অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଳ ବୁନ୍ଦାଏକୁ ଫସଲ ମୁଠାଏ

ଉପକ୍ରମ

ବିଶ୍ଵରେ ତିନିଭାଗ ଜଳ ଥିବା ସତ୍ତ୍ୱେ ଜଳାଭାବ ଏକ ଉତ୍କଟ ସମସ୍ୟା । ବିନା ପାଣିରେ ଚାଷ କରିବା କଥା ମାନେ ପଥରରେ ମୁଣ୍ଡ ପିଟିବା ସହ ସମାନ । କିନ୍ତୁ ଖରାଦିନେ ଆମ ଚାଷୀଭାଇମାନେ ଠିକ୍ ଏହି କଷ୍ଟ ସାହୁଛନ୍ତି । ତେଣୁ ଅଳ୍ପଦିନରେ ଚାଷୀଭାଇମାନେ କିପରି ଅଧିକ ଅମଳ ପାଇପାରିବେ ସେଥିଲାଗି ଏକ ପ୍ରୟାସ ।

ଶସ୍ୟ ଚୟନ

ଯେଉଁ ଶସ୍ୟଗୁଡିକ ସ୍ୱଳ୍ପ ଜଳରେ ଅମଳ ହୋଇପାରିବ ଅଥବା ତାହାର ଚେର ଗଭୀର ମାଟି ଭିତରକୁ ଯାଇପାରିବ ସେମାନଙ୍କୁ ଚୟନ କରିବା ଆବଶ୍ୟକ । ଏତଦ୍ ବ୍ୟତୀତ ବଜାରରେ ମିଳୁଥିବା ଉଚ୍ଚ ତାପମାତ୍ରା ସହ୍ୟ କିସମ ବ୍ୟବହାର କରିପାରିବେ । ଯଥା : ବାଇଗଣ, ଲଙ୍କା, ଭେଣ୍ଡି, ଗୁଆଁର, କାକୁଡି, ତରଭୁଜ, ଝୁଡଙ୍ଗ, ହରଡ, ଯଅ, ବାଜରା ଇତ୍ୟାଦି ।

ଶୂନ୍ୟ କର୍ଷଣ

ଧାନ ଫସଲ ଅମଳ କରି ସାରିବା ପରେ ପରେ ଜମିରେ ଥିବା ଅବଶେଷ ଜଳକୁ ବ୍ୟବହାର କରି ତାହା ଉପରେ ବିହନ ବୁଣା ଯନ୍ତ୍ର ବ୍ୟବହାର କରି ଶସ୍ୟ ଉତ୍ପାଦନ କରିହେବ । ଗଜାମରୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହା ଏକ ଉତ୍ତମ ପ୍ରୟାସ ।

ରୋପଣ ସମୟରେ ପରିବର୍ତ୍ତନ

ଶସ୍ୟକୁ ଅଧିକ ଖରାରୁ ବଞ୍ଚାଇବା ପାଇଁ ଟିକିଏ ସଅଳ ରୋପଣ କରିବା ଉଚିତ୍ । ଯେମିତି ଇ ଟାଣୁଆ ଖରା ହେବା ପୂର୍ବରୁ ଫୁଲ ଧରିବା ଅବସ୍ଥା, ଦାନା ପୂରଣ ସମୟ ବା ଫଳ ଧରିବା ଅବସ୍ଥା ଅତିକ୍ରମ କରିଯାଇଥିବ, ତଦ୍ଦ୍ଵାରା ଫସଲରେ ବିଶେଷ ହାନି ହେବ ନାହିଁ ।

ଜଳ ଅମଳୀକରଣ

ଚାଷ ଜମିରେ ଛୋଟ ଛୋଟ ଗଡିଆ କରି ପଲିଥିନ ମାଧ୍ୟମରେ ତାହାକୁ ଆବଦ୍ଧ କରି ବର୍ଷାଦିନିଆ ଜଳକୁ ସଂରକ୍ଷିତ କରି ତାକୁ ଖରାଦିନେ ବ୍ୟବହାର କରିପାରିବା । ଏଥିପାଇଁ ସରକାରଙ୍କ ତରଫରୁ ରିହାତି ମିଳୁଛି । ଗୋଟିଏ ପୋଖରୀ ବା ଗଡିଆର ଆୟତନ ୨୦ମି X ୨୦ମି X ୩ମି ରହିବା ଆବଶ୍ୟକ ।

ଆଚ୍ଛାଦୀକରଣ

ମୃତ୍ତିକାରେ ଥିବା ଅନ୍ତର୍ନିହିତ ଜଳକୁ ସଂରକ୍ଷଣ କରିବାର ଏହା ଏକ ଗୁଣାତ୍ମକ ମାଧ୍ୟମ । ଗଛମୂଳରେ ଆଚ୍ଛାଦନ ରୂପରେ ପାଳ, କୁଟା, ନଡିଆକତା ଆଦି ବ୍ୟବହାର କରିପାରିବା । ଯାହାଦ୍ଵାରା ମାଟିରୁ କମ୍ ପରିମାଣର ଜଳ ବାଷ୍ପୀଭୂତ ହେବ ଏବଂ ଗଛ ଅଧିକ ଜଳ ଗ୍ରହଣ କରିପାରିବ । ଏହାବ୍ୟତୀତ ପଲିଥିନ ଆଚ୍ଛାଦନ ମଧ୍ୟ ବ୍ୟବହାର କରିପାରିବା । ଏହାପାଇନ ସରକାର ରିହାତି ଦେଉଛନ୍ତି । ଏହାର ବ୍ୟବହାର ଫଳରେ ଅନାବନା ଘାସ ଅଙ୍କୁରୋଦଗମ୍ କମିଯିବ, ଫସଲ ଅଧିକ ଖତସାର ପାଇବ, ମୃତ୍ତିକାର ମାନ ବଢିବ, ରୋଗପୋକ ଆକ୍ରମଣ କମିବ, ମୃତ୍ତିକାର ତାପମାତ୍ରା ନିୟନ୍ତ୍ରଣରେ ରହିବ ଇତ୍ୟାଦି ।

ବୁନ୍ଦା ଜଳ ସେଚନ

ଅଳ୍ପ ଜଳରେ ଅଧିକ ଅମଳ କରିବା ଲାଗି ଏହା ଏକ ଅମୋଘ ଅସ୍ତ୍ର । ବୁନ୍ଦା ଜଳ ସେଚନ ଯନ୍ତ୍ର ଲଗାଇବା ପାଇଁ ସରକାରଙ୍କ ତରଫରୁ ରିହାତି ମିଳୁଛି । ଆନୁମାନିକ ରୂପରେ ଏକ ହେକ୍ଟର ଜମିକୁ ୧ ଲକ୍ଷ ଟଙ୍କା ବୁନ୍ଦାଜଳସେଚନ ଯନ୍ତ୍ର ପିଛା ଖର୍ଚ୍ଚ ହୁଏ । ଥରେ ଲଗାଇବା ପରେ ଏହାକୁ ବାରମ୍ବାର ବ୍ୟବହାର କରିପାରିବେ । ଶସ୍ୟ ଚୟନକୁ ନେଇ ଯନ୍ତ୍ରର ପ୍ରକାରଭେଦ ରହିଛି । ପ୍ରତ୍ୟକ ଶସ୍ୟ ମୂଳରେ ବୁନ୍ଦା ବୁନ୍ଦା ହୋଇ ଜଳ ପଡେ । ଯାହାଦ୍ଵାରା ଶସ୍ୟ ପ୍ରତ୍ୟକ ଜଳବିନ୍ଦାକୁ ଉପଯୋଗ କରି ଉତ୍ପାଦନ ବୃଦ୍ଧି କରେ ।

ଉପାଦେୟତା

ଶସ୍ୟର ଜଳଧାରଣା କ୍ଷମତା ୯୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ।

  • ଅଳ୍ପ ଜଳରେ ଅଧିକ ଅମଳ କରିହେବ ।
  • ଜଳ କ୍ଷୟ କମିବ ।
  • ଏହାଦ୍ୱାରା ଜଳୀୟ ମାଧ୍ୟମରେ ଖତସାର ମଧ୍ୟ ଦେଇହେବ ।
  • ବହୁ ପରିମାଣରେ ଶ୍ରମିକ ମୂଲ୍ୟ କମିବ ।
  • ଅନାବନା ଘାସରୁ ମୁକ୍ତି ।
  • ଲୁଣିପାଣିକୁ ମଧ୍ୟ ଏହାଦ୍ୱାରା ବ୍ୟବହାର କରିହେବ ।
  • ଢାଲୁଆ ଜମି, ପାହାଡିଆ ଜମି, ଖାଲ ଢିପ ଜମିରେ ମଧ୍ୟ ଏହା ଉତ୍ତମ ରୂପେ ଜଳସେଚନ କରିପାରିବେ ।
  • ସବୁ ଜିନିଷ ଯନ୍ତ୍ରଚାଳିତ, ତେଣୁ ସୁଇଚ୍ ଚିପିଲେ ଗଛ ପାଣି, ଖାଦ୍ୟ, ସାର ପାଇବ ଏବଂ ଖରାରେ ଚାଷ ଜମିକୁ ଯିବାକୁ ପଡିବ ନାହିଁ ।

ସଂଗୃହୀତ – ଦେବାଶିଷ ହୋତା

Last Modified : 7/10/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate