ହୋମ / କୃଷି / ଶସ୍ୟ ଉତ୍ପାଦନ / “ଶ୍ରୀ” ପ୍ରଣାଳୀରେ ଧାନଚାଷ
ସେଆର କରନ୍ତୁ

“ଶ୍ରୀ” ପ୍ରଣାଳୀରେ ଧାନଚାଷ

“ଶ୍ରୀ” ପ୍ରଣାଳୀରେ ଧାନଚାଷର ସୂଚନା ।

“ଶ୍ରୀ" ବା SRI ଏକ ଇଂରାଜୀ ସଂକ୍ଷିପ୍ତ ଶବ୍ଦ ଯାହାର ସମ୍ପର୍ଣ୍ଣ ଶବ୍ଦୀବଳୀ ହେଲା – System of Rice Intensification, ଅର୍ଥାତ୍ ସଘନ ଧାନ ଚାଷ ପଦ୍ଧତି । ଫସଲ ମାଟି ଓ ଜଳର ଓଜନର ଏକ ଫଳପ୍ରଦ ସମନ୍ଵୟରେ ଅଧିକ କୃଷି ସାମଗ୍ରୀ ଆବଶ୍ୟକ କରୁଥିବା ବ୍ୟୟବହୁଳ ପାରମ୍ପରିକ ଧାନ ଚାଷର ଏହା ଏକ ବିକଳ୍ପ ଚାଷ ପଦ୍ଧତି । 'ଶ୍ରୀ" ହେଉଛି ସାମଗ୍ରିକ କୃଷି ପରିବେଶଗତ ଫସଲ ପରିଚାଳନାର ଏକ ବୈଷୟିକ କୌଶଳ ।

ଏହି ପ୍ରଣାଳୀଟି ୧୯୮୦ ଦଶକରେ ଆଫ୍ରିକା ମହାଦେଶର ମାଡାଗାସ୍କରଠାରେ ବିକଶିତ ହୋଇଥିଲା । ଫାଦର ହେନରି ଡି ଲାଉଲେନ୍ ନାମକ ଜଣେ ପାଦ୍ରୀ ଏହାକୁ ଲୋକ ଲୋଚନକୁ ଆଣିଥିଲେ । ୧୯୯୭ ମସିହାରୁ ଏହି ପ୍ରଣାଳୀଟି ଭାରତ ସମେତ ପୃଥିବୀର ଅନେକ ଦେଶରେ ବହୁଳ ଭାବେ ଚାଷ କରାଯାଉଛି । ଆମ ରାଜ୍ୟ ଓଡ଼ିଶାରେ ଏହା ୨୦୦୬ ମସିହାରୁ ଆରମ୍ଭ ହୋଇ ପ୍ରାୟ ୨୧ ଜିଲ୍ଲାରେ ସଫଳ ଭାବେ ଚାଷ କରାଗଲାଣି ।

“ଶ୍ରୀ” ପ୍ରଣାଳୀର ବିଶେଷତ୍ଵ:

  1. କମ୍ ବିହନ ଆବଶ୍ୟକ । ଏକର ପ୍ରତି ମାତ୍ର ୨ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ ।
  2. ଅଳ୍ପଦିନର ତଳି ରୁଆଯାଏ । ଦୁଇ ପତ୍ରବିଶିଷ୍ଟ, ପ୍ରାୟ ୮ ରୁ ୧୨ ଦିନର ତଳି ଅତି ଯତ୍ନ ସହକାରେ ଲଗାଯାଏ ।
  3. ଅଧିକ ଦୂରତାରେ ଗୋଟିଏ ଲେଖାଏଁ ତଳି ରୁଆଯାଏ  । ଧାଡ଼ିକୁ ଧାଡ଼ି, ୧୦ ଇଞ୍ଚ ଓ ଧାଡ଼ି ମଧ୍ୟରେ ଗଛକୁ ଗଛ ୧୦ ଇଞ୍ଚ ବ୍ୟବଧାନରେ ତଳି ଲଗାଇବାକୁ ହୋଇଥାଏ ।
  4. ଧାନଗଛ ଗଣ୍ଠି ଛାଡ଼ିବା ପର୍ଯ୍ୟନ୍ତ ଠିଆପାଣି ରଖାଯାଏ ନାହିଁ । ସୁତରାଂ କମ୍ ଜଳ ଆବଶ୍ୟକ ହୋଇଥାଏ I
  5. ରୁଆ ହେବାର ୧୦,୨୦,୩୦,୪୦ ଦିନରେ ଏହିପରି ୪ ଥର ଘାସବଛା ଯନ୍ତ୍ର ଚଳାଇ ଘାସ ବଛାଯାଏ  I
  6. ରାସାୟନିକ ସାର ବଦଳରେ ସବୁଜସାର, ଜୈବିକ ଖର୍ଚ୍ଚ ଇତ୍ୟାଦିର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଏ ।

“ଶ୍ରୀ” ଧାନଚାଷର ବୈଜ୍ଞାନିକ ପୃଷ୍ଠଭୂମି

ପାରମ୍ପରିକ ଧାନଚାଷ ପଦ୍ଧତିରେ ସବୁ ସମୟରେ ଠିଆପାଣି ରଖିବା ଫଳରେ ମାଟି ଭିତରକୁ ବାୟୁ ଚଳାଚଳ କରିପାରେ ନାହିଁ । ଗଛର ଚେରକୁ ଅମ୍ଳଜାନ ଯୋଗାଇବା ପାଇଁ ଚେରରେ ବାୟୁ ଥଳି ବା ଏୟାର ପକେଟ୍ ସୃଷ୍ଟି ହୋଇଥାଏ । ଯେଉଁଥି ପାଇଁ ଗଛର ବହୁ ଶକ୍ତି ଅପଚୟ ହୋଇଥାଏ । ଏହି ଶକ୍ତି ଶସ୍ୟ ପ୍ରସ୍ତୁତି ପାଇଁ ଗଛ ବିନିଯୋଗ କରିପାରି ଥାଆନ୍ତା । ଏହା ସତ୍ତେ ମଧ୍ୟ ଗଛର ଚେର ପାଣି ଭିତରେ ଚୁଡ଼ି ରହିବା ଦ୍ଵାରା ଫସଲରେ ଫୁଲ ଆସିବା ବେଳକୁ ପ୍ରାୟ ୭୦% ଚେର ନଷ୍ଟ ହୋଇଯାଇ ଥାଏ । ମାତ୍ର ସେହି ପ୍ରଣାଳୀରେ ଧାନ ମୂଳରେ ପାଣି ଜମି ରହୁ ନଥବାରୁ ଚେର ଅଧିକ ଦିନ ସକ୍ରିୟ ରହେ । ପାରମ୍ପରିକ ଚାଷ ପଦ୍ଧତି ତୁଳନାରେ ୬୦ ପ୍ରତିଶତ ଜଳ ଖର୍ଚ୍ଚ ହୋଇଥାଏ ।

'ଶ୍ରୀ’ ପଦ୍ଧତିରେ ଅଳ୍ପ ବୟସର ତଳି ରୁଆ ଯାଉଥିବାରୁ ଫସଲ ବୃଦ୍ଧି ପାଇଁ ଅଧିକ ସମୟ ମିଳିଥାଏ । ଘାସବଛା ଯନ୍ତ୍ର ଚଳାଇ ଘାସ ବାଛିବା ଯୋଗୁଁ ଘାସଲଟା ସବୁ ମାଟିରେ ମିଶିଯାଏ ଓ ବିଘଟିତ ହୋଇ ଫସଲର ଖାଦ୍ୟ ଭାବେ ଉପଲବ୍ଧ ହୋଇଥାଏ । ମାଟି ଭିତରକୁ ବାୟୁ ଚଳାଚଳ କରିପାରୁଥିବାରୁ ଉପକାରୀ ଅଣୁଜୀବଙ୍କ ବଂଶବୃଦ୍ଧି ଘଟିଥାଏ ଓ ସେମାନଙ୍କ କାର୍ଯ୍ୟକାରିତା ମଧ୍ୟ ବଢ଼ିଥାଏ । ମାଟିରେ ଅବା ଜୈବିକ ଅଙ୍ଗାରର ସର୍ବାଧିକ ଉପଯୋଗ ହୋଇଥାଏ । ଚେରର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଯୋଗୁଁ ଓ ମାଟିରେ ଖାଦ୍ୟ ଉପାଦାନ ଅଧିକ। ମାତ୍ରାରେ ଉପଲବ୍ଧ ହେବା ଯୋଗୁଁ ଅଧିକ ଫିଲ ସୃଷ୍ଟି ହୋଇଥାଏ । ଅଧିକ ପିଲରୁ ଅଧିକ କେଣ୍ଡା, ପ୍ରତି କେଣ୍ଡାରେ ଅଧିକ ସଂଖ୍ୟାରେ ଧାନ ଫଳିବା ଯୋଗୁଁ ଅମଳ ବୃଦ୍ଧି ସମ୍ଭବ ହୋଇଥାଏ।

“ଶ୍ରୀ” ଧାନ ଚାଷ ପ୍ରଣାଳୀ ଚାଷର ବିବରଣୀ

ଉପଯୁକ୍ତ ଜମି ଚୟନ :

ଜଳସେଚନ ଓ ଜଳ ନିଷ୍କାସନର ସୁବିଧାଧୁବା ଜମି, ଦୋରସା ଓ ବାଲି ଦୋରସା, ଉର୍ବର ମାଟି "ଶ୍ରୀ" ପ୍ରଣାଳୀ ଧାନ ଚାଷପାଇଁ ଅତ୍ୟନ୍ତ ଉପଯୁକ୍ତ । ମାତ୍ର ରୁଣା ଜମି "ଶ୍ରୀ" ଧାନଚାଷ ପାଇଁ ଅନୁପଯୁକ୍ତ । ଭୁଣାମାଟିରେ ଛୋଟ ଛୋଟ ଦୁଇ ପତ୍ର ବିଶିଷ୍ଟ ତଳି ବଞ୍ଚିବା ସମ୍ଭବପର ହୋଇ ନଥାଏ । ଏହାଛଡ଼ା ମାଟିରୁ ଗୁଣା ଅଂଶ ଧୋଇବା ପାଇଁ ଠିଆପାଣି ରଖିବା ଆବଶ୍ୟକ ପଡ଼ିଥାଏ । ତେଣୁ ପ୍ରଥମେ ମାଟି ପରୀକ୍ଷା କରି ମାଟି ସମ୍ପର୍କରେ ସବିଶେଷ ବିବରଣୀ ଜାଣିବା ଦରକାର ।

ବିହନ ନିର୍ବାଚନ ଓ ଉପଚାର :

ଚାଷୀ ପାଖରେ ଯେଉଁ ବିହନ ଅଳ୍ପ ତାକୁ ନେଇ ‘ଶ୍ରୀ' ପ୍ରଣାଳୀରେ ଚାଷ କରିହେବ । ‘ଶ୍ରୀ' ହେଉଛି ଧାନଚାଷର ଏକ ପ୍ରଣାଳୀ । ତେଣୁ ଏଥପାଇଁ କୌଣସି ନିର୍ଦ୍ଦିଷ୍ଟ ବିହନର ଆବଶ୍ୟକତା ନାହିଁ । ‘ଶ୍ରୀ' ପ୍ରଣାଳୀରେ ଚାଷ ପାଇଁ ଏକ ବଛା, ସୁସ୍ଥ, ନିରୋଗ ବିହନ ବାଛନ୍ତୁ । ବିହନରୁ ଅଗାଡ଼ି, ଗୋଡ଼ିବାଲି ଓ ମିଶା ଧାନ ଅଙ୍କେଇ ସଫା କରନ୍ତୁ । ଏକ ଏକର ପାଇଁ ଦୁଇ କି.ଗ୍ରା. ବିହନ ଯଥେଷ୍ଟ । ଜମିର କିସମକୁ ଚାହିଁ ବିହନ କିସମ ନିର୍ବାଚନ କରିବା ଦରକାର । ବିହନରୁ ଜଣ୍ଡା ବାହାର କରିବା ପାଇଁ ଭୁଣପାଣି ଉପଚାର ଆବଶ୍ୟକ ହୋଇଥାଏ । ଗୋଟିଏ ସଫା ପାତ୍ରରେ ୪ ଲିଟର ପାଣି ନେଇ ସେଥରେ, ୬୪୦ ଗ୍ରାମ୍ ଗୁଣ ଗୋଳାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ । ଆପଣ ବାଛିଥିବା ଦୁଇ କି.ଗ୍ରା.। ଧାନ ବିହନଙ୍କୁ ଏହି ପାଣିରେ ପକାଇଦେଲେ କଣ୍ଠା ସବୁ ପାଣିରେ ଭାସିବ । ତାକୁ ଛାଣି ବାହାର କରିଦିଅନ୍ତୁ । ଭଲ ବିହନକୁ ଭଲ ପାଣିରେ ଧୋଇ ପୁଣି ପାଣି ଭର୍ତ୍ତିକରି ଭିଜାଇ ଦିଅନ୍ତୁ । ବିହନକୁ ୧୨ ଘଣ୍ଟାଯାଏଁ ପାଣିରେ ଭିଜାଇ ତାପରେ ଛାଣି ଓଦା ଅଖାରେ ଏହାକୁ ୨୪ ଘଣ୍ଟା ଉଷୁମ ଅବସ୍ଥାରେ ରଖିଥିଲେ। ଏଥିରେ ଗାଲି ଗଜା ଆସିଥାଏ।

ତଳି ଘରା ପ୍ରସ୍ତୁତି :

ମାତ୍ର ୮-୧୨ ଦିନର ତଳି ଗୁଆଯାଉଥିବାରୁ ଅତି ଯନ୍ତ୍ର ସହିତ ତଳି ଘରା ପ୍ରସ୍ତୁତି ଓ ପରିଚାଳନା କରାଯାଏ । ଏକ ଏକର ଜମି ରୋଇବାକୁ ହେଲେ ୪୦ ବର୍ଗମି. ପରିମିତ (ଏକ୍ସ ଡେସିମିଲି) ଜମି ଆବଶ୍ୟକ ହୋଇଥାଏ । ଏହି ୪୦ ବର୍ଗମି. ଜମିରେ ୨ କି.ଗ୍ରା. ବିହନକୁ ତଳି ପକାଯାଇଥାଏ । ତଳିଘରା ପାଇଁ ଉର୍ଦ୍ଦିଷ୍ଟ ଜମିକୁ ଶୁଖଲା ଅବସ୍ଥାରେ ଭଲ ଭାବରେ ହଟ୍ଟା କରି କାଦୁଅ କରି ଏକ ମିଟର ଚଉଡ଼ା ଓ ସୁବିଧା ଅନୁଯାୟୀ ଇସ୍ପରେ ଚଚ୍ଚିପଟି ତିଆରି କରିବା ଉଚିତ୍ । ତଳି ପଟିରେ ଉଭୟ ପାଖକୁ ମାଟି ଉଠାଇ ପଟି ଉପରେ ବିଛାଇ ତଳି ପଟି ଉଚ୍ଚ କରାଯାଇଥାଏ । ବେଜେବେଳେ ମାଟି ବୋହିଯିବା ଦ୍ଵାରା ପଟି ପ୍ରସ୍ତୁତି କରିବାରେ ଅସୁବିଧା ହୋଇଥାଏ । ତେଣୁ ଏହି ପଟି ପ୍ରସ୍ତୁତ କଲାବେଳେ ଚାରିପଟେ କାଠ କିମ୍ବା ବାଉଁଶ ରଖି ଦେଲେ ପଟିରୁ ଆଉ ମାଟି ବୋହିଯାଏ ନାହିଁ କି ବର୍ଷରେ ମଧ୍ୟ ମାଟି ଧୋଇ ହୋଇ ଯାଏ ନାହିଁ । ମୁଖ୍ୟ କ୍ଷେତର ପାଖାପାଖ୍ ତଳିଘରା ପ୍ରସ୍ତୁତି କରିବା ଦରକାର, ଯଦ୍ୱାରା ତଳି ଉପାଡ଼ିବାର ଅଧଘଣ୍ଟାଏ ମଧ୍ୟରେ ମୁଖ୍ୟ କ୍ଷେତକୁ ନେଇ ରୁଆ ଯାଇପାରିବ ।

ତଳିପଟି ଗୁଡ଼ିକ ପ୍ରସ୍ତୁତି ହୋଇଗଲା ପରେ ତା ଉପରେ ୧ ଇଞ୍ଚ ବହଳର ଗୁପ୍ତ ଖର୍ଚ୍ଚ ବିଛାଇବାକୁ ହୋଇଥାଏ । ଏହି ପତଳା ଖର୍ଚ୍ଚ ସ୍ତର ଉପରେ ଛାଡ଼ି ଛାଡ଼ି ବିହନ ବୁଣାଯାଏ । ୨ କିଲୋଗ୍ରାମ୍ ବିହନ ୪୦ ବର୍ଗମିଟର ତଳିପଟିରେ ବୁଣାଯିବା ଦରକାର । ଅର୍ଥାତ୍ ୧ ବର୍ଗମିଟର ପରିମିତ ପଟିରେ ୫୦ ଗ୍ରାମ୍ ବିହନ ପଡ଼ିବ । ଗାଲି ଗଢା ହୋଇଥିବା ବିହନ ଚୁଣି ସାରିଲା ପରେ ଏହା ଉପରେ ଆଉ ଏକ ପତଳା ସ୍ତରର ଖର୍ଚ୍ଚ ବିଛାଇ ଦିଆଯାଏ । ସୂର୍ଯ୍ୟକିରଣ, ବର୍ଷା ଓ ପକ୍ଷୀଙ୍କ ଦ୍ଵାରା ବିହନ ଯେପରି ନଷ୍ଟ ନ ହେବ ସେଥିପାଇଁ ପରିଷ୍କାର ନଡ଼ାକୁ ତଳିଘରା ଉପରେ ଘୋଡ଼ାର ଦେବା ଉଚିତ୍ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଝରା ସାହାଯ୍ୟରେ ତଳି ଘରାରେ ପାଣି ଦିଆଯାଏ । ଧାନ ଗଢା ବାହାରିଗଲେ ନଡ଼ା ଉଠାଇ ଦିଆଯାଏ । ତଳି ପକାଇବାର ୮ ରୁ ୧୨ ଦିନ ମଧ୍ୟରେ ରୋଇବା ପାଇଁ ସତେଜ ଓ ସୁସ୍ଥ ତଳି ପ୍ରସ୍ତୁତ ହୋଇଯାଏ ।

ମୁଖ୍ୟ ଜମି ପ୍ରସ୍ତୁତି

ଯେଉଁ ଦିନ ତଳି ପକାଇବେ, ସେହି ଦିନ କିମ୍ବା ତା ପରଦିନ ମୁଖ୍ୟ ଜମି ପ୍ରସ୍ତୁତ କରିବା ଜରୁରୀ । ମୁଖ୍ୟ ଜମିରେ ସବୁଜ ସାର ପାଇଁ ଧଣିଚା, ମୁଗ, ବିରି, ବରଗୁଡ଼ି ପ୍ରଭୃତି ଚାଷ କରିଥିଲେ ହଳ କରି ମାଟିରେ ମିଶାଇ ଦେବା ଦରକାର । ଜମିକୁ କାଦୁଅ କରି ସାରିଲା ପରେ ଛୋଟ ଛୋଟ ପଟାଳିରେ ପରିଣତ କରିବାକୁ ହୋଇଥାଏ । ପଟାଳିର ଚଉଡ଼ା ୫ ଫୁଟ ଓ ଦୈର୍ଘ୍ୟ ଆବଶ୍ୟକତା ଅନୁସାରେ ହେବା ଆବଶ୍ୟକ । ପ୍ରତି ଦୁଇଟି ପଟାଙ୍ଗି ମଧ୍ୟରେ ୧ ଫୁଟ ଓସାର ଓ ୬ ଇଞ୍ଚ ଗଭୀରର ପାଣି ନାଳ ରଖିବାକୁ ହୋଇଥାଏ । ନାଳୀରୁ ମାଟି ବାହାର କରି ପଟାଳି ଉପରେ ପକାଇ ଦେଲେ ଏହା ପଟିରେ ପରିଣତ ହୋଇଥାଏ ।

ପଟାଳି ଉପରେ ଖତ ପ୍ରୟୋଗ କରି ସମତୁଲ କରାଯାଇଥାଏ । ଧାନ ଚଢି ଧାଡ଼ିକୁ ଧାଡ଼ି, ୧୦ ଇଞ୍ଚ ଓ ଗଛକୁ ଗଛ ୧୦ ଇଞ୍ଚ ବ୍ୟବଧାନରେ ରୋଇବାକୁ ଥିବାରୁ ଏଥପାଇଁ ଗୋଟିଏ ସୂଚକର ଆବଶ୍ୟକତା ହୋଇଥାଏ । ବିଭିନ୍ନ ଉପାୟରେ ଏହି ଚିହ୍ନ ଦେବା କାର୍ଯ୍ୟ କରାଯାଇ ପାରିବ । ୧୦ ଇଞ୍ଚ ବ୍ୟବଧାନରେ ଦାତି ଅବା କାଠ ରେଡ୍‌କୁ କାଦୁଅ ଜମିରେ ଟାଣି ନେଲେ ୧୦ ଇଞ୍ଚ ଦୂରତାରେ ଗାର ଟାଣି ହୋଇଯାଏ । ତା ପରେ ଟଣା। ଯାଇଥିବା ଗାର ଉପରେ ରେଡ୍‌କୁ ଆଡ଼ୁଆ ଭାବେ ଟାଣି ନେଲେ ବର୍ଗୀକାର କ୍ଷେତ୍ର ପ୍ରସ୍ତୁତ ହୋଇଯାଏ । ଏଥିପାଇଁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥବା ରୋଲର ମାର୍କର ମଧ୍ୟ ବ୍ୟବହାର କରି ଏକାଥରରେ ୧୦ ଇଞ୍ଚ ବ୍ୟବଧାନ ବିଶିଷ୍ଟ ବର୍ଗାକାର ଚିହ୍ନିତ କ୍ଷେତ୍ର ଗୁଡ଼ିକ ପ୍ରସ୍ତୁତ କରାଯାଇ ପାରୁଛି । ଏହି ବର୍ଗ କ୍ଷେତ୍ରର ପ୍ରତିଟି କୋଣରେ ଗୋଟିଏ ଲେଖାଏଁ ତଳି ଲଗାଯାଇଥାଏ । ଦଉଡ଼ିରେ ୧୦ ଇଞ୍ଚ ବ୍ୟବଧାନରେ ଚିହ୍ନ ଦେଇ ମଧ୍ୟ ଏହି କାର୍ଯ୍ୟ କରାଯାଇ ପାରିବ ।

ରୋଇବା ପାଇଁ ଚଢି ନେବା

“ଶ୍ରୀ” ପ୍ରଣାଳୀ ଧାନ ଚାଷରେ ତଳି ଉତ୍ପତ୍ରା ଯାଏ ନାହିଁ, ବିଡ଼ା ବନ୍ଧାଯାଏ ନାହିଁ, ଚେର ଧୁଆଯାଏ ନାହିଁ, ତଳି ଉପାଡ଼ି ଅଧିକ ସମୟ ମଧ୍ୟ ରଖାଯାଏ ନାହିଁ । ତଳି ଘରାରୁ ତଳି ନେବା ବେଳେ ସାବଧାନତା ସହକାରେ, ଗୋଟିଏ ଟିଣ ପାତ ସାହାଯ୍ୟରେ ତଳିଛୁ ମାଟି ସହିତ ଉଠାଯାଏ । ତଳିରେ ମାଆ ଧାନ ରହିବା ଜରୁରୀ । ଏହି ତଳିକୁ ଅଧଘଣ୍ଟ ମଧ୍ୟରେ ରୋଗ ବା ଉଚିତ । ତଳିର ଚେର ବାଧାପ୍ରାପ୍ତ ହେଲେ ଅମଳ ହାନିର ଆଶଙ୍କ ଥାଏ । ମୁଖ୍ୟ ଜମିର ପଟାଳି କଡ଼ରେ ଯେଉଁ ନାଳୀ ତିଆରି ହୋଇଥାଏ, ସେହି ନାଳୀରେ ଠିଆ ହୋଇ ତଳି ରୁଆ ଯାଇ ଥାଏ । ପଟାଳି ମଧ୍ୟରେ ଠିଆହୋଇ ଟେରାଇଲେ, ପଟାଳି ବୁଦି ହୋଇଯାଇ ଥାଏ । ତଳିକୁ ବୁଢା ଆଙ୍ଗୁଠି ଓ ବିଶି ଆଙ୍ଗୁଠି ଟିପରେ ମାଟି ଉପରେ ଅତି ଯନ୍ତ୍ର ସହକାରେ ରଖାଯାଇଥାଏ, ଯେପରି ଚେର ଓ ଗଛି ଇଂରାଜୀ ଅକ୍ଷର l ପରି ରହିବ । ଆଦୌ ଗଭୀରରେ ରୋଇବା ଉଚିତ୍ ନୁହେଁ । ଯେତିକି ତଳି ରୋଇ ପାରିବେ ସେତିକି ତଳି ତଳିଘରାରୁ ବାହାର କରିବା ଉଚିତ ।

ଘାସବଛା  :

“ଶ୍ରୀ”  ପ୍ରଣାଳୀ ଧାନଚାଷରେ ଘାସ ଥାଉ ବା ନ ଥାଉ ଯନ୍ତ୍ର ଚଳାଇ ଘାସ ବାଛିବା ନିତାନ୍ତ ଜରୁରୀ । ଧାନ, ରୁଆର ୧୦,୨୦, ୩୦ ଓ ୪୦ ଦିନରେ ଏହିପରି ୪ ଥର ଘାସ ବଛାଯାଏ । ଏହାର ଉଦ୍ଦେଶ୍ୟ ହେଲା: ଘସ ନଷ୍ଟ ହେବା ସାଙ୍ଗଡ଼ ଜମିରେ ବାୟୁ ଚଳାଚଳ ଭଲ ହୋଇଥାଏ, ଘାସ ଇଟା ଗୁଡ଼ିକ ମାଟି ଭିତରେ ପଶିଯାଇ ସଢ଼ି ଯାଇଥାଏ । ପରବର୍ତ୍ତୀ ସମୟରେ ଏହା ଫସଲ ପାଇଁ ଜୈବିକ ଖାଦ୍ୟରେ ପରିଣତ ହୋଇଥାଏ । ମାଟିରେ ବାୟୁ, ଚଟ୍ଟାଚଟ୍ଟ ହେବା ଦ୍ଵାରା ଅଧିକ ଚେର ବୃଦ୍ଧି ହୁଏ, କମ୍ ଘାସ ହୁଏ, ଚେରକୁ ଅଧିକ ଅମ୍ଳଜାନ ଉପଲବ୍ଧ ହୋଇଥାଏ ଓ ମାଟିରେ ଅଣୁଜୀବ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ବର୍ଗାକାରରେ ରୁଆଯାଇ ଥିବାରୁ ଉଭୟ ଦିଗରୁ ଉଚ୍ଚତର ଚଳାଇବା ସମ୍ଭବ ହୋଇଥାଏ । ବର୍ତ୍ତମାନ ଓଡ଼ିଶାରେ ଦୁଇଟି ଘାସ ବଛା ଯନ୍ତ୍ର ମିଳୁଛି, ଯଥା- କୋନୋ ଉଚ୍ଚତର ଓ ମାଣ୍ଡୱା, ଉଇଡର । ଏଥିପାଇଁ ସରକାରୀ ରିହାତି ବ୍ୟବସ୍ଥା ରହିଛି । ‘ଶ୍ରୀ' ପ୍ରଣାଳୀ ଧାନ ଚାଷର କୌଣସି ପ୍ରକାର ରାସାୟନିକ ତୃଣନାଶକ ବ୍ୟବହାର କରାଯାଏ ନାହିଁ ।

ଜଳ ନିୟନ୍ତ୍ରଣ :

“ଶ୍ରୀ' ପ୍ରଣାଳୀ ଧାନଚାଷରେ ଜମିରେ ଠିଆପାଣି ରଖାଯାଇ ନଥାଏ । ପିଇ ଦେବା ଅବସ୍ଥାରେ ଗଛମୂଳରେ ଠିଆପାଣି ରହିଲେ। ଫଳନ୍ତି ପିଇ ସଂଖ୍ୟା କମିଯାଏ । ଗଛରେ ଗଣ୍ଠି ଆସିବା ପର୍ଯ୍ୟନ୍ତ ଜମି ଓଦା ରହିବ । କିନ୍ତୁ ଠିଆପାଣି ରହିବ ନାହିଁ । ନାଳୀରେ ପାଣି ଗ୍ରନ୍ଥିରେ ପଟି ଗୁଡ଼ିକ ଓଦା ରହିଥାଏ । ସମୟେ ସମୟେ ଜଳସେଚନ କରି ଜଳ ନିଷ୍କାସନ କରିବା ଭଲ । ଧାନ ଗଛି ଗଣ୍ଠି ଛାଡ଼ିଲା ପରେ ହାରୁକା ଜଳସ୍ତର ରଖାଯାଇ ଥାଏ । ଏହାଦ୍ଵାରା ଯେ କେବଳ କମ୍ ଜଳ ଆବଶ୍ୟକ ହୋଇଥାଏ। ସେ କଥା ନୁହେଁ, ଏହା ସହିତ ଧାନ ଗଛର ମରୁଡି ସହାଣୀ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

ଖାଦ୍ୟ ପରିଚାଳନା :

ପ୍ରଥମେ ଜମିରେ ସବୁଜ ସାର ଚାଷ, ଖତ ପ୍ରୟୋଗ ଇତ୍ୟାଦି କରିବାକୁ ହେବ । ଘାସ ବଛା ଯନ୍ତ୍ର ଚଳାଇ ଘାସ ବାଛିବା ବେଳେ ଜିଆ ଖତ ପ୍ରୟୋଗ କରିବା ଦ୍ଵାରା ଫସଇ ଉପଯୁକ୍ତ ଭାବେ ବଢ଼ିଥାଏ । ଜୈବିକ ଉପାୟରେ ‘‘ଶ୍ରୀ' ପ୍ରଣାଳୀ ଚାଷ ପାଇଁ ପିଡ଼ିଆ, ଜୀବାମୃତ ଇତ୍ୟାଦି ମଧ୍ୟ ପ୍ରୟୋଗ କରାଯାଇ ପାରିବ । ଜୀବାମୃତ ପ୍ରସ୍ତୁତି ପାଇଁ ଗୋବର ୧୦ କିଲୋଗ୍ରାମ, ଗୋମୂତ୍ର ୧୦ ଲିଟର, ଦେଶୀ ଗୁତ୍ର ୧ କିଲୋଗ୍ରାମ, ବେସନ ୧ କିଲୋଗ୍ରାମ୍, ଉଇହୁଙ୍କା ମାଟି ୧ କିଲୋଗ୍ରାମ୍ ଆବଶ୍ୟକ ହୋଇଥାଏ । ଏହି ସବୁ ପଦାର୍ଥକୁ ଏକାଠର ମିଶାଇ ୨୦୦ ଲିଟର ପାଣିରେ ଗୋଳାଇ ରଖିବାକୁ ହୋଇଥାଏ । ୨ ଦିନ ପରେ ଏହି ଜୀବାମୃତକୁ ପାଣିନାଳରେ ଢ଼ାଳିଦେଲେ, ଏହା କିଆରୀ ସାରା ଖେଳି ଯାଇଥାଏ । ଜୈବିକ ପଦ୍ଧତିରେ ଚାଷ କଲେ ପ୍ରାରମ୍ଭିକ ଅବସ୍ଥାରେ ଅମଳ କମିଯିବାର ଆଶଙ୍କା ଥାଏ । ତେଣୁ ଏହି ସମୟରେ ସମନ୍ୱିତ ଖାଦ୍ୟସାର ପରିଚାଳନା କଲେ ଭଲ ଅମଳ ମିଳିଥାଏ । ଜୈବିକ ସାର ଓ ଖତ ସାଙ୍ଗକୁ ଅନ୍ତୁ ମୋଦିତ ରାସାୟନିକ ସାରର ଅର୍ଦ୍ଧେକ ମାତ୍ରା ଧାନ ରୋଇବା ପୂର୍ବରୁ ପଟି ପ୍ରସ୍ତୁତି ବେଳେ ପ୍ରୟୋଗ କରିବାକୁ ହୋଇଥାଏ । କ୍ରମଶଃ ମାଟିରେ ଜୈବିକ ଅଙ୍ଗାରର ମାତ୍ରା ବୃଦ୍ଧି ପାଇଲେ ରାସାୟନିକ ସାର ପ୍ରୟୋଗ ନ କରି କେବଳ ଜୈବିକ ସାର ଓ ସବୁଜ ସାର ଇତ୍ୟାଦି ପ୍ରୟୋଗ ଦ୍ଵାର ଅଧିକ ଅମଳ ମିଳିବା ସମ୍ଭବ ହୋଇଥାଏ ।

ରୋଗପୋକ ନିୟନ୍ତ୍ରଣ

‘ଶ୍ରୀ’ ପ୍ରଣାଳୀ ଧାନଚାଷର ବିଶେଷ ରୋଗ ପୋକ ଦେଖାଯାଏ ନାହିଁ । କିନ୍ତୁ ଗଛକୁ ସୁରକ୍ଷିତ ରଖିବାକୁ ୨/୩ ଥର ହାନ୍ତି ଔଷଧ ପ୍ରୟୋଗ କଲେ ଭଲ ଫଳ ମିଳିଥାଏ । ଏହି ଔଷଧ ପ୍ରସ୍ତୁତି ପାଇଁ ସଜ ଗାଈ ଗୋବର ୧ କିଲୋଗ୍ରାମ, ଗୋମୂତ୍ର ୨ ଲିଟର, ଗୁଡ଼ ୫୦ ଗ୍ରାମ୍, ନିମ୍ବ, କରଞ୍ଜ ଓ ଅରଖ ପତ୍ର ପ୍ରତ୍ୟେକ ରୁ ୧ କିଲୋଗ୍ରାମକୁ ଗୋଟିଏ ମାଟି ହାଣ୍ଡିରେ ଏକାଠି ମିଶାଇ ମୁହଁ ବାନ୍ଧି ୭ ଦିନ ରଖାଯାଏ । ସାତ ଦିନ ପରେ ତାକୁ ଛାଣି ଏଥିରୁ ଯେଉଁ ରସ ବାହାର କରାଯାଏ। ସେଥି ରେ ୫୦ ଗୁଣ ପାଣି ମିଶାଇ ଖରା ସାହାଯ୍ୟରେ ଗଛରେ ସିଞ୍ଚା ଯାଇଥାଏ । ଏପରି କଲେ ରୋଗ ପୋକ ହେବାର ସମ୍ଭାବନା ନଥାଏ । ବଡ଼ କଥା ହେଲା ସହଳ ରୁଆ, ଅଧିକ ବ୍ୟବଧାନରେ ରୁଆ, ଠିଆ ପାଣି ନ ରଖିବା ଓ ଅଧିକ ଚେର ବୃଦ୍ଧି ଯୋଗୁଁ ଗଛ ନିରୋଗ ରହିଥାଏ ।

ଅମଳ :

ପାରମ୍ପରିକ ପଦ୍ଧତିରେ ଚାଷ କରାଯାଉଥିବା ଧାନ ଫସଲ ତୁଳନାରେ ‘‘ଶ୍ରୀ' ପ୍ରଣାଳୀରେ ଚାଷ ହେଉଥିବା ଧାନ ଫସଲ ୭/୮ ଦିନ ଆଗରୁ ପାଚିଯାଏ । ଧାନ ପାଚିଲା ପରେ ମଧ୍ୟ ଗଛି ସବୁଜ ରହିଥାଏ । ଏଣୁ କେଣ୍ଡାର ଅବସ୍ଥା ଦେଖି ଧାନ କଟାଯାଇଥାଏ । ସକ୍ରିୟ ଚେର, ସଜୀବ ମାଟି, ପର୍ଯ୍ୟାପ୍ତ ଖାଦ୍ୟ ପଦାର୍ଥର ଉପଲବ୍ଧ ହେବା ଦ୍ଵାରା ଅଧିକ ଫଳତି ପିର ଆସିଥାଏ ଓ କେଣ୍ଡା ଗୁଡ଼ିକରେ ଅଧିକ ସଂଖ୍ୟାରେ ଧାନ ଓ ହୃଷ୍ଟପୁଷ୍ଟ ଦାନା ଫଳିଥାଏ, ଫଳରେ ଅମଳ ବୃଦ୍ଧି ହୋଇଥାଏ । ଏକର ପ୍ରତି ୨୫ ରୁ ୩୦ କ୍ଵିଣ୍ଟାଲ ଧାନ ଅମଳ ସାଧାରଣ କଥା । ଏକର ପ୍ରତି ୪୦ ରୁ ୬୦ କ୍ଵିଣ୍ଟାଲ ଧାନ ଅମଳ ହେବାର ସପ୍ତାଦ ମଧ୍ୟ ପ୍ରକାଶିତ ହୋଇସାରିଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ, ଯେଉଁମାନେ ଯନ୍ତ୍ରର ସହ ଏହି ପ୍ରଣାଳୀରେ ଧାନଚାଷ କରିପାରିବେ, ଅଧିକ ଅମଳ ପାଇବା ନିଶ୍ଚିତ ।

ପାରମ୍ପରିକ ଓ "ଶ୍ରୀ' ପ୍ରଣାଳୀର ତୁଳନାତ୍ମକ ତଥ୍ୟ

ପାରମ୍ପରିକ  ପ୍ରଣାଳୀ

ଶ୍ରୀପ୍ରଣାଳୀ

ଏକର ପ୍ରତି  ୨୫/ ୩୦ କି.ଗ୍ରା. ବିହନ ବ୍ୟବହାର କରାଯାଏ ।

ଏକର ପ୍ରତି ୨ କିଲୋଗ୍ରାମ୍ ବିହନ ବ୍ୟବହାର କରାଯାଏ ।

୨୫ ରୁ ୩୦ ଦିନର ତଳି ରୁଆଯାଏ  ।

୮ ରୁ ୧୨ ଦିନର ତଳି ରୁଆଯାଏ  ।

ତଳି ଗୁଡ଼ିକ ବଳ ପ୍ରୟୋଗ କରି ଉପୁଡା ଯାଇ ଚେର ଧୋଇଦିଆଯାଏ, ବିଡ଼ା ବନ୍ଧାହୁଏ, ଥାକ ଥାକ କରି ରଖାଯାଏ ।

ଖୁବ୍ ଧିରେ ତଳିଗୁଡ଼ିକୁ ମାଟି ସହ ଉଠାଇ ଅଣାଯାଏ ।

ବିନା ଧାଡିରେ ଅନିୟନ୍ତ୍ରିତ ବ୍ୟବଧାନରେ ତଳିଗୁଡିକୁ ରୁଆଯାଏ ।

ତଳିକୁ ଟଣାଯାଏ ନାହିଁ କି ଧୂଆଯାଏ ନାହିଁ । ଉଠାଇବାର ଅଧଘଣ୍ଟା ମଧ୍ୟରେ ରୁଆଯାଏ  ।

ବର୍ଗମିଟର ପ୍ରତି ଅବଧୂ ଅନୁଯାୟୀ ୩୩-୬୬ଟି ବୁଦା ରୁଆଯାଏ  ।

ବର୍ଗାକାରରେ ଓ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଧାଡ଼ିରେ ରୁଆଯାଏ  ।

ଗୋଟିଏ ବୁଦାରେ ୨-୩ ଟି କିମ୍ବା ଅଧିକ ଗଛ ରୁଆଯାଏ  ।

ବର୍ଗମିଟର ପ୍ରତି ୧୬ ଟି ଗଛ ରୁଆଯାଏ  ।

ବୁଦା ପ୍ରତି ଗୋଟିଏ ଗଛ ରୁଆଯାଏ  ।

ଅନୁମୋଦିତ ପରିମାଣର ରାସାୟନିକ ସାର ପ୍ରୟୋଗ କରାଯାଇଥାଏ ।

ଜୈବିକି ସାର ପ୍ରୟୋଗକୁ ପ୍ରୋସାହିତ ସାର ପ୍ରୟୋଗ କରାଯାଏ, ଅନୁର୍ବର ମାଟିରେ ଜୈବିକ ସାର ସାଙ୍ଗକୁ ଅନୁମୋଦିତ ରାସାୟନିକ ସାରର ଅର୍ଦ୍ଧେକ ପରିମାଣ ପରଯୋଗ କଲେ ଅମଳ କମିବାର ଆଶଙ୍କା ଦୂର ହୋଇଥାଏ ।

ହାତରେ କିମ୍ବା ତୃଣନାଶକ ପରଯୋଗ କରି ଘାସ ନିୟନ୍ତ୍ରଣ କରାଯାଏ ।

ଘାସ ବଛା ଯନ୍ତ୍ର ଚଳାଇ ଘାସ ନିୟନ୍ତ୍ରଣ କରାଯାଏ ।

 

ବିଲରେ ଲଗାତର ଭାବେ ଠିଆପାଣଇ ରଖାଯାଏ ।

ଜମି କେବଳ ଓଦାଳିଆ ରଖାଯାଏ ।

 

‘ଶ୍ରୀ’ପ୍ରଣାଳୀରେ ଚାଷ କଲେ ଉପକାର

  1. ଅଧିକ ପରିମାଣର ଧାନ ଓ ନଡ଼ା ଅମଳ ହୋଇଥାଏ ।
  2. ଫସଲ ଅବଧି ପ୍ରାୟ  ୫ – ୭ ଦିନ କମିଯାଏ ।
  3. କମ୍ ବା ଶୂନ୍ୟ ରାସାୟନିକ ସାର ବ୍ୟବହାର କରାଯାଏ ।
  4. କମ୍ ଜଳ ଆବଶ୍ୟକ ହୋଇଥାଏ ।
  5. କେଣ୍ଡାରେ ଅଗାଡ଼ି ପରିମାଣ କମ୍ ରୁହେ ।
  6. ପବନ ଅଧିକ ହେଲେ ମଧ୍ୟ ଧାନ ଗଛ ପଡ଼ିଯାଏ ନାହିଁ ।
  7. ଅଣୁଜୀବମାନଙ୍କ କାର୍ଯ୍ୟକାରିତା ବୃଦ୍ଧି ଯୋଗୁଁ ମାଟି ସ୍ଵାସ୍ଥ୍ୟରେ ଉନ୍ନତି ଘଟିଥାଏ ।
  8. ରୋଗ ପୋକ ଆକ୍ରାନ୍ତର ଆଶଙ୍କା କମିଯାଏ ।

ସଂଗୃହିତ -

ବିଷୟ ବସ୍ତୁ :-

  1. ଡଃ. ପ୍ରଭାତ କୁମାର ରାଉଳ, ସହଯୋଗୀ ପ୍ରଫେସର
  2. ପ୍ରଫେସର ଦେବଦର ମିଶ୍ର, ବିଭାଗୀୟ ମୁଖ୍ୟ, କ୍ଷେତ୍ର ବିଜ୍ଞାନ ବିଭାଗ
2.82142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top