ସେଆର କରନ୍ତୁ

ସୋରିଷ ଚାଷ

ସୋରିଷ ଚାଷ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ସୋରିଷ

ସୋରିଷ ଏକ ତୈଳବୀଜ ଅଟେ । ସୋରିଷ Brassica ଏବଂ Sinapis ପ୍ରଜାତିର ଏକ ମସଲାଜାତୀୟ ଗଛ । ଏହାର ମଞ୍ଜିକୁ ମସଲା ଭାବରେ ବ୍ୟବ‌ହାର କରାଯାଏ । ସୋରିଷ ମଞ୍ଜିକୁ ଗୁଣ୍ଡ କରି ପାଣି, ଭିନେଗାର ଏବଂ ଅନ୍ୟାନ୍ୟ ତୈଳଜାତୀୟ ପଦାର୍ଥ ମିଶାଯାଇ ହଳଦିଆ ରଙ୍ଗର ସୋରିଷ ମସଲା ପ୍ରସ୍ତୁତ କରାଯାଏ ।

ସୋରିଷ ମଞ୍ଜିରୁ ସୋରିଷ ତେଲ ବାହାରିଥାଏ, ଯାହାକି ପ୍ରାୟତଃ ଓଡ଼ିଶାରେ ରୋଷେଇ କାର୍ଯ୍ୟରେ ବ‌ହୁଳ ଭାବରେ ବ୍ୟବ‌ହାର କରାଯାଏ । ଏବଂ ସୋରିଷଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ ।

ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ଵେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ । ରାଇ ସୋରିଷ ଅନ୍ୟ ଜାତୀଯ ବା କୃଷ୍ଣ ସର୍ଷପର ସମଗୁଣ ବିଶିଷ୍ଟ, କିନ୍ତୁ ତହିଁ ଅପେକ୍ଷା ସକଳ ଗୁଣରେ ଉତ୍କୃଷ୍ଟ ବିଶେଷତଃ ଶ୍ଵେତ ସର୍ଷପ ରୁଚିକର, ଗତ୍ଵଗ୍ ଦୋଷ ନାଶକ ଏବଂ ବ୍ରଣ, ବାତରକ୍ତ ବିଷଦୋଷ, ଭୁତାବେଶ ନାଶିକ ।

ଆକାର

ସୋରିଷ ମଞ୍ଜିଗୁଡ଼ିକ ଛୋଟ ଏବଂ ଗୋଲାକୃତି । ମଞ୍ଜିଗୁଡ଼ିକର ବ୍ୟାସ ୧ରୁ ୨ ମିଲିମିଟର ହୋଇଥାଏ ଏବଂ ମଞ୍ଜିଗୁଡ଼ିକର ରଙ୍ଗ ଇସତ୍ ହଳଦିଆରୁ କଳା ଯାଏ ହୋଇଥାଏ । ସୋରିଷର ପ୍ରଜାତି ଅନୁସାରେ ଏହାର ରଙ୍ଗର ପରିବର୍ତ୍ତନ ଦେଖାଯାଏ ।

ଚାଷ ପ୍ରଣାଳୀ

ସୋରିଷ ଉତ୍ପାଦନ କ୍ଷେତ୍ରରେ ଭାରତ ସମଗ୍ର ପୃଥିବୀରେ ମୁଖ୍ୟ ସ୍ଥାନ ଅଧିକାର କରିଛି । ଆମ ରାଜ୍ୟ ଓଡ଼ିଶାରେ ସୋରିଷ ଚାଷ କେବଳ ଶିତ ଋତୁରେ ହୋଇଥାଏ । ଏହି ଚାଷ ସ୍ଵଛ ବାଲିଆ ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇ ପାରିବ । ଏହି ଫସଲ ପ୍ରାୟ ୧୦ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ଓ ସ୍ଵଚ୍ଛ ଆଦ୍ରତା ମଧ୍ୟରେ ଭଲ ଭାବେ ବଢିପାରେ । ସନ୍ତସନ୍ତିଆ ଓ ଅମଳୀୟ ମାଟିରେ ସୋରିଷ ଚାଷ ଭଲ ହୁଅନାହିଁ । ୬.୦ରୁ ୭.୫ pH ଥିବା ମୂର୍ତ୍ତିକାରେ ହିଁ ସୋରିଷ ଚାଷ ଭଲ ହୁଏ । ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ସୋରିଷ ବୁଣା ହୋଇଥାଏ । ବୁଣା ଡେରିହେଲେ ଅମଳ ଯଥେଷ୍ଟ କମିଯାଏ ।

ବିହନ ବୁଣା

୧କିଲୋଗ୍ରାମ ବିହନ ପ୍ରତି ୩ଗ୍ରାମ ଥିରାମ ବା ଗ୍ରାମ କାର୍ବେଣ୍ଡଜିୟମ ବା ୧ଗ୍ରାମ ଭିଟାଭାକ୍ସ ଗୋଳାଇ ବିଶୋଧନ କରିବା ଉଚିତ । ସର୍ବଦା ଧାଡିରେ ବୁଣିବା ଉଚିତ ।

ସୋରିଷ ଧାଡିକୁ ଉତର-ଦକ୍ଷିଣ ଭାବେ ବୁଣିଲେ ସୂର୍ଯାଲୋକର ଉପଯୋଗ ଠିକ ହୋଇଥାଏ ଓ ଅମଳ ବୃଦ୍ଧି ପାଏ । ଅଣଜଳସେଚିତ ତୋରିଆ ଫସଲରେ ଆକାର ପ୍ରତି ୧୬:୮:୮ ଓ ଜଳସେଚିତ ଏବଂ ଅଣଜଳସେଚିତ ରାଇ ଫସଲରେ ୨୦:୧୦:୨୦ ଏବଂ ଜଳସେଚିତ ରାଇ ଫସଲରେ ୩୨: ୧୬ : ୧୬ ହିସାବରେ ସାର ପ୍ରୟୋଗ କରାଯାଏ । ଅଣଜଳସେଚିତ ଫସଲରେ ସମସ୍ତ ସାର ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ ହୁଏ ।

ମାତ୍ର, ଜଳସେଚିତ କ୍ଷେତ୍ରରେ ୫୦ ଭାଗ ଯବକ୍ଷାରଜନ, ଫସଫରସ ଓ ପଟାସ ସାରକୁ ମୂଳସାର ଭାବେ ଏବଂ ଅବଶିଷ୍ଟ ୫୦ଭାଗ ଯବକ୍ଷାରଜନ ବୁଣିବାର ୩ସପ୍ତାହ ପରେ ଘାସ ବାଛି ପ୍ରୟୋଗ କରାଯାଏ ।

ଜଳସେଚନ

ଗଛ ଉଠିବାର ୨୫ ଦିନ ପରେ ୧ମ ଓ ଫଳ ଧରିବା ଅବସ୍ଥାରେ ୨ୟ ଥର ପାଣି ମଡ଼ାଇଲେ ଗଛରେ ଡାଳ ଅଧିକ ହୋଇ ଫୁଲ, ଫଳ ଭଲ ହୁଏ ।

ଅମଳ

ସୋରିଷ ଛୁଇଁ ଗୁଡ଼ିକ ୧୧୦ରୁ ୧୪୦ ଦିନ ମଧ୍ୟରେ ପାକଳ ହୋଇଥାଏ । ଗଛରେ ଛୁଇଁ ଗୁଡିକ ହଳଦିଆ ପଡି ପତ୍ର ଝଡିବା ଅବସ୍ଥାରେ ଗଛ କାଟିଦିଆଯାଏ । ଏହି ସମୟରେ ମଞିରେ ଶତକଡା ୪୦ ଭାଗ ଜଳଅଂଶ ଥାଏ ଓ ଅଧିକ ତେଲ ଅଂଶ ଥାଏ । ବିହନ ମଧ୍ୟରେ ଜଳଅଂଶ ୮ ପ୍ରତିଶତରୁ ଅଧିକ ରହିବା ଉଚିତ ନୁହେଁ । ଏଥିପାଇଁ ସୋରିଷକି କାଟି ସାରିବା ପରେ ବିଡା ବାନ୍ଧି ୫ରୁ ୬ ଦିନ ଭଲଭାବରେ ଖରାରେ କିଛିଦିନ ଶୁଖାଇ ଅମଳ କରାଯାଏ ଓ ପରେ ପୁଣି ଖରାରେ ଶୁଖାଇ ବିହନ ହିସାବରେ ସାଇତି ରଖାଯାଏ ।

ଆଧାର -

"agrifarming.in"

1.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top