ହୋମ / କୃଷି / ଶସ୍ୟ ଉତ୍ପାଦନ / ଧାନ ଫସଲରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା(ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗର ଉନ୍ନତି କୌଶଳ)
ସେଆର କରନ୍ତୁ

ଧାନ ଫସଲରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା(ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗର ଉନ୍ନତି କୌଶଳ)

ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗର ଉନ୍ନତି କୌଶଳ ର ସୂଚନା

ଭାଗ ୧: ଘାସମରା ଔଷଧ ପ୍ରୟୋଗ କରିବାର ଉନ୍ନତି କୌଶଳ

ଶିକ୍ଷାଗ୍ରହଣ ଆଭିମୁଖ୍ୟ

ଅଧିବେଶନ ସେସରେ ଶିକ୍ଷାର୍ଥୀମାନେ ନିମ୍ନ ବିଷୟରେ ସମର୍ଥ ହୋଇଥିବେ   :-

  • ଠିକଭାବେ ଘାସମରା ଔଷଧ ପ୍ରୟୋଗ ପାଇଁ ଜ୍ଞାନର ଅଭାବ ରହୁଥିବା ବିଷୟ ଚିହ୍ନଟ କରିପାରିବା   ।
  • ଘାସମରା ଔଷଧ ପ୍ରୟୋଗ ପାଇଁ କେଉଁ ପ୍ରକାରର ନୋଜଳ ଉପଯୁକ୍ତ , ଏହା ଜାଣିବା  ।
  • ମିଳୁଥିବା ବିଭିନ୍ନ ପ୍ରକାରର ସ୍ପେୟର ବିଷୟରେ ଜାଣିବା ସହିତସେସବୁ ମଧ୍ୟର କେଉଁଟି ଔଷଧ ପ୍ରୟୋଗ ପାଇଁ ଉପଯୁକ୍ତ ଏହା ଜାଣିପାରିବା ।
  • ଘାସମରା ଔଷଧର ସଠିକ ପ୍ରୟୋଗବଧରେ ବିଷୟ ଜାଣିପାରିବା ।
  • ଘାସମରା ଔଷଧର ଦକ୍ଷତାକୁ ପ୍ରଭାବିତ କରୁଥିବା କାରଣ ବିଷୟରେ ଜାଣିବା  ।

ଭାଗ ୨: ସ୍ପେୟରର କମାଙ୍କନ , ସ୍ପେୟର ମରାମତି ଓ ସାଇତିବା ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ଦିଗ

  • ସ୍ପେୟରର କ୍ରମାଙ୍କ, ଗରତ ବିଷୟରେ ଜାଣିକିପରି ବିଭିନ୍ନ ଅଂଶର କ୍ରମାଙ୍କନ କରାଯିବ ତାହା ଜାଣିବା ।
  • ଆବଶ୍ୟକ ପରିମାଣରେ ଜଳ ହିସାବ କରିବା    ।
  • ପ୍ରତି ଟାଙ୍କିରେ କେତେ ଘାସମରା ଔଷଧ ବା ନମଜ୍ଜନ ପଦାର୍ଥ ମିଶିବ ତାହାର ହିସାବ କରିବା   ।
  • ଘାସମରା ଔଷଧର ନିରାପଦ ବ୍ୟବହାର ଓ ସ୍ପେ କରିବା ସମୟରେ ସୁରକ୍ଷା ଉପକାରଣ ବ୍ୟବହାର   ।
  • ଘାସମରା ଔଷଧକ ଉପଯୁକ୍ତ ଭାବେ ମିଶାଇବା ବିଷୟରେ ଜାଣିବା   ।
  • ନମଜ୍ଜନ ପଦାର୍ଥ ର ଗୁରୁତ୍ଵ ଉପଲ୍ଲବ୍ଧ କରିବା  ।
  • ସ୍ପେ କଲାବେଳେ ଘାସମରା ଔଷଧ ପବନ ଦ୍ଵାରା ଅନ୍ୟ ଆଡେ ଉଡିଯିବା ଓ କିପରି ଏଥିରୁ ରକ୍ଷା ମିଳିବ  ।
  • ବ୍ୟବହାର ପରେ ସ୍ପେୟର ଓ ଏହାର ଉପକାରଣ କିପରି ଭଲ ଭାବେ ସଫା କରାଯାଇ ପାରିବ  ।
  • ସ୍ପେୟର ଓ ରାସାୟନିକ ଔଷଧର ଉପଯୁକ୍ତ ଯତ୍ନ ଏବଂ ସାଇତା ପ୍ରଣାଳୀ   ।

ଭାଗ ୧

ଏହି ଅଧିବେଶନରେ ପ୍ରଦାନ କରିବାକାଉ ଥିବା ପ୍ରମୁଖ ବାର୍ତ୍ତା  :-

  • ନାପଶାକ ସ୍ପେୟର ବ୍ୟବହାର କରି ପ୍ରଚଳିତ ପଦ୍ଧତିରେ ଘାସମରା ଔଷଧ ପ୍ରୟୋଗ  (ଏକକ ନୋଜଳ ବାମ, କୋଣ ପ୍ରକାର ନୋଜଳ ଓ ବୁଲାଇବା ପଦ୍ଧତି) ଦ୍ଵାରା ଔଷଧ ସବୁଆଡେ ସମାନ ଭାବେ ଔଷଧ ପଡୁନଥିବା ଘାସମରା ଔଷଧର କାର୍ଯ୍ୟ ଦକ୍ଷତା ହ୍ରାସ ପାଇଥାଏ  ।
  • ମିଳୁଥିବା ବିଭିନ୍ନ ପ୍ରକାର ସ୍ପେୟର ମଧ୍ୟରେ ନାପଶାକ ସ୍ପେୟର ଓ ଆରୋହଣ ସ୍ପେୟର (ଟ୍ରାକ୍ଟର ଓ ଅନ୍ୟ ମାଧ୍ୟମ ଉପରେ ଆରୋହଣ) ଅନ୍ୟତମ  । କ୍ଷୁଦ୍ର ଚାଷୀମାନଙ୍କ ପାଇଁ ବହୁଳ ଭାବେ ନାପଶାକ ସ୍ପେୟର ବ୍ୟବହାର କରାଯାଇଥାଏ   ।
  • କ୍ଷେତ ଫସଲରେ ଘାସମରା ଔଷଧ ବ୍ୟବହାର ପାଇଁ ବହୁଳ ଭାବେ ନାପସାକ ସ୍ପେୟର ବ୍ୟବହାର କରାଯାଏ  । ବଜାରେ ତିନି ପ୍ରକାରର ନାପଶାକ ସ୍ପେୟର ଯଥା ହସ୍ତଚାଳିତ, ଯନ୍ତ୍ରଚାଳିତ ଓ ବ୍ୟାଟେରୀ ଚାଳିତ ସ୍ପେୟର ମିଳୁଥାଏ  । ତେଣୁ ନାପଶାକ ସ୍ପେୟର ବ୍ୟବହାର କରି ସଠିକ ଭାବେ ଘାସମରା ଔଷଧ ପ୍ରୟୋଗ କୌଶଳ ଉପରେ ଗୁରୁତ୍ଵ ଆରୋପ କରିବା ଆବଶ୍ୟକ ।

ସଠିକ ଭାବରେ ଘାସମରା ଔଷଧ ପ୍ରୟୋଗର କାରଣ

  • ଫସଲର କ୍ଷତି ନ ହେବା
  • ଘାସମରା ଔଷଧର ଦକ୍ଷତା ବୃଦ୍ଧି
  • ଉପଯୁକ୍ତ ଅବସ୍ଥାରେ ଘାସ ନିୟନ୍ତ୍ରଣ

ସଠିକ ଭାବେ ଘାସମରା ଔଷଧ ପ୍ରୟୋଗ ପାଇଁ ବିଭିନ୍ନ ଅଂଶ

  • ନୋଜଳ
  • ବାମର ପକାଇ ଓ ବ୍ୟବହାର
  • ବାମର ଉଚ୍ଚତା
  • ଚାପ ନିୟନ୍ତ୍ରଣ
  • ଟାଙ୍କିରେ ସଫା ପାଣି ବ୍ୟବହାର
  • ପ୍ରୟୋଗାତ୍ମକ କ୍ରମାଙ୍କନ

ଘାସମରା ଔଷଧ ପ୍ରୟୋଗ ପାଇଁ ପାଟ ପ୍ୟାନ ନୋଜଳ ବା ଫାଦକ/କାଟ ନୋଜଳ ବ୍ୟବହାର କରିବା ଉଚିତ  ।  ଘାସମରା ଔଷଧ ପାଇଁ କୋଣ ଆକାରର ନୋଜଳ ଉପଯୁକ୍ତ ନୁହେଁ   ।  ଏକାଧିକ ନୋଜଳ ବାମ ବ୍ୟବହାର କରୁଥିଲେ ଫାଟ ଫ୍ୟାନ ନୋଜଳ ବ୍ୟବହାର କରନ୍ତୁ   । ଏକକ ନୋଜଳ ବାମ କ୍ଷେତ୍ରରେ ଫଡ ବା କାଟ ନୋଜଳ ବିଶେଷ ଉପଯୋଗୀ ହୋଇଥାଏ   ।

ଏକାଧିକ ନୋଜଳ ବମ ବ୍ୟବହାର କରିଆବା ଦ୍ଵାରା ସବୁଆଡେ ସମାନ ଭାବେ ପଡିବା ଯୋଗୁଁ ଘାସମରା ଔଷଧର ଦକ୍ଷତା ବଦ୍ଧ ପାଇଥାଏ   ।

ଆରୋହଣ ସ୍ପେୟର (ଉଦାହରଣ ସ୍ୱରୂପ, ଟ୍ରାକ୍ଟର ସଂଯୁକ୍ତ) ଦ୍ଵାରା ସମାନ ଭାବେ ଔଷଧ ପଡିବା ସହିତ ସୁରକ୍ଷିତ ପ୍ରୟୋଗ ହୁଏ ।  (ଔଷଧ ପ୍ରୟୋଗକାରୀ ପ୍ରତ୍ୟକ୍ଷ ଭାବେ ଔଷଧ ସଂସ୍ପର୍ଶରେ ଆସି ନଥାନ୍ତି) ଓ ଔଷଧ ଦକ୍ଷତା ବଦ୍ଧ ପାଏ   ।

ଉପଯୁକ୍ତ ଭାବେ ଔଷଧ ପ୍ରୟୋଗ ପାଇଁ ଉଦ୍ଧିଷ୍ଟ ସ୍ଥାନର  ୫୦ ସେଣ୍ଟିମିଟର ଉଚ୍ଚତାରେ ବମ ରହିବା ଆବଶ୍ୟକ   ।

ସଠିକ ଓ ସମଭାବେ ଘାସମରା ଔଷଧ ପ୍ରୟୋଗ ପାଇଁ ଚାପ ନିୟନ୍ତ୍ରଣ ଗୁରୁତ୍ଵପୂର୍ଣ୍ଣ ଅଟେ   ।  ନିର୍ଧାରିତ ଚାପରେ ସ୍ପେ କରାଗଲେ ଔଷଧ ସମାନ ଭାବେ ପଡିଥାଏ  ।  ସାଧାରଣ ଭାବେ ବ୍ୟବହାର କରାଯାଉଥିବା ହସ୍ତଚାଳିତ ନାପଶାକ ସ୍ପେୟରରେ ଚାପ ପରିମାଣରେ ପ୍ରବେଦଦେଖାଯାଇଥାଏ   । ତେଣୁ ସମ ଭାବରେ ଔଷଧ ପ୍ରୟୋଗ କରାଯାଇପାରେ ନାହିଁ  । ସମାନ ଭାବେ ଔଷଧ ପ୍ରୟୋଗ ପାଇଁ ସବୁବେଳେ ସମାନ ଚାପ ରଖାଯାଇପାରୁଥିବା ବ୍ୟାଟେରୀ ଚାଳିତ ସ୍ପେୟର ଉପଯୁକ୍ତ ଅଟେ  ।

ଘାସମରା ଔଷଧ ସହିତ ମିଶାଇବା ପାଇଁ ସବୁବେଳେ ସଫା ପାଣି ବ୍ୟବହାର କରନ୍ତୁ   । ଅପରିଷ୍କାର/ ମଇଳା ପାଣି ବ୍ୟବହାର କରିବା ଦ୍ଵାରା ଘାସମରା ଔଷଧର ଦକ୍ଷତା ହ୍ରାସ ପାଇବା ସହିତ ମଝିରେ ମଝିରେ ନୋଜଳର ମହତ୍ଵ ହେବାର ଆଶଙ୍କା ରହିଛି   ।

ଏହି ଅଧିବେଶନ ପାଇଁ ଆବଶ୍ୟକୀୟ ସାମଗ୍ରୀ

  • ପାୱାର ପଏଣ୍ଟ ଉପସ୍ଥାପାନ “ ଅଧିବେଶନ ୪ : ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗର ଉନ୍ନତି କୌଶଳ
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ପାୱାର ପଏଣ୍ଟ ଉପସ୍ଥାପନର ମୁଦ୍ରଣ ନକଲ
  • ବିଭିନ୍ନ ପ୍ରକାର ନାପଶାକ ସ୍ପେୟର ଯଥା ହସ୍ତଚାଳିତ , ବ୍ୟାଟେରୀ ଚାଳିତ ଓ ଯନ୍ତ୍ରଚଳିତ
  • ବିଭିନ୍ନ ପ୍ରକାର ନାପଶାକ ସ୍ପେୟର ଯଥା ହସ୍ତଚାଳିତ , ବ୍ୟାଟେରୀ ଚାଳିତ ଓ ଯନ୍ତ୍ରଚାଳିତ (ଯଦି ଉପଲବ୍ଧ ଥାଏ)
  • ଏକକ ଓ ଏକାଧିକ ନୋଜଳ ବମ
  • ବିଭିନ୍ନ ପ୍ରକାର ନୋଜଳ
  • ସ୍ଯାଲାଡ ବା ହଡ

ଏହି ଅଧିବେଶନ ପରିଚାଳନା ପାଇଁ ସୋପାନ

ସୋପାନ ୧

ଆଲୋଚନା ଆରମ୍ଭ କରି ମତାମତ ସଂଗ୍ରହ କରନ୍ତି (୫୦ ମିନିଟ)

ଶିକ୍ଷାର୍ଥୀମାନଙ୍କ ତିନୋଟି ଦଳରେ ବିଭକ୍ତ କରନ୍ତୁ   ।  ପ୍ରତ୍ୟେକ ଦଳକୁ ନିଜ ଭୀତରେ ଆଲୋଚନା କରି ନିମ୍ନ ବିଷୟମାନଙ୍କ ଉପରେ ଫପଚାଟରେ ଲେଖିବାକୁ କୁହନ୍ତୁ   ।

  • ଆପଣଙ୍କ ଅଞ୍ଚଳରେ କିପରି ଘାସମରା ଔଷଧ ବ୍ୟବହାର କରାଯାଏ  ।
  • ନିଜ ଅଞ୍ଚଳରେ କୃଶସ୍କମାନେ ନିଜ ସ୍ପେ କରନ୍ତି ନା ଶ୍ରମିକମାନଙ୍କ ଦ୍ଵାରା କରାଇଥାଆନ୍ତି   ? ଶତକଡା କେତେ ଭାଗ ଚାଷୀ ସ୍ପେ କରିବା ପାଇଁ ଶ୍ରମିକ ଉପରେ ନିର୍ଭର କରିଥାନ୍ତି   ।
  • ଘାସମରା ଔଷଧ ପ୍ରୟୋଗ ପାଇଁ ଆପଣଙ୍କ ଅଞ୍ଚଳରେ କେଉଁ ପ୍ରକାରର ସ୍ପେୟର ଉପଲବ୍ଧ ହୋଇଥାଏ ଓ ବ୍ୟବହାର କରାଯାଇଥାଏ  ।
  • ନିଜ ଅଞ୍ଚଳରେ ଘାସମରା ଔଷଧ ବ୍ୟବହାର ପାଇଁ କେଉଁ ପ୍ରକାରର ନୋଜଳ ବ୍ୟବହାର କରାଯା ଏ ।
  • ଆପଣ ବିଭିନ୍ନ ପ୍ରକାର ନୋଜଳ ଓ ଏକାଧିକ ନୋଜଳ ବମ ବିଷୟରେ ଜାଣନ୍ତି କି  ?
  • ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗବେଳେ ଆପଣ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି କି ?
  • ଯଦି ପୂର୍ବ ପ୍ରଶ୍ନ ଉତ୍ତର ହୁଏ , ତେବେ ସୁରକ୍ଷା ଦ୍ରୁଷ୍ଟିରୁ କି କି ପଦକ୍ଷେପ ଗ୍ରହଣ କରନ୍ତେ ତା ର ତାଲିକା କରନ୍ତୁ  ।
  • ଔଷଧ ପ୍ରୟୋଗ ପୂର୍ବରୁ ପ୍ରୟୋଗକାରୀ ସ୍ପେୟରର କ୍ରମାଙ୍କନ କରନ୍ତି କି  ?
  • ଆପଣନାକ ଅଞ୍ଚଳର ବଜାରରେ ବିଭିନ୍ନ ପ୍ରକାର ନୋଜଳ ଓ ନୋଜଳ ବମ ମିଳିଥାଏ କି  ?

ଏ ବିଷୟରେ ଆଲୋଚନା ପାଇଁ ଶିକ୍ଷାର୍ଥୀମାନଙ୍କ  ୨୦ ମିନିଟ ସମୟ ଦିଅନ୍ତୁ   । ଏହାପରେ ପ୍ରତ୍ୟେକ ଦଳକୁ ନିଜ ରିପୋର୍ଟ ଉପସ୍ଥାପନ ପାଇଁ କୁହନ୍ତୁ (ପ୍ରତି ଦଳ ପାଇଁ  ୧୦ ମିନିଟ)

ସୋପାନ ୨

ଏକ ଉପସ୍ଥାପନ କରନ୍ତୁ  (୪୫ ମିନିଟ)

ଅଧିବେଶନ  ୪: ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗର ଉନ୍ନତି କୌଶଳ “ ଉପରେ ପାୱାର ପଏଣ୍ଟ ଉପସ୍ଥାପନ କରନ୍ତୁ   । ଆଲୋଚନା ମାଧ୍ୟମରେ ଶିକ୍ଷା ଗ୍ରହଣ ପାଇଁ ଏକ ଧଳା ବୋର୍ଡ ବ୍ୟବହାର କରନ୍ତୁ । ନିମ୍ନ ବିଷୟରେ ଶିକ୍ଷାଦାନ କରାଯାଇପାରେ   ।

  • ବିଭିନ୍ନ ପ୍ରକାରର ସ୍ପେୟର
  • ଘାସମରା ଔଷଧ ପ୍ରୟୋଗ ପାଇଁ ଉପଯୁକ୍ତ ସ୍ପେୟର
  • ଠିକ ଭାବେ ଘାସମରା ଔଷଧ ପ୍ରୟୋଗ ପାଇଁ ବିଭିନ୍ନ ଉପକରଣ
  • ବିଭିନ୍ନ ପ୍ରକାର ନୋଜଲ ଓ ବମ ଏବଂ ସେ ସବୁର ବ୍ୟବହାର
  • ସ୍ପେ କରାଯିବା ସ୍ଥାନର ଓସାର
  • ଚାପ ନିୟନ୍ତ୍ରଣ  ।

ପାୱାର ପଏଣ୍ଟ ଉପସ୍ଥାପନ ବେଳେ ଶିକ୍ଷାର୍ଥୀମାନଙ୍କ ଦେଖିବା ପାଇଁ ସ୍ପେୟରର ବିଭିନ୍ନ ଆସନ( ଉଦାହରଣ ସ୍ୱରୂପ ବିଭିନ୍ନ ପ୍ରକାର ନୋଜଲ,ନୋଜଲର ଅଂଶ, ବମ) ପ୍ରଦାନ କାରନ୍ତ   । ପ୍ରତ୍ୟେକ ସାଇଡ ଦେଖାଇବା ପରେ ପ୍ରଶ୍ନ ପଚାରିବା ଓ ଆଲୋଚନା ପାଇଁ ସମୟ ଦିଅନ୍ତୁ  । ଶିକ୍ଷାଦାନ ବିଷୟରେ ମୁଖ୍ୟ ଦିଗ ଉପରେ ପୁନରାଲୋଚନା କରନ୍ତୁ ଏବଂ ଶିକ୍ଷାର୍ଥୀଙ୍କ ମନରେ ପ୍ରଶ୍ନ ସ୍ଥିଲେ ତାହା ପଚାରିବା ପାଇଁ ସୁଯୋଗ ଦେଇ ଅଧିବେଶନ ଶେଷ କରନ୍ତୁ  ।

ସୂଚନା:- ପାୱାର ପଏଣ୍ଟ ଉପସ୍ଥାପନ ପାଇଁ ଦୟା କରି ପରିଶିଷ୍ଟ ୩ ଦେଖନ୍ତୁ –“ ଅଧିବେଶନ ୪: ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗର ଉନ୍ନତି କୌଶଳ  ।

ଭାଗ :୨ ଘାସମରା ଔଷଧର ଦକ୍ଷତା ବଦ୍ଧ ନିମନ୍ତେ ସ୍ପେୟର କମାଙ୍କନ,ରକ୍ଷଣାବେକ୍ଷଣ , ସାଇତିବା ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ  ।

ଏହି ଅଧିବେଶନରେ ପ୍ରଦାନ କରିବାକୁ ଥିବା ପ୍ରମୁଖ ବାର୍ତ୍ତା   :-

  1. ଗୋଟିଏ ନିର୍ଦ୍ଧିଷ୍ଟ କ୍ଷେତ୍ରଫଳ ଅଞ୍ଚଳରେ ପଡୁଥିବା ଔଷଧ ପରିମାଣ ନିର୍ଧାରଣ କ୍ରମାଙ୍କନ କୁହାଯାଏ  ।
  2. ଘାସମରା ଔଷଧ ପ୍ରୟୋଗ ପୂର୍ବରୁ ସର୍ବଦା ନିଜ ସ୍ପେୟରର କ୍ଷେତରେ କ୍ରମାଙ୍କନ କରନତୁ , ଏହାଦ୍ଵାରା ଠିକ ମାତ୍ରାରେ ଔଷଧ ପ୍ରୟୋଗ ସମ୍ଭବ ହୋଇଥାଏ   ।
  3. ଚାଲିବାର ବେଗ, ସ୍ପେୟର ଟାଙ୍କିର ଚାପ ଓ ନୋଜଲର କ୍ଷମତା ଦ୍ଵାରା ସ୍ପେୟର କମାଙ୍କନ ପ୍ରଭାବିତ ହୋଇଥାଏ  ।
  4. ଘାସମରା ଔଷଧ , ମିଶ୍ରଣ, ପ୍ରସ୍ତୁତ ଓ ପ୍ରୟୋଗ ପୂର୍ବରୁ ସର୍ବଦା ମୁଖା, ଗ୍ଳୋଭସ , ଟୋପି , ଚଷମା , ଗାମବଟ ଓ ଆବରଣ ପୋଷାକ ପିନ୍ଧନ୍ତୁ  ।
  5. ଉପଯୁକ୍ତ ସ୍ପେୟର ଓ ନୋଜଲ ଚୟନ କରନ୍ତୁ  ।
  6. ସ୍ପେୟର ଟାଙ୍କିରେ ନିର୍ଦ୍ଧିଷ୍ଟ ଚାପ ବଜାୟ ରହିବା ଦରକାର ଏବଂ ସେପୟର ବମ ଉପଯୁକ୍ତ ଉଚ୍ଚତାରେ ରହିବା ଉଚିତ  ।
  7. ବମରେ ଥିବା ସମସ୍ତ ନୋଜଲ ସମାନ ପ୍ରକାରର ହେବା ଆବଶ୍ୟକ ( ନୋଜଲଗଡକ ରଙ୍ଗ ଦ୍ଵାରା ଚିହ୍ନିତ ହୋଇଥାଏ)
  8. ପ୍ରତି ଟାଙ୍କିରେ ଘାସମରା ଔଷଧ ପରିମାଣ ଓ ନିର୍ଦ୍ଧିଷ୍ଟ ଜମିରେ କେତେ ଟାଙ୍କି ଔଷଧ ଦ୍ରବଣ ସ୍ପେ କରାଯିବ , ଏହାର ହିସାବ ବିଷୟ ଏ ବୁଝାଇ ଦିଅନ୍ତୁ   ।
  9. ଘାସମରା ଔଷଧର ଅଧିକ ସଫଳ ପାଇବା ପାଇଁ ସୁପାରିସ ମତେ ନିମଜ୍ଜନ ପଦାର୍ଥ ପ୍ରୟୋଗ କରନ୍ତୁ   ।

10.  ଯଦି ଚାପ , ନୋଜଲ ବା ଗତି ଏ ପରିବର୍ତ୍ତନ ଘଟେ , ତେବେ ସେପୟରର ପୁନଃ କ୍ରମାଙ୍କନ କରାଯାଉ  ।

11.  ଟାଙ୍କିରେ ପ୍ରଥମେ ଘାସମରା ଔଷଧ ପ୍ରୟୋଗ ବେଳେ ଟାଙ୍କିକୁ ହଲାଇ ଏହାକୁ ପାଣି ସହିତ ଭଲଭାବେ ମିଶାଇ ଦିଅନ୍ତୁ   ।  ଘାସମରା ଔଷଧ ଗୁଣ୍ଡ ବା ଦାନାଡାର ଭାବେ ମିଳିଥିଲେ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ ହେବ  ।

12.   ପ୍ରତି ଥର ବ୍ୟବହାର ପରେ ସ୍ପେୟରର ବସ ଓ ସାବୁନ ଗୁଣ୍ଡରେ ଭଲ ଭାବେ ଧୋଇ ଦିଅନ୍ତୁ  । ନୋଜଲ ସଫା କରିବା ପାଇଁ ଧାତବ ଜିନିଷ ବ୍ୟବହାର କରନ୍ତୁ ନାହିଁ   ।

13.  ସ୍ପେ କରିବା ବେଳେ ଘାସମରା ଔଷଧ ଯେପରି  ପବନରେ ଉଡାଜାଇ ଅନ୍ୟ କିଆରିରେ ନ ପଡେ , ସେଥିପ୍ରତି ନଜର ଦିଅନ୍ତୁ  । ଏହାଦ୍ଵାରା ଅନ୍ୟ କିଆରିର ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି  ।

14.  ସ୍ପେୟର ଓ ଘାସମରା ଔଷଧକ ଗୋଟିଏ ବା ଘର ବା ବାକସ ଭୀତରେ ରଖିବା ଦରକାର   । ଏହା ଉପରେ ସୂର୍ଯ୍ୟକିରଣ ପଡିବା ଉଚିତ ନୁହେଁ   । ଏସବୁକୁ ଛୋଟ ପିଲା ଓ ପ୍ରାଣୀମାନଙ୍କ ଠାରୁ ଦୂରରେ ରଖନ୍ତୁ  ।

ପ୍ରୟୋଗାତ୍ମକ କ୍ରମାଙ୍କନ ଅଧିବେଶନ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଓ ସମ୍ବଳ  :-

  • ପାୱାର ପଏଣ୍ଟ ଉପସ୍ଥାପନ “ ଅଧିବେଶନ ୪: ସ୍ପେୟର କ୍ରମାଙ୍କନ , ଘାସମରା ଔଷଧ ମିଶ୍ରଣ/ପ୍ରସ୍ତୁତ ସ୍ପେ କରିବାବେଳେ ଔଷଧ ଉଡିବା , ସୁରକ୍ଷା ଓ ସାଇତିବା ଭାଗ ୨
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ପାୱାରପଏଣ୍ଟ ଉପସ୍ଥାପନା ମୁଦ୍ରିତ ନକଲ
  • ଅଲେଖା ପୋଷ୍ଟର କାଗଜ/ଫପ ଟାଟାଧଳା ବୋର୍ଡ, ମାର୍କର କଲମ
  • କ୍ରମାଙ୍କନ ଉପରେ ପ୍ରୟୋଗାତ୍ମକ  କାର୍ଯ୍ୟ ପାଇଁ ଅନ୍ତତଃ ୩୩.୩ ମିଟର X ୩ ମିଟର ଆକାରର ଏକ କିଆରି
  • ଘାସମରା ଔଷଧ ପ୍ରୟୋଗ ପାଇଁ ସୁରକ୍ଷା ପୋଷାକ  (ପ୍ରତି ଦିନ ପାଇଁ ଗୋଟିଏ ବା ଅନ୍ତତଃ ତିନି ସେଟ) ସହିତ ଚଷମା, ମୁଖା , ହାତ ଓ ମୁହଁ ଘୋଡାଉଥିବା ସୁରକ୍ଷା ପଲିଥିନ ପୋଷାକ, ଗ୍ଳୋଭସ , ସୁରକ୍ଷା ପ୍ୟାଣ୍ଟ ଏବଂ ଗମ ବଟ   ।
  • ବିଭିନ୍ନ ପ୍ରକାରର ନାପଶାକ ସ୍ପେୟର ୪ ଟି ନାପଶାକ ସ୍ପେୟର (୧୫ ଲିଟର କ୍ଷମତା ବିଶିଷ୍ଟ ହେଲେ ଭଲ) ପ୍ରତ୍ୟେକ ଦଳ ପାଇଁ ଗୋଟିଏ ଗୋଟିଏ ହେଲେ ସମସ୍ତ ପ୍ରୟୋଗାତ୍ମକ ତାଲିମ ପାଇପାରିବେ   ।
  • ପାଣି ମାପିବା ପାଇଁ  ୧୦୦୦ ମିଲିଲିଟର କ୍ଷମତା ବିଶିଷ୍ଟ ବକର
  • ଅନ୍ତଃ ଚାରୋଟି ଫ୍ୟାନ/ଫୁଟ ଜେଟ ନୋଜଳ , ଏକାଧିକ ନୋଜଳ ଥିବା ବାମ ହେଲେ ଭଲ
  • ବିଭିନ୍ନ ଫାଟ ପ୍ୟାନ ନୋଜଳ (ଚାରୋଟି ନାପଶାକ ସ୍ପେୟର ପାଇଁ , ଯଦି ତିନି ନୋଜଳ ବିବିଷ୍ଟ ବମ ବ୍ୟବହାର କରାଯାଉଥାଏ  ) । ତେବେ ୧୨ ଟି ପାଟ ନୋଜାଲ ଆବଶ୍ୟକ ହେବ)
  • ଅନ୍ତତଃ ୧୨ ଟି ଖାଲି ପ୍ଲାଷ୍ଟିକ ବୋତଲ
  • ନୋଜାଲ ଓ ବାମ ସହିତ ବୋତଲ ସଂଯୋଗ ପାଇଁ ବୈଦ୍ୟୁତିକ ଟେପ
  • ଏକ କିଲୋଗ୍ରାମ ୟୁରିଆ
  • ମାପ କରିବା ପାଇଁ ଟେପ
  • କ୍ଷେତ୍ରରେ ଥିବା ଘାସ ଅନୁସାରେ ଉପଯୁକ୍ତ ଘାସମରା ଔଷଧ (ପ୍ରାକ ବୁଣା ବା ପ୍ରାକ ଗଜା ଔଷଧ ହେଲେ ଭଲ)

ଏହି ଅଧିବେଶନ ପରିଚାଳନା ପାଇଁ ସୋପାନ  :-

ସୋପାନ  ୧ (୩୦ ମିନିଟ)

ଗୋଟିଏ ଉପସ୍ଥାପନା କରନ୍ତୁ   ?

ପାୱାର ପଏଣ୍ଟ ଉପସ୍ଥାପନା ବ୍ୟବହାର କରନ୍ତୁ   ।  (ଅଧିବେଶନ  ୪ : ସ୍ପେୟର କ୍ରମାଙ୍କନ , ଘାସମରା ଔଷଧ /ମିଶ୍ରଣ,ସ୍ପେ କରିବାବେଳେ ଔଷଧ ପକାଇବା, ସୁରକ୍ଷା ଓ ସାଇତିବା ଭାଗ  । କ୍ରମାଙ୍କନ , ହେକ୍ଟର ପ୍ରତି ଟାଙ୍କି ସଂଖ୍ୟା ଓ ଟାଙ୍କି ପ୍ରତି ଘାସମରା ଔଷଧ ପରିମାଣ ହିସାବ କରିବା ପାଇଁ ଧଳା ପଟା ବ୍ୟବହାର କରନ୍ତୁ   ।

ସୋପାନ ୨(୧୦ ମିନିଟ)

ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦେବା ପାଇଁ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ  ।

ପ୍ରଶ୍ନ :୧ ସ୍ପେୟର କ୍ରମାଙ୍କନ ବେଳେ  ୨୦୦ ବର୍ଗମିଟର ସ୍ଥାନରେ  ୨ ଲିଟର ଜଳ ବ୍ୟବହୃତ ହୋଇଥିଲା  । ତେଣୁ ସ୍ପେୟର ଦ୍ଵାରା ହେକ୍ଟର ପ୍ରତି କେତେ ଜଳ ନିର୍ଗତ ହୋଇଥାଏ  ।

ପ୍ରଶ୍ନ :୨ : ଏପୟର ଟାଙ୍କିର କ୍ଷମତା  ୧୫ ଲିଟର ହୋଇଥିଲେ ଦୁଇ ଏକର ଜମିରେ ସ୍ପେ କରିବା ପାଇଁ କେତେ ପାଣି ଆବଶ୍ୟକ ହେବ  ।

ପ୍ରଶ୍ନ:- ୩ :- ଔଷଧ ଦ୍ରବଣ ସହିତ ଶତକଡା  ୦.୨୫ ଭାଗ ନିମଜ୍ଜନ ପଦାର୍ଥ ବ୍ୟବହାର ପାଇଁ ସୁପାରିସ କରାଯାଇଛି  । ଯଦି ଗୋଟିଏ ସ୍ପେୟର ଟାଙ୍କିର କ୍ଷମତା  ୧୫ ଲିଟର ହୁଏ ତେବେ ଟାଙ୍କି ପ୍ରତି କେତେ ନିମ୍ନଜ୍ଜିତ ପଦାର୍ଥ ଆବଶ୍ୟକ ହେବ   ।

ସୋପାନ  ୩ (୬୦) ମିନିଟ

କ୍ରମାନଙ୍କନ ପାଇଁ ପ୍ରୟୋଗାତ୍ମକ ତାଲିମ ଓ ଅନୁଭୂତର ଶିକ୍ଷାଗ୍ରହଣ

ଶିକ୍ଷାର୍ଥୀମାନଙ୍କ ପ୍ରୟୋଗାତ୍ମକ ପ୍ରଦର୍ଶନ କ୍ଷେତ୍ରକୁ ନିଅନ୍ତୁ  । କିଛି ଶିକ୍ଷାର୍ଥୀଙ୍କ ସାହାଯ୍ୟରେ ନେଇ କ୍ରମାଙ୍କନ ପ୍ରଦର୍ଶନ କରନ୍ତୁ   ।  ଏହି ସମୟରେ ନିମ୍ନ ଦିଗ ପ୍ରତି ଗୁରୁତ୍ଵ ଦେବା ଆବଶ୍ୟକ   ।

  • ବିଭିନ୍ନ ପ୍ରକାର ନୋଜାଲର ସ୍ପେ କରାଯିବ ଢଙ (ପାଟ ପ୍ୟାନ , ହଲୋକୋଣ ପ୍ରକାର ଓ କଟ ପ୍ରକାର)
  • ହସ୍ତଚାଳିତ ଓ ବ୍ୟାଟେରୀ ଚାଳିତ ସ୍ପେୟର ବ୍ୟବହାର କରି ସ୍ପେ କରିବା ଏବଂ ବ୍ୟାଟେରୀ ଚାଳିତ ସ୍ପେୟର ଉପକାରିତା ବିଷୟରେ ଆଲୋଚନା କରିବା (ସହଜରେ କାର୍ଯ୍ୟ କରିଥାଏ , ସମାନ ଚାପ ଏବଂ ସମାନ ଭାବରେ ଘାସମରା ଔଷଧ ପ୍ରୟୋଗ)
  • ଏକକ ନୋଜାଲ ବାମ ତୁଳନା ଏ ଏକାଧିକ ନୋଜାଲ ବମ ବ୍ୟବହାର ଦ୍ଵାରା ସମାନ ଭାବେ ଔଷଧ ପ୍ରୟୋଗ ହେବ  ।
  • ସମାନ ଭାବେ ଔଷଧ ପ୍ରୟୋଗ ପାଇଁ ବମ ଉଚ୍ଚତାର ପ୍ରଭାବ
  • ଏକକ ନୋଜାଲ ବମରେ ଲାଗୁଥିବା ଫାଟ ଫ୍ୟାନ ଓ କଟ ନୋଜାଲର ସ୍ପେ କରିବାଯିବା ଓସାର ଅନୁଧ୍ୟାନ  । କଟ ନୋଜାଲ ଦ୍ଵାରା ଧିକ ଓସାର ଓ ସମାନ ଭାବେ ସ୍ପେ କରାଯାଏ   । ତେଣୁ ଏକର୍କ ନୋଜାଲ ବମ ବ୍ୟବହାର କରାଯାଉଥିଲେ କଟ ନୋଜାଲ ବ୍ୟବହାର କରିବା ଉଚିତ  ।
  • ସ୍ପେୟରର କ୍ରମାଙ୍କନ ପାଇଁ କିଆରିର ଏକ ପରୀକ୍ଷାମୂଳକ ସ୍ଥାନ ଚିହ୍ନଟ କରନ୍ତୁ   ।  ଗୋଟିଏ ଟେପ ସାହାଯ୍ୟରେ  ୩ ମିଟର ଓସାର ଓ ୩୩.୩ ମିଟର ଲମ୍ବ (୧୦୦ ବର୍ଗ ମିଟର) ସ୍ଥାନ ଚିହ୍ନଟ କରନ୍ତୁ   ।
  • ଉପଯୁକ୍ତ ସ୍ପେୟର ଓ ନୋଜାଲ ଚୟନ କରନ୍ତୁ  । ପ୍ରତି ଲିଟର କ୍ଷମତା ବିଶିଷ୍ଟ ନାପଶାକ ସେପୟରରେ ଫାଟ ପ୍ୟାନ ସଂଯୁକ୍ତ ଏକାଧିକ ନୋଜାଲ ବମ ରହୁଥିବା ଦରକାର  । ଶିକ୍ଷାର୍ଥୀମାନଙ୍କୁ ମନେ ପକାଇ ଦିନତୁ ଯେ ସବ ନୋଜାଲର ଅଗ୍ରଭାଗ ଏକାପ୍ରକାର  । ଏଥିରୁ ସାଧାରଣ ଭାବେ ସ୍ପେ ହେଉଛି ବୋଲି ଦର୍ଶାଇ ଦିଅନ୍ତୁ  । ଯଦି କୌଣସି ନୋଜାଲର ଅସ୍ବାଭାବିକ ଭାବେ ସ୍ପେ ହେଉଥାଏ , ତେବେ ନୋଜାଲ ଅଗ୍ରଭାଗ ନଷ୍ଟ ହେବା ବା ଏହା ଭୀତରେ ମଇଳା ଅଟକିବା ଯୋଗୁଁ ହୋଇଥାଏ  । ବମରେ ଥିବା ନୋଜାଲ ଆଗ୍ରହବାଗକୁ ଏପରି ରଖନ୍ତୁ ଯେମିତି ସ୍ପେ କଲାବେଳେ ପରସ୍ପର ଅଞ୍ଚଳକୁ ଆଂଶିକ ଆବତ୍ତ କରୁଥିବେ  ।
  • ଟାଙ୍କିରେ ମାପ କରାଯାଇଥିବା ପାଣି ଭର୍ତ୍ତି କରନ୍ତୁ   ।
  • ସ୍ପେ କରାଯିବାକୁ ଥିବା ଜମିର କ୍ଷେତ୍ରଫଳ ଅନୁସାରେ ଜଳ ପରିମାଣ ହିସାବ କରନ୍ତୁ  (ଟାଙ୍କିରେ ପ୍ରଥମ ଥର ଜଳ-ସ୍ପେ ପରେ ଟାଙ୍କିରେ ରହୁଥିବା ଜଳ ପରିମାଣ) । ହେକ୍ଟର ପ୍ରତି ବ ଏକର ପ୍ରତି ପ୍ରତି ଜଳ ପରିମାଣ ହିସାବ କରନ୍ତୁ   ।
  • ଆବସାୟକ ହେଲେ କିପରି ଜଳ ପରିମାଣରେ କମ ବା ବେସୀ କରାଯିବ , ଏ ବିଷୟରେ ଆଲୋଚନା କରନ୍ତୁ   ।

ସୋପାନ  ୪ (୩୦ ମିନିଟ)

ଦଳଗତ କାର୍ଯ୍ୟ   । ଶିକ୍ଷାର୍ଥୀମାନଙ୍କ ଚାରୋଟି ଦଳରେ ବିଭକ୍ତ କରନ୍ତୁ   । ପ୍ରତ୍ୟେକ ଦଳକୁ ସୋପାନ ୩ ରେ କରାଯାଇଥିବା ଅନୁସାରେ କ୍ରମାଙ୍କଙ୍କ କରିବା ପାଇଁ କୁହନ୍ତୁ  । ପ୍ରତ୍ୟେକ ଦଳକୁ ହେକ୍ଟର ପ୍ରତି ଜଳ ପରିମାଣ ହିସାବ କରିବା ପାଇଁ କୁହନ୍ତୁ   ।

ଏହା ସହିତ ପୂର୍ବରୁ ସେମାନେ ଠିକ ଭାବେ ସୁରକ୍ଷା ଭାବେ ସୁରକ୍ଷା ପୋଷାକ ପିଣଢୁଥିବା ନିଶ୍ଚିତ କରାନ୍ତୁ   ।

ସୂଚନା : - ଦୟାକରି ପରିଶିଷ୍ଟ  ୩ରେ ପ୍ରଦତ୍ତ ପାୱାର ପଏଣ୍ଟ ସାଇଡ  “ ଅଧିବେଶନ ୪: ସ୍ପେୟର କ୍ରମାଙ୍କନ , ଘାସମରା ଔଷଧ ମିଶ୍ରଣ ପ୍ରସ୍ତୁତ,ସ୍ପେ କରିବାବେଳେ ଔଷଧ ଉଡିବା , ସୁରକ୍ଷା ଓ ସାଇତିବା ଭାଗ  ୨ ଦେଖନ୍ତୁ  ।

ଆଧାର  :ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ

3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top