ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ବାଇଗଣ ଫସଲରେ ସମନ୍ଵିତ କୀଟ ପରିଚାଳନା
ସେଆର କରନ୍ତୁ

ବାଇଗଣ ଫସଲରେ ସମନ୍ଵିତ କୀଟ ପରିଚାଳନା

ଫସଲରେ କ୍ଷତି କରୁଥିବା କେତୋଟି ଅନିଷ୍ଟକାରୀ କୀଟ ଓ ତାହାର ପରିଚାଳନା ସମ୍ବନ୍ଧରେ ଏଠାରେ ସୂଚୀତ କରାଯାଉଛି ।

ବାଇଗଣ ଫୁସଲରେ କାଣ୍ଡ ଓ ଫଳବିନ୍ଧା ପୋକ ଦମନ ସକାଶେ ଏକର ପିଛା ୫ଟି ସଙ୍ଗ ଆକର୍ଷଣ ଥୋପ ପ୍ରୟୋଗ କରନ୍ତୁ ଏଥିରେ ଥିବା ସଙ୍ଗ ଆକର୍ଷକ ଉତ୍ପାଦକୁ ପ୍ରତି ୧୫-୨୦ ଦିନ ପରେ ପରିବର୍ତ୍ତନ କରିବା ଦରକାର ।

ବାଇଗଣର ଚାହିଦା ସବୁବେଳେ ରହିଆସିଛି । ତେବେ ଯେଉଁ କେତୋଟି ସମସ୍ୟା ବାଇଗଣ ଫସଲରେ ଅମଳ ହ୍ରାସ କରିଥାଏ। ସେଥିମଧ୍ୟରୁ କୀଟଶତ୍ରୁଗତ ସମସ୍ୟା ଅନ୍ୟତମ । ତେଣୁ ଫସଲରେ କ୍ଷତି କରୁଥିବା କେତୋଟି ଅନିଷ୍ଟକାରୀ କୀଟ ଓ ତାହାର ପରିଚାଳନା ସମ୍ବନ୍ଧରେ ଏଠାରେ ସୂଚୀତ କରାଯାଉଛି...

କେତୋଟି ଅନିଷ୍ଟକାରୀ କୀଟ

ଫଳ ଓ କାଣ୍ଡବିନ୍ଧା ପୋକ

ଆପାତତଃ ସବୁ କୀଟନାଶକକୁ ସହିପାରୁଥିବା ଏହି କୀଟଟି ଫସଲର ପ୍ରମୁଖ ଶତ୍ରୁ ପ୍ରଜାପତି ଜାତୀୟ ଏହି ବିନ୍ଧାପେକର ପୂର୍ଣ୍ଣାଙ୍ଗ ପ୍ରୀ କୀଟଟି ବାଇଗଣର ଫୁଲ ଓ ଗଛର ବିଭିନ୍ନ ଅଂଶରେ ଛୋଟ ଧଳା ଅଣ୍ଡା ଦେଇଥାଏ, ଯାହା କ୍ରମେ ସଅଁବାଳୁଆ ବା କାଟର ପିଲାରରେ ପରିଣତ ହୁଏ ଓ ଏହି ସଅଁବାଳୁଆ ଅବସ୍ଥା ଗଛର ନରମ କାଣ୍ଡ ଭିତରେ ରସ ଶୋଷି ଖାଇଥାଏ, ଗଛ ଝାଉଁଳିଯାଏ । ଫୁଲ ଆସିବା ପରେ ସଅଁବାଳୁଆଟି ଫୁଲରୁ ରସ ଶୋଷି ଖାଇଥାଏ । ଫଳ ହେଲାପରେ ଏହି ପୋକଟି ଫଳରେ କଣା କରିବା ସହିତ ଫଳ ନଷ୍ଟ କରିଥାଏ ।

ପତ୍ରଡିଆଁ ପୋକ

ଏହି ପୋକର ପୂର୍ଣ୍ଣାଙ୍ଗ ଓ ଅର୍ଭକ ଅବସ୍ଥା ପତ୍ରରୁ ରସ ଶୋଷିବା ଫଳରେ ପତ୍ର ହଳଦିଆ ପଢିଯାଏ ଓ ଫସଲରେ କ୍ଷତି ହୁଏ । ପତ୍ରର ମଝିଶିରାରେ ପୂର୍ଣ୍ଣାଙ୍ଗ କୀଟଟି ଅଣ୍ଡା ଦେଇଥାଏ, ଯେଉଁଥିରୁ ଅର୍ଭକ ବାହାରି ପତ୍ରରୁ ରସ ଶୋଷି ଖାଇଥାଏ । ପୁରୁଣା ପତ୍ରରେ ଏହି କୀଟ ଆକ୍ରମଣ ଜନିତ ଲକ୍ଷଣ ଭଲଭାବେ ଦେଖାଯାଏ । ପତ୍ରରେ ଠାଏ ଠାଏ ମୋଜାଇକ୍ ମୋଡି ଦେଖାଯାଏ । ପତ୍ର ମୋଡି ହୋଇଯାଏ ।

କାଙ୍କେଡିଆ ପୋକ

ଏହି ପୋକର ଗ୍ରବ୍ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ଉଭୟ କ୍ଷତିକାରକ । ଉଭୟ ଅବସ୍ଥା ପତ୍ରକୁ ଅର୍ଦ୍ଧଚନ୍ଦ୍ର ଆକାରରେ କାଟିଥାଏ । ପୂର୍ଣ୍ଣାଙ୍ଗ କୀଟଟି ପତ୍ରର ତଳଭାଗରେ ୧୫-୨୦ ଟି ହଳଦୀ ରଙ୍ଗର ଅଣ୍ଡା ଦେଇଥାଏ । ଆକ୍ରମଣର ମାତ୍ରା ଅଧିକ ହେଲେ ଅମଳ ହ୍ରାସ ପାଏ ।

ନାଲି ବୁଢ଼ିଆଣୀ ପୋକ (ଅଷ୍ଟପଦୀ)

ଆଠଟି ଗୋଡ ଥିବା ଏହି ପ୍ରମୁଖ ଅଣକୀଟ ଶତ୍ରୁଟିର ଉଭୟ ପୂର୍ଣ୍ଣାଙ୍ଗ ଓ ଅର୍ଭକ ପତ୍ରର ତଳଭାଗରୁ ରସ ଶୋଷି ଖାଇଥାଏ । ଯାହାଫଳରେ ପତ୍ରର ସବୁଜ ଅଂଶରେ ଦାଗ ଦେଖାଯାଏ, ପତ୍ର ହଳଦିଆ ପତି ଶୁଖିଯାଏ ଓ ଗଛଟି ଝାଉଁଳିଯାଏ ।

ଚେର ଗଣ୍ଠି ସୂତ୍ରକୃମି

ଏହି ସୂତ୍ରକୃମିର ପ୍ରଭାବରେ ବାଇଗଣରେ ୫୦ ପ୍ରତିଶତ ଅମଳ ହ୍ରାସ ପାଉଥିବାର ଅନୁସନ୍ଧାନରୁ ଜଣାଯାଇଛି । ଏହା ଗଛର ଚେରରେ ଗଣ୍ଠ ବା ଗଲ୍ ସୃଷ୍ଟି କରେ, ଯାହାଫଳରେ ଚେରଗୁଡିକର ମୃତ୍ତିକାରୁ ଜଳ ଓ ଖାଦ୍ୟ ଉପାଦାନ ଶୋଷଣ କରିବାର କ୍ଷମତା ହ୍ରାସ ପାଇଥାଏ । ଦିନର ତାପମାତ୍ରା ବଢ଼ିଲେ, ଗଛଟି ଧୀରେଧୀରେ ଝାଉଁଳି ପଡେ, ରୁଗଣ ହୋଇଯାଏ, ଗଛର ଉଚ୍ଚତା ମଧ୍ୟ କମିଯାଏ । ଅମଳ ହ୍ରାସ ପାଏ । ଏହା ବ୍ୟତୀତ ଫସଲରେ ଧଳାମାଛି, ଜଉପୋକ ଇତ୍ୟାଦି ଶୋଷକ କୀଟ ଫସଲର ବିଭିନ୍ନ ଅବସ୍ଥାରେ ବିଶେଷ କ୍ଷତି କରିଥାନ୍ତି ।

ସମନ୍ୱିତ ପରିଚାଳନା

ତଳି ଘରାରେ ଚାରା ଅବସ୍ଥା :

ତଳିଘରାଟି ଭୂମିଠାରୁ ସବୁବେଳେ ୧୦ ସେ.ମି. ଉଚ୍ଚତାରେ ରହିବା ଜରୁରୀ ।

  • ତଳି ଘରାରେ ୦.୪୫ ମି.ମି. ମୋଟେଇର ପଲିଥିନ୍ (ସ୍ଵେଚ୍ଛ) ହଳ ପରେ ଘୋଡାଇ ଦେଇ ୨-୩ ସପ୍ତାହ ପର୍ଯ୍ୟନ୍ତ ରଖିବା ଦ୍ଵାରା ମୃତ୍ତିକାର ଅନ୍ତଃତାପ ବୃଦ୍ଧିପାଏ ଓ ମୃତ୍ତିକାରେ ଥିବା କୀଟ ସୂତ୍ରକୃମିଙ୍କ ମୃତ୍ୟୁ ହୁଏ ।
  • ତଳିଘରାରୁ ଅନାବନା ଘାସ ଉପାଡି ନଷ୍ଟ କରିଦେବା ଜରୁରୀ ।
  • କୀଟ ଆକ୍ରମଣ ସହଣି କିସମ ଚାଷ କରନ୍ତୁ। ତଳି ଘରାରେ ନିମ୍ବ ପିଡିଆ ମଧ୍ୟ ପ୍ରୟୋଗ ଲାଭପ୍ରଦ ।

ମୁଖ୍ୟ ଫସଲ

ଏକର ପିଛା ୧୦ଟି ପକ୍ଷୀ ବସିବା ପାଇଁ ବାଉଁଶ ପୋତନ୍ତୁ ।

  • ଡେଲଟା ଟ୍ରାପ୍ ୨-୩ଟି ଏକର ପ୍ରତି ମୁଖ୍ୟ ଫସଲ କିଆରିରେ ପ୍ରୟୋଗ କଲେ ପତ୍ରଡିଆଁ ପୋକ, ଜଉପୋକ, ଧଳାମାଛି ଇତ୍ୟାଦିଙ୍କ ଦାଉରୁ ରକ୍ଷା ମିଳିଥାଏ ।
  • ଶତକତା ୫ ପ୍ରତିଶତ ଏନ୍ଏମଏସ୍କେଇ ଥର ସିଞ୍ଚନ କଲେ ପତ୍ରଡିଆଁ, ଜଉପୋକ, ଅଷ୍ଟପଦୀ ଆକ୍ରମଣରୁ ରକ୍ଷା ମିଳିଥାଏ । କାଣ୍ଡ ଓ ଫଳବିନ୍ଧା ପୋକ ମଧ୍ୟ ଏନ୍ଏମସ୍କେଇର ସିଞ୍ଚନ ଦ୍ଵାରା ପ୍ରତିହତ ହୋଇଥାଏ । ଶତକଡା ୨ ପ୍ରତିଶତ ନିମ୍ବତେଲର ସିଞ୍ଚନ ମଧ୍ୟ ବିନ୍ଧା ଜାତୀୟ ଓ ଶୋଷକ 'କୀଟ ଆକ୍ରମଣରୁ ରକ୍ଷା ଦେଇଥାଏ । ଅଧିକ ଆକ୍ରମଣ ହେଲେ ଇମିଡାକ୍ଲୋପ୍ରିଡ୍ ୧୭.୮୪ ଏସଲ୍ ଏକର ପିଛା ୬୦ ମିଲିଲିଟର ସିଞ୍ଚନ କରିବା ଜରୁରୀ ।
  • କାଣ୍ଡ ଓ ଫଳବିନ୍ଧା ପୋକ ଦମନ ସକାଶେ ଏକର ପିଛା ୫ଟି ସଙ୍ଗ ଆକର୍ଷଣ ଥୋପ ପ୍ରୟୋଗ କରନ୍ତୁ। ଏଥିରେ ଥିବା ସଙ୍ଗ ଆକର୍ଷକ ଉତ୍ପାଦକୁ ପ୍ରତି ୧୫୨୦ ଦିନ ପରେ ପରିବର୍ତ୍ତନ କରିବା ଦରକାର । ଏକର ପିଛା ୫୦-୬୦ ହଜାର ଟ୍ରାଇକୋଗ୍ରାମା ପରାଶ୍ରୟୀ କୀଟର ପ୍ରୟୋଗ ସପ୍ତାହ ଅନ୍ତରରେ କଲେ ଦେବାରର, ପ୍ରଜାପତି ଜାତୀୟ କୀଟ ଦାଉରୁ ରକ୍ଷା ମିଳେ ।
  • ଚୋରା ଲଗାଇବାର ୨୫ ଓ ୬୦ ଦିନରେ ଏକର ପିଛା ୧୦୦ କି.ଗ୍ରା. ନିମ୍ବ ପିଡିଆ ମାଟିରେ ପ୍ରୟୋଗ କରିବା ଆବଶ୍ୟକ । ପବନର ବେଗ ତୀବ୍ର ଥିଲେ ବା ବାୟୁମଣ୍ଡଳର ତାପମାତ୍ରା ଅଧିକ ଥିଲେ। ନିମ୍ବ ପିଡିଆ ପ୍ରୟୋଗ କରିବା ଅନୁଚିତ୍। ଗୋଟିଏ ଜମିରେ ବାରମ୍ବାର ବାଇଗଣ ଫସଲ ନ କରି ଫସଲ ଚକ୍ର ଓ ଫସଲ ପର୍ଯ୍ୟାୟର ପ୍ରବର୍ତ୍ତନ ଲାଭପ୍ରଦ। ଫସଲର ଆକ୍ରମିତ ଅବଶେଷକୁ ପୋତି ନଷ୍ଟ କରିଦେବା ଓ କିଆରିରେ ନିୟମିତ ସର୍ବେକ୍ଷଣ ନିତାନ୍ତ ଜରୁରୀ।

ସଂଗୃହିତ - ଭୁବନାନନ୍ଦ ଅଧିକାରୀ, କୀଟତତ୍ତ୍ଵ ବିଭାଗ, ଓୟୁଏଟି, ଭୁବନେଶ୍ଵର,

3.09375
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top