ହୋମ / କୃଷି / ମତ୍ସ୍ୟପାଳନ / ଗୋପାଳନ ଆନ୍ଦୋଳନର ଅନ୍ୟତମ ବିନ୍ଧାଣି ଡାକ୍ତର ରଣଜିତ ଦାଶ
ସେଆର କରନ୍ତୁ

ଗୋପାଳନ ଆନ୍ଦୋଳନର ଅନ୍ୟତମ ବିନ୍ଧାଣି ଡାକ୍ତର ରଣଜିତ ଦାଶ

ଗୋପାଳନ ଆନ୍ଦୋଳନର ସୂଚନା

ଉପକ୍ରମ

ସରକାରୀ ଚାକିରି ନକରି ଓଡିଶାରେ ରୁଗଣ ଅବସ୍ଥାରେ ଥିବା ଗୋପାଳନ ବ୍ୟବସ୍ଥାକୁ ଉଦଜୀବିତ ରଖିବା ସହ ଯୁବସମାଜ ଏଥିରେ ସ୍ବାବଲମ୍ବୀ ହେବା ପାଇଁ ଦୀର୍ଘ ୩୦ ବର୍ଷ ଧରି ଗବେଷଣା କରିଥିବା ପ୍ରାଣୀଧନ ଚିକିତ୍ସକ ଡାକ୍ତର ରଣଜିତ ଦାଶ । ପ୍ରଥମେ ବ୍ରଏଲର କୁକୁଡା ଫାର୍ମ ସ୍ଥାପନ କରି ଗ୍ରାମାଞ୍ଚଳ ଯୁବକ ମାନଙ୍କୁ ସେ ପ୍ରଶିକ୍ଷଣ ଦେଇଥିଲେ । ବଡଚଣା ବ୍ଲକ ଅନ୍ତର୍ଗତ ଏହି ପଞ୍ଚାୟତର କଡାଇଶାସନ ଗ୍ରାମର ଏକ ସମ୍ବ୍ରାନ୍ତ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ବିନୋବାଜିଙ୍କ ଭୁଦାନ ଆନ୍ଦୋଳନରେ ସମସ୍ତ ଜମି ହରାଇଲା ପରେ ଦାରିଦ୍ର୍ୟ ସହ ସଙ୍ଗ୍ରାମ କରି ଓଡିଶା କୃଷି ବ୍ୟଷୟିକ ପାଠ ଖର୍ଚ୍ଚ ତୁଲାଇବାକୁ ବିଶ୍ବବିଦ୍ୟାଳୟର କୁକୁଡା ଫାର୍ମରେ ସାମୟିକ ମଜୁରିଆ ଭାବେ କାର୍ଯ୍ୟ କରି ପ୍ରାଣୀ ଚିକିତ୍ସକ ଭାବେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଡାକ୍ତର ରଣଜିତ ଦାଶ ଙ୍କ କାହାଣୀ

ବେସରକାରୀ ଭାବେ ପ୍ରାଣୀ ଚିକିତ୍ସା ଆରମ୍ଭ କରି ତୁଲସୀ ଦୁଇ ପତ୍ରରୁ ବାସିଲା ପରି ଭଲ ଭଲ ଚିକିତ୍ସା କରିବାରୁ ଗୋପାଳନ ଚାଷୀଙ୍କ ମଧ୍ୟରେ ତାଙ୍କର ଆଦର ବଢିଥିଲା । ସରକାର ଗୋପାଳନ କ୍ଷେତ୍ରରେ ସ୍ବାବଲମ୍ବୀ ହେବାପାଇଁ ବିଭିନ୍ନ ସମୟରେ ଶଙ୍କର, ଜର୍ସି , ହଲଷ୍ଟନ ଜାତୀୟ ଗୋପାଳନ ପାଇଁ ଲୋକଙ୍କୁ ରୁଣ ଦିଆଯାଉଥିଲା । ଅନେକ ଲୋକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ବ୍ୟାଙ୍କ ଗୁଡିକରୁ ନେଇଥିବା ରୁଣ ପରିଶୋଧ କରିପାରିନଥିଲେ । ଏହାର କାରଣ ଅନେକ ଥିଲା ବେଳେ ଅନୁପଯୁକ୍ତ ଜାତିର ଗୋପାଳନ ହିଁ ବିଫଳତାର ମୁଖ୍ୟ କାରଣ ବୋଲି ଡାକ୍ତର ଦାଶ ଜାଣିବାକୁ ପାଇଥିଲେ । କେନ୍ଦ୍ରାପଡା , ଜଗସିଂହପୁର , କଟକ , ଢେଙ୍କାନାଳ ଓ ଯାଜପୁର ଆଦି ବିଭିନ୍ନ ଜିଲାରେ ବୁଲି ବୁଲି ଚିକିତ୍ସା କରିବା ସମୟରେ ଗୋପାଳନ ପାଇଁ ଉପଯୁକ୍ତ ପରିବେଶ ଏବଂ ଉନତ ଗୋ – ପ୍ରଜାତିର ଆବଶ୍ୟକତା ରହିଛି ବୋଲି ଜାଣିବାକୁ ପାଇଥିଲେ ସେହିପରି ଯୁବକ ମାନଙ୍କୁ ଗୋଚିକିତ୍ସା କ୍ଷେତ୍ରରେ ପ୍ରଶିକ୍ଷଣ ଦେଇ ଉନ୍ନତ ଗୋପାଳନର ଚିକିତ୍ସା ପାଇଁ ନିଜ ବାଡିରେ କାଫି ନାମରେ ଏକ ଫାର୍ମ ଖୋଲି ଗବେଷଣା ଆରମ୍ଭ କରିଥିଲେ । ଜାତୀୟ ଡାଏରୀ ଉନ୍ନୟନ ସଂସ୍ଥା ରୁ “ଗିର” ଜାତୀୟ ଗାଇର ସିମେନ ଆଣି ଓଡିଶାରେ ପ୍ରଥମେ ବେସରକାରୀ ଭାବେ ନିଜର ଗବେଷଣା ଆରମ୍ଭ କରିଥିଲେ ତେବେ ଓଡିଶାର ତାପମାତ୍ରା ଅନୁଯାୟୀ ଗୁଜୁରାଟର ତାପମାତ୍ରା ଓ ଆର୍ଦ୍ରତା ପାଖାପାଖି ରହୁଥିବାରୁ କେତେକ ଗୋପାଳନ ଚାଷୀ “ଗିର” ସିମେନ ବ୍ୟବହାର କରି ଲାଭବାନ ହୋଇପାରିଥିଲେ । ବର୍ତ୍ତମାନ ସୁଦ୍ଧା ୧୦,୦୦୦ ଟି ଜାତୀୟ ସିମେନ ଘରୋଇ ଭାବେ ବିଭିନ୍ନ ଚାଷୀଙ୍କୁ ଦିଆଯାଇ ପ୍ରାୟ ତିନି ହଜାର ଏହି ଜାତୀୟ ଗାଈ ସୃଷ୍ଟି କରି ଓଡିଶା ଗୋପାଳନକୁ ସମୃଦ୍ଧ କରିପାରିଛନ୍ତି । ସରକାରଙ୍କର ପ୍ରୋତ୍ସୋହନ ମିଳିଲେ ଏହାକୁ ଆହୁରି ଆଗେଇ ନେଇ ପାରିବେ ବୋଲି ଡାକ୍ତର ଦାଶ କହିଛନ୍ତି ।

ଆଧାର :ତପନ କୁମାର ଦାସ , ବଡଚଣା

2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top