ହୋମ / କୃଷି / ଶସ୍ୟ ଉତ୍ପାଦନ / ୨୦୧୭ ନଭେମ୍ବର ମାସର କୃଷି ସୂଚନା
ସେଆର କରନ୍ତୁ

୨୦୧୭ ନଭେମ୍ବର ମାସର କୃଷି ସୂଚନା

୨୦୧୭ ନଭେମ୍ବର ମାସର କୃଷି ସମ୍ବନ୍ଧରେ ସୂଚନା ।

ଚୂନ ଓ ଜୈବସାର ପ୍ରୟୋଗ

ଡାଲି ଟାଣ ଖରାରେ ଶୁଖାଇ ସାଇତି ରଖନ୍ତୁ । ଅମାରର ୧୦୦ ବର୍ଗଫୁଟ୍ ଜାଗାପାଇଁ । ଜାତୀୟ ଫସଲ ଏବଂ ଚିନାବାଦାମରେ ଶେଷ ଓଡ଼ ଚାଷ ସମୟରେ କିମ୍ବା ବିହନ ବୁଣା ସମୟରେ ଚୂନ ବା କାଗଜ କଳ ମଇଳା ହେକ୍ଟର ପ୍ରତି ୫ କୁଇଣ୍ଟାଲ ହିସାବରେ ମାଟିରେ ଦେଇ ସାରିବା ପରେ ଖତ ସହିତ ମିଶାଇ ପି.ଏସ୍.ଏମ୍. ୪-୬ କି.ଗ୍ରା. ହେକ୍ଟର ପ୍ରତି ପ୍ରୟୋଗ କରନ୍ତୁ । ରାଇଜେବିୟମ୍ କଲ୍‌ଚର ବିହନ ମଞ୍ଜିରେ କି.ଗ୍ରା. ପ୍ରତି ୨୫ ଗ୍ରାମ୍ ଉପଚାର କରନ୍ତୁ ।

ଧାନ

ମଧ୍ୟମ କିସମ ଧାନ କେଣ୍ଡାରେ ଶତକଡ଼ା ୮୫ ଭାଗ ଧାନ ପାଚିଥିଲେ ତାହାକୁ କାଟି ଅମଳ କରନ୍ତୁ ।

  • ଧାନ କାଟିବାର ଏକ ସପ୍ତାହ ପୂର୍ବରୁ ଜମିରୁ ପାଣି କାଟିଦିଅନ୍ତୁ ।
  • ବିଳମ୍ବ କିସମ ଧାନଫୁଲ ଉଡ଼ାଇବା ଅବସ୍ଥାରେ ଜମିରେ ୫ ସେ.ମି. ଠିଆ ପାଣି ବାନ୍ଧି ରଖନ୍ତୁ ।
  • ଧାନ କ୍ଷୀର ଭୋକିଲାବେଳେ ଗନ୍ଧିପୋକର ଆକ୍ରମଣରୁ ରକ୍ଷା କରିବା ଲାଗି ଆବଶ୍ୟକ ଫସଲ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ଉତ୍କୃଷ୍ଟ ବିହନ ଲାଗି ମିଶାଧାନ ଓ ବାଳୁଙ୍ଗୀ ଗଛକୁ ବାଛି ବାହାର କରନ୍ତୁ ।
  • ଧାନ ଅମଳ ପରେ ଧାନକୁ ୨-୩ଟି ୨୫୦ ଗ୍ରାମ୍ ହିସାବରେ ଶତକଡ଼ା ୫ ଭାଗ ମାଲାଥିଅନ ଗୁଣ୍ଡ, ଅମାରର ଚଟାଣ, କାନ୍ଥ ଓ ଛାତରେ ପ୍ରୟୋଗ କଲେ ପୋକ ଲାଗିବ ନାହିଁ ।
  • ସାପ୍ତାହିକ ରୋଗ ପୋକ ସର୍ବେକ୍ଷଣ କରି ଆର୍ଥିକ ନିୟନ୍ତ୍ରଣ ସୀମାକୁ ଦୃଷ୍ଟିରେ ରଖି ଆବଶ୍ୟକ ମତେ ରାସାୟନିକ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରନ୍ତୁ ।

ଗହମ

ସାଧାରଣ ଭାବେ ନଡ଼ିଆ ତେଲ ବସିବା ଆରମ୍ଭ କଲେ ଗହମ ବୁଣା ଆରମ୍ଭ କରାଯାଏ । ନଭେମ୍ବର ଦ୍ଵିତୀୟ ପକ୍ଷ ଗହମ ବୁଣିବା ପାଇଁ ଉପଯୁକ୍ତ । କିନ୍ତୁ ଆଭ୍ୟନ୍ତରୀଣ ଜିଲାରେ ବିଳମ୍ବରେ ଗହମ ବୁଣାଯାଇପାରିବ ।

  • ଗହମ ଚାଷ ଲାଗି ଜମି ପ୍ରସ୍ତୁତି କରନ୍ତୁ ଓ ଆବଶ୍ୟକ ଅନୁମୋଦିତ ବିହନ ଯଥା - ସୋନାଲିକା, ପି.ବି.ଡବ୍ଲ୍ୟୁ - ୩୪୩, ୟୁ.ପ -୨୬୨. ଏଚ୍.ଡ -୨୨୮୫ ଆଦି ବହନ ସଂଗ୍ରହ କରନ୍ତୁ ।
  • ହେକ୍ଟର ପ୍ରତି ୧୨୫ କି.ଗ୍ରା. ବିହନକୁ ଥିରାମ/ କ୍ୟାପ୍ଟାନ୍ ଦ୍ଵାରା ବିଶୋଧିତ କରି ଧାଡ଼ିକୁ ଧାଡ଼ି, ୨୦ ସେ.ମି. ବ୍ୟବଧାନରେ ୮୦:୫୦:୪୦ କି.ଗ୍ରା. ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ପ୍ରୟୋଗ କରି ବୁଣନ୍ତୁ।

ତୈଳବୀଜ ଫସଲ

ସୋରିଷ

ଜଳସେଚିତ ଜମିରେ ବରୁଣ, କ୍ରାନ୍ତି, ପୁଷା ବାହାର, ପୁଷା ଜୟକିଷାନ୍, ପିଟି ୫୦୭, ଅନୁରାଧା, ପାର୍ବତୀ ଓ ସୁଶ୍ରୀ ଆଦି କିସମକୁ ହେକ୍ଟର ପ୍ରତି ୧୦ କି.ଗ୍ରା. ମଞ୍ଜିକୁ ବିଶୋଧନ କରି ୩୦ ସେ.ମ X ୧୦ ସେ.ମି. ବ୍ୟବଧାନରେ ଧାଡ଼ିବୁଣା କରନ୍ତୁ । ବୁଣିବା ପୂର୍ବରୁ ମୂଳସାର ଭାବରେ ହେକ୍ଟର ପ୍ରତି । ୨୫:୨୫:୨୫ କି.ଗ୍ରା, ଯବକ୍ଷାରଜାନ : ଫସଫରସ୍ : ପଟାସ୍ ପ୍ରୟୋଗ କରନ୍ତୁ । ଏହାର ୩ ସପ୍ତାହ ପରେ ୨୫ କି.ଗ୍ରା. ଯବକ୍ଷାରଜାନ ଧାଡ଼ି ମଝିରେ ପ୍ରୟୋଗ କରି କୋଡ଼ାଖୁସା କରନ୍ତୁ ।

ଚିନାବାଦାମ

କିସମ :

ଦେବୀ, ଜେ.ଏଲ୍-୨୪, ଟି.ଏ.ଜି.-୨୪, ଟି.ଜି. -୩୮ ବି. ଟି.ଜି. -- ୩୭ ।ଏ, କାଦିରି-୩ ।

  • ହେକ୍ଟର ପ୍ରତି ୧୨୫ କି.ଗ୍ରା. ବିହନକୁ ବିଶୋଧନ କରି ରାଇଜୋବିୟମ୍ କଲ୍‌ଚର ୨୫୦ରୁ ୫୦୦ ଗ୍ରାମ୍ ୧୦ କି.ଗ୍ରା. ବିହନ ପ୍ରତି ଉପଚାର କରନ୍ତୁ । ହେକ୍ଟର ପ୍ରତି  ୨୦:୪୦:୪୦ କି.ଗ୍ରା. ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ପ୍ରୟୋଗ କରି ଧାଡ଼ିକୁ ଧାଡ଼ି ୩୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ବୁଣନ୍ତୁ ।

ସୂର୍ଯ୍ୟମୁଖୀର ଉନ୍ନତ କିସମ

ନଭେମ୍ବର ମାସ ୧୫ ତାରିଖ ମଧ୍ୟରେ ମଞ୍ଜିବୁଣା କାମ ଶେଷ କରନ୍ତୁ ।

ଉନ୍ନତ କିସମ ଯଥା :

ମୋର୍ଡେନ୍, ସୂର୍ଯ୍ୟ, ସନ୍‌ରାଇଜ୍ ଏବଂ ସଙ୍କର କିସମ ଯଥା - ବି.ଏସ୍.ଏଚ୍-୧. ପି.ଏ.ସି.-୩୬, ଏମ୍.ଏସ୍.ଏଫ୍. ଏଚ୍.-୮, ଜ୍ଵଳାମୁଖୀ ଆଦି ବିହନ ବ୍ୟବହାର କରନ୍ତୁ।

  • ଉନ୍ନତ କିସମ ପାଇଁ ହେକ୍ଟର ପ୍ରତି ୧୦ କି.ଗ୍ରା. ଏବଂ ସଙ୍କର କିସମ ଲାଗି ୫ କି.ଗ୍ରା. ବିହନ ବ୍ୟବହାର କରନ୍ତୁ ।
  • ବୁଣିବା ପୂର୍ବରୁ ୧ କି.ଗ୍ରା. ବିହନ ପ୍ରତି ୩ ଗ୍ରାମ୍ କାପ୍ଟାନ୍/ଥିରାମ ଗୋଳାଇ ବିଶୋଧନ କରି ବୁଣନ୍ତୁ।
  • ଉନ୍ନତ କିସମ ପାଇଁ ଧାଡ଼ିକୁ ଧାଡ଼ି ୪୫ ସେ.ମି. ଗଛକୁ ଗଛ ୩୦ ସେ.ମି. ଏବଂ ସଙ୍କର କିସମ ଲାଗି ଧାଡ଼ିକୁ ଧାଡ଼ି ୬୦ ସେ.ମି. ଗଛକୁ ଗଛ ୩୦ ସେ.ମି. ବ୍ୟବଧାନ ରଖନ୍ତୁ ।
  • ଉନ୍ନତ କିସମ ସକାଶେ ହେକ୍ଟର ପ୍ରତି ମୂଳସାର ୨୦:୪୦:୨୦, ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ଏବଂ ସଙ୍କର କିସମ ପାଇଁ ୩୦:୭୫:୪o କି.ଗ୍ରା, ଯବକ୍ଷାରଜାନ,ଫସଫରସ୍ ଓ ପଟାସ୍ ସାର ବ୍ୟବହାର କରନ୍ତୁ ।

 

ଆଖୁ

ଉନ୍ନତ କିସମର ଆଖୁ ବିହନ ଯଥା – ସବିତା, ନୀଳମାଧବ, ନୟନା, ବିଶ୍ଵାମିତ୍ର, ଉତ୍ତରା ଭବାନୀ, ରଘୁନାଥ, ନୀଳଚକ୍ର ଆଦି ସଂଗ୍ରହ କରନ୍ତୁ ।

  • ଜମିରେ ଜଳ ରହୁଥିଲେ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ପତ୍ରଡିଆଁ ଧଳାମାଛି ଆକ୍ରମଣ ଦେଖାଗଲେ ଏକ ଲିଟର ପାଣିରେ ୦.୩ ଗ୍ରାମ୍ ଥାୟାମେଥୋକ୍ସାମ୍ ଗୋଳାଇ ସିଞ୍ଚନ କରନ୍ତୁ ।

କୁକୁଡ଼ା ପାଳନ

ଗାଁଗହଳିର ବାଡ଼ିବଗିଚାରେ ମାଂସ ଓ ଅଣ୍ଡାପାଇଁ ବନରାଜା, ଗ୍ରାମପ୍ରିୟ ଓ ପଲ୍ଲୀ ରାଜା ପ୍ରଜାତିର କୁକୁଡ଼ା ପାଳନ କରନ୍ତୁ ।

  • ବନରାଜା ବର୍ଷକୁ ୧୫୦ଟି ଅଣ୍ଡା ଦେବା ସହିତ ୨୦ ସପ୍ତାହରେ ଏହାର ଓଜନ ୨ ରୁ ୨.୫ କେ.ଜି. ହୋଇଥାଏ ।
  • ଗ୍ରାମପ୍ରିୟା ବର୍ଷକୁ ୧୫୦-୧୬୦ଟି ଅଣ୍ଡା ଦେବା ସହିତ ୨୦ ସପ୍ତାହରେ ଏହାର ଓଜନ ୩ ରୁ ୩.୫ କେ.ଜି. ହୋଇଥାଏ ।
  • ପଲ୍ଲୀ ରାଜା ଏକ ରଙ୍ଗିନ୍ ପ୍ରଜାତିର କୁକୁଡ଼ା । ଏହା ବର୍ଷକୁ ୨୦୦ଟି ଅଣ୍ଡା ଦେବା ସହିତ ୨୦ ସପ୍ତାହରେ ଏହାର ଓଜନ ୩ରୁ ୩.୫ କେ.ଜି. ହୋଇଥାଏ ।
  • ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶକ୍ରମେ ବିଭିନ୍ନ ପ୍ରତିଷେଧକ ଟିକା ଦିଅନ୍ତୁ ।

ଆଧାର - କୃଷି ବୈଷୟିକ ସୂଚନା କେନ୍ଦ୍ର, ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ, ଓୟୁଏଟି, ଭୁବନେଶ୍ଵର

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top