ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଭେଣ୍ଡି ଲଗାଇବା ସମୟରେ ଯତ୍ନ
ସେଆର କରନ୍ତୁ

ଭେଣ୍ଡି ଲଗାଇବା ସମୟରେ ଯତ୍ନ

ବର୍ଷା ଦିନରେ ଏବଂ ଖରାରେ ଭେଣ୍ଡିଚାଷ ଅଧିକ ମାତ୍ରାରେ ହୋଇଥାଏ। ଭେଣ୍ଡି ଲଗାଇବା ସମୟରେ ଯତ୍ନ ।

ଭେଣ୍ଡି ଚାଷ ସମୟ

ଓଡିଶାର ପ୍ରାୟ ସବୁ ଅଞ୍ଚଳରେ ଭେଣ୍ଡି ଚାଷ ହୋଇଥାଏ । ବର୍ଷା ଦିନରେ ଏବଂ ଖରାରେ ଭେଣ୍ଡିଚାଷ ଅଧିକ ମାତ୍ରାରେ ହୋଇଥାଏ। ଥଣ୍ଡା ଦିନରେ ଏହି ଚାଷ ଭଲ ହୁଏ ନାହିଁ । ଖରାଟିଆ ପାଗ ଭେଣ୍ଡି ଚାଷ ପାଇଁ ଖୁବ୍ ଅନୁକୂଳ ଅଟେ । ଆମ ରାଜ୍ୟରେ ଜାନୁୟାରୀ ୨୦ ତାରିଖ, ଶୀତର ପ୍ରକୋପ କମିଯାଏ । ତେଣୁ ଜାନୁୟାରୀ ୨୦ ପରେ ଭେଣ୍ଡି ଲଗାଯାଇପାରିବ।

ଭେଣ୍ଡିର ଉନ୍ନତ କିସମ

ଏମ୍ୟୁ-୧, ଆର୍କ ଅନାମିକା, ଆର୍କ ଅଭୟ, ଉତ୍କଳ ଗୌରବ, ଭେଣ୍ଡି ହାଇବ୍ରିଡ଼ା ସି.ଓ.୪ ଇତ୍ୟାଦି ଉନ୍ନତ କିସମ । ଭେଣ୍ଡି  ସାଧାରଣତଃ ପ୍ରାୟ ସବୁ ମାଟିରେ ଭଲ ହୋଇଥାଏ, କିନ୍ତୁ ବାଲିଆ ଦୋରସା ଏବଂ ପଟୁ ଦୋରସା ସର୍ବୋତ୍ତମ । ଟାଣ ମାଟି ଓ କାଦୁଆ ମାଟିରେ ଏହା ଭଲ ହୁଏ ନାହିଁ । ଭେଣ୍ଡିକୁ ସାଧାରଣତଃ ଧାଡ଼ିରେ ଲଗାଯାଇଥାଏ । ଧାଡ଼ିକୁ ଧାଡ଼ି ୨ ଫୁଟ ଏବଂ ଗଛକୁ ଗଛ ୧ ଫୁଟ ରଖାଯାଏ । ଗୋଟିଏ ହେକ୍ଟର ପାଇଁ ପାଖାପାଖି ୧୨ ରୁ ୧୫ କିଗ୍ରାମଞ୍ଜି ଦରକାର ହୋଇଥାଏ ।

ଏକ ହେକ୍ଟର ଜମି ପାଇଁ ପାଖାପାଖି ୧୦ଟନ୍ ସଢ଼ା ଗୋବର ଖତ ଦେବା ଆବଶ୍ୟକ । ଏହାଛଡ଼ା ୧୦୦ କି.ଗ୍ରା ଯବକ୍ଷାରଜାନ ୫୦ ଫସଫରସ୍ ଓ ୫୦ କି.ଗ୍ରା ପୋଟାସ ସାର ଦେଲେ ଭଲ ଅମଳ ମିଳିଥାଏ । ଅନୁମୋଦିତ ସମସ୍ତ ଫସଫରସ୍ ଏବଂ ୫୦ ଭାଗ ପୋଟାସ ସାରକୁ ମଞ୍ଜି ଲଗାଇବା ସମୟରେ ପ୍ରୟୋଗ କରିବା ଉଚିତ । ଗଛ ୨୫ରୁ ୩୦ ଦିନ ଜୋହଳା ପରେ ୫୦ ଭାଗ ଯବକ୍ଷାରଜାନ ସାର ଏବଂ ୧୫ ଭାଗ ପୋଟାସ ସାର ଦେଇ ମାଟିକୁ ହୁଡ଼ା ଟେକିବା ଦରକାର । ଗଛ ୪୫ ରୁ ୫୦ ଦିନ ହେଲା ପରେ ବାକିଥିବା ୫୦ ଭାଗ ଯବକ୍ଷାରଜାନ ଏବଂ ୨୫ ଭାଗ ପୋଟାସ ସାର ଦେଇ ଆଉ ଥରେ ମାଟିରେ ହୁଡ଼ା ଟେକି ଦେବା ଆବଶ୍ୟକ ।

ରୋଗ ପୋକ ନିୟନ୍ତ୍ରଣ

ଭେଣ୍ଡି ଫସଲରେ ଧଳାମାଛି ଏକ ମୁଖ୍ୟ ପୋକ ଏବଂ ଏହା ସାହେବୀ ରୋଗର ବାହକ ମଧ୍ୟ । ତେଣୁ ସମନ୍ୱିତ ରୋଗ ପୋକ ପରିଚାଳନା କରି ଧଳାମାଛିକୁ ନିୟନ୍ତ୍ରଣ କରିବା ଉଚିତ । ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ହେକ୍ଟର ପ୍ରତି ୧୨୦ ରୁ ୧୫୦ କ୍ଲିଣ୍ଟାଲ ଅମଳ ମିଳିଥାଏ ଏବଂ ପ୍ରତି । ହେକ୍ଟରୁ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ ।

ଆଧାର - ବୈଜ୍ଞାନିକ ସନତ କୁମାର ମେହେର ଉଦ୍ୟାନ ବିଭାଗ, କୃଷିବିଜ୍ଞାନକେନ୍ଦ୍ର ବରଗଡ

3.2
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top