ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ବାଇଗଣର ତଳିଘରା ଓ ଝାଉଁଳା ରୋଗ
ସେଆର କରନ୍ତୁ

ବାଇଗଣର ତଳିଘରା ଓ ଝାଉଁଳା ରୋଗ

ବାଇଗଣର ତଳିଘରା ଓ ଝାଉଁଳା ରୋଗ ସମ୍ବନ୍ଧରେ ସୂଚନା ।

ତଳିଘରା ରୋଗ

ଜମିରେ ମୁଖ୍ୟ ଫସଲ ହିସାବରେ ବାଇଗଣ ଚାଷ ଅବ୍ୟବହିତ ପୂର୍ବରୁ ତଳିଘରା ପ୍ରସ୍ତୁତ କରାଯାଇ ବୀଜ ବପନ କରାଯାଏ ଯେଉଁଥିରୁ ଛୋଟ ଚାରା ବାହାରିଥାଏ । ତଳିଘରା ବା ନର୍ସରୀରେ ଚାରାଗୁଡ଼ିକୁ  କିଛି ଦିନ  ରଖିଲାପରେ ଯାଇ ମୁଖ୍ୟ ଫସଲ ହିସାବରେ ଜମିରେ ଲଗାଇବାକୁ ପଡେ ।

ତେବେ ବାଇଗଣ ଫସଲ ଜମିରେ ଥିବା ଅବସ୍ଥାରେ  ନାନାଦି କୀଟ ରୋଗ, ସୂତ୍ରକୃମି  ଦ୍ଵାରା ଆକ୍ରମିତ ହୋଇଥାଏ, ଏକଥା ହୁଏତ କାହାକୁ ଅଛପା ନାହିଁ; କିନ୍ତୁ ତଳିଘରାରେ ଥିବା ଅବସ୍ଥାରେ ଯେଉଁ ପ୍ରମୁଖ ରୋଗ ଫସଲର ଚାରାରେ ବିଶେଷ କ୍ଷତି କରିଥାଏ, ତାହା ହେଲା ତଳିଘରା ରୋଗ ବା ବୈଜ୍ଞାନିକ  ଭାଷାରେ କହିଲେ ଡ଼ାଂପିଙ୍ଗ ଅଫ୍ ରୋଗ । କେହି କେହି ଏହାକୁ ତଳିଘରା କଟା ରୋଗ ବି କହିଥାନ୍ତି ।

ରୋଗର କାରକ

ଏହି କ୍ଷତିକାରୀ ରୋଗ ଅନେକ ଅଣୁଜୀବ ମୁଖ୍ୟତଃ କବକ ଦ୍ଵାରା ବ୍ୟାପିଥାଏ । ସେଥିମଧ୍ୟରୁ ଫାଇଟୋପ୍ଥୋରା, ପିଥିଅମ, ଅଲଟରନାରିଆ, ଫୋମା, ଫୋମୋପ୍ସିସ୍, ଫୁଲ୍ୟଜାରିଅମ୍ ଆଦି ପ୍ରମୁଖ କାରକ ଭାବେ ବିଶେଷ କ୍ଷତି କରିଥାଏ । ଏଗୁଡିକ ମଧ୍ୟରୁ ପ୍ରାୟତଃ ମୃତ୍ତିକାରୁ ଜାତ ବୀଜରୁ ଜାତ ଅଣୁଜୀବ ।

ରୋଗର ଲକ୍ଷଣ

ତଳି ଘରା କଟା ରୋଗ ସାଧାରଣତଃ ମଞ୍ଜିରୁ ଚାରା ବାହାରିବା ପୂର୍ବରୁ ଏବଂ ଚାରା ବାହାରିବା ପରେ ଦେଖାଯାଏ । ଚାରା ବାହାରିବା ପୂର୍ବରୁ ଏହି ରୋଗ ହେଲେ ମାଟି ତଳେ ଥିବା ମଞ୍ଜି ଶଢ଼ି ନଷ୍ଟ ହୋଇଯାଏ । ଚାରା ବାହାରିପାରେ ନାହିଁ । ଚାରା ବାହାରିବା ପରେ ଏହି ରୋଗ ସଂକ୍ରମିତ ହେଲେ ଗଛର ମାଟିକୁ ଲାଗିଥିବା ଅଂଶ ପଚିଯାଏ । କାଣ୍ଡରେ ଗୋଲାକାର ଦାଗ ସୃଷ୍ଟି ହୁଏ, କୋଷ ଗୁଡିକ ନରମ ହୋଇ ପଚିଯାଏ । ବାଇଗଣ ଗଛର କାଣ୍ଡଗୁଡିକ ପତଳା ହୋଇ ତା'ର ଆକାରର ହୋଇଯାଏ ଯାହାକୁ ଓୟାର୍ ଚେଷ୍ଟାମ୍ ବୋଲି କୁହାଯାଏ ।

ସମନ୍ୱିତ ପରିଚାଳନା

ମୁଖ୍ୟତଃ ୩-୪ ଟି ପ୍ରମୁଖ ଉପାୟ ଦ୍ଵାରା ଏହି ରୋଗର ପରିଚାଳନା ସମ୍ଭବପର । ପ୍ରଥମଟି ହେଲା। ସଏଲ୍ ସୋଲା ରାଇଜେସନ୍ ବା ସରଳରେ କହିଲେ ପ୍ରଥମେ ତଳିଘରା ମାଟିରେ ପାଣି ମଡାଇ ଦିଅନ୍ତୁ । ତଳି ଘରୋଟି ୩ ମିଟର ଲମ୍ବ ୧ମିଟର ପ୍ରସ୍ଥ ଓ ୧୦ ସେ.ମି ଉଚ୍ଚତା ବିଶିଷ୍ଟ ହେବା ଆବଶ୍ୟକ । ପାଣି ମଡାଇଦେବା ପୂର୍ବରୁ ହଳ କରିବା ଜରୁରୀ । ପାଣି ମଡାଇବାପରେ ୨୦୦ ଗଜର ସ୍ଵଚ୍ଛ ପଲିଥିନ୍ ସିଟ୍ ଘୋଡାଇ ଚାରିପାଖ ବାୟୁରୁଦ୍ଧ କରିଦିଅନ୍ତୁ । ୪-୫ ସପ୍ତାହ ଏଭଳି ରଖିବା ପରେ ପଲିଥିନ୍ ଟିକୁ କାଢ଼ି ତଳିଘରା ପ୍ରସ୍ତତ କରନ୍ତୁ । ଏହାଦ୍ଵାରା ମୃତ୍ତିକାର ଅନ୍ତଃତାପ ୫୦ ସେକ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଏ ଓ ମୃତ୍ତିକାରେ ଥିବା ରୋଗ ସୃଷ୍ଟିକାରୀ ବୀଜାଣୁ କବକ, ଜୀବାଣୁ ତାପମାତ୍ରା ବୃଦ୍ଧି ଯୋଗୁ ମରିଯାଆନ୍ତି । ଏହି ପଦ୍ଧତି ଯୋଗୁ ଆପାତତଃ ୭୦  ପ୍ରତିଶତ ରୋଗ ଭଲ ହେଉଥିବାର ଅନୁସନ୍ଧାନରୁ ଜଣାଯାଇଛି । ଅନ୍ୟ ଏକ ଦିଗ ହେଲା। ଖରାଟିଆ ଚାଷ । ଜମିକୁ ଭଲଭାବେ ହଳ କରିବା ଦ୍ଵାରା ମାଟି ତଳେ ଥିବା ରୋଗ ସୃଷ୍ଟିକାରୀ ଜୀବ ମାଟି ଉପରୁ ଆସିବା ଫଳରେ ସୂର୍ଯ୍ୟ ତାପରେ ମରିଯାଆନ୍ତି । ତଳି ଘରାରେ ରସାୟନ ମଧ୍ୟ ବ୍ୟବହାର କରାଯାଇପାରେ । ବଜାରରେ ମିଳୁଥିବା ଶତକଡା ୪୦ ପ୍ରତିଶତ ଫରମାଲିନ୍‌ରୁ ୧୫-୨୦ ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇବାକୁ ହେବ । ତାପରେ ପ୍ରସ୍ତୁତ ଦ୍ରବଣରୁ ୪.୫ ଲିଟର ପ୍ରତି ବର୍ଗମିଟର ତଳିଘରା ପ୍ରୟୋଗ କରିବାକୁ ପଡିବ । ଫରମାଲିନ୍ ଦ୍ରବଣ ବ୍ୟତୀତ ଏହାର ଗୁଣ୍ଡ ମଧ୍ୟ ପ୍ରୟୋଗ କରାଯାଇପାରେ । ଫରମାଲିନ୍ ଗୁଣ୍ଡ ଓ ଶଢ଼ା ଗୋବର ଖତ (୧୫:୮୫) ରେ ମିଶାଇ  ବର୍ଗମିଟର ପିଛା ୪.୫ କିଗ୍ରା ପ୍ରୟୋଗକଲେ ସୁଫଳ ମିଳେ । ଶତକଡା ୦.୨ ପ୍ରତିଶତ କୋପ୍ଟାନ୍ ଓ ଶତକଡା ୦.୩ ପ୍ରତିଶତ ଥିରାମକୁ ମଧ୍ୟ ମୃତ୍ତିକାରେ ପ୍ରୟୋଗ କରାଯାଇପାରେ । ଜୈବିକ ଉପାୟରେ ମଧ୍ୟ ପରିଚାଳନା ସମ୍ଭବ । ଉପକାରୀ କବକ ଟ୍ରାଇକୋଡରମାର ବଜାରରେ ମିଳୁଥିବା ଉତ୍ପାଦରୁ ୬ – ୧୦ ଗ୍ରାମ୍ ପ୍ରତି କି.ଗ୍ରା ମଞ୍ଜିରେ ପ୍ରୟୋଗ କରିବା ଉଚିତ୍ ( ମଞ୍ଜିର ବାହ୍ୟ ଆବରଣର ମୋଟେଇକୁ  ଦୃଷ୍ଟିରେ ରଖି) । ଏହି ଉତ୍ପାଦକୁ ମଧ୍ୟ ମୃତ୍ତିକାର ପ୍ରକାର ଭିତ୍ତିରେ ବର୍ଗମିଟର ପ୍ରତି ୧୦ – ୨୫ ଗ୍ରାମ୍ ପ୍ରୟୋଗ କଲେ ସୁଫଳ ମିଳେ । ଟ୍ରାଇକୋଡ୍ରମା ଉତ୍ପାଦ ବ୍ୟବହାର ବେଳେ କେତୋଟି କଥା ପ୍ରତି ଦୃଷ୍ଟିଦେବା ଜରୁରୀ । ମୃତ୍ତିକାରେ ପ୍ରଥମତଃ ପ୍ରଚୁର ଜୈବ ଉପାଦାନ ବା ଅରଗାନିକ୍ ମ୍ୟାଟନ ଥିବା ଉତ୍ପାଦଟି ପ୍ୟାକିଙ୍ଗର ୬ ମାସ ମଧ୍ୟରେ ହୋଇଥିବ । ଉତ୍ପାଦରେ ବର୍ଷା ବା ପ୍ରଖର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିନଥିବ । ଏହି ଉତ୍ପାଦ ବ୍ୟବହାର କଲେ ଅନ୍ୟ ବିଷାକ୍ତ ରସାୟନ ବ୍ୟବହାର  ନିଷେଧ । ତଥାପି ବୈଜ୍ଞାନିକ ଗବେଷଣା କୁହେ, କାପଟାନ, କପର ହାଇଡ୍ରୋକ୍ସାଇଡ୍, ପେନ୍ସିକ୍ୟୁନ୍ ଇତ୍ୟାଦି ରସାୟନକୁ ଟ୍ରାଇକୋଡରମା ସହିତ ବ୍ୟବହାର କରାଯାଇପାରେ । ଏସବୁ ଦିଗ ବ୍ୟତୀତ ଅନ୍ୟ ଏକ ଦିଗ ଲାଭପ୍ରଦ ଯାହା ହେଲା ମଞ୍ଜି ବିଶୋଧନ । ଶତକଡା ୦.୨ ପ୍ରତିଶତ ଭିଟାଭାକ୍ସ ପାଉଡର ପ୍ରତି କି.ଗ୍ରାମଞ୍ଜି ବା ବାଭିଷ୍ଟିନ୍ ସହ ମଞ୍ଜି ବିଶୋଧନ କଲେ ତଳିଘରା ରୋଗ ବା ତଳିଘରା କଟା ରୋଗରୁ ନିଶ୍ଚୟ ରକ୍ଷା ମିଳେ ।

ପରିଶେଷରେ ଚାଷୀ ଭାଇମାନଙ୍କୁ ଏତିକି  ନିବେଦନ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ କେବଳ ରାସାୟନିକ ଦିଗ ଭିତରେ ସୀମିତ ନରହି  ସମନ୍ଵିତ ଦିଗ ଆଡେ ଅଗ୍ରସର ହୁଅନ୍ତୁ ।

ଝାଉଁଳା ରୋଗ

ବାଇଗଣର ତଳିଘରା ଓ ଝାଉଁଳା ରୋଗସାଧାରଣତଃ ରୋଗ ଜୀବାଣୁ, ଫିମ୍ପି ଓ ସୂତ୍ରଜିବୀ ଯୋଗୁଁ ବାଇଗଣ ଗଛ ଝାଉଁଳି ଯାଇଥାଏ । ବୀଜାଣୁଜନିତ ଝାଉଁଳା ରୋଗ ହେଲେ ଓ ମାଟିରେ ଅତ୍ୟଧିକ ପରିମାଣ ଆର୍ଦ୍ରତା ଥିଲେ ଅଧିକାଂଶ ଗଛ ହଠାତ ଝାଉଁଳି ମରିଯାଏ । ମାଟି ପତନରେ ଥିବା କାଣ୍ଡ ଓ ଚେର ଉପରେ ଥିବା ଚୋପା ସାମାନ୍ୟ କଳା ପଡିଯାଏ  ଏବଂ ସେହି କାଣ୍ଡକୁ ଚିପିଲେ ସେଥିରୁ ମଇଳା ପାଣି ବାହାରି ଦୁର୍ଗନ୍ଦ  ହୁଏ ।  ଫିମ୍ପିଜନିତ ଝାଉଁଳା ରୋଗ ଧୀରେ ଧୀରେ ବ୍ୟାପେ ।

ତେଣୁ ଗୋଟିଏ ଜମିରେ ଏକ ସମୟରେ ସୁସ୍ଥ ଓ ରୋଗାକ୍ରାନ୍ତ ଗଛ ମିଶି ଅବା ଦେଖାଯାଏ । ମାଟି ପତନରେ ଥିବା କାଣ୍ଡକୁ ଦୁଇ ଫଳା କରି ଚିରି ଦେଲେ ତା' ଭିତରେ ଫିମ୍ପି ମାରିଲା ପରି ଦେଖାଯାଏ । ସୁତ୍ର ଜୀବଜନିତ ଝାଉଁଳା ରୋଗ ଜୋହାକୋଲା ଗଛ ଜୋରରେ ଛୋଟ ଛୋଟ ଗଣ୍ଠି ଦେଖିବାକୁ ମିଳେ ।

ପ୍ରତିକାର

ଚାରା ପକାଇବା ପୂର୍ବରୁ ମଞ୍ଜି କିଲୋଗ୍ରାମ୍ ପ୍ରତି ୩ ଗ୍ରାମ୍ ଥିରାମ କିମ୍ବା ୨ ଗ୍ରାମ୍ କାର୍ବୋଣ୍ଡାଜିମ୍ ମିଶାଇ ବିହନ ବିଶୋଧନ କରିବା ଉଚିତ । ଜମି ପ୍ରସ୍ତୁତି ସମୟରେ ହେକ୍ଟର ପ୍ରତି ୧୫. କ୍ଵିଣ୍ଟାଲ ନିମ୍ବା କିମ୍ବା କରଞ୍ଜ ପ୍ରୟୋଗ କଲେ ଝାଉଁଳା ରୋଗ କମିଥାଏ । ପାଣି ଲିଟର ପ୍ରତି ଏକ ଗ୍ରାମ୍ କାରବଣ୍ଡାଜିମ୍ ଓ ଏକ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ଔଷଧକୁ ମିଶାଇ ଉକ୍ତ ଦ୍ରବଣରେ ତଳିର ଚେରକୁ ୩୦ ମିନିଟ୍ ବୁଡାଇ ବିଶୋଧନ କରିବା ଦରକାର ।

ମଲା ଗଛକୁ ଉପାଡି କିଆରି ବାହାରେ ନଷ୍ଟ କରି ଦେବା ଉଚିତ । ଏବଂ ଉପଡା ଯାଇଥିବା ସ୍ଥାନରେ କବକ ଓ ଜୀବାଣୁନାଶକ ଔଷଧ ସ୍ପ୍ରେ କରିବା ଆବଶ୍ୟକ । ଝାଉଁଳା ରୋଗ ଦେଖାଦେଲେ ଏକ ଲିଟର ପାଣି ସହିତ ୧.୫ ଗ୍ରାମ୍ କାର୍ବେଣ୍ଡୋଜିମ୍ ଓ ଏକ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍‌କୁ ମିଶାଇ ଗଛ ମୂଳକୁ ସ୍ପ୍ରେ କରି ମାଟିକୁ ଭିଜାଇ ଦେବା ଉଚିତ ।

ସଂଗୃହିତ –

  1. ଭୁବନାନନ୍ଦ ଅଧିକାରୀ, କୀଟତତ୍ତ୍ଵ ବିଭାଗ, ଓ. ୟୁ.ଏ. ଟି. ଭୁବନେଶ୍ଵର,
  2. କୃଷି ବ୍ୟୁର
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top