অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଭିନ୍ନ ଫସଲରେ ରୋଗପୋକ ନିୟନ୍ତ୍ରଣ

ବିଭିନ୍ନ ଫସଲରେ ରୋଗପୋକ ନିୟନ୍ତ୍ରଣ

ଖରାଟିଆ ଚିନାବାଦାମ

ଏହି ସମୟରେ ବୀଜାଣୁ ଜନିତ ଝାଉଁଳା ରୋଗ ଦେଖାଗଲେ ପ୍ରତି ୧୦ ଲିଟର ପାଣିରେ ଏକ ଗ୍ରାମ ହିସାବରେ ଷ୍ଟେପ୍ଟୋସାଇକ୍ଲିନ୍ ମିଶାଇ ମୂଳକୁ ଦେଖାଇ ସିଞ୍ଚନ କରନ୍ତୁ । ଅତି କମ୍‌ରେ ୭ଦିନ ବ୍ୟବଧାନରେ ୩ଥର ସିଞ୍ଚନ କରିବା ଆବଶ୍ୟକ । ମାଟିର ବତରକୁ ଚାହିଁ ଜଳସେଚନ କରନ୍ତୁ ।

ଫସଲରେ ଫୁଲ ଆସିବା ସମୟରେ କୋଡାଖୁସା କରନ୍ତୁ ନାହିଁ । ଚିନାବାଦାମ, ଫସଲରେ ପତ୍ରକଣା ଓ ପତ୍ର ଖୁଆ ପୋକ ଲାଗିବାର ଦେଖାଗଲେ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଏଣ୍ଡୋସଲଫାନ୍ କିମ୍ବା ଫୋସାଲୋନ୍ ମିଶାଇ ସିଞ୍ଚନ କରନ୍ତୁ ।

କଦଳୀ

କବକ ଜନିତ ଝାଉଁଳା ରୋଗର ଦମନ ପାଇଁ ଆକ୍ରାନ୍ତ ଗଛକୁ ଉପାଡି ପୋଡି ଦିଅନ୍ତୁ ଏବଂ ମୂଳରୁ ପ୍ରତି ଲିଟର ପାଣିରେ ୨ଗ୍ରାମ ହିସାବରେ କାର୍ବେଣ୍ଡାଜିମ୍ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ପ୍ରତି ଗଛ ମୂଳରେ ୫ ଗ୍ରାମ୍ କାର୍ବେଣ୍ଡାଜିମ୍ ପୁଡିଆ କରି ରଖିଦିଅନ୍ତୁ । ପତ୍ରମଦାଗ ରୋଗର ଦମନ ପାଇଁ ପ୍ରତି ଲିଟର ପାଣିରେ ୧ ମିଲି ହିସାବରେ ପ୍ରୋପିକୋନାଜୋଲ୍ ମିଶାଇ ସିଞ୍ଚନ କରନ୍ତୁ ।

କଦଳୀରେ ଜଉପୋକ ଦେଖାଗଲେ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଡାଇନୋଥୋଏଟ୍ ପତ୍ରକୋଣକୁ ଦେଖାଇ ସିଞ୍ଚନ କରନ୍ତୁ । ଶୁକ୍ରଜୀବ ଦ୍ଵାରା ଆକ୍ରାନ୍ତ କଦଳୀ ଗଛ ହେବା ସହିତ ପତ୍ର ସଂଖ୍ୟା ବି କମି ଯାଇଥାଏ । ଏହାର ଦମନ ପାଇଁ ପ୍ରତି ଗଛମୂଳରେ ୩୦ ଗ୍ରାମ କାର୍ବୋପ୍ଲରନ୍ କିମ୍ବା ୫୦୦ ଗ୍ରାମ୍ ନିମ୍ବ ପିଡିଆ ପ୍ରୟୋଗ କରନ୍ତୁ ।

ସୋରିଷରେ ରୋଗପୋକ ନିୟନ୍ତ୍ରଣ

ବର୍ତ୍ତମାନ ପାଗରେ ସୋରିଷରେ ପତ୍ର ଚିତା ଦାଗ ଦେଖାଯିବାର ଆଶଙ୍କା ରହିଛି । ଏଥିପାଇଁ ପ୍ରତି ଲିଟର ପାଣିରେ ଏକ ଗ୍ରାମ ହିସାବରେ କାର୍ବେଣ୍ଡାଜିମ୍ (୧୨ ପ୍ରତିଶତ) ସହ ମାଙ୍କୋଜେବ (୬୫ ପ୍ରତିଶତ) ମିଶ୍ରଣ ସିଞ୍ଚନ କରନ୍ତୁ । ପାଉଁଶିଆ ରୋଗର ଦମନ ପାଇଁ ଏକର ପ୍ରତି ୧ କି.ଗ୍ରା. ସଲଫର ସେଚିତ ଗୁଣ୍ଡକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ସବୁଜ, ଶୂଳ ଓ କରତିଆ ମାଛିର ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଏଣେଣ୍ଡାସଲଫାନ କିମ୍ବା ଫୋସଲୋନ୍ ମିଶାଇ ସିଞ୍ଚନ କରନ୍ତୁ । ବର୍ତ୍ତମାନ ପାଗରେ ପତ୍ରଛନ୍ଦା ପୋକ ଏବଂ ଜଉପୋକ ଉପକୂଳବର୍ତ୍ତୀ ଜିଲାରେ  ଲାଗିଥାଏ । ପତ୍ରଛନ୍ଦା ପୋକର ଦମନ ପାଇଁ ଏକର ପ୍ରତି ୪୦୦ ମିଲି ଏଣ୍ଡୋସଲଫାନ  ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଜଉ ପୋକର ଦମନ ପାଇଁ ଏକର ପ୍ରତି ୪୦୦ମିଲି ଡାଇନୋଥୋଏଟ୍ କିମ୍ବା ମିଥାଇଲ୍ ଅକ୍ତି ଡିମେଟନ୍ କିମ୍ବା ୫୦ ମିଲି ଇମିଡା କ୍ଲୋପ୍ରିଡ୍ ମିଶାଇ ସିଞ୍ଚନ କରନ୍ତୁ । ଗଛ ହଳଦିଆ ପଡି ପତ୍ରଝଡା ଦେଲେ ସଅଳ କିସମ ସୋରିଷ ସକାଳ ସମୟରେ ହିଁ ଅମଳ କରନ୍ତୁ ।

ଆଧାର – କୃଷି ବିଭାଗ

Last Modified : 9/4/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate