡା , ଆମ୍ବ , ପ୍ୟାସନପ୍ରୁଟ ,ବେଲ , ସେଓ ଇତ୍ୟାଦି   ।  ଯେଉଁ ଫଳଗୁଡିକ ଅ- କ୍ଲାଇମେକଟ୍ରିକ ଜନିତ ଶ୍ଵାସ ପ୍ରକ୍ରିୟା ଶ୍ରେଣୀଭୁକ୍ତ ସେଗୁଡିକ ହେଲା  - ସପୁରି , ଡିମିରି , ଅଙ୍ଗୁରୁ , ଲେମ୍ଭୁ ଇତ୍ୟାଦି   ।  ଅର୍ଥାତ ଫଳଗୁଡିକ ଡେରିରେ ନଷ୍ଟ ହୋଇଥାଏ  କିନ୍ତୁ ଅ- କ୍ଲାଇମେକଟ୍ରିକ ପ୍ରଣାଳୀରେ ଫଳଗୁଡିକ ହଠାତ ନଷ୍ଟ ହୋଇଯାଏ   ।

ଶ୍ଵାସ ପ୍ରକ୍ରିୟାର ଗତି ହେଉହୀ ଫଳଗୁଡିକର ଅମଳ ପରବର୍ତ୍ତୀ ଜୀବନୀ ଶକ୍ତିର ମୁଖ୍ୟ ସୂଚନାଙ୍କ  ।  ଏହା ବିଭିନ୍ନ ଶ୍ରେଣୀର ଫଳ ତଥା ପନିପରିବା ଗୁଡିକର କିସମ ରେ ଭେଦ ଦେଖାଯାଏ   ।  କରଣ ଦହନ ପଦାର୍ଥ ଗୁଡିକ ଭିନ୍ନ ପରିମାଣରେ ଥାଏ  - ଯେପରି କନ୍ଦମୂଳ ,ସାରୁ ଓ ଦେଶୀଆଳୁ ,  । ଆଳୁ ତୁଳନାରେ ଜହ୍ନି , ଭେଣ୍ଡି ଆଦି ପନିପରିବାରେ କମ ଥାଏ   ।  ତେଣୁ ଅମଳ ହୋଇଥିବା ଫଳ ଓ ପରିବା ଗୁଡିକର ଅମଳ ପରବର୍ତ୍ତୀ ଜୀବନ ବୃଦ୍ଧି ଘଟାଇବା ଲାଗି ସେଗୁଡିକର ଶ୍ଵାସକ୍ରିୟାର ଗତି ଯେତେଦୂର ସମ୍ଭବ ଜମାଇବା ଆବଶ୍ୟକ  ।  ଅମଳ ହୋଇଥିବା ଫଳ ଓ ପନିପରିବା ଗୁଡିକରୁ ଠାରେ ଶ୍ଵେତସାର ଖାଦ୍ୟସାର ଶ୍ଵାସ ପ୍ରକ୍ରିୟାରେ ନଷ୍ଟ ହେବା ପରେ ଆଉ କୌଣସି ଉପାୟରେ ଫଳ ଓ ପନିପରିବା ଭିତରେ ବଢାଇବା ବା ପୁନର୍ବାର ରଖିବା ସମ୍ଭବ ହୋଇନଥାଏ  , ତେଣୁ ଫଳ ଓ ପନିପରିବା ଭିତରେ ଥିବା ଶକ୍ତିର କ୍ଷୟ ଘଟି ସେଗୁଡିକର ଖାଦ୍ୟ ଗୁଣରେ ବହୁ ହ୍ରାସ ହୋଇଥାଏ  ।  ଶ୍ଵାସ ପ୍ରକ୍ରିୟା କେଉଁ କେଉଁ କାରଣରୁ ବୃଦ୍ଧି ହୁଏ ସେଗୁଡିକର କାରଣ ଜାଣି ଅମଳ ହୋଇଥିବା ଫଳ ଓ ପନିପରିବା ଗୁଡିକୁ ରକ୍ଷା କରିବା ଲାଗି ଉପଯୁକ୍ତ ବୈଜ୍ଞାନିକ କୌଶଳ ପ୍ରୟୋଗ କରାଯିବା ସୁବିଧାଜନକ ହୋଇଥାଏ   ।

ପରିପକ୍ଵାବସ୍ଥା

କେତେକ ପ୍ରକାରର ଫଳ ମା ଗଛରେ ବଢିବା ପରେ ପାଚିବା ଆରମ୍ଭ କରିଥାନ୍ତି   ।  ଆଉ କେତେକ ଅମଳ ହେବାପରେ ହିଁ ପାଚିବା ଲାଗି ସମର୍ଥ ହୋଇଥାନ୍ତି ଓ ଅନ୍ୟ କେତେକ ମା ଗଛରେ ଥାଇ ବା ଅମଳ ହେବାପରେ ମଧ୍ୟ ପାଚିପାରନ୍ତି ନାହିଁ   ।  ଏହି ଫଳଗୁଡିକର ଜାତି ଉପରେ ନିର୍ଭର କରିଥାଏ  । ପନିପରିବା କ୍ଷେତ୍ରରେ ବିଲାତି ବାଇଗଣ, ଫୁଟିକାକୁଡି , ତରଭୁଜ , ବୋଇତି କଖାରୁ ଆଦି ଫଳଗୁଡିକୁ ଛାଡିଦେଲେ ଅନ୍ୟାନ୍ୟ ଗୁଡିକ ଶୀଘ୍ର ଟାଣ ତନ୍ତୁଯୁକ୍ତ ହୋଇ ଖାଇବା ଲାଗି ଅନୁପଯୁକ୍ତ ହୋଇଥାଏ   ଓ ପଚି ସଢି ଓ ଶୁଖି ନଷ୍ଟ ହୋଇଥାଏ   । ମଟର , ଶିମ୍ବ , ବରଗୁଡି ଆଦି ପରିବାଗୁଡିକର ଟାଣ ହୋଇ ଶୁଖିଗଲେ ସେଥିରେ ଥିବା ମଞ୍ଜିଗୁଡିକ ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ   । ପନିପରିବାଗୁଡିକ ଠିକ ସମୟରେ ଅମଳ କରାନଗଲେ ସେଗୁଡିକର ପ୍ରକୃତିକ ରଙ୍ଗ , ତେଜ , କାଠିନ୍ୟ ଓ ଗୁଣରେ ଅବନତି ଘଟିଥାଏ   । କିନ୍ତୁ ପାଚିଲା ଫଳ କ୍ଷେତ୍ରରେ ପରିପକ୍ଵ ପ୍ରକ୍ରିୟା ଆରମ୍ଭ ହେଲେ ଫଳଗୁଡିକର ରଙ୍ଗ , ମହକ ରୁଚି ଓ ବୟନରେ ପରିବର୍ତ୍ତନ ଗତି ଖାଇବା ଲାଗି ଉପଯୁକ୍ତ ହୋଇଥାଏ   ।  ଏହି ସମସ୍ତ ପରିବର୍ତ୍ତନ ଘଟି ଖାଇବା ଲାଗି ଉପଯୁକ୍ତ ହୋଇଥାଏ  । ଫଳଗୁଡିକର ସଂଘଠନ ଜନିତ ପରିବର୍ତ୍ତନ ଘଟେ   । ଫଳ ଆଭରଣ, ବର୍ଣ୍ଣକ ର ରଙ୍ଗ ପରିବର୍ତ୍ତନ ଓ ଫିନୋଲିକ ଜାତୀୟ ପଦାର୍ଥରେ ପରିବର୍ତ୍ତନ ଘଟି ତାହା ବ୍ୟବହାର ଯୁକ୍ତ ହୋଇଥାଏ   ।  ଅପକ୍ଵ ଫଳଗୁଡିକରେ ଏହି ପ୍ରକାରର ପରିବର୍ତ୍ତନ ଘଟିବା ସମ୍ଭବ ହୁଏ ନାହିଁ ତେଣୁ ଖଦ୍ୟୋପଯୋଗୀ ହୋଇନଥାଏ  । ଫଳଗୁଡିକର ବାହ୍ୟ ରଙ୍ଗରେ ପରିବର୍ତ୍ତନ ଯୋଗୁଁ ଫଳରେ ଥିବା ପତ୍ର- ହରିତ ର ଅବନତି ଘଟି ପୂର୍ଣ୍ଣ ଫାଟକ ବା କେରୋଟିନାଇଟ ବର୍ଣ୍ଣକ ଧାରଣ କରେ   ।  ଏହା ସାନ୍ତରା ବା କମଳା ଫଳରେ ସହଜେ ଦେଖିହେବ   ।  ସେହିପରି ଫଳଗୁଡିକର କୋମଲ ଅବସ୍ଥା , ସେଥିରେ ଥିବା ଦ୍ରାବଣୀୟ ପ୍ରୋଟଫେକଟିଣ ଗୁଡିକ ଦ୍ରାବଣୀୟ ପେକଟିଣରେ ପରିବର୍ତ୍ତନ ହେବା ଦ୍ଵାରା ସମ୍ଭବ ହୋଇଥାଏ   । ଫଳଗୁଡିଅକରେ ଥିବା ଶର୍କରା ଷ୍ଟାର୍ଚଗୁଡିକର ପରିମାଣରେ ହ୍ରାସ ଘଟି ତାହା ମଧୁର ଦ୍ରାବଣୀୟ ପଦାର୍ଥରେ ବୃଦ୍ଧି ଘଟାଇଥାଏ    ।  ଏହାଛଡା ଫଳରେ ଥିବା ଜୈବିକ ଅମ୍ଳ ତଥା ଫିନୋଲିକ ପଦାର୍ଥର ପରିମାଣରେ ହ୍ରାସ ଘଟି ଫଳଗୁଡିକର ଖାଦ୍ୟ ତଥା କଷା ଅଂଶ କମିଯାଏ  ।  ଏହାଛଡା ଫଳରେ ଉଦବାୟୀ ଯୌଗିକ ପଦାର୍ଥ ବଢିବା ଦ୍ଵାରା ପରିପକ୍ଵ ହେଉଥିବା ଫଳଗୁଡିକର ସୁବାସ ଓ ମହକରେ ବୃଦ୍ଧି ଘଟେ   ।

ଇଥେଲିନ

ଫଳଗୁଡିକର କ୍ଲାଇମେକଟ୍ରିକର ପୂର୍ବାବସ୍ଥା ପହଞ୍ଚିବା ପ୍ରାରମ୍ଭରୁ ଫଳଗୁଡିକରେ ଇଥେଲିନ ଦ୍ରବ୍ୟ ବହୁ ପରିମାଣରେ ତିଆରି ହୋଇ ଫଳଗୁଡିକର ଶ୍ଵାସକ୍ରିୟା ଓ ପରିପକ୍ଵତା ବଢାଇଥାଏ   ।  ଫଳରେ ଥିବା ମେଥିଓନାଇଁ ନାମକ ଏମିନୋ ଏଡିସରୁ ଏଥିଲିନ ପ୍ରସ୍ତୁତ ହୁଏ  ।  ଏହି ଏଥିଲିନକୁ ପରିପକ୍ଵ ଉଦ୍ଦୀପକ ଜୀବରସ ବୋଲି ମଧ୍ୟ କୁହାଯାଏ   । ପକ୍ଵ ହୋଇଥିବା ଓ ପରିପକ୍ଵ ହେଉନଥିବା ବା ପରିପକ୍ଵତା ସମୟ ଜଣାଇବା ଲାଗି ଇଥଲିନ ପରିଚାଳନା କରିବା ସମ୍ଭବ ହୋଇଥାଏ   ।  ସାଧାରଣତଃ ଇଥେଲିନ ବାଷ୍ପ ପାଚି ନ ଥିବା ବା ପକ୍ଵ ଫଳଗୁଡିକରେ ପ୍ରୟୋଗ କରାଗଲେ ଏହା ପରିପକ୍ଵ ପଦ୍ଧତିକୁ ଉତ୍ତେଜିତ କରି ଶୀଘ୍ର ପାଚିବାରେ ସହାୟକ ହୋଇଥାଏ   ।  ବିଭିନ୍ନ ଫଳ ପାଇଁ ଏଥିଲିନ ଶକ୍ତି ଭିନ୍ନ ହୁଏ  ।  ସେପରି ଆଲଫାନସୋ ଆମ୍ବକୁ ପରିପକ୍ଵ କରିବାକୁ ୦.୦୨ ରୁ ୦.୧୮ ପି ପି ଏମ ଶକ୍ତି ଦରକାର ହୁଏ   ।  ଏସିଟିଲିନ ନାମକ ରାସାଯନିକ ପଦାର୍ଥ ମଧ୍ୟ ଫଳ ବ୍ୟବଶାୟୀମାନେ ବ୍ୟବହାର କରୁଥିବା ଦେଖାଯାଏ  ; କିନ୍ତୁ ଇଥେଲିନ ଏସିଟିଲିନଠାରୁ ୧୦୦ ଗୁଣ ଅଧିକ ଫଳପ୍ରଦ ହେଉଥିବା ଜନାଜାଏ   ।  ଅନେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରି ଫଳଗୁଡିକର ପରିପକ୍ଵ ପଦ୍ଧତିକୁ ନିୟନ୍ତ୍ରଣ କରାଯାଇପାରେ  ।  ଇଥରଲ ବ୍ୟବହାର କରି ଆମ୍ବ ପ୍ରଭୁତି ଫଳଗୁଡିକକୁ ପରିପକ୍ଵ ହେବାରେ ବିଳମ୍ବ କରାଯାଇପାରେ   , ବେଲ ଫଳଗୁଡିକକୁ ଶୀଘ୍ର ପରିପକ୍ଵ କରାଯାଇପାରେ   ।  କେଲସିଏମ କାର୍ବୋଇଡ ବ୍ୟବହାର କରି ଫଳଗୁଡିକୁ ଶୀଘ୍ର ପରିପକ୍ଵ କରାଯାଏ   ।  ଲେମ୍ବୁ ଜାତୀୟ ଫଳଗୁଡିକର ବାର ଚୋପାର ରଙ୍ଗ ବଦଳାଇ ଲାଗି ଇଥୋଫେନ ବ୍ୟବହାର କରାଯାଏ   ।  ସେହିପରି କଦଳୀ ଫଳଗୁଡିକ ୦.୧ ପି ପି ଏମ , ଇଥେଲିନ ବ୍ୟବହାର କରି ସବୁଜ ରଙ୍ଗ ଚୋପା ବିଶିଷ୍ଟ କଦଳୀଗୁଡିକୁ ପରିପକ୍ଵ କରାଯାଏ   । ପିଆଜଗୁଡିକୁ ଅଧିକ ସମୟ ସାଇତି ରଖିବା ଲାଗି  ମାଲିକ ହାଇଡ୍ରୋଜାଇଡ ନାମକ ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଏ   ।  ପିଆଜ ଫସଲ ଅମଳ ହେବା ୮ ରୁ ୧୦ ଦିନ ପୂର୍ବରୁ ୨୫୦୦ ପିପିଏମ କାରବେଣ୍ଡିଜିମ ୦.୧% ଓ ଷ୍ଟ୍ରେପଟୋସାଇକିନ ୦.୦୨ % ଠିଆ ହୋଇଥିବା ପିଆଜ ଫସଲରେ ସିଞ୍ଚିବା ଦ୍ଵାରା ଅମଳ ପରେ ପିଆଜଗୁଡିକ ବହୁଦିନ ଯାଏ ସୁରକ୍ଷିତ ହୋଇଥାଏ   ।  ଜୀବରଲିକ ଅମ୍ଳପ୍ରୟୋଗ ଷ୍ଟ୍ରାବେରି ଫଳଉଡିକୁ ଶୀଘ୍ର ପରିପକ୍ଵ ହେବାରେ ସହାୟକ ହୁଏ  ।  ଅଙ୍ଗୁର ଫଳଗୁଡିକରେ ମିଠା ଅଂଶ ବାଡାଇବା ଲାଗି ଓ ଅମ୍ଳ ଭାଗ କମାଇବା ଲାଗି ଜିବ୍ରାଲିକ ଅମ୍ଳ ସହାୟକ ହୋଇଥାଏ ଓ ଫଳଗୁଡିକ ଶୀଘ୍ର ପକ୍ଵାବସ୍ଥାରେ ପହଞ୍ଚିଥାଏ   ।  ଡିମିରି ଫଳ ର ପକ୍ଵତା ଶୀଘ୍ର କରାଇବା ଲାଗି ୨୦ ରୁ ୨୮ ପି.ପି.ଏମ  ଜିବ୍ରାଲିକ ଏସିଡ ପ୍ରୟୋଗ କରି ଅଧିକ ସମୟ ସଂରକ୍ଷିତ କରାଯାଏ   । ବନ୍ଧାକୋବିରେ ୫ ପି.ପି.ଏମ  ଜିବ୍ରାଲିକ ଏସିଡ ସିଞ୍ଚି  ସେଗୁଡିକରେ ଖାଦ୍ୟ ଗୁଣ ଅଭିବୃଦ୍ଧି କରାଯାଏ   ।  ଲେଟ୍ୟୁଷ ପରିବା ରେ ୩ ରୁ  ୧୦ ପି.ପି.ଏମ  ଜିବ୍ରାଲିକ ଏସିଡ  ସିଞ୍ଚି ସେଗୁଡିକରେ ଖାଦ୍ୟ ଗୁଣ ଅଭିବୃଦ୍ଧି କରାଯାଏ   ।  ଲେଟ୍ୟୁସ ପାରିବାରେ ୩ ରୁ ୧୦ ପି.ପି.ଏମ   ଏହି ଅମ୍ଳ ଶିହକିବା ଦ୍ଵାରା ଏହି ପ୍ରକାରର ପରିବାଗୁଡିକ ଶୀଘ୍ର ବଢି ଅମଳଯୋଗ୍ୟ ହୋଇଥାଏ   । ଉଦ୍ଭିଦ ଉଦ୍ଦୀପକ ଓ ପୋଷାକ ଉପାଦାନ ର ବ୍ୟବହାର କରି ଫଳ ଓ ପନିପରିବା ଗୁଡିକର ଗୁଣାତ୍ମକ ଅଭିବୃଦ୍ଧି ଘଟାଇବା ଲାଗି ହୋଇଥିବା କେତେକ ଗବେଷଣା ଫଳ ନିମ୍ନରେ ଦିଆଗଲା   ।  ଏହା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟର ଉଦ୍ୟାନ ବିଜ୍ଞାନ ବିଭାଗରେ କରାଯାଇଥିଲା  ।  ଏହି ଗବେଷଣାରୁ ଜଣାଯାଏ ଯେ ବିଭିନ୍ନ ପ୍ରକାରର ଉଦ୍ଭିଦ ଉଦ୍ଦୀପକ ଓ ଅନ୍ୟାନ୍ୟ ରାସାଯନିକ ପଦାର୍ଥ ବ୍ୟବହାର କରି ଫଳ ଓ ପନିପରିବା ଫସଲ ତଥା ଫସଲ ଅମଳ ପର ଅବସ୍ଥାରେ ବ୍ୟବହାର କରି ଆବଶ୍ୟକୀୟ ପରିବର୍ତ୍ତନ ଘଟାଇ ସେଗୁଡିକର ସଂରକ୍ଷଣ କରିବା ସମ୍ଭବ   ।  ସେପରି , ଫଳଗୁଡିକୁ ଶୀଘ୍ର ପକ୍ଵ କରିବା ବା ପରିପକ୍ଵାବସ୍ତା କିଛି ସମୟ ଲାଗି ବଢାଇଦେବା ଦ୍ଵାରା ସେଗୁଡିକର ଉପଯୁକ୍ତ ବିନିଯୋଗ କରିବାରେ ସହାୟକ ହୁଏ ଓ ବଜାରରେ ମୂଲ୍ୟ ନିୟନ୍ତ୍ରଣ କରିବା ସମ୍ଭବ ହୁଏ   ।

 

କ୍ର. ସଂ

ଫଳ ପନିପରିବା

ରାସାଯନିକ ପଦାର୍ଥ ହରମୋନ ଓ ଲବଣ

ରାସାୟନିକ ପଦାର୍ଥର କାର୍ଯ୍ୟକାରିତା

ମୋସାମ୍ବି

ଜି,ଏ, ଏନ.ଏ,ଏ ,  ସି.ସି. ସି.ବି- ୯୯୫ ,୨-୪ ଡି , ୨.୪.୫- ଟି , ପ୍ଲାନୋଫିକସ

ଫଳଗୁଡିକ ବଡ ଆକାର କରିବା ଓ ଫଳର ଗୁଣ ବଢାଇବା ଫଳଗୁଡିକୁ ସରସ କରିବା ,ଭିଟାମିନ – ସି ସମୂହ ଦ୍ରବନୀୟ ପଦାର୍ଥ ଇତ୍ୟାଦିରେ ଉନ୍ନତ କରିବା

ପିଜୁଳି

ମହମ ଇମଲସନ

ଫଳଗୁଡିକ ୩୦ ଦିନ ଯାଏଁ ସଂରକ୍ଷିତ କରାଯାଇପାରେ

ମୋସାମ୍ବି

ମହମ ଇମଲସନ ୩% ଶକ୍ତି +୫୦ ରୁ ୧୦୦ ପି ପିଏମ ୨.୪.୫- ଟି ଓ ୨.୪ – ଡି

ଫଳଗୁଡିକ ଅଧିକ ଦିନ ଯାଏଁ ସଂରକ୍ଷିତ କରିବା ସଙ୍ଗେ ସଙ୍ଗେ ସଂରକ୍ଷିତ ହେବା ସେସ ଯାଏଁ ଖାଦ୍ୟଗୁଣ ଗୁଡିକ ସଂରକ୍ଷିତ କରିଥାଏ ବହୁ ମାତ୍ରାରେ  ।

ଆମ୍ବ

ଜି,ଏ, ଏନ.ଏ,ଏ ,  ସି.ସି. ସି.ବି- ୯୯୫

ଫଳଗୁଡିକରେ ଭିଟାମିନ –ସି ସମୂହ ଦ୍ରାବଣୀୟ ପଦାର୍ଥ ରେ ଉନ୍ନତି  ।

ଲିଚି

୨.୪ –ଡି , ଏନ.ଏ. ଏ ,  ଜି.ଏ ,୨.୪ , ୪.୫ – ଟି

ଭିଟାମିନ ସି- ,  ଟି ,ଏସ ଏସ ଓ ଫଳରସର ଅଭିବୃଦ୍ଧି

ଆମ୍ବ

୨.୪ ଡି , ଏନ.ଏ.ଏ ,  ଜି.ଏ ୨.୪.୫ –ଟି

ଫଳର ଓଜନ , ଆକୃତି ଆକାରରେ ପରିବର୍ତ୍ତନ ଭିଟାମିନ-ସି , ସମୂହ ଦ୍ରବଣୀୟ ପଦାର୍ଥରେ ଉନ୍ନତି

ସପୁରି

ପ୍ଲାନୋଫିକସ ୨.୪ –ଡି , ଏନ.ଏ.ଏ ,  ଇଥରାଲ

ଫଳର ଓଜନ ଆକାର ବଢାଇବା ସଙ୍ଗେ ସଙ୍ଗେ ସମୂହ ଦ୍ରାବଣୀୟ ପଦାର୍ଥ , ରେଡ୍ୟୁସିଙ୍ଗ ସୁଗାର, ଭିଟାମିନ- ସି , ଇତ୍ୟାଦି ଖାଦ୍ୟଗୁଣରେ ପରିବର୍ତ୍ତନ

ଜହ୍ନି

ପ୍ଲାନୋଫିକସ ,  ଇଥରାଲ ଏଲାର

ଫଳଗୁଡିକରେ ଓଜନ ବଢିବା ସମୂହ ଦ୍ରବଣୀୟ ପଦାର୍ଥରେ ବୃଦ୍ଧି ଘଟାଇବା ଭିଟାମିନ –ସି ବଢାଇବା   ।

 

 

 

 

ବୋଇତି କଖାରୁ

ପ୍ଲାନୋଫିକସ ,  ଇଥରାଲ ଏଲାର

ଗଛରେ ଫଳ ସଂଖ୍ୟା ବଢିବା ସମୂହ ଦ୍ରବଣୀୟ ପଦାର୍ଥ ଓ ଭିଟାମିନ –ସି ର ବୃଦ୍ଧି ଘଟିବା   ।

୧୦

ମଟର

ଏନ, ଏ.ଏ ,  ୨.୪.୫ – ଟି , ଜି.ଏ

ଅମଳ ଅଧିକ , ଅଶୋଧିତ ରେ ଅଭିବୃଦ୍ଧି ।

୧୧

ଆଳୁ

ଜି.ଏ ,  ସି.ସି.ସି, ବି- ୯୯୫ , ଏମ,ଏଚ

ବଡ ଓ ମାଧ୍ୟମ ଆକାରର ଆଳୁ , ଗୁଣ୍ଡିଆଳୁ ସଂଖ୍ୟାରେ ଅଳ୍ପ , ଭିଟାମିନ ସି – ଷ୍ଟାର୍ଚ ପରିମାଣ ବୃଦ୍ଧି , ସି.ସି.ସି,କୁ ବାଦଦେଲେ ଅନ୍ୟାନ୍ୟରେ ଷ୍ଟୋରରେ ସଂରକ୍ଷଣ ଆଳୁ ସଢା ଅଳ୍ପ   ।

୧୨

ବାଇଗଣ

ପ୍ଲାନୋଫିକସ, ବୋରାନ, ମଲିବଡେନମ , କ୍ୟାଲସିଏମ

ଫଳରେ ଆକାର ବୃଦ୍ଧି ଭିଟାମିନ  - ସି ନାଇଟ୍ରୋଜେନ ଫସଫରସ ଓ ପୋଟାସରେ ପରିମାଣ ବୃଦ୍ଧି

୧୩

ଟମାଟୋ

ମହମ ଇମସସନ

ଷ୍ଟୋରରେ ସଂରକ୍ଷଣ କରିବା ପୂର୍ବରୁ ୱାକସଇମଲସନ ଦ୍ରବ୍ୟରେ ବୁଡାଇ ସଂରକ୍ଷିତ କଲେ ବିଳମ୍ବରେ ପରିପକ୍ଵ ହେବା ସଙ୍ଗେ ସଙ୍ଗେ ବହୁଦିନ ଯାଏଁ ସଂରକ୍ଷିତ କରାଯାଇପାରେ   ।  ଏହାଛଡା ଫଳରେ ଓଜନ ହ୍ରାସ ହୁଏ ନାହିଁ   ,  ରେଡ୍ୟୁସିଙ୍ଗ ସୁଗାର , ସାଇଟ୍ରିକ , ଏସିଡ ଭିଟାମିନ –ସି ର ବିଶେଷ ଭାବେ ଅବନତତି ହୋଇ ନ ଥାଏ   ।

୧୪

ଆଳୁ

ଫସଲରେ ମଲି- ବଡେନମ , ବୋରନ ପ୍ରୟୋଗ

ବଡ ଓ ମାଧ୍ୟମ ଆକାରର ଆଳୁ, ବହୁ ପରିମାଣରେ ଅମଳ ହୁଏ , ଗୁଣ୍ଡଆଳୁ କମ ହୁଏ   ।  ଭିଟାମିନ – ସି ଓ ଷ୍ଟାର୍ଚର ପରିମାଣ ବୃଦ୍ଧି ଘଟେ

୧୫

ପିଆଜ

୧୨୦ କେଜି ନାଇଟ୍ରୋଜେନ (୮/୨୦ ରୁ ୧୨ X ୨୦ ସେମି ବ୍ୟବଧାନ )

ଅଧିକ ଅମଳ

୧୬

ରସୁଣ

ନାଇଟ୍ରୋଜେନ , ଫସଫରସ , ପଟାସ

ନାଇଟ୍ରୋଜେଣ ଓ ଫସଫରସ ଅମଳ ବୃଦ୍ଧି   । ଶୁଷ୍କ ପଦାର୍ଥ ପରିମାଣ ବୃଦ୍ଧି   । ପଟାସିଏମ କୋଲା ଓଜନ ବୃଦ୍ଧି ଓ ବଲବ ପ୍ରତି ଅଧିକ କୋଲା ବା କୋଳ ବୃଦ୍ଧି

୧୭

ସପେଟା

ସି.ସି.ସି, ବି- ୯୯୫, ଜି.ଏ , ଇଥରାଲ , ପ୍ଲାନୋଫିକସ

ପ୍ଲାନୋଫିକସ ଓ ଜି.ଏ ବଡ ଆକାରରେ ଫଳ ଅମଳ କରିବାରେ ସମ୍ଭବ ହୋଇଥାଏ   ।

୧୮

ବରଗୁଡି

ନାଇଟ୍ରୋଜେନ, ଫସଫରସ

ହେକ୍ଟର ପ୍ରତି ୩୦ କେଜି ଫସଫେଟ ପ୍ରୟୋଗରେ ଅଧିକ ଛୁଇଁ ଅମଳ ହେବା ସଙ୍ଗେ ସଙ୍ଗେ ଉତ୍ତମ ଗୁଣର ଛୁଇଁ ଅମଳ ହେବାରେ ସହାୟକ ହୋଇଥାଏ   ।

୧୯

ବାଇଗଣ

ନାଇଟ୍ରୋଜେନ

ହେକ୍ଟର ପ୍ରତି ୮୦ କେଜି ପ୍ରୟୋଗ ଫଳରେ ଅଧିକ ଫଳ , ବଡ ଆକାରର ଫଳ , ଅଧିକ ଭିଟାମିନ –ସି , ସମୂହ ମିଠା ବୃଦ୍ଧି ଘଟିଥାଏ   ।

୨୦

ଲଙ୍କାମରୀଚ

ନାଇଟ୍ରୋଜେନ ଫସଫରସ , ପଟାସ

ନାଇଟ୍ରୋଜେନ ଓ ଫସଫେଟ ପ୍ରୟୋଗରେ ଅଧିକ ଫଳ ଅମଳ ହୋଇଥାଏ   ଓ ପଟାସ ଦ୍ଵାରା ଫଳଗୁଡିକର ଖାଦ୍ୟଗୁଣରେ ଅଭିବୃଦ୍ଧି ଘଟାଇଥାଏ   ।

୨୧

ପିଜୁଳି

ଜିଙ୍କ , ବୋରାନ , ତମ୍ବା , ୟୁରିଆ , ପ୍ଲାନୋଫିକସ

ଏହାର ପ୍ରୟୋଗରେ ପିଜୁଳି ଗୁଡିକର ଗୁଣାତ୍ମକ ପରିବର୍ତ୍ତନ ଘଟାଇଥାଏ    ।

୨୨

କାକୁଡି

ସିସିସି , ବି -୯୯୫ ଫସଫନ- ଜି.ଏ

ଉଦ୍ଭିଦଗୁଡିକର ଗଠନରେ ପରିବର୍ତ୍ତନ ଘଟାଇ ଶୀଘ୍ର ଫୁଲ ଧରି ଅଧିକ ଅମଳ କ୍ଷମ ହୋଇଥାଏ   ।  ଉତ୍କୃଷ୍ଟ ଗୁଣର ଫଳ ଅମଳ ହୁଏ   ।

୨୩

ସାକର କନ୍ଦା

ନାଇଟ୍ରୋଜେନ , ପଟାସ

ଏହାର ପ୍ରୟୋଗରେ ଅଧିକ ଅମଳ ହେବା ସଙ୍ଗେ ସଙ୍ଗେ ଗୁଣାତ୍ମକ କନ୍ଦା ଅମଳ ହେବାରେ ସହାୟକ ହୋଇଥାଏ   ।

 

ଫଳ ଓ ପନିପରିବାଗୁଡିକର ପକ୍ଵତା ମାନ ନିର୍ଦ୍ଧାରଣ  :

ଯଥାର୍ଥ ପକ୍ଵତା ନିରୂପଣ ନଥାଇ ଫଳ ଓ ପନିପରିବାଗୁଡିକ ଅମଳ କରାଗଲେ ସେଗୁଡିକର ରଙ୍ଗ , ସ୍ଵାଦ , ମହକ ରୁଚିକର ହୋଇନଥାଏ   । ପୁରା ମାତ୍ରାରେ ବଢି ନଥିଲେ ସେଗୁଡିକ ଶୀଘ୍ର ସୁଖୀ ନଷ୍ଟ ହୁଏ   । ପକ୍ଵାବସ୍ତା ପରେ ଡେରିରେ ଅମଳ ହେଲେ ତାହା ଅସୁବିଧା ହୁଏ , ଫଳ ପାଚ୍ୟ ଅତି କୋମଲ ହୋଇଯାଏ ଓ ଗଛରୁ ଝଡି ନଷ୍ଟହୁଏ   । ପନିପରିବା ଡେରିରେ ଅମଳ ହେଲେ ତନ୍ତୁ ତାନ ହୋଇ ଖାଇବା ଲାଗି ଅନୁପଯୁକ୍ତ ହୁଏ  , ଯଥା – ବାଇଗଣ , ସଜନା , ଭେଣ୍ଡି , ଜହ୍ନି , ଛଚିନ୍ଦ୍ରା , ପୋଟଳ, ମଟର ଶିମ୍ବ , ଝୁଡୁଙ୍ଗ , ଟିଣ୍ଡା , ମିଠାମକା ଇତ୍ୟାଦି । ବୋଇତି କଖାରୁ , ଖରଭୁଜ , ତରଭୁଜ ଆଦି ପାଚିବାକୁ ଦିଆଯାଏ   ।  କାରଣ ଅପକ୍ଵ ଫଳ ମିଠା ହୋଇନଥାଏ   ।  ଆଳୁ ଦେଶୀଆଳୁ , ସାରୁ , କାଣ୍ଡମୂଳ ଆଦି ଅପକ୍ଵ ହେଲେ ସେଗୁଡିକର ରୁଚିକର ହୋଇନଥାଏ   , କିନ୍ତୁ ଜମିରେ ବେସୀ ସମୟ ରହିବା ଦ୍ଵାରା ସଢିଯାଏ ଓ କୀଟ ଦ୍ଵାରା ନଷ୍ଟ ହୋଇଥାଏ , ତେଣୁ ପ୍ରତି ଫଳ ଓ ପନିପରିବା ଲାଗି ପକ୍ଵତା ନିର୍ଦ୍ଧାରଣ ବିଧି ପାଳନ କରିବା ଆବଶ୍ୟକ   ।

ଫଳର ପକ୍ଵାବସ୍ତା ନିରୂପଣ କରିବା ସାଧାରଣ ଭାବେ କଠିନ ହୋଇଥାଏ   । କାରଣ ଆଞ୍ଚଳିକ ଭିନ୍ନତା , ଅନୁସୃତ ଚାଷ ପ୍ରଣାଳୀ ,ଜମିର ପତ୍ତନ ଓ କିସମ ଉପରେ ନିର୍ଭର କରିଥାଏ   । ଗୋଟିଏ ଫଳ ବା ପନିପରିବା ଲାଗି ନିର୍ଦ୍ଧିଷ୍ଟ ପାକବାବସ୍ଥା ଏପ୍ରକାର ହେବ ସମ୍ଭବ ନୁହେଁ   ।  ନିମ୍ନରେ କେତେକ ଫଳ ଓ ପନିପରିବା ପାଇଁ ସାଧାରଣ ନିରୂପଣ ବିଧି ଦିଆଗଲା   -

କ୍ରମିକ ନମ୍ବର

ଫଳ ଓ ପନିପରିବାର ନାମ

ପକ୍ଵତା ନିର୍ଦ୍ଧାରଣ ବିଧି

ଆମ୍ବ

ଫଳ ଗୁଡିକ ସାଧାରଣତହ ପାଚିବା ପାଇଁ ୧୨୦ ରୁ ଅଧିକ ଦିନ ନେଇଥାନ୍ତି   ।  ଏହା ବିଭିନ୍ନ କିସମ ଉପରେ ନିର୍ଭରଶୀଳ   । ଫଳଗୁଡିକର ଘନତ୍ଵ ଦର୍ଶାଇବା (୧.୦୧ ରୁ ୧.୦୭ ) ଗଛରୁ ଅଳ୍ପ କିଛି ପକ୍ଵ ଫଳ ଆପେ ଆପେ ଝଡିବା   । ବିଶିଷ୍ଟ ଘନତ୍ଵ ବିଧି ହେଉଛି ଠିକ ମାନର   । ଗଛର ବିଭିନ୍ନ ଡ଼ିଆଇଜିରୁ ପକ୍ଵଫଳ ସଂଗ୍ରହ କରି ପାଣି ବାଲଟିରେ ବୁଡାଇ ଛାଡିବା ଦ୍ଵାରା ଯଦି ସେଗୁଡିକର ବୁଡି ରହେ ତେବେ ସେହି ଆକାରର ଫଳ ପକ୍ଵ ହୋଇଛି ବୋଲି ଧରାଯାଏ   ।

ପାଚିଲା କଦଳୀ

ଫଳ ୩/୪ ଅଂଶ ଆକାର ହେବା ପରେ କାନ୍ଧିଲେ କଦଳୀ ଫଳଗୁଡିକ କୋଣୀୟ ବିନ୍ୟାସ ବଦଳାଇ ଗୋଲାକାର ଧାରଣ କରନ୍ତି   , ରୋବଷ୍ଟା ଆଦି ବଙ୍ଗରା ଜାତୀୟ କଦଳୀ ଅମଳ ପାଇଁ ଗ୍ଲାଗାଇବାର ୧୧ ରୁ ୧୪ ମାସ ସମୟ ନେଇଥାନ୍ତି  , କିନ୍ତୁ ଡେଙ୍ଗା ଡାକଡି ଗଛ ୧୪ ରୁ ୧୬ ମାସ ସମୟ ନେଇଥାନ୍ତି  । ପିଲ ବା ପୁଆ କାନ୍ଧି ବାହାରିବାର ୯୦ ରୁ ୧୨୦ ଦିନରେ କଦଳୀ ପାଚେ   ।  ଏହା ଅବଶ୍ୟ ପରିପାର୍ଶ୍ଵିକ ଅବସ୍ଥା ଅର୍ଥାତ ଜଳବାଯୁ , ଚାଷ ପ୍ରଣାଳୀ ଉପରେ ନିର୍ଭର କରେ   ।

ଲେମ୍ବୁ ଜାତୀୟ ଫଳ

କମଳା, ସାନ୍ତରା , ଗ୍ରେପପ୍ରୁତ , ଲେମ୍ବୁ ଓ କାଗଜି ଆଦି ଫଳଗୁଡିକ ଗଛରେ ପକ୍ଵାବସ୍ତା ପରେ ବି କିଛି ସପ୍ତାହ ରହିପାରେ   । ସାଧାରଣତହ ଫଳ ଖରାପ ହୁଏନାହିଁ   । ସାଧାରଣତଃ ଫଳ ଖରାପ ହୁଏ ନାହିଁ   । ତୋଳି ଆଣିବା ପରେ ଗୋଦାମ ଘରେ ମଧ୍ୟ ରଖିହୁଏ   ।  ଶୀଘ୍ର ନଷ୍ଟ ହୁଏ ନାହିଁ   ।  ପକ୍ଵତା ନିର୍ଦ୍ଧାରଣ ବିଧି ଏପରି ଫଳ ଲାଗି ସୁବିଧାଜନକ   । କିନ୍ତୁ ଫଳଗୁଡିକ ଅପକ୍ଵ ଅବସ୍ଥାରେ ଅ କଲେ ସେଗୁଡିକ ଖଦ୍ୟୋପଯୋଗୀ  ହୋଇନଥାଏ   ।  ବିଶେଷ କରି ସେଥିରେ ଜଳୀୟ ଅଂଶ କମ ରହେ ଓ ତାହା ପିତା ଲାଗେ   ।  କିନ୍ତୁ କମଳା ଓ ସାନ୍ତରା ଆଦି ଫଳ ପରିପକ୍ଵ ହେବା ପରେ ବହୁଦିନ ରଖାଗଲେ ସେଥିରୁ ରସ କମିଯାଏ, ପଗଡ ବାନ୍ଧେ ଓ ଖାଇବାକୁ ଭଲ ଲାଗେନାହିଁ   ।  କିନୋ ଅରେଞ୍ଜ ଡିସେମ୍ବର ଶେଷରେ , ଜାନୁଆରୀ ଶେଷ ସପ୍ତାହରୁ ଫେବୃୟାରି ମଝି , ସ୍ଵିଟ ଆରେଞ୍ଜ ମୋସାମ୍ବି ନଭେମ୍ବର ଶେଷ , ପାଇଁ ଏପାଳ କିସମ କମଳା ୧୫ ଡିସେମ୍ବର , ଭେଲେନସୀୟା କିସମ କମଳା ଫେବୃୟାରି , ମାର୍ଚ୍ଚ ,  ଦାର୍ଜିଲିଂ ସାନ୍ତରା ନଭେମ୍ବର ମଧ୍ୟରୁ ଡିସେମ୍ବର ଶେଷରେ ଅମଳଯୋଗ୍ୟ ହୋଇଥାଏ , ଲେମ୍ଭୂ ଓ କାଗଜି ଲେମ୍ଭୂ ପୁଷ୍ଟ ହେବା ପରେ ଅମଳ କରାଯାଏ ।  ଏହି ସମୟରେ ଚୋପା ରଙ୍ଗ ଶାଗୁଆ ରହିଥାଏ   ।  କମଳା ଲେମ୍ଭୂଜାତୀୟ ଫଳଗୁଡିକରେ ସମୂହ ଦ୍ରାବଣୀୟ ପଦାର୍ଥ ଅମ୍ଳର ଅନୁପାତ ୧୨.୧ ଓ ୧୪.୧ ରହିଥିଲେ ଏହା ଅମଳଯୋଗ୍ୟ ବୋଲି ଧରାଯାଏ   ।

ଅଙ୍ଗୁର

ଫଳଗୁଡିକ କାନ୍ଦିରେ ପରିପକ୍ଵ ହେବାଯାଏଁ ଛଡାଯାଏ କାରଣ ଏହା ନକଲେ ଅମଳ ପରେ ଫଳ ପରିପକ୍ଵ ହୁଏ ନାହିଁ   ।  ଫଳଗୁଡିକ ଦେଖିବାକୁ ରୁଚିକର , ଖାଇବାକୁ ରୁଚିକର ହେବା ଉଚିତ   । ଚିନି ଅଂଶ ବଢିବା ଦରକାର ଓ ଅମ୍ଳ ଅଂଶ କମିବା ଦରକାର   । କିସମର ପ୍ରାକୃତିକ ରଙ୍ଗ ଧରିବା ପରେ ଏହା ପକ୍ଵାବସ୍ତାରେ ପହଞ୍ଚିଥାଏ   । ପ୍ରତ୍ୟେକ କିସମର ସମୂହ ଦ୍ରବନୀୟ ଘନପଦାର୍ଥ /ଅମ୍ଳ ଅନୁପାତକୁ ଧରି ପକ୍ଵାବସ୍ଥା ନିରୂପଣ କରାଯାଏ   ।  କିନ୍ତୁ ଅଧିକାଂଶ ଚାଷୀ ଫଳର ରଙ୍ଗ , କୋମଳତା ଓ ସ୍ଵାଦୁ କୁ ବିଚାରକୁ ନେଇ ଅମଳ କରିଥାନ୍ତି  ।

ପିଜୁଳି

ଫଳ ଗୁଡିକ ଗାଢ ସବୁଜ ରଙ୍ଗରୁ ଧୀରେ ଧୀରେ ସବୁଜ ହଳଦିଆ ରଙ୍ଗ ଧାରଣ କରନ୍ତି

ସପୁରି

କ୍ୟୁ- କିସମର ଫଳରେ ଥିବା ଆଖିଗୁଡିକ ହଳଦିଆ ମିଶ୍ରିତ କମଳା ରଙ୍ଗ ତଳସ୍ତରରୁ ଆରମ୍ଭ କରେ ଓ ଆଖି ମଝି ଅଂଶ ସମତଳ ହୋଇ କଡ ଫୁଲିଉଠେ   ।  ଉପପର୍ଣ୍ଣ ଗୁଡିକ ହୁଗୁଳା ହୋଇ ମାଟିଆ ରଙ୍ଗ ଧାରଣ କରେ  ।  ଫଳଗୁଡିକ ଫୁଲ ଧରିବାଠାରୁ ୧୧୫ ରୁ ୧୩୦ ଦିନ ମଧ୍ୟରେ ପାକଳ ହୋଇଥାଏ   ।

ଅମୃତଭଣ୍ଡା

ଫଳଗୁଡିକର ଚୋପା ସବୁଜ ରଙ୍ଗ ପରିତ୍ୟାଗ କରି ହଳଦିଆ ମିଶ୍ରିତ ସବୁଜ ରଙ୍ଗ ଫଳର ତଳପଟୁ ଧାରଣ କରନ୍ତି   । ଫଳ ଚୋପାରେ ଥିବା କ୍ଷୀର ଯେତେବେଳେ ନିର୍ମଲ ଜଳପରି ଦେଖାଯାଏ   ।  ସେତେବେଳେ ଏହା ପକ୍ଵାବସ୍ଥାରେ ପହଞ୍ଚିଥିବା ଜଣାଯାଏ   ।

ନଡିଆ

ନଡିଆ ପରିପକ୍ଵ ହେବାଲାଗି ୧୨ ରୁ ୧୩ ମାସ ଫୁଲ (ଧରିବାଠାରୁ ) ନେଇଥାଏ   ।  ଚୋପାର ରଙ୍ଗ ଗାଢ ଶାଗୁଆ ରଙ୍ଗ ଛାଡି କିସମ ଅନୁଯାୟୀ ପ୍ରାକୃତିକ ରଙ୍ଗ ଧରେ    । ପରିପକ୍ଵ ନଡିଆଗୁଡିକ ରଙ୍ଗ ଚୋପା  ମାଟିଆ ରଙ୍ଗ ଧରାଯାଏ   ।

ଲିଚୁ

ସାଧାରଣତଃ ମେ ଓ ଜୁନ ମାସରେ ଲିଚୁ ଅମଳ କରାଯାଏ   । ଫଳର ପିଟକ ଗୁଡିକ ସମତଳ ହୋଇ ଉପବର୍ମ କୋମଲ ବା ଚିକ୍କଣ ହୋଇଯାଏ   ।  ଫଳ ସବୁଜ ରଙ୍ଗରୁ ଧୀରେ ଧୀରେ ଗୋଲାପି ରଙ୍ଗ ଧାରଣ କରେ   ।

୧୦

କାଜୁ

କିସମ  ଅନୁଯାୟୀ କାଜୁ ପୁଷ୍ପାଧାର ଫୁଲିଉଠି ସବୁଜ ରଙ୍ଗ ଛାଡି ହଳଦିଆ ବା ନଳିଆ ରଙ୍ଗ ଧରେ  । ମଞ୍ଜି ପୁରାଭାବେ ବଢି ସବୁଜ ରଙ୍ଗ ତ୍ୟାଗ କରି ଦେଖାଯାଏ   ।

୧୧

ସପେଟା

ଫଳଗୁଡିକ ଫିକା କମଳା ରଙ୍ଗ , ମାଟିଆ ରଙ୍ଗ ବା ଆଳୁ ଧରନ୍ତି , ଫଳ ଚୋପାରେ ଦାଗ ହେଲେ ତାହା ଶାଗୁଆ ରଙ୍ଗ  ନହୋଇ ହଳଦିଆ ଦାଗ ଦେଖାଯାଏ   । ମାଟିଆ ରଙ୍ଗର ସ୍କେଲ ବା ପାତି ଫଳ ଉପରେ ଦେଖାଯାଏ ନାହିଁ   । ଫଳ ଡେମ୍ଫରୁ ଅଳ୍ପ କ୍ଷୀର ବାହାରେ ଫଳର ମୁଣ୍ଡିରେ ଥିବା ଗର୍ଭାଶୟ ଅଂଶ ସୁଖୀ ଖସିପଡେ   ।

୧୨

ଆଭାକାଡୋ

ଫଳର ଆକାର ପୁଷ୍ଟ ହେବା ଉଚିତ   । ଫଳ ଭୀତରେ ଥିବା ବୀଜ ଢାଙ୍କୁଣୀ ହଳଦିଆ ମିଶ୍ରିତ ଧଳାରଙ୍ଗରୁ ଗାଢ ମାଟିଆକୁ ପରିବର୍ତ୍ତନ ହୁଏ  ।

୧୩

ସୀତାଫଳ

ସାଧାରଣତଃ ସେପ୍ଟେମ୍ବରରୁ ନଭେମ୍ବର ମାସ ଭୀତରେ ଏହା ଅମଳ ହୋଇଥାଏ   । ଫଳ ଚୋପା ଖଣ୍ଡକ ମଧ୍ୟାଅଂଶ  ଯେତେବେଳେ କ୍ରିମ ମିଶ୍ରିତ ହଳଦିଆ ଦିଶେ ସେତେବେଳେ ଫଳ ପକ୍ଵ ହୁଏ ଓ ଫଳ ଶାକ୍ତ ଥାଉ ଥାଉ ଅମଳ କରାଯାଏ   ।

 

୧୪

ପଣସ

ପଣସ ଛୋଟ ଓ କଞ୍ଚା ଅବସ୍ଥାରେ ପନିପରିବା ହିସାବରେ ଅମଳ ହୁଏ କିନ୍ତୁ ପାଚିଲା ପଣସ ଲାଗି ସେଥିରେ ଥିବା ମଞ୍ଜି ଟାଣ ହେବା ପରେ ପାଚେ   । ସାଧାରଣତଃ ମେ ଓ ଜୁନ ମାସରେ ଏହି ଅବସ୍ଥା ଦେଖାଯାଏ   ।

୧୫

ବେଲ

ଫଳଗୁଡିକ ପକ୍ଵାବସ୍ଥାରେ ପହଞ୍ଚିବା ସମୟରେ ଗଛରୁ ପତ୍ର ଝଡିଥାଏ   । ଫଳଗୁଡିକର ଚୋପା ଟାଣ ହୋଇ ଈଷତ ହଳଦିଆ ଦେଖାଯାଏ   ।

୧୬

ଡିମିରି

ଗଛରେ ଫଳ କୋମଲ ଥିବାଯାଏ ରହେ   । ଫଳର ବେକ ଠାରୁ ଝାଉଁଳିଯାଏ ଓ ଗଛରେ ଓହଳି ରହେ   । କାଣ୍ଡ ମଙ୍ଗ ରୁ କ୍ଷୀର ଝରେ ନାହିଁ  ।

୧୭

ବରକୋଳି

ଫଳଗୁଡିକ ଅପକ୍ଵ ଓ ପରିପକ୍ଵ ନ ହେବା ଉଚିତ   । ପକ୍ଵାବସ୍ଥାରେ ହିଁ ଅମଳ କରିବା ଉଚିତ  । ଫଳ ସବୁଜ ରଙ୍ଗ ଛାଡି ହଳଦିଆ ରଙ୍ଗ ଧରେ  । ପରେ ସ୍ଵର୍ଣ୍ଣ ରଙ୍ଗ ଧରି ସେସରେ ମାଟିଆ ରଙ୍ଗର ହୋଇଥାଏ   । ହଳଦିଆ ରଙ୍ଗ ଆରମ୍ଭ ହେବା ସମୟରେ ଅମଳ କରାଯାଏ   ।  ଫଳ ଏହି ସମୟରେ କୋମଲ ନଥାଏ   ।

୧୮

ଡାଳିମ୍ବ

ଫୁଲ ଫୁଟିବାର ପାଞ୍ଚ ମାସରୁ ସାତମାସ ହେବା ଭିତରେ ଫଳ ପାଚେ   । ଫଳର ବାହାର ଅଂସ ହଳଦିଆ ରଙ୍ଗ ଧରିବା ଆରମ୍ଭ ହେବା ପରେ ଓ ଫଳକୁ ଧୀର ଆଘାତ ଦେଲେ , ଧାତୁରେ ଆଘାତ ହେଲା ପରି ଶବ୍ଦ କରେ   ।

୧୯

ଅଁଳା

ଫଳଗୁଡିକ ଈଷତ ଶାଗୁଆ ଥାଏ   ।  କିନ୍ତୁ ପାଚିବା ପରେ ମଇଳା ସବୁଜ ମିଶା ହଳଦିଆ ରଙ୍ଗ ଧରେ   । ଭିଟାମିନ –ସି ପୁରାମାତ୍ରାରେ ବଢିବା ପରେ ଫଳ ଅମଳ କରାଯିବା ଉଚିତ   ।

୨୦

କନ୍ଦମୂଳ

ଅମଳ ହେବା ପାଇଁ ଲଗାଯିବାର ସାଢେ ତିନିମାସରୁ ଚାରିମାସ ସମୟ ଲାଗେ  । କାଣ୍ଡର ପତ୍ରଗୁଡିକ ହଳଦିଆ ପଡେ   ।

୨୧

ଉଲି ପିଆଜ

ଲଗାଯିବାର ତିନିମାସରୁ ପାଞ୍ଚ ମାସରେ ଅମଳ ଯୋଗ୍ୟ ହୋଇଥାଏ   ,ଗଛ ଶୁଖିଆସେ ଓ ମାଟି ଉପରେ ବେକଭାଙ୍ଗି ପଡିଯାଏ   ।  ୫୦ %ରୁ ଅଧିକ ପଡିଲେ ଅମଳ କରାଯାଏ   ।

୨୨

ରସୁଣ

ସାଢେ ଚାରି ମାସରୁ ପାଞ୍ଚ ମାସରେ ଅମଳଯୋଗ୍ୟ ହୁଏ   । ଗଛ ଶୁଖିଆସେ ଓ ରସୁଣର ପତଳା ଟୋପା ଟାଣ ହୋଇଥାଏ   । ମାଟି ଉପର ଅଂଶ ନଡା ରଙ୍ଗ ହୋଇଯାଏ   ।

୨୩

ଆଳୁ

ପତ୍ର ଓ ଡାଳ ଶୁଖିଆସିବା ପରେ ଆଳୁ ଅମଳ ହୁଏ  ।  ଆଳୁର ଚୋପା ହାତରେ ଘଷିଲେ ଛିଣ୍ଡି ବାହାରେ ନାହିଁ   । ଅମଳ କରିବା ୧୫ ଦିନ ପୂର୍ବରୁ ପାଣି ଦେବା ବନ୍ଦ କରିବ   ।

୨୪

ବନ୍ଧାକୋବି

କୋବିଗୁଡିକ ପୁରାଭାବେ ସତେଜ ହୋଇ ବଢିଲା ପରେ ଅମଳ ହୁଏ  ।

୨୫

ଫୁଲକୋବି

ସହଳ ଫସଲ ୬୦ ରୁ ୭୦ , ମଧ୍ୟମ ଫସଲ ୯୦ ରୁ ୧୦୦ ଓ ଉଛୁର ଫସଲ ୧୧୦ ରୁ ୧୨୦ ଦିନରେ ଅମଳ ହୁଏ   ।  ଫୁଲ କଢ ଅବସ୍ଥାରେ ଥାଏ ଓ କ୍ରିମ ରଙ୍ଗ ଧାରଣ କଲେ ଅମଳଯୋଗ୍ୟ ହୁଏ   ।

୨୬

ଗଣ୍ଠିକୋବି

କୋବି ପୁରାଭାବେ ବଢି ଚୋପା କଅଁଳ ଅବସ୍ଥାରେ ଥିବା ସମୟରେ ଅମଳ କରାଯାଏ   ।

୨୭

ବାଇଗଣ

ଫଳ ପୁରାଭାବେ ବଢି ,ଚକ,ଚକ ଦେଖାଯିବା  ।  କଅଁଳ ଅବସ୍ଥାରେ ତୋଳାଯାଏ । ମଞ୍ଜି ଟାଣ ହେବା ପୂର୍ବରୁ ଅମଳ କରାଯାଏ   ।

୨୮

ବିଲାତି ବାଇଗଣ

ଫୁଲ ପୁରାଭାବେ ବଢି ସବୁଜ ରଙ୍ଗ ବଦଳିବାକୁ ଆରମ୍ଭକଲେ ତୋଳାଯାଏ   । ତେବେ ଆବଶ୍ୟକତାକୁ ଦେଖି ଅମଳ କରାଯିବା ଦରକାର   । ସଦ୍ୟ ବ୍ୟବହାର ଲାଗି ପରିଣତ ଅବସ୍ଥାରେ ତୋଳଯାଏ   ।  କିଛି ଦିନ ରଖି ବ୍ୟବହାର କରିବାକୁ ହେଲେ ପକ୍ଵାବସ୍ଥା ରେ ଅମଳ କରାଯାଏ   । ମଞ୍ଜି ରଖିବା ପାଇଁ ପୁରା ଲାଲ ନରମ ଅବସ୍ଥାରେ ଅମଳ କରାଯାଏ   ।

୨୯

ଭେଣ୍ଡି

ଫୁଲ ଫୁଟିବାର ପାଞ୍ଚ ଦିନରୁ ଛଅ ଦିନରେ ଭେଣ୍ଡି ପୁରାମାତ୍ରାରେ ବଢି କଅଁଳ ଅବସ୍ଥାରେ ଥିବାବେଳେ ଅମଳ କରାଯାଏ   ।

୩୦

ଶିମ୍ବ

ଫଳ ଧରିବାର ଦୁଇ ସପ୍ତାହରୁ ତିନି ସପ୍ତାହରେ ଛୁଇଁ ଅମଳ ହୁଏ  ।  ଛୁଇଁ କଅଁଳ ଅବସ୍ଥାରେ ତୋଳାଯାଏ   ।

୩୧

ମଟର

ଛୁଇଁ ହୃଷ୍ଟପୃଷ୍ଠ ହୋଇ ବଢିବା ପରେ ଓ ମଞ୍ଜି କଅଁଳ ଥିବା ଅବସ୍ଥାରେ ଅମଳ ହୁଏ   ।  ଛୁଇଁ ସାଗୁଆ ରଙ୍ଗ ଧରିଥିବା ଅବସ୍ଥାରେ ଅମଳ କରାଯାଏ   ।

୩୨

କଖାରୁ

କଖାରୁ ପାଚିବା ଲାଗି ଶହେ ଦଶ ଦିନରୁ ଶହେ କୋଡିଏ ଦିନ ଲାଗେ   । ଫଳ ଶାଗୁଆ ରଙ୍ଗ ଛାଡି ହଳଦିଆ ବା କମଳା ରଙ୍ଗ ଧରେ   ,ମଞ୍ଜି ପାକଳ ହୋଇ ଟାଣ ହୁଏ   ।  ଚୋପା ଅତି ଟାଣ ହୁଏ

୩୩

କାକୁଡି

ମଞ୍ଜି ଲଗାଇବାର ଦୁଇମାସ ପରେ ଅମଳ ଆରମ୍ଭ ହୁଏ  ।  କାକୁଡି ପୁରାମାତ୍ରାରେ ବଢି ସବୁଜ ମିଶା ଧଳା ରଙ୍ଗ ଧରେ   ।  ଚୋପା ଓ ମଞ୍ଜି କଅଁଳ ହୋଇଥାଏ   ।

୩୪

ତରଭୁଜ

ମଞ୍ଜି ଲାଗିଯିବାର ଚାରିମାସରୁ ପାଞ୍ଚମାସ ଭୀତରେ ଫଳ ପାଚିବା ଆରମ୍ଭ କରେ   ।  ଲଟା ମଉଳିବା ଆରମ୍ଭ କରେ   । ଫଳରେ ଠଣି ମାରିଲେ ଟାଇଁ ଟାଇଁ  ଶବ୍ଦ ପରିବର୍ତ୍ତେ ଧଡଧଡ ଶବ୍ଦ କରେ   ଫଳଗୁଡିକ ଗାଢ ରଙ୍ଗ ଧରେ   । ମଞ୍ଜି ଟାଣ ଓ ଗାଢ କଳା ବା ମାଟିଆ ରଙ୍ଗ ଧରେ   ।

 

 

ଅମଳ ଓ ଅମଳ ପରବର୍ତ୍ତୀ ପ୍ରବନ୍ଧ କରିବା   :

ଫଳ ଓ ପନିପରିବା ଗୁଡିକର ଉପଯୁକ୍ତ ବିନିଯୋଗ ଲାଗି ଉପଯୁକ୍ତ ପ୍ରବନ୍ଧ କରିବା ଆବଶ୍ୟକ କାରଣ ଫଳ ଓ ପନିପରିବା ଗୁଡିକୁ ଯତ୍ନ ସହକାରେ ଅମଳ କରିବାଠାରୁ ଖାଉଟିମାନଙ୍କ ପାଖରେ  ପହଞ୍ଚାଇ ଉପଯୁକ୍ତ ଭାବେ ସେଗୁଡିକର ସଦବ୍ୟବହାର ହେବା ଏକ ପ୍ରଧାନ ବିଷୟ   ।  ଏହି ସ୍ୱାସ୍ଥ୍ୟରକ୍ଷକ ଖାଦ୍ୟ ସାମଗ୍ରୀରେ ଖାଦ୍ୟ ମୂଲ୍ୟରେ ଅବନତି , ତଥା ପାଚ୍ୟ , ସଢି ଓ ସୁଖୀ ନଷ୍ଟ ହେବା ଅନୁଚିତ   ।  ଫଳ ଓ ପନିପରିବା ଗୁଡିକର ଅମଳ କରିବା ଉପଯୁକ୍ତ ସମୟ ସକାଳ ଓ ଉପରବେଳା  । ତାନ ଖରା ହେଉଥିବା ସମୟରେ ଫଳ ଅମଳ କରାଯିବା ଉଚିତ ନୁହେଁ   ।  ଖରାରେ ଅମଳ ଦ୍ରବ୍ୟଗୁଡିକୁ ରଖିଲେ ଅଧିକ ତାପହେତୁ ଫଳ ଓ ପନିପରିବା ଗୁଡିକର ଶ୍ଵାସ ପ୍ରକ୍ରିୟାର ଗତି ବଢିବା ସଙ୍ଗେ ସଙ୍ଗେ ତତଜନିତ ଅନ୍ୟାନ୍ୟ ପ୍ରକ୍ରିୟା ଚାଲୁହେବା ଦ୍ଵାରା ସେଗୁଡିକର କ୍ଷତି ଘଟାଏ ଓ ସଂରକ୍ଷଣ ଲାଗି ଉପଯୁକ୍ତ ହୋଇନଥାଏ   । ଅମଳ କରିବା ସମୟରେ ଫଳ ଓ ପନିପରିବାଗୁଡିକୁ ଛେଚିବା , ଚିପିବା ବା ଫୋପାଡିବା ଅନୁଚିତ   ।  ଏପରି କଲେ ସେଗୁଡିକ ଶୀଘ୍ର ନଷ୍ଟ ହୋଇଥାଏ   ଓ ରୋଗ ଜୀବାଣୁ ସହଜେ ପ୍ରବେଶ କରି ସେଗୁଡ଼ିକକୁ ସଢାଇ ଦିଅନ୍ତି   ।  ଗଛଗୁଡିକରେ ସିଡି ସାହାଯ୍ୟରେ ଛାଡି ଫଳଗୁଡିକୁ ସାବଧାନ ଭାବେ ତୋଳି ଦାଲା ବା ମୁଣିରେ ରଖି ତଳକୁ ଅଣାଯାଏ   ।  ଆଜିକାଲି ବଡ ବଡ ଫଳ ବଗିଚାରେ ଯାନ୍ତ୍ରିକ ଉପାୟରେ ଗଛରୁ ନିରାପଦରେ ଫଳ ତୋଳାଯାଉଛି   । ଫଳଗୁଡିକୁ ବାଲଟି , ଅଖାମୁଣି , ବାଉଁଶ ବେତା , ମଲାଟ ବାକ୍ସ ବା ଟିଣ ବାକ୍ସରେ ରଖି ସେଗୁଡିକୁ ଥଣ୍ଡା ଓ ଛାଇ ହୋଇଥିବା ଜାଗାରେ ସଂଗ୍ରହ କରାଯାଏ   ।  ଏହି ସମୟରେ କ୍ଷେତରୁ ଅନୁରୂପ ପ୍ରଣାଳୀରେ ଅମଳ ହେଉଥିବା ଛେଚା , କଚଡା ନ ହେବା ଓ ସେଥିରେ ଦାଗ ନପଡିବା ପ୍ରତି ଧ୍ୟାନ ଦେବା ଦରକାର   । ପନିପରିବାଗୁଡିକ ମଧ୍ୟ କ୍ଷେତ୍ରରୁ ତେଳାଗଲା ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ   ।

ସଂଗୃହୀତ ଫଳ ଓ ପାଣିପାରିବାନ ଗୁଡିକ ଜମି ଉପରେ ବେଶି ସମୟ ଗଦା କରିବା ଅନୁଚିତ , କାରଣ ଗଦା କରିବାଭୀତରେ ମୁକ୍ତ ପବନ ପ୍ରବେଶ କରିବାରେ ବ୍ୟାଘାତ ହେବା ସଙ୍ଗେ ସଙ୍ଗେ ଫଳ ଓ ପନିପରିବା ଗୁଡିକରେ ଶ୍ଵାସକ୍ରିୟାର ବେଗ ବଢି ଉତ୍ତାପ ବଢିଥାଏ   । ଫଳ ଓ ପନିପରିବା ଗୁଡିକ କ୍ଷତିଗ୍ରସ୍ତ ହୋଇଥାଏ ଓ ପରେ ପରେ ଜମିରେ ଥିବା ଜୀବାଣୁ ଓ କୀଟ ପ୍ରବେଶ କରି ଫଳ ଓ ପନିପରିବା ନଷ୍ଟ କରିଥାନ୍ତି   ।  ଜୀବାଣୁ ପ୍ରବେଶ କରିଥିବା ଫଳ ଓ ପନିପରିବା ଷ୍ଟୋର ଘରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାନ୍ତି  ।

ଆଧୁନିକ ଉଦ୍ୟାନ ଚାଷ ପଦ୍ଧତିରେ ବଡ ବଡ ବ୍ୟବସାୟିକ ଉଦ୍ୟାନ ବଗିଚାରେ ଅମଳ ହେଉଥିବା ଫଳ ଓ ପନିପରିବା କିଛି ସମୟ ବରଫ ଜଳରେ ବୁଡାଇ ରଖି ପରେ ସଂଗ୍ରହଣ କେନ୍ଦ୍ରରୁ , ସଂରକ୍ଷଣ କେନ୍ଦ୍ର ବା ଶୀତଳ ଭଣ୍ଡାରକୁ ନିଆଯାଏ  ।  ଏପରି କରିବା ଦ୍ଵାରା ଫଳ ଓ ପନିପରିବା ଭୀତରେ ଥିବା ଉତ୍ତାପକୁ ହ୍ରାସ କରିଦିଆଯାଏ ଓ ସେଗୁଡିକ ତଟକା ହୋଇ ଅଧିକ ସମୟ ରହିଥାଏ  ।

ଅମଳ କରିବା ପ୍ରଣାଳୀ

ଫଳ ଓ ପନିପରିବା ଅମଳ ସେଗୁଡିକର ପ୍ରକାର ଭେଦରେ ଭିନ୍ନ ହୋଇଥାଏ   , ତେବେ ଅମଳ କରିବା ସମୟରେ ଓ ଅମଳ ପର-ପରିଚାଳନା ସମାୟରେ ସେଗୁଡିକ ପ୍ରତି କୌଣସି ପ୍ରକାରର ଆଘାତ ନ ଲାଗିବା ମୁଖ୍ୟ ବିଷୟ ଅଟେ   ।  କେହି ବଗିଚା ଚାଷୀ ଫଳ ଗଛରୁ ଫଳ ତୋଳିବା ସମୟରେ ଭୁଲ ପ୍ରଣାଳୀ ଅନୁସରଣ କରିଥାନ୍ତି   ।  କେହି ଗଛକୁ ଜୋରରେ ହଲାଇବାରୁ ଗଛରୁ ପାଚିଲା ଫଳ ଝଡି ତଳେ ପଡିଥାଏ   ।  ସେଗୁଡିକୁ ସେ ଗୋଟାଇ ନେଇ ବିକନ୍ତି   ।  ଏହି ପରି କରିବା ଦ୍ଵାରା ଗଛ ନଷ୍ଟ ହେବା ସଙ୍ଗେ ସଙ୍ଗେ ଅମଳ ହେଉଥିବା  ଫଳ ଛେଚି ହୋଇ ନଷ୍ଟ ହୋଇଥାଏ   । ଆମ୍ବ ଗଛରେ ଚଢି ଲମ୍ବା ଦଉଡିବନ୍ଧା ବେଗ ବା କପଡା ବା ଅଖା ମୁଣି ନେଇ ହାତ ସାହାଯ୍ୟରେ ପ୍ରତିଟି ଫଳ ତୋଳି ମୁଣିରେ ରଖି , ଧୀରେ ଧୀରେ ତଳକୁ ଖସାଇ ଫଳ ସଂଗ୍ରହ କରିବା ଉଚିତ   । ଗାଁ ଗହଳିରେ ମଧ୍ୟ ସାରୁ ଲମ୍ବା ଓ ଶକ୍ତ ବାଉଁଶ ଅଗରେ ଦଉଡି ଜାଲି ବାନ୍ଧି ଫଳଗୁଡିକୁ ଅମଳ କରାଯାଏ   । ନଡିଆ , ତାଳ, ଖଜୁରୀ ଆଦି ଫଳ ଗଛରୁ କେଣ୍ଡାଗୁଡିକୁ ଦଉଡିରେ ବାନ୍ଧି ଧୀରେ ଧୀରେ ତଳକୁ ଖସାଇ ଅମଳ କରାଯାଏ   ।  ଅଙ୍ଗୁର ପେନ୍ଥାଗୁଡିକୁ କାଟି ବାଉଁଶ ଝୁଡିରେ ରଖି ଅମଳ କରାଯାଏ   । ସପୁରି ଫଳଗୁଡିକୁ ଫଳ ତଳ ଅଂଶରେ ଥିବା ନାଡକୁ କାଟି ଫଳଗୁଡିକ ବାଉଁଶ ବେତାରେ ରଖି ସଂଗ୍ରହ କରାଯାଏ   । ଲିଚୁ ଫଳଗୁଡିକୁ କେଣ୍ଡା ଓ ପତ୍ର ସହ କାଟି ଅମଳ କରାଯାଏ  ।  ଏହାଛଡା ଛେଚାରୁ ରକ୍ଷା ପାଇ ଫଳ ସୁରକ୍ଷିତ ହୋଇଥାଏ   ।

ଆଜିକାଲି ବିଭିନ୍ନ ଫଳ ଯାନ୍ତ୍ରିକ ପ୍ରଣାଳୀରେ ଅମଳ କରି , ଟ୍ରେରେ ସ୍ଵୟଂଚାଳିତ ପଦ୍ଧତିରେ ଭର୍ତ୍ତି କରାଯାଏ   । ପନିପରିବା କ୍ଷେତ୍ରରେ ବିଭିନ୍ନ ପନ୍ଥା ଅବଲମ୍ବନ କରି ଫସଲ ଅମଳ କରି ଝୁଡି , ମୁଣା ଆଦି ଧାରକ ବ୍ୟବହାର କରି ସେଥିରେ ସଂଗ୍ରହ କରାଯାଏ   ।  ବିଭିନ୍ନ ପନିପରିବାର ବ୍ୟବହୃତ ଅମଳ ପ୍ରଣାଳୀ ନିମ୍ନରେ ପ୍ରଦତ୍ତ ହୋଇଛି   ।

  • ଆଳୁ- ଆଲୁଖୋଲା ଫାଉଡା ବ୍ୟବହାର କରି ହୁଡା ଖୋଳି ଖୋଳି ଆଳୁ ଅମଳ କରାଯାଏ   ।
  • ବାଇଗଣ – ଡେମ୍ଫ ସହ ଫଳଗୁଡିକୁ ଅମଳ କରାଯାଏ   ।

ଭେଣ୍ଡି – ଛୋଟ ଡେମ୍ଫ ସହ ଅମଳ କରାଯାଏ  ।

ବିଲାତି ବାଇଗଣ , ପୋଟଳ ଇତ୍ୟାଦି   - ଡେମ୍ଫରୁ ଅଲଗା କରି ଫଳ ଅମଳ କରାଯାଏ   ।

  • ମଟର , ଶିମ୍ବ, ଝୁଡୁଙ୍ଗ – ଛୁଇଁଗୁଡିକୁ ହାତରେ ଅମଳ କରାଯାଏ   ।
  • କନ୍ଦମୂଳ , ସାରୁ , ଦେଶୀଆଳୁ – ଫାଉଡା ଦ୍ଵାରା ଖୋଳି କନ୍ଦାଗୁଡିକୁ ସଂଗ୍ରହ କରାଯାଏ   ।
  • ମୂଳା , ବିଟ , ଗାଜର , - ଗଛ ସହ ସାବଧାନ ହୋଇ ଉପାଡି ସଂଗ୍ରହ କରାଯାଏ   ।
  • ଚଟୁ – ନାଡ ସହ ସାବଧାନ ହୋଇ ଅମଳ କରାଯାଏ   , ଯେପରି ଛତା ରୂପକ ଅଂଶ ନଷ୍ଟ ନହୁଏ   । ସେଗୁଡିକ ମଲାଟ ବକ୍ସ ବା ପ୍ଲାଷ୍ଠିକ ଟ୍ରେରେ ସଂଗ୍ରହ କରିବା ନିରାପଦ   ।
  • କଞ୍ଚା କଦଳୀ- କାନ୍ଦି ସହ ଫଳଗୁଡିକୁ ସଂଗ୍ରହ କରାଯାଏ   ।
  • ଶାଗ – ପୋଇପତ୍ର ସହ କାଣ୍ଡଗୁଡିକୁ କଟାଯାଏ , କୋଶଳା ଖଡା ଆଦି ଶାଗ ଉପାଡି ଅମଳ କରାଯାଏ କିନ୍ତୁ ଲେଉଟିଆ ଶାଗ ଦାଆ ଦ୍ଵାରା କାଟି ସଂଗ୍ରହ କରାଯାଏ   ।
  • ସଜନା ଛୁଇଁ – ଲମ୍ବା ବାଉଁଶ ଅଗରେ ଆଙ୍କୁଡି ବାନ୍ଧି ଛୁଇଁଗୁଡିକ ଲାଗିଥିବା ଡାଳଗୁଡିକୁ ଭାଙ୍ଗି ସଂଗ୍ରହ କରାଯାଏ   ।
  • କଞ୍ଚା ଅମୃତଭଣ୍ଡା – ଗୋଟି ଗୋଟି କରି ହାତରେ ଟୋଲାଜେ   । କଞ୍ଚା ପଣସ ଓ କଞ୍ଚା ଆମ୍ବ  - ମୁଣି ବା ବାଉଁଶ ଡାଲାରେ ଭରି ସଂଗ୍ରହ କରାଯାଏ   ।
  • ଏହା ବ୍ୟତୀତ ବିଭିନ୍ନ ଯାନ୍ତ୍ରିକ ପ୍ରଣାଳୀରେ ମଧ୍ୟ ପନିପରିବାକୁ ଅମଳ କରାଯାଏ   । ପନିପରିବାଗୁଡିକ ବିଶେଷ କରି ମୂଳା ଜାତୀୟ ( ମୂଳା, ଗାଜର ) ଅମଳ ପରେ ପରେ ପରିଷ୍କାର ଜଳରେ ଧୋଇ ରଖାଯାଏ   ।

ଶ୍ରେଣୀକରଣ

ବ୍ୟବସାୟିକ ଦ୍ରୁଷ୍ଟିରୁ ଫଳ ଓ ପନିପରିବା ଶ୍ରେଣୀକରଣ ହେବା ଉଚିତ  । ଚାଷୀମାନେ ଏହା ନକରି ପାଇକାରୀ ବେପାରୀମାନଙ୍କୁ କମ ଦରରେ ବିକ୍ରି କରିଥାନ୍ତି ଓ ଉଚିତ ଲାଭ ପାଇନଥାନ୍ତି , ତେଣୁ ଶ୍ରେଣୀକରଣ ଆବଶ୍ୟକ  ।  ଅବଶ୍ୟ ଫଳଗୁଡିକ ପକ୍ଵ , ଅକ୍ଷତ , ନିଖୁଣ ଭାବେ ଅମଳ କରାଯିବା ସହିତ ସମବିଧ ହେବା ଉଚିତ   । ଫଳ ସାଧାରଣତଃ ଆକାର , ରଙ୍ଗ ଓ ଦାଗ ବିହୀନ ଗୁଣକୁ ନେଇ ଶ୍ରେଣୀକରଣ ହୋଇଥାଏ   ।  ସେଓ,  ନାସପାଟି , ପିଜୁଳି , ସାନ୍ତରା , ଗ୍ରେପଫ୍ରୁଟ ,ଆମ୍ବ ଓ ଅନ୍ୟାନ୍ୟ କେତେକ ପ୍ରକାରର ଫଳଗୁଡିକ ଶ୍ରେଣୀକରଣ ହୋଇ କେତେକ ସ୍ଥାନରେ ବିକାଯାଇ ଅଧିକ ଲାଭ ଉଠାଯାଇଥାଏ   । ଏଥିଲାଗି ମଧ୍ୟ “ ଏଗମାର୍କ  “ ର ବ୍ୟବସ୍ଥା  କରାଯାଇଛି , ଚାଷୀମାନଙ୍କ ସୁବିଧା ଲାଗି   । ଶ୍ରେଣୀକରଣ ଆମ ଦେଶରେ ଅଭିଜ୍ଞ ଲୋକମାନଙ୍କ ଦ୍ଵାରା ହାତରେ କରାଯାଏ   ।  କିନ୍ତୁ ଯେଉଁଠାରେ ବହୁ ପରିମାଣର ଫଳ ଅମଳ ହୁଏ ସେଠି ଯାନ୍ତ୍ରିକ ଗ୍ରେଡର ବ୍ୟବହାର କରିବା ଦ୍ଵାରା ଅଳ୍ପ ସମୟରେ ଓ ନିର୍ଭୁଲ ଭାବେ ଶ୍ରେଣୀକରଣ ହୋଇପାରେ   । ମେସିନ ଗ୍ରେଡର ସାହାଯ୍ୟରେ ଆମେରିକା ଆଦି ଦେଶରେ ଫଳର ଶ୍ରେଣୀକରଣ ହୋଇଥାଏ   ।

ଆକାର , ପୂର୍ଣ୍ଣପକ୍ଵାବସ୍ତା , ରଙ୍ଗ ଓ ଗୁଣକୁ ଧରି ପନିପରିବା ଶ୍ରେଣୀକରଣ କରାଯାଏ   । ପ୍ରତି ପ୍ରକାର ପନିପରିବାର କିସମ କୁ ଧରି ଶ୍ରେଣୀକରଣ ହୁଏ   । ସେଗୁଡିକର ଗୁଣ , ଅବସ୍ଥା, ଆକାର , ଓ ଆକୃତି   କୁ ନେଇ ଶ୍ରେଣୀକରଣ ହୁଏ   । ଆଳୁଗୁଡିକ ଅତି ବଡ , ବଡ ମଧ୍ୟମ , ସାନ ଓ ଗୁଣ୍ଡ ଏପରି ଶ୍ରେଣୀକରଣ ହୁଏ   । ସେପରି ବଡ,  ମଧ୍ୟମ , ଓ ସାନ ଆକାରକୁ ଧରି ଅନ୍ୟ ପରିବାର ଶ୍ରେଣୀକରଣ ହୁଏ ଓ ବିକ୍ରି ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ   ।  କେତେକ ସ୍ଥଳରେ ପରିବା ଗୁଡିକର ଦୃଢତା  ସ୍ଵାଦୁ,  ରନ୍ଧନ ଗୁଣ , ରଙ୍ଗକୁ ନେଇ ମଧ୍ୟ ଶ୍ରେଣୀକରଣ ହୁଏ   ।

ଗଣ୍ଠିଲିକରଣ –

ଅମଳ ହୋଇଥିବା ଫଳ ଓ ପନିପରିବା ଲକ୍ଷସ୍ଥଳକୁ ନେବାଆଣିବା ସକାଶେ ଗଣ୍ଠିଲିକରଣ ଆବଶ୍ୟକ   ।  ଏହାଦ୍ଵାରା ପରିବହନ ସମୟରେ , ବ୍ୟବସାୟ କେନ୍ଦ୍ରରେ ଓ ସଂଗ୍ରହ କେନ୍ଦ୍ରରେ –

  1. ଫଳ ଓ ପନିପରିବା ଅଯଥା ନଷ୍ଟ ହେବାରୁ ରକ୍ଷା ମିଳେ   ।
  2. ଫଳ ଓ ପନିପରିବା କ୍ଷତି ରୁ ରକ୍ଷା ମିଳେ   ।
  3. ଅନାବଶ୍ୟକ ଉଦ୍ଭିଦ ପ୍ରକ୍ରିୟାରୁ ରକ୍ଷା ମିଳେ
  4. ଫଳ ଓ ପନିପରିବା ରୋଗ ଆକ୍ରମଣରୁ ରକ୍ଷା ପାଏ   ।

ଫଳ ଓ ପନିପରିବାର ଗଣ୍ଠିଲିକରଣ ପୂର୍ବରୁ ଫଟା , ଛେଚା , ରୋଗା ଓ  କୀଟ ଦ୍ଵାରା  ନଷ୍ଟ ହୋଇଥିବା , କେଞ୍ଚଡି ବା ଅପକ୍ଵ ଫଳ ଓ ପାରିବାକୁ ବାଛି ଅଲଗା କରାଯାଏ   । ଏପରି କରିବା ଦ୍ଵାରା ଗଣ୍ଠିଲିରେ ଥିବା ଅକ୍ଷତ ଫଳ ଓ ପରିବାଗୁଡିକ ଅକ୍ଷତ ଅବସ୍ଥାରେ ଲକ୍ଷ୍ୟସ୍ଥଳରେ ପହଞ୍ଚେ   ।

ଗଣ୍ଠିଲିକରଣ ଲାଗି ନାନା ପ୍ରକାରର ଦ୍ରବ୍ୟ  ବ୍ୟବହାର କାଜେ   , ଯଥା – ଟିଣ ବାକ୍ସ , କାଠ ବାକ୍ସ , ବାଉଁଶ ବା ତାଳପତ୍ର ତିଆରି ଝୁଡି , ମାଟିହାଣ୍ଡି (ଅଙ୍ଗୁର ଲାଗି) ଝୋଟ , ତିଆରି , ମୁଣା , କରୋଗେଟେଡ , ଫାଇବର , ବୋର୍ଡ ବାକ୍ସ , କାର୍ଡବୋର୍ଡ ବାକ୍ସ   , କାର୍ଟୁନ ବାକ୍ସ ଇତ୍ୟାଦି  । ଆଳୁ , ପିଆଜ , ରସୁଣ ପରି ଟାଣ ଜିନିଷକୁ ଅଖା ,  କନାମୁଣି ଆଦି ପଦାର୍ଥରେ ଗଣ୍ଠିଲିକରଣ ବ୍ୟବସ୍ଥା ହୋଇପାରେ   , ତେବେ ମୁଣି ଭିତରକୁ ବାୟୁ ଅବାଧରେ ପ୍ରବେଶ କରୁଥିବା ଆବଶ୍ୟକ   ।  କିନ୍ତୁ କୋମଲ ଫଳ ଓ ପନିପରିବା ପାଇଁ ଏହି ପ୍ରଥା ଅନୁପଯୁକ୍ତ   । ବସ୍ତାଗୁଡିକୁ ଗାଡିକୁ ଛଡାଇବା ବା ଉତାରିବା ସମୟରେ ମୁଣି ଭିତରେ ଥିବା ଜିନିଷ ଆଘାତ ପାଇବା ଭୟ ଅବଶ୍ୟ ରହିଛି   ।  ଗଣ୍ଠିଲିକରଣ ହେବା ଦ୍ରବ୍ୟ ଏପରି ହେବା ଦରକାର ଯାହା ଫଳରେ ଭିତରେ ଥିବା କଞ୍ଚା ଓ ପାଚିଲା ପଦାର୍ଥଗୁଡିକ ନିରାପଦରେ ରହିପାରିବା ସଙ୍ଗେ ସଙ୍ଗେ ବାୟୁ ସଂଚାଳନର ସୁବିଧା ଥିବା ଆବଶ୍ୟକ   ।  ଏହା ନ ହେବା ଦ୍ଵାରା ଭିତରେ ଥିବା କଞ୍ଚା ବା ସତେଜ ପଦାର୍ଥରେ ଉଦ୍ଭିଦ ପ୍ରକ୍ରିୟାର ବେଗ ବଢି ଫଳ ଓ ପାରିବାକୁ କ୍ଷୟ ଘଟାଇବାରେ ସହାୟକ ହେବ   । କାଠ ବାକ୍ସ ଓ ଟିଣ ବାକ୍ସ ବ୍ୟବହାର  ସୁବିଧାଜଣକ ଅଟେ  । କରଣ ଏହାକୁ ବାରମ୍ବାର ବ୍ୟବହାର କରାଯାଇପାରେ   ।  ତେବେ ପ୍ରଥମେ ଏହା ବ୍ୟୟସାପେକ୍ଷ ହୋଇଥାଏ ଓ ଅଧିକା ଓଜନ ହେତୁ ଉଠାରଖା କରିବାରେ ଅଧିକ ପରିଶ୍ରମ ନେବାକୁ ପଡିଥାଏ   ।  କରୋଗେଟେଡ ଫାଇବର ବୋର୍ଡ ବାକ୍ସଗୁଡିକ ସର୍ବାପେକ୍ଷା ସରଲ ଅଟେ  ।  ଏହା ବାଉଁଶ ଘାସ,ନଡା ଓ ଅନ୍ୟାନ୍ୟ କୃଷିଜାତ ପରିତ୍ୟକ୍ତ ବସ୍ତୁରୁ ଓ କାର୍ଡବୋର୍ଡ କାଗଜରୁ ପ୍ରସ୍ତୁତ ହୋଇଥାଏ  ।  ଏହି ପ୍ରକାର ବାକ୍ସସର ବ୍ୟବହାର ଦ୍ଵାରା କେତେଗୁଡିଏ ସୁବିଧା ହୋଇଥାଏ   ।

  1. ସେଗୁଡିକ ହାଲୁକା ହୋଇଯାଏ   ।
  2. ଏହା ଶସ୍ତା ସୁଲଭ ଜିନିଷରେ ତିଆରି
  3. ଫଳ ଓ ପନିପରିବା ସୁରକ୍ଷା କରେ
  4. ନେବାଆଣିବା ପାଇଁ ସହଜ ହୋଇଥାଏ   ।
  5. ବାକ୍ସ ଉପରେ , ସେଥି ଭିତରେ ଥିବା ଜିନିଷଗୁଡିକ ବିଷୟରେ ସହଜରେ ଲେଖିହୁଏ ଓ ପ୍ରେରିତ ସ୍ଥାନର ଠିକଣା ଲେଖିବା ସହଜ ହୋଇଥାଏ   ।
  6. ବହିର୍ଭାଗ ସୁଦୃଶ୍ୟ ହେବାଦ୍ଵାରା ଗ୍ରାହକ ଆକୃଷ୍ଟ ହୁଅନ୍ତି   ।
  7. ଫଳ ଓ ପରିବାକୁ ଠିକ ଓ ସୁନ୍ଦର ଭାବେ ସଜାଇ ଭଲ ଭାବରେ ରଖିହୁଏ   ।
  8. ପରିବହନ ଖର୍ଚ୍ଚ କମାଇବାରେ ସହାୟକ ହୋଇଥାଏ   ।
  9. ବଜାର ଅଞ୍ଚଳରେ ଅଳିଆ ଆବର୍ଜନା ମଧ୍ୟ କମ ହୋଇଥାଏ   ।

ବିଶେଷ ଭାବେ ବିଦେଶରୁ ରପ୍ତାନି ହେଉଥିବା ଫଳ ଓ ପାରିବା ଲାଗି ଏ ପ୍ରକାର ଖୋଳ ବ୍ୟବହୃତ ହୋଇଥାଏ କରଣ ବାକସଗୁଡିକ ବର୍ତ୍ତମାନ ପରିସ୍ଥିତିରେ ଅଧିକ ମୂଲ୍ୟରେ ଖରିଦ କରାଯାଉଛି   ।  ଏହା ଶସ୍ତା ହୋଇପାରିଲେ ବହିର୍ବାଣିଜ୍ୟ ବେଳେ ମଧ୍ୟ ଏହା ଗଣ୍ଠିଲିକରଣ ଧାରକ ରୂପେ ଆଦୃତ ହୋଇପାରିବ   ।

ପନିପରିବା

ଫଳ ଓ ପନିପରିବା ଚାଷ ତଥା ବ୍ୟବସାୟିକରେ ଉଚିତ ପରିବହନର ବ୍ୟବସ୍ଥା ଅତିନିରାପଦ , ସୁବିଧା ଓ ଶୀଘ୍ର ପରିବହନ କରାଯିବା ଏକ ମୁଖ୍ୟ ଓ ଲାଭଦାୟକ ବ୍ୟବସ୍ଥା କରଣ ଫଳ ଓ ପନିପରିବା ପରିବହନ ସମୟରେ ଯେତିକି ଡେରି ହେଉଥିବା ତଦନୁସାରେ ସେଗୁଡିକର କ୍ଷୟ ହେଉଥିବା  । ସେଗୁଡିକର  ଗୁଣ ମଧ୍ୟ ଆନୁପାତିକ ରୂପେ କମିଯିବ   । ସେହିପରି ପରିବହନ ସମୟରେ ଛେଚା, କଚଡା ଫଳ ଓ ପାରିବା ମଧ୍ୟ ନଷ୍ଟ ହେବ  ।  ଫଳ ଓ ପନିପରିବା ଗଣ୍ଠିଲିକରଣ ପନ୍ଥାରେ ନିର୍ଦ୍ଧାରିତ ସ୍ଥାନକୁ ପରିବହନ କରାଯାଇଥାଏ   ।

ପରିବହନ କ୍ରିୟା ବିଭିନ୍ନ ବ୍ୟବସ୍ଥା ଜରିଆରେ କରାଯାଇଥାଏ   । ଅମଳ ହେବାପରେ ଉଦ୍ୟାନ ଫସଲକୁ କ୍ଷେତ୍ରରୁ ସୁରକ୍ଷିତ ସ୍ଥାନଊ ଟୋକେଇ , ଅଖାମୁନି ବାଉଁଶ ଟୋକେଇ , ଭାର ,  ଟ୍ରକ ଓ ଅନ୍ୟାନ୍ୟ ଯାନ୍ତ୍ରିକ ବାହାନ ଦ୍ଵାରା ନିଆଯାଏ ଓ ଗଣ୍ଠିଲିକରଣ କରି ସଜାଯାଏ    । ଗଣ୍ଠିଲିଗୁଡିକୁ ଶୁଷ୍କ , ଥଣ୍ଡା ପରିବେଶରେ ପ୍ରଥମେ ରଖି ବା ସୁବିଧା ହେଲେ ନିର୍ଦ୍ଧାରିତ ତାପରେ ଶୀତଳ ଭଣ୍ଡାରରେ ସଂରକ୍ଷିତ କରି ରଖାଯାଏ  ଓ ପରେ ଅନ୍ୟାନ୍ୟ ବ୍ୟବସାୟିକ କେନ୍ଦ୍ରକୁ ତାର ପରିବହନ କରାଯାଏ   ।  ଏଠି ସ୍ଥାନରୁ ବିଭିନ୍ନ ସଂଗ୍ରାହକ କେନ୍ଦ୍ରକୁ ଟ୍ରକ ଯୋଗେ ଶୀତତାପ ନିୟନ୍ତ୍ରଣ ଯାନ ଓ କେତେକ କ୍ଷେତ୍ରରେ ଉଡାଜାହାଜ ଯୋଗେ , ଅନ୍ୟାନ୍ୟ ଦେଶକୁ ମଧ୍ୟ ବ୍ୟବସାୟ ସୂତ୍ରରେ ପଠାଯାଏ   ।

ଭାରତରେ ରାସ୍ତା ପରିବହନ ରେଳ ପରିବହନଠାରୁ ତିନିରୁ ଚାରି ଗୁଣରେ ଅଧିକ ହୋଇଥାଏ   ।  କିନ୍ତୁ ରେଳ ପରିବହନ ସଡକ ପରିବହନ ତୁଳନାଏ ଆଠରୁ ଦଶଗୁଣ ଅଧିକ କାର୍ଯ୍ୟକ୍ଷମ   । ରେଳ ପରିବହନ ବହୁ ସମୟ ସାପେକ୍ଷ ତେଣୁ ଫଳ ଓ ପନିପରିବା ସାଧାରଣତଃ ବିଶେଷ ପରିମାଣଏ ସଡକ ପରିବହନ ଦ୍ଵାରା ପଠାଯାଉଛି   । ରେଳ ପରିବହନଏ ଥିବା ଅଧିକ ସୁବିଧା ସଡକ ପରିବହନରେ ନାହିଁ   । ରେଳରେ ଫଳ ଓ ପନିପରିବା ଛେଚା କଚଡା ଅଳ୍ପ ହେବ ଥିବାରୁ ଅଧିକ ସୁରକ୍ଷିତ  ଥାଏ   ।  ପୁଣି ଅନେକ ଅଞ୍ଚଳରେ ରାସ୍ତାଗୁଡିକ ଚିକ୍କଣ ବା ସମତଳ ହୋଇ ନଥିବାରୁ ରାସ୍ତା ପରିବହନ ସମୟରେ ଫଳ  ଓ ପନିପରିବା  ଛେଚା କଚଡା ହୋଇ ନଷ୍ଟ ହୁଏ   ।  ଆମ ଦେଶରେ ଆଉ ଗୋଟିଏ ଅସୁବିଧା ହେଲା ଯେ ଟ୍ରକ ହେଉ ବା ରେଳ ଷ୍ଟେସନ ହେବ ବା ଜାହାଜ ହେଊ ,  କାମ କରୁଥିବା କୁଲିମାନେ ବେଖାତିର ଭାବେ ଫଳ ଓ ପନିପରିବା ଭରା ଗଣ୍ଠିଲିଗୁଡିକୁ ଉଠାଇବା ଓ ଓହ୍ଲାଇବା ସମୟରେ ଛେଚା କଚଡା କରିଥାନ୍ତି  , ଯାହା ଫଳରେ କିଛି ଫଳ ଓ ପନିପରିବା ନଷ୍ଟ ହୋଇଯାଏ   ।

ପରିବହନ କକ୍ଷ ରେ ଉଚିତ ବାତାୟନ ର ବ୍ୟବସ୍ଥା ରହିବା ନିତାନ୍ତ ଆବଶ୍ୟକ   । ଗାଡି ଭିତରେ ଉତ୍ତାପ ନିୟନ୍ତ୍ରଣର ସୁବିଧା ନ ଥିଲେ ସେଠାରେ ଉତ୍ତାପର ମାତ୍ରା ବଢି ପଦାର୍ଥର କ୍ଷତି ଘଟାଇଥାଏ   ।  ଏହା ସହିତ ପ୍ରକୋଷ୍ଠ ଭିତରେ ଉପଯୁକ୍ତ ଆର୍ଦ୍ରତା ରକ୍ଷା କରାଯିବା ଦରକାର   ।  ପରିବହନ ସକାଶେ ଅଳ୍ପ ଖର୍ଚ୍ଚ ବିଶିଷ୍ଟ ଶୀତତାପ ନିୟନ୍ତ୍ରଣର ବ୍ୟବସ୍ଥା ଫଳ ଓ ପନିପରିବା ପରିବହନ ସକାଶେ ଆବଶ୍ୟକ   । ରାସ୍ତା ସମତଳ ନ ଥିଲେ ବନ୍ଧୁର ରାସ୍ତାଗୁଡିକରେ ଗଣ୍ଠିଲିଗୁଡିକ ଛେଚା କଚଡା ଖାଇ ସେଥିରେ ଥିବା ଜିନିଷ ନଷ୍ଟ ହୋଇଯାଏ   । ଉଦ୍ୟାନ  କୃଷିର ସଫଳ ରୂପାୟନ ହେବ   । ତେଣୁ ଯଥାର୍ଥ ପରିବହନ ବ୍ୟବସ୍ଥା ହେବା ଦରକାର    ।

ବିପଣନ

ଉଦ୍ୟାନ ଫସଲର ଅମଳ – ପରବର୍ତ୍ତୀ କାର୍ଯ୍ୟର ସଫଳ ରୂପାଯନ ଲାଗି ବିପଣନ ଚାବିକାଠି ଅଟେ କହିଲେ ଅତ୍ୟୁକ୍ତି ହେବନାହିଁ  । କରଣ ଫଳ ଓ ପନିପରିବା ସ୍ଵଜୀବନ ବହୁତ ଅଳ୍ପ ଅଟେ ଓ ଏଥିରେ ବହୁ ପରିମାଣର ଜଳୀୟ ଅଂଶ ରହୁଥିବା ହେତୁ ସାଧାରଣ ପରିପାର୍ଶ୍ଵିକ ଅବସ୍ଥାରେ ଏହାକୁ ବେସୀ ସମୟ ରଖିହୁଏ ନାହିଁ   ।  ଚାଷୀ ଲାଭ ଦ୍ରୁଷ୍ଟିରୁ ସେଗୁଡିକୁ ଯଥାଶୀଘ୍ର ବିକିବା ଦରକାର ହୋଇଥାଏ   । ଯୁକ୍ତରାଷ୍ଟ୍ର ଆମେରିକା ଆଦି ଉନ୍ନତ ଦେଶରେ ଅତି ଉନ୍ନତ ବିପଣନ ବ୍ୟବସ୍ଥା ଥିବାରୁ ଅଳ୍ପ ସମୟଏ ଚାଷୀଠାରୁ ସଂଗୃହିତ ଫଳ , ପନିପରିବା ତଥା ସେଗୁଡିକରୁ ପ୍ରସ୍ତୁତ ହୋଇ ସଂରକ୍ଷିତ କରାଯାଇଥିବା ପଦାର୍ଥ ଅତି ଅଳ୍ପ ସମୟରେ ଦେଶସାରା ଯୋଗାଇ ଦିଆଯାଏ   । ସେ ତୁଳନାରେ ଭାରତ ତଥା ଓଡିଶାରେ ସୁବିଧା ନାହିଁ    । ଏହି ପରିସ୍ଥିତି ଯୋଗୁଁ ଉଦ୍ୟାନ ଫସଲ ଚାଷରେ ଘୋର ବାଧା ସୃଷ୍ଟି ହୋଇଛି   । ପରିବହନ , ସଂରକ୍ଷଣ , ବ୍ୟବସ୍ଥା ଓ ବିପଣନ ପ୍ରଣାଳୀ ସମନ୍ଵୟର ଅଭାବ ହିଁ  ଏହି  ପ୍ରକାରର ଫସଲ ଚାଷ ପାଇଁ କ୍ଷତିକାରକ ହୋଇଛି   । ବିପଣନ ବ୍ୟାପାର ସମୟୋଚିତ ନ ହେଲେ ଚାଷୀ ଓ ଖାଉଟିଙ୍କ ପ୍ରତି ଅନ୍ୟାନ୍ୟ ଦେଖିଦେବା ସ୍ଵାଭାବିକ   । ପ୍ରକୃତରେ କହିବାକୁ ଗଲେ ଆମ ଦେଶରେ ଉଦ୍ୟାନ ଫସଲ ହେଉ , ଶସ୍ୟ ଜାତୀୟ ଫସଲ ହେଉ ବା ଯେ କୌଣସି ବ୍ୟବସାୟ ହେଉ – ଏ ସମସ୍ତ ଦେଶର ରାଜନୀତି ଫସଲ ହେବା ବା ଯେ କୌଣସି ବ୍ୟବସାୟ ହେଉ- ଏ ସମସ୍ତ ଦେଶର ରାଜନୀତି , ଶାସନ , ଆର୍ଥିକ ପରିଚାଳନା ବ୍ୟବସାୟୀର ମରଜି ଉପରେ ନିର୍ଭର କରେ   ।  ଏହି ସଂସ୍ଥା ସୁପରିଚାଳିତ ହେଲେ ଚାଷୀ ଓ ଖାଉଟିଙ୍କୁ ଉଚିତ ମୂଲ୍ୟ ମିଳିବାରେ ବାଧା ନାହିଁ   । ଯାହା ଦେଖାଯାଏ , ଦଲାଲମାନେ ଚାଷ କରୁଥିବା ଲୋକଙ୍କ ଠାରୁ ଅତି ଅଳ୍ପ ମୂଲ୍ୟ ଦେଇ ଫଳ ଓ ପନିପରିବା କିଣନ୍ତି ଓ ଅଧିକ ମୂଲ୍ୟରେ ତାହା  ଖାଉଟିଙ୍କୁ ବିକ୍ରି କରିଥାନ୍ତି   ।  ବଗିଚା ମୂଲ୍ୟ ତୁଳନାରେ ଶତକଡା ୬୦ ରୁ ୮୦ ଭାଗ ଯାଏଁ ଅଧିକ ମୂଲ୍ୟରେ ଦଲାଲମାନେ ବିକ୍ରି କରିଥାନ୍ତି   । ଆମ ଦେଶରେ ସେପରି ବ୍ୟବସ୍ଥା ନାହିଁ ଯେଉଁ ବ୍ୟବସ୍ଥା ହୋଇନାହିଁ ଯାହାଫଳରେ ଅମଳ ଶୀଘ୍ର ଉଦ୍ୟାନ ଫସଲର ଅମଳ ପଦାର୍ଥ ସଂରକ୍ଷଣ କେନ୍ଦ୍ରକୁ ଚାଲିଯିବ ଓ ବଜାରରେ ଦର ସ୍ଥିର ରଖିବାରେ ସହାୟକ ହୋଇପାରିବ   ।  ଏପରି ହେଲେ ଦଲାଲମାନେ ଚାଷୀ ପ୍ରତି ଯେଉଁ ଅନ୍ୟାୟ କରିଥାନ୍ତି ତାହା ବନ୍ଦ ହୋଇପାରିବ   ।  ଫଳ ଓ ପନିପରିବା ବିପଣନ ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ବିହିତ ବ୍ୟବସ୍ଥା ନ ହେଲେ ଉଦ୍ୟାନ ଚାଷରେ ହାନି ଘଟିବା ସୁନିଶ୍ଚିତ   । ସମବାଯ ସମିତି ଏ ଦିଗରେ ସହାୟକ ହେବା ଆବଶ୍ୟକ   ।  ତେବେ ଦେଶର ସମବାୟ ସଂସ୍ଥା ଓ ଏହାର ଅବସ୍ଥା ଦେଖି ଏଥିପାଇଁ ଆନ୍ଦୋଳନ ଓ ପ୍ରଚାର ପ୍ରତି କେଉଁ ଦେଶବାସୀ ବା ଆସ୍ଥା ରଖିବ   ? କୌଣସି ସଂସ୍ଥା ସଚ୍ଚୋଟ , ନ୍ୟାୟ , କର୍ମଠ ତଥା ଦକ୍ଷ ନ ହେଲେ ଲାଭର ଆଶା ରଖାଯାଏନା   ,।  ଆଜି ଜଣସାଧାରଣ ଦୈନିକ ଖାଦ୍ୟରେ ଯେଉଁ ପରିମାଣର ଫଳ ଓ ପନିପରିବା ଖାଇବା କଥା ତାହା ସମ୍ଭବ ହେଉ ନାହିଁ   । ବ୍ୟବସାୟ ଦ୍ରୁଷ୍ଟିରୁ ଓ ସ୍ୱାସ୍ଥ୍ୟରକ୍ଷା ଦ୍ରୁଷ୍ଟିରୁ ଉଦ୍ୟାନ ଫସଲ ଚାଷ , ସଂରକ୍ଷଣ ତଥା ବିପଣନର ସମୁଚିତ ବ୍ୟବସ୍ଥା ଦେଶ ଓ ଜାତି ପାଇଁ ହିତକର ଅଟେ   ।

ଶ୍ରେଣୀକରଣ

ଫଳ ଓ ପନିପରିବା ଯଥାର୍ଥ ବା ବୈଜ୍ଞାନିକ ପଦ୍ଧତିରେ ବିପଣନ ହେଲା ତାହାର ଗଣ୍ଠିଲିକରଣ ପୂର୍ବରୁ ଶ୍ରେଣୀକରଣ ହେବା ଆବଶ୍ୟକ   । କାରଣ ଅମଳ ହେଉଥିବା ପ୍ରତି କିସମର ଫଳ ଓ ପନିପରିବା ଏକ ରଙ୍ଗ , ଆକାର , ମହକ ତଥା ଗୁଣ ହୋଇ ନଥାଏ   । ଫଳ ଓ ପାରିବାକୁ ସେପରି ବିକିଲେ ଅଧିକ ଲାଭ ମିଳେନାହିଁ   ।  ଭିତରେ କିପରି ସେଗୁଡିକ ଥାଏ ଗଣ୍ଠିଲିକୁ ଦେଖି ଜାଣି ହୁଏନାହିଁ   ।  ଯଦି ଶ୍ରେଣୀକରଣ ହୋଇଥାଏ   । ତେବେ ଗଣ୍ଠିଲିରେ କେଉଁ ଶ୍ରେଣୀର ଫଳ ରହିଛି ତାର ବିବରଣୀ ଗଣ୍ଠିଲି ଉପରେ ଲେଖାଯାଇଥାଏ   । କ୍ରେତା ସହଜେ ଜାଣିପାରେ ଯେ, କେଉଁ ଶ୍ରେଣୀର ଫଳ ରଖାଯାଇଛି   । ଫଳ ବା ପନିପରିବାକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଏ   । ପ୍ରଥମ ମାନର , ଦ୍ଵିତୀୟ ମାନର ଓ ତୃତୀୟ ମାନର  । ପ୍ରତ୍ୟେକ କିସମର ଫଳ ବା ପନିପରିବା ପାଇଁ ଶ୍ରେଣୀକରଣ ହୁଏ   ।  ଯେପରି ବାଇଗଣ ପଲି , ତୋଟାପୁରୀ , ସୁବର୍ଣ୍ଣରେଖା ଆମ୍ବ କିସମ ଅନୁଯାୟୀ ୧ମ, ୨ୟ,  ଓ ୩ୟ  ମାନରେ ବିଭକ୍ତ କରାଯାଏ   । ଆଳୁକୁ ମଧ୍ୟ ଏପରି ତିନିଟି ଗ୍ରେଡରେ ବିଭକ୍ତ କରାଯାଇଛି   ।

ଶ୍ରେଣୀକରଣ- ଜିନିଷଗୁଡିକର ଆକାର , ରଙ୍ଗ , ଓଜନ , ରୁଟି ,  ଆଦିକୁ ନେଇ ଶ୍ରେଣୀକରଣ ହୋଇପାରେ କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ କେବଳ ଆକାର ଓ ଓଜନକୁ ଧରି ମୁଖ୍ୟତଃ ଶ୍ରେଣୀକରଣ କରାଯାଉଛି   । ଅଙ୍ଗୁର କ୍ଷେତ୍ରରେ ଫଳର ସ୍ଵାଦୁ ଓ ମଞ୍ଜି କାମ ରହିଥିବା ବା ନଥିବାରୁ ଧରି ଶ୍ରେଣୀକାରଣ କରାଯାଇଥାଏ   ।

 

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top