ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ବାଇଗଣ ଫସଲରେ ପୋକ ଦମନ
ସେଆର କରନ୍ତୁ

ବାଇଗଣ ଫସଲରେ ପୋକ ଦମନ

ବାଇଗଣ ଫସଲରେ ବିନ୍ଧାପୋକ ଦମନ ସମ୍ବନ୍ଧିତ ତଥ୍ୟ ।

ବାଇଗଣ ଫସଲରେ ବିନ୍ଧାପୋକ ଦମନ

ଡାଳ ଓ ଫଳ ବିନ୍ଧାପୋକ ବାଇଗଣ ଫସଲର ସବୁଠୁ କ୍ଷତିକାରକ ପୋକ । ଏହା ପ୍ରାୟତଃ ସବୁ ବାଇଗଣ ଚାଷ ହେଉଥିବା ଅଞ୍ଚଳରେ ଦେଖାଯାଏ । ଏହି ପୋକଜନିତ କ୍ଷତି ବାଇଗଣ ଚାଷ ପାଇଁ ଏକ ମୁଖ୍ୟ ପ୍ରତିବନ୍ଧକ ସାଜିଥାଏ । ତେବେ ଏହି ପୋକର ପରିଚାଳନା କରିବା ପୂର୍ବରୁ ପ୍ରଥମେ ଚାଷା ଭାଇମାନେ ଏହି ପୋକ ବିଷୟରେ ଜାଣିବା ଆବଶ୍ୟକ ।

ଡାଳ ଓ ଫଳ ବିନ୍ଧା ପୋକ ମୁଖ୍ୟତଃ ଶୁକ୍ଳ ଅବସ୍ଥାରେ ଫସଲରେ କ୍ଷତି କରେ । ପୂର୍ଣ୍ଣାଙ୍ଗ ପୋକଟି ପ୍ରାୟ ୧୫ ମି.ମି. ଲମ୍ବା ଏକ ମଥା । ଏହାର ଡେଣାର ରଙ୍ଗ ଧଳା ଓ ଧାରରେ ବାଇଗଣୀ ରଙ୍ଗର, ଝାଲର ଥାଏ । ମାଈ ଶଲଭଟି ଅଣ୍ଡିରା ଶଲଭ ଅପେକ୍ଷା ଆକାରରେ ବଡ଼। ମା' ପୋକଟି ଗଛର ଉପର ଭାଗର ପତ୍ରଗୁଡ଼ିକରେ, କାଣ୍ଡରେ ଗୋଟି ଗୋଟି କରି କିମ୍ବା ଏକାଠି ୨-୩ଟି କରି ଅଣ୍ଡାଗୁଡ଼ିକ ଦିଏ । ଏହା ଅଧକାଶ ଅଣ୍ଡା ପତ୍ରରେ ଦିଏ । ଗୋଟିଏ। ଶଲଭ ପ୍ରାୟ ୧୫୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ । ୩ ରୁ ୭ ଦିନ ମଧ୍ୟରେ ଅଣ୍ଡାଗୁଡ଼ିକ ଫୁଟେ । ଏହାର ଅଣ୍ଡା ଲମ୍ବାଳିଆ ଆକୃତିର ହୋଇଥାଏ । ପ୍ରଥମେ ଏହା ଧଳା ଦିଶୁଥାଏ ଏବଂ ଫୁଟିଲା ବେଳକୁ ହଳଦିଆ ଦେଖାଯାଏ । ସାଧାରଣତଃ ଭୋରରୁ ସକାଳ ୮ଟା ମଧ୍ୟରେ ଅଣ୍ଡା ଫୁଟେ । ସଦ୍ୟଜାତ ଶୂକଗୁଡ଼ିକ ଗଛର ଚାରିଆଡ଼େ ଚଲାବୁଲା କରି କିଛି କ୍ଷଣ ପରେ କଢ, ଫୁଲବୃନ୍ତ ଓ ଫଳର ବୃତ୍ତି କୋଣ ଇତ୍ୟାଦି ସନ୍ଧିସ୍ଥାନରେ ରହନ୍ତା। ତା’ପରେ ଶୂକ ଗଛର କଅଁଳିଆ ଶାଖା ବା ଡାଳର ଅଗ୍ରଭାଗରେ କୌଣସି ସ୍ଥାନରେ କଣାକରି ଭିତରେ ପ୍ରବେଶ କରେ ଓ ଭିତର ଅଂଶକୁ ଖାଇ ସୁଡ଼ଙ୍ଗ ପରି କରିଦିଏ । ଫଳରେ କଅଁଳିଆ ଡାଳ ଝାଉଁଳି ପଡ଼େ ଓ ଶୁଖିଯାଏ । ସୁସ୍ଥ ଓ ନରମ ଅଗ ଡାଳ ଝାଉଁଳି ପଡିବା ଏହି କୀଟ ଆକ୍ରମଣର ଏକ ବିଶେଷ ଲକ୍ଷଣ । ଫଳ ଅବସ୍ଥାରେ ଶୂକ, ଫଳରେ ବୃତ୍ତି ତଳପାଖରେ ଛିଦ୍ରକରି ଭିତରକୁ ପ୍ରବେଶ କରେ ଓ ଭିତର ଅଂଶକୁ ଖାଇ ବଢେ । ଏହା ଫଳ ଭିତରେ ଗୋଟିଏ ସୁଡଙ୍ଗ କରି ସେଥିରେ ରହେ ଓ ମଳତ୍ୟାଗ କରେ,  ଯଦ୍ଵାରା ଆକ୍ରାନ୍ତ ଫଳ ଖାଦ୍ୟ ଅନୁପଯୋଗୀ ହୋଇଯାଏ । ବେଳେବେଳେ ଏହା ପତ୍ର ବୃନ୍ତକୁ ଆକ୍ରମଣ କରେ । ଏଣୁ ପତ୍ର ଝାଉଁଳିଯାଏ । କଢ ଓ ଫୁଲଗୁଡ଼ିକ ମଧ୍ୟ ଏହି ଶୂକ ଦ୍ଵାରା ଆକ୍ରାନ୍ତ ହେବାର ଦେଖାଯାଏ ।

ତା’ ପରେ  ଶୂକଟି ବାହାରକୁ ଆସି ଗଛରୁ ଝଡି ପଡିଥିବା ପତ୍ର ମଧ୍ୟରେ ରେଶମୀ ଖୋସା କରି ପ୍ୟୁପା ଅବସ୍ଥାରେ ୮-୧୦ ଦିନ ରହେ । ଏହାପରେ ପୂର୍ଣ୍ଣାଙ୍ଗ ଶଲଭ ବାହାରିଯାଏ । ଜୀବନଚକ୍ର ୨୧-୪୧ ଦିନ ମଧ୍ୟରେ ସଂପୂର୍ଣ୍ଣ ହୁଏ ଓ ବର୍ଷରେ ଏକାଧିକ ଉପରମଡା ପିଢ଼ି ଦେଖାଯାଏ ।

କୀଟନାଶକର ନାମ

ହେକ୍ଟର ପ୍ରତି ହାର

ନିମ୍ବ ଆଧାରିତ ବିଷ (୧%),

୧-୧.୫ ଲିଟର

ସାଇପରମେଥ୍ରିନ୍ ୧୦%ଇ.ସି

୧୫୦-୪୦୦ ମି.ଲି

ଫେନ୍‌ଭାଲରେଟ୍ ୨୦% ଇ.ସି

୩୭୫-୫୦୦ ମି.ଲି

ଲାମ୍ବଡା-ସାଇହାଲୋଥ୍ରିନ୍ ୫%ଇ.ସି

୪୦୦-୬୦୦ ମି.ଲି

କ୍ଵିନାଲଫସ୍ ୨୫%ଇ. ସି

୧ ଲିଟର

ଥାଓଡିକାର୍ବ ୭୫% ଡବ୍ଲୁ .ପି

୫୦୦ – ୧୦୦୦ ଗ୍ରାମ୍

ଟ୍ରାୟାଜୋଫସ୍ ୪୦%ଇ.ସି

୧ ଲିଟର

 

ପରିଚାଳନା

ଆକ୍ରାନ୍ତ ଫଳ ଓ ଡାଳକୁ କାଟି ଏହା ମଧ୍ୟରେ ଥିବା ଶୂକକୁ ନଷ୍ଟ କରିଦେଲେ କୀଟ ଆକ୍ରମଣ କମିଥାଏ । ଫଳିବା ବନ୍ଦ ହୋଇ କିଆରି ଉଜୁଡିବା ଅବସ୍ଥା ହେଲେ ବାଇଗଣ ଗଛଗୁଡ଼ିକୁ ମୂଳରୁ ହାଣି କିଆରିରେ ଏକତ୍ର କରି ପୋଡ଼ିଦେବା  ଭଲ ।

ଅଣ୍ଡିରା ପୋକଗୁଡ଼ିକୁ ଦମନ କରିବା  ପାଇଁ ହେକ୍ଟର ପ୍ରତି ୫୦ ରୁ ୬୦ ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ । ଜମିକୁ ଉତ୍ତମ ରୂପେ ସର୍ବେକ୍ଷଣ କରନ୍ତୁ ।

ଯଦି ଏହି ପୋକ ଆର୍ଥକ ଦେହଳୀ ସୀମା ଅତିକ୍ରମ କରେ, ତେବେ ବିଭିନ୍ନ ପ୍ରକାର କମ୍ ବିଷଯୁକ୍ତ କୀଟନାଶକ ପ୍ରୟୋଗ କରନ୍ତୁ ।

କାରଣ ଅଳ୍ପ ଦିନରେ ଥରେ ବାଇଗଣକୁ ତୋଳି ନେଇ ପରିବା ରୂପେ ବ୍ୟବହାର କରାଯାଏ । ସେଥିପାଇଁ ଶକ୍ତିଶାଳୀ କୀଟନାଶକ ପକାଇବା ଉଚିତ ନୁହେଁ ।

ବିଭିନ୍ନ ପ୍ରକାର ମିଶ୍ରିତ କୀଟନାଶକ ବ୍ୟବହାର

ସାଇପରମେଥିନ୍ ୩% କ୍ତିନାଲଫସ୍ ୨୦% ଇ.ସି ହେକ୍ଟର ପିଛା ୫୦୦ ମି.ଲି କିମ୍ବା ଡେଲଟାମେଥିନ ୧% ଟ୍ରାୟାତେଜାଫସ୍ ୩୫% ଇ.ସି ହେକ୍ଟର ପିଛା ୧ ଲିଟର । ଉପରଲିଖତ କୀଟନାଶକ ଦ୍ରବ୍ୟକୁ ହେକ୍ଟର ପିଛା ୫୦୦ ଲିଟର ପାଣି ସହ ମିଶାଇ ଫସଲରେ ପ୍ରୟୋଗ କରନ୍ତୁ । ଗୋଟିଏ ପ୍ରକାର କୀଟନାଶକକୁ ବାରମ୍ବାର ବ୍ୟବହାର ନ କରି ବିଭିନ୍ନ ପ୍ରକାର କୀଟନାଶକକୁ ଅଦଳବଦଳ କରି ବ୍ୟବହାର କରନ୍ତୁ । ଏଣୁ ପୋକର କୀଟନାଶକ ସହନଶୀଳ କ୍ଷମତା ବୃଦ୍ଧିପାଏ ନାହିଁ ।

କୀଟନାଶକ, ସିଞ୍ଚନ କରିବା ସମୟରେ ଗଛର ସବୁ ଅଂଶରେ ମୁଖ୍ୟତଃ ଗଛର ଅଗ୍ରଭାଗରୁ ମଧ୍ୟଭାଗ ପର୍ଯ୍ୟନ୍ତ ସବୁ ପତ୍ରର ତଳ ଓ ଉପର ପାଖରେ ଯେପରି ଏହା ପଡ଼ିପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଲେଖା ଏବଂ ପ୍ରାପ୍ତ – ଓୟୁଏଟି

 

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top