ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ବାଇଗଣରେ ରୋଗପୋକ ନିୟନ୍ତ୍ରଣ
ସେଆର କରନ୍ତୁ

ବାଇଗଣରେ ରୋଗପୋକ ନିୟନ୍ତ୍ରଣ

ବାଇଗଣରେ ରୋଗପୋକ ନିୟନ୍ତ୍ରଣ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ବାଇଗଣ ଆମ ରାଜ୍ୟର ଏକ ମୁଖ୍ୟ ଫସଲ ।  ବାଇଗଣରେ ଅଧିକ ପୋକ ଲାଗୁଥିବାରୁ ସବୁଠୁ  ଅଧିକ କୀଟନାଶକ ବାଇଗଣରେ ପ୍ରୟୋଗ କରାଯାଇଥାଏ । ତେଣୁ ବାଇଗଣରେ ସମନ୍ୱିତ ରୋଗପେକ ପରିଚାଳନା ଏକାନ୍ତ ଆବଶ୍ୟକ ।

କାଣ୍ଡ ଓ ଫଳବିନ୍ଧା ପୋକ

ଏହି ପୋକ ଛୋଟ ଗଛରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଲାଗିଥାଏ । ପ୍ରଥମେ ଏହି ପୋକ ଗଛ ଛୋଟ ଥିବା ସମୟରେ ଆକ୍ରମଣ କଲେ ଗଛର ଅଗ୍ରଭାଗ ଝାଉଁଳିଯାଏ । ଏବଂ ଭଲ ଭାବରେ ଦେଖିଲେ ଗଣ୍ଠି ପାଖରେ ଏକ ଛୋଟ କଣା ଦେଖାଯାଏ । ଝାଉଁଳା ସ୍ଥାନରୁ ତଳପଟରୁ ଗଛକୁ ଚିରି ଦେଲେ ଏକ ଛୋଟ ପୋକ ଦେଖାଯାଏ । ଏହି ପୋକ ବାଇଗଣର ବହୁତ କ୍ଷତି କରେ । ଗଛ ବଡ ହେଲା ପରେ ଫଳକୁ ଆକ୍ରମଣ କରେ ଏବଂ ଫଳର ବଜର ଚାହିଦା କମିଯାଏ ।

ଏହାର ସମ୍ବନିତ ପରିଚାଳନା ପାଇଁ ପ୍ରଥମେ ଖରାଟିଆ ଚାଷ କରନ୍ତୁ ।

ଯାହା ଫଳରେ ଏହି ପୋକର ଅଣ୍ଡା, ପୁଷ୍ପୀପା ଏବଂ ଶୁକ ଖରରାରେ ମରିଯିବ । ଯଦି ଏହି ପୋକ କମ୍ ମାତ୍ରାରେ ଲାଗିଥୁଲେ ଗଛର ଝାଉଁଳିଯାଇଥବା ଅଂଶକୁ ଛିଣ୍ଡେଇ ମାଟିରେ ପୋତି ଦିଅନ୍ତୁ ।

ଗୋଟିଏ ଏକରରେ ୬-୮ଟି ସଙ୍ଗ ଆକର୍ଷକ ଯନ୍ତା ବସାଇଲେ ଅଣ୍ଡିରା ପୋକ ସବୁ ଧରାପଡିଯିବେ । ୫ ଶତକଡା ନିମ୍ବମଞ୍ଜି ବିଷ ପ୍ରୟୋଗ କରନ୍ତୁ । ସବୁବେଳେ ରାସାୟନିକ ବିଷ ବଦଳ କରି ପ୍ରୟୋଗ କରନ୍ତୁ ।

ଏହି ପୋକର ପରିଚାଳନା ପାଇଁ ଇମାମେ କ୍ଲିନ୍ ବେନକୋଏଟ୍୪ ଗ୍ରାମକୁ ୧୦ ଲିଟର ପାଣିରେ, କୁଇନାଲ ଫସ୍ ଦେଢମି.ଲି ପ୍ରତି ଲିଟର ପାଣିରେ, ଟ୍ରାଇଜେଫସ୍ ଅଜେଇ ମି.ଲି ପ୍ରତି ଲିଟର ପାଣିରେ, ସାଇନୋସେତ୍ ୩ ମି.ଲି ୧୫ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଜନ କରନ୍ତୁ ।

ଶୋଷକ ପୋକ

ଧଳାମାଛି

ଏହି ପୋକ ଗଛର ରସ ଶୋଷି ଖାଇ ଗଛ ଦୁର୍ବଳ ହୋଇଯାଏ । ଗଛର ଅମଳ ମଧ୍ୟ କମିଯାଏ । ପତ୍ର ଡିଆଁ ପୋକ

ଏହା ପୋକ ଦେଖିବାକୁ ସବୁଜ ରଙ୍ଗର ଏବଂ ପତ୍ରରୁ ପତ୍ର ଉଡି ଉଡି ରସ ଶୋଷି ଖାଇଯାଏ । ପତ୍ରର ତଳ ଖଗରେ ରହେ ଏବଂ ସମାନ୍ୟ ସ୍ପର୍ଶରେ ଏହା ଉଡିଯାଏ ।

ଜଉପୋକ

ଏହି ପୋକ ସାଧାରଣତଃ ପତ୍ରର ପଛ ପଟେ ମେଞ୍ଚାମେଞ୍ଚା ଥାଆନ୍ତି । ଏହା ଗଛର ରସ ଶୋଷି ଖାଇବା ସହ ପତ୍ର ହଳଦିଆ ପଢିଯାଏ । ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ ୨ ମି.ଲି.ମିଥାଇଲ ଡିମିଟେନ୍ ଏବଂ ୫ମିଲି ପ୍ରତି ୧୦ ଲିଟର ପାଣିରେ ଇମିଡାଜୋକ୍ଲୋପିତ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଅଷ୍ଟପଦୀ

ଅଷ୍ଟପଦୀ ପୋକ ପତ୍ରର ପଛପଟେ ଥାଆନ୍ତି ଏବଂ ଗଛର ରସ ଶୋଷି ଖାଆନ୍ତି । ଏଥିପାଇଁ ଗଛର ପତ୍ର ହଳଦିଆ ପଢିଯାଏ । ପତ୍ରର ପଛ ପଟେ ବୁଢିଆଣୀ ଜାଲ ଭଳି ହୋଇଯାଏ । ଏହାର ପରିଚାଳନା ପାଇଁ ସଲଫର। ସେଚିତ ଗୁଣ୍ଡ ଲିଟର ପ୍ରତି ୩ ଗ୍ରାମ୍ ମିଶାଇ ସିଞ୍ଚନ କରନ୍ତୁ ।

ସଂଗୃହିତ  - ସନତ କୁମାର ମେହେର, ବୈଜ୍ଞାନିକ ଉଦ୍ୟାନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ବରଗଡ,

2.57142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top