ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ମଟର ଫସଲର ପାଉଁଶିଆ ଓ କଳଙ୍କି ରୋଗ
ସେଆର କରନ୍ତୁ

ମଟର ଫସଲର ପାଉଁଶିଆ ଓ କଳଙ୍କି ରୋଗ

ମଟର ଫସଲର ପାଉଁଶିଆ ଓ କଳଙ୍କି ରୋଗ ଦମନ କିପରି କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଶୀତଦିନିଆ ଫସଲ ମଟର

ମଟର ଏକ ଶୀତଦିନିଆ ଫସଲ । ଏହା ସାଧାରଣତଃ ଥଣ୍ଡା ପାଗରେ ଏପରିକି କୁହୁଡି ସହ୍ୟ କରିପାରୁଥିବାରୁ ଏହାକୁ ଅପହଞ୍ଚ ପାହାଡିଆ ଅଞ୍ଚଳରେ ମଧ୍ୟ ସଫଳ ଭାବେ ଚାଷ କରାଯାଇଥାଏ । ମଟର ଫସଲରୁ ଭଲ ଅମଳ ଆଦାୟ ଓ ଲାଭ ମିଳୁଥିବାରୁ ବିଶେଷକରି ଢିପଜମିରେ ଧାନଚାଷ ପରେ ଜମି ଖାଲି ରହୁଥିବାରୁ ଚାଷୀ ଭାଇମାନେ ଶୀତଦିନିଆ ଫସଲ ହିସାବରେ ଏହି ଚାଷ କରିବାକୁ ଅଧିକ ପସନ୍ଦ କରିଥାନ୍ତି ।

କିନ୍ତୁ ମଟର ଫସଲରେ ଅନେକଗୁଡିଏ ରୋଗ ସଂକ୍ରମିତ ହୋଇ ଏହାର ଅମଳ ଯଥେଷ୍ଟ ହ୍ରାସ ପାଉଥିବାରୁ ଚାଷୀ ଭାଇମାନେ ଆଖିଦୃଶିଆ ଅମଳ ଓ ଲାଭ ପାଇପାରନ୍ତି ନାହିଁ । ଯଦିଓ ମଟର ଫସଲରେ ଅନେକଗୁଡିଏ ରୋଗ ସଂକ୍ରମିତ ହୋଇଥାଏ ତଥାପି ପ୍ରାରମ୍ଭିକ ଅବସ୍ଥାରେ ପାଉଁଶିଆ ଓ କଳଙ୍କି ରୋଗର ସମସ୍ୟା ଦେଖାଯାଇଥାଏ ଯାହାକି ଅମଳ ପ୍ରଭାବିତ ହେବା ସହିତ ଚାଷୀ ଭାଇଙ୍କୁ କ୍ଷତି ସହିବାକୁ ପଡିଥାଏ ।

ପାଉଁଶିଆ ଓ କଳଙ୍କି ରୋଗ

ଅତଏବ ଏହି ଦୁଇ ପ୍ରମୁଖ ରୋଗର ସମସ୍ୟାକୁ ଆଖିଆଗରେ ରଖା ରୋଗର ଲକ୍ଷଣ ଓ ନିରାକରଣ ପାଇଁ ଚାଷୀ ଭାଇଙ୍କ ଅବଗତ ନିମନ୍ତେ ନିମ୍ନରେ ପ୍ରଦତ୍ତ କରାଯାଉଛି –

  • ପାଉଁଶିଆ ରୋଗ ସାଧାରଣତଃ ମଧ୍ୟମ ଓ ବିଳମ୍ବ କିସମରେ ଅଧିକ ଅନୁଭୂତ ହୋଇଥାଏ କିନ୍ତୁ ସହଳ କିସମ ତଥା ସହଳ ବୁଣା ଯାଉଥିବା ଫସଲରେ ଏହି ରୋଗର ପ୍ରାଦୁର୍ଭାବ ସେତେଟା ପରିଲିଖିତ ହୋଇ ନଥାଏ I
  • ସାଧାରଣତଃ ତାପମାତ୍ରା ବଢିବା ତଥା ଥଣ୍ଡା ଓ ଆର୍ଦ୍ର ଜଳବାୟୁର ତାପମାତ୍ରାଠାରୁ ସାମାନ୍ୟ ଅଧିକ, ଶୁଷ୍କ ଜଳବାୟୁ ଓ ୨୨-୩୨ ଡିଗ୍ରୀ ପାରଦ ତାପମାତ୍ରା ମଧ୍ୟରେ ଏହି ରୋଗ ବ୍ୟାପିଥାଏ । ଏଣୁ ଜାନୁୟାରୀ ମାସରେ ଏହି ରୋଗ ଆରମ୍ଭ ହୋଇ କ୍ରମଶଃ ବ୍ୟାପିଥାଏ । ଏହି ରୋଗର ଲକ୍ଷଣ ସ୍ୱରୂପ ପ୍ରଥମେ ପତ୍ର, କାଣ୍ଡ ଓ ପରେ ଛୁଇଁରେ ମଧ୍ୟ ଧଳା ଗୁଣ୍ଡ ବା ଛିଟା ଦାଗ ଦେଖାଯାଇଥାଏ । ରୋଗର ମାତ୍ରା ଅଧିକ ହେଲେ ଧଳାଗୁଣ୍ଡର ଆବରଣ ପତ୍ର, କାଣ୍ଡରେ ହୋଇଯାଏ ଏବଂ ଗଛ ଶୁଖିବା ଆରମ୍ଭ ହୋଇ ମଟର ଦାନା ବିକୃତ ଓ ଛୋଟ ଆକାରର ହୋଇ ଏଥିରୁ ସ୍ଵାଦ କମିଯାଏ, ଯାହାକି ସିଧାସଳଖ ବଜାର ଚାହିଦା କମାଇଥାଏ ।
  • ଏହି ରୋଗର ନିରାକରଣ ପାଇଁ ସର୍ବପ୍ରଥମେ ଜମିହିଡ ସଫା ରଖିବା ସହିତ ଜମିରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କରିବା ଜରୁରୀ । ସଅଳ କିସମ ମଟର ଚାଷ କରିବା ସହିତ ରଚନା, ଆକ୍ରେଲ ଆଦି ସହନଶୀଳ କିସମ ଚାଷ କଲେ ରୋଗରୁ ନିସ୍ଥ ର ମିଳିଥାଏ । କିନ୍ତୁ ରୋଗର ମାତ୍ରା ଅଧିକ ହେଲେ ପ୍ରତି ୧୦ ଦିନ ଅନ୍ତରରେ ଅନ୍ତତଃ ଦୁଇଥର ସଲଫେଜ୍ ଲି. ପ୍ରତି ୩ ଗ୍ରାମ ହିସାବରେ ପ୍ରୟୋଗ କରିବାକୁ ପଡିଥାଏ ।
  • ସେହିପରି ମଟର ଫସଲରୁ ଗୁଣାତ୍ମକ ଅମଳ ପାଇଁ ଏହାର କଳଙ୍କି ରୋଗ ନିରାକରଣ ଜରୁରୀ । ଯଦିଓ ଆମ ରାଜ୍ୟରେ ମଟର ଫସଲରେ କଳଙ୍କି ରୋଗ ସେତେଟା ଅନୁଭୂତ ହୁଏନାହିଁ ତଥାପି ଏହି ରୋଗ ଡିସେମ୍ବର ଓ ଜାନୁୟାରୀରେ ଦେଖାଯାଇଥାଏ । ସାଧାରଣତଃ ଧୁସର ମାଟିଆ ଓ ଲାଲବର୍ଣ୍ଣ ମିଶ୍ରିତ ଗୋଲାକୃତି ଦାଗ ପତ୍ରର ତଳ ପାର୍ଶ୍ଵରେ ଦୃଶ୍ୟ ହୋଇଥାଏ। ପରବର୍ତ୍ତୀ ସମୟରେ ଶାଖା ପ୍ରଶାଖାକୁ ବ୍ୟାପିଥାଏ । ସାମାନ୍ୟତମ ଅଧିକ ତାପମାତ୍ରା ସହିତ ବାୟୁମଣ୍ଡଳରେ ଆର୍ଦ୍ଦତା ରହିଲେ । ଏହି ରୋଗ ବ୍ୟାପେ ।  ଅତଏବ ଏହି ରୋଗର ନିରାକରଣ ପାଇଁ ମଟର ଫସଲକୁ ସଅଳ ଲଗାଇବା ସହିତ ଇଣ୍ଡୋଫିଲ ଏମ୍-୪୫ ନାମକ କବକମାରୀ ପ୍ରତି ଲି. ପାଣିରେ ୨ ଗ୍ରାମ ପ୍ରତି ୭ ଦିନ ବ୍ୟବଧାନରେ ୨ ଥର ପ୍ରୟୋଗ କରିବା ଆବଶ୍ୟକ । ଏଥିସହିତ ହିଡ ଫସଲ ଚତୁଃପାର୍ଶ୍ଵକୁ ସଫାସୁତରା ରଖିବା ସହିତ ଜମି ପ୍ରସ୍ତୁତି ସମୟରେ ପୂର୍ବ ଫସଲର ବୁଦା, କାଣ୍ଡ ଓ ପରିତ୍ୟକ୍ତ ଫସଲ ଅବଶିଷ୍ଟାବିଂଶକୁ ନିରାପଦ ବ୍ୟବହାର କରାଯାଇପାରିଲେ । ଏହି ରୋଗର ମାତ୍ରା ଯଥେଷ୍ଟ ହାସ ପାଇଥାଏ ।

ଅତଏବ ଶୀତଦିନିଆ ଫସଲ ହିସାବରେ ମଟର ଏକ ଲାଭଦାୟକ ଫସଲ ହୋଇଥିବାରୁ ଏହି ପ୍ରମୁଖ ରୋଗ ଦ୍ଵୟକୁ ଠିକ୍ ସମୟରେ ଚିହ୍ନଟ କରି ଏହାର ନିରାକରଣ ଓ ଫସଲ ପରିଚାଳନା କରାଯାଇପାରିଲେ । ଏହି ଫସଲରୁ ଆଖିଦୃଶିଆ ଅମଳ ମିଳିବା ସହିତ ଚାଷୀ ଭାଇମାନେ ବେଶ୍ ଦୁଇ ପଇସା ଲାଭବାନ ହୋଇପାରିବେ ।

ଆଧାର - ଅଶୋକ ବରଣ ଦାସ, କୃଷି ସମ୍ପ୍ରସାରଣ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର,

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top