ହୋମ / କୃଷି / ଶସ୍ୟ ଉତ୍ପାଦନ / ୨୦୧୭ ସେପ୍ଟେମ୍ବର ମାସର କୃଷି ସୂଚନା
ସେଆର କରନ୍ତୁ

୨୦୧୭ ସେପ୍ଟେମ୍ବର ମାସର କୃଷି ସୂଚନା

୨୦୧୭ ସେପ୍ଟେମ୍ବର ମାସର କୃଷି ସୂଚନା ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଧାନ

ଢିପ ଜମିରେ ଧାନକେଣ୍ଡା ପାଚିଯାଇଥିଲେ ତାକୁ କାଟି ଖରାରେ ଶୁଖାଇ ଅମଳ କରନ୍ତୁ ।

  • ଡେରିରେ ରୂଆ ଯାଇଥିବା ଧାନ ୨-୩ ସପ୍ତାହର ହୋଇଥିଲେ ଘାସ ବାଛି ହେକ୍ଟର ପ୍ରତି ୩୦ କିଲୋଗ୍ରାମ୍ ଖାଦ୍ୟସାର ଯବକ୍ଷାରଜାନ ପିଲସାର ଭାବେ ପ୍ରୟୋଗ କରନ୍ତୁ । ବିଳମ୍ବରେ ପକାଯାଇଥିବା ତଳି ୨୧ ରୁ ୨୫ ଦିନ ହୋଇଯାଇଥିଲେ ତାକୁ ଶୀଘ୍ର ରୋଇ ଦିଅନ୍ତୁ । ଧାଡ଼ିକିଧାଡ଼ି ୧୫ ରୁ ୨୦ ସେ.ମି. ଓ ବୁଦାକୁ ବୁଦା, ୧୦ ସେ.ମି. ବ୍ୟବଧାନ ରଖନ୍ତୁ ।
  • ଶେଷ ସପ୍ତାହ ବେଳକୁ ବିଳମ୍ବରେ ଲଗାଯାଇଥିବା ମାଧ୍ୟମ କିସମ ଧାନ ଓ ସଅଳ ଲଗାଯାଇଥିବା ବିଳମ୍ବ କିସମ ଧାନ ଲିଙ୍ଗ ସଞ୍ଚାର ଅବସ୍ଥାକୁ ଆସିଥିଲେ ହେକ୍ଟର ପ୍ରତି ୧୫ରୁ ୨୦ କିଲୋଗ୍ରାମ୍ ଯବକ୍ଷାରଜାନ ଖାଦ୍ୟସାର ଥୋଡ଼ ସାର ଭାବେ ପ୍ରୟୋଗ କରନ୍ତୁ ।
  • ଧାନଗଛ ଗଣ୍ଠି ଛାଡ଼ିବା ପରେ କିଆରିରେ ଠିଆପାଣି ନ ରଖି ମଝିରେ ମଝିରେ ପାଣି କାଟି ଦିଅନ୍ତୁ ଓ ୨-୩ ଦିନ ପରେ ପୁଣି ପାଣି ମଡ଼ାନ୍ତୁ ।
  • ଧାନ ବିଲରେ ଗନ୍ଧିପୋକ ଦେଖାଦେଲେ ହେକ୍ଟର ପ୍ରତି ୨୫ କି.ଗ୍ରା. କ୍ଲୋର ପାଇରିଫସ୍ ଗୁଣ୍ଡ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଦମନ ପାଇଁ ଫିପ୍ରୋନିଲ୍ ୦.୩% ଦାନାଦାର /ହେକ୍ଟର ପ୍ରତି । ୨୦ କି.ଗ୍ରା. ପ୍ରୟୋଗ କରନ୍ତୁ। କାହାଳିଆ ପୋକ ଦମନ ଲାଗି ଫିପ୍ରୋନିଲ୍ ୫ ଏସ୍.ସି. ଓ କ୍ଲୋରୋପାଇରିଫସ୍ (କ୍ଲାସିକ୍) ୨୦ ଇସି ପ୍ରତି ଲିଟର ପାଣିରେ ୨ମିଲି ହିସାବରେ ଗୋଳାଇ ହେକ୍ଟର ପ୍ରତି ୫୦୦ ଲିଟର ସିଞ୍ଚନ କରନ୍ତୁ । ଲେଡ଼ାପୋକ ଦମନ ସକାଶେ ଗ୍ରାୟାଜେଟ୍ଟାଫସ୍ ପ୍ରେଫେନୋଫସ୍, ୫୦ ଇସି କିମ୍ବା କୁଇନାଲ୍‌ଫସ୍ ୨୫ ଇସି ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଗୋଳାଇ ହେକ୍ଟର ପ୍ରତି ୫୦୦ ଲିଟର ସନ୍ଧ୍ୟାବେଳେ ସିଞ୍ଚନ କରନ୍ତୁ । ମହିଷା ରୋଗ ଦେଖାଦେଲେ ଟ୍ରାଇସାଇକ୍ଲାଜୋଲ୍ ୨୫% ଡବ୍ଲ୍ୟୁ.ପି. ପ୍ରତି ଲିଟର ପାଣିରେ ୦.୬ ଗ୍ରାମ୍ ହିସାବରେ ଏବଂ ଆଇସୋପ୍ରୋଥ୍ ଓ ଲେନ୍ (୨ ମି.ଲି.)କୁ ଗୋଳାଇ ସିଞ୍ଚନ କରନ୍ତୁ ।
  • ଜଳସେଚନ ସୁବିଧା ଥିବା ଜମିରେ ନଳିତା କଟାହେବା ପରେ ସଅଳ କିସମ ଧାନ ଯଥା - ଖଣ୍ଡଗିରି, ପାରିଜାତ, କଳିଙ୍ଗ-୩ଧାନ ରୂଅନ୍ତୁ ।

ମକା ଓ ମାଣ୍ଡିଆ

ମକା

ମକା, କିଆରିରେ ଠିଆପାଣି ରଖନ୍ତୁ ନାହିଁ। କିଆରିରେ ଠିଆପାଣି ଜମି ରହିଲେ କାଣ୍ଡସଢ଼ା ରୋଗ ଦେଖାଯାଏ । ଏହି ରୋଗ ହେଲେ ପ୍ରତି ଲିଟର ପାଣିରେ ଭାଲିଡାମାଇସିନ୍ (୦.୧%) ସିଞ୍ଚନ କରନ୍ତୁ ।

ମାଣ୍ଡିଆ

ମାଣ୍ଡିଆ କିଆରିରେ ଠିଆ ପାଣି ରଖନ୍ତୁ ନାହିଁ । ଫସଲରେ ମହିଷା ରୋଗ ଦେଖାଦେଲେ ଏହାର ଦମନ ଲାଗି ପ୍ରତି ଲିଟର ପାଣିରେ ୦.୬ ଗ୍ରାମ୍ ହିସାବରେ ଟ୍ରାଇସାଇକ୍ଲାଜେଲ୍ ମିଶାଇ ସିଞ୍ଚନ କରନ୍ତୁ ।

ଡାଲି ଜାତୀୟ ଫସଲ

ଡିପ ଜମିରେ ମୁଗ, ବିରି, କୋଳଥ  ଆଦି ଡାଲି ଜାତୀୟ ଫସଲ ଚାଷ କରନ୍ତୁ ।

ମୁଗ

ଟାର୍ମ -୧, ଟାର୍ମ -୨, ପୁଷା – ୯୦୭୨, ଓବିଜିଜି – ୫୨, ଓୟୁଏମ୍ ୧୧ – ୫ (କାମଦେବ), ସୁଜାତୀ, ଧଉଳି, ଆଇପିଏମ୍ – ୨-୩ ଓ ଆଇପିଏମ୍ -୨-୧୪ ।

ବିରି

ଟି-୯, ପନ୍ଥା ୟୁ-୩୦, ପନ୍ଥା ୟୁ-୩୫, ପ୍ରସାଦ, ଶେଖର -୨. ସାରଳା ।

  • ମୁଗ, ବିରି ହେକ୍ଟର ପ୍ରତି ୨୦ ରୁ ୨୫କିଲୋଗ୍ରାମ୍ ଓ କୋଳଥ ୩୦ କିଲୋଗ୍ରାମ୍ ଆବଶ୍ୟକ ହୋଇଥାଏ । ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ୍ ବିହନରେ ୨ ଗ୍ରାମ୍ କାର୍କେଣ୍ଡାଜିମ୍ କିମ୍ବା ୩ ଗ୍ରାମ୍ ଥୁରାମରେ ଗୋଳାଇ ବିଶୋଧନ କରନ୍ତୁ । ବୁଣିବା ପୂର୍ବରୁ ନିର୍ଦ୍ଦିଷ୍ଟ ଜୀବାଣୁ କଲ୍‌ଚରରେ ବିହନକୁ ଉପଚାର କରି ଛାଇରେ ଶୁଖାଇ ଧାଡ଼ିରେ ବୁଣନ୍ତୁ ।
  • ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ମୁଗ, ବିରି ବା ହରଡ଼ଫସଲରେ ଦେଖାଦେଲେ କାର୍କେଣ୍ଡାଜିମ୍ + ମାକେଙ୍କାଜେବ୍୩ ଗ୍ରାମକୁ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଜଳ ନିଷ୍କାସନର ସୁବ୍ୟବସ୍ଥା କରନ୍ତୁ ।

 

ତୈଳବୀଜ

ଉପକୂଳବର୍ତ୍ତୀ ଜିଲ୍ଲାରେ ତୋରିଆ ଚାଷ ଲାଗି ମାସର ପ୍ରଥମ ଭାଗରେ ଉପଯୁକ୍ତ ଜମି ଚିହ୍ନଟ କରନ୍ତୁ ।

  • ତୋରିଆ ପାଇଁ ହେକ୍ଟର ପ୍ରତି ମୂଳସାର ୩୦ କି.ଗ୍ରା. ଯବକ୍ଷାରଜାନ, ୧୫ କି.ଗ୍ରା.ଫସଫରସ୍ ଓ ୧୫ କି.ଗ୍ରା, ପଟାସ ଏବଂ ଉତ୍କୃଷ୍ଣ ମଞ୍ଜି ୧୦ କି.ଗ୍ରା. ବ୍ୟବହାର କରନ୍ତୁ ।

ଶୀତଦିନିଆ ପନିପରିବା ଚାଷ

ଶୀତଦିନିଆ ପନିପରିବା ଚାଷ ଲାଗିଚାରା ପକାଇବା ଆରମ୍ଭ କରନ୍ତୁ । (ଏକ ଏକର ଜମିରେ ପରିବା ଚାଷ କରିବା ପାଇଁ ୫୦ ବର୍ଗମିଟର ଜାଗାରେ ୧ ମିଟର ଓସାର ଓ ୩ ମିଟର ଲମ୍ବର ମାଟି ପତନଠାରୁ ୧୫ ସେ.ମି. ଉଚ୍ଚତା ବିଶିଷ୍ଟ ତଳିଘରା ସବୁ ୫୦ ସେ.ମି. ବ୍ୟବଧାନରେ ନାଳି ରଖି ପ୍ରସ୍ତୁତ କରନ୍ତୁ) ।

  • ତଳି ଘରାରେ ବହନ ବୁଣିବା ପୂର୍ବରୁ ୧ କି.ଗ୍ରା. ବିହନକୁ ୧ ଗ୍ରାମ୍ ଭିଟାଭାକୁ ପାୱାର୍ କିମ୍ବା ୩ ଗ୍ରାମ୍ ଥୁରାମ୍ ମିଶାଇ ବିଶୋଧନ କରନ୍ତୁ ।
  • ତଳିଘରାରେ ମଧ୍ୟ କ୍ୟାପ୍ଟାନ୍ (୦.୨%) ସିଞ୍ଚନ କରନ୍ତୁ । ତଳିଘରାରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ ।
  • ସଅଳ ଶୀତଦିନିଆ ଉନ୍ନତ ପନିପରିବାର କିସମଗୁଡ଼ିକ ହେଲା...

ମୂଳା : ପୁଷା ରଶ୍ମି, ପୁଷା ହିମାନୀ ।

ଫୁଲକୋବି : ପୁଷା ଦୀପାଳି, ପୁଷା କୁଆଁରୀ, ପୁଷା କାଟକୀ, ଇଲି ସିଛେଟିକ୍ ।

ବନ୍ଧାକୋବି : ପ୍ରାଇଡ଼୍ ଅଫ୍ ଇଣ୍ଡିଆ, ଗୋଲ୍‌ଡେନ୍ ଏକର, ଗ୍ରୀନ୍ ବଲ, ପ୍ରିୟା ।

ଗୁଆଁର : ପୁଷା ସଦା ବାହାର, ପୁଷା ନୌବାହାର ।

ଟମାଟୋ : 'ଉତ୍କଳ ଦୀପ୍ତି, ଉତ୍କଳ କୁମାରୀ, ଉତ୍କଳ ଶ୍ରାବଣୀ ।

ବିନ୍ :

ଆର୍କ କୋମଲ, ଆର୍କ ସୁବିଧା ।

  • ପନିପରିବାରେ ବୀଜାଣୁ ଜନିତ ଝାଉଁଳା ରୋଗ ହୋଇଥିଲେ। ଏହାର ଦମନ ପାଇଁ ୧୦ ଲିଟର ପାଣିରେ ୧.୫ ଗ୍ରାମ୍ ଷ୍ଟ୍ରେପ୍ଟୋସାଇକ୍ଲିନ୍ ଗଛମୂଳରେ ମୂଳ ଭିଢିବା ପର୍ଯ୍ୟନ୍ତ ସିଞ୍ଚନ କରନ୍ତୁ ।
  • ବାଇଗଣରେ କାଙ୍କଡ଼ିଆ ପୋକର ଦମନ ଲାଗି ୧ ଲିଟର ପାଣିରେ ଫିପ୍ରୋନିଲ୍ ୫% ଇ.ସି., ୨ ମି.ଲି. ବା ୨.୫ ମି.ଲି. ଟଲଫେନପାଇରାତ୍‌୧୫% ଇ.ସି.ଲୁସିଡ୍ ପାୱାରକୁ ମିଶାଇ ସିଞ୍ଚନ କରନ୍ତୁ ।
  • କାଣ୍ଡ ଓ ଫଳପଚାରୋଗ ଲାଗିଥିଲେ ଏହାର ପ୍ରତିକାର ସକାଶେ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ୍ ବା କପର ହାଇଡ୍ରୋକ୍ସାଇଡ୍ କିମ୍ବା ବୋର୍ଡ଼କୁ ମିକ୍ସଚର (୫:୫:୫୦) ହିସାବରେ ମିଶାଇ ସିଞ୍ଚନ କରନ୍ତୁ ।
  • କଖାରୁ, ଜହ୍ନି, କାକୁଡ଼ି ଜାତୀୟ ଫସଲରେ ଫଳମାଛି ଦମନ ପାଇଁ ୧ମି.ଲି. ମାଲାଥାଅନ୍ ସହିତ ୨୦ ଗ୍ରାମ୍ ଗୁଡ଼କୁ ୧ ଲିଟର ପାଣିରେ ମିଶାଇ ବିଷ ଥୋପ କରି ବ୍ୟବହାର କରନ୍ତୁ ।

ଲେମ୍ବୁ

ବର୍ଷାଦିନେ ଲେମ୍ବୁରେ ସୋଲା ବେମାରି (ସ୍କାବ୍) ରୋଗ ପ୍ରାଦୁର୍ଭାବ ବେଶି ହୁଏ । ଏହି ରୋଗରେ ପତ୍ର ଛୋଟ ଛୋଟ ଫୋଟକା ଓ ଲୋଚାକୋଚା ହୁଏ । ଫଳରେ ବାଦାମୀ ରଙ୍ଗ ହୁଏ । ଏହାର ପ୍ରତିକାର ପାଇଁ...

  • ଆକ୍ରାନ୍ତ ହୋଇଥିବା ଡାଳପତ୍ର ଓ ଫଳକୁ ଗଛରୁ କାଟିଦିଅନ୍ତୁ ।
  • ନୂଆ ପତ୍ର ବାହାରିବା ପରେ ଏକ ମାସ ଅନ୍ତରରେ କପର୍ ଅକ୍ସିକ୍ଲୋରାଇଡ଼୍ (୦.୩%) ସଲ୍‌ଫର୍ସିଞ୍ଚନ କରନ୍ତୁ ।
  • ଡାଇଫାଲ୍‌ଟୋନ୍ (୦.୨%) ବା ଏକଭାଗ ବୋର୍ଡକୁ ମିତ୍କଚର ମଧ୍ୟ ୧୫ ଦିନ ଅନ୍ତରରେ ବ୍ୟବହାର କରାଯାଇ ପାରିବ ।

ଫଳଚାଷ

ଅମୃତଭଣ୍ଡା

ଅମୃତଭଣ୍ଡା ଗଛର ମୂଳଶଢ଼ା ରୋଗ ପ୍ରତିକାର ଲାଗି ଗଛମୂଳକୁ ମାଟି ଟେକନ୍ତୁ ।

  • ରୋଗଣା ଗଛକୁ ବାହାର କରିଦିଅନ୍ତୁ ।
  • ଗଛମୂଳକୁ ମେଟାଲାକ୍ଟିଲ+ ମାକେଙ୍କାଜେବ୍ (ରିଡେମିଲ୍ ଏମ୍. ଜେଡ଼ୁ) ବା ଡାକୋନିଲ୍ (୦.୨ ଭାଗ ) ଦ୍ରବଣରେ ଦ୍ରବୀଭୂତ କରନ୍ତୁ ।

ମାଛ ଚାଷ

ଏକ ହେକ୍ଟର ପୋଖରୀ ପାଇଁ କଞ୍ଚା ଗୋବର ୭୫୦ କିଲୋଗ୍ରାମ୍ ଓ ରାସାୟନିକ ସାର (ସିଏ ଏନ୍ ୧୦ କି.ଗ୍ରା. ଏବଂ ଏସ୍ଏସ୍‌ପି ୩ କି.ଗ୍ରା.)କୁ ୩-୪ଥରରେ ପ୍ରୟୋଗ କରନ୍ତୁ ।

  • ପ୍ରତ୍ୟେକ ଦିନ ହେକ୍ଟର ପିଛା କୃତ୍ରିମ ଖାଦ୍ୟ ଦିନକୁ ୫ କିଲୋଗ୍ରାମ୍ ହିସାବରେ ମାଛଙ୍କୁ ଦିଅନ୍ତୁ ।
  • କୃତ୍ରିମ ଖାଦ୍ୟ ତିଆରି ଲାଗି ବାଦାମ ପିଡ଼ିଆ, ଶୁଖୁଆଗୁଣ୍ଡ, କାଣ୍ଡିଆ କୁଣ୍ଡା, ଅଟା ଓ ଭିଟାମିନ୍ ମିନେରାଲ୍ ମିକ୍ସଚରରେ ତିଆରି କରାଯାଇଥାଏ । ୧୦୦ କିଲୋଗ୍ରାମ୍ କୃତ୍ରିମ ଖାଦ୍ୟ ତିଆରି ପାଇଁ ୪୦ କିଲୋଗ୍ରାମ୍ ବାଦାମ/ ଶେରିଷ/ରାଶି/ସୋୟାବି/ ସୂର୍ଯ୍ୟମୁଖୀ। ପିଡ଼ିଆ, ୨୦ କିଲୋଗ୍ରାମ୍ ଶୁଖୁଆଗୁଣ୍ଡ, ୨୮ କିଲୋଗ୍ରାମ୍ କାଣ୍ଡିଆକୁଣ୍ଡା, ୧୦ କିଲୋଗ୍ରାମ୍ ଅଟା ଓ ୨ କିଲୋଗ୍ରାମ୍ ମିନେରାଲ୍ ମିକୃଚର ଆବଶ୍ୟକ । ମାଛଙ୍କୁ ତାଙ୍କ ଓଜନର ଶତକଡ଼ା ୩ ରୁ ୫ ଭାଗ ହିସାବରେ କୃତ୍ରିମ ଖାଦ୍ୟ ପ୍ରତିଦିନ ଦିଅନ୍ତୁ।

ଆଧାର - କୃଷି ବୈଷୟିକ ସୂଚନା କେନ୍ଦ୍ର, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି ଭୁବନେଶ୍ଵର

3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top