ହୋମ / କୃଷି / ମତ୍ସ୍ୟପାଳନ / କାର୍ପ ଜାତୀୟ ମାଛ ଯାଆଁଳ ପାଇଁ ପୋଖରୀ ପ୍ରସ୍ତୁତିକରଣ ଓ ପରିଚାଳନା
ସେଆର କରନ୍ତୁ

କାର୍ପ ଜାତୀୟ ମାଛ ଯାଆଁଳ ପାଇଁ ପୋଖରୀ ପ୍ରସ୍ତୁତିକରଣ ଓ ପରିଚାଳନା

କାର୍ପ ଜାତୀୟ ମାଛ ଯାଆଁଳ ପାଇଁ ପୋଖରୀ ପ୍ରସ୍ତୁତିକରଣ ଓ ପରିଚାଳନା ସମ୍ବନ୍ଧରେ ସୂଚନା ।

ମଧୁର ଜଳ ଗବେଷଣା କେନ୍ଦ୍ରଦ୍ଵାରା ଉଦ୍ଭାବିତ ମତ୍ସ୍ୟଚାଷ ପଦ୍ଧତି ଅବଲମ୍ବନ ଦ୍ଵାରା ପୋଖରୀରୁ ଅଧିକ ପରିମାଣରେ ମାଛ ଉତ୍ପାଦନ ସମ୍ଭବପର ହୋଇପାରିଛି । ପୋଖରୀର ବିଭିନ୍ନ ସ୍ତରରୁ ଖାଦ୍ୟ ଖାଇ ଶୀଘ୍ର ବଢ଼ିଥିବା କାର୍ପଜାତୀୟ ମାଛ (ଯଥା - ଭାକୁର, ରୋହି ଓ ମିରିକାଳି) ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଚାଷ କରିବା ଏହି ପଦ୍ଧତିର ବିଶେଷତ୍ଵ ।

ମାଛଚାଷ ପାଇଁ ପ୍ରଥମରୁ ଯଦି ସବୁ ଦିଗ ପ୍ରତି ଠିକ୍ ଭାବରେ ଦୃଷ୍ଟି ଦିଆ ନ ଯାଏ ତାହାହେଲେ ଉତ୍ପାଦନର ପ୍ରାୟ ୨୦ ଭାଗ ପୋଖରୀରେ ମରିଯାଆନ୍ତି । ସେଥିପାଇଁ ମାଛଚାଷ ପାଇଁ ନର୍ସରୀ ଓ ରିଅରିଂ ପୋଖରୀ ଗୁଡ଼ିକ ପ୍ରସ୍ତୁତି ଓ ପରିଚାଳନା ଉପରେ ପ୍ରଥମରୁ ବିଶେଷ ଧାନ ଦେବା ପ୍ରୟୋଜନ ।

କେତେକ ବିଶେଷ ଦରକାରୀ ପଦ୍ଧତି

  • ନର୍ସରୀ ପୋଖରୀର ଉପଯୁକ୍ତ ପରିଚାଳନା ପାଇଁ କି କି ପଦକ୍ଷେପ ନେବା ଉଚିତ୍ ?  ପୋଖରୀରୁ ପ୍ରଥମେ ଦଳ ସଫା କରି ଏହା ଭିତରେ ଥିବା ପୁରୁଣା ମାଛ ଗୁଡ଼ିକୁ । ଜାଲ ସାହାଯ୍ୟରେ ବାହାର କରି ଦିଆଯାଏ । ତାପରେ ପୋଖରୀର ଜଳ ନିଷ୍କାସନ କରି କିମ୍ବା ମହୁଲ ପିଡ଼ିଆ ହେକ୍ଟର ପ୍ରତି ୨୫୦୦ କିଲୋଗ୍ରାମ୍ ହିସାବରେ ପକାଇ ସବୁ ପ୍ରକାର ମାଛ ଗୁଡ଼ିକୁ ମାରି ଦିଆଯାଏ । ଏହି ମହୁଲ ପିଡ଼ିଆ ମାଛ ଗୁଡ଼ିକୁ ମାରିବା ବ୍ୟତୀତ ପରେ ପୋଖରୀର ଉର୍ବରତା ବଢ଼ାଇବାରେ ସାହାଯ୍ୟ କରେ । ପିଡ଼ିଆ ବ୍ୟବହାରର ୨୧ ଦିନ ପରେ ପୋଖରୀରେ ଯାଆଁଳ ଛାଡ଼ିବା ଉଚିତ୍ ।
  • ପୋଖରୀର ଜଳ ଯଦି ଅମ୍ଳଯୁକ୍ତ ହୋଇଥାଏ, ତେ ବେ ହେକ୍ଟର ପ୍ରତି ୨୦୦-୨୫୦ କି.ଗ୍ରା. ଚୂନ ପକାଇ ଜଳକୁ ବିଶୋଧିତ କରାଇବା ଉଚିତ । ଏହାଦ୍ଵାରା ପୋଖରୀର ଜଳ ପରିଷ୍କାର ରହେ ଓ ଯାଆଁଳ ଛାଡ଼ିବା ପାଇଁ ଉପଯୁକ୍ତ ହୁଏ ।
  • ମହୁଲ ପିଡ଼ିଆ ବ୍ୟବହାର ନ କରିଥିଲେ ପୋଖରୀର ଉର୍ବରତା ବଢ଼ାଇବା ପାଇଁ କଞ୍ଚା ଗୋବର ହେକ୍ଟର ପ୍ରତି ୧୦,୦୦୦ କି.ଗ୍ରା. ହିସାବରେ ଦିଆଯିବା ଉଚିତ୍ ।
  • ଗୁଣ୍ଡ ଯାଆଁଳ ଛାଡ଼ିବାର ପୂର୍ବଦିନ ଶସ୍ତା ସାବୁନ ଗରମ ପାଣିରେ ମିଶାଇ ଯେ କୌଣସି ଖାଇବା ତେଲ ସହିତ ହେକ୍ଟର ପିଛା ୫୪ କି.ଗ୍ରା. ସାବୁନ ଓ ୧୮ କି.ଗ୍ରା. ତେଲ ଗୋଳାଇ ନର୍ସରୀ ଜଳର ଉପରି ଭାଗରେ ପକାଇବା ଉଚିତ୍ । ପବନ କମିଥିବା ସମୟରେ ଏହି ମିଶ୍ରଣଟି ଏକ ପତଳା ଆବରଣ ଭଳି ଜଳର । ଉପରି ଭାଗକୁ ଆବୃତ କରି ରଖେ ଓ ଏହାଦ୍ଵାରା ପାଣିରେ ଥିବା ପୋକ ଗୁଡ଼ିକ  ମରିଯାଆନ୍ତି । ପୋକ ଗୁଡ଼ିକ ଛୋଟ ଯାଆଁଳ ମାନଙ୍କ ପକ୍ଷରେ କ୍ଷତିକାରକ ।
  • ସାଧାରଣତଃ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଯାଆଁଳ ନର୍ସରୀରେ ଛାଡ଼ିବା ଉଚିତ୍ । ହେକ୍ଟର ପ୍ରତି ୧୦ ନିୟୁତ ହିସାବରେ ଗୁଣ୍ଡ ଯାଆଁଳ ଛାଡ଼ିବା ଉଚିତ୍ । ପ୍ରତି ନର୍ସରୀରେ ଏକ ପ୍ରକାର ଯାଆଁଳ ଛାଡ଼ିବା ଦରକାର । ଏହାଦ୍ଵାରା ଶତକଡ଼ା ୩୦ ଭାଗରୁ ଅଧିକ ଯାଆଁଳ ଆମଦାନୀ ହୋଇପାରିବ । ୧୫ ଦିନ ଭିତରେ ଯାଆଁଳ ଗୁଡ଼ିକ ୨୫ ରୁ ୩୦ ମି.ମି. ପର୍ଯ୍ୟନ୍ତ ବଢ଼ିଥାନ୍ତି ।
  • ନର୍ସରୀମାନଙ୍କ ରେ ପ୍ରାକୃତିକ ଖାଦ୍ୟ ବଢ଼ାଇବା ପାଇଁ ସାର ପ୍ରୟୋଗ କରିବା ଦରକାର । ଏହା ବ୍ୟତୀତ ସରୁ କାଣ୍ଡିଆ କୁଣ୍ଡା ଓ ବାଦାମ ପିଡ଼ିଆ ଗୁଣ୍ଡକୁ ସମାନ ସମାନ ଭାଗ ମିଶାଇ ଯାଆଁଳ ଗୁଡ଼ିକୁ ଖାଇବାକୁ ଦିଆଯାଏ । ଯାଆଁଳ ଛାଡ଼ିବା ପରଠାରୁ ଖାଦ୍ୟ ଦେବା ଦରକାର । ଖାଦ୍ୟର ପରିମାଣ ଦିନକୁ (ପ୍ରଥମ  ୫ ଦିନ ପାଇଁ) ଯାଆଁଳ ମାନଙ୍କ ମୋଟ ଓଜନର ଚାରିଗୁଣ ହେବା ଦରକାର । ପାଞ୍ଚ ଦିନ ପରେ ଖାଦ୍ୟର ପରିମାଣ ଦୁଇଗୁଣ କରାଯାଇପାରେ । ଏହି ପରିମାଣ  ଖାଦ୍ୟକୁ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ସମୟରେ ଦୁଇଥରରେ ଦିଆଯିବା ଭଲ ।
  • ୧୫ ଦିନ ପରେ ଯାଆଁଳ ସବୁ ଜାଲ ପକାଇ ଧରିନେବା ଭଲ । ମେଘୁଆ ପାଗ। । କିମ୍ବା ଅତି ଖରାପ ପାଗରେ ଯାଆଁଳ ଧରିବା ଉଚିତ୍ ନୁହେଁ । ଯାଆଁଳ ଧରିବାର ଗୋଟିଏ ଦିନ ଆଗରୁ ଖାଦ୍ୟ ଦେବା ବନ୍ଦ କରିବା ଉଚିତ୍ ନଚେତ୍ ସେମାନଙ୍କ ଅନ୍ତନାଳୀ ଖାଦ୍ୟରେ ପୁରି ରହିଲେ, ଧରିବା ସମୟରେ ଓ ପରେ ସେମାନେ ମରିଯାଆନ୍ତି । ଦୁରକୁ ଯାଆଁଳ ପଠାଇବାର ଥିଲେ ସେଗୁଡ଼ିକୁ ୩/୪ ଘଣ୍ଟା ଯାଏ କନା ହାପା ଭିତରେ ରଖିବା ଭଲ । ଏହାଦ୍ଵାରା ପରିବହନ ନିମିତ୍ତ ଜରିମୁଣାରେ ଯାଆଁଳ ମଳତ୍ୟାଗ କରି ଜଳ ପରିବେଶକୁ ଦୂଷିତ କରିବାର କୌଣସି ଆଶଙ୍କା ନଥାଏ ।
  • ଗୋଟିଏ ନର୍ସରୀ ପୋଖରୀରେ ଗୋଟିଏ ଋତୁରେ ଦୁଇ ବା ଅଧିକ ଥର ଯାଆଁଳ ଚାଷ ସମ୍ଭବପର । କିନ୍ତୁ ପ୍ରତିଥର ଯାଆଁଳ ବାହାର କରି ପୁଣି ଯାଆଁଳ ଛାଡ଼ିବା ଭଲ ।

ସାଧାରଣତଃ ୩/୪ ଦିନର କାର୍ପ ଜାତୀୟ ଗୁଣ୍ଡ ଯାଆଁଳ ନର୍ସରୀ ପୋଖରୀରେ ଛଡ଼ା ଯାଇଥାଏ । ପ୍ରଭାବିତ ପ୍ରଜନନରୁ ଉତ୍ପନ୍ନ ହୋଇଥିବା ଯାଆଁଳ ଗୁଡ଼ିକ ଖାଣ୍ଟି ହୋଇଥିବାରୁ ମାଛଚାଷ ନିମନ୍ତେ ବିଶେଷ ଉପଯୋଗୀ । ଏଥିପାଇଁ ୦.୦୪ ହେକ୍ଟର (୦.୧ ଏକର) ଆୟତନ ପୋଖରୀ ଅଧିକ ସୁବିଧାଜନକ ।

  • ଅଭିପାଳନ (ରିଆରିଂ) ପୋଖରୀର ଉପଯୁକ୍ତ ପରିଚାଳନା ପାଇଁ ପଦକ୍ଷେପ
  • ନର୍ସରୀ ପୋଖରୀରେ ପାଳନ କରିଥିବା ମାଛ ଯାଆଁଳକୁ ପୁଣି ବଢ଼ାଇ ମାଛ ପାଇଁ ଉପଯୁକ୍ତ କରିବା ଅଧିକ ଦରକାରୀ ଅଟେ । ଦୁଇ ସପ୍ତାହର ମାଛ ଯାଆଁଳ ଗୁଡ଼ିକ ସହଜରେ ଶିକାରୀ ମାଛମାନଙ୍କର କବଳରେ ପଡ଼ିଥାନ୍ତି । ତେଣୁ ଏହି ଛୋଟ ଯାଆଁଳ ଗୁଡ଼ିକୁ ଅନ୍ୟୁନ ପକ୍ଷେ ୭୫ରୁ ୧୦୦ ମି.ମି. ପର୍ଯ୍ୟନ୍ତ ରିଆରିଂ ପୋଖରୀରେ ବଢ଼ାଇବା ଦରକାର । ରିଆରି ପୋଖରୀ ଗୁଡ଼ିକ ୦.୧ ହେକ୍ଟର ହେବା ଭଲ । ଏସବୁ ନର୍ସରୀ ପୋଖରୀ ପାଖରେ ହୋଇଥିଲେ ନର୍ସରୀ ପୋଖରୀରୁ ଯାଆଁଳ ରିଆରିଂ ପୋଖରୀରେ ଛାଡ଼ିବା ପକ୍ଷେ ବିଶେଷ ସୁବିଧା ଜନକ ।

ଛୋଟ କାର୍ପ ଯାଆଁଳ ବଢ଼ାଇବା ପ୍ରଣାଳୀ

  • ଯାଆଁଳ ଛାଡ଼ିବା ପୂର୍ବରୁ ପୋଖରୀରୁ ସବୁ ପ୍ରକାର ଦଳ ବାହାର କରିଦେବା ଭଲ ।
  • ନର୍ସରୀ ପୋଖରୀ ଭଳି ମହୁଲ ପିଡ଼ିଆ ପକାଇ ଯାଆଁଳ ଛାଡ଼ିବା ପୂର୍ବରୁ ସବୁ ପ୍ରକାର ମାଛ ମାରିଦେବା ଆବଶ୍ୟକ ।
  • ପୋଖରୀରେ ଉର୍ବରତା ବଢ଼ାଇବା ପାଇଁ ଜୈବିକ (ଗୋବର) ଓ ଅଜୈବିକ (ୟୁରିଆ, ସୁପର ଫସଫେଟ ପ୍ରଭୃତି) ସାର ବ୍ୟବହାର କରାଯାଏ । କଞ୍ଚା  ଗୋବର ହେକ୍ଟର ପ୍ରତି ୨୫୦୦ କି.ଗ୍ରା. ଓ ୟୁରିଆ ଯୁକ୍ତ ସୁପର ଫସଫେଟ  ୧୪୦ କି.ଗ୍ରା. + ୬୮ କି.ଗ୍ରା. ହିସାବରେ ତିନି କିମ୍ବା ଚାରି ଥରରେ କିଛି ଦିନ ଅନ୍ତରରେ ପୋଖରୀରେ ପକାଇବା ଦରକାର ।
  • ପ୍ରସ୍ତୁତ ହୋଇଥିବା ପୋଖରୀ କାର୍ପ ଜାତୀୟ ଯାଆଁଳ ଏକ ନିର୍ଦ୍ଦିଷ୍ଟ ଅନୁପାତରେ (ଭାକୁର-୩, ରୋହି-୪ ଓ ମିରିକାଳି-୩) ଛାଡ଼ି ଚାଷ କରାଯାଏ । ଏହି ଅନୁପାତ ପୋଖରୀର ଅବସ୍ଥା ଉପରେ ଲକ୍ଷ୍ୟ ରଖି ସାମାନ୍ୟ ବଦଳାଇ ଯାଇପାରେ ।
  • ବାଦାମ ପିଡ଼ିଆ ଗୁଣ୍ଡ ଓ କୁଣ୍ଡା ସମାନ ଅନୁପାତରେ । ମିଶାଇ ପ୍ରାକୃତିକ ଖାଦ୍ୟ ହିସାବରେ ଯାଆଁଳମାନଙ୍କୁ ଖାଇବାକୁ ଦିଆଯାଇପାରେ । ଏହି ଖାଦ୍ୟର ପରିମାଣ ଛାଡ଼ିବାର ଯାଆଁଳ ଓଜନର ଶତକଡ଼ା ୫ ଭାଗ ହେବା ଉଚିତ୍ । ଯାଆଁଳ ହେକ୍ଟର ପ୍ରତି ଏକ ଲକ୍ଷରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଛଡ଼ା ଯାଇପାରେ ।
  • ସାଧାରଣତଃ ରିଆରିଂ ପୋଖରୀରେ ଯାଆଁଳ ତିନି ମାସ ପର୍ଯ୍ୟନ୍ତ ବଢ଼ାଯାଇ ପାରେ । ଏହି ସମୟ ମଧ୍ୟରେ ଯାଆଁଳ ଗୁଡ଼ିକ ପ୍ରାୟ ୭୫ ରୁ ୧୦୦ ମି.ମି. ପର୍ଯ୍ୟନ୍ତ ବଢ଼ିଥାନ୍ତି । ଯନ୍ ସହକାରେ ଚାଷ କଲେ ଶତକଡ଼ା ୭୫ ଭାଗରୁ ଅଧିକ ବଡ଼ ଯାଆଁଳ ଆମଦାନୀ କରାଯାଇ ପାରେ ଓ ଏହାଦ୍ଵାରା ମାଛ ଚାଷୀମାନେ ଅଧିକ ଲାଭବାନ ହେବେ ।

ବର୍ଷାଋତୁରେ ମାଛ ପ୍ରଜନନ

ଜୁନ୍‌ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଭାକୁର, ରୋହି, ମିରିକାଳି ପ୍ରଭୃତି ମାଛମାନଙ୍କର ପ୍ରଜନନ ଋତୁ ଅଟେ । ଏହି ସମୟ ରେ ମାଛମାନଙ୍କର ରକ୍ଷଣାବେକ୍ଷଣ ଠିକ୍‌ଭାବରେ କରାଗଲେ ପ୍ରଜନନ ସମୟରେ ଏମାନେ ଆଶାନୁରୂପ ଅଣ୍ଡା ଦେଇଥାନ୍ତି ଏବଂ ଅଣ୍ଡାରୁ ଗୁଣ୍ଡ ଯାଆଁଳ ଉତ୍ପାଦନ ମଧ୍ୟ ଅଧିକ ହୋଇଥାଏ ।

ପ୍ରଜନନ ଋତୁରେ ମାଈ ମାଛ ଓ ଅଣ୍ଡିରା ମାଛ ବାଛିବା ଅତ୍ୟନ୍ତ ସହଜସାଧ୍ୟ ହୋଇଥାଏ । ମାଈ ମାଛଗୁଡ଼ିକର ପେଟଟି ଅସମ୍ଭବ ଭାବେ ଫୁଲି ରହିଥିବା ସହ ହାତକୁ ନରମ ଲାଗିଥାଏ । ଗାଲିସି ପାଖ ଡେଣାଟି ଛୋଟ, ହାତକୁ ମଣ ବା ଚିକ୍କଣ ଲାଗିଥାଏ । ଅନ୍ୟପକ୍ଷରେ ଅଣ୍ଡିରା ମାଛଟିର ପେଟଟି ଏତେଟା ଫୁଲି ନଥାଏ। ଏହାର ଗାଲିସି ପାଖ ଡେଣାଟିକୁ ଦେଖିଲେ ଏହା ଅପେକ୍ଷାକୃତ ବଡ଼, ଟାଣ ଏବଂ ହାତକୁ ଖଦଖଦଡ଼ିଆ ଲାଗିଥାଏ । ମଳଦ୍ଵାରଟି ଭିତରକୁ ଦବିଗଲା ଭଳି ରହିଥାଏ । ତେଣୁ ପ୍ରଜନନ ପୂର୍ବରୁ ମାଈ ଓ ଅଣ୍ଡିରା ମାଛଗୁଡ଼ିକୁ ଅଲଗା ଅଲଗା କରି ସେକ୍ରିଗେସନ୍ ପୋଖରୀରେ ରଖାଯାଇଥାଏ । ବେଳେବେଳେ ଅଧିକ ସଂଖ୍ୟାରେ ପ୍ରଜନନକ୍ଷମ ମାଛ ରହିଥିବା ପୋଖରୀରେ ଅତ୍ୟଧିକ ବା ଲଗାଣ ବର୍ଷା ହେଲେ ଏବଂ ଏ କ୍ଷେତ୍ରରେ ମାଈ ମାଛ ଓ ଅଣ୍ଡିରା ମାଛ ଏକାଠି ରହୁଥିଲେ, ମାଛଗୁଡ଼ିକ ସାମୁହିକ ପ୍ରଜନନ ବା ଅଟୋ ବ୍ରିଟିଂ ପୋଖରୀ ମଧ୍ୟରେ କରି ଦେଇଥାଆନ୍ତି । କୃତ୍ରିମ ଭାବେ କରାଯିବାକୁ ଥିବା ପ୍ରଭାବିତ ପ୍ରଜନନ କାର୍ଯ୍ୟକ୍ରମଟି ସଂପୂର୍ଣ୍ଣ ଭାବେ ଅସଫଳ ହୁଏ । ତେଣୁ ଏହି ମାଛଗୁଡ଼ିକୁ ଯଦି ଅଲଗା ଅଲଗା ସେକ୍ରିଗେସନ୍ ପୋଖରୀରେ ମାଈ ଓ ଅଣ୍ଡିରା ମାଛି  କରି ରଖାଯାଏ, ତା ହେଲେ ଏହି ଅଘଟଣଟିକୁ ନିଶ୍ଚିତ ଭାବେ ରୋକା ଯାଇପାରିବା । ସହ ପ୍ରଜନନ କାର୍ଯ୍ୟକ୍ରମ ସମୟରେ ଅଣ୍ଡିରା ମାଛ ମାଈ ମାଛ ପ୍ରତି ଅଧିକ ଆକୃଷ୍ଟ ହୋଇଥାଏ ।

ସେଗ୍ରିଗେସନ୍ ପୋଖରୀ ଗୁଡ଼ିକରେ ମାଛ ଅଲଗା ଅଲଗା କରି ରଖିବା ପୂର୍ବରୁ ପୋଖରୀରେ ୫ ଫୁଟ ପାଣି ଥିବାବେଳେ ୧୦୦ କି.ଗ୍ରା. ଚୂନକୁ ପ୍ରୟୋଗ କରାଯାଏ। ଚୂନ ପ୍ରୟୋଗ କରାଯିବାର ୭ ଦିନ ପରେ ୨୦ ଝୁଡ଼ି କଞ୍ଚା ଗୋବରରେ ୨୦ କି.ଗ୍ରା. ସୁପର ସାର ଏବଂ ୪ କି.ଗ୍ରା. ମଲ୍ଲିପ୍ଲେକ୍ସ ଅଣୁସାରକୁ ମିଶାଯାଇ ପୋଖରୀରେ ଖାତସାର ହିସାବରେ ପକାଯାଇଥାଏ । ଏହି ଖତସାର ପ୍ରୟୋଗ ଫଳରେ ପୋଖରୀରେ ଯଥେଷ୍ଟ ପରିମାଣର ମାଛର ପ୍ରାକୃତିକ ଖାଦ୍ୟ ବା ପ୍ଲାଟନ୍ ସୃଷ୍ଟି ହୋଇଥାଏ ଏବଂ ପୋଖରୀ ପାଣି ବାଦାମୀ ମିଶା ସବୁଜ ରଙ୍ଗ ଦିଶିଥାଏ । ଏହାପରେ ଏକର ପିଛା ୫ କ୍ଵିଣ୍ଟାଲ ମାଛଙ୍କୁ ପୋଖରୀରେ ରଖାଯାଇ ଦୈନିକ କୃତ୍ରିମ ଖାଦ୍ୟ ମଧ୍ୟ ଦେବାକୁ ପଡ଼ିଥାଏ । ସମଭାଗ କାଣ୍ଡିଆ କୁଣ୍ଡା ବା ତୈଳ ରହିତ କାଣ୍ଡିଆ କୁଣ୍ଡା ସହ ବାଦାମ ପିଡ଼ିଆ କିମ୍ବା ସୋରିଷ ପିଡ଼ିଆ ମିଶାଯାଇ ଦୈନିକ ମୋଟ ଶରୀର ଓଜନର ଏକ ପ୍ରତିଶତ ହାରରେ ଖାଇବାକୁ ଦିଆଯାଏ । ଏହି ଖାଦ୍ୟରେ କିଲୋଗ୍ରାମ୍ ପିଛା ୧୦ ଗ୍ରାମ୍ ଭିଟାମିନ୍ ମିନେରାଲ୍ ମିକ୍ସଚର, ଯାହାକି ବଜାରରେ ଆଗ୍ରିମିନ୍ ଫୋର୍ଟ, ମାଇନାଲ୍ ଫୋର୍ଟ, ସପ୍ଲିଭାଇଟ୍-ଏ, ଫିସ୍‌ମିନ୍ ବା କନସିମିନ୍ ଫୋର୍ଟ ପ୍ରଭୃତି ନାମରେ ଉପଲବ୍ଧ ତାକୁ ମିଶାକୁ ତା ସହିତ ୨ କି.ଗ୍ରା. ଖାଦ୍ୟ ପିଛା ଗୋଟିଏ ଇ-କଡ଼ କିମ୍ବା ସି-କଡ଼ କ୍ୟାପସୁଲକୁ ମିଶାଇ ଖାଇବାକୁ ଦେବାକୁ ପଡ଼େ । ଅନୁମୋଦିତ ହାର ଠାରୁ ଅଧିକ କୃତ୍ରିମ ଖାଦ୍ୟ ଖାଇବାକୁ ଦିଆଗଲେ, ମାଈ ମାଛଙ୍କର ପେଟରେ ଚର୍ବି ଜମିଯାଏ, ଏମାନେ ସଂପୂର୍ଣ୍ଣ ରୂପେ ଅଣ୍ଡା ପ୍ରଦାନ କରିପାରନ୍ତି ନାହିଁ ।

ଯେଉଁଦିନ ପ୍ରଜନନ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଏ, ସେଦିନ ମେଘୁଆ ପାଗ ସହ ଅଳ୍ପ ଅଳ୍ପ ବର୍ଷା ହେଉଥିଲେ ଭଲ । କାରଣ ପାଣିର ଉତ୍ତାପ ୨୭° ସେଣ୍ଟିଗ୍ରେଡ୍ ରହିଲେ ପ୍ରଜନନ କାର୍ଯ୍ୟକ୍ରମର ସଫଳତା ଅଧିକ ରହିଥାଏ । ଉପରବେଳା ନେଟିଂ ସମୟରେ ଜାଲର ମେସ୍ ବା କଣା ଆକାର ଗଣ୍ଠିକୁ ଗଣ୍ଡି ୧ ସେ.ମି. ରହିବା  ଉଚିତ୍ । ତା ପରେ କ୍ରିଡ଼ି ପାଇ ଚୟନ କରାଯାଉଥିବା ପୋଖରୀରେ ବ୍ରିଡିଂ ହାପା ବନ୍ଧାଯାଏ । ବ୍ରିଡିଂ ହାପାଗୁଡ଼ିକ ମଶାରୀ କନା ବା ମାର୍ଜିନ୍ କୁଥରେ ତିଆରି କରାଯାଇଥାଏ, ଯାହାକି ଏକ ନିବୁଜ କୋଠରୀ ସଦୃଶ । ପ୍ରଜନନକ୍ଷମ ମାଛଙ୍କର ଆକାର ବା ଓଜନକୁ ନେଇ ଏହି ବ୍ରିଡିଂ ହାପାର ଆକାର ମଧ୍ୟ ସ୍ଥିର କରାଯାଇଥାଏ। ମାଛ ଓଜନ ଯଦି ୫ କି.ଗ୍ରା.ରୁ ଊର୍ଦ୍ଧ୍ଵ ହୁଏ, ତାହେଲେ ବ୍ରିଡିଂ ହାପାର ଆକାର ୩.୫ମି. (ଲମ୍ବ), ୧.୫ ମି. (ପ୍ରସ୍ଥ), ୧ମି. (ଉଚ୍ଚତା) ବିଶିଷ୍ଟ, ୩ ରୁ ୫ କି.ଗ୍ରା. ଓଜନ ମଧ୍ୟରେ ରହିଲେ ୨.୫ ମି. (ଲମ୍ବ), ୧.୫ ମି. (ପ୍ରସ୍ଥ), ୧ ମି. (ଉଚ୍ଚତା) ବିଶିଷ୍ଟ, ୧ ରୁ ୩ କି.ଗ୍ରା. ଓଜନ ମଧ୍ୟରେ ରହିଲେ ୨.୫ମି. (ଲମ୍ବ), ୧.୨ ମି. (ପ୍ରସ୍ଥ), ୧ମି. ( ଉଚ୍ଚତା) ବିଶିଷ୍ଟ ଏବଂ ୧ କି.ଗ୍ରା. କମ୍ ଓଜନ ବିଶିଷ୍ଟ ହୋଇଥିଲେ ହାପାର ଆକାର ୧.୮ ମି. (ଲମ୍ବ), ୦.୯ ମି. (ପ୍ରସ୍ଥ), ୦.୯ମି. (ଉଚ୍ଚତା) ରହିବା ଆବଶ୍ୟକ । ପ୍ରଜନନ ନିମନ୍ତେ ବଛାଯାଇଥିବା ମାଈ ଭାକୁର ମାଛର ଓଜନ, ରୋହି ମାଛର ଓଜନ ଏବଂ ମିରିକାଳୀ ମାଛର ଓଜନ ଯଥାକ୍ରମେ ୩ ରୁ ୫ କି.ଗ୍ରା., ୧.୫ ରୁ ୩ କି.ଗ୍ରା. ଏବଂ ୧.୫ ରୁ ୨ କି.ଗ୍ରା. ମଧ୍ୟରେ ରହିବା ବିଧେୟ । ମାଛର ଆକାରକୁ ନେଇ ଗୋଟିଏ ମାଈ ମାଛ ପିଛା ୨ ଗୋଟି ଅଣ୍ଡିରା ମାଛ, ୨ ଗୋଟି ମାଈ ମାଛ ପିଛା । ୩ ଗୋଟି ଅଣ୍ଡିରା ମାଛ କିମ୍ବା ୩ ଗୋଟି ମାଈ ମାଛ ପିଛା ୫ ଗୋଟି ଅଣ୍ଡିରା ମାଛ ଗୋଟିଏ ହାପାରେ ଛଡ଼ାଯାଇପାରେ । କିନ୍ତୁ, ଭାକୁର ମାଛଙ୍କୁ ସବୁବେଳେ ଗୋଟିଏ ମାଈ ମାଛ ପିଛା ୨ ଗୋଟି ଅଣ୍ଡିରା ମାଛ ରସ୍ ଗୋଟିଏ ବ୍ରିଡିଂ ହାପାରେ ଛାଡ଼ିବା ଆବଶ୍ୟକ ।

ପ୍ରଜନନ ମାଛଙ୍କୁ ବାଛି ଅଲଗା ଅଲଗା ହାପାରେ ମାଈ ଓ ଅଣ୍ଡିରା କରି ରଖ ସାରିଲା ପରେ ପ୍ରଥମେ ମାଈ ମାଛଙ୍କୁ ହର୍ମୋନ୍ ଇଞ୍ଜେକ୍ସନ ଦିଆଯାଇଥାଏ । ଏହି ହର୍ମୋନ୍ ଇଞ୍ଜେକ୍ସନ ବଜାରରେ ଓଭାପ୍ରିମ୍‌, ଓଭାଟାଇଡ଼, ଗୋନୋପ୍ରୋ ଏଫ୍.ଏଚ୍. ବା ଓଭା-ଏଫ୍.ଏଚ୍. ନାମରେ ଉପଲବ୍ଧ ହୋଇଥାଏ । ଏକ କି.ଗ୍ରା. ଓଜନ ପିଛା ଗୋଟିଏ ଭାକୁର ମାଈ ମାଛକୁ ୦.୫ ମି.ଲି., ରୋହି ମାଈ ମାଛକୁ ୦.୩୫-୦.୪ ମି.ଲି. ଏବଂ ମିରିକାଳୀ ମାଈ ମାଛକୁ ୦.୩ ମି.ଲି. ହିସାବରେ ହରମୋନ୍ ଇଞ୍ଜକ୍ ସନ୍ ୨ ମି.ଲି. ଡି ସ୍ପୋଜେବଲ୍ ସିରିଞ୍ଜ ମାଧ୍ୟମରେ ଦିଆଯାଇଥାଏ । ସେହିଭଳି ଅଣ୍ଡିରା ଭାକୁର କି.ଗ୍ରା. ପିଛା ୦.୨୫ ମି.ଲି., ଅଣ୍ଡିରା ରୋହି ଏବଂ ଅଣ୍ଡିରା ମିରିକାଳୀ ଉଭୟଙ୍କୁ କି.ଗ୍ରା. ଓଜନ ପିଛା ୦.୧୫ ମି.ଲି. ହରମୋନ୍ ଇଞ୍ଜେକ୍ସନ ଦିଆଯାଏ । ଏହି ହରମୋନ ଇଞ୍ଜେକ୍ସନ ମାଛର ଗାଲିସି ପାଖ ଡେଣା ତଳେ ଦିଆଯାଏ । ଏହି ଇଞ୍ଜେକ୍ସନ ଛୁଞ୍ଚିର ତଳପାଖର ଅଧା ଅଂଶକୁ ପ୍ଲାଷ୍ଟିକ୍ ଇଲେକ୍‌ଟ୍ରିକ୍ ତାରର ପ୍ଲାଷ୍ଟିକ୍ ଦ୍ଵାରା ଆବୃତ କରି ରଖାଯାଏ । ଇଞ୍ଜେକ୍ସନ ଦେବା ସମୟରେ ମାଛ କୌଣସି କାରଣରୁ ଛଟପଟ ହେଲେ ଏହି ପ୍ଲାଷ୍ଟିକ୍ ଗାର୍ଡ଼ ଥିବା ଯୋଗୁଁ ଛୁଞ୍ଚଟି ଶରୀର ଭିତର ଅଂଶକୁ କ୍ଷତି ପହଞ୍ଚାଇ ନଥାଏ । ହୃତପିଣ୍ଡଟି ସୁରକ୍ଷିତ ରୁହେ ।

ଏହି ବ୍ରିଡିଂ ହାପାଗୁଡ଼ିକୁ ପାଣି ଭିତରେ ପ୍ରାୟ ୮୦ ସେ.ମି. ପର୍ଯ୍ୟନ୍ତ ବୁଡ଼ି ରହିଥିବା ବେଳେ ବାଉଁଶ ଖୁଣ୍ଟି ସାହାଯ୍ୟରେ ଏଗୁଡ଼ିକୁ ବନ୍ଧାଯାଇଥାଏ ଏବଂ ହାପାର । ଉପର ୨୦ ସେ.ମି. ପାଣି ଉପରକୁ ରହିବା ଆବଶ୍ୟକ ଅଟେ । ଇଞ୍ଜେକ୍ସନ ଦିଆଯାଇଥିବା ମାଛଗୁଡ଼ିକୁ ଯଥା – ମାଈ ଓ ଅଣ୍ଡିରା ମାଛଙ୍କୁ ଅନୁମୋଦିତ ସଂଖ୍ୟାରେ । ହାପାର ଉପର ପଟେ ଥିବା ବାଟରେ ଭର୍ତ୍ତି କରି ଛାଡ଼ି ତା ପରେ ତାକୁ ଭଲ ଭାବେ ବାନ୍ଧି ବନ୍ଦ କରିଦେବା ଉଚିତ୍ । ପ୍ରତି ହାପାର ଘନମିଟର ପିଛା ୩.୫-୪ କି.ଗ୍ରା. ବୁଡ଼ର ମାଛ ରହିବା ଆବଶ୍ୟକ ଅଟେ । ଏହି ଇଞ୍ଜେକ୍ସନ ଦିଆ କାର୍ଯ୍ୟକ୍ରମକୁ ସନ୍ଧ୍ୟା ୫ଟା ରୁ ୬ଟା ମଧ୍ୟରେ ସାରିଦେବା ଉଚିତ୍ ।

ବଡ଼ି ସକାଳେ ମାଛଗୁଡ଼ିକୁ ହାପା ମଧ୍ୟରୁ ଅଣ୍ଡାଗୁଡ଼ିକରୁ ସାବଧାନତାର ସହ ବାହାର କରି ମାଛଙ୍କୁ ପଟାସ୍ ପାଣିରେ ଉପଚାର ଦେଇ ଅନ୍ୟ ଏକ ପୋଖରୀରେ ରଖବା ଆବଶ୍ୟକ ଅଟେ । ତାପରେ ଅଣ୍ଡାଗୁଡ଼ିକୁ ଏକ ଲିଟର ବିଶିଷ୍ଟ ମରେ ମାପ କରି ଡିମ୍ବ ଘୁଟନ ଟାଙ୍କି ବା ହ୍ୟାତଂ ପୁରେ ଏକ ଘନ ମିଟର ପିଛା ୭ ଲକ୍ଷ ବା ୨୮ ଲିଟର ଅଣ୍ଡା ହିସାବରେ ଛାଡ଼ିବା ଉଚିତ୍ । ଗୋଟିଏ ୩.୨ ମିଟର ବ୍ୟାସ ବିଶିଷ୍ଟ କ୍ୟାଚି ପୁଲ୍‌ରେ ୨୦୦ ରୁ ୩୦୦ ଲିଟର ପର୍ଯ୍ୟନ୍ତ ଅଣ୍ଡାକୁ ଘୂର୍ଣ୍ଣାୟମାନ ଅବସ୍ଥାରେ ଥିବା  ପାଣିରେ ଛଡ଼ାଯାଇଥାଏ । ଅଣ୍ଡା ଛଡ଼ାଯାଇଥିବା ଦିନ ଉପରବେଳା ୪ଟାରୁ ୫ଟା । ବେଳକୁ ପ୍ରାୟ ଅଣ୍ଡାରୁ ଛୁଆଗୁଡ଼ିକ ଫୁଟି ବାହାରିଥାନ୍ତି । ଅଣ୍ଡାରୁ ଛୁଆ ଫୁଟି ସାରିବାର ୭୨ ଘଣ୍ଟା ପର୍ଯ୍ୟନ୍ତ ଗୁଣ୍ଡ ଯାଆଁଳଗୁଡ଼ିକୁ ସେହିଭଳି ପ୍ରବାହମାନ ପାଣିରେ ଘୂର୍ଣ୍ଣାୟମାନ ଅବସ୍ଥାରେ ରଖାଯାଏ । ଏହାପରେ ଏହାକୁ ୧୦୦ ମାଇକ୍ରନ୍ ନରମ କନା ବା ମୁସ୍ଲିନ୍ । କୃଥ ଦ୍ଵାରା ଛାଣି ହାରଭେଷ୍ଟି କରାଯାଏ । ଏହାକୁ ଅମ୍ଳଜାନ ଭଉଁ ଜରିମୁଣାରେ । ୨୫୦୦୦ ସଂଖ୍ୟାରେ ରଖାଯାଇ ୬ ରୁ ୮ ଘଣ୍ଟାର ରାସ୍ତା ପାଇଁ ପରିବହନ କରାଯାଇପାରେ । ଏହି ଗୁଣ୍ଡ ଯାଆଁଳକୁ ଏକର ପିଛା ନର୍ସରୀ ପୋଖରୀରେ । ୩୦-୪୦ ଲକ୍ଷ ପର୍ଯ୍ୟନ୍ତ ଛଡ଼ାଯାଇ ଇଞ୍ଚିକିଆ ଯାଆଁଳ ଉତ୍ପାଦନ କରାଯାଇଥାଏ ।

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ :

  • ଶ୍ରୀଧର ଯେନା, ପି.କେ, ଅରବିନ୍ଦ କ୍ଷଣ, ଏସ୍.ଡି, ଗୁପ୍ତା, ପି.ଭି.ଜି.କେ, ରେଡ଼ି,ଏସ୍.ସି. ରଥ କେନ୍ଦ୍ରୀୟ ମଧୁର ଜଳଜ ଗବେଷଣା ପ୍ରତିଷ୍ଠାନ, କୌଶଲ୍ୟାଗଙ୍ଗ, ଭୁବନେଶ୍ଵର

ସଂଶୋଧିତ ବିଷୟବସ୍ତୁ

  • ଅମ୍ବିକା ପ୍ରସାଦ ନାୟକ ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ
2.86956521739
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top