অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୌସୁମୀ ପାଇଁ ଜମି ପ୍ରସ୍ତୁତି ଓ ଫସଲ ପାଇଁ ଯୋଜନା

ମୌସୁମୀ ପାଇଁ ଜମି ପ୍ରସ୍ତୁତି ଓ ଫସଲ ପାଇଁ ଯୋଜନା

ଆସିଗଲାଣି ମୌସୁମୀ । କ୍ଷେତକୁ ଧାଇଁଲାଣି ଚାଷୀ । ଖରିଫ ଫସଲ ପାଇଁ ଏହି ଦୁଇ ତିନି ମାସ ଚାଷୀ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । କେଉଁ ଜମିରେ ଚାଷୀ କି ଫସଲ କରିବ, ଅମଳ କେତେ ହେବ । ଏହାକୁ ନେଇ ଚାଷୀ ମନରେ ଯେତିକି ଶଙ୍କା ସେତିକି ଚିନ୍ତା । ଚାଷୀ କ୍ଷେତର ଭୌଗୋଳିକ ସ୍ଥିତି ଅନୁସାରେ କେଉଁ ଜମିରେ କି ବିହନ ବୁଣିଲେ ଅଧିକ ଅମଳ ମିଳିବ ଏବଂ ନିଜ ଶ୍ରମର ଫଳ ମଧ୍ୟ ପାଇବା, ସେ ସମ୍ପର୍କରେ ଓୟୁଏଟି ବୈଜ୍ଞାନିକ କୁହନ୍ତି।

ଚଳିତ ବର୍ଷ ମୌସୁମୀ ବର୍ଷା ସ୍ଵାଭାବିକ ରହିବ । ଯାହା ଖରିଫ ଫସଲ ପାଇଁ ଅନୁକୂଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବର୍ତ୍ତମାନ ଚାଷୀ ଖରିଫ ଫସଲ ପାଇଁ ଅଣ୍ଟା ଭିଡିଥିବା ବେଳେ ଜମି କିସମକୁ ଆଖି ଆଗରେ ରଖି ଫସଲ ଚୟନ କରିବା ଜରୁରି ବୋଲ ଓୟୁଏଟ ପ୍ରଫେସର ଲାଳ ତ ମୋହନ ଗଡନାୟକ କୁହନ୍ତ । ତାଙ୍କ କନ୍ଦୁବା ଅନୁଯାୟୀ, ଆମ ରାଜ୍ୟରେ ଅଧିକାଂଶ ଜମିରେ ଜଳସେଚନର ସୁବିଧା ମିଳେ ନାହିଁ। ବୃଷ୍ଟି ଜଳ ଉପରେ ନିର୍ଭର କରି ଏସବୁ ଜମିରେ ଚାଷ କରାଯାଇଥାଏ ।

ଏସବୁ ଜମିରେ ବର୍ଷା ଋତୁରେ ଲାଭଜନକ ଫସଲ ଚାଷ କରାଯାଇପାରିବ । ବିଶେଷ କରି ଢିପ ବା ଉଚ୍ଚ ଜମିରୁ କିପରି ଅଧିକ ଲାଭ ମିଳିପାରିବ ସେ କଥା ଚିନ୍ତା କରିବାକୁ ପଡିବ । ଆମ ରାଜ୍ୟର ମୋଟ ଚାଷ ଜମିର ପ୍ରାୟ ଶତକଡ଼ା ୪୭ ଭାଗ ଜମି ହେଉଛି ଉଚ୍ଚ ଢିପ ଜମି । ଏଥିରୁ ଅଧିକାଂଶ ଭାଗ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ରହିଥାଏ । ବର୍ଷାଋତୁରେ ଏସବୁ ଜମିରେ ପାଣି ଜମା ରହେ ନାହିଁ । ମିଳୁଥିବା ବୃଷ୍ଟି ଜଳକୁ ସଦ୍‌ଉପଯୋଗ କରି ଏହି ଜମିମାନଙ୍କରେ ପନିପରିବା ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ କରାଯାଇପାରେ।

ଢିପ ଜମି ପାଇଁ ଫସଲ ଚୟନ

ଢିପ ଜମିରେ ବର୍ଷାଦିନେ ଧାନ ବଦଳରେ ଅଣଧାନ ଫସଲ କଲେ ଚାଷୀ ଅଧିକ ଲାଭ ପାଇପାରିବ । ଯେପରିକି ବାଇଗଣ, ଭେଣ୍ଡି, ଝୁଡଙ୍ଗ, ଲଙ୍କାମରିଚ, ବୋଇତି କଖାରୁ, କାକୁଡି, କଲରା, ଜହ୍ନି, ଲାଉ, ସାରୁ ଆଦି ପନିପରିବା ଚାଷ କରାଯାଇପାରିବ । ଏହାଛଡା ମକା, କପା , ମାଣ୍ଡିଆ ଆଦି ଚାଷ କଲେ ମଧ୍ୟ ଅଧିକ ଆୟ ମିଳିପାରିବ । ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବର୍ଷା ଋତୁରେ ମୂଳା, ବିଲାତି ବାଇଗଣ, ବନ୍ଧାକୋବି, ଫୁଲକୋବି ଆଦି ଚାଷ କରାଯାଇପାରେ । ଅଦା ଓ ହଳଦୀ ଫସଲ ଚାଷ କଲେ ମଧ୍ୟ କୃଷି କ୍ଷେତ୍ରରୁ ଆୟ ବୃଦ୍ଧି ପାଇବ। ପାହାଡିଆ ଅଞ୍ଚଳରେ ମଧ୍ୟ ଜିପ ଜମିରେ ଉଦ୍ୟାନ କୃଷି, ଅଦିନିଆ ପନିପରିବା ଓ ଅଣୁ ଶସ୍ୟ ଯେପରିକି ମକା, ମାଣ୍ଡିଆ, ସୁଆଁ, କୁନ୍ଦ ସହ କନ୍ଦଜାତୀୟ ଫସଲ ଚାଷ କରାଯାଇପାରିବ । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ଖାଲ ଜମିରେ ଧାନ ଚାଷ ସହ ଢିପ ଜମିରେ ବର୍ଷାଦିନିଆ ପନିପରିବା ଚାଷ କରାଯାଇପାରିବ।

ଢିପ ଜମିରେ ଏକ ଏକର ଜମିରେ ଝୁଡଙ୍ଗ ଚାଷ କଲେ । ପ୍ରାୟ ୩୦-୪୦ କ୍ଵିଣ୍ଟାଲ ଅମଳ ମିଳିପାରିବ । କିଲୋପ୍ରତି ୧୦ ଟଙ୍କା ଦରରେ ବିକ୍ରି କଲେ ୩୦-୪୦ ହଜାର ଟଙ୍କା ମିଳିପାରିବ । ଏକ ଏକର ଜମିରେ ବୋଇତି କଖାରୁ ଚାଷ କଲେ ପ୍ରାୟ ୧୦୦ କ୍ଵିଣ୍ଟାଲ ଅମଳ ମିଳିବ । କିଲୋ ପ୍ରତି ୫ ଟଙ୍କା ଦରରେ ବିକ୍ରି କରାଗଲେ । ୫୦ ହଜାର ଟଙ୍କା ମିଳିବ । ଜହ୍ନି ବା କାକୁଡି ଚାଷ କଲେ।

ଏକର ପ୍ରତି ୪୦-୫୦ କ୍ଲିଣ୍ଟାଲ ଅମଳ ମିଳେ । ଏହାକୁ ବିକ୍ରି କଲେ ୪୦-୫୦ ହଜାର ଟଙ୍କା ମିଳିବ । ଅବଶ୍ୟ ଖର୍ଚ୍ଚକୁ ବାଦ ଦେଲେ ୨୦-୩୦ ହଜାର ଟଙ୍କା ଲାଭ ପାଇବା କଷ୍ଟକର ହେବ ନାହିଁ ।

ମଝିଆଳ ଓ ଖାଲ ଜମି ପାଇଁ ପ୍ରସ୍ତୁତି

ଖରିଫ ଋତୁରେ ମଝିଆଳିଆ ଓ ଖାଲ ଜମିରେ ଉନ୍ନତ ପ୍ରଣାଳୀର ଧାନଚାଷ କରାଯିବା ଦରକାର । ସ୍ଵାଭାବିକ୍ ଠାରୁ କମ ଦିନରେ ଅମଳ ହେଉଥିବା ଧାନ କିସମ ବାଛନ୍ତୁ । ବଜାର ଚାହିଦା ଅନୁଯାୟୀ ବାସନା ଧାନ ଓ ଅତି ସରୁ ଧାନ ବାଛିବା ଭଲ । ଅତି ସରୁ କିସମ ମଧ୍ୟରେ ସିଆର-୧୦୧୪ ଓ ବି.ପିଟି-୫୨୦୪ ଏବଂ ପଦ୍ମିନୀ କିସମ ବାଛନ୍ତୁ । ବାସନା ଧାନ ମଧ୍ୟରେ ଗୀତାଞ୍ଜଳୀ, କେତକୀ, ଦୋହା ଆଦି କିସମ ବାଛିପାରିବେ ।

  • ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଅଧିକ ଲାଭ ପାଇବା ପାଇଁ ବର୍ଷାଦିନେ ଢିପ ଜମିରେ ବିଲାତି ବାଇଗଣ, ବନ୍ଧାକୋବି, ଫୁଲକୋବି ଆଦି ଚାଷ କରାଯାଇଥାଏ । ତେବେ ଏଥିପାଇଁ ଜମିକୁ ନଗିଡା ରଖିବା ଉଚିତ । ହୁଡା କରି ତଳି ରୋଇଲେ ପାଣି ରହିଲେ ଗଛ ମରିଯିବାର ଆଶଙ୍କା ରହିଛି । ବର୍ଷାଦିନେ ବିଲାତି ବାଇଗଣ ଲଗାଉଥିଲେ ରଞ୍ଜା ଦେବା ଭଲ । ଅବଶ୍ୟ ଏଥିରୁ କମ୍ ଅମଳ ମିଳିବ । କିନ୍ତୁ ଅଧିକ ଦରରେ ବିକ୍ରି ଯୋଗୁ ଲାଭ ପରିମାଣ ବୃଦ୍ଧି ପାଇବ । ସହର ପାଖରେ ରହୁଥିବା ଲୋକମାନେ ଗେଣ୍ଡୁ ଫୁଲ ମଧ୍ୟ ଚାଷ କରିପାରିବେ ।
  • ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଅନେକ ଢିପ ଜମି ପଢିଆ ରହିବାର ଦେଖାଯାଏ । ଏହାର ଫଳପ୍ରଦ ବ୍ୟବହାର ହେବା ଦରକାର । ମାଟିର କ୍ଷମତାକୁ ନଜରରେ ରଖୁ ଏସବୁ ଜମିରେ ହରଡ, ବିରି, ମୁଗ, ଚିନାବାଦାମ, ମାଣ୍ଡିଆ, ରାଶି ଆଦି ଚାଷ କରାଯାଇପାରିବ । ବର୍ତ୍ତମାନ ଠାରୁ ଖରିଫ ଉଦ୍ୟମ କଲେ ଆମେ ଖରିଫ ଋତୁରେ ଉପଯୁକ୍ତ ଫସଲ ଚାଷ କରିପାରିବା ଏହା ଦ୍ଵାରା ଜମିର ସଦଉପଯୋଗ ହେବା ସହିତ କୃଷି କ୍ଷେତ୍ରରୁ ଆୟ ମଧ୍ୟ ବୃଦ୍ଧି ପାଇବ ।
  • ଚଳିତ ବର୍ଷ ମୌସୁମୀ ଠିକ୍ ସମୟରେ ଆସିଥିବାରୁ ଖରିଫ ଫସଲ ଆଶାନୁରୂପକ ହେବ ବୋଲି କୃଷି ବୈଜ୍ଞାନିକମାନେ ଆଶା ପୋଷଣ କରୁଛନ୍ତି । ଏନେଇ ଚାଷୀମାନେ ଖରିଫ ଫସଲ ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ଉପଯୁକ୍ତ ତାଲିମ୍ ଓ ବୈଜ୍ଞାନକ ପଦ୍ଧତରେ ଚାଷ କରବା ଦରକାର । ଯଦ୍ୱାରା ଚାଷୀ ଫସଲରୁ ଅଧିକ ଦୁଇ ପଇସା ଲାଭ ପାଇପାରିବ ।

ଆଧାର – କୃଷି ଡାଏରୀ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate