ପ୍ରଚଳିତ ପଦ୍ଧତି ତଥା ହାତରେ ଧାନ ରୋଇବା ତୁଳନାରେ ଯାନ୍ତ୍ରିକ ପଦ୍ଧତି ଅଧିକ ଭଲ ବୋଲି ପ୍ରମାଣିତ ହୋଇଛି । ଉପଯୁକ୍ତ ସମୟରେ କୃଷିକାର୍ଯ୍ୟ ନ ମିଳିବା ଏବଂ ହାତରେ ରୋଇବା ବ୍ୟୟସାପେକ୍ଷ ହୋଇଥିବାରୁ , ଯାନ୍ତ୍ରିକ ପଦ୍ଧତିରେ ଧାନରୁଆ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଦକ୍ଷିଣ ଏସିଆରେ ଅଧିକ କୃଷି ଏହି ପଦ୍ଧତି ଆପଣାର କରିବା ସହିତ ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ ବିଷୟରେ ଶିକ୍ଷାଲାଭ ନିମନ୍ତେ ଆଗ୍ରହୀ ହେଉଛନ୍ତି । ତେଣୁ ଯାନ୍ତ୍ରିକ ପଦ୍ଧତିରେ ଧାନ ରିପନ ବିଷୟରେ ଶିକ୍ଷାଲାଭ ନିମନ୍ତେ ଆଗ୍ରହୀ ହେଉଛନ୍ତି । ତେଣୁ ଯାନ୍ତ୍ରିକ ପଦ୍ଧତିରେ ଧାନ ରିପନ କାର୍ଯ୍ୟକୁ କୃଷକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ କାର୍ଯ୍ୟରତ ସେବା ପ୍ରଦାନ କାରୀଙ୍କୁ ସହାୟତା କରିବା ନିମନ୍ତେ ପ୍ରମୁଖ ତାଲିମଦାତା ସ୍ପଷ୍ଟ କରିବା ନିହାତି ଆବଶ୍ୟକ ହୋଇପଡିଛି । ଏହି ତାଲିମଦାତା ମାନଙ୍କର ଯାନ୍ତ୍ରିକ ପଦ୍ଧତିରେ ଧାନ ରିପନ ଉପରେ ବିଶଦଜ୍ଞାନ ଓ ଦକ୍ଷତା ରହିଥିବା ସହିତ ଏଥିନିମନ୍ତେ ଚାରା ଉତ୍ପାଦନ ପଦ୍ଧତି ବିଷୟରେ ଜାଣିବା ଦରକାର । ଏ ସମ୍ପର୍କିତ ଜ୍ଞାନକୌଶଳ , ସହଜରେ କୃଷକମାନଙ୍କ ନିକଟରେ ପହଞ୍ଚାଇବାରେ ସହାୟତା କରିବା ନିମନ୍ତେ ଏହି “ ତାଲିମଦାତାଙ୍କ ପାଇଁ ତାଲିମ ପତ୍ରିକା ପ୍ରସ୍ତୁତ କରାଯାଇଛି ।
ଦକ୍ଷିଣ ଏସିଆରେ କ୍ଷୁଦ୍ର ଚାଷୀଙ୍କ ଆବଶ୍ୟକ ନଜରରେ ଏହି ପୃସ୍ତିକାରେ ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ ନିଯମାବଳି ସଂବେଶିତ ହୋଇଛି । ତାଲିମଦାତାମାନେ କିପରି ଦୁଇଦିନ ମଧ୍ୟରେ ଯାନ୍ତ୍ରିକ ଧାନ ରୋପଣ ପଦ୍ଧତି ବିଷୟରେ ସପୂର୍ଣ୍ଣ ଭାବେ ତାଲିମ ପ୍ରଦାନ କରିପାରିବେ ସେ ,ବିଷୟରେ ତଥ୍ୟ ଏହି ପୁସ୍ତିକାରେ ରହିଛି । ଏହାଛଡା ତାଲିମ ପାଇଁ ଆବଶ୍ୟକ ତାଲିମ ସାମଗ୍ରୀ , ତାଲିମ ଓ ପରେ କୃଷକଙ୍କ ଜ୍ଞାନ ଆକଳନ ପଦ୍ଧତି ବିଷୟରେ ସୂଚନା ପ୍ରଦାନ କରାଯାଇଛି । ଗୋଟିଏ ଦିନ ତାଲିମ ଅପେକ୍ଷା ବାଟଟାଣ ଅଧିବେଶନ ତଥା କୃଷକ କ୍ଷେତ ବିଦ୍ୟାଳୟ ମଧ୍ୟରେ ଜ୍ଞାନ ଅଧିକ ସଫଳ ଭାବେ ପ୍ରଦାନ କରାଯାଇପାରିବ । ତେଣୁ ଏହି ପୁସ୍ତିକାରେ ପ୍ରଦାନ କରାଯାଇଥିବା ଚାରୋଟି ଅଧିବେଶନ ଏକାଦକ୍ରମେ ଦିନରେ ତାଲିମ ପ୍ରଦାନ କରାଯାଇଆପରେ ଅଥବା ଫସଲ ଚାଷ ଅବଧି ମଧ୍ୟରେ କୃଷକ କ୍ଷେତ ବିଦ୍ୟାଳୟ ଭାବରେ ଭିନ୍ନ ଭିନ୍ନ ସମୟରେ ଶିକ୍ଷାଦାନ କରାଯାଇପାରେ କିମ୍ବା ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଭିତ୍ତିକ ତାଲିମ ଅଧିବେଶନ ମାଧ୍ୟମରେ ଏହା କରାଯାଇପାରେ ।
କାହାପାଇଁ ଏହି ତାଲିମ ଉଦ୍ଧିଷ୍ଟ :
ସଂପ୍ରସାରଣ କର୍ମୀ, ଗ୍ରାମଞ୍ଚଳରେ କୃଷି ସଂକ୍ରାନ୍ତୀୟ ସେବା ପ୍ରଦାନକାରୀ ଏବଂ ଯାନ୍ତ୍ରିକ ଧାନ ରୋପଣ କରୁଥିବା ବା ଏଥିପାଇଁ ଆଗ୍ରହୀ ଥିବା କୃଷକ
ତାଲିମର ଗଠନ ପ୍ରକ୍ରିୟା :
ତାଲିମ ବିଷୟରେ ସାଧାରଣ ସୂଚନା ପ୍ରଦାନ ଓ ଦୁଇଦିନିଆ ତାଲିମ ର ଆବଶ୍ୟକତା ବୁଜାଇବା ପରେ ନିମ୍ନମତେ ଭିନ୍ନ ଭିନ୍ନ ଅଧିବେଶନ ବର୍ଣ୍ଣନା କରାଯାଇଛି ।
ପ୍ରତ୍ୟେକ ଅଧିବେଶନ କିପରି ପରିଚାଳନା କରାଯିବ ଏ ବିଷୟରେ ତାଲିମଦାତାଙ୍କ ସୂଚନା ପ୍ରଦାନ କରାଯାଇଛି ଏଥିମଧ୍ୟରେ ଶିକ୍ଷାଗ୍ରହଣର ଆଭିମୁଖ୍ୟ ଉପରେ ପୁନରାଲୋଚନା , ପ୍ରମୁଖ ବାରତା , ଆବଶ୍ୟକ ସାମଗ୍ରୀ , ଆରମ୍ଭର ସେସ ଯାଏ କିପରି ତାଲିମ ପ୍ରଦାନ କରାଯିବ ସେ ସମ୍ପର୍କିତ ସୂଚନା ଆଦି ଏଥିରେରେ ରହିଛି । ଏହାଛଡା ଡାଲମାଦାତା ପାକଟଜ୍ଞାନ ଆହରଣ ନିମନ୍ତେ ପରୀକ୍ଷାର୍ଥୀମାନଙ୍କ ଉତ୍ସାହିତ କରିବେ ବୋଲି ଆଶା କରାଯାଏ । ପ୍ରତ୍ୟେକ ଅଧିବେଶରେ ତାଲିମଦାତା ଗୋଟିଏ ବିଷୟ ଉପରେ ବିଷୟକ ତଥ୍ୟ ଉପସ୍ଥାପନ କରିବେ । ଏହା ଆଲୋଚନାଧର୍ମୀ ହେବା ଉଚିତ । ତାଲିମଦାତା ପରୀକ୍ଷାର୍ଥୀମାନଙ୍କ ପ୍ରଶ୍ନ ପଚାରିବା ନିମନ୍ତେ ଯଥେଷ୍ଟ ସମାୟ ପ୍ରଦାନ କରିବା ଆବଶ୍ୟକ ତାଲିମରେ ସବୁବେଳେ ଅଳ୍ପ କିଛି ଲୋକ କହିଥିଲେ ଅନ୍ୟମାନଙ୍କ ପାସ ଓ ମତାମତ ସ୍ଵାଗତ କରାଯିବା ଉଚିତ ।
ବୈଷୟିକ ଉପସ୍ଥାପନା ନିମନ୍ତେ ପ୍ରତ୍ୟେକ ଅଧିବେଶରେ ସୂଚନାମାନ ପ୍ରଦାନ କରାଯାଇଛି । ଶ୍ରେଣୀଗୃହ କାର୍ଯ୍ୟକ ସହଜ କରିବା ନିମନ୍ତେ ତାଲିମ ଖସଡା କମ୍ୟୁଟର ଉପସ୍ଥାପନା ଦ୍ଵାରା ମଧ୍ୟ ପ୍ରଦାନ କରାଯାଇପାରେ ।
ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ତାଲିମଦାତା କମ୍ୟୁଟରରେ ଉପସ୍ଥାପନା କର ଆଲୋଚନା ଆରମ୍ଭ କରିପାରିବେ । ତେବେ ଦେଖିବା କଥା , ଯେପରି ସମସ୍ତ ବୈଷୟିକ ତଥ୍ୟ ଉପରେ ଆଲୋଚନା ହେବ । ସମସ୍ତ ଶିକ୍ଷାର୍ଥୀଙ୍କ ଆଲୋଚନାରେ ଭାଗ ନେବା ପାଇଁ ସୁଯୋଗ ଦେବା ଦରକାର । ବିଶେଷ କରି ଚୁପଚାପ ରହିଥିବା ଅବ୍ୟକ୍ତି, ମହିଳା ଏବଂ ଯୁବକମନଙ୍କ ପାସ ପଚାରିବା ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ ଅଧିବେଶନ ଶେଷରେ ପାଠ୍ୟକ୍ରମ , ତଥ୍ୟ ସମ୍ବଳିତ ପତାକା ବା ଏ ସମ୍ପର୍କିତ ଭିଡିଓ ପ୍ରଦାନ କରାଯାଇପାରେ ।
ଶେଷରେ ପରୀକ୍ଷାର୍ଥୀ ପାକ ଜ୍ଞାନ ଆକଳନ କର ତାଲିମ ଆରମ୍ଭ କରାଯାଇପାରେ । ତାଲିମ ଶେଷରେ ପୁଣି ଥରେ ସେମାନଙ୍କ ଜ୍ଞାନ ପରୀକ୍ଷା କରାଯିବ ଦରକାର । ଦୁଇଟି ମୂଲ୍ୟାୟନରେ ଦେଖାଯାଉଥିବା ପ୍ରଭେଦ ସେମାନଙ୍କ ଶିକ୍ଷାଗ୍ରହଣ କେତେ ଫଳପ୍ରଦ ହୋଇଛି , ତାହା ଜଣା ପଡିବ । ଏହି ପୁସ୍ତିକା ପ୍ରାକ ଜ୍ଞାନ ପରୀକ୍ଷା ଓ ତଲାଇମ ପର ଜ୍ଞାନ ପାଇଁ ପୂର୍ବ ପ୍ରସ୍ତୁତ ପ୍ରଶ୍ନାବଳୀ ପ୍ରଦାନ କରାଯାଇଛି । ଏହାକୁ ସାଧାରଣ କାଗଜରେ ମୁଦ୍ରଣ କର ବ୍ୟବହାର କରାଯାଇପାରେ ।
ତାଲିମର ଲକ୍ଷ୍ୟ ଓ ଆଭିମୁଖ୍ୟ
ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମଦାତାଙ୍କ ଦ୍ଵାରା ସଂପ୍ରସାରଣ କର୍ମୀ, ଅଗ୍ରଣୀ କୃଷକ ଏବଂ କୃଷି ଯନ୍ତ୍ରପାତି ପ୍ରଦାନକାରୀଙ୍କ ମଧ୍ୟରେ ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବା ବିଷୟରେ ସଚେତନତା ସ୍ପଷ୍ଟ କରିବା ସହିତ ସେମାନଙ୍କ ଜ୍ଞାନ ଓ ଦକ୍ଷତାର ବିକାଶ ଘଟାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାଛଡା ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ସଚେତନତା ସ୍ପଷ୍ଟ କର କମ ଖର୍ଚ୍ଚରେ କୃଷିକାର୍ଯ୍ୟର ପ୍ରସାର କରାଇବା ମଧ୍ୟ ଏହାର ଉଦ୍ଦେଶ୍ୟ । ଧାନରୁଆ ଜନ୍ତ୍ର ବ୍ୟବହାର କରି ଫଳପ୍ରଦ ଓ ସମାନତ ଢଙ୍ଗରେ ଧାନ ଚାଷ କରିବା ପାଇଁ ଆବଶ୍ୟକୀୟ ନିୟମାବଳୀ ଅନୁସରଣ କରାଇବା ଏହି ତାଲିମର ଅନ୍ୟତମ ଲକ୍ଷ୍ୟ ଅଟେ ।
ଅଧିବେଶନ ଶେଷରେ ଅଂଶଗ୍ରହଣକାରୀ /ପ୍ରମୁଖ (ମାଷ୍ଟର)ତାଲିମଦାତା ନିମ୍ନଲିଖିତ କାର୍ଯ୍ୟପରିପାରିବେ ।
ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ
ତାଲିମ ପାଇଁ ମୁଖ୍ୟ ଆବଶ୍ୟକତା :-
ତାଲିମ ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା , ଏଥିପାଇଁ ପୂର୍ବପ୍ରସ୍ତୁତ ଏବଂ ତାଲିମର ଆୟୋଜନ ବିଷୟକ ତଥ୍ୟ ନମରେ ପ୍ରଦାନ କରାଯାଇଛି ତାଲିମଦାତାମାନେ ପ୍ରତ୍ୟେକ ବିଭାଗ ଭଲ ଭାବେ ପଢି ଦକ୍ଷ ଓ ଫଳପ୍ରଦଭାବରେ ତାଲିମ ପ୍ରଦାନ କରିବା ଆବଶ୍ୟକ ।
ଅଂଶଗ୍ରହଣକାରୀ |
ପ୍ରତି ବ୍ୟାଚରେ ସର୍ବାଧିକ ୨୦-୩୦ ଜଣ ପରୀକ୍ଷାର୍ଥୀ ରହିବା ଆବଶ୍ୟକ । ଏମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ରହୁଥିବା ଦରକାର । |
ସାନ |
ଯାନ୍ତ୍ରିକ ପଦ୍ଧତିରେ ଧାନରୁଆ ଉପରେ ଜ୍ଞାନ ଆହରଣ ପାଇଁ ଏବଂ ନିଜେ ଧାନରୁଆ କାର୍ଯ୍ୟ ଶିଖିବା ପାଇଁ କ୍ଷେତ୍ରରେ ହିଁ ତାଲିମ ପ୍ରଦାନ କରାଯିବ । କିନ୍ତୁ ଏ ବିଷୟରେ ବିଭିନ୍ନ ତଥ୍ୟପ୍ରଦାନ ଓ ଆଲୋଚନା ନିମନ୍ତେ କ୍ଷେତ ନିକଟରେ ଥିବା ଏକ ଶ୍ରେଣୀଗୃହ ବା ସେଥିପରି ସ୍ଥାନରେ ତାଲିମ ପ୍ରଦାନ କରାଯାଇପାରେ । |
ଆବଶ୍ୟକୀୟ ସାମଗ୍ରୀ |
ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରତି ଅଧିବେଶନ ପ୍ରାରମ୍ଭରେ ସୂଚିତ ସାମଗ୍ରୀ ଉପଯୁକ୍ତ |
ତାଲିମ ଦାତା |
ଯାନ୍ତ୍ରିକ ପଦ୍ଧତିରେ ଧାନରୁଆ ଉପରେ ପବନ ତାଲିମ ଗ୍ରହଣ କରୁଥିବା ସଂପ୍ରସାରଣ କର୍ମୀ ବା କ୍ଷେତ କର୍ମଚାରୀ ଏହି କାର୍ଯ୍ୟ ପାଇଁ ଉପଯୁକ୍ତ ଅଟନ୍ତି । ବିଭିନ୍ନ ରୋପଣ ଉପରେ ସେମାନଙ୍କର ଯଥେଷ୍ଟ ଜ୍ଞାନ ରହିଥିବା ଦରକାର । |
ଅଂଶଗ୍ରହଣକାରୀ |
ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ଜ୍ଞାନର ଆକଳନ ନିମନ୍ତେ ତାଲିମ ଅଧିବେଶନ ପୂର୍ବରୁ ଏକ ପରୀକ୍ଷା କରାଯିବା ଦରକାର । ତାଲିମର ପ୍ରତ୍ୟେକ ଅଧିବେଶନ ଶେଷରେ ପୁଣିଥରେ ସେମାନଙ୍କର ଜ୍ଞାନ ପରୀକ୍ଷା କରାଯାଇ ତାଲିମର ପ୍ରଭାବ ବିଷୟରେ ଜାଣିହେବ । ପରିଶିଷ୍ଟ ହିସାବରେ ପ୍ରଶ୍ନାବଳୀ ଏଥିସହିତ ସଂଯୁକ୍ତ କରାଯାଇଛି । |
ପାଠ୍ୟକ୍ରମ ପ୍ରସ୍ତୁତ , ତାଲିମ ଅବଧି , ସାମଗ୍ରୀ ଓ ଆୟୋଜନ
ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ବରତକ , ବାଦଦେଇ କ୍ଷେତ ପ୍ରଦର୍ଶନ ଓ ପରୀକ୍ଷା ସମେତ ତାଲିମ ପାଇ ଦୁଇ ଦିନର (ଦୈନିକ ପ୍ରାୟ ୮ ଘଣ୍ଟା ) । ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।
ଅଧିବେଶନ ପ୍ରଥମ ଦିବସ |
|||
ବିଷୟ ବସ୍ତୁ |
ହାରାହାରି ଅବଧି (ମିନିଟରେ) |
||
୧ |
ଉପକ୍ରମଣକା , ତାଲିମର ଆଭିମୁଖ୍ୟ ଓ ପ୍ରାକ ଜ୍ଞାନ ପରୀକ୍ଷା |
୯୦ |
- |
୨ |
ମ୍ୟାଟ ବା ମସଣା ନର୍ସରୀ |
୧୮୦ |
୨୧୦ |
ଦ୍ଵିତୀୟ ଦିବସ |
|||
୩ |
ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ |
୧୮୦ |
୨୧୦ |
୪ |
ମରାମତି ଓ ରକ୍ଷଣାବେକ୍ଷଣ ଏବଂ ତାଲିମର ପର ଜ୍ଞାନ ପରୀକ୍ଷା |
---- |
୦୯ |
ଶ୍ରେଣୀଗୃହ ଶିକ୍ଷା ପାଇଁ ନାମ ଉପକରଣ ରହୁଥିବା ଆବଶ୍ୟକ ;-
କିପରି ତାଲିମ କାର୍ଯ୍ୟକର୍ମ ପରିଚାଳନା କରାଯିବ ।
ପ୍ରଥମ ଦିବସ (ଅଧିବେଶନ ୧ ଓ ୨)
ଉପକ୍ରମ :
ତାଲିମ ପାଇଁ ଶିକ୍ଷାର୍ଥୀମାନଙ୍କ ଗୋଟିଏ ଶ୍ରେଣୀଗୃହ ବ ସେହିପରି ସ୍ଥାନରେ ଏକଜୁଟ କରନ୍ତୁ । ସ୍ଵାଗତ ସମ୍ବୋଧନ ଅଧିବେଶନ ଆରମ୍ଭ କରନ୍ତି । ତାଲିମଦାତା ନିଜ ବିଷୟ ରେ ତଥା ଅନ୍ୟ ତାଲିମଦାତାଙ୍କ ବିଷୟରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବା ଆବଶ୍ୟକ । ଶିକ୍ଷାର୍ଥୀମାନଙ୍କ ନିଜ ପରିଚୟ ପ୍ରଦାନ ପାଇଁ କୁହନ୍ତୁ ।
ନିଜର ମୁଖ୍ୟ ବତ୍ତ ଓ କୃଷିକାର୍ଯ୍ୟ ବିଷୟରେ କହିବା ପାଇଁ ସେମାନଙ୍କୁ କୁହନ୍ତୁ । ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ବିଷୟରେ କୌଣସି ଆକର୍ଷଣୀୟ ତଥ୍ୟ ପ୍ରଦାନ କଲେ ଏହା ଗୋଷ୍ଠୀର ଦଳଗତ ମାନସିକତା ସହଜ କରିଥାଏ ।
ପ୍ରାକ –ଜ୍ଞାନ ଆକଳନ ପରୀକ୍ଷା :-
ଶିଖାର୍ଥୀମାନଙ୍କ ପ୍ରାକ ଜ୍ଞାନ ଆକଳନ ପାଇଁ ପ୍ରସ୍ତୁତ (ପରିଶିଷ୍ଠ୧) ପ୍ରଦାନ କର ଏହାର ଉତ୍ତର ଲେଖିବା ନିମନ୍ତେ ପ୍ରତ୍ୟେକଙ୍କ କୁହନ୍ତୁ । ଏହା ନିଶ୍ଚିତ କରନ୍ତୁ ଯେ ଶିକ୍ଷାର୍ଥୀମାନେ ଅନ୍ୟ ସହିତ ଆଲୋଚନା ନ କରି ନିଜେ ଉତ୍ତର ଲେଖୁଛନ୍ତି ।
ମ୍ୟାଟ ପ୍ରକାର ନର୍ସରୀ ଉପରେ ଶ୍ରେଣୀଗୃହ ଶିକ୍ଷାଦାନ :-
ମ୍ୟାଟ ନର୍ସରୀ ଉପରେ ସାଧାରଣ ଉପକମଣିକା ସହିତ ଏହାର ଉପକାରିତା ଓ ବ୍ୟାବଶାୟିକ ସାମର୍ଥ୍ୟ ବିଷୟରେ ସୂଚନା ଦେଇ ତାଲିମ ଆରମ୍ଭ କରନ୍ତି । ଶିଖାର୍ଥୀଙ୍କୁ ଏହା ଜଣାଇଦେବା ଦରକାର ଯେ ଏହି ମ୍ୟାଟ ନର୍ସରୀ ପ୍ରସ୍ତୁତ ବିଷୟରେ ଜାଣିବା ପାଇଁ ଯଥେଷ୍ଟ ସମୟ ଓ ଆଗ୍ରହର ଆବଶ୍ୟକତା ରହିଛି । ଶିକ୍ଷାର୍ଥୀମାନଙ୍କ ମନରେ ତଳି ପ୍ରସ୍ତୁତ ବିଷୟରେ କୌଣସି ପଶ ବା ସନ୍ଦେହ ଥିଲେ ଏହା ଦୂର କରନ୍ତୁ । ଏହାପରେ ଶିକ୍ଷାର୍ଥୀମାନଙ୍କ ଜମିକୁ ନେଇ ଅଧିବେଶନ ୨ (ପୃଷ୍ଠା ୧୦)ରେ ପ୍ରଦତ୍ତ ପ୍ରଣାଳୀରେ ପ୍ରୟୋଗାତ୍ମକ ତାଲିମ ପ୍ରଦାନ କରନ୍ତି ।
ଫସଲ ପରିଚାଳନା ଉପରେ ଶ୍ରେଣୀଗୃହ ଶିକ୍ଷାଦାନ :-
ପ୍ରୟୋଗାତ୍ମକ ତାଲିମ ଶେଷ ହେଲେ ଶିଖାର୍ଥୀମାନଙ୍କ ପୁଣିଠାରେ ଶ୍ରେଣୀଗୃହକୁ ଆଣନ୍ତୁ । ସାମାନ୍ୟ ବିରତି ପରେ ପରବର୍ତ୍ତୀ ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ କରି ଉନ୍ନତ ମାନର ତଳି ପ୍ରସ୍ତୁତ ପାଇଁ ଫସଲ ପରିଚାଳନା ବିଷୟରେ ଆଲୋଚନା କରନ୍ତୁ ।
ଦିବସ ୨(ଅଧିବେଶନ ୩ ଏବଂ ୪)
ଉପକ୍ରମଣିକା ଓ ପ୍ରୟୋଗାତ୍ମକ ଶିକ୍ଷା :-
ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ ଉପରେ ସଂକ୍ଷିପ୍ତ ଉପକ୍ରମଣିକା ଦେବା ସହିତ ଏହାର ଉପକାରିତା ଓ ଅପକାରିତା ବିଷୟରେ କୁହ ଅଧିବେଶନ ଆରମ୍ଭ କରନ୍ତି । ଶିକ୍ଷାର୍ଥୀମାନେ କିପରି ଧାନରୁଆ ଯନ୍ତ୍ରର ସଠିକ ବ୍ୟବହାର ବିଷୟରେ ଶିଖିପାରିବେ ସେ କଥା କୁହନ୍ତୁ । ଧାନରୁଆ ଯନ୍ତ୍ର ଉପରେ ଶିକ୍ଷାର୍ଥୀଙ୍କ ମନରେ କଛି ପ୍ରଶ୍ନ ବା ସନ୍ଦେହ ଥିଲେ ଆଲୋଚନା ମାଧ୍ୟମରେ ତାହା ଦୂର କରନ୍ତୁ । ଏହାପରେ ଶିକ୍ଷାର୍ଥୀମାନଙ୍କ ଜମିକୁ ନେଇ ଅଧିବେଶନ ୩(ପୃଷ୍ଠା ୨୩) ରେ ପ୍ରଦତ୍ତ ପ୍ରଣାଳୀରେ ପ୍ରୟୋଗାତ୍ମକ ତାଲିମ ପ୍ରଦାନ କରନ୍ତୁ ।
ଫସଲ ପରିଚାଳନା ଉପରେ ଶ୍ରେଣୀଗୃହ ଶିକ୍ଷାଦାନ :-
ଶିକ୍ଷାର୍ଥୀମାନେ ଧାନ ରୋଇବା କାର୍ଯ୍ୟ ଶିଖିବା ପରେ ସେମାନଙ୍କ ଶ୍ରେଣୀଗୃହକୁ ଆଣନ୍ତୁ । ଯାନ୍ତ୍ରିକ ପଦ୍ଧତିରେ ରୁଆଯାଇଥିବା ଧାନର ଅମଳ ପାଇବା ପାଇଁ ଆବଶ୍ୟକ ଫସଲ ପରିଚାଳନା ପଦ୍ଧତି ବିଷୟ ରେ ଉପସ୍ଥାପନ ଓ ବକୃତା ମାଧ୍ୟମରେ ବୁଝାଇ ଦିଅନ୍ତୁ ।
ମରାମତି ଓ ରକ୍ଷଣାବେକ୍ଷଣ ଉପରେ ଅଧିବେଶନ :-
ଏହା ଅଧିବେଶନ କୌଣସି ଖୋଲା ବା ଯଥେଷ୍ଟ ଆଲୋପ ପଡୁଥିବା ଆବଦ୍ଧ ସ୍ଥାନରେ କରନ୍ତୁ । ଅଧିବେଶନ ଆରମ୍ଭ ପୂର୍ବରୁ ଧାନରୁଆ ଯନ୍ତ୍ରକ ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରି ରଖନ୍ତୁ । ଅଧିବେଶନ ୪ (ପୃଷ୍ଠା ୪୪) ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ମୁତବକ ଗୋଟି ଗୋଟି କରି ମରାମତି ଓ ରକ୍ଷଣାବେକ୍ଷଣ ବିଷୟରେ ବୁଝାଇ ଦିଅନ୍ତୁ ।
ତାଲିମ ପରେ ଜ୍ଞାନ ପରୀକ୍ଷା :-
ଉପର ବର୍ଣ୍ଣିତ ତାଲିମ କାର୍ଯ୍ୟ ଶେଷ ହେବା ପରେ ତାଲିମ ପର ଜ୍ଞାନ ପରୀକ୍ଷା ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ (ପରିଶିଷ୍ଠ ୨) ପ୍ରଦାନ କରନ୍ତୁ । ଉତ୍ତର ଦେବା ପାଇଁ ସେମାନଙ୍କ କିଛି ସମୟ ଦିଅନ୍ତୁ । ସମସ୍ତ ନିଜେ ନିଜେ ଉତ୍ତର ଲେଖିବା ଦରକାର । ଉତ୍ତର ଖାତାର ମୂଲ୍ୟାୟନ କର ପ୍ରାକ ଜ୍ଞାନ ପରୀକ୍ଷା ସହିତ ମିଳାନ୍ତୁ । ଏ ବିଷୟ ପରୀକ୍ଷାର୍ଥୀମାନଙ୍କୁ ଜଣାଇ ଦିଅନ୍ତୁ । ଏହାଦ୍ଵାରା ଆସେମାନେ କେତେ ଜ୍ଞାନଲାଭ କରିଛନ୍ତି ଜଣାପଡିବ । କମ ନମ୍ବର ରଖୁଥିବା ଶିକ୍ଷାର୍ଥୀମାନେ ସେମାନଙ୍କ ଜ୍ଞାନବଦ୍ଧ ନିଆନ୍ତେ ଅନ୍ୟ ଏକ ତାଲିମରେ ଯୋଗ ଦେଇପାରନ୍ତି । ଏହାପରେ ଶିକ୍ଷାର୍ଥୀଙ୍କ ମନରେ କୌଣସି ସନ୍ଦେହ ରହୁଥିଲେ ତାହା ଦୂର କରି ତାଲିମ ଶେଷ କରନ୍ତୁ ।
ଅଧିବେଶନ ୨
ମ୍ୟାଟ ବା ମସଣା ପ୍ରକାରର ନର୍ସରୀ
ଉପକ୍ରମ :- ଯନ୍ତ୍ର ସାହାଯ୍ୟରେ ଧାନ ରୋଇବା ପାଇଁ ମସଣା ପଦ୍ଧତିରେ ଚାରା ଉତ୍ପାଦନ ଆବଶ୍ୟକ ହୋଇଥାଏ । ତଳି ପ୍ରସ୍ତୁତ ପ୍ରକ୍ରିୟା ଅନୁସାରେ ମସଣା ଚାରା ସାଧାରଣ ଚାରାଠାରୁ ଭିନ୍ନ ହୋଇଥାଏ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଥିବା ତଳିକୁ ଧାନରୁଆ ଯନ୍ତ୍ରରେ ବ୍ୟବହାର କରାଯାଇ ପାରିବ ନାହିଁ ।
ମସଣା ପଦ୍ଧତିରେ ତଳି ପ୍ରସ୍ତୁତ ବିଷୟର ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ସମ୍ବନ୍ଧରେ ଏହି ଅଧିବେଶନରେ ଆଲୋଚିତ ହେବ । ଯେହେତୁ ଅନେକ କୃଷକ ଏବଂ ସେବା ପ୍ରଦାନକାରୀ ମସଣା ପଦ୍ଧତିରେ ପ୍ରସ୍ତୁତ ଧାନ ତଳି ବକ କର ଯଥେଷ୍ଟ ଆୟ କରିଛନ୍ତି, ତେଣୁ ଏହି ପଦ୍ଧତିରେ ତଳି ପ୍ରସ୍ତୁତର ବ୍ୟବସାୟିକ ଦିଗ ଉପରେ ଆଲୋଚନା କରାଯିବ ।
ଏହି ଅଧିବେଶନ ତିନି ଭାଗରେ ବିଭକ୍ତ କରାଯାଇଛି ।
ଏହି ଅଧିବେଶନ ପରେ ଶିକ୍ଷାର୍ଥୀମାନେ ନାମ ବିଷୟରେ ସକ୍ଷମ ହୋଇଥିବେ :-
ମ୍ୟାଟ ବା ମସଣା ପ୍ରକାରର ତଳି ପ୍ରସ୍ତୁତ :-
ଶ୍ରେଣୀଗୃହ ଶିକ୍ଷା :-
ମସଣା ପ୍ରକାର ତଳି ପ୍ରସ୍ତୁତ ସାଧାରଣ ସୂଚନା ସହିତ ଏହାର ଉପକାରିତା ଓ ଅପକାରିତ ବିଷୟରେ ବର୍ଣ୍ଣନା କର ଏହି ଅଧିବେଶନ ଆରମ୍ଭ କରାଯାଉ । ତଳି ପ୍ରସ୍ତୁତ ପ୍ରଣାଳୀ ବିଷୟା ଏ ଏକାଗ୍ର ଭାବେ ଶିକ୍ଷାଲାଭ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ପ୍ରୋତ୍ସାହନ କରାଯାଉ । ପ୍ରଶ୍ନ ପଚାର ନିଜର ମନରୁ ସନ୍ଧେହ ଦୂର କରିବା ନିମନ୍ତେ ଶିକ୍ଷାର୍ଥୀମାନଙ୍କ ଉତ୍ସାହିତ କରନ୍ତୁ । ଏହା ଅଧିବେଶନରେ ନାମ ବିଷୟରେ ଆଲୋଚନା କରନ୍ତୁ ।
ମସଣା ପ୍ରକାରର ତଳି କହିଲେ କଣ ବୁଝାଯାଏ ?-
ଛିନ୍ଦ୍ର ହୋଇଥିବା ପଲିଥିନ ଉପରେ ପତଳା ଭାବେ (୦.୫ ରୁ ୦.୭୫ ଇଞ୍ଚ) ମାଟ ରାଖୀ ତା ଉପରେ ଧାନ ଚାରା ଉତ୍ପାଦନ ମସଣା ପ୍ରକାର ତଳି ପ୍ରସ୍ତୁତ କୁହାଯାଏ । ପଲିଥିନ ଯୋଗୁଁ ଚାରାଗଛ ଚେର ତଳକୁ ଯାଇ ମାଟରେ ପ୍ରବେଶ କରିପାରି ନାହିଁ । ବରଂ ଚେରର ଏକ ବହଳ ଗୁଳ୍ମ ସ୍ପଷ୍ଟ ହୋଇଥାଏ । ଧାନ ରୁଆ ଯନ୍ତ୍ର ଟେ ସହିତ ଖାପଖୁଆଇବା ପରେ ମସଣା ତଳକୁ ବିଭିନ୍ନ ଆକାରରେ କଟାଯାଇ ଥାଏ ।
ମସଣା ପ୍ରକାରର ତଳିଘରାର ଉପକାରିତା :-
ମସଣା ତଳଘରାର ଉପକାରିତା :-
ଜମିରେ ପ୍ରୟୋଗାତ୍ମକ ଶିକ୍ଷା :-
ମସଣା ପଦ୍ଧତି ତଳ ପ୍ରସ୍ତୁତ କାର୍ଯ୍ୟ ଉପରେ ଶ୍ରେଣୀଗୃହ ଶେଷ ହେବା ପରେ ଶିକ୍ଷାର୍ଥୀମାନଙ୍କ ନିକଟସ୍ଥ ଜମିକୁ ନେଇ ଏହା ଉପରେ ପ୍ରୟୋଗାତ୍ମକ ଶିକ୍ଷା ପ୍ରଦାନ କରାଯାଉ । ତାଲିମ ପାଇଁ ଯୋଜନା ଓ ପ୍ରସ୍ତୁତ “ ବିଭାଗରେ ବର୍ଣ୍ଣନା କରାଯାଇଥିବା ପର ପ୍ରୟୋଗାତ୍ମକ ଶିକ୍ଷା ନିମନ୍ତେ ନାମ ସାମଗ୍ରୀମାନ ପ୍ରସ୍ତୁତ ହୋଇ ରହିଥିବା ଦରକାର ।
ଆବଶ୍ୟକୀୟ ସାମଗ୍ରୀ
ମସଣା ନର୍ସରୀ ପ୍ରସ୍ତୁତ ପାଇଁ ନିମ୍ନ ତାଲିକା ଅନୁସାରେ ସାମଗ୍ରୀମାନଙ୍କ ବିଷୟାରେ ତାଲିମଡାଟା ବର୍ଣ୍ଣନା କରିବା ସହିତ ନର୍ସରୀ ସେସବୁର ବିଷୟରେ ପ୍ରକାଶ କରିବେ ।
ମସଣା ନର୍ସରୀର ପ୍ରକାର ଭେଦ
ପ୍ରସ୍ତୁତ ପ୍ରଣାଳୀ ଅନୁସାରେ ଦୁଇ ପ୍ରକାରର ମସଣା ନର୍ସରୀ ରହିଥାଏ ।
ଆର୍ଦ୍ର ମସଣା ନର୍ସରୀ
ପ୍ରସ୍ତୁତ ପ୍ରଣାଳୀ :
ତାଲିମର ଦିନେ ପୂର୍ବରୁ ଏହି କାର୍ଯ୍ୟମାନ କରନ୍ତୁ । ପ୍ରୟୋଗାତ୍ମକ ତାଲିମ ସମୟରେ ଏ ବିଷୟରେ ଶିକ୍ଷାର୍ଥୀମାନଙ୍କ ବୁଝାଇ ଦିଅନ୍ତୁ ।
ତାଲିମ ସମୟରେ ନିମ୍ନ କାର୍ଯ୍ୟମାନଙ୍କ ଅନୁଧ୍ୟାନ କରିବା ନିମନ୍ତେ ଶିକ୍ଷାର୍ଥୀମାନଙ୍କ କୁହନ୍ତି ।
ବିଦ୍ର :- ଆର୍ଦ୍ର ବା ଶୁଷ୍କ ମ୍ୟାଟ ନର୍ସରୀ ପାଇଁ ବଜାରରେ ମିଳୁଥିବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ପାତାଳ ଉପରେ ବିହନକ ବୁଣା ହେବ ।
ଶୁଷ୍କ ମସଣା ନର୍ସରୀ
ପ୍ରସ୍ତୁତ ପ୍ରଣାଳୀ :
ଫସଲ ପରିଚାଳନା ପଦ୍ଧତି
ତଳ ପଟାଳି ପ୍ରସ୍ତୁତ ପରେ ଶିକ୍ଷାର୍ଥୀମାନଙ୍କ ଶ୍ରେଣୀଗୃହକୁ ନିଅନ୍ତେ । ଧାନ ଫସଲ ଅଧିକ ଅମଳ ପାଇବା ନିମନ୍ତେ ନିମ୍ନଲିଖିତ ଫସଲ ପରିଚାଳନା ପଦ୍ଧତି ବିଷୟରେ ଶୀକ୍ଷାର୍ଥୀମାନଙ୍କ ଭଲଭାବେ ବୁଝାଇ ଦିଅନ୍ତି ।
ବିହନ କିସମ ଚୟନ :- ଜମିର ପ୍ରକାର ଉପରେ ନିର୍ଭର କରି ନିମ୍ନଲିଖିତ ବିହନମାନ ବ୍ୟବହାର କରାଯାଇପାରେ ।
ଖାଲ ଓ ମାଧ୍ୟମ ଜମି ପାଇଁ |
ସ୍ଵର୍ଣ୍ଣସବ ୧ସ୍ଵର୍ଣ୍ଣ , ପୂଜା , ସାବତୀ , ସିଆର ୧୦୧୮ , ସିଆର ୧୦୦୯-ସବ ୧, ରାଣୀଧାନ , ପ୍ରତୀକ୍ଷା , ବୀଣାଧାନ ୧୧ |
ଢିପ ଜମି ପାଇଁ |
ସହଭାଗୀ ଧାନ, ଲଲାଟ , ଖଣ୍ଡଗର , ଡିଆରଆର ୪୨ |
ବନ୍ୟାପ୍ଲାବିତ ଅଞ୍ଚଳ ପାଇଁ |
ସ୍ଵର୍ଣ୍ଣ ସବ ୧,ସିଆର ୧୦୦୯-ସବ ୧,ବୀଣାଧାନ ୧୧ |
ବିହନ ବିଶୋଧନ
ବିହନ ବିଶୋଧନ ଦ୍ଵାରା ଧାନ ଫସଲରେ କବକ ଜନିତ ରୋଗ ହେବାର ଆଶଙ୍କା ହ୍ରାସ ପାଇଥାଏ । ନିମ୍ନଲିଖିତ ବିହନ ବିଶୋଧନ କରାଯାଇପାରିବ ।
ବିହନ ବିଶୋଧନ ପଦ୍ଧତି :-
ଜଳ ପରିଚାଳନା
ଉଭୟ ଶୁଷ୍କ ଓ ଆର୍ଦ୍ର ତଳ ପଟାଳି ପାଇଁ ଜଳ ପରିଚାଳନା
ଜଳ ସିଞ୍ଚନ ବା ଜଳସେଚନ ସାହାଯ୍ୟରେ ତଳ ପଟାଳିକୁ ଓଦା ରଖିବା ।
ଖାଦ୍ୟସାର ପରିଚାଳନା :-
ତଳିପଟାଳିରେ ଅନାବନା ଘାସ ପରିଚାଳନା :-
ମସଣା ତଳ ପଟାଳି ପ୍ରସ୍ତୁତ ବେଳେ ଘାସମୁକ୍ତ ମାଟି ଓ ଖତ ବ୍ୟବହାର କରାଯାଇଥିଲେ ଅନାବନା ଘାସ ସମସ୍ୟା ନଷ୍ଟ କରି ନ ଥାଏ । ମାଟିର ବାହାରୁଥିବା ଘାସଗଛ ପଲିଥିନ ଦ୍ଵାରା ବାଧା ପାଇଥାଏ । ତଥାପି ଅନାବନା ଘାସ ଦେଖାଗଲେ ଏହାକୁ ହାତରେ ଉପାଡି ଦେବା ଆବଶ୍ୟକ ।
ରୋଇବା ପାଇଁ ମସଣା ତଳି କଟାଯିବା :-
ମସଣା ପ୍ରକାରର ତଳ ଉତ୍ପାଦନ
ଏକ ବ୍ୟବସାୟିକ ସୁଯୋଗ
ମସଣା ପ୍ରକାରର ତଳି ଉତ୍ପାଦନ , ଗ୍ରାମାଞ୍ଚଳ କୃଷକ,ବେକାର ଯୁବକ ଓ ସେବା ପ୍ରଦାନକାରୀଙ୍କ ପାଇଁ ଗୋଟେ ଉତ୍ତର ବ୍ୟବସାୟିକ ସୁଯୋଗ ପ୍ରଦାନ କରିପାରିବ । ଗୋଷ୍ଠୀଗତ ଭାବେ ମସଣା ତଳ ଉତ୍ପାଦନ କର କେତେକ ଲୋକ ସଫଳ ହୋଇଛନ୍ତି । ଏହି ତଳିକୁ ସେମାନେ ଅନ୍ୟାନ୍ୟ ଯନ୍ତ୍ର ଭଡା ଦେଉଥିବା ବ୍ୟକ୍ତିଙ୍କୁ ବିକ୍ରି କରିଥାନ୍ତି ।
ସଫଳ ତମ ମସଣା ପ୍ରକାର ତଳ ଉଦ୍ୟୋଗୀଙ୍କ ଅନୁଭୂତି :-
ଏହି ଅଧିବେଶନରେ ମସଣା ପ୍ରକାର ତଳ ଉପାଦାନକ ବ୍ୟବସାୟ ଭାବେ ଗ୍ରହଣ କରୁଥିବା ଉଦ୍ୟୋଗୀଙ୍କ ଆମନ୍ତ୍ରଣ କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ତାଙ୍କ ଅନୁଭୂତି ବିଷୟରେ କହିବା ପାଇଁ ଉଦ୍ୟୋଗୀଙ୍କୁ କୁହନ୍ତୁ । ଆସୁଥିବା ବ୍ୟକ୍ତିଙ୍କ ନାମ ମତେ ପ୍ରଶ୍ନ ପଚାର ଯାଇପାରେ ।
ଏହି ଆଲୋଚନା ପରେ ମସଣା ପ୍ରକାର ପ୍ରକାର ତଳ ଉତ୍ପାଦନକୁ କିପରି ବ୍ୟବସାୟ ଭାବେ ଗ୍ରହଣ କରାଯାଇପାରିବ, ସେ ବିଷୟରେ ଶିକ୍ଷାର୍ଥୀମାନେ ପ୍ରାରମ୍ଭିକ ଜ୍ଞାନ ହାସଲ କରିପାରିବେ । ଏହା ମଧ୍ୟ ମସଣା ପ୍ରକାର ତଳ ଉତ୍ପାଦନ,ଏକ ବ୍ୟବସାୟ ଭାବେ ଗ୍ରହଣ କରିବା ନିମନ୍ତେ ଚାରା ଉତ୍ପାଦନକାରୀଙ୍କ ପ୍ରୋତ୍ସାହିତ କରିବା ।
ଲାଭକ୍ଷତି ହିସାବ :-
ଲାଭକ୍ଷତି ହିସାବ :-
ଖରିଫ ଋତୁରେ ଏକ ଏକର ଜମିରେ ରୋଇବା ପାଇଁ ମସଣା ପ୍ରକାର ତଳ ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚର ହିସାବ |
ଖର୍ଚ୍ଚ |
ଉଦ୍ୟୋଗୀ (ଟଙ୍କାରେ) |
କୃଷକ (ଟଙ୍କାରେ) |
ବହନ ଖର୍ଚ୍ଚ |
୩୭୨ |
୩୪୬ |
ହଳ କରିବା ଓ କାଦୁଅ କରିବା (ଟ୍ରାକ୍ଟର) ଖର୍ଚ୍ଚ |
୭୨ |
୮୧ |
ରାସାୟନିକ ସାର ଖର୍ଚ୍ଚ |
୦୭ |
୩୭ |
ଜୈବିକ ଖତ (ପରିବହନ ସହିତ) ଖର୍ଚ୍ଚ |
୨୪ |
୫୭ |
ଘାସମରା ଔଷଧ ଖର୍ଚ୍ଚ |
୦ |
୦ |
ଜୀବନାଶକ ଔଷଧ ଖର୍ଚ୍ଚ |
୦୭ |
୧୦ |
ଜଳସେଚନ ଖର୍ଚ୍ଚ |
୧୦ |
୫୯ |
ଶ୍ରମିକ ଖର୍ଚ୍ଚ |
୧୫୪ |
୨୧୨ |
ଅନ୍ୟାନ୍ୟ ଖର୍ଚ୍ଚ (ପଲିଥିନ, ନଡା ଇତ୍ୟାଦି) |
୫୬ |
୭୨ |
ମୋଟ ୧ (ତଳ ଉପାଡିବା ଖର୍ଚ୍ଚ ବ୍ୟତୀତ) |
୭୦୨ |
୮୭୪ |
ତଳି ୨ (ତଳି ଉପାଡିବା ଖର୍ଚ୍ଚ ସହିତ) |
୧୮୭ |
୨୧୦ |
ମୋଟ ୨ (ତଳ ଉପାଡିବା ଖର୍କ୍କ ସହିତ) |
୮୮୯ |
୧୦୮୪ |
ଓଡିଶାର ତିନୋଟି ଜିଲ୍ଲାରେ (ପୁରୀ, ବାଲେଶ୍ଵର , ଓ ଭଦ୍ରକ) ମସଣା ପ୍ରକାର ତଳି ଉତ୍ପାଦନ କରୁଥିବା ୩୦ ଜଣ ଉଦ୍ୟୋଗୀ ଏବଂ ନିଜ ବ୍ୟବହାର ପାଇଁ ମସଣା ପ୍ରକାର ତଳ ଉତ୍ପାଦନ କରୁଥିବା ଅ ୪୩ ଜଣ କୃଷକନ୍କୁନେଇ କରାଯାଇଆଥିବା ଏକ ସର୍ଭେରୁ ଫଳାଫଳ ଆଧାରରେ ।
ଓଡିଶାର ଅଧିକାଂଶ କୃଷକ ଆଜି ମସଣା ପ୍ରକାର ତଳି ଉତ୍ପାଦନ କରନ୍ତି । ତେବେ ଶୁଷ୍କ ମସଣା ପ୍ରକାର ତଳ ଉତ୍ପାଦନ ପାଇଁ ଅଧିକ ଶ୍ରମ ଶକ୍ତି ଓ ଜଳସେଚନ ଆବଶ୍ୟକ ହେଉଥିବା ଯୋଗୁଁ ଖର୍ଚ୍ଚ ସାମାନ୍ୟ ଅଧିକ (୧୦୦ ଟଙ୍କା) ହୋଇପାରେ ।
ମସଣା ପରକାର ତଳ ଉତ୍ପାଦନର ଲାଭ (ଏକଏକର ଜମିରେ ରୋଇବା ପାଇଁ ତଳି ଏହା ଖର୍ଚ୍ଚ/ମୂଲ୍ୟରେ ତଳି ଉପାଡିବା ଖର୍ଚ୍ଚ ମିଶୁ ନାହିଁ ) ।
ମ୍ୟାଟ ତଳ ବ୍ୟବସାୟରେ ଲାଭାଂଶ (ତଳ ଏକ ଏକର ଜମିରେ ରୋପଣ ହେବ ଆବଶ୍ୟକ । ତଳ ଉପାଡିବା ପାଇଁ ଖର୍ଚ୍ଚ ବାଦ ଦିଆଯାଇଛି ।) ।
ଏକ ଏକର ଜମିରେ ରୋଇବା ପାଇଁ ଉଦ୍ଧିଷ୍ଟ ତଳ ପ୍ରସ୍ତୁତ ଦ୍ଵାରା ଜଣେ ମସଣା ପ୍ରକାର ତଳ ପ୍ରସ୍ତୁତକାରୀ ୩୪୮ ଟଙ୍କା ଲାଭ ପାଇବେ । ଏକ ଏକର ଜମିରେ ରୋଇବା ନିମନ୍ତେ ତଳି କିଣିବା ପାଇଁ କୃଷକ ବା କ୍ରେତାଙ୍କୁ ୧୦୫୦ ଟଙ୍କା ଦେବାକୁ ପଡିଥାଏ । ନିଜ ଦ୍ଵାରା ତଳି ଉତ୍ପାଦନ ଖର୍ଚ୍ଚ (୮୭୪ ଟଙ୍କା) ତୁଳନାରେ ଏହା ୧୭୬ ଟଙ୍କା ଅଧିକ ଅଟେ । କିନ୍ତୁ ଏହାଦ୍ଵାରା ଯେ କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ସେସବୁକୁ ଧାନ ତଳ ପାଇଥାନ୍ତି ।
ବିଦ୍ର :- ଉପରୋକ୍ତ ଲାଭାଂଶରେ ତଳି ଉପାଡିବା ଏବଂ ପରିବହନ ଖର୍ଚ୍ଚକୁ ବାଦ ଦିଆଯାଇଛି । ଏହା ମାନ ନିଆଯାଇଛି ଯେ ବିକ୍ରେତା ଏହି ଖର୍ଚ୍ଚକୁ ବହନ କରୁଛନ୍ତି ।
ମସଣା ପ୍ରକାର ତଳି କ୍ରେତାଙ୍କ ବିଷୟରେ ତଥ୍ୟ ସଂଗ୍ରହ :-
ତଳି ବ୍ୟବସାୟର ଅଧିକ ଲାଭ ପାଇବା ନିମନ୍ତେ ଖତଗଦା ପରିଚାଳନା ଗୁରୁତ୍ଵ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ବୁଝାଇ ଦିଅନ୍ତୁ । ତଳି ବିକ୍ରି ପାଇଁ ମିଳୁଥିବା ବରାଦ ବିଷୟରେ ତଥ୍ୟ ସଂଗ୍ରହ ନିମ୍ନତେ ନିମ୍ନ ବ୍ୟବହାର କରାଯାଇପାରେ । ଏହି ତଥ୍ୟ ଆଗାମୀ ବର୍ଷ ମସଣା ତଳ ପ୍ରସ୍ତୁତ ପାଇଁ ଯୋଜନା କରିବାରେ ସହାୟକ ହେବ । ଏଥିସହିତ ମସଣା ତଳି ବିକ୍ରି ପାଇଁ ଯଥେଷ୍ଟ କ୍ରେତା ରହିଛନ୍ତି ଓ ଏହା ଲାଭଜଣକ ହୋଇପାରିବ ବୋଲି ଧାରଣା ଜାଣି ପାରିବେ ।
କୃଷକଙ୍କ ନାମ ଓ ଠିକଣା |
ମୋବାଇଲ ନଂ |
ଜମିର ପରିମାଣ |
ଧାନରୁଆ ଯିବା ତାରିଖ (ଆନୁମାନିକ) |
|
|
|
|
|
|
|
|
|
|
|
|
ଅଧିବେଶନ ଶେଷରେ କୌଣସି ସନ୍ଦେହ ଥିଲେ ଏ ବିଷୟରେ ପଚାରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ । ସେସବୁ ସନ୍ଦେହଦୂର କରିବା ପାଇଁ ଚେଷ୍ଟା କରନ୍ତୁ ।
ଆଧାର – www.csisa.org
ll
Last Modified : 12/11/2019