ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଭେଣ୍ଡି ଫସଲରେ ସମନ୍ୱିତ କୀଟ ପରିଚାଳନା
ସେଆର କରନ୍ତୁ

ଭେଣ୍ଡି ଫସଲରେ ସମନ୍ୱିତ କୀଟ ପରିଚାଳନା

ଭେଣ୍ଡି ଫସଲରେ ସମନ୍ୱିତ କୀଟ ପରିଚାଳନା ସମ୍ବନ୍ଧିତ ସୂଚନା ।

ମୌସୁମୀ ଆସିଯାଇଛି । ତେଣୁ ପରିବେଶର ଏକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହି ପରିବର୍ତ୍ତନର ପ୍ରଭାବ ମଧ୍ୟ ପଡୁଛି। ଜମି ଓ ଫସଲରେ । ବିଭିନ୍ନ ପନିପରିବା ଫସଲ ମଧ୍ୟରେ ଭେଣ୍ଡିର ଏକ ସ୍ଵତନ୍ତ୍ର ଚାହିଦା ରହିଛି କୁହାଯାଏ।

ଏହି ମୌସୁମୀ ସମୟରେ ଭେଣ୍ଡି ଫସଲରେ କେତୋଟି ପ୍ରମୁଖ ଅନିଷ୍ଟକାରୀ କୀଟ ଲାଗିବାର ଆଶଙ୍କା ଥାଏ ।  ତେଣୁ ଭେଣ୍ଡି ଫସଲର କିଛି ଅନିଷ୍ଟକାରୀ କୀଟ ଓ ଫସଲରେ ସମନ୍ୱିତ କୀଟ ପରିଚାଳନା ପଦ୍ଧତି ଉପରେ ଆଲୋକପାତ କରାଯାଉଛି ।

ଭେଣ୍ଡିର ପ୍ରମୁଖ ଅନିଷ୍ଟକାରୀ କୀଟ

ପତ୍ରଡିଆଁ ପୋକ

ଫସଲର ପ୍ରାଥମିକ ଅବସ୍ଥାରେ ଏହି କୀଟର ଆକ୍ରମଣ ବିଶେଷ କ୍ଷତି ପହଞ୍ଚାଇଥାଏ । କୀଟର ଉଭୟ ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥାରେ ଫସଲକୁ ଆକ୍ରମଣ କରିଥାଆନ୍ତି । ପତ୍ରର ତଳଭାଗରେ ଏମାନେ ରହି ଗଛର ରସ ଶୋଷି ଖାଇଥାଆନ୍ତି ଓ ତତସହିତ କିଛି ବିଷାକ୍ତ ଜିନିଷ ମଧ୍ୟ ଗଛରେ ଛାଡି ଦିଅନ୍ତି । ଆକ୍ରମିତ ପତ୍ରଗୁଡିକ ହଳଦିଆ ପଡିଯାଏ ଓ ଉପରକୁ ମୋଡି ହୋଇଯାଏ । ମାତ୍ରାଧିକ ଆକ୍ରମଣ ଫଳରେ ପତ୍ର ଯୋଡିଲା ପରି ହୋଇଯାଏ। ଏହାକୁ ହପରବରନ୍ ବୋଲି କୁହାଯାଏ ।

କାଣ୍ଡ ଓ ଫଳ ବିନ୍ଧା ପୋକ

ଆର୍ଦ୍ର ଜଳବାୟୁ ଓ ବର୍ଷାର ପରବର୍ଷ ପରିବେଶରେ ଏହି କ୍ଷତିକାରୀ କୀଟ ଆକ୍ରମଣର ଆଶଙ୍କା ବହୁଗୁଣିତ ହୁଏ । ଏହି କୀଟର ଶୁକ କାଣ୍ଡର ଅଗ୍ରଭାଗକୁ କଣା କରିଥାଏ ଓ ଗଛଟି ସଂପୂର୍ଣ୍ଣ ମରିଯାଏ । ପୁଣି ଗଛରେ ଫୁଲ ଓ ଫଳ ଧରିବା ପରେ ମଧ୍ୟ ଶୁକ, କଣାକରି ଅନ୍ତଃକୋଷକୁ ଖାଇ ନଷ୍ଟ କରିଥାଏ । ଯାହାଫଳରେ ଗଛର ବିଶେଷ କ୍ଷତି ହୁଏ । ଯେଉଁ କଣାକରି ଏହି କୀଟଟି କୋଷ ମଧ୍ୟକୁ ପ୍ରବେଶ କରେ ସେହି କଣାକୁ ନିଜର ବର୍ଜ୍ୟବସ୍ତୁ ଦ୍ଵାରା ପୂର୍ଣ୍ଣକରିଥାଏ । ଏଥିଯୋଗୁଫଳର ଆକାର ଛୋଟ ହୋଇଯାଏ ଓ ବଜାର ଚାହିଦା ମଧ୍ୟ କମିଯାଏ ।

ଧଳା ମାଛି

ମୌସୁମୀକାଳୀନ ପ୍ରମୁଖ ଅନିଷ୍ଟକାରୀ କୀଟ ଭାବେ ପରିଗଣିତ ଧଳାମାଛି ଏକ ଶୋଷକ ପ୍ରଜାତିର କୀଟ । ଏହି କୀଟର ସ୍ତ୍ରୀ କୀଟଟି ହଳଦିଆ ଲମ୍ବାଳିଆ ଅଣ୍ଡା ପତ୍ରର ତଳଭାଗରେ ଦେଇଥାଏ । ଅଣ୍ଡାରୁ ଜାତ ଅର୍ଭକଗୁଡିକ ପତ୍ର ପୃଷ୍ଠାକୁ ଲାଗି ରହିଥିବା ଲକ୍ଷ୍ୟ କରଯାଏ । ପୂର୍ଣ୍ଣାଙ୍ଗ କାଟଟିର ଶରୀର ହଳଦୀ ରଙ୍ଗର ଏବଂ ଏହାର ଶରୀର ସମ୍ପୂର୍ଣ୍ଣ ଭାବେ ଧଳା ଅଠାଳିଆ ଗୁଣ୍ଡ ଦ୍ଵାରା ଆବୃତ ହୋଇଥାଏ ।

ଏହି କାଟର ଉଭୟ ଅର୍ଭକ ଏବଂ ପୂର୍ଣ୍ଣାଙ୍ଗ ଅବସ୍ଥା ପତ୍ରର ତଳଭାଗରୁ ରସ ଶୋଷି ଖାଇବା ସହ ମଧୁକଣିକା ରେଚନ କରିଥାଏ । ଏହି ଶୋଷକ କୀଟର ଆକ୍ରମଣ ଫଳରେ ଗଛର ଉଚ୍ଚତା କମିଯାଏ ଓ କଳା ଫିମ୍ପିରେ ଆବୃତ ହେବା ଫଳରେ ଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ, ଗଛଟି ରୋଗାକ୍ରାନ୍ତ ପରି ଦେଖାଯାଏ ଓ ମରିଯାଏ । କେବଳ ଏତିକି ନୁହେଁ ଏହି ଅନିଷ୍ଟକାରୀ କୀଟଟି ମଧ୍ୟ ଭେଣ୍ଡି ଫସଲରେ ୟେଲେ ମୋତାକ୍ ଭାଇରସ୍କାର ବାହକ ରୂପେ କାର୍ଯ୍ୟ କରେ ଯାହା ଗଛରେ ୟେଲୋ ଭେନ୍  ମୋଜାଇଜ୍ ରୋଗର କାରଣ ହୋଇଥାଏ ।

ଜଉପୋକ

ଥଣ୍ଡା, ଆର୍ଦ୍ର ଜଳବାୟୁରେ ଏହି ଶୋଷକ ପ୍ରଜାତିର କୀଟଙ୍କ ଆକ୍ରମଣ ଜନିତ କ୍ଷତି ଅଧକ । ମାତ୍ର ଅତ୍ୟଧୁକ ଲଗାଣ ବର୍ଷା ଏହି ପୋକଙ୍କ ବଂଶ ବିନାଶ କରେ । ମୌସୁମୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଳ୍ପ ବର୍ଷା ଓ ଖରା ହୋଇ ଥଣ୍ଡା, ଆର୍ଦ୍ର ପରିବେଶ ସୃଷ୍ଟି ହୁଏ । ଯେଉଁଥିରେ ଏହି କୀଟ। କିଛି ଅଂଶରେ ଆକ୍ରମଣ କରିଥାଆନ୍ତି । ସବୁ ଶୋଷକ କୀଟ ଭଳି ଏଗୁଡିକ ମଧ ଉଭୟ ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥା ଗଛର ବିଭିନ୍ନ ସବୁଜ ଅଂଶରୁ ରସ ଶୋଷି ଖାଇଥାଏ । ଫଳରେ ଗଛଟି ଚୂର୍ଣ୍ଣ ହୋଇଯାଏ ଓ ମରିଯାଏ ।

ଏହି ପ୍ରମୁଖ ଅନିଷ୍ଟକାରୀ କୀଟ ବ୍ୟତୀତ ବିଭିନ୍ନ ରୋଗ ଯଥା ଯେଲେ ମୋତାଇଜ୍ ରୋଗ (ଉପର ବର୍ଣ୍ଣିତ), ପାଉଁଶିଆ ରୋଗ ମଧ୍ୟ ଦେଖାଯାଏ । ଅପରପକ୍ଷରେ ନାଲି ବୁଢିଆଣୀ ପୋକ ବା ଅଷ୍ଟପଦୀ ଏବଂ ମୂଳ ଗ୍ରନ୍ଥି ସୁତ୍ର କୃମି ଭେଣ୍ଡି ଫସଲରେ ବିଶେଷ କ୍ଷତି ପହଞ୍ଚାଉଥିବା ଦେଖିବାକୁ ମିଳେ ।

ସମନ୍ୱିତ ପରିଚାଳନା

ସମନ୍ୱିତ ପରିଚାଳନାର ପ୍ରମୁଖ ଦିଗ ସ୍ଵରୂପ ସର୍ବେକ୍ଷଣ ଜରୁରୀ, ସାପ୍ତାହିକ ଜମି ପରିଦର୍ଶନ ତଥା ଉପକାରୀ ଓ ଅନିଷ୍ଟକାରୀ କୀଟ ଚିହ୍ନଟର ଗୁରୁତ୍ଵ ପ୍ରତି ମଧ୍ୟ ଦୃଷ୍ଟିପାତ କରାଯିବା ଦରକାର । ଜମିରେ ଥିବା ଅଳିଆ ଆବର୍ଜନାକୁ ସଫା  କରିବା ସହିତ ଜମିରେ ଥିବା ଅନାବନା ଘାସ ତଥା ମୁଖ୍ୟ ଫସଲ ବ୍ୟତୀତ ହୋଇଥିବା ଅନ୍ୟାନ୍ୟ ଗଛକୁ ଉପାଡି ନଷ୍ଟ କରିଦେବା ଆବଶ୍ୟକ । ପରିଷ୍କାର ପରିଚ୍ଛନ୍ନ କୃଷି ପଦ୍ଧତି ଆପଣେଇବା ଦ୍ଵାରା କୀଟ ଆକ୍ରମଣକୁ ପତିହତ କରାଯାଇପାରେ । ଜମିକୁ ଖରଚିଆ ଚାଷ କରାଯିବା ସହିତ କୃଷି ବିଶେଷଜ୍ଞ, କୃଷି ବୈଜ୍ଞାନିକ ତଥା ସରକାରୀ କୃଷି ଅଧକାରୀଙ୍କୁ ପଚାରି ସହଣି କିସମ ଚାଷ କରାଯିବା ଦରକାର । ୮ରୁ ୧୦ ଟନ୍ ଶବ୍ଲା ଗୋବରଖତ ପ୍ରତି ଏକର, ଜିଆଖତ ୫ ଟନ୍ ପ୍ରତି ଏକର ଜମିରେ ଜୈବିକ ଖତସ୍ଵରୂପ ଟ୍ରାଇକୋଡର୍ମା ବା ସିଉଡୋମନାସ ୨ କି.ଗ୍ରା ପ୍ରତି ଏକର (ତଳିଘର ପିଛା) ବ୍ୟବହାର କରିବା ବିଧେୟ । ମୂଳ ଗ୍ରନ୍ଥି ସୁତ୍ରକୂମିର ପରିଚାଳନା ପାଇଁ ୧୦୦ କିଗ୍ରା ନିମ ପିଡିଆ ପ୍ରତି ଏକର ମାଟିରେ ମିଶାଯିବା ଜରୁରୀ । କାଣ୍ଡ, ଫଳବିନ୍ଧା ପୋକ ଯଥା ହେଲିକୋଭରପା ଓ ଇଂଚାରିସକୁ ପ୍ରତିହତ କରିବାପାଇଁ ୪-୫ଟି ସଂଗ ଆକର୍ଷକ ଥୋପ ପ୍ରତି ଏକରାରେ ଲଗାନ୍ତୁ । ଉକ୍ତ ଥୋପ ଗୁଡିକୁ ବାଉଁଶ ବାଡିରେ ବାନ୍ଧନ୍ତୁ ଓ ୨-୩ ସପ୍ତାହ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ । ହଳଦିଆ, ଅଠାଳିଆ ଆକର୍ଷକ ଯନ୍ତା (୧୦୨୦ ଟି ପ୍ରତି ଏକର) ବ୍ୟବହାର ଦ୍ଵାରା ଧଳା ମାଛି, ଜଉପୋକ, ତଥା ପତ୍ରଡିଆଁ ପୋକର ପ୍ରାଦୁର୍ଭାବକୁ କିଛି ମାତ୍ରାରେ କମାଇ ଦିଆଯାଇପାରେ । ଆକ୍ରମିତ ଗଛର ସଂକ୍ରମିତ ଅଂଶକୁ ନଷ୍ଟ କରିଦେବା ଦ୍ଵାରା ପୁନଃ ସଂକ୍ରମଣର ଆଶଙ୍କାକୁ ଏଡାଇ ଦିଆଯାଇପାରେ। କାଣ୍ଡ ଓ ଫଳ ବିନ୍ଧା ପୋକର ଦମନ ପାଇଁ ଏନ୍‌ଫିଭି ୨୫୦ ଶୁକ ସମତୁଲ ବା ବିଉଭେରିଆ ବାସିଆନା ୧ ପ୍ରତିଶତ ଗୁଣ୍ଡ ୧.୫ରୁ ୨ କିଗ୍ରା (୨୦୦ ଲିଟର ପ୍ରତି)ରେ ସିଞ୍ଚନ କଲେ ସୁଫଳ ମିଳେ । ଏତଦ୍‌ଭିନ୍ନ ନିମଜାତ ପଦାର୍ଥ ଆଜାଡିରାକ୍ଟିନ୍ ୦.୦୩ ପ୍ରତିଶତ (୧୦୦୦ ମିଲି) ୨୦୦ ଲିଟର ପାଣିରେ ବା ଆଜାଡିରାକ୍ଟିନ୍ ୫ ପ୍ରତିଶତ (୮୦ ମିଲି) ୧୬୦ ଲିଟର ପାଣିରେ ମିଶାଇ ଏକର ପିଛା ସିଞ୍ଚନକଲେ ସୁଫଳ ମିଳେ । ଏସବୁ ବ୍ୟତୀତ ଯଦି କୀଟଙ୍କ ସଂଖ୍ୟା ସେମାନଙ୍କ ଆର୍ଥିକ ଦେହଳୀ ସୀମା ଉଲଙ୍ଘନ କରେ। ତେବେ ନିମ୍ନୋକ୍ତ କେତୋଟି ପ୍ରମୁଖ କୀଟନାଶକକୁ ବ୍ୟବହାର କରିବାକୁ ହୁଏ । ପତ୍ରଡିଆଁ ପୋକର ଦମନ ପାଇଁ ଆଜାଡିରାକ୍‌ଟିନ୍ ବା ଡାଇମେଥୋଏଟ୍ ୩୦% ଇସି ୧୯୮୦ ମିଲି / ୫୦୦ ଲିଟର / ହେକ୍ଟର, ବା କୁଇନାଲଫସ ଓ ୨୫% ଇସି ୧୦୦୦ ମିଲି/୫୦୦ ଲିଟର, ଧଳା ମାଛିର ନିୟନ୍ତ୍ରଣ ଲାଗି ଫେନପ୍ରୋପାଥିନ୍ ୩୦ ଇସି ୨୫୦ ମିଲି / ୭୫୦ ଲିଟର, ଅନ୍ୟାନ୍ୟ ଶୋଷକ ପ୍ରଜାତିର କୀଟ ସକାଶେ ଇମିଡାକ୍ଲୋପ୍ରିଡ୍ ୧୭୮ ଏମ୍ଏଲ୍ ୧୦୦ ମିଲି ବା ଥାମେଥୋକ୍‌ଜାମ, ୨୫ ଡବ୍ଲୁଜି ୧୦୦ ଗ୍ରାମ ପ୍ରତି ହେକ୍ଟର ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଧଳା ମାଛିର ଦମନ ଲାଗି ଅକ୍ସିଡିମେଟନ୍ ମିଥାଇଲ୍ ୨୫ ଇସି ୧ ଲିଟର ହେକ୍ଟର ପିଛା ୧୦୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । କାଣ୍ଡ ଫଳବିନ୍ଧା ପୋକ ଦମନ ପାଇଁ ଇମାମେକ୍‌ଟିନ୍ ବେନ୍ଜୋଏଟ୍ ୫ ଡବ୍ଲୁଜି ୧୫୦ ଗ୍ରା ବା କ୍ଲୋରାଲଟ୍ରାନିଲିପ୍ରୋଲ ୧୮.୫ ଏମ୍‌ସି. ୧୨୫ ମିଲି କୁ ୫୦୦ ଲିଟର ପାଣିରେ ମିଶାଇ ହେକ୍ଟର ପିଛା ସିଞ୍ଚନ କଲେ ସୁଫଳ ମିଳେ ।

ସଂଗୃହିତ  - ଭୁବନାନନ୍ଦ ଅଧିକାରୀ,ଓ.ୟୁ.ଏ.ଟି. ଭୁବନେଶ୍ଵର

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top