ହୋମ / କୃଷି / ଶସ୍ୟ ଉତ୍ପାଦନ / ଧାନ ଫସଲ ପାଇଁ ଜଳବାୟୁ ଓ ମୃତ୍ତିକା
ସେଆର କରନ୍ତୁ

ଧାନ ଫସଲ ପାଇଁ ଜଳବାୟୁ ଓ ମୃତ୍ତିକା

ଧାନ ଫସଲ ପାଇଁ ଜଳବାୟୁ ଓ ମୃତ୍ତିକାର ସୂଚନା ।

ଆପଣମାନେ ଜାଣନ୍ତି ଯେ ସବୁ ଋତୁରେ ସବୁ ଫସଲ ହୁଏ ନାହିଁ ବା ସବୁ ଜଳବାୟୁ ସବୁ ଫସଲ ପାଇଁ ଅନୁକୂଳ ନୁହେଁ । ଆମ ଭାରତରେ ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ ପ୍ରଭୃତି ରାଜ୍ୟରେ ଗହମ, ସୋରିଷ, ଆଳୁ ପ୍ରଭୃତି ଫସଲ ଖୁବ୍ ଭଲ ହେଉଥିବା ବେଳେ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟମାନଙ୍କରେ ଧାନ ଫସଲ ଖୁବ୍ ଭଲ ହୁଏ । ସେହିପରି ସେଓ, ନାସ୍ପାତି ପ୍ରଭୁତି ଫଳ, ହିମାଚଳ ପ୍ରଦେଶ ଓ କାଶ୍ମୀରରେ ଭଲ ଫଳୁଥିବା ବେଳେ ସମୁଦ୍ର ଉପକୂଳବର୍ତ୍ତୀ । ଅଞ୍ଚଳରେ ନଡ଼ିଆ ଓ ଗୁଆ, ଭଲ ହୋଇଥାଏ । ତେଣୁ ଯେ କୌଣସି ଫସଲ ଚାଷ କରିବା ସମୟରେ ସେହି ଫସଲ ପାଇଁ ଆବଶ୍ୟକ ହେଉଥିବା ଜଳବାୟୁ, ବିଷୟରେ ଜାଣିବା ଉଚିତ୍ ।

ସାଧାରଣତଃ ଜଳବାୟୁ କହିଲେ ଆମେ ବର୍ଷା, ଖରା ଓ ତାପମାତ୍ରା ପ୍ରଭୃତିର ପ୍ରଭାବକୁ ବୁଝିଥାଉ । ଏହି ସବୁ ଉପାଦାନ ଉପରେ ଯେ କୌଣସି ଗଛ ବା ଫସଲର ବଢ଼ିବା ଓ ଫଳିବା ନିର୍ଭର କରିଥାଏ । ତେବେ ଆମେ ଏହି ପୀଠରେ ଧାନ ଫସଲ ପାଇଁ ଆବଶ୍ୟକ ହେଉଥିବା ଜଳବାୟୁ ବିଷୟରେ ଆଲୋଚନା କରିବା ।

ଆମ ଦେଶରେ ବର୍ଷାକୁ ସାଧାରଣତଃ ଦୁଇଥର ଧାନ ଚାଷ କରାଯାଇଥାଏ । ପ୍ରଥମ ଫସଲ  ଖରିଫ୍ ବା ବର୍ଷାଦିନେ ଓ ଅନ୍ୟ ଫସଲଟି ରବି ବା ଖରା ଦିନେ ନିଆଯାଇ ପାରୁଛି । କେରଳ ଓ ତାମିଲନାଡୁରେ ବର୍ଷାକୁ ତିନୋଟି ଧାନ ଫସଲ ମଧ୍ୟ ନିଆଯାଏ । ଜାପାନର ଚାଷୀମାନେ ମଧ୍ୟ ବର୍ଷାକ ଭିତରେ ତିନୋଟି ଧାନ ଫସଲ ଚାଷ କରିଥାନ୍ତି ।

ବର୍ଷାଋତୁରେ ଆକାଶ ସାଧାରଣତଃ ମେଘୁଆ ରହେ, ଉତ୍ତାପ ଆସ୍ତେ ଆସ୍ତେ କମିଯାଏ ଏବଂ ସୂର୍ଯ୍ୟକିରଣର ତେଜ ମଧ୍ୟ ହ୍ରାସ ପାଇଥାଏ । କିନ୍ତୁ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥାଏ ଏବଂ ବେଳେବେଳେ ଝଡ଼ ବତୀଶ ମଧ୍ୟ ହୋଇଥାଏ । ମାତ୍ର ରବି ରତ୍ନରେ ଉତ୍ତାପ ଆସ୍ତେ ଆସ୍ତେ ବଢ଼େ । ଆକାଶ ପ୍ରାୟ ନିର୍ମଳ ରହେ ଏବଂ ସୂର୍ଯ୍ୟକିରଣ ଉଜ୍ଜଳ ରହିଥାଏ । ବାୟୁମଣ୍ଡଳରେ ଆର୍ଦ୍ରତା କମ୍ ରହେ ଓ ଅଧିକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ରହିଥାଏ । ଏହି ସବୁ କାରଣରୁ ଆମ ଦେଶରେ ରବି ଋତୁରେ ଧାନ ଅମଳ ଖରିଫ୍ ଋତୁ ଅପେକ୍ଷା ଅଧିକ ହୋଇଥାଏ ।

ପୃଥିବୀର ଅନେକ ଦେଶରେ ଧାନ ହେଉଥଲେ ମଧ୍ୟ ସବୁ ଦେଶରେ ସମାନ ପରିମାଣରେ ଅମଳ ହୋଇ ନ ଥାଏ । କେତେକ ଦେଶରେ ଏକ ର ପିଛା ୪ କ୍ଵିଣ୍ଟାଲ ଅମଳ ହେଉଥିବା ବେଳେ ଅନ୍ୟ କେତେକ ଦେଶରେ ୨୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ମଧ୍ୟ ଅମଳ ହୋଇଥାଏ । ଧାନ ଫସଲର ଅମଳ ବର୍ଷା, ଖରା, ଉତ୍ତାପ, ମାଟି ଓ ବାୟୁମଣ୍ଡଳ ଆର୍ଦ୍ରତା ଉପରେ ନିର୍ଭର କରିଥାଏ ।

ବର୍ଷା

ଆମ ରାଜ୍ୟରେ ବର୍ଷାଦିନେ ଅଧିକ ଜମିରେ ଧାନଚାଷ ହୋଇଥାଏ । ସାଧାରଣତଃ ଓଡ଼ିଶାରେ ବର୍ଷାକୁ ହାରାହାରି ୧୫୦୦ ମିଲିମିଟର ବା ୬୦ ଇଞ୍ଚ ବର୍ଷା ହୋଇଥାଏ ଓ ଏଥିରୁ ପ୍ରାୟ ୪୮ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ଜୁନ୍ ଠାରୁ ସେପ୍ଟେମ୍ବର ଭିତରେ ହୁଏ । ତେବେ ଏକ ସମୟରେ ଅଧିକ ବର୍ଷା ହେଲେ ପାଣି ବୋହିଯାଏ । ତେଣୁ ବର୍ଷା  ଯଦି ଅଧିକ ପରିମାଣରେ ଅଧିକ ଦିନ ପର୍ଯ୍ୟନ୍ତ ହେଉଥାଏ ତେବେ ତାହା ଫସଲର ଉପକାର କରିଥାଏ । ବର୍ଷା ଯଦି ଜୁନ୍‌ରୁ ଆରମ୍ଭ ହୋଇ ସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ ନିୟମିତ ଭାବେ ହୁଏ ତେବେ ଧାନ ଫସଲର ଡାହା ବହୁତ ଉପକାର କରିଥାଏ ଓ ଅମଳ ମଧ୍ୟ ଅଧିକ ମିଳିଥାଏ । ଜୁନ୍-ଜୁଲାଇରେ ବର୍ଷା ହୋଇ ଅଗଷ୍ଟ-ସେପ୍ଟେମ୍ବର ମାସରେ ଯଦି ବର୍ଷାର ପରିମାଣ କମିଯାଏ, ତେବେ ଧାନ ଫସଲର ବହୁତ କ୍ଷତି ହୋଇଥାଏ । ଏପରିକି ରୁଆ, ବେଉଷଣ ଇତ୍ୟାଦି ଠିକ୍ ରୂପେ ହୋଇପାରେ ନାହିଁ । ସେହିପରି ଯଦି ଏକାଦିକ୍ରମେ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ବର୍ଷା  ଛାଡ଼ି ଯାଏ, ଡିପ ଓ ମଝାଳିଆ ଜମିର ମଧ୍ୟ ବହୁତ କ୍ଷତି ହୋଇଥାଏ । ପରୀକ୍ଷା ଦ୍ଵାରା ଜଣା ଯାଇଅଛି ଯେ ଜୁଲାଇ ମାସ ପରଠାରୁ ଧାନ, ରୁଆ ଯେତିକି ଡେରି ହୁଏ। ଅମଳ ସେହି ଅନୁପାତରେ କମିଯାଏ ।

ଡାଳୁଆ ଧାନ ପାଇଁ ସାଧାରଣତଃ ଡିସେମ୍ବର ମାସରେ ତଳି ପଡ଼େ ଓ ଜାନୁୟାରୀ ମାସରେ ରୂଆ ଯାଏ । ଫ୍ରେବୃୟାରୀ ଠାରୁ ମଇ ପର୍ଯ୍ୟନ୍ତ ଆମ ରାଜ୍ୟରେ ଖୁବ୍ କମ୍ ବର୍ଷା ହୋଇଥାଏ । ଅବଶ୍ୟ ବେଳେବେଳେ ଏହି ସମୟରେ ତୋଫାନ ହୋଇ କୁଆପଥର ପଡ଼େ ଓ ତାହା ଡାଳୁଆ ଧାନର ପ୍ରଭୁତ କ୍ଷତି କରିଥାଏ । ଫ୍ରେବୃୟାରୀ ଠାରୁ ଅପ୍ରେଲ୍  ପର୍ଯ୍ୟନ୍ତ ଯଦି ଅଛି ଅଞ୍ଚି ବର୍ଷା ହୁଏ ତେବେ ତାହା ଡାଳୁଆ ଧାନର ବହୁତ ଉପକାର କରିଥାଏ । ଆମ ରାଜ୍ୟର ଅନେକ ଚାଷୀ ଜାନୁୟାରୀ-ଫ୍ରେବୃୟାରୀ ମାସରେ ତଳି ପକାଇ ମାର୍ଚ୍ଚ-ଅପ୍ରେଲ୍ ଆଡ଼କୁ ରୋଇଥାନ୍ତି । ଫଳରେ ଧାନ ମଇ ଶେଷ ବା ଜୁନ୍ ଆଡ଼କୁ ପାଚିଥାଏ । ଏହି ସମୟରେ ବର୍ଷା ହେଲେ ଧାନ ଅମଳ କରିବାରେ ବହୁତ ଅସୁବିଧା ହୋଇଥାଏ । ତେଣୁ ଫ୍ରେବୃୟାରୀ ମାସର ପ୍ରଥମ ସପ୍ତାହ ପରେ ଡାକୁଆ ଧାନ ରୋଇବା ଉଚିତ୍ ନୁହେଁ ।

ବର୍ଷାଦିନିଆ ଧାନ ବା ଶାରଦ ଧାନ ସାଧାରଣତଃ ଜୁନ୍ ମାସରେ ବୁଣାଯାଇ ଅକ୍ଟୋବର/ନଭେମ୍ବର ମାସରେ କଟାଯାଏ । ଏହି ସମୟ ଭିତରେ ନିୟମିତ ବର୍ଷା ନ ହେଲେ ରୁଆ / ବେଉଷଣ ହୋଇ ପାରେନାହିଁ । ସେହିପରି ଧାନ ଫୁଲ ଉଡ଼ାଇବାର ୧୫ ଦିନ ଆଗରୁ ବର୍ଷା ଛାଡ଼ିଗଲେ କେଣ୍ଡା ବାହାରିବାରେ ଅସୁବିଧା ହୁଏ ଓ ଅଧିକ ଅଗାଡ଼ି ହୋଇଥାଏ । ଧାନ ଫୁଲ ଉଡ଼ାଇବା ସମୟରେ ଅଧିକ ବର୍ଷା ଓ ପବନ ହେଲେ ତାହା ମଧ୍ୟ ଧାନର କ୍ଷତି କରିଥାଏ ।

ଉତ୍ତାପ

ଗୋଟିଏ ସ୍ଥାନର ହାରାହାରି ଉତ୍ତାପ ସେହି ସ୍ଥାନର ସବୁଠାରୁ ଅଧକ ଓ ସବୁଠାରୁ କମ୍। ଉତ୍ତାପକୁ ନେଇ ସ୍ଥିର କରାଯାଇଥାଏ । ବିଷୁବରେଖା ଅଞ୍ଚଳରେ ଉତ୍ତାପ ସର୍ବାଧିକ ଓ ମେରୁଅଞ୍ଚଳରେ ସବୁଠାରୁ କମ୍। ଉତ୍ତାପ ଅନୁଭୁତ ହୁଏ ।

ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦିନ ଓ ରାତି ମଧ୍ୟରେ ଉତ୍ତାପର ବିଶେଷ ପାର୍ଥକ୍ୟ ଦେଖାଯାଏ ନାହିଁ । କିନ୍ତୁ ସମୁଦ୍ର ଠାରୁ ଦୂରରେ ଅବା ସ୍ଥାନ ମାନଙ୍କରେ ସର୍ବାଧିକ ଓ ସର୍ବନିମ୍ନ ଉତ୍ତାପରେ ଅନେକ ପାର୍ଥକ୍ୟ ଦେଖାଯାଇଥାଏ । ସେହିପରି କୌଣସି ସ୍ଥାନର ଅବସ୍ଥିତି ସମୁଦ୍ର ପତନଠାରୁ ଯେତେ ଉଚ୍ଚରେ ହେବ ତାହାର ତାପମାତ୍ରା ମଧ୍ୟ ସେତେ କମ୍ ହେବ । ଉଦାହରଣ ସ୍ଵରୂପ, ଯଦି ସମୁଦ୍ର ପତ୍ତନର ଉତ୍ତାପ ୩୦ ଡିଗ୍ରୀ ସେଲ୍ସିୟସ୍ ହୋଇଥାଏ, ତେବେ ସମୁଦ୍ର ପତ୍ତନ ଠାରୁ ୩୦୦୦ ଫୁଟ ଉଚ୍ଚରେ ଅବା ସ୍ଥାନର ଉତ୍ତାପ ପ୍ରାୟ ୨୪ ଡିଗ୍ରୀ ସେଲ୍ସିୟସ୍ ହେବ ।

ଖୁବ୍ ଅଧିକ ବା ଖୁବ୍ କମ୍ ଉତ୍ତାପ ଫସଲ ପାଇଁ ଅନୁକୂଳ ନୁହେଁ । ସାଧାରଣତଃ ଅଧିକାଂଶ ଗଛର ବୃଦ୍ଧି ୨୦ ଡିଗ୍ରୀ ଠାରୁ ୩୦ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ଭଲ ହୋଇଥାଏ । ୨୦ ଡିଗ୍ରୀ ସେଲ୍ସିୟସ୍ ଠାରୁ ଉତ୍ତାପ କମିଗଲେ ଧାନ ଫସଲରେ ବହୁତ ଅଗାଡ଼ି ହୋଇଥାଏ । ଧାନ ଫସଲ ପାଇଁ ବିଭିନ୍ନ ସମୟରେ କେତେ ଉତ୍ତାପ ଆବଶ୍ୟକ, ତାହା ନିମ୍ନଲିଖିତ ଟେବୁଲରୁ ଜଣାପଡ଼ିବ ।

ଟେବୁଲ୍

ଧାନର ବୃଦ୍ଧି ଅବସ୍ଥା

ଆବଶ୍ୟକ ହେଉଥିବା ଉତ୍ତାପ (ଡିଗ୍ରୀ ସେଲ୍ସିୟସ୍ ହିସାବରେ)

ଗଜା ହେବା ପାଇଁ

୧୫-୩୫ ଡିଗ୍ରୀ

ଚେର ଦେବାପାଇଁ

୨୫-୨୮ ଡିଗ୍ରୀ

ପିଲ ଦେବାପାଇଁ

୨୫-୩୧ ଡିଗ୍ରୀ

ପାଚିବା ପାଇଁ

୨୦-୨୫ ଡିଗ୍ରୀ

ଜଳବାୟୁ ଅତି ଥଣ୍ଡା ହୋଇଗଲେ ମଞ୍ଜିରୁ ଗଜା ହୁଏ ନାହିଁ ବା ଗଜା ହେଲେ ତାହା ବଢ଼େ ନାହିଁ । ପତ୍ର ଧଳା ପଡ଼ିଯାଏ, କେଣ୍ଡା ବାହାରେ ନାହିଁ ବା ବାହାରିଲେ ସମ୍ପୂର୍ଣ୍ଣ ବାହାରି ନଥାଏ । ଥୋଡ଼ ବାହାରିବାକୁ ଡେରି ହୁଏ ଏବଂ କେଣ୍ଡାରେ ବହୁତ ଅଗାଡ଼ି ହୋଇଯାଏ । ସାଧାରଣତଃ ଗଛ ନ ବଢ଼ିବା ଓ କେଣ୍ଡାରେ ଅଗାଡ଼ି ହେବା ପ୍ରାୟ ଅଧିକାଂଶସ୍ଥାନରେ ଦେଖା ଯାଇଥାଏ । ସେହିପରି ଯଦି ଉତ୍ତାପ ଖୁବ୍ ଅଧିକ ହୋଇଥାଏ, ତେବେ କେଣ୍ଡାରେ ବହୁତ ଧାନ ମଧ୍ୟ ଅଗ୍ରାଡ଼ି ହୁଏ ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡ଼େ ଯେ, ଧାନ ଗଜା ହେବା ପାଇଁ ୧୫ ରୁ ୩୫ ଡିଗ୍ରୀ ସେଲ୍ସିୟସ୍ ଉତ୍ତାପ ଦରକାର । ଏହାଠାରୁ କମ୍ ଉତ୍ତାପ ହେଲେ ଧାନରୁ ଗଜା ହୁଏ ନାହିଁ । ଆମ ରାଜ୍ୟରେ ଡିସେମ୍ବର ଠାରୁ ଜାନୁୟାରୀ ମାସରେ ଉତ୍ତାପ କମ୍ ରହୁଥିବାରୁ ଗଜା ହେବାକୁ ଡେରି ହୁଏ । ସେଥିପାଇଁ ଚାଷୀମାନେ ବୁଣିବା ପୂର୍ବରୁ ଗରମ ପାଣି ଦେଇ ବିହନକୁ ଗଜା କରିଥାନ୍ତି ।

ବର୍ଷାଦିନିଆ ଧାନ ପାଇଁ ଏ ପ୍ରକାରର ଅସୁବିଧା ପ୍ରାୟ ଦେଖାଯାଏ ନାହିଁ । ବର୍ଷାଦିନେ ଉତ୍ତାପ ଅଧିକ ଥିବାରୁ ୧୫ ରୁ ୨୦ ଦିନ ଭିତରେ ତଳି ୬ ଇଞ୍ଚ ଉଚ୍ଚତା ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ଶୀତଦିନେ ଉତ୍ତାପ କମ୍ ଥିବାରୁ ସେହି ଉଚ୍ଚର ତଳି ହେବା ପାଇଁ ୨୫ ରୁ ୩୦ ଦିନ ସମୟ ଲାଗିଥାଏ । ପିଲାଦେବା ବେଳେ ମଧ୍ୟ ବାୟୁମଣ୍ଡଳର ଉତ୍ତାପ ଅଧିକ ରହିବା ଉଚିତ୍ । ଫୁଲ ଧରିବା ସମୟରେ ଉତ୍ତାପ କମିଗଲେ ଦାନା ଛୋଟ ହୋଇଯାଏ ଓ କେଣ୍ଡାରେ ଅନେକ ଅଗ୍ରାଡ଼ି ହୁଏ । କିନ୍ତୁ ଉତ୍ତାପ ଯଦି ଅଧିକାଂଶ ହୋଇଥାଏ। ଅର୍ଥାତ୍ ୩୦ ଡିଗ୍ରୀ ସେଲ୍ସିୟସରୁ ଅଧିକ ହୁଏ ଓ ଜମି ଶୁଖିଲା ଥାଏ, ତେବେ ଅଗାଡ଼ି ପରିମାଣ ଅଧିକ ହୁଏ । ଶୀତଦିନେ କମ୍। ଉତ୍ତାପ ଅବାରୁ ଗଛ ବଢ଼ିବାକୁ ବେଶୀ ସମୟ ଲାଗେ । ଫଳରେ ବର୍ଷାଦିନ ଅପେକ୍ଷା ଅମଳ ହେବା ପାଇଁ ତାହା ଅଧିକ ସମୟ ନେଇଥାଏ । ଲଲାଟ କିସମ ଧାନ ପାଚିବା ପାଇଁ ବର୍ଷାଦିନେ ୧୨୫ ଦିନ ହେଉଥିବା ବେଳେ ଡାଳୁଆ ସମୟରେ ଥଣ୍ଡା ପାଗ ଯୋଗୁଁ ୧୩୦ ଦିନ ନେଇଥାଏ ।

ଆଲୋକ

ଯେ କୌଣସି ଗଛ ତାହାର ସବୁଜ ପତ୍ର ସାହାଯ୍ୟରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ତାହାକୁ ଶ୍ଵେତସାର ଜାତୀୟ ଖାଦ୍ୟରେ ପରିଣତ କରିଥାଏ । ଏହି କାର୍ଯ୍ୟଟି କେବଳ ଖରା ପଡ଼ୁଥିବା ସମୟରେ ହୁଏ । ତେଣୁ ଗଛର ବୃଦ୍ଧି, ବିକାଶ ଓ ଫଳିବା ପାଇଁ ସୂର୍ଯ୍ୟ କିରଣର ଆବଶ୍ୟକତା ଖୁବ୍ ବେଶି । ଧାନ ଫସଲ ମଧ୍ୟ ସୂର୍ଯ୍ୟକିରଣ ଦ୍ଵାରା ବହୁ ପରିମାଣରେ ପ୍ରଭାବିତ ହୋଇଥାଏ । ଗଛ ବଢୁଥିବା ସମୟରେ ଯଦି ଖରାର ପରିମାଣ କମିଯାଏ, ତେବେ ତାହା ଅମଳ କମାଇ ଦିଏ । କିନ୍ତୁ ଧାନରୁ ଥୋଡ଼ ବାହାରୁଥିବା ସମୟରେ ଯଦି ଖରା କମିଯାଏ ବା ଆକାଶ ମେଘୁଆ ରହେ, ତେବେ ଅମଳ ଅଧିକ ପରିମାଣରେ ବାଧାପ୍ରାପ୍ତ ହୁଏ । ତେଣୁ ଧାନ ଥୋଡ଼ ବାହାରିବା ଓ ପାଚିବା ସମୟରେ ଆକାଶ ନିର୍ମଳ ରହିଲେ ଅମଳ ଅଧିକ ହୋଇଥାଏ ।

ଶାରଦା ଧାନ କିସମରେ ଦିନ ଛୋଟ ହୋଇ ଆସିଲେ ଫୁଲ ଧରେ, କିନ୍ତୁ ଡାଳୁଅ ଧାନରେ ଫୁଲ ଧରିବା ସହିତ ଛୋଟ ବା ବଡ଼ ଦିନର କୌଣସି ସମ୍ପର୍କ ନ ଥାଏ ।

ତଥାପି ଯଯାତି ପ୍ରଭୃତି କେତେକ ଅଧିକ ଅମଳକ୍ଷମ ଧାନ ବିହନକୁ ଫ୍ରେବୃୟାରୀ ପରେ ରୋଇଲେ ତହିଁରେ ଫୁଲ ଧରେ ନାହିଁ । ଓଡ଼ିଶାରେ ବର୍ଷାଦିନେ ମେଘୁଆ ପାଗ ଯୋଗୁଁ ଦିନକୁ ହାରାହାରି ୪-୫ ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ମିଳୁଥିବା ବେଳେ ଶୀତଦିନେ ଆକାଶ ନିର୍ମଳ ରହୁଥିବାରୁ ୯-୧୦ ଘଣ୍ଟା ପର୍ଯ୍ୟନ୍ତ ଆଲୋକ ମିଳିଥାଏ । ଏହି କାରଣରୁ ଡାଳୁଅ ଫସଲରେ ଗଛ ଅଧିକ ଖାଦ୍ୟ ତିଆରି କରେ ଓ ଅଧିକ ଅମଳ ମଧ୍ୟ ଦେଇଥାଏ ।

ଆର୍ଦ୍ରତା

ବାୟମଣ୍ଡଳରେ ଅବା ଜଳୀୟ ବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ । ବର୍ଷାଦିନେ ବାୟୁମଣ୍ଡଳରେ ଆଦ୍ରିତୀ ବେଶୀ ଥାଏ ଓ ଶୀତଦିନେ ଆର୍ଦ୍ରତା କମ ଥାଏ । ଆର୍ଦ୍ରତା କମ ଥଲେ ବିଲରୁ ଅଧିକ ପାଣି ବାଷ୍ପ ହୋଇ ଆକାଶକୁ ଉଡ଼ିଯାଏ । ସେଥିପାଇଁ ବର୍ଷାଦିନ ଅପେକ୍ଷା ଡରୁଆ ଚତୁରେ ଧାନ କିଆରୀରେ ଅଧିକ ପାଣି ଦରକାର ହୋଇଥାଏ । ଆର୍ଦ୍ରତା ଅତି ଅଧିକ ହେଲେ ଧାନ ଫସଲରେ ଚିତା ରୋଗ ଓ କାହାଳିଆ ପୋକ ବେଶି ପରିମାଣରେ ଦେଖାଯାଏ ।

ବାୟୁ ପ୍ରବାହ

ପବନ ଖୁବ ଜୋରରେ ବହିଲେ, ଫସଲର ବହୁତ କ୍ଷତି ହୋଇଥାଏ । କିନ୍ତୁ ପବନ ଆସ୍ତେ ଆସ୍ତେ ବହିଲେ ଗଛ। ଅଧିକ ପରିମାଣରେ ଅଙ୍ଗାରକାମ୍ଳ ସଂଗ୍ରହ କରି ଶୀଘ୍ର ବଢ଼ିଥାଏ । ଫୁଲ ଉଡ଼ାଇବା ସମୟରେ ଅଧିକ ବେଗରେ ପବନ ବହିଲେ କେଣ୍ଡାରେ ଅଗାଡ଼ି ହୋଇଯିବାର ସମ୍ଭାବନା ବଢ଼ିଯାଏ । ବର୍ଷାଦିନେ ଧାନ ବାହାରିବା ପରେ ଯଦି ଜୋରରେ ପବନ ହୁଏ, ତେବେ ଗଛ ଗୁଡ଼ିକ ଶୋଇପଡ଼େ । ଫଳରେ ଅମଳ ବାଧାପ୍ରାପ୍ତ ହୁଏ ଓ ଧାନ କାଟିବାରେ ଅସୁବିଧା ଦେଖାଯାଏ । ଜୋରରେ ପବନ ବହିଲେ, ପାଚିଲା। ଧାନ ଝଡ଼ିପଡ଼ିବାର ସମ୍ଭାବନା ଥାଏ।

ଧାନ ଫସଲ ପାଇଁ ମାଟି

ଧାନ ଫସଲ କାଦୁଆ ବା ମଟାଳ ମାଟିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମାଟିରେ ହୋଇଥାଏ । ସବୁ ଗଛ ପରି ଧାନ ଗଛ ମଧ ମାଟିରୁ ପାଣି ଓ ଖାଦ୍ୟ ପଦାର୍ଥ ସଂଗ୍ରହ କରିଥାଏ । ତେଣୁ ଗଛର ବୃଦ୍ଧି, ବିକାଶ ଓ ଅମଳ ପାଇଁ ମାଟିର ଉର୍ବରତା ଯଥେଷ୍ଟ ହେବା ଉଚିତ୍ ।

ଧାନ ପାଇଁ କାଦୁଆ ମାଟି ସବୁଠାରୁ ଉପଯୁକ୍ତ । ଯେଉଁ କାଦୁଆ ମାଟିରେ ଆବଶ୍ୟକ ପରିମାଣରେ ଖତ ବା ଜୈବିକ ପଦାର୍ଥ ଥାଏ । ସେହି ମାଟିରେ ଧାନ ଫସଲ ଭଲ ହୁଏ । କାରଣ ସେହି ମାଟିରେ ପାଣି ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ: ଓ ଧାନ ଫସଲ ପାଣି ରହୁଥ୍ ବା ବିଲରେ ଭଲ ହୁଏ । କ୍ଷୀରୀ ମାଟି ଅପେକ୍ଷା ଅମ୍ଳୀୟ ମାଟିରେ ଧାନ ଭଲ ହୋଇଥାଏ । ଆମ ରାଜ୍ୟର ଅନେକ ସ୍ଥାନରେ ତ୍ରିପ ଜମି ମାନଙ୍କରେ ମଧ୍ୟ ଚାଷୀମାନେ ଧାନ ଚାଷ କରିଥାନ୍ତି । ଏହିସବୁ ଜମିରୁ ଅଧିକ ଅମଳ ମିଳି ନ ଥାଏ । ପରୀକ୍ଷା ଦ୍ବାରା ଜଣାଯାଇ ଅଛି ଯେ, ଅତି ଡିପ ଜମିରେ ଧାନ ଚାଷ ନ କରି ମୁଗ, ବିରି, ଚିନାବାଦାମ, ମକା, ମାଣ୍ଡିଆ, ଭେଣ୍ଡି, ବାଇଗଣ ପ୍ରଭୃତି ଫସଲ କରିବା ଉଚିତ୍ । ଅବଶ୍ୟ ଜମିରେ ଯଦି ପାଣି ମଡ଼ାଇବାର ସୁବିଧା ଥାଏ ଓ ଧାନ ଚାଷ କରିବା ଏକାନ୍ତ ଆବଶ୍ୟକ ହୋଇଥାଏ, ତେବେ ହୁଏତ ଉପଯୁକ୍ତ ପରିମାଣରେ ସାର ଓ ଖତ ଦେଇ ଧାନ ଚାଷ କରାଯାଇପାରେ ।

ମଝାଳିଆ ଓ ଖାଲ ଜମିରେ ଧାନ ଚାଷୀ ଭଲ ହୋଇଥାଏ । କିନ୍ତୁ ଗୋଟିଏ କଥା ମନେ ରଖିବା ଉଚିତ୍ ଯେ, ଧାନ ଚାଷ ହେଉଥିବା ଜମିକୁ ସର୍ବଦା ସମତଳ ରଖାଯିବା ଆବଶ୍ୟକ, ଯେପରି କି ବିଲରେ ସବୁଆଡ଼େ ସମାନ ଗଭୀରରେ ପାଣି ରହିପାରିବ । ତେବେ ମଝାଳିଆ ଜମିରେ ୧୦୦ ଦିନରୁ ୧୨୦ ଦିନ ଭିତରେ ଅମଳ ହେଉଥିବା ଧାନ କିସମ ଯଥା- ପାରିଜାତ, ସୁଫଳା, ଶୁଭଦ୍ରା ଇତ୍ୟାଦି ଚାଷ କରିବା ଉଚିତ୍ ।

ଖାଲ ଜମିରେ ଚାଷ କରାଯାଉଥିବା ଧାନ ଫସଲରୁ କେତେକ ସ୍ଵତନ୍ତ୍ର ଲାଭ ମିଳିଥାଏ । ଏହିସବୁ ଜମିରୁ ପାଣି ଶୀଘ୍ର ଶୁଖିଯାଉ ନ ଥିବାରୁ ମରୁଡ଼ି ବେଳେ ଶୀଘ୍ର ନଷ୍ଟ ହୁଏ ନାହିଁ । ସେଥିପାଇଁ ଏ ପ୍ରକାର ଜମିରେ ଡେରିରେ ପାରୁଥିବା ଧାନ ଚାଷ କରାଯାଇଥାଏ । ଯେଉଁ ବିଲରେ ପାଣି ମଡ଼ାଇବାର ଓ ପାଣି କଟା ହେବାର ସୁବିଧା ଥାଏ ସେ ପ୍ରକାର ବିଲ ଧାନଚାଷ ପାଇଁ ଉତ୍କୃଷ୍ଣ । ଆମ ରାଜ୍ୟରେ ଅନେକ ଖାଲୁଆ ଜମି ଅଛି, ଯେଉଁଠାରୁ କି ବର୍ଷାଦିନେ ପାଣି କଟାଯାଇ ପାରିବ ନାହିଁ । ସେପରି ବିଲରେ ଧାନ ଚାଷରୁ ଅଧିକ ଅମଳ ପାଇବାକୁ ହେଲେ, କେତେକ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଉଚିତ୍ । ପୁନଶ୍ଚ ମାଟିକୁ ଉର୍ବର ରଖିବା ପାଇଁ ଆବଶ୍ୟକ ପରିମାଣରେ ଖତ ଦେବା, ଧଣିଚା, ଛଣି ପ୍ରଭୃତି ଗଛରୁ ସବୁଜ ସାର କରିବା ଏବଂ ମାଟି ପରୀକ୍ଷା କରି ଆବଶ୍ୟକ ରାସାୟନିକ ସାର ଦେବା ମଧ୍ୟ ଉଚିତ୍ । ଏସବୁ ବିଷୟରେ ପରେ ଆଲୋଚନା କରାଯିବ ।

ସଂଗୃହିତ –

ମୂଳ  ବିଷୟବସ୍ତୁ

  • ଅଧ୍ୟାପକ ଦାମୋଦର ପରିଡ଼ା, ଉଦ୍ଭିଦ ପ୍ରଜନନ ବିଭାଗ

ସଂଶୋଧିତ ବିଷୟ ବସ୍ତୁ

  • ପ୍ରାଧ୍ୟାପକ ଡଃ ପ୍ରଭାତ କୁମାର ରାଉଳ, ଓୟୁଏଟି
3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top