ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଫଳ ପନିପରିବା ସଂରକ୍ଷଣରେ ରାସାୟନିକ ପଦାର୍ଥର ବ୍ୟବହାର
ସେଆର କରନ୍ତୁ

ଫଳ ପନିପରିବା ସଂରକ୍ଷଣରେ ରାସାୟନିକ ପଦାର୍ଥର ବ୍ୟବହାର

ଫଳ ପନିପରିବା ସଂରକ୍ଷଣରେ ରାସାୟନିକ ପଦାର୍ଥର ବ୍ୟବହାର ର ସୂଚନା ।

ରାସାୟନିକ ଦ୍ରବ୍ୟ

ଫଳ ଓ ପନିପରିବା ସଂରକ୍ଷଣ ଲାଗି ନାନାପ୍ରକାରର ରାସାୟନିକ ଦ୍ରବ୍ୟ ବ୍ୟବହାର ହୋଇଥାଏ   ।  ସେଗୁଡିକର ପରିଛନ୍ନତା , ବିଶୁଦ୍ଧତା ଓ ତଟକା ଅବସ୍ଥା ଉପରେ ସଂରକ୍ଷିତ ଖାଦ୍ୟପଦାର୍ଥର ରୁଚି , ଗୁଣ,  ରଙ୍ଗ ଓ ସଂରକ୍ଷଣ ସମୟ ନିର୍ଭର କରିଥାଏ   ।  ଚିନି,  ଲୁଣ, ମହୁ,  ତୈଳ,  ସିରକା, ମସଲା ପଦାର୍ଥ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ସଂଗ୍ରହ କରିବା ସମୟରେ ଏଥିପ୍ରତି ଧ୍ୟାନ ଦେଇ ବିଶ୍ଵସ୍ତ ଦୋକାନ ବା କେମିକାଲ ଫାର୍ମରୁ ଏହାକୁ ଖରିଦ କରିବା ଆବଶ୍ୟକ   ।  ଏହାଛଡା ଏହି ସବୁ ପଦାର୍ଥଗୁଡିକ ଉଚିତ ମାତ୍ରାରେ ବ୍ୟବହୃତ ହେବା ଦରକାର  । କରଣ କମ ବା ମାତ୍ରାଧିକ ପରିମାଣର ବ୍ୟବହାର ଅଧିକ ଖର୍ଚ୍ଚ କରିବା ସହିତ ସଂରକ୍ଷିତ ଖାଦ୍ୟ ପଦାର୍ଥଗୁଡିକ ସ୍ଵାଦହୀନ,  ଅରୁଚିକର ,ବିଷାକ୍ତ , ବେରଙ୍ଗ ଓ ମହକଶୂନ୍ୟ ବା ଅରୁଚିକର ଗନ୍ଧ ହେବାର ସମ୍ଭାବନା ଥାଏ   ।

ସଂରକ୍ଷଣ ଶିଳ୍ପ ଲାଗି ଅନେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ   ।  ବିଭିନ୍ନ ଫଳ ଓ ପନିପରିବା ଲାଗି ଭିନ୍ନ ଭିନ୍ନ ରାସାୟନିକ ପଦାର୍ଥ ବ୍ୟବହୃତ ହୋଇଥାଏ  ।  ଏହାଛଡା ବିଭିନ୍ନ ପ୍ରଣାଳୀ ସଂରକ୍ଷଣ ଲାଗି ମଧ୍ୟ ଭିନ୍ନ ଭିନ୍ନ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହୋଇଥାଏ   ।  ଉଦାହରଣ ସ୍ୱରୂପ-

ଟେବୁଲ

ରାସାୟନିକ  ପଦାର୍ଥ

କେଉଁ ଫଳ ଓ ପନିପରିବା ଲାଗି ବ୍ୟବହାରଯୋଗ୍ୟ

ଏମୋନିୟମ କ୍ଳୋରାଇଡ

ତଟକା ପାଚିଲା ଫଳ

ବେଞ୍ଜାଇକ ଏସିଡ

ଜାମ,  ଜେଲି, ପ୍ରିଯଭର୍ସ

ବାଇଫିନାଇଲ

କମଳା ଫଳ ଢାଙ୍କୁଣୀ

ବୋରାକସ

କମଳା ଫଳ ଧୋଇବା ରେ ମିଶାଯାଏ

କେଲସିଏମ ହାଇପୋକ୍ଲୋରେଟ

ଫଳ ଓ ପନିପରିବା ଢୋଇବା ଜଳରେ ମିଶାଯାଏ

କ୍ଳୋରଫର୍ମ

ଶୁଖିଲା ଫଳ

ସାଇଟ୍ରିକ ଏସିଡ

ଫୁଲକୋବି ଟିଣଡବା ଫ୍ରୋଜନଫ୍ରୁଟର ରଙ୍ଗ ରକ୍ଷା କରିବା ଲାଗି ବ୍ଲାଞ୍ଚିଙ୍ଗ

ମିଥିଲନ କ୍ଳୋରାଇଟ

 

 

 

ଶୁଖିଲା ଫଳ ନିମିତ୍ତ

ମିଥାଇଲ ଫୋମେଟ

ଇଥିଲୀନ ଅକସାଇଡ

ଇଥିଲିନ ଡାଇବ୍ରୋମାଡ

ଆଇସୋ ପ୍ରୋପାଇଲି ଅଲକୋହଳ

ପ୍ରୋପାଇଲ ଅକସାଇଡ

 

ଇଥିଲିନ ଡାଇକ୍ଳୋରାଇଡ

 

ତଟକା ଷ୍ଟ୍ରବେରି ଫଳ ନିମିତ୍ତ

ଟ୍ରାଇକ୍ଳୋରଇଥିଲିନ

ମିଲେମାଇନ

ସିଲେରୀ ପାରିବା ଧୋଇବା ନିମିତ୍ତ

ସୋଡିୟମ ହାଇପୋକ୍ଲୋରେ

ତଟକା ଫଳ ଓ ପାରିବା ନିମିତ୍ତ ଉଦଜାନ

ସଲଫର ଡାଇଅକସାଇଡ

ତଟକା ଅଙ୍ଗୁର

 

(ଖ) ରାସାୟନିକ କ୍ଷୟ ରକ୍ଷାକାରୀ

ଏସ୍କୋବିର୍କ ଏସିଡ

ଫ୍ରୋଜନ ଫଳ, ଟିଣଡବା, ସାଇତା ଚଟୁ

ସିଟ୍ରିକ ଏସିଡ

ଫୁଲକୋବି ବ୍ଳାଚିଙ୍ଗ କରିବା ସମୟରେ ରଙ୍ଗ ରକ୍ଷା କରିବା ଲାଗି ଓ ପ୍ରୋଜନଫ୍ରୁଟ

ପୋଟାସିୟମ ବାଇସଲଫାଇଡ

 

ଫଳ  ଓ ଆଳୁର ପତଳାଖଣ୍ଡ ରଙ୍ଗ ରକ୍ଷା ନିମିତ୍ତ

ସଲଫରସ ଏସିଡ ଦ୍ଵାରା ଜୀବାଣୁ ବୃଦ୍ଧି ବନ୍ଧ କରିବା  ।

ପୋଟାସିୟମ ମେଟା ବାଇସଲଫାଇଟ

ସୋଡିୟମ ବାଇସଲଫାଇଡ

ସୋଡିୟମ ମେଟା ବାଇସଲଫାଇଟ

 

କୀଟନାଶକ ଓ ରୋଗନାଶକ ଔଷଧ

ମିଥାଇଲ ବ୍ରୋମାଇଡ

ଶୁଖିଲା ଫଳ, କଫିମଞ୍ଜି, କୋକୋ ମଞ୍ଜି

ପୃଷ୍ଟି ସମ୍ପୂରକ

(କ) ଭିଟାମିନ (ଜୀବନିକା)

ଏସକୋବିର୍କ ଏସିଡ

ଫଳରସ

ରିବୋଫ୍ଲେବିନ

 

କର୍ଣ୍ଣମିଲ (ମକା ଅଟେ )

ଥାୟାମିନ

 

3। (କ) ମହକ ପ୍ରଦାନକାରୀ

ଏଲାଇନ କେପ୍ରୋଏଟ

ସପୁରି ମହକ

ଏଲାଇନ କେପ୍ରୋଲେଟ

ଏଲାଇନ ସିନାମେଟ

ଏଲାଇନ ଏନଥେଟ

ଏଲାଇନ ହେକସୋନେଟ

ଏଲାଇନ ଆଇସୋ ଥାୟୋସାଏନେଟ

ସୋରିଷ ମହକ

ଏଲାଇଲ ଆଇସୋଭେଲେଟେଟ

ଏପାଳ ବ ସେଓ ମହକ

ଏମାଇଲ ଏସିଟେଟ

କଦଳୀ ମହକ

ଏମାଇଲ ବ୍ୟୁଟାରେଟ

ଆଲ୍ଫା ଏମାଇନ ସିନାମମ ଆଲଡିହାଇଡ

ଫଳ ମହକ

ବେଞ୍ଜାଇସ ଏସିଟୋନ

ଏମାଇଲ ଏନଥେପ

ନଡିଆ ମହକ

ବୋରନାଲ

ମସଲା ମହକ

ବ୍ୟୁଟ୍ରିକ ଏସିଡ

ଲହୁଣୀ ମହକ

କେପ୍ରଲଡିହାଇଡ

କମଳା ଜାତୀୟ ଫଳ ମହକ

କେ ପ୍ରୋଇକ ଏସିଡ

କେପ୍ରିଲ ଏଲଡିହାଇଡ

ସିନମନ ଏଲଡିହାଇଡ

ଡାଳଚିନୀ ମହକ

ସିଟ୍ରଲ

ଲେମ୍ବୁ ମହକ

ସିଟ୍ରୋନେଲା

ଫଳ ମହକ

ସିଟ୍ରୋନେଲାଲ

ଗୋଲାପ ମହକ

କ୍ୟୁମିନେଲ ଏଲଡିହାଇଡ

ମିଣ୍ଟ ବା ପୋଦିନା ମହକ

ସାଇକ୍ଳୋ ହେକସାଇଲ ଏସିଟେଟ

କମଳା ମହକ

ଡାଇକଲ ସଲଫାଇଡ

ରସୁଣ ମହକ

ତୋଡିକଲ ଏସିଟୋନ

ଅଙ୍ଗୁର ମହକ

ଇଥାଇଲ ଭେନିଲିନ

ଭେନିଲା ମହକ

ଜିଞ୍ଜରିନ

ଅଦାର ମହକ

 

(ଖ) କୁତ୍ରିମ ପୁଷ୍ଟିକାରକ ମିଠା ଦ୍ରବ୍ୟ

1)     କେଲସିଏମ ସାଇକ୍ଳୋମେଟ

2)     କେଲସିଏମ ସାଖାରିନ

3)     ସାଖାରିନ

4)     ସୋଡିଏମ ସାଇକ୍ଳୋମେଟ

5)     ସୋଡିଏମ ସାଖାରିନ

(ଗ) ପକ୍ଵ ସହାୟକ ରାସାୟନିକ ଦ୍ରବ୍ୟ   ।

ଇଥ୍ରଲ

ଫଳ ପଚାଇବା ନିମିତ୍ତ

୨-୪ ଡି

କାର୍ବାଇଡ

ଏସିଟିଲିନ

 

6. ସଂରକ୍ଷଣ ସହାୟକ ରାସାୟନିକ ଦ୍ରବ୍ୟ

(କ) ଫଳ ଓ ପନିପରିବା ପରିଷ୍କାର କରିବା ନିମିତ୍ତ

କ୍ଳୋରିନ

ଫଳ ଓ ପନିପରିବା ଢୋଇବା ଜଳରେ ମିଶାଯାଏ

ଡିଟରଜେଣ୍ଟ

ମିଠା ମକା , ମଟର ଓ ଅନ୍ୟାନ୍ୟ

ହାଇଡ୍ରୋକ୍ଳୋରିକ ଏସିଡ

ସେଓ ଧୁଆ ଜଳରେ ମିଶାଯାଏ

ସୋଡିୟମ ସିଲିକେଟ

ମିନରଲ ଅଏଲ

ମିଠାମକା ଓ ମଟର ଧୁଆ ଜଳରେ ମିଶାଯାଏ

ପଟାସିୟମ ହାଇଡ୍ରୋକସାଇଡ

ଡିମିରି, ପିଚ ଏପ୍ରିକଟ , ଗ୍ରେପଫ୍ରୁଟ  ଖଣ୍ଡ ଗୁଡିକୁ ଧୋଇବା ସମୟରେ ପାଣିରେ ମିଶାଯାଏ ।

ସୋଡିୟମ ହାଇଡ୍ରୋକସାଇଡ

 

(ଖ) ଜଳୀୟ ଅଂଶ ନିୟନ୍ତ୍ରଣ କରିବା ନିମିତ୍ତ

ପ୍ରପିଲିନ ଗ୍ଲାଇକୋଲ

ନଡିଆ କୋରା ନିମିତ୍ତ

ସର୍ବିଟାଲ

 

ମହମ

କାକୁଡି,  ବାଇଗଣ,  କଖାରୁ, ଲଙ୍କାମରୀଚ , ଗାଜର, ମୂଳା ତରଭୁଜ ଆଳୁ,  ଆଭାକୋଡୋ , ସେଓ, ପିଆର , କମଳା, ଲେମ୍ଭୂ ଜାତୀୟ ଫଳ ଇତ୍ୟାଦି

କେଲସିଏମ ଫସଫେଟ

ମସଲା ଦ୍ରବ୍ୟ ଚେକା ନବାନ୍ଧିବା ନିମିତ୍ତ

କେଲସିଏମ ସିଲିକେଟ

କେଲସିଏମ ଷ୍ଟିରେଟ

ମାଗ୍ନେସିୟମ ଷ୍ଟିରେଟ

 

(ଗ) କ୍ଷାର ଓ ଅମ୍ଳ ନିୟନ୍ତ୍ରଣ ଦ୍ରବ୍ୟ

ଏସିଟିକ ଏସିଡ

କେଚପ,ଆଚାର, ଡବା, ସଂରକ୍ଷଣ ଫଳ ଓ ପନିପରିବା, ଆର୍ଟିରେ ପରିବା ନିମିତ୍ତ

କେଲସିଏମ ହାଇଡ୍ରୋକସାଇଡ

ଡବା ସଂରକ୍ଷଣ ମଟର ନିମିତ୍ତ

 

ସିଟ୍ରିକ ଏସିଡ

ଡବା ସଂରକ୍ଷିତ ମଟର ନିମିତ୍ତ

ଗ୍ଳୁକୋନିକ ଏସିଡ

 

 

ଜାମ,  ଜେଲି ସଂରକ୍ଷଣ ନିମିତ୍ତ

ଲେକଟିକ ଏସିଡ

ମାଲେଜ ଏସିଡ

ସୋଡିୟମ ସିଟ୍ରେଟ

ସୋଡିୟମ ପଟାସିୟମ ଟାର୍ଟରେଟ

ସୋଡିୟମ କାର୍ବୋନେଟ

 

 

ଡବା ସଂରକ୍ଷିତ ମଟର

ମାଗ୍ନେସିୟମ କାର୍ବୋନେଟ

ମାଗ୍ନାସିଏମ ହାଇଡ୍ରାକସାଇଡ

ଫସଫୋଋକ ଏସିଡ

ଇମିଟେସନ ଜେଲି ନିମିତ୍ତ

ସୋଡିୟମ ବାଇକାର୍ବୋନେଟ

ଟମାଟୋ ପେଷ୍ଟ,  ଡବା ସଂରକ୍ଷିତ ମଟର ନିମିତ୍ତ

 

(ଘ) ଦୈହିକ ପ୍ରକ୍ରିୟା ନିୟନ୍ତ୍ରଣ

କାର୍ବନଦାଇଅକସାଇଡ

ସାଇତା ତଟକା ଫଳ

୨,୪- ଡାଇକ୍ଳୋର ଫିନିକସ ଏସିଟିକ ଏସିଡ

ଲେମ୍ବୁ

ଇଥିଲିନ

ପିଅର ଓ କଦଳୀ

ଇଥରେଲ

ମାଲିକ ହାଇଡ୍ରୋଜାଇଡ

ଆଳୁ ଓ ପିଆଜ

ନାପଥିଲିନ ଏସିଟିକ ଏସିଡ

୨,୪,୫- ଟ୍ରାଇକ୍ଳୋର ଫନୋକସି ଏସିଟିକ ଏସିଡ

ଲେମ୍ବୁ

 

ସଂରକ୍ଷଣ ଲାଗି ବ୍ୟବହୃତ ହେଉଥିବା ଫଳ ଓ ପନିପରିବା ଗୁଡିକର କିସମ

ଫଳ ଓ ପନିପରିବା ଗୁଡିକୁ ସଂରକ୍ଷଣ ପ୍ରକ୍ରିୟାକରଣନ କରିବାକୁ ହେଲେ ପ୍ରତ୍ୟେକ ଫଳ ଓ ପନିପରିବାରେ ଯେଉଁ ଯେଉଁ କିସମ ଉପଯୁକ୍ତ ତାହାର କିଛି ଧାରଣା ରହିବା ଉଚିତ   ।  ଆଧୁନିକ ସଂରକ୍ଷଣ ବିଧିରେ କିସମ ଭେଦରେ ସେଗୁଡିକକୁ ବିଭିନ୍ନ ପ୍ରଣାଳୀରେ ସଂରକ୍ଷଣ କରିବା ଉଚିତ   ।  ଉଦାହରଣ ସ୍ୱରୂପ ଆମ୍ବଫଳ ଟିଣ ଡବାରେ ସଂରକ୍ଷଣ କରାଗଲେ କେବଳ ଗୋଟିଏ କିସମର ହେବାକୁ ଦରକାର   ।  ଅର୍ଥାତ ଆଲଫନସୋ କିସମ ବା ଦଶେରୀ କିସମ ଯେ କୌଣସି ଗୋଟିଏ କିସମର ହେବା ଦରକାର  ।  ଦୁଇଟି କିସମ ମିଶାଇ ସଂରକ୍ଷଣ କରାଯିବା ଅନୁଚିତ   ।  ପ୍ରତ୍ୟେକ କିସମ ବା ପ୍ରକାର ଫଳ ବା ପନିପରିବା ସବୁ ପ୍ରଣାଳୀରେ ସଂରକ୍ଷଣ କରାଯାଇପାରେ ନାହିଁ   ।  କେଉଁ ପ୍ରକାରର ଫଳ ବା ପନିପରିବା କେଉଁ କେଉଁ ପ୍ରଣାଳୀ ଲାଗି ଉପଯୁକ୍ତ ତାହା ଠିକ କରି ସଂରକ୍ଷିତ କରାଯାଏ  ।  ଯେପରି କଗାଜି ଲେମ୍ବୁ ,  ଓ ଆଚାର ଲାଗି ଉପଯୁକ୍ତ ଆକୃତି ପସ ଲାଗି ଉପଯୁକ୍ତ  , ତରଭୁଜ ରସ ସଂରକ୍ଷଣ ଲାଗି ଉପଯୁକ୍ତ କିନ୍ତୁ ଅନ୍ୟ ପ୍ରଣାଳୀ ଲାଗି ସୁବିଧାଜଣକ ହୋଇନଥାଏ    ।  ତଳେ ଦିଆଯାଇଥିବା ସାରଣୀରୁ କିଛି ଧାରଣା କରିହେବ   ।

କ୍ର , ନଂ

ଫଳ ଓ ପରିବା

କିସମ

କେଉଁ ସଂରକ୍ଷଣ ପ୍ରଣାଳୀ ଲାଗି ଉପଯୁକ୍ତ

1

ଆମ୍ବ

ଦାସେରି,  ଲାଙ୍ଗଡା,  ଫଜଳି , ଗୋଲାବ ଖାସ,  ଅଲଫାନ ସୋ , ଫାଇରୀ , କେସରୀ, ନିଲମ,ତୋଟାପୁରୀ , ବାଇଗଣ ପଲ୍ଲୀ , ସୁବର୍ଣ୍ଣରେଖା ଦେଶୀ ଇତ୍ୟାଦି

ଟିଣ ବା ବୋତଲ ସାଇତା

ମାଙ୍ଗୋପଲପ

ଆଚାର, ଖଟା

2

କଦଳୀ

ଚମଫା, ଲାଲ ଭେଲଚି, ମର୍ତ୍ତ-ମାନ ଚକ୍ରକେଳୀ , ହରିଚଳ , ବାସରାଈ, କାବୁଲି , ରୋବେଷ୍ଟା ମେନଥାନ ବନ୍ତଳ ଇତ୍ୟାଦି

କଦଳୀ,  ଚିପ୍ସ – ନଦ୍ରରେନ ବନ୍ତଳ ଡିହାଇ ତ୍ରେଟଡ କଦଳୀ – ଚକ୍ରକେଳୀ , ମୋରାନ କଦଳୀ,  ଅଟା – ମର୍ତ୍ତମୋନ ଇତ୍ୟାଦି   ।

3

ଲେମ୍ବୁ ଜାତୀୟ

ସନ୍ତରା- ସିଲହଟ, ନାଗପୁର , କମଳା-ମୋସାମ୍ବି ଜାଫା ଲେମ୍ବୁ କାଗାଜି ଇତ୍ୟାଦି  ।

ସ୍କ୍ବାସ, ଟିଣ ଡବା ସାଇତା ନିମିତ୍ତ

ସ୍କ୍ବାସ, ଆଚାର ଇତ୍ୟାଦି

 

 

4

ଅଙ୍ଗୁର

ବ୍ୟୁଟିସିଡଲେସ , ପେରଲେଟ ,  ପୁସା ସିଡଲେସ,  ଡିଲାଇଟି,  ଏନାବିସାଏ , ଥମସନ ସିଡଲେସ , ପୁସା ସିଡଲେସ କିସମିସ ବୋକର ବ୍ୟୁଟିସିଡଲେସ , ଏରଲମସକେଟ , ବ୍ଲାକ ଚମ୍ଫା , ବେଙ୍ଗଲୋର , ଥମସନ ସିଡଲେସ  ,

ପାଚିଲା ତଟକା

କିସମିସ

ସ୍କ୍ବାସ

ଡବା ସଂରକ୍ଷଣ

5

ପିଜୁଳି

ଲକ୍ଷ୍ନୌ -୪୯ ଆଲାହବାଦ , ସଫେଦ , ବେନାରସୀ , ଗୋଲ, ପିଅର ସେପଡ , ରେଡ ଫ୍ଲେସଡ , ସିଡଲେସ , ବାରୁଇପୁର

ଜେଲ ତିଆରି ଟିଣ ଡବା ବା ବୋତଲ ସଂରକ୍ଷିତ (ଗୋଲ ଫଳ କିସମ ଲକ୍ଷ୍ନୌ -୪୯ ବେନାରସି ଚିତ୍ତୋଦାର )

6

ସପୁରି

ଜିଏଣ୍ଟ କ୍ୟୁ

କ୍ୟୁଇନ ମାରିସସ

କେନିଙ୍ଗ (ଟିଣ ଡବା ସାଇତା ସ୍କ୍ବାସ ତିଆରି )

ସ୍କ୍ବାସ ତିଆରି ଓ ତଟକା ବ୍ୟବହାର   ।

7

ଅମୃତଭଣ୍ଡା

ୱାସିଙ୍ଗଟନ ହାନିଡ୍ୟୁ ଓ କୁର୍ଗହନିଡ୍ୟୁ କୋ -୧,୨,୩,୪ ପୁସା ଡେଲିସିଏସ , ପୁସାଜାଏଣ୍ଟ , ପୁଷାଡ୍ଵାର୍ଫ

ଜେମ ପେପିନ ପ୍ରସ୍ତୁତ ନିମିତ୍ତ କେନିଙ୍ଗ ନିମିତ୍ତ ମୋରବା

8

ନଡିଆ

କୋକନଟଦ୍ଵାର୍ଫ,  ଚୌଘାଟ ଗ୍ରୀନ ଚୈଘାଟ ଆରେଞ୍ଚ , ଗଙ୍ଗାବନ୍ଧମ , ଲକାଡିବଦ୍ଵାର୍ଫ , ଏଣ୍ଡିଏନଟଳ

ସାକ୍ଷୀଗୋପାଳଟଲ ଆଣ୍ଡାମାନ ଜିଏଣ୍ଟ

ପଇଡ , ଡିହାତ୍ରେଟତ ନଡିଆ , ନଡିଆ ଖଟା

ନଡିଆ ତେଲ କତା ଶିଳ୍ପ

9

ଲିଚି

ମୁଜାଫରପୁର , ସାହରନପୁର , ଡେହେରାଡୁନ, କଲକତିଆ , ରୋଜ ସେଣ୍ଟଡ , ସିଡଲେସ – ଲେଟ , ଚାଇନା , ବୋମ୍ବେଇ,ଇଲାଚି

ଶୁଷ୍କକରା ନିମିତ୍ତ ଟିଣ ବା ବୋତଲ ସଂରକ୍ଷଣ ନିମିତ୍ତ ରସ ପ୍ରଭୁତି ସ୍କ୍ବାସ

10

କାଜୁବାଦାମ

ବାପଟଲା, ଭଦ୍ରାଚଳମ,  ଏନାକାଏମ, ମାନୁଥି, ମୁଖ୍ୟ କିସମ ପ୍ରତ୍ୟେକରେ ଅନେକ କିସମ ରହିଥାଏ   ।

କାଜୁସସ, ନାସ ତେଲ ଲଙ୍କା ଆମ୍ବ ସ୍କ୍ବାସ

11

ସପେଟା

କଲାପଟି ଚିତ୍ରି, ଢୋଲା- ଦିବାନି, ଲୀଙ୍ଗ , ଭୁରିପଟି , ଦ୍ଵାରାପୁଡି  କ୍ରିକେଟବଳ , ଓଭାଲ, ବେଙ୍ଗଲୋର , କଲିକତା ରାଉଣ୍ଡ , ବାରମାସିଆ ଇତ୍ୟାଦି   ।

ଜାମ ତିଆରି କେନିଙ୍ଗ/ ବଟଲୀଙ୍ଗ

12

ଆଭାକାଡୋ

ହେସ, ଲୁଲା, ପୋଲକ , ପରପୁଲ , ଗ୍ରୀନ

ପଲପ ଫ୍ରିଜିଙ୍ଗ, ଆଇସକ୍ରିମ ଶିଳ୍ପ ନିମିତ୍ତ ଆଭାକାଡୋ ତୈଳ କସମଟିକ ଶିଳ୍ପ  ।

13

ସିତାଫଳ

ୱାସିଙ୍ଗଟନ -୧୦୭୦୦୫ ରେଡ ସିତାଫଳ ମେମଥ , ବାରବେଡୋସ, ବାଲାନଗର , ବୁଲକହାର୍ଟ ଏଟିମୋୟା

ପାଚିଲା ଫଳ

ଫଳରସ ଶିଳ୍ପ

14

ପଣସ

ଖଜରା ପଣସ, କାଦୁଆ ପଣସ , ରୁଦ୍ରାକ୍ଷି , ସିଙ୍ଗାପୁରୀ ବା ସିଂହଳୀ

ରସ ସଂରକ୍ଷଣ ସ୍କ୍ବାସ ତିଆରି ତାନଖୋସା- ଡିହାଇଟ୍ରେଟ ବା ନିର୍ଜଳୀକରଣ ।

15

ବେଲ

ଅଞ୍ଜର ଦେଶୀ  ସ୍ମାଇରନ ବା ସାନପେଡ୍ରୋ

ସ୍କ୍ବାସ

16

ଡିମିରି

ଅଞ୍ଜର ଦେଶୀ

ଡ୍ରାଇଫ୍ରୁଟ ନିମିତ୍ତ

17

ବରକୋଳି

ଗୋଳା,କଥାଲି ,  ରଶ୍ମୀ,  ଉମରାନ ,  ଇଲାଚି , ଇଲାଚି ଦୁଧିଆ ,  କଥା ନାଗପୁରୀ

ଆଚାର ,  ଗ୍ଲେଜଟ ଫ୍ରୁଟ

18

ଡାଳିମ୍ବ ବା ବେଦନା

ଅଲଣ୍ଡି,  ବାବୁଲ,  କାନ୍ଦାହାରି ,  ପେପର ସେଲ

ରସ ସଂରକ୍ଷଣ

19

ଖଜୁରୀ ବା ଖଜରା

ହାଇୱାଇ,  ଚରହି,  ଚିପଛେପ , ମେଡଜୁଲ, ଜାଇଦି, ଖେଦରାୱେ

ଖଜରା ସୁଉକା ପାଚିଲା ନିମିତ୍ତ ପ୍ରୋସେସିଙ୍ଗ ।

20

ଅଁଳା ବା ଅମଲା

ବେନାରସି ଚକେୟା, ଦେଶୀ ବେନାସିରେଡ, ଫ୍ରାନସିସ ପ୍ରତାପଗଡ ଫାଇବରଲେସ

ମୋରବା ଆଚାର ରସ ଶୁଷ୍କଫଳ ବରଫି ଲାଢୁ

 

ପନିପରିବା

ବିଟରୁଟ

ଡିଟୋରାଏଟ ଡାର୍କରେଟ

ମିଶ୍ରିତ ପରିବାର ସଂରକ୍ଷଣ ନିର୍ଜଳୀକରଣ

ବନ୍ଧାକୋବି

ଗୋଲଡେନ ଏକର ପ୍ରାଇଡ ଅଫ ଇଣ୍ଡିଆ ତ୍ରମହେଡ

ନିର୍ଜଳୀକରଣ ସାବାର କ୍ରାଉଟ

କେପସିକମ

କାଲୀଫରନିଆ ୱାଣ୍ଡର

ଆଚାର ଏଲିଫ୍ରଣ୍ଟସ ଟ୍ରଙ୍କ

ଫୁଲକୋବି

ପୁସାଦିପାଲି, ସ୍ନୋବଲ

ନିର୍ଜଳୀକରଣ

କାକୁଡି

ପାଇଁସିଟି, ଲୀଙ୍ଗଗ୍ରୀନ

ଆଚାର

ବିନ, ସିମ୍ବ

କଣ୍ଟେଣ୍ଡର , ପ୍ରିମିଏର

ନିର୍ଜଳୀକରଣ ଟିଣ ଡବା ସଂରକ୍ଷଣ ।

ଗଣ୍ଠିକୋବି

ହ୍ଵାଇଟଭିଏନା

ନିର୍ଜଳୀକରଣ ଆଚାର

ଖରଭୁଜ

ହାରାମଧୁ, ପଞ୍ଜାବସୁନେରି

ଟିଣ ଡବା ସଂରକ୍ଷଣ ଫ୍ରୋଜନ

ଭେଣ୍ଡି

ପୁଷା ସାୱାନି, ମଖମଲି, ଉତ୍କଳ ଗୌରବ ପର୍ବାଣି କ୍ରାନ୍ତି

ଟିଣ ଡବା ସଂରକ୍ଷଣ

ମଟର

ଅରକେଲ , ବେନୋଭିଲ

ଜବାହାର ମଟର

ଟିଣ ଡବା ସଂରକ୍ଷଣ ନିର୍ଜଳୀକରଣ ଫ୍ରୋଜନ

ଆଳୁ

କୁଫରୀ ଅଳଙ୍କାର, କଫୁରି ଚନ୍ଦ୍ରମୁଖ୍ୟ, କଫୁରି ସିନ୍ଦୁରୀ, କଫୁରି ଜ୍ୟୋତି

ପୋଟାଟୋ ଚିପ୍ସ ନିର୍ଜଳୀକରଣ

କଖାରୁ

ଅରକା ସୂର୍ଯ୍ୟମୁଖ୍ୟ, ଅରକା ଚନ୍ଦନ

ଟିଣ ଡବା ସଂରକ୍ଷଣ

ମୂଳା

ପୁଷା ରଶ୍ମୀ, ଜାପାନିଜ ହ୍ଵାଇଟ , ପୁଷା, ହାମାନୀ , ପୁଷା ଚେତକି

ଫ୍ରୋଜନ

ସାଲଗାମ

ପୁସା ଚନ୍ଦ୍ରମା, ପୁସା ସ୍ଵର୍ଣ୍ଣୀମା

ଆଚାର

ବିଲାତିବାଇଗଣ

ପୁସା ରୁଚି,  ପୁସା ଏରଲିଡ୍ଵାର୍ଫ, ରୋମା, ପଞ୍ଜାବ ଛୁଆରା, ବେଷ୍ଟ ଅଫଆଲ,  ଟୋମାଟୋ – ଏସ- ୧୨ ଉତ୍କଳ ଦୀପ୍ତି, ଅକସହାର୍ଟ, ଉତ୍କଳ ପଲ୍ଲବୀ

ଆଚାର ଚଟଣି

ତରଭୁଜ

ଅସହି ୟାମାଟୋ ,  ସୁଗାର ବେବି

ରସ ସଂରକ୍ଷଣ

ପିଆଜ

ରେଡଗ୍ଲୋବ, ନାସିକ ରେଡ,  ହ୍ଵାଇଟ ଗ୍ଲେବ

ନିର୍ଜଳୀକରଣ ଅନିଅନ ସାଲଟ ଆଚାର

ଗାଜର

ପୁସା କେସର ନନଟେସ

ନିର୍ଜଳୀକରଣ ଜାମ, ଆଚାର

କନ୍ଦମୂଳ

ପୁସା ଧଳା, ପୁସା ସୁନେଲିମ  ବି-୨୯ , ଲାଲଜର୍ସି , ସି.ଏଲ -୪୪

ଟିଣ ଡବା ସଂରକ୍ଷଣ

ଗୟା ଆଳୁ

ଏଚ-୯୭,, ଏଚ-୨୨୬,  ଏଚ-୨୩୦୪, ଏଚ-୧୬୮୩, ଏମ-୪

ଟିପସ ଡିହାଇଡ୍ରେଟ ଡିହାଇଡ୍ରେଟ

ପାଣି କଖାରୁ

ଦେଶୀ

ପେଠା ବା ମୋରବବା

 

 

ପଞ୍ଚମ ପରିଚ୍ଛେଦ

ଭାରତ ତଥା ଓଡିଶାରେ ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ

ଆମ ଦେଶ ପୃଥିବୀରେ ଫଳ ଓ ପନିପରିବା ଉତ୍ପାଦନରେ ଦ୍ଵିତୀୟସ୍ଥାନ ଅଧିକାର କରିଛି   ।  ଆମ ରାଜ୍ୟରେ ମଧ୍ୟ ପ୍ରଚୁର ପରିମାଣର ଫଳ ଓ ପନିପରିବା ଉତ୍ପାଦିତ ହେଉଅଛି   ।  ସାଧାରଣତଃ ଖାଉଟିମାନେ ବ୍ୟବହାର କରିବା ପୂର୍ବରୁ ପ୍ରାୟତଃ     ୨୦-୪୦% ଫଳ ଓ ପନିପରିବା ବିଭିନ୍ନ ଅବସ୍ଥାରେ ନଷ୍ଟ ହୋଇଥାଏ   । କେତେକ ଫଳ ଓ ପନିପରିବା ବିଭିନ୍ନ ଅବସ୍ଥାରେ ନଷ୍ଟ ହୋଇଥାଏ   । କେତେକ ଫଳ ପନିପରିବାର ଖାଦ୍ୟଗୁଣ ମଧ୍ୟ କମିଯାଇଥାଏ   ।  ସେହିପରି ପ୍ରାୟ ୧୦-୧୫% ଫଳ ଓ ପନିପରିବା ସୁଖୀ ଶାଖି ଯିବା ଯୋଗୁଁ ଗ୍ରାହାକ ପସନ୍ଦ କରି ନଥାନ୍ତି ଏବଂ ଏପରି ଫଳ ଓ ପନିପରିବା ବଜାର ଦର କମିଯାଇଥାଏ   ।  ଏହି ନଷ୍ଟକୁ ପ୍ରତିରୋଧ କରିପାରିଲେ ଓ ଅଧିକ ଫଳ ଓ ପନିପରିବା ଚାଷ କାଲେ ଲୋକମାନଙ୍କର ଖାଇୟା ପାଇଁ ଅଧିକ ଫଳ ଓ ପନିପରିବା ଉପଲବ୍ଧ ହୋଇପାରିବ   ।  ଏହି ଫଳ ଓ ପନିପରିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ରକ୍ଷାକାରୀ ଖାଦ୍ୟପଦାର୍ଥରେ ଭରପୁର ଏବଂ ଏହାକୁ ସୁପାରିଚାଳନା କରାନଯିବା ଦ୍ଵାରା ଏହି ପ୍ରକାରର ବହୁ ପରିମାଣର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥାଏ   ।  ଫଳ ଓ ପନିପରିବା ଗୁଡିକ ଶୀଘ୍ର ବ୍ୟବହାର କରିବା ସମ୍ଭବ ହେଉନଥିବା ହେତୁ ସଂରକ୍ଷଣ କରିବା ଆବଶ୍ୟକ ପଡିଥାଏ   ।  ତେଣୁ ତଟକା ଅବସ୍ଥାରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସେଗୁଡିକ ସଂରକ୍ଷିତ କରି ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ   ।  ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଉପଯୋଗ କରି ବିକାଶସିଲ ଦେଶ ଗୁଡିକ ନିଜ ଦେଶରେ ଉତ୍ପନ୍ନ ହେଉଥିବା ବିଭିନ୍ନ ପ୍ରକାରର ଫଳ ଓ ପରିପାରିବା ଗୁଡିକୁ ବିଭିନ୍ନ ପ୍ରଣାଳୀରେ ସଂରକ୍ଷଣ କରିଥାନ୍ତି ଓ ସେଗୁଡିକକୁ ବହୁଦିନ ଯାଏଁ ରଖି ବ୍ୟବହୃତ କରାଯାଇଥାଏ   । ଭାରତରେ ବିଶେଷକରି ଫଳ ଓ ପନିପରିବା ଗୃହ ସଂରକ୍ଷଣ ଭିତ୍ତିରେ ଆଚାର ମୋରାବା ତଥା ହାଲୁକା ଖରାରେ ଶୁଖାଇ ସଂରକ୍ଷିତ କରିବା ପ୍ରଥା ବହୁ ପୁରାତନ ସମୟରୁ ଚାଲିଆସିଛି   ।  ଲୁଣ, ଗୁଡ, ମସଲା, ତେଲ, ହଳଦୀ, ମହୁ ଇତ୍ୟାଦି ବ୍ୟବହାର କରି ସେଗୁଡିକୁ ବହୁଦିନ ଧରି ସଂରକ୍ଷଣ କରି ବ୍ୟବହାର କରାଯାଉଛି   । କିନ୍ତୁ ବ୍ୟବଶାୟିକ ଭିତ୍ତିରେ ସଂରକ୍ଷଣ ହେଉନଥିବା ଅନେକ ଫଳ ଓ ପନିପରିବା ନଷ୍ଟ ହୋଇଯାଇଛି  । ବିଜ୍ଞାନର ଅଗ୍ରଗତି ଫଳରେ ନାନା ଉପାୟରେ ଓ ବିଭିନ୍ନ ରୁଚି ସମ୍ପର୍ଣ୍ଣ ଖାଦ୍ୟ ପଦାର୍ଥ ସଂରକ୍ଷଣ କରାଯାଇ ପାରୁଛି   । ସଂରକ୍ଷିତ ଖାଦ୍ୟଗୁଡିକୁ ବର୍ଷସାରା ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ବ୍ୟବସାୟ ସୂତ୍ରରେ ଅନ୍ୟ ଦେଶରେ ବିକ୍ରି କରି ଦେଶକୁ ବୈଦେଶିକ ମୁଦ୍ରା ଅଣାଯାଇ ପାରୁଛି   ।  ଏହାଛଡା ସଂରକ୍ଷିତ ଖାଦ୍ୟପଦାର୍ଥ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ଆଞ୍ଚଲରେ ବ୍ୟବହାର କରିବା ଲାଗି ସୁବିଧା ହୋଇଥାଏ   ।  ଯେଉଁ ଆଞ୍ଚଲରେ ବିଭିନ୍ନ ଫଳ ଓ ପନିପରିବା ଚାଷ କରିବାର ସମ୍ଭାବନା ନଥାଏ ସେହି ଆଞ୍ଚଲଗୁଡିକରେ ଏହି ପ୍ରକାରର ସଂରକ୍ଷିତ ଫଳ ଓ ପନିପରିବା ଯୋଗାଇବା ଲାଭଦାୟକ ହୋଇଥାଏ   ।  ସଂରକ୍ଷିତ ଅବସ୍ଥାରେ ଫଳ ଓ ପନିପରିବା ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରୁହେ   ।

ଆମ ଦେଶରେ ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ ବିକାଶ ଲାଭ କରିଥିବା ଅନ୍ୟଦେଶ ତୁଳନାରେ ବହୁତ ପଛରେ ପଡିଛି କହିଲେ ଚଳେ   ।  ବହୁ ବିକାଶଶୀଳ ଦେଶରେ ଏଗୁଡିକର ଚାଷ ତଥା ସଂରକ୍ଷଣ ଶିଳ୍ପ ବୃଦ୍ଧ ଘାତିଳେ ସେ ଦେଶଗୁଡିକରେ ଆର୍ଥିକ ଉନ୍ନତି ତଥା ସୁସ୍ଥସବଳ ଜାତି ଗଠନ କରିବା ସହଜ ହେବା ସ୍ଵଭାବିକ   ।  ଭାରତ ତଥା ଓଡିଶା ରାଜ୍ୟରେ ଫଳ ଓ ପନିପରିବା ଅମଳ ଲାଗି ଯଥେଷ୍ଟ ସୁଯୋଗ ରହିଛି   । ଅମଳ କରାଯାଉଥିବା ପନିପରିବା ଓ ଫଳ ଗୁଡିକୁ ନଷ୍ଟ କରି ତଟକା ବ୍ୟବହାର ଆବଶ୍ୟକତା ପରେ ବିଭିନ ଉପାୟରେ ସଂରକ୍ଷିତ କରିବାର ଆବଶ୍ୟକତା ରହିଛି    । ଫଳ ଓ ପନିପରିବା ଚାଷ ସଂରକ୍ଷଣ ପ୍ରୟୋଗ ବିଜ୍ଞାନ ସମ୍ପର୍କୀୟ ଗବେଷଣା ଓ ସଂରକ୍ଷଣ ଶିଳ୍ପ ପ୍ରତିଷ୍ଠାନ ସହିତ ଏହାର ଉପଯୁକ୍ତ ପରିଚାଳନା କରାଗଲେ   ,  ଦେଶ ବା ରାଜ୍ୟର ପ୍ରଭୁତ ଉପକାର ସାଧିତ ହୋଇପାରିବ   ।  ଗୃହଭିତ୍ତିକ, କୁଟୀର ଶିଳ୍ପ ଭିତ୍ତିକ ତଥା ବୃହତ୍ତ ଶିଳ୍ପ ଭିତ୍ତିକ ପରିଯୋଜନା କରାଗଲେ   ।  ସମାଜର ବିଭିନ୍ନ ସ୍ତରର ଲୋକମାନେ ଲାଭବାନ ହେବା ସମ୍ଭାବନା ହେବ   ।  ଭାରତରେ ଅଳ୍ପ କେତେକ ଆଞ୍ଚଲରେ  (ଯଥା କଲିକତା, ମୁମ୍ବାଇ, ଚେନ୍ନାଇ , ଉତ୍ତରପ୍ରଦେଶ,  କେରଲରେ  ) ଫଳ ଓ ପନିପରିବା ସଂରକ୍ଷଣ ଶିଳ୍ପ ସ୍ଥାପନ କରାଯାଇଛି   । ସେଣ୍ଟ୍ରାଲ ଫୁଡଟେକନୋଲଜି କାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CFTRI) ଗବେଷଣା କେନ୍ଦ୍ର ଖାଦ୍ୟ ସଂରକ୍ଷଣ ଦିଗରେ ବହୁ ସହାୟକ ହୋଇଛି   । ସପ୍ତମ ଯୋଜନା (ପଞ୍ଜବାର୍ଷିକ) ରେ “ ଫୁଡ ପ୍ରୋସେସିଙ୍ଗ ମିନିଷ୍ଟ୍ରି “ ଖୋଲିବା ଦ୍ଵାରା ଭାରତରେ ଖାଦ୍ୟ ସଂରକ୍ଷଣ ଶିଳ୍ପର ଉତ୍ତମ ବିକାଶ ଘଟିବା ସମ୍ଭବପର ହୋଇଛି   । ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଚାଷ କରିବା ଲାଗି ସୁଯୋଗ ରହିଛି   ।  ଓଡିଶା ରାଜ୍ୟ ହିମମଣ୍ଡଳର ବହୁ ଦୂରରେ ଅବସ୍ଥିତ   । ଓଡିଶାର ପାହାଡିଆ ଅଞ୍ଚଳଗୁଡିକ ନାତିଶୀତୋଷ୍ଣ ମଣ୍ଡଳ ଅନ୍ତର୍ଭୁକ୍ତ କରାଯାଇନପାରେ   , କିନ୍ତୁ ଏହା ଗ୍ରୀଷ୍ମମଣ୍ଡଳ ଥିବାରୁ ଏହାକୁ Tropical l ଓ Tropical climate  ଅନ୍ତର୍ଭୁକ୍ତ କାଲେ ଠିକ ହେବ   ।  ଏହି ଦ୍ରୁଷ୍ଟିରୁ ଓଡିଶାର ଜଳବାୟୁ ତଥା ଟପୋଗ୍ରାଫି କୁ ବିଚାର କଲେ ଏହା ୪ ଟି ଅଞ୍ଚଳରେ ବିଭକ୍ତ କରାଯାଇପାରେ ଓ ପ୍ରତ୍ୟେକଅଞ୍ଚଳରେ କେଉଁ କେଉଁ ଫଳ ଓ ପନିପରିବା ଓ ମସଲା ଜାତୀୟ ଫସଲ ଚାଷ ବ୍ୟବଶାୟିକ ଦ୍ରୁଷ୍ଟିରୁ ଉତ୍ତମ ହେବ ତାହା ଜାଣିବା ଆବଶ୍ୟକ   ।

 

 

ଅଞ୍ଚଳ

ଜିଲ୍ଲା

ଉତ୍ପାଦିତ ଫଳ ଓ ପନିପରିବାର ନାମ

ଉତ୍ତର ମାଳ ଅଞ୍ଚଳ ୬୦୦-୯୦୦ ମିଟର ସମୁଦ୍ର ପତ୍ତନଠାରୁ ଉଚ୍ଚ (ରାଜ୍ୟର ୨୩% ଅଂଶ )

ମୟୂରଭଞ୍ଜ, କେନ୍ଦୁଝର, ସବଡିଭିଜନ , ତାଳଚେରର କିଛି ଅଂଶ , ଢେଙ୍କାନାଳ, ଉତ୍ତର ପଶ୍ଚିମ ଯାଜପୁର , ଦେବଗଡ , ନୀଳଗିରି ସବଡିଭିଜନ , କୁଚିଣ୍ଡା ଉତ୍ତର ରେଢାଖୋଲ

ଲିଚୁ, ସାନ୍ତରା, ଆମ୍ବ ଓ ଅନ୍ୟାନ୍ୟ ଫଳ, ମୂଳ ଜାତୀୟ ପାରିବା ଗୟାଆଳୁ , ଆଳୁ, ଅଦା, ଧନିଆ ଲଙ୍କା ମେଥି ଇତ୍ୟାଦି

ମଧ୍ୟ ସମତଳ ଅଞ୍ଚଳ ୩୦୦-୯୦୦ ମିଟର ସମୁଦ୍ରପତ୍ତନ ଠାରୁ ଉଚ୍ଚ

ବଲାଙ୍ଗୀରି, ଦକ୍ଷିଣ ଢେଙ୍କାନାଳ, ଉତ୍ତର ବୌଦ ସବଡିଭିଜନ, ଫୁଲବାଣୀ ଆଠଗଡ, ପଦ୍ମପୁର, ସମ୍ବଲପୁର

ଆମ୍ବ, ପିଜୁଳି, ବେଲ, ଆତ, ଲିଚୁ, କମଳା, ଲେମ୍ବୁ, କଦଳୀ, ଲେମ୍ବୁ, କଦଳୀ, କାଗଜିଲେମ୍ବୁ, ସାନ୍ତରା, ପଣସ ଇତ୍ୟାଦି । ସମସ୍ତ ପ୍ରକାର ପନିପରିବା ଆଳୁ, ମିଠାମକା, ଛତୁ, ସାନ୍ତରା , ସପୁରି , ଡାଳିମ୍ବ

ପୂର୍ବଘାଟ ପାହାଡିଆ ୩୦୦-୬୦୦ ମିଟର ସମୁଦ୍ର ପତ୍ତନ ଠାରୁ ଉଚ୍ଚ   ।

ରେଢାଖୋଲ , କଳାହାଣ୍ଡି ୩୦୦ ମି , ଫୁଲବାଣୀ (ଉତ୍ତର ଅଞ୍ଚଳ ଛଡା ଓ ଗଞ୍ଜାମର ଉତ୍ତର ପଶ୍ଚିମ ଅଞ୍ଚଳ ଛଡା ) ବୌଦ୍ଧ (ସ ଡି) କୋରାପୁଟ (୩୦୦ ମିଟର )

କଦଳୀ, ପାନ୍ସ ଜୀରା, କଫି, ସାରୁ, ଆଳୁ, ଦେଶୀଆଳୁ ଆଇଭିନ୍ନ ପ୍ରକାରର ପନିପରିବା, ହଡାଲି, ଅଦା, ପାଳୁଅ , ତେଜପତ୍ର ଇତ୍ୟାଦି  ନଡିଆ,ଆମ୍ବ କାଜୁବାଦାମ, ପଣସ, ସପେଟା, ଲିଚୁ ବରକୋଳି

ଉପକୂଳ ଅଞ୍ଚଳ

ବାଲେଶ୍ଵର, କଟକ, ପୁରୀ ପୂର୍ବ ଗଞ୍ଜାମ ଅଞ୍ଚଳ

ସପୁରି, ମିଠାମକା ସମସ୍ତ ପ୍ରକାରର ପନିପରିବା , ଛତୁ,  ଧନିଆ , ସୋରିଷ , ସୋୟାବିନ, ସଜନା  ।

 

 

 

ଉପରୋକ୍ତ ଟେବୁଲରୁ ଜଣାହେଲା ଯେ ଓଡିଶା ରେ ନାନା ପ୍ରକାରର ଫଳ ଓ ପନିପରିବା, ମସଲା ଜାତୀୟ ଫସଲଚାଷ କରାଯାଇପାରିବ   । ପ୍ରତ୍ୟେକ  ଅଞ୍ଚଳର ଜଳବାୟୁ, ଟପୋଗ୍ରାଫି ଓ ବିଭିନ୍ନ ନଦନଦୀକୁ ବିଚାରକୁ ନେଇ ଭୂତଳ ଜଳର ସଦୁପଯୋଗ କରିବା ଫସଲ ଅମଳ ବଢାଇଲେ ସଂରକ୍ଷଣ ଶିଳ୍ପ ସହଜ ଓ ସୁବିଧା ଗଢିଉଠିପାରିବ ।

ଫଳ ପନିପରିବା କମ ସମୟ ମଧ୍ୟରେ ନଷ୍ଟ ହୋଇଥାଏ, କାରଣ ଏଥିରେ ଅଧିକ ମାତ୍ରାରେ ଜଳୀୟ ଅଂସ ରହିଥାଏ   । ଧାନ, ମୁଗ, ବିରି, ଗହମ ଇତ୍ୟାଦିରେ ଶତକଡା ୨୦ ଭାଗ ଜଳ ରହୁଥିବା ସ୍ଥଳେ ତଟକା ଫଳ ଓ ପନିପରିବା ଗୁଡିକରେ ଶତକଡା ୮୫-୯୦ ଭାଗ ଜଳୀୟ ଅଂସ ରହିଥାଏ ।  ବିଭିନ୍ନ ପରୀକ୍ଷାରୁ ଜଣାଯାଏ ଯେ ଫଳ ଓ ପନିପରିବା ଗୁଡିକର ସଂରକ୍ଷଣ ଜୀବନ ପରିପାର୍ଶ୍ଵିକ ଉତ୍ତାପ ଉପରେ ପ୍ରଧାନତହ ନିର୍ଭର କରେ  ।  ଉଦାହରଣ ସ୍ୱରୂପ – ଯଦି କୌଣସି ପରିବେଶର ଉତ୍ତାପ ୨୧ ଡିଗ୍ରୀ ରହେ  , ତେବେ ସାଧାରଣ ଭାବେ ତଟକା ଫଳ ୧-୭ ଦିନ ଯାଏଁ ସଂରକ୍ଷିତ କରାଯାଇପାରେ   । ଶୁଖିଲା ଫଳ ୩୦୦-୩୬୦ ଦିନ ପର୍ଯ୍ୟନ୍ତ ରହିପାରେ   । ପନିପରିବା ମୁଖ୍ୟତଃ  ତଟକା ଅବସ୍ଥାରେ ବ୍ୟବହାର କରାଯାଏ   ।  ଏହା ଅମଳ ହେବା ପରେ ପରେ କମ ସମୟ ଭିତରେ ବ୍ୟବହାର ନ କାଲେ ପଚିସଢି ନଷ୍ଟ ହୋଇଯାଏ   । ବ୍ୟବସାୟ ଦ୍ରୁଷ୍ଟିରୁ ଏହା କ୍ଷତିକାରକ ଅଟେ   ।  ବ୍ୟବଶାୟିକ ଭିତ୍ତିରେ ଫଳ ଓ ପନିପରିବା ସଂରକ୍ଷଣ ଲାଗି (୧)କଞ୍ଚାମାଳର ପ୍ରାପ୍ତି (୨) ଶ୍ରମ (୩) ଧାନ(୪) ବଜାର(୫),ପ୍ରଚାର କାର୍ଯ୍ୟ (୬) ଗମନାଗମନ (୭), ପରିବହନ ସୁବ୍ୟବସ୍ଥା (୮), ସଂରକ୍ଷଣ କରିବା ଯନ୍ତ୍ରପାତି (୯) ସଂରକ୍ଷଣ କରିବା ଆଧାର ଯଥା – ଡବା, କାଚବୋତଲ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ପାକିଙ୍ଗ ଜିନିଷଗୁଡିକର ଉଚିତ ମୂଲ୍ୟରେ ପ୍ରାପ୍ତି (୧୦) ବିଜୁଳିଶକ୍ତି ଓ ଅନ୍ୟାନ୍ୟ ରନ୍ଧନ ଲାଗି ଦରକାର ହେଉଥିବା ଶକ୍ତି ଯଥା- କିରୋସିନୀ, ସୂର୍ଯ୍ୟାଲୋକ ଶକ୍ତି ଇତ୍ୟାଦିର ସୁବ୍ୟବସ୍ଥା ଓ ଉତ୍ତମ ଜଳର ବ୍ୟବସ୍ଥା ଆବଶ୍ୟକ   ।  ଏହି ବ୍ୟବସାୟର ଲାଭ ଓ କ୍ଷତି ଏହି କେତୋଟି ମୁଖ୍ୟ ବିଷୟ ଉପରେ ନିର୍ଭର କରିଥାଏ   ।

ଚାଷୀମାନେ ଅତି କମ ଦରରେ ଫଳ ଓ ପନିପରିବାଗୁଡିକୁ ବିକ୍ରୟ କରିଥାନ୍ତି   । ଅନ୍ୟପକ୍ଷରେ ବଜାରରୁ ଅତ୍ୟଧିକ ଦରରେ କିଣି ଖାଉଟିମାନେ କ୍ଷତିରେ ପଡିଥାନ୍ତି   ।  ସବୁଲୋକ ଉଚିତ ପରିମାଣର ଫଳ ଓ ପନିପରିବା ଖାଇବାକୁ ପାଆନ୍ତି ନାହିଁ  ।  ତେଣୁ ଫଳ ଓ ପନିପରିବା ଚାଷ ଆଗେଇ ପାରୁ ନାହିଁ   ।  ଏହି ପ୍ରକାରର ସ୍ୱାସ୍ଥ୍ୟ ରକ୍ଷାକାରୀ ଖାଦ୍ୟପଦାର୍ଥ ଗୁଡିକ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା ଆମରାଜ୍ୟରେ ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ  ।  ଫଳ ଓ ପାରିବା ଗୁଡିକୁ ସଂରକ୍ଷଣ କରିବା ଘୋର ଅଭାବ ରହିଛି   । ପ୍ରଥମ ଓ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଓଡିଶାରେ କେବଳ ୨ ଟି ଶୀତଳ ଭଣ୍ଡାରରେ ଆଳୁ ବିହନ ସଂରକ୍ଷିତ କରିବାର ସୁବିଧା କରାଯାଇପାରୁଛି   ସଂରକ୍ଷଣ ମୂଲ୍ୟ ଅଧିକ ହେବ ଦ୍ଵାରା  ଅସୁବିଧା ଦେଖାଗଲା   ।  ଫଳ ଓ ପନିପରିବା ଗୁଡିକୁ ସଂରକ୍ଷଣ କରିବା ଲାଗି ଶୀତଳ ଭଣ୍ଡାରର ସୁବିଧା ନ ଥିଲା   । ସପ୍ତମ ପଞ୍ଚବାର୍ଷିକ ଯୋଜନା ଶେଷ ବେଳକୁ ଓଡିଶାରେ ଛୋଟବଡ ହୋଇ ମାତ୍ର ୨୫ ଟି ଶୀତଳ ଭଣ୍ଡାର ପ୍ରତିଷ୍ଠିତ ହୋଇ ଆଳୁ ଓ କିଛି ପାରିବା ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥାରେ ସାଇତିବା ଲାଗି କିଛି ସୁବିଧା ହେଲା   ।  ତଟକା ଫଳ ଓ ପନିପରିବା ବ୍ୟବହାର କରିବା ଲାଗି ଶୀତଳଭଣ୍ଡାରର ଆବଶ୍ୟକତା ରହିଥିଲେ ସଂରକ୍ଷଣ କରି, ବହୁ ସମୟ ଯାଏଁ ସାଇତି ରଖି ବ୍ୟବହାର କରାଯାଉଥିଲା   ।ଶୀତଳ ଭଣ୍ଡାରରେ ଫଳ ଓ ପନିପରିବା ଗୁଡିକୁ ପ୍ରତ୍ୟେକର ନିର୍ଦ୍ଧିଷ୍ଟ ସମୟରୁ ଅଧିକ ସମୟ ରଖିବା ସମ୍ଭବ ହୋଇନଥାଏ   ।  କିନ୍ତୁ ଅନ୍ୟାନ୍ୟ ପ୍ରଣାଳୀରେ ସେଗୁଡିକକୁ ବର୍ଷ ବର୍ଷ ଧରି ସୁରକ୍ଷିତ କରିବା ସମ୍ଭବ   ।

ସଂରକ୍ଷଣ ଶିଳ୍ପର ଅଗ୍ରଗତି ପ୍ରତି ଧ୍ୟାନ ଦେଲେ ଭାରତର ୨ୟ ପଞ୍ଚବାର୍ଷିକ ଯୋଜନାକାଳରେ ୧୧,୦୦୦ ଟନ ଫଳ ସଂରକ୍ଷିତ କରାଯିବା ଜଣାଯାଏ   ।  ପରବର୍ତ୍ତୀ କାଳରେ କିଛି ଅଧିକ ପରିମାଣର ସଂରକ୍ଷିତ ଫଳ ପନିପରିବା କରାଗଲେ ମଧ୍ୟ ଏହା ଯଥେଷ୍ଟ ନଥିଲା   । ହିସାବରୁ ଜଣାଯାଏ ଯେ ୧୯୮୪ ମସିହାରେ ଭାରତର ୧୭୫୦ ଲକ୍ଷ ହେକ୍ଟର ଜମିରୁ ୧୧୪ ଲକ୍ଷ ହେକ୍ଟରରେ ଉଦ୍ୟାନ ଫସଲ ଚାଷ କରି ଫଳ ପନିପରିବା ୫୫୦ ଲକ୍ଷ ଟନ ଅମଳ ହୋଇଥିଲା   ।  ଏହାକୁ ବାହାର ଦେଶକୁ ରପ୍ତାନି କରି ବୈଦେଶିକ ମୁଦ୍ରା ଉପାର୍ଜନ କରାଯାଇଥିଲା   । ଆମ୍ବ , ରସ , ଆମ୍ବ ଆଚାର , ସଂରକ୍ଷିତ ଫଳ ଅନ୍ୟାନ୍ୟ ଫଳ ରସ ମୁଖ୍ୟତଃ ଆମ ଦେଶରୁ ରପ୍ତାନି କରାଯାଇଥିଲା   ।

ଷଷ୍ଠ ପରିଚ୍ଛେଦ

ଫଳ ଓ ପନିପରିବା ସଂରକ୍ଷଣ ନୀତି ବା ନିୟମ

ଫଳ ଓ ପନିପରିବା ତଥା ତହିଁରୁ ତିଆରି ହେଉଥିବା ବିଭିନ୍ନ ସଂରକ୍ଷିତ ଖାଦ୍ୟ ପଦାର୍ଥର ସଂରକ୍ଷଣ ପ୍ରଣାଳୀକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ –

  • ଅସ୍ଥାୟୀ ବା ସ୍ୱଳ୍ପକ୍ଷଣ ସ୍ଥାୟୀ ସଂରକ୍ଷଣ
  • ସ୍ଥାୟୀ ବା ଦୀର୍ଘକ୍ଷଣ ସ୍ଥାୟୀ ସଂରକ୍ଷଣ

ଅସ୍ଥାୟୀ ବା ସ୍ୱଳ୍ପକ୍ଷଣ ସ୍ଥାୟୀ ସଂରକ୍ଷଣ

ଏହି ପ୍ରକାର ସଂରକ୍ଷଣ ଦ୍ଵାରା ଫଳ , ପାରିବା ତଥା ସେଥିରୁ ତିଆରି ହେଉଥିବା ଖାଦ୍ୟ ପଦାର୍ଥକୁ ଅଳ୍ପ ଦିନ ସକାଶେ ସାଇତି  ରଖାଯିବା ବ୍ୟବସ୍ଥା ଅନୁସୃତ ହୋଇଥାଏ   । ଅର୍ଥାତ ତିନିମାସ ଯାଏଁ ସଂରକ୍ଷିତ କରାଯାଇପାରେ   ।

  1. ପ୍ରାରମ୍ଭିକ ଉପଚାର ଦ୍ଵାରା

ଫଳ ପନିପରିବାକୁ ତୋଳାଯିବା ସମୟଠାରୁ ସଂରକ୍ଷିତ ହେବାଯାଏଁ ପ୍ରତି ସ୍ତରରେ ସାବଧାନତା ସହକାରେ ବିନିଯୋଗ କରିବା ଉଚିତ   । ତୋଳିବା ସମୟରେ , ହାତରେ ଧରିବା ସମୟରେ ଓ ସ୍ଥାନାନ୍ତରିତ କଲାବେଳେ , ବିଶେଷ ଭାବରେ ଫଳ ପାରିବାର ଯତ୍ନ ନେବା ଆବଶ୍ୟକ   ।  ତାହା ଯେପରି ଛେଚା ଫିଙ୍ଗା, ଦ୍ଵାରା , ଦାଗ ବସିବା, ଖଣ୍ଡିଆ ଖାବରା ଓ ଚିପି ନ ହୁଏ   ।  ତିଳିବା ପରଠାରୁ ସଂରକ୍ଷିତ ହେବାଯାଏ  ଖରା ଓ ଗରମରେ ରହି ନଷ୍ଟ ନହୁଏ ସେଥିପ୍ରତି ନଜର ଦିଆଯାଇଥାଏ   । କାରଣ ଏହି ପ୍ରକାରର ପ୍ରତିକୁଳ ପରିପାର୍ଶ୍ଵିକ ପରିସ୍ଥିତି ଫଳ ପରିବାକୁ ଅତି ଅଳ୍ପ ସମୟ ଭିତରେ ନଷ୍ଟ କରିଥାଏ   ।  ଉକ୍ତ କ୍ଷତିଗ୍ରସ୍ତ ଫଳ ଫଳିବା ସଂରକ୍ଷିତ କାଲେ ମଧ୍ୟ ତାହା ସଂରକ୍ଷିତ ଅବସ୍ଥାରେ ବେଶୀ ଦିନ ଯାଏଁ ରହିପାରେ ନାହିଁ  ।

ଫଳ ଓ ପାରିବାର ପ୍ରାକୃତିକ ସଂରକ୍ଷଣ ଶକ୍ତି ତାର ବାହ୍ୟ ଆବରଣ ଉପରେ ଥିବା ଜୀବାଣୁ ଓ ଧୁଳିର ପରିମାଣ ଉପରେ ନିର୍ଭର କଇଥାଏ   ।  ଜୀବାଣୁର ସଂଖ୍ୟା ଅଧିକ ହେଲେ ସଂରକ୍ଷିତ ଶକ୍ତି ହ୍ରାସ ହୁଏ   ।  ଫଳ ପାରିବାର ରକ୍ଷଣାବେକ୍ଷଣା କଳାବେଳେ ଦାଗବସା, ଛେଚା , କଚଡା ହେବା ଫଳରେ ଫଳ ପରିବାର ବାହ୍ୟ ଆବରଣ କୋଷଗୁଡିକ ଦୁର୍ବଳ ଓ ନଷ୍ଟ ହୋଇଯାଏ   ।  ତେଣୁ ଜୀବାଣୁ ଅତି ସହଜରେ କ୍ଷତ ଅଂସ ଦେଇ ପ୍ରବେଶ କରି ତାକୁ ନଷ୍ଟ କରିଥାଆନ୍ତି   ।  ସାବଧାନ ଭାବେ ଫଳ ପାରିବା ତୋଳିବା ପରେ ତାକୁ ପରିଷ୍କାର ଜଳରେ ଭଲଭାବେ ଧୋଇ ଲାଖି ରହିଥିବା ମାଟି, ଧୁଳି ଆଦି ଆବର୍ଜନାକୁ ପୂରାପୂରି ଅଲଗା କରିବା ଦ୍ଵାରା ତାର ସଂରକ୍ଷଣ ଶକ୍ତି ବୃଦ୍ଧି ପାଇଥାଏ   ।

  • ନିମ୍ନ ଉତ୍ତାପ ଦ୍ଵାରା  :

ପ୍ରତ୍ୟେକ୍ଷ ଅନୁଭୂତି ଦ୍ଵାରା ଦେଖାଯାଇଛି ଯେ, ଗ୍ରୀଷ୍ମ ଦିନରେ ଫଳ, ପରିବ,କ୍ଷୀର, ତରକାରୀ ଆଦି ଖାଦ୍ୟ ପଦାର୍ଥ ଅଳ୍ପ ସମୟ ଭିତରେ ନଷ୍ଟ ହୋଇଥାଏ   , କିନ୍ତୁ ଶୀତଦିନେ ଏଗୁଡିକ ଅପେକ୍ଷାକୃତ ବେଶୀ ସମୟ ଯାଏଁ ନଷ୍ଟ ନ ହୋଇ ରହିପାରେ   ।  ଏହାର ପ୍ରଧାନ କାରଣ ହେଲା ଯେ , ଶୀତଳ ପରିପାର୍ଶ୍ଵିକ ଅବସ୍ଥା ଫଳ ଓ ପାରିବାରେ ଲାଖି ରହିଥିବା ଜୀବାଣୁ ଅପବୀଜ ଓ ଏଗୁଡିକ ଭିତରେ ହେଉଥିବା ବୈଦିକ ତଥା ରାସାୟନିକ ପରିବର୍ତ୍ତନ ଶିଥିଳତା ଆଣିଥାଏ   ।

ବାହ୍ୟ ଉତ୍ତାପ ବଢିବା ଫଳରେ ଏଗୁଡିକର ବିଭିନ୍ନ ପ୍ରକାରର ଜୈବିକ ପ୍ରକ୍ରିୟା ବୃଦ୍ଧି ପ୍ରାପ୍ତ ହୋଇ ସେମାନଙ୍କ ସଂଖ୍ୟା ବହୁ ପରିମାଣରେ ବଢିଯାଏ   ।  ବୈଜ୍ଞାନିକ ପରୀକ୍ଷା ଦ୍ଵାରା ଦେଖାଯାଇଛି  ଯେ , ପାରିପାର୍ଶ୍ଵିକ ଉତ୍ତାପ ୫୦ ଫା.ହି ବା ତାଠାରୁ କମ ରହିବା ଦ୍ଵାରା ଜୀବାଣୁ ତଥା ଏନଜାଇମର ଜୈବିକ ଅନୁଘାତକ କାର୍ଯ୍ୟକାରିତା ଶିଥିଳ ଏବଂ ସ୍ଥଳ ବିଶେଷରେ ସଂପୂର୍ଣ୍ଣ ରହିତ ହୁଏ   ।  ସେହି କାରଣରୁ ପାରିପାର୍ଶ୍ଵିକ ଅବସ୍ଥାର ଥିବା ଉତ୍ତାପକୁ କୌଣସି ଉପାୟରେ କମାଇବା ଦ୍ଵାରା ଫଳ ଓ ପାରିବା ତଥା ଖାଦ୍ୟ ପଦାର୍ଥକୁ କିଛି ଦିନ ସଂରକ୍ଷିତ କରାଯାଇପାରେ   । ପ୍ରକାର ଭେଦରେ ଉଚିତ ଉତ୍ତାପରେ ଖାଦ୍ୟ ଜିନିଷ ସଂରକ୍ଷିତ  କରି ଖାଦ୍ୟପଦାର୍ଥକୁ ନିମ୍ନମତେ ସଂରକ୍ଷଣ କରାଯାଇପାରେ   ।

ଟେବୁଲ-୮

କେତେକ ଫଳ ଓ ପାରିବା ସଂରକ୍ଷିତ ଉତ୍ତାପ ଓ ସଂରକ୍ଷଣ କରାଯିବା ସମୟ ଦିଆଗଲା

ଫଳ ଓ ପରିବା

ଫାରେନହିଟ ସଂରକ୍ଷିତ ଉତ୍ତାପ

ସଂରକ୍ଷିତ ସମୟ

ଆମ୍ବ

୪୫0 ରୁ ୪୮

ଏକ ସପ୍ତାହ

ସନ୍ତରା

୪୦

୩ ମାସ

ମୋସାମ୍ବୀ

୪୦-୪୫

୩/୫ ମାସ

ମାଲଟା

୪୦

୪ ମାସ

କଦଳୀ

୫୬

୪ ମାସ

ଲିଚି

୩୨-୪୦

୨ମାସ

ସପୁରୀ

୩୨-୫୨

୧ ମାସ

ଆଳୁ

୩୦-୪୦

୯ ମାସ

ଟମାଟୋ

୫୦-୬୦

୨ ମାସ

ଟମାଟୋ

୪୦

୧୦ ଦିନ

ବିଟ ଓ ଗାଜର

୩୨

୬ ମାସ

ଫୁଲକୋବି

୩୨

୧ମାସ

କନ୍ଦମୂଳ

୫୫-୬୦

୧ମାସ ଅନେକ ଦିନ

 

ଥଣ୍ଡା ପରିସ୍ଥିତି ଦୁଇ ପ୍ରକାରର ହୋଇଥାଏ   :

  • ପ୍ରାକୃତିକ – କାକର ଖୋଲା ରାତି , ବରଫ , ସିଞ୍ଚନ ବର୍ଷା ଇତ୍ୟାଦି
  • କୃତ୍ରିମ – ଶୀତଳ ଭଣ୍ଡାର , ରେଫ୍ରିଜରେଟର ବରଫୀକୃତ ଫଳ ଓ ପରିବା   ।
  • ଅନେକ ସ୍ଥାନରେ ବର୍ଷରେ ଅଧିକାଂଶ ସମୟରେ ପ୍ରାକୃତିକ ବରଫାପାତ ହୋଇଥାଏ  ।  ଏହି ଜାଗାଗୁଡିକରେ ଫଳ ପରିବା ତଥା ଅନ୍ୟାନ୍ୟ ଖାଦ୍ୟ ଜିନିଷ ବହୁଦିନ ପର୍ଯ୍ୟନ୍ତ ଅତି ଶସ୍ତାରେ ସଂରକ୍ଷିତ କରି ବ୍ୟବହାର କରାଯାଇଥାଏ   ।  ତାଛଡା ଫଳ ପରିବାକୁ କାକର ପଡୁଥିବା ଖୋଲାସ୍ଥାନରେ ରଖି କୌଣସି ପ୍ରକାରେ ସେଗୁଡିକର ସଂରକ୍ଷଣ କିଛି ସମୟ ଲାଗି କରାଯାଇଥାଏ  ।  ଏହାଛଡା ଥଣ୍ଡା ଜାଗାରେ ଥଣ୍ଡା ପାଣି ସିଞ୍ଚି ପରିବାକୁ ଖୁବ କମ ସମୟ ଲାଗି ସଂରକ୍ଷିତ କରାଯାଇଥାଏ  । କୁଣ୍ଡାଝରା ବର୍ଷାରେ ପନିପରିବାଗୁଡିକୁ ରଖାଗଲେ ମଧ୍ୟ ତାହା କିଛି ସମୟ ଲାଗି ସତେଜ ରହେ  ।
  • କୃତ୍ରିମ ଉପାୟରେ ଫଳ ପରିବା ଆଦି ଖାଦ୍ୟ ଜିନିଷ ବହୁ ସମୟ ଲାଗି ସଂରକ୍ଷିତ କରାଯାଇପାରେ  ।  ସେଥିଲାଗି ଶୀତଳ ଭଣ୍ଡାର ସଦବ୍ୟବହାର କରାଯାଇଥାଏ  ।  ତାଛଡା ଆଜିକାଲୀ ଗୃହର ବ୍ୟବହାର ଲାଗି ନାନା ପ୍ରକାର ବିଶିଷ୍ଟ ରେଫ୍ରିଜରେଟର ଯନ୍ତ୍ର ର ବ୍ୟବହାର ଦ୍ଵାରା ଖାଦ୍ୟ ଜିନିଷ ସଂରକ୍ଷିତ କରାଯାଇଥାଏ   ।  ବିଦ୍ୟୁତଚଳିତ, କିରୋସିନୀ ଚାଳିତ ଏହି ପ୍ରକାର ଯନ୍ତ୍ର ସହଜେ ମିଳିଥାଏ   ।
  • ବରଫାକୃତ ଫଳ ଓ ପନିପରିବା କରିବାକୁ ହେଲେ ନିର୍ଦ୍ଧିଷ୍ଟ ପ୍ରକାରର ଫଳ ପରିବାକୁ ନିର୍ଦ୍ଧିଷ୍ଟ ରୀତିରେ ପ୍ରସ୍ତୁତ କରି Deep freeze ରେ ରଖି ଉତ୍ତାପ ବହୁତ କମ କରିଦିଆଯାଏ   । ସେଗୁଡିକରେ ଥିବା ଜଳୀୟ ଅଂଶ ବରଫରେ ପରିଣତ ହୋଇଯାଏ ଓ ଏହିପରି ଅବସ୍ଥାରେ , ଶୀତଳ ପରିବେଶରେ ବ୍ୟବହାର କରିବା ଯାଏ ରଖାଯାଇଥାଏ   ।
  • ପଚନ ନିବାରକ ମୃଦୁ ପଦାର୍ଥର ବ୍ୟବହାର ଦ୍ଵାରା

ଅଳ୍ପ ମାତ୍ରାରେ ଚିନି, ଲୁଣ , ଭିନେଗାର ବା ଶିର୍କା ଆଦି ପଦାର୍ଥ ବ୍ୟବହାର କରି ଖାଦ୍ୟ ପଦାର୍ଥଗୁଡିକୁ କିଛିଦିନ ପର୍ଯ୍ୟନ୍ତ ରଖାଯାଇଥାଏ   । ପ୍ରତ୍ୟେକ୍ଷ ଅନୁଭୂତି ଦ୍ଵାରା  ଦେଖାଯାଇଛି   ଯେ , କ୍ଷୀରରେ କିଛି ଚିନିମିଶାଇ ଭଲଭାବେ ଗରମ କରି ରଖିବା ଦ୍ଵାରା କ୍ଷୀର ଅଧିକ ସମୟ ତଟକା ରହେ   । ଫଳ ରସରେ ଚିନି ମିଶାଇ ରଖିବା ଦ୍ଵାରା ରସ କିଛି ଦିନ ଲାଗି ନଷ୍ଟ ନ ହୋଇ ରହିଥାଏ  । ଲେମ୍ବୁ ଆଦି ଫଳକୁ ଆଚାର କରିବା ପୂର୍ବରୁ ଲୁଣ ଗୋଳାଇ ରଖିବା ଦ୍ଵାରା ଫଳଗୁଡିକ ପଚିଯାଏ ନାହିଁ   ।  ବିଲାତି ବାଇଗଣ ରସ ଆଦି ଶିର୍କା ମିଶାଇ ରଖିବା ଦ୍ଵାରା ରସ କିଛି ସମୟ ଲାଗି ସଂରକ୍ଷିତ ଥାଏ   ।  ତା ଛଡା ନାନା ରକମର ମସଲା ଦ୍ରବ୍ୟ ଯଥା- ଅଳେଇଚ , ଲବଙ୍ଗ, ଡାଳଚିନି ଧନିଆଁ , ମେଥି , ଜୀରା , ହଳଦୀ , ଅଦା , ରସୁଣ ଆଦିର ବ୍ୟବହାର ଦ୍ଵାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ପଦାର୍ଥର ସଂରକ୍ଷଣ ଶକ୍ତି କିଛି ମାତ୍ରାରେ ବଢିଥାଏ   । ଏଗୁଡିକର ବ୍ୟବହାର ଦ୍ଵାରା ଜୀବାଣୁଗୁଡିକର ଜୈବିକ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ   ।

  • ପାଶ୍ଚ୍ୟୁରାଇଜେସନ

ଯେକୌଣସି ଖାଦ୍ୟ ପଦାର୍ଥକୁ ଉପଯୁକ୍ତ ଉତ୍ତାପରେ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଯାଏଁ ଗରମ କରି ଖାଦ୍ୟରେ ଥିବା ଅଧିକାଂଶ ଜୀବାଣୁ (ବ୍ୟାକ୍ଟେରିଆ, ଫିମ୍ଫି, ମୋଲଡ ଓ ବିଭିନ୍ନ ଅପବୀଜ  ) ଗୁଡିକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ଖାଦ୍ୟ ପଦାର୍ଥର ଗୁଣ ରକ୍ଷା କରାଯାଇଥାଏ   ।  ଏହାକୁ ପାଶ୍ଚ୍ୟୁରାଈଜେସନ ବୋଲି କୁହାଯାଇଥାଏ   ।

ସାଧାରଣତଃ ଫଳ ରସକୁ ୧୬୫ ଫା.ହି ଉତ୍ତାପରେ ୩୦ ମିନିଟ ଯାଏଁ ଗରମ କରିବା ଦ୍ଵାରା ଅଥବା ୧୮୦ ଫା.ହି ଉତ୍ତାପରେ ୨  ମିନିଟ ଯାଏଁ ଗରମ କରିବା ଦ୍ଵାରା ପାଶ୍ଚ୍ୟୁରାଈଜେସନ କରାଯାଇଥାଏ   ।  ଖଟାଯୁକ୍ତ ଫଳ ରସ (ସନ୍ତରୀ , ଡାଳିମ୍ବ , ଫାଲସା , ସପୁରୀ , ଆମ୍ବ ଇତ୍ୟାଦି ) ଲାଗି ଉପର ଲିଖିତ ଉତ୍ତାପରେ ପାଶ୍ଚ୍ୟୁରାଈଜେସନ କରିବା ଦ୍ଵାରା ସେଥିରେ ଥିବା ଜୀବାଣୁଗୁଡିକୁ ନଷ୍ଟ ହୋଇଯାଆନ୍ତି ଓ ସେଥି ସଙ୍ଗେ ସଙ୍ଗେ ଖାଦ୍ୟ ପଦାର୍ଥର ସ୍ଵାଦ, ରସ ଓ ରଙ୍ଗରେ ବିଶେଷ କିଛି ପରିବର୍ତ୍ତନ ହୋଇନଥାଏ   ।  କିନ୍ତୁ ଖଟା ନଥିବା ଫଳ ରସକୁ ୧୭୫ ଫା.ହି ଉତ୍ତାପରେ ୩୦ ମିନିଟ ଯାଏଁ ପାଶ୍ଚ୍ୟୁରାଈଜେସନ କରାଯାଇଥାଏ   ।

  • ବାୟୁ ନିଷ୍କାସନ ଦ୍ଵାରା

ଖାଦ୍ୟ ସଂରକ୍ଷିତ ପାତ୍ରଗୁଡିକୁ ଡବାରେ ଭଲକରି ମୁହଁ ମୁଦି ରଖିବା ଦ୍ଵାରା ସେଗୁଡିକର ସଂରକ୍ଷିତ ଯୋଗ୍ୟ ସମୟ ବଢିଥାଏ   ।  ଜାମ, ଜେଲି, ବଟର ପାତ୍ରଗୁଡିକ ଖୋଲିଗଲେ ବାୟୁର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ଖାଦ୍ୟ ପଦାର୍ଥଗୁଡିକ ନଷ୍ଟ ହେବା ସ୍ଵାଭାବିକ କିନ୍ତୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସେଗୁଡିକର ମୁହଁ ମୁଦି ହେବା ଫଳରେ ଖାଦ୍ୟ ପଦାର୍ଥଗୁଡିକ କିଛି ସମୟ ଲାଗି ନଷ୍ଟ ନହୋଇ ରହିଯାଏ   ।  ସେହିପରି ଆଚାର ହାଣ୍ଡିଗୁଡିକର ମୁହଁ ଖୋଲି ରଖିବା ଦ୍ଵାରା ବାୟୁ ଓ ଜଳୀୟ ଅଂଶର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ହାଣ୍ଡିରେ ଥିବା ବିଶେଷତଃ ତୈଳ ପଦାର୍ଥ ଆଦି ନଷ୍ଟ ହୋଇଥାଏ କିନ୍ତୁ ଭଲଭାବରେ ହାଣ୍ଡିର ମୁହଁ ବନ୍ଦ କରି ରଖିବା ଦ୍ଵାରା ବାୟୁ ନ ବଢିବାରୁ ଖାଦ୍ୟ ପଦାର୍ଥ ନଷ୍ଟ ହୋଇନଥାଏ  ।

  • ସ୍ଥାୟୀ ବା ଦୀର୍ଘ ସମୟ ସ୍ଥାୟୀ ସଂରକ୍ଷଣ ପ୍ରଣାଳୀ  :

ଫଳ ଓ ପରିବା ସଂରକ୍ଷଣ ଲାଗି ସ୍ଥାୟୀ ସଂରକ୍ଷଣ ପ୍ରଣାଳୀ ଅତି ଜରୁରୀ   । କାରଣ କ୍ଷଣସ୍ଥାୟୀ ପ୍ରଣାଳୀଗୁଡିକ ଗୃହ ସଂରକ୍ଷଣ ଲାଗି କିଛି ଉପକାରରେ ଆସିଥାଏ କିନ୍ତୁ ସ୍ଥାୟୀ ସଂରକ୍ଷଣ ପ୍ରଣାଳୀର ପ୍ରୟୋଗ ବିନା ଖାଦ୍ୟ ପଦାର୍ଥ ସଂରକ୍ଷିତ କରିବାରେ କୌଣସି ସ୍ଥାୟୀ ମୂଲ୍ୟ ନଥାଏ   ।  ଏହି ପ୍ରଣାଳୀଗୁଡିକର ପ୍ରୟୋଗ ଦ୍ଵାରା ଖାଦ୍ୟ ପଦାର୍ଥଗୁଡିକ ଅତି କମରେ ୨ ବର୍ଷରୁ ୪ ବର୍ଷ ଯାଏଁ ଖାଦ୍ୟୋପଯୋଗୀ ରୂପେ ସଂରକ୍ଷିତ କରାଯାଇଥାଏ   ।  ତାଛଡା ସ୍ଥାୟୀ ପ୍ରଣାଳୀରେ ଦୀର୍ଘ ସମୟ ବ୍ୟାପି ସଂରକ୍ଷିତ କରିବା ଫଳରେ ଖାଦ୍ୟ ପଦାର୍ଥ ବ୍ୟବଶାୟିକରେ ଅତି ସୁବିଧା ହୋଇଥାଏ   ।  ଏହି ପ୍ରଣାଳୀରେ ସଂରକ୍ଷିତ ଖାଦ୍ୟ ପଦାର୍ଥମାନ ବହୁ ଦୂର ଦେଶ ବିଦେଶରେ ବ୍ୟବସାୟ ସୂତ୍ରରେ ବିନିଯୋଗ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ   ।

ସ୍ଥାୟୀ ସଂରକ୍ଷଣ ପ୍ରଣାଳୀରେ ଫିମ୍ଫି, ଇଷ୍ଟ, ବ୍ୟାକ୍ଟେରିଆ ତଥା ଅପଜୀବଗୁଡିକ ସମୂଳେ ବିନିଷ୍ଟ କରାଯାଇଥାଏ   ଓ ସେଥି ସଙ୍ଗେ ସଙ୍ଗେ ସଂରକ୍ଷିତ ଖାଦ୍ୟ ପଦାର୍ଥରେ ଏପରି ଅବସ୍ଥା ସୃଷ୍ଟି କରାଯାଇଥାଏ ଯେ ସେଥିରେ ଅନିଷ୍ଟକାରୀ ଜୀବାଣୁ ପ୍ରବେଶ କରିପାରନ୍ତି ନାହିଁ ବା ପ୍ରବେଶ କଲେ ମଧ୍ୟ ସେମାନେ ପୂରାପୂରି ନିଷ୍କ୍ରିୟ ହୋଇଥାନ୍ତି   ।  ଏହି ପ୍ରଣାଳୀରେ ଅନୁସୃତ ହେଉଥିବା କେତେଗୋଟି ବିଧି ନିମ୍ନରେ ଦିଆଗଲା   -

  • ବିଶୋଧନ ଦ୍ଵାରା

ସଂରକ୍ଷିତ ଖାଦ୍ୟ ପଦାର୍ଥର ଖାଦ୍ୟ ମୂଲ୍ୟରେ କୌଣସି ଆଞ୍ଚ ନ ଆଣି ଖାଦ୍ୟ ପଦାର୍ଥଗୁଡିକ ସଂସ୍ପର୍ଶରେ ଥିବା ସମସ୍ତ ପ୍ରକାରର ଜୀବାଣୁ ତଥା ଅପବୀଜଗୁଡିକ ଉଚିତ ଉତ୍ତାପ ସାହାଯ୍ୟରେ ଏବଂ ନିର୍ଦ୍ଧାରିତ ସମୟ ଭିତରେ ସମୂଳେ ବିନଷ୍ଟ କରି ଓ ସଂରକ୍ଷିତ ପାତ୍ର ଭିତରେ ଏକରକମ ବାୟୁବିହୀନ ଅବସ୍ଥାରେ ଖାଦ୍ୟ ପଦାର୍ଥଗୁଡିକ ସଂରକ୍ଷିତ କରିବା ପ୍ରଥାକୁ ବିଶୋଧନ ପ୍ରଣାଳୀ ବୋଲି କୁହାଯାଏ   ।  ଏହି ପ୍ରଣାଳୀ ଟିଣ ଡବା ଓ କାଚ ବୋତଲ ଭିତରେ ଖାଦ୍ୟ ସଂରକ୍ଷଣ କରିବା ସମୟରେ ଅନୁସରଣ କରାଯାଇଥାଏ   ।

ବିଶୋଧନର ସମୟ , ଫଳ ଓ ପରିବା ବା ସଂରକ୍ଷିତ ଖାଦ୍ୟର ପ୍ରକାର ଭେଦ ଓ ସଂରକ୍ଷିତ ପାତ୍ର ତଥା ତାହାର ଆକାର ଉପରେ ନିର୍ଭର କରିଥାଏ   ।  ଅର୍ଥାତ ଆମ୍ବ ସକାଶେ ଦରକାର ହେଉଥିବ ବିଶୋଧନ ଉତ୍ତାପ ଓ ବିଶୋଧନ ସମୟ ଲିଚିଠାରୁ ଭିନ୍ନ   ।  ସେହିପରି ଅମ୍ଳଯୁକ୍ତ ଫଳ ପରିବାଠାରୁ ଅମ୍ଳବିହୀନ ଫଳ ପରିବାର ଉତ୍ତାପ ଓ ସମୟ ଭିନ୍ନ ହୋଇଥାଏ   ।  ତାଛଡା ଟିଣ ପାତ୍ରର ଆକାର ଭେଦରେ ସମୟ ଅଲଗା ହୋଇଥାଏ  ଅର୍ଥାତ  ସାଇଜ ପାତ୍ରଠାରୁ  ସାଇଜ ପାତ୍ରର ବିଶୋଧନ ସମୟ ନିଶ୍ଚୟ ବେଶୀ । ସେହିପରି ଟିଣ ପାତ୍ରଠାରୁ କାଚ ବୋତଲର ବିଶୋଧନ ସମୟରେ ଭେଦ ରହିଛି   ।

ବୈଜ୍ଞାନିକ ଗବେଷଣା ଫଳରେ ଜଣାଯାଇଛି ଯେ ଅଧିକାଂଶ ଜୀବାଣୁ ଅମ୍ଳତ୍ଵ ପ୍ରତି ସଚେତନା ଥାଆନ୍ତି   ।  ଅମ୍ଳଯୁକ୍ତ ଫଳ ଗୁଡିକୁ ୨୧୨ ଫା.ହି ବା ୮୦ ସେଣ୍ଟିଗ୍ରେଡ ଉତ୍ତାପରେ ୩୦ ମିନିଟ ଯାଏଁ ବିଶୋଧିତ କରିବା ଦ୍ଵାରା ବିଶୋଧନ କାର୍ଯ୍ୟ କମ ସମୟ ଭିତରେ କରାଯାଇଥାଏ କିନ୍ତୁ ଅମ୍ଳବିହୀନ ଫଳ ପରିବାଗୁଡିକ  ବିଶୋଧନ କରିବା ଲାଗି ୨୪୦ ଫା.ହି ଉତ୍ତାପରେ ୩୦ ରୁ ୯୦ ମିନିଟ ଦରକାର କରିଥାଏ  ।  କେତେକ କ୍ଷେତ୍ରରେ ଫଳ ପରିବା ସଂରକ୍ଷଣ କରିବା ସମୟରେ କିଛି ଲେମ୍ବୁ ରସ, ଲେମ୍ବୁ ଅର୍କ ବା ଭିନେଗାର ମିଶାଇ ବିଶୋଧନ ସମୟ କମ କରିଦିଆଯାଇଥାଏ  ।  ତାଛଡା ସଂରକ୍ଷିତ ପାତ୍ରଗୁଡିକୁ ଖାଦ୍ୟ ପଦାର୍ଥ ଭିତ୍ତି କରିବା ପୂର୍ବରୁ ଫୁଟିଲା ପାଣିରେ ୩୦ ମିନିଟ ଯାଏଁ ବିଶୋଧନ କରି ସେଥିରେ ଲାଖି ରହିଥିବା ଜୀବାଣୁ ତଥା ଅପବୀଜଗୁଡିକ ବିନଷ୍ଟ କରାଯାଇଥାଏ   ।

ଫଳ ପରିବା ତଥା ସେଥିରେ ହୋଇଥିବା ଖାଦ୍ୟ ପଦାର୍ଥଗୁଡିକୁ ଏହି ପ୍ରଣାଳୀରେ ସଂରକ୍ଷିତ କରିବା ଫଳରେ ସଂରକ୍ଷିତ ଖାଦ୍ୟ ପଦାର୍ଥ ବହୁଦିନ ଯାଏଁ ବ୍ୟବହାର ଯୋଗ୍ୟ କରି ସାଇତିଯାଇଥାଏ   ।

  • ପଚନ ନିବାରକ ରାସାୟନିକ ପଦାର୍ଥ ଦ୍ଵାରା   ।

ଅସ୍ଥାୟୀ ସଂରକ୍ଷଣ ପ୍ରଣାଳୀରେ ଯେଉଁ ପଚନ ନିବାରକ ପଦାର୍ଥ ବ୍ୟବହାର କରାଯାଇଥାଏ ,  ତାହା ଏଥିରେ ମଧ୍ୟ ପ୍ରୟୋଗ କରାଯାଏ   ।  ମାତ୍ର ଏହା ଅଧିକ ମାତ୍ରା (ପରିମାଣ ) ରେ ବ୍ୟବହାର ହୋଇଥାଏ   ।  ତା ଛଡା ଜୀବାଣୁନାଶକ ରାସାୟନିକ ପଦାର୍ଥ ମଧ୍ୟ ପ୍ରୟୋଗ କରି ବହୁଦିନ ଯାଏ ଖାଦ୍ୟ ପଦାର୍ଥ ସଂରକ୍ଷିତ କରାଯାଇଥାଏ   ।  ତେବେ ଏହି ପ୍ରକାରର ରାସାୟନିକ ପଦାର୍ଥଗୁଡିକୁ ସାବଧାନତା ସହ ଅତି କ୍ଷୁଦ୍ର ମାତ୍ରାରେ ଖାଦ୍ୟ ପଦାର୍ଥରେ ଗୋଳାଇ ବ୍ୟବହାର କରାଯାଏ   ।

ଚିନି

ପରୀକ୍ଷା ଦ୍ଵାରା ଜଣାଯାଇଛି ଯେ , ଖାଦ୍ୟ ପଦାର୍ଥରେ ଚିନିର ଅଂଶ ଶତକଡା ୬୬ରୁ ୭୦ ଭାଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଫଳରେ ଜୀବାଣୁଗୁଡିକ ସେଥିରେ ରହି କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ   ଓ ସେଥି ସଙ୍ଗେ ସଙ୍ଗେ ସଂରକ୍ଷିତ ଖାଦ୍ୟ ପଦାର୍ଥଗୁଡିକର ରୁଚି ଓ ରଙ୍ଗର ଉନ୍ନତି ଘଟିଥାଏ   ।  ତା ଛଡା ଖାଦ୍ୟ ପଦାର୍ଥଗୁଡିକ ଖାଦ୍ୟ ପଦାର୍ଥଗୁଡିକ ବହୁଦିନ ଯାଏ ସଂରକ୍ଷିତ ରହେ   ।  ସିରପ, ଓ ଫଳ ରସରେ ଚିନିର ଅଂଶ ଶତକଡା ୬୬ ରୁ ୭୦ ଭାଗ ପର୍ଯ୍ୟନ୍ତ ବଢାଇ ଦେବା ଦ୍ଵାରା ଜଳର ଅଂଶ କମିଯାଏ ଓ ଏହି କମ ଜଳରେ ଜୀବାଣୁ ବଢିପାରନ୍ତି ନାହିଁ   ।  ଜାମ , ଜେଲ, ମାରମାଲେଡ, ମୋରବାବ, ଫଳ ଟ୍ରଫି ଆଦିରେ ଚିନି ଅଂଶ ବୃଦ୍ଧି କରି ଫଳ ସଂରକ୍ଷିତ କରାଯାଇଥାଏ   ।

ଲୁଣ

ଚିନି ପରି ଲୁଣ ମଧ୍ୟ ଜୀବାଣୁଗୁଡିକର ପ୍ରବେଶ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ କ୍ରିୟା ଓ ବଂଶ ବୃଦ୍ଧିକୁ ଦମନ କରେ   ।  ଶତକଡା ୧୫ ରୁ ୨୦ ଭାଗ ଲୁଣଯୁକ୍ତ ସଂରକ୍ଷିତ ଖାଦ୍ୟ ପଦାର୍ଥରେ ଜୀବାଣୁ ବଞ୍ଚିପାରନ୍ତି ନାହିଁ  । ଫଳ, ପରିବା , ଆଚାର, ଚଟଣି ଇତ୍ୟାଦିରେ ଲୁଣ ହିଁ ସେଗୁଡିକୁ ସଂରକ୍ଷଣ କରିବା ସକାଶେ ଏକ ପ୍ରଧାନ ଉପାଦାନ   ।

ସିର୍କା ଓ ଭିନେଗାର

ପନିପରିବା ସଂରକ୍ଷଣ ଲାଗି ଭିନେଗାର ବ୍ୟବହାର କରାଯାଇଥାଏ   ।  ଭିନେଗାରରେ ଥିବା ଶତକଡା ୧୦ ଭାଗ ଅମ୍ଳତା ସେଗୁଡିକୁ ବହୁଦିନ ଯାଏ ସଂରକ୍ଷିତ କରିଥାଏ   ।  ବିଲାତି ବାଇଗଣ ସସ , କେଚପ , ଚଟଣି ଓ ଫଳ ପରିବା ଆଚାରରେ ଏହା ବେଶୀ ପରିମାଣରେ ବ୍ୟବହୃତ ହୋଇଥାଏ   ।

ଖାଇବା ତେଲ

ସୋରିଷ ତେଲ  ଓ ଅଲିଭ ଅଏଲ ଆଦି ଫଳ ପରିବା ସଂରକ୍ଷଣରେ ବ୍ୟବହାର କରାଯାଇଥାଏ   ।  ସାଧାରଣତଃ ଫଳ ଓ ପରିବା ଆଚାରରେ ଆମ ଦେଶରେ ଏହାର ବ୍ୟବହାର ବେଶୀ   । ସୋରିଷ ତେଲରେ ଗନ୍ଧକ ଥିବା ହେତୁ ଓ ତେଲରେ ଜଳୀୟ ଅଂଶ ବହୁତ ଅଳ୍ପ ଥିବା ହେତୁ ସେଥିରେ ଜୀବାଣୁ ବଞ୍ଚିପାରନ୍ତି ନାହିଁ  ।  ଏହି ପ୍ରକାରର ତେଲ ତଥା ଅନ୍ୟାନ୍ୟ ମସଲାର ବ୍ୟବହାରରେ ଫଳ ପରିବାକୁ ବହୁଦିନ ଯାଏ ସାଇତା ଯାଇପାରେ   । ଓଡିଶାର ଗାଁ ଗହଳରେ ଘରର ସ୍ତ୍ରୀଲୋକମାନେ ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଓ ସୁରୁଚିପୂର୍ଣ୍ଣ ଆଚାର,  ବିଶେଷତଃ ଆମ୍ବ, ଲେମ୍ବୁ, ବିଲାତି ବାଇଗଣ , କଞ୍ଚା ପଣସ ଇତ୍ୟାଦିରେ ଆଚାର ତିଆରି କରି ବହୁବର୍ଷ ଯାଏ ବ୍ୟବହାର କରିଥାଆନ୍ତି   ।  ଏଥିପାଇଁ ସୂର୍ଯ୍ୟ ରଶ୍ମୀ, ସୋରିଷତେଲ , ଗୁଡ ଓ ମସଲା (ଜୀରା , ମେଥି , ସୋରିଷଗୁଣ୍ଡ, ପାନ ମଧୁରୀ , ଶୁଖିଲା ଲଙ୍କାଗୁଣ୍ଡ , ହେଙ୍ଗୁ ଇତ୍ୟାଦି ) ବ୍ୟବହାର କରାଯାଇଥାଏ   ।

ଜୀବାଣୁନାଶକ ରାସାୟନିକ ପଦାର୍ଥ   :

ଚିନି, ଲୁଣ,  ଭିନେଗାର, ଟେଲ ଓ ମସଲା ଦ୍ରବ୍ୟ ଇତ୍ୟାଦି ଯଥେଷ୍ଟ ମାତ୍ରାରେ ବ୍ୟବହାର କରି ଫଳ ଓ ପରିବା କରାଯାଇପାରେ, କିନ୍ତୁ କେତେକ ପ୍ରକାରର ରାସାୟନିକ ପଦାର୍ଥ ଅତି କମ ମାତ୍ରାରେ ପ୍ରୟୋଗ କରି ଫଳରସ ବା ସିରପର ସ୍ଵାଦୁ ଓ ମହକ ବାସ୍ନାରେ ବିଶେଷ ଭାବେ ପରିବର୍ତ୍ତନ ନକରି ସେଥିରେ ଥିବା ସମସ୍ତ ଜୀବାଣୁ ତଥା ସେମାନଙ୍କ ଅପବୀଜ ଗୁଡିକୁ ସମୂଳେ ନଷ୍ଟ କରିହୁଏ   ।

ଏହି ପଦାର୍ଥଗୁଡିକର ବ୍ୟବହାର କରିବା ଅତି ସହଜ ହେଲେ ହେଁ ବ୍ୟବହାର କଲାବେଳେ ବିଶେଷ ସାବଧାନ ହେବା ଅତି ଜରୁରୀ   । କାରଣ ଉଚିତ ପରିମାଣରୁ ଟିକିଏ ଅଧିକ ମାତ୍ରାରେ ବ୍ୟବହାର କାଲେ ସଂରକ୍ଷିତ ଖାଦ୍ୟ ପଦାର୍ଥର ସ୍ଵାଦୁ ଓ ସୁବାସ ବହୁ ପରିମାଣରେ ନଷ୍ଟ ହୋଇ ତାହା ଅଖାଦ୍ୟରେ ପରିଣତ ହୁଏ   ।  ସେଥି ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ପକ୍ଷେ ହାନି ଘଟାଇପାରେ   ।  କିନ୍ତୁ ନିର୍ଦ୍ଧିଷ୍ଟ ପରିମାଣରୁ କମ ମାତ୍ରାରେ ବ୍ୟବହାର କାଲେ ଏହା ଜୀବାଣୁଗୁଡିକୁ ପୂରାପୂରି ନଷ୍ଟ ନକରି ଖାଦ୍ୟ ପଦାର୍ଥଗୁଡିକ ସଂରକ୍ଷିତ କରିବା ଲାଗି ସମର୍ଥ ହୋଇନଥାଏ   ।

ନିମ୍ନଲିଖିତ ତିନିଗୋଟି ରାସାଯନିକ ପଦାର୍ଥ ସଂରକ୍ଷିତ ଫଳରସ ବା ସ୍କ୍ବାସ ବ୍ୟବସାୟରେ ଆଜିକାଲି ବିଶେଷ ଭାବରେ ବ୍ୟବହାର କରାଯାଇଛି   ।  ଏଗୁଡ଼ିକୁ ଛାଡି ପୂର୍ବେ ବ୍ୟବହାର କରାଯାଉଥିବା ଅନ୍ୟାନ୍ୟ ରକମର ରାସାୟନିକ ପଦାର୍ଥ ଖାଦ୍ୟ ପଦାର୍ଥରେ ମିଶାଇବା ଲାଗି ସ୍ୱାସ୍ଥ୍ୟ ସମ୍ମତ ଖାଦ୍ୟ ନିୟମ ଭିତରେ ସ୍ଥାନ ବା ଅନୁମତି ଦିଆଯାଇ ନାହିଁ   ।  ସେହି କାରଣରୁ ସେଗୁଡିକ ଆଜିକାଲି ଆଉ ବ୍ୟବହାର କରାଯାଉ ନାହିଁ   ।  ବ୍ୟବହାର୍ଯ୍ୟ ରାସାୟନିକ ପଦାର୍ଥ ଯଥା

  • ପଟାସିୟମ ମେଟାବାଇସଅଳଫାଇଟ
  • ସୋଡିୟମ ମେଟାବାଇସଲଫାଇଟ
  • ସୋଡିୟମ ବେଞ୍ଜୋଏଟ   ଇତ୍ୟାଦି

ଯେ କୌଣସି ଔଷଧ ଦୋକାନ ବା ରାସାୟନିକ ଭଣ୍ଡାରେ  ଏଗୁଡିକ ମିଳିଥାଏ  ।  ଏଗୁଡିକ ସାଧାରଣତଃ ନିମ୍ନମତେ ପ୍ରୟୋଗ କରାଯାଏ   ।

  1. ପଟାସିୟମ – ମେଟାବାଇସଲଫାଇଟ:

ପ୍ରତି ୧୨୫ ପାଉଣ୍ଡ (ପ୍ରାୟ ୪୯.୧୦୫ କେଜି) ଫଳରସ ବା ସିରପ

ପ୍ରତି =୧ ଆଉନାସ (ପ୍ରାୟ ୨୮.୩୫ ଗ୍ରାମ )

  1. ସୋଡିୟମ – ମେଟାବାଇସଲଫାଇଟ   :

ପ୍ରତି ୧୨୫ ପାଉଣ୍ଡ (ପ୍ରାୟ ୪୯.୧୫୦ କେଜି ) ଫଳରସ

ବା ସିରପ = ୧ ଆଉନାସ (୨୮.୩୫ ଗ୍ରାମ )

  1. ସୋଡିୟମ ବେଞ୍ଜାଏଟ   :

ପ୍ରତି ୧୦୦ ପାଉଣ୍ଡ ଫଳରସ ବା ସିରପ ପ୍ରତି ୨ ରୁ ୨.୫ ଆଉନାସ ଦରକାର କରେ   ।

ପ୍ରଥମ ଦୁଇଟି ଦ୍ରବ୍ୟର ବ୍ୟବହାର ଦ୍ଵାରା କେତେକ ପ୍ରକାରର ଫଳରସର ପ୍ରାକୃତିକ ରଙ୍ଗ ନଷ୍ଟ ହେବାର ଭୟ ଥାଏ   ।  କାରଣ ପ୍ରଥମ ଦୁଇଟି ଦ୍ରବ୍ୟରେ ଗନ୍ଧକ ଥିବା ଦ୍ଵାରା (ଆମ୍ବ, ଜାମୁକୋଳି, ଅଙ୍ଗୁର ) ଆଦି କେତେ ଫଳରସର ପ୍ରାକୃତିକ ରଙ୍ଗ ଏହି, ଗନ୍ଧକ ଦ୍ଵାରା ନଷ୍ଟ ହେବାର ଭୟ ଥାଏ   ।  ତେଣୁ ଏହି ପ୍ରକାରର ଫଳରେ ସୋଡିୟମ ମେଟାବାଇସଲଫାଇଟ ଯେତେବେଳେ ପ୍ରୟୋଗ କରାଯାଏ ସେଥି ସହ ଖାଦ୍ୟ ରଙ୍ଗ ମଧ୍ୟ ବ୍ୟବହାର କରାଯାଇଥାଏ   ।

ଖାଦ୍ୟ ପଦାର୍ଥ ସଂରକ୍ଷଣ ପାଇଁ ଉପରଲିଖିତ ରାସାୟନିକ ଦ୍ରବ୍ୟ ବ୍ୟବହାର କରିବା ବେଳେ କେତେକ ନିୟମ ମନେରଖିବା ଉଚିତ   ।

  • ଲାଲ ଓ ବାଇଗଣି ରଙ୍ଗର ଫଳରସ , ସ୍କ୍ବାସରେ ପ୍ରଥମ ଦୁଇଗୋଟି ଦ୍ରବ୍ୟ ବ୍ୟବହାର କରାଯାଏ ନାହିଁ କାରଣ ପ୍ରଥମ ଦୁଇଟିରେ ଥିବା ସଲଫର- ଡାଇଆକସାଇଡ ଫଳ ରସରେ ଥିବା ରଙ୍ଗକୁ ନଷ୍ଟ କରିଦିଏ ଓ ସଂରକ୍ଷିତ ଫଳରସ ଆଖିକୁ ଆକୃଷ୍ଟ କରିପାରେ ନାହିଁ   ।
  • ଫଳରସ ବା ସ୍କ୍ବାସ ଗରମ ଥିବା ଅବସ୍ଥାରେ ପ୍ରଥମ ଦୁଇ ରକମର ରାସାୟନିକ ଦ୍ରବ୍ୟ ଆଦୌ ମିଶାଜାଇ ପାରେନା   । କାରଣ ଗରମ ଅବସ୍ଥାରେ ଏହି ଦ୍ରବ୍ୟଗୁଡିକ ଖାଦ୍ୟ ଦ୍ରବ୍ୟରେ ଗୋଳିଲେ ସେଥିରେ ଥିବା ସଲଫର- ଡାଇ- ଅକସାଇଡ ଗ୍ୟାସ ବାଷ୍ପାକାରରେ ଉଡି ପଡାକୁ ଚାଲିଯାଏ   ।  ଏହା ଉଡି ଚାଲିଯିବା ଦ୍ଵାରା ଫଳରସ ସଂରକ୍ଷିତ ହୋଇପାରେ ନାହିଁ କରଣ ଏହି ଗନ୍ଧକ ବାଷ୍ପ ହିଁ ଫଳ ରସରେ ଥିବା ଜୀବାଣୁଗୁଡିକୁ ନଷ୍ଟ କରି ଫଳରସକୁ ସଂରକ୍ଷିତ କରିଥାଏ   ।
  • ତୃତୀୟ ରାସାୟନିକ ଦ୍ରବ୍ୟ (ସୋଡିୟମ ବେଞ୍ଜୋଏଟ) ପ୍ରୟୋଗ କରିବା   । ଖାଦ୍ୟ ପଦାର୍ଥରେ ଅମ୍ଳ ( ଖଟା) ମିଶାଇବା ଆବଶ୍ୟକ ହେଲେ , ଖାଦ୍ୟ ପଦାର୍ଥରେ ପ୍ରଥମେ ଏହି ଦ୍ରବ୍ୟ ଭଲଭାବେ ମିଶାଇ ପରେ ଅମ୍ଳ , ଖାଦ୍ୟ ପଦାର୍ଥରେ ଗୋଲାଯାଏ   । ପ୍ରଥମେ ଫଳ ରସରେ ଅମ୍ଳ ମିଶ୍ରିତ କରି ପରେ ରାସାୟନିକ ଦ୍ରବ୍ୟ ମିଶାଇଲେ ଫଳରସରେ ସଫେଦ ରଙ୍ଗର ପଦାର୍ଥଗୁଡିଏ ସୃଷ୍ଟି ହୋଇ ଫଳରସ ଅପରିଷ୍କାର ଦେଖାଯିବା ଭୟ ଥାଏ ଓ ସେଥି ସଙ୍ଗେ ସଙ୍ଗେ ରସ ନଷ୍ଟ ହୋଇଥାଏ  ।
  • ରାସାୟନିକ ଦ୍ରବ୍ୟ ଫଳରସରେ ମିଶାଇବା ଲାଗି ପ୍ରଥମେ ଉଚିତ ପରିମାଣର ଦ୍ରବ୍ୟ ଓଜନ କରି ସାମାନ୍ୟ ଥଣ୍ଡା ପାଣିରେ କିମ୍ବା ଫଳରସରେ ଭଲ ଭାବରେ ମିଶାଇବା ପରେ  , ମିଶ୍ରିତ ତରଳ ପଦାର୍ଥକୁ ସ୍କ୍ବାସ ବା ଫଳରସ ପାତ୍ରରେ ଭଲଭାବେ ଘାଣ୍ଟି ମିଶାଇ ଦିଆଯାଏ  ।  ଯଦି ଏପରି ନକରି ରାସାୟନିକ ଦ୍ରବ୍ୟକୁ ସିଧାସଳଖ ଫଳରସ ହାଣ୍ଡିରେ ଗୋଳି ଦିଆଯାଏ ତେବେ ଅପେକ୍ଷିତ ଫଳ ମିଳି ନଥାଏ  ।
  • ରାସାୟନିକ ଦ୍ରବ୍ୟଗୁଡିକ ପୁରୁଣା ହେବା ଉଚିତ   ।  ବିଶେଷତଃ ପ୍ରଥମ ଦୁଇଟି ଦ୍ରବ୍ୟ ପୁରୁଣା ବୋଲି ମନେହେଲେ ସେଗୁଡିକର  ସଂରକ୍ଷଣ ଶକ୍ତି କୌଣସି ରାସାୟନିକ ପ୍ରୟୋଗଶାଳା ରେ ପରୀକ୍ଷା କରି ସେହି ଅନୁପାତଏ ଦ୍ରବ୍ୟର ବ୍ୟବହାର କରାଯାଇପାରେ   ।
  • ଦ୍ରବ୍ୟକୁ ରସରେ ମିଶାଇ ଭଲଭାବେ ଘାଣ୍ଟି ସଙ୍ଗେ ସଙ୍ଗେ ବୋତଲରେ ଭର୍ତ୍ତିକରି ଠିପି ଭଲ ଭାବରେ ଛାପି ବୋତଲ ମୁହଁ ବନ୍ଦ କରିବା ଉଚିତ କାରଣ ଏସବୁ ପ୍ରକ୍ରିୟାରେ ଯେତିକି ଡେରି ହୋଇଥାଏ ସେହି ଅନୁପାତରେ ଦ୍ରବ୍ୟର ସଂରକ୍ଷିତ ଗୁଣର ହ୍ରାସ ଘଟେ   ।  ଫଳରସ ମିଶ୍ରିତ ଔଷଧରୁ ସଙ୍ଗେ ସଙ୍ଗେ ଗନ୍ଧକ ବାଷ୍ପ ବାହାରି ଉଡି ଚାଲିଯିବା ଦ୍ଵାରା ଫଳରସ ସଂରକ୍ଷିତ କରିବା ସମ୍ଭବ ହୋଇନଥାଏ  ।

ଏହି ପ୍ରଣାଳୀଗୁଡିକ ଅନୁସରଣ କରିବା ଦ୍ଵାରା ଫଳ ଆଦି ଖାଦ୍ୟ ପଦାର୍ଥ ଅନେକ ଦିନ ଯାଏଁ ସଂରକ୍ଷିତ ହୋଇପାରେ   ।

  1. ନିର୍ଜଳୀକାରଣ ଓ ଶୁଖାଇ ରଖିବା ଦ୍ଵାରା  :

ଏହି ପ୍ରଣାଳୀ ଦ୍ଵାରା ହଡି ପଦାର୍ଥରେ ଥିବା ଜଳିଆ ଅଂସ  ଏତେଦୂର କମାଇ ଦିଆଯାଏ ଯେ ଫଳ ପାରିବାଗୁଡିକରେ ଥିବା ମୌଳିକ ଘନ ତରଳ ପଦାର୍ଥରେ ଜୀବାଣୁ ରହିପାରନ୍ତି ନାହିଁ   ।  ଖରାରେ ବା ନିର୍ଜଳୀକାରଣ ଯନ୍ତ୍ର ସାହାଯ୍ୟରେ ଜଳ ନିଷ୍କାସିତ ଫଳ ପାରିବା ବହୁଦିନ ପର୍ଯ୍ୟନ୍ତ ସଂରକ୍ଷିତ କରାଯାଇଥାଏ   ।

  1. ସଢାଇ ରଖିବା ଦ୍ଵାରା   :

ସଂରକ୍ଷିତ କରାଯିବା ଖାଦ୍ୟ ପଦାର୍ଥରେ କେତେକ ପ୍ରକାରର ଖାଦ୍ୟ ଜୀବାଣୁର ସଂଖ୍ୟା ବଢାଇ ଓ ଜୀବାଣୁଗୁଡିକୁ ବିୟୋଜିତ କରି କିମ୍ବା ସଙ୍ଗେ ସଙ୍ଗେ ସଂରକ୍ଷିତ ଖାଦ୍ୟ ପଦାର୍ଥକୁ ସଢାଇ ସେଗୁଡିକୁ ସଂରକ୍ଷିତ କରାଯାଏ   ।  ଖାଦ୍ୟ ପଦାର୍ଥରେ ଥିବା ଶ୍ଵେତସାରକୁ ବିଭିନ୍ନ ପ୍ରକାର ଏନଜାଇମ ବା ଖାଦ୍ୟ ଜୀବାଣୁମାନଙ୍କ ଦ୍ଵାରା ବିୟୋଜିତ କରି ସାଇତା ଯାଇଥାଏ   ।  ଅବଶ୍ୟ ଛେନା ଜାତୀୟ ପଦାର୍ଥକୁ ବ୍ୟାକ୍ଟେରିଆ ଦ୍ଵାରା ପୋଚ କରିବା ପ୍ରଥା ସହ ଶଢାଇବା ପ୍ରଥା ସମ୍ଭବ ନୁହେଁ   ।

ଶଢାଇବା ପ୍ରଥା ତିନି ପ୍ରକାରର ହୋଇଥାଏ , ଯାହା ଫଳ ଓ ପାରିବା ସଂରକ୍ଷଣରେ ପ୍ରୟୋଗ କରାଯାଇଥାଏ   ।  ଆଚାର , ଚଟଣି  ଭିନେଗାର ତିଆରିରେ ଏଗୁଡିକର ପ୍ରୟୋଗ ହୋଇଥାଏ   ।

  • ଆଲକୋହଲିକ ସଢା
  • ଏସିଟିକ ସଢା
  • ଲେକଟିକ ସଢା

ବିଭିନ୍ନ ପ୍ରକାରର ସଢା ଦ୍ଵାରା ଖାଦ୍ୟ ପଦାର୍ଥ କେଉଁ ରୀତିରେ କାର୍ଯ୍ୟ କରିଥାଏ  ତାହା ସାଧାରଣ ଭାବେ ନିମ୍ନରେ ଦିଆଗଲା   ।

  1. ଆଲକୋହଲିକ ସଢା

ଏହାଦ୍ଵାରା ଖାଦ୍ୟ ପଦାର୍ଥରେ ଥିବା ସାଧାରଣ ହେକସୋଜାଣ ଚିନି ଓ ଅଙ୍ଗାର ଦୋଜାରେୟ ରେ ପରିଣତ କରାଯାଇଥାଏ   ।  ରାସାୟନିକ ପରିବର୍ତ୍ତନ ଉଦାହରଣ    ।

+Yeast =  OH + 2

(ଚିନି) + (ଇଷ୍ଟ) = (ଆଲକୋହଲ) + (ଅଙ୍ଗାର ଦ୍ଵୀଜାରେୟ ବାଷ୍ପ)

ଏହି ଆଲକୋହଲ ଜାତୀୟ ପଦାର୍ଥ ହିଁ ସଂରକ୍ଷିତ ଖାଦ୍ୟ ପଦାର୍ଥଗୁଡିକୁ ସାଇତିବା ଲାଗି ସହାୟକ ହୋଇଥାଏ   ।  ଏହି ପ୍ରଣାଳୀ ସଂରକ୍ଷିତ ଖାଦ୍ୟକୁ ବାୟୁ ନିଷ୍କାସିତ ଜାଗରେ ରଖିବାକୁ ହୁଏ   ।  କାରଣ ବାୟୁ ନିଷ୍କାସନ କରିବା ଏଫଏଲରେ ବାୟୁଜ ଜୀବାଣୁ ଯଥା – ଭିନେଗାର ବ୍ୟାକ୍ଟେରିଆ, ମୋଲଡ, ଇଷ୍ଟ ଆଦି ବାୟୁର ଅଭାବରେ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ   ।

  1. ଏସିଟିକ ସଢା :

ସାଧାରଣତଃ ଆଲକୋହଳିକ ସଢା ଶେଷ ହେବା ପରେ ପରେ ଏହା ସମ୍ପାଦିତ ହୋଇଥାଏ   ।  ଏହାକୁ ମଧ୍ୟ ଭିନେଗାର ସଢା ବୋଲି କୁହାଯାଏ   ।

ଏହାଦ୍ଵାରା ସଧ ପ୍ରକ୍ରିୟା କୋଷରେ ନିର୍ଗତ ହୋଇଥିବା ଏସିଟିକ ଅମ୍ଳ ଫଳ ଓ ପରିବାଗୁଡିକୁ ସଂରକ୍ଷିତ କରିଥାଏ  । ସାଧାରଣତଃ ଆଚାର ତିଆରି କରିବା ଲାଗି ଏହି ରକମର ସଢା ପଦ୍ଧତି ବିନିଯୋଗ କରାଯାଇଥାଏ   ।  ଏସିଟିକ ଏସିଡ ବ୍ୟାକ୍ଟେରିଆ ଖାଦ୍ୟ ପଦାର୍ଥରେ ଥିବା ମଦ ଉପରେ କାର୍ଯ୍ୟକରି ଓ  ତାହାକୁ ରାସାୟନିକ ପ୍ରକ୍ରିୟାରେ ଭଗ୍ନକରି ଏସିଟିକ ଅମ୍ଳ ତିଆରି କରିଥାଏ   ।  ନିମ୍ନରେ ଦିଆଯାଇଥିବା ରାସାୟନିକ ପରିବର୍ତ୍ତନ ଦ୍ଵାରା ଏହା ସମ୍ପାଦିତ ହେବାର ପ୍ରଣାଳୀ ସହଜେ ଜାଣିହୁଏ   ।

  1. ଲେକଟିକ ସଢା   :

ଏହାର ପ୍ରୟୋଗ କେତେ ପ୍ରକାରର ଆଚାର ତଥା ସାଇଲୋ ଜରିଆରେ (ଗୋ ଖାଦ୍ୟ ସଂରକ୍ଷଣ) ବିନିଯୋଗ କରାଯାଇଥାଏ   ।  କିନ୍ତୁ ଏହି ପ୍ରଣାଳୀରେ ସଂରକ୍ଷିତ ଖାଦ୍ୟ ପଦାର୍ଥକୁ ବାୟୁବିହୀନ ଅବସ୍ଥାସାଇତି ରଖିବା ଅତି ଜରୁରୀ  ।  ଲାକଟିକ ଏସିଡ ବ୍ୟାକ୍ଟେରିଆ ଖାଦ୍ୟରେ ଥିବା ଡେକସଷ୍ଟ୍ରୋଜ ଚିନିକୁ ବିୟୋଜିତ କରି ଲାଲଟିକ ଏସିଡରେ ପରିଣତ କରିଥାଏ  ।

  1. ବାୟୁ ନିଷ୍କାସନ   :
ବାୟୁରେ ଥିବା ଅମ୍ଳଜାଣ ସାଧାରଣତଃ ଖାଦ୍ୟ ପଦାର୍ଥଗୁଡିକରେ ଅମ୍ଳ ବୃଦ୍ଧିକରି ନଷ୍ଟ କରିଥାଏ   ।  ଫଳ ଓ ପରିବଗୁଡିକର ସଂସ୍ପର୍ଶରେ ଆସି ସେଗୁଡିକର ରଙ୍ଗ ବଦାଲାଇ ମାଟିଆ ବା କଳା ରଙ୍ଗରେ ପରିଣତ କରି ସେଗୁଡିକର ଖ୍ଯାତି କରିଥାଏ   ।  ଏହାଛଡା ମୁହଁ ମୁଦା ସଂରକ୍ଷିତ ଫଳ ଓ ପାରିବା ତଥା ଅଭିତରେ ଅମ୍ଳଜାଣ ରହିଯିବା ଫଳରେ ଡବାରେ ଲୁହା ଅଂଶ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ରାସାୟନିକ ପରିବର୍ତ୍ତନ ଘଟାଇ ଆଇରଣ ଅକସାଇଡ ସୃଷ୍ଟି ହୋଇଥାଏ   ।  ଏହା ହେବାଦ୍ଵାରା ଖ୍ଯାତିକାରକ ନିଷ୍କ୍ରିୟ ଜୀବାଣୁ ଓ ଅପବିଜ ସହଜେ ସକ୍ରିୟ ହୋଇଉଠନ୍ତି ଓ ସଂରକ୍ଷିତ ଖାଦ୍ୟ ଜିନିଷ ନଷ୍ଟ କରନ୍ତି   ।  ତାଛଡା ଡବା ବା ବୋତଲ ଭୀତରେ ବାୟୁ ରହିବା ଦ୍ଵାରା ବିଶୋଧନ କରିବା ସମୟରେ ସେଗୁଡିକ ଫାଟିଯିବାର ଭୟ ଥାଏ   ।  ସେହି କାରଣରୁ ସଂରକ୍ଷିତ ପାତ୍ରଗୁଡିକରେ ଖାଦ୍ୟ ଜିନିଷ ରାଖୀ ନିଷ୍କାସନ ପ୍ରଣାଳୀ ପ୍ରୟୋଗ କରି ପାତ୍ର ଭୀତରେ ପୂରାପୂରି ବାୟୁ ଚାଲିଯିବା ପରେ ପରେ ମୁହଁ ମୁଦି ସଂରକ୍ଷିତ କରିବା ଦ୍ଵାରା ଦୀର୍ଘ ସମୟ ଲାଗି ଖାଦ୍ୟ ପଦାର୍ଥ ସଂରକ୍ଷିତ କରାଯାଇପାରେ   ।

ଆଧାର :ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top