ହୋମ / କୃଷି / ଶସ୍ୟ ଉତ୍ପାଦନ / ଧାନ ଫସଲରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା(ଅଧିବେଶନ ୫ )
ସେଆର କରନ୍ତୁ

ଧାନ ଫସଲରେ ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା(ଅଧିବେଶନ ୫ )

ପୁନରାଲୋଚନା, ପ୍ରଶ୍ନୋତ୍ତର , ଅଧିବେସନ , ତାଲିମ ପରି , ମୂଲ୍ୟାୟନ ଓ ମତାମତ ସଂଗ୍ରହ

ଆଭିମୁଖ୍ୟ

ଏହି ଅଧିବେଶନ ଶେଷରେ ଶିକ୍ଷାର୍ଥୀମାନେ ନିମ୍ନ ବିଷୟରେ ସମର୍ଥ ହୋଇଥିବେ   ।

  • ପୂର୍ବ ଅଧିବେଶନରୁ ସିଖୁଥିବା ସମାନତ ପଦ୍ଧତିରେ ଅନାବନା ଘାସ ଦମନ ଉପରେ ଯଥେଷ୍ଟ ତଥ୍ୟ ପ୍ରଦର୍ଶିତ କରିପାରୁଥିବେ   ।

ଆବଶ୍ୟକୀୟ ସାମଗ୍ରୀ

  • ପାୱାର ପଏଣ୍ଟ ଉପସ୍ଥାପନା “ ଅଧିବେଶନ ୫: ପୁନରାଲୋଚନା/ ନେବାକୁ ଥିବା ପ୍ରମୁଖ ବାର୍ତ୍ତା , ପ୍ରଶ୍ନୋତ୍ତର , ତାଲିମ ପରି ମୂଲ୍ୟାୟନ ଓ ସମାପ୍ତି
  • ତାଲିମ ପରି ମୂଲ୍ୟାୟନ ଫର୍ମର ମୁଦ୍ରତ ନକଲ(ପରିଶିଷ୍ଟ)
  • ତାଲିମ ବା ପ୍ରକଳ୍ପ ଲଗ ବୁକ (ଯଦିଥାଏ)
  • ଶିକ୍ଷାର୍ଥୀଙ୍କ ପାଇଁ ନେପସଲ
  • କିଛି ଘାସର ନମୁନା  (ତରୁଣ ଘାସ , ଚଉଡାପତ୍ର ଓ ମଠା ଜାତୀୟ ଘାସର ମିଶ୍ରଣ)
  • ବିଭିନ୍ନ ପ୍ରକାରର ନୋଜାଲ

ସୋପାନ  ୧

ସମନ୍ଵିତ ପଦ୍ଧତିରେ ଘାସ ଦମନ ପୁନରାଲୋଚନା ସାମଗ୍ରୀ

ପ୍ରଥମେ ପାୱାର ପଏଣ୍ଟ ଉପସ୍ଥାପନ ବିଷୟରେ ଆଲୋଚନା କରନ୍ତୁ  ।  ଆପଣ ଦେଖିବେ ପାୱାର ପଏଣ୍ଟ ଉପସ୍ଥାପନାରେ ପ୍ରଶ୍ନାବଳି ରାହୁଛୁ  । କାରଣ ତାଲିମ ସଂଯୋଜକ ଶିଖାର୍ଥୀମାନଙ୍କ , ଏସବୁ ପ୍ରଶ୍ନ ପଚାର ଉତ୍ତର ଦେବାରେ ସାହାଯ୍ୟ କରିବେ   । କୌଣସି ଉତ୍ତର ଭଲ ଥିଲେ ଏହାର ସଂଶୋଧନ କରିପାରିବେ   ।

ସୋପାନ  ୨

ତାଲିମ ପର ମୂଲ୍ୟାୟନ କରନ୍ତୁ  ।

ଶିଖାର୍ଥୀମାନଙ୍କ ତାଲିମ ପରି ମୂଲ୍ୟାୟନ ଫର୍ମ ପ୍ରଦାନ କରନ୍ତୁ   । ସେମାନଙ୍କୁ  ୧୫ ମିନିଟ ଭୀତରେ ଏହି ପ୍ରଶ୍ନମାନଙ୍କର ଉତ୍ତର ଦେବାକୁ କୁହନ୍ତୁ  । ସେମାନେ ପାଇଥିବା ନମ୍ବର ହିସାବ କରି ପ୍ରାକ, ତାଲିମ , ଫଳାଫଳ ସହିତ ତୁଳନା କରନତୁ   । ନିଜେ ଦେଖିବା ପାଇଁ ଏହାକାଉ ଶିକ୍ଷାର୍ଥୀମାନଙ୍କ ଫେରାଇ ଦିଅନ୍ତୁ  । ପ୍ରତ୍ୟେକ ଶିକ୍ଷାର୍ଥୀ ପାଇଥିବା ନମ୍ବରକୁ ଗୋଟିଏ ତାଲିମ ବା ପ୍ରକଳ୍ପ ଲଗବୁକରେ ଲେଖା ରଖନ୍ତୁ  । ଯଦି କୌଣସି ଭଲ ଅଧିକାଂଶ ଶିଖାର୍ଥୀଙ୍କ ଖାତାରେ ଥାଏ , ତେବେ ସେ ବିଷୟରେ ଆଲୋଚନା କରନ୍ତୁ   । ତାଲିମ ଶେଷ ହେବା ପୂର୍ବରୁ କୌଣସି ଭଲ ଧାରଣା ଥିଲେ ଦୂର କରିବାକୁ ଚେଷ୍ଟା କରନ୍ତୁ   ।

ସୋପାନ ୩

କୀଟନାଶକ ପ୍ରୟୋଗର ଆୟ କରିବା ପାଇଁ ରହୁଥିବା ସଂଯୋଗ ବିଷୟରେ ଆଲୋଚନା

କୀଟନାଶକ ପ୍ରୟୋଗ କାର୍ଯ୍ୟକୁ ଭଡା ସୂତ୍ରରେ କରିବା ଦକ୍ଷ ତଥା ପେଷାଡାର ପ୍ରୟୋଗକାରୀ ସ୍ପଷ୍ଟ କରାଯିବା ଓ ଏ କ୍ଷେତରେ ରହୁଥିବା ସମ୍ଭାବ୍ୟ ସୁଯୋଗ ଉପରେ ଶିଖାର୍ଥୀମାନଙ୍କ ସହିତ ଆଲୋଚନା କରନ୍ତୁ (ସହଜରେ ତାଲିମ ଦିଆଯାଇପାରିବ , ଅଳ୍ପ ଲୋକଙ୍କ ତାଲିମ ଦିଆଯିବ , ଉତ୍ତମ ଦକ୍ଷତା , ଯୁବକମାନଙ୍କ ପାଇଁ ବ୍ୟବଶାୟିକ ସୁଯୋଗ)

ନାପସାକ ସ୍ପେୟର ବ୍ୟବହାର କରି ସେବା ପ୍ରଦାନକାରୀ ଓ ଯନ୍ତ୍ର ସଂଯୁକ୍ତ ସ୍ପେୟର ବ୍ୟବହାର କରି ସେବା ପ୍ରଦାନକାରୀ ହେବା ନିମତନେ କିଏ ଉପଯୁକ୍ତ ହେବେ ଏ ବିଷୟରେ ମଧ୍ୟ ଆଲୋଚନା କରନ୍ତୁ  ।

ସୋପାନ ୪

ପ୍ରଶ୍ନୋତ୍ତର ଏବଂ ତାଲିମର ସମାପ୍ତି

ଶିଖାର୍ଥୀମାନଙ୍କର ତାଲିମ ସଂଯୋଜକଙ୍କ ପାଇଁ କୌଣସି ପ୍ରଶ୍ନ ଥିଲେ ଏହାର ଉତ୍ତର ପ୍ରଦାନ କରି ଅଧିବେଆନ ଶେଷ କରନ୍ତୁ   । ମତାମତ ଫର୍ମ ପୂରଣ କରିବା ପାଇଁ ସମସ୍ତ ଶିକ୍ଷାର୍ଥୀଙ୍କୁ କୁଆନ୍ତୁ  । ସକ୍ରିୟ ଭାବେ ଭାଗ ନେଇଥିବାର ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଧନ୍ୟବାଦ ପ୍ରଦାନ କରନ୍ତୁ  ।

ସୂଚନା :- ଦୟାକରି ପରିଶିଷ୍ଟ ୩ ରେ ଥିବା ପାୱାର ପଏଣ୍ଟ ସାଇଡ  “ ଅଧିବେଶନ  ୫: ପୁନରାଲୋଚନା/ନେବାକୁ ଥିବା ପ୍ରମୁଖ ବାର୍ତ୍ତା , ପ୍ରଶ୍ନୋତ୍ତର ,ତାଲିମ  ପରି ମୂଲ୍ୟାୟନ ଓ ସମାପ୍ତ “ ଦେଖନ୍ତୁ  ।

ପରିଶିଷ୍ଟ  ୧ : ପ୍ରାକ ମୂଲ୍ୟୟାନ ଫର୍ମ

ସମାନତ ପଦ୍ଧତିରେ ଘାସ ଦମନ  : କୃଶକ ଓ ସେବା ପ୍ରଦାନକାରୀଙ୍କ ପାଇଁ ପ୍ରାକ ତାଲିମ ମୂଲ୍ୟାୟନ ଫର୍ମ

ପ୍ରଶ୍ନ

ଉତ୍ତର

 

ମଥା ଜାତୀୟ

ତୃଣ ଜାତୀୟ

ଚଉଡା ପତ୍ର ଘାସ

 

ମଥା ଜାତୀୟ

ତୃଣ ଜାତୀୟ

ଚଉଡା ପତ୍ର ଘାସ

 

ମଥା ଜାତୀୟ

ତୃଣ ଜାତୀୟ

ଚଉଡା ପତ୍ର ଘାସ

ଘାସମରା ଔଷଧ ପ୍ରୟୋଗ ପାଇଁ କେଉଁଟି ଉପଯୁକ୍ତ ନୋଜାଲ ନୁହେଁ

ଫାଟ ଫ୍ୟାନ

ଫୁଡ ଜେଟ

ହଲୋ କୋନ

ଧାନ ଫସଲରେ ପେଟଲାକୋର ଔଷଧ

ପ୍ରାକ ଗଜା ହେବା

ଗଜା ହେବା ପରେ

ପ୍ରାକ ବୁଣା , ମାଟି ଭୀତରେ

ଗୋଟିଏ ଏକାଧିକ ବମରେ ସ୍ପେ କରିବାବେଳେ କେତେ ସାନ ଆଂଶିକ ଆବତ୍ତ ହେବା ଉଚିତ

୩୦%

୧୦୦%

୫୦%

ଏମାନଙ୍କ ମଧ୍ୟରୁ କେଉଁଟି ଗଜା ହେବା ପର ଘାସମରା ଔଷଧ

ବସପାଇରୁବାକ

ବଟାକୋର

ପେଣ୍ଟମେଥାଲନ

ସ୍ପେ କରିବା ବେଳେ ଉଦ୍ଧିଷ୍ଟ ବସ୍ତୁ ଠାରୁ କେତେ ଉପରେ ସ୍ପେୟର ରହିବା ଉଚିତ  ।

୨୫ ସେମି

୫୦ ସେମି

୩୦ ସେମି

ଯଦି ଗୋଟିଏ ବମରେ  ୫୦ ସେମି ବ୍ୟବଧାନରେ  ୩ ଟି ନୋଜେଲ ଲଗାଯାଇଥାଏ,ତେବେ କେତେ ଓସାର ସ୍ଥାନରେ ସ୍ପେ କରାଯାଇପାରିବ   । ଏହା କି ପ୍ରକାରର ନୋଜାଲ ଅଟେ

୧୦୦ ସେମି

୧୫୦ ସେମି

୨୦୦ ସେମି

 

ପରିଶିଷ୍ଟ  ୨ : ତାଲିମ ପର ମୂଲ୍ୟାୟନ ଫର୍ମ

ସମାନତ ପଦ୍ଧତିରେ ଘାସ ଦମନ  : କୃଶକ ଓ ସେବା ପ୍ରଦାନକାରୀଙ୍କ ପାଇଁ ପ୍ରାକ ତାଲିମ ମୂଲ୍ୟାୟନ ଫର୍ମ

ପ୍ରଶ୍ନ

ଉତ୍ତର

 

ମଥା ଜାତୀୟ

ତୃଣ ଜାତୀୟ

ଚଉଡା ପତ୍ର ଘାସ

 

ମଥା ଜାତୀୟ

ତୃଣ ଜାତୀୟ

ଚଉଡା ପତ୍ର ଘାସ

 

ମଥା ଜାତୀୟ

ତୃଣ ଜାତୀୟ

ଚଉଡା ପତ୍ର ଘାସ

ଘାସମରା ଔଷଧ ପ୍ରୟୋଗ ପାଇଁ କେଉଁଟି ଉପଯୁକ୍ତ ନୋଜାଲ ନୁହେଁ

ଫାଟ ଫ୍ୟାନ

ଫୁଡ ଜେଟ

ହଲୋ କୋନ

ଧାନ ଫସଲରେ ପେଟଲାକୋର ଔଷଧ

ପ୍ରାକ ଗଜା ହେବା

ଗଜା ହେବା ପରେ

ପ୍ରାକ ବୁଣା , ମାଟି ଭୀତରେ

ଗୋଟିଏ ଏକାଧିକ ବମରେ ସ୍ପେ କରିବାବେଳେ କେତେ ସାନ ଆଂଶିକ ଆବତ୍ତ ହେବା ଉଚିତ

୩୦%

୧୦୦%

୫୦%

ଏମାନଙ୍କ ମଧ୍ୟରୁ କେଉଁଟି ଗଜା ହେବା ପର ଘାସମରା ଔଷଧ

ବସପାଇରୁବାକ

ବଟାକୋର

ପେଣ୍ଟମେଥାଲନ

ସ୍ପେ କରିବା ବେଳେ ଉଦ୍ଧିଷ୍ଟ ବସ୍ତୁ ଠାରୁ କେତେ ଉପରେ ସ୍ପେୟର ରହିବା ଉଚିତ  ।

୨୫ ସେମି

୫୦ ସେମି

୩୦ ସେମି

ଯଦି ଗୋଟିଏ ବମରେ  ୫୦ ସେମି ବ୍ୟବଧାନରେ  ୩ ଟି ନୋଜେଲ ଲଗାଯାଇଥାଏ,ତେବେ କେତେ ଓସାର ସ୍ଥାନରେ ସ୍ପେ କରାଯାଇପାରିବ   । ଏହା କି ପ୍ରକାରର ନୋଜାଲ ଅଟେ

୧୦୦ ସେମି

୧୫୦ ସେମି

୨୦୦ ସେମି

 

ପରିଶିଷ୍ଟ ୧ ଓ ୨ : ପ୍ରାକ ତାଲିମ ଓ ତାଲିମ ପର ପରୀକ୍ଷା ପ୍ରଶ୍ନର ଉତ୍ତର

ତୃଣ ଜାତୀୟ

ଚଉଡା ପତ୍ର

ମଥା ଜାତୀୟ

ହଲୋକୋନ

ପ୍ରାକ ଗଜା ହେବା

୩୦%

ବସପାଇରବାକୁ

୫୦ ସେମି

୧୫୦ ସେମି

୧୦

ଫାଟ ପ୍ୟାନ

 

ପରିଶିଷ୍ଟ ୩: ପାୱାର ପଏଣ୍ଟ ସାଇଡ ।

ଅଧିବେଶନ  ୧ :

ଉପକ୍ରମଣିକା ଓ ତାଲିମ ଆଭିମୁଖ୍ୟ

ସମାନତ ପଦ୍ଧତିରେ ଘାସ ଦମନ ଉପରେ ତାଲିମ

ସ୍ଵାଗତ କରିବା ଓ ପରିଚୟ ପ୍ରଦାନ

  • ଶିଖାର୍ଥୀଙ୍କ ପରିଚୟ ପ୍ରଦାନ
  • ନାମ
  • କେଉଁ ସ୍ଥାନ /ଜିଲ୍ଲା/ରାଜ୍ୟରେ ଆସୁଛନ୍ତି
  • ବାର୍ତ୍ତା
  • ଘାସ ପରିଚାଳନା ଏ ଆପଣଙ୍କ ଭୂମିକା
  • ଏହି ତାଲିମର କଣ ଆଶା କରନ୍ତି(ଗୋଟିଏ ଫପଚାଟରେ ଲେଖନ୍ତୁ)

ଅଧିବେଶନର କାର୍ଯ୍ୟସୂଚୀ

  • ଉପକ୍ରମଣିକା ଓ ପ୍ରାକ ମୂଲ୍ୟାୟନ
  • ପ୍ରମୁଖ ଘାସ ଚାହିଁବା  (ଘାସ ଚିହ୍ନଟ କରିବା)
  • ଶ୍ରେଣୀଗୃହ ଶିକ୍ଷାଦାନ
  • ଘାସ ଚିହ୍ନିବା ଓ ହଜାରଆମ ପ୍ରସ୍ତୁତ ପାଇଁ କ୍ଷେତ ଗମନ
  • ପ୍ରମୁଖ ଫସଲରେ ସମାନତ ପହଡତିରେ ଘାସ ପରିଚାଳନା
  • ଶ୍ରେଣୀଗୃହ ଶିକ୍ଷାଦାନ
  • ପ୍ରଦଶନ କ୍ଷେତ୍ର ଗଗମ ଓ ଆଲୋଚନା

ଦିବସ

ଭାଗ ୧: ଘାସମରା ଔଷଧ ପ୍ରୟୋଗର ଉନ୍ନତ କୌଶଳ ସହିତ  କ୍ରାମାଙ୍କନ , ସତର୍କତା,ଅବଲମ୍ବନ ଓ ରକ୍ଷଣାବେକ୍ଷଣ

ଭାଗ ୨: ସ୍ପେ କରିବା ଉପରେ ପ୍ରୟୋଗାତ୍ମକ ଅଭ୍ୟାସ

ପ୍ରଶ୍ନୋତ୍ତର ଅଧିବେଶନ ଏବଂ ତାଲିମ ମୂଲ୍ୟାୟନ/ମତାମତ

ତାଲିମର ନିୟମାବଳି

  • ଏହା ଏକ ସହଭାଗିତା ଧର୍ମୀ ତାଲିମ
  • ଅନୁଭୂତିର ଶିକ୍ଷା  : ଆପଣମାନଙ୍କ ପ୍ରୟୋଗାତ୍ମକ ତାଲିମ ପାଇଁ ଆମେ ଉତ୍ସାହିତ କରୁଛୁ  ।
  • ପରସ୍ପର ମଧ୍ୟରେ ଆଲୋଚନା କରି ନିଜ ନିଜ ଅନୁଭୂତିର ଶିକ୍ଷାଲାଭ କରନ୍ତୁ  ।

କହିବା ପାଇଁ ଓ ପ୍ରଶ୍ନ ପଚାରିବା ପାଇଁ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ  ।

 

ଶିଖନ୍ତୁ ଓ ଉପଭୋଗ କରନ୍ତୁ

  • ଖୋଲା ମନରେ ପ୍ରଶ୍ନ ପଚାରନ୍ତୁ ଓ ନିଜର ଜ୍ଞାନ ପ୍ରଦାନ କରନ୍ତୁ  ।
  • ପ୍ରତ୍ୟେକ ପ୍ରୟୋଗାତ୍ମକ ତଲାଇମ ପାଇଁ ଆପଣ ସମୟ ପାଉଛନ୍ତି ବୋଲି ନିଶ୍ଚିତ କରନ୍ତୁ  (ଉଦାହରଣ ସ୍ୱରୂପ, ସ୍ପେୟରର କ୍ରମାଙ୍କନ ଏବଂ ଏକ ପିଠିରେ ବୋହିବା ସ୍ପେୟର ବ୍ୟବହାରକରି ଘାସମରା ଔଷଧ ପ୍ରୟୋଗ)
  • କାର୍ଯ୍ୟକୁ ଉପଭୋଗ କରନ୍ତୁ  ।

ଗୋଟିଏ କାର୍ଯ୍ୟର ଆରମ୍ଭ କରନ୍ତୁ

  • ଶିକ୍ଷାର୍ଥୀମାନଙ୍କ  ୪-୫ ଟି ଦଳରେ ବିଭକ୍ତ କରନ୍ତୁ   । ପ୍ରତି ଦଳରେ  ୪-୫ ଜଳ ରହିବା ଉଚିତ  । ଶିକ୍ଷାର୍ଥୀମନଙ୍କ ନିମ୍ନ ବିଷୟ ଏ ପ୍ରଶ୍ନ ପଚାର ସେମାନଙ୍କୁ ତତାରକୁ ଫଫ ଚାଟରେ ଲିପିବଦ୍ଧ କରନ୍ତୁ   ।
  • ଘାସ କହିଲେ କଣ ବୁଝାଯାଏ
  • କି କି ପ୍ରକାରର ଘାସ ରହୁଛି  ।  ଧାନ ଫଳରେ ଦେଖାଯାଉଥିବା ପାଞ୍ଚଟି ପ୍ରମୁଖ ଘାସର ନାମ କୁହନ୍ତୁ
  • ଅନାବନା ଘାସ ଦ୍ଵାରା କି କ୍ଷତ ହୋଇଥାଏ
  • କେଉଁଠି ଚାଷ ଜମିକୁ ଘାସ ଆସିଥାଏ
  • କାହାକୁ ଘାସ ଚାହିଁବା ଦରକାର   ।

ଏ ବିଷୟ ଏ ଚିନ୍ତା କରିବା ପାଇଁ ପ୍ରତି ଦଳକୁ  ୧୫ ମିନିଟ ସମୟ ଦିଅନ୍ତୁ  । ପ୍ରତ୍ୟେକ ଦଳ  ୫ ମିନିଟ ମଧ୍ୟରେ ନିଜ ମତ ଉପସ୍ଥାପନ କରନ୍ତୁ   ।

ଅନାବନା ଘାସ କହିଲେ କଣ ବୁଝାଯାଏ

  • କୌଣସି ସ୍ଥାନରେ ଅନାବଶ୍ୟକ ଭାବେ ବଢୁଥିବା ଉଦ୍ଭିଦକୁ ଅନାବନା ଘାସ କୁହାଯାଏ  ।
  • ନିଜ ପାଇଁ ଉଦ୍ଧିଷ୍ଟ ସ୍ଥାନ ବାହାରେ ରହୁଥିବା କୋଣସି ଉଦ୍ଭିଦକ, ଅନାବନା ଘଚ କୁହାଯାଏ   ।
  • ବାଞ୍ଛନୀୟ ଉଦ୍ଭିଦର ଅଭିବୃଦ୍ଧି ଓ ସାୟତିକ ପ୍ରଭାବିତ କରୁଥିବା କୌଣସି ଉଦ୍ଭିଦ   ।  ମଣିଷର କାର୍ଯ୍ୟକ୍ରମ ଉପରେ ନକାତ୍ମକ ପ୍ରଭାବ ପକାଉଥିବାରୁ ସେସବୁ ଅବଞ୍ଛନୀୟ ଅଟନ୍ତି   ।

ଘାସ ଦମନ କାହିଁକି ଗୁରୁତ୍ଵପୂର୍ଣ୍ଣ

ଫସଲ ସହିତ ସମ୍ବଳ ପାଇଁ ପ୍ରତିଯୋଗୀତା କରିବା ଯୋଗୁଁ ଘାସ ଫସଲ ଅମଳ କମାଇବାର କାରଣ ହୋଇଥାଏ

  • ଜଳ , ଆଲୋକ , ଖାଦ୍ୟସାର ଓ ସାନ
  • ଭାରତରେ ରୋଗପୋକ ତୁଳନାରେ ଅନାବନା ଘାସ ଦ୍ଵାରା ଅଧିକ ଅମଳ ହ୍ରାସ ଘଟିଥାଏ

ଘାସ ଦମନ କାହିଁକି ଗୁରୁତ୍ଵପୂର୍ଣ୍ଣ

  • କୃଷିଜାତ ସାମଗ୍ରୀ ମାନ ହ୍ରାସ କରେ   ।
  • ଅମଳରେ ଅସୁବିଧା କରିଥାଏ   ।
  • ଫସଲର ରୋଗଜୀବାଣୁ ଓ ପୋକ ପାଇଁ ବାସସ୍ଥାନ ଯୋଗାଇଥାଏ

ଧାନ ଫସଲରେ ଘାସ କ୍ଷତି

  • ନିମ୍ନ ଜମିରେ ଧାନ ଫସଲର ଅମଳ ହ୍ରାସ ପାଇଥାଏ:ଖାଲ ଜମିରେ ରୁଆଧାନ <ବୁଣାଧାନ<ଢିପଜମି ଧାନ
  • ବାହାର ଏବଂ ଓଡିଶାରେ  :ଧାନ ଫସଲରେ ଅନାବନା ଘାସ ଯୋଗୁଁ ୨୫% ଅମଳ ହ୍ରାସ ପାଇଥାଏ   ।

 

 

ପ୍ରୟୋଗାତ୍ମକ କାର୍ଯ୍ୟ

  • ପ୍ରତ୍ୟେକ ଦଳକୁ ନମୁନା ଘାସ ଦିଅନ୍ତୁ (ତୃଣ , ଚଉଡା ପତ୍ର ଓ ମଥା ଜାତୀୟ ପ୍ରତ୍ୟେକର  ୨-୩ ଟି)
  • ପ୍ରତ୍ୟେକ ଦଳକୁ ଏହାର ଆକାର ଲେଖି ରଖିବାକୁ କୁହନ୍ତୁ  ।
  • ସେମାନଙ୍କୁ ଦିଆଯାଇଥିବା ଘାସକୁ ତୃଣ, ଚଉଡାପତ୍ର ଓ ମଥାଜାତୀୟ – ଏହି ହିସାବରେ ଶ୍ରେଣୀକରଣ କରନ୍ତୁ  ।
  • ଦଳରେ ଜଣେ ବ୍ୟକ୍ତ ସେମାନଙ୍କ ଘାସ ବିଷୟରେ ଉପସ୍ଥାପନ କରନ୍ତୁ   ।

 

ତୃଣଜାତୀୟ ଘାସ

ସଆ ଓ ଅନ୍ୟାନ୍ୟ ତୃଣଜାତୀୟ ଘାସ ମଧ୍ୟରେ ପାର୍ଥକ୍ୟ

ଚଉଡା ପ୍ରତି ଘାସ

ମଥା ଜାତୀୟ ଘାସ

ମଥା ଜାତୀୟ ଘାସ

 

ଆପଣଙ୍କ ଘାସକୁ ଜାଣିବା କାହିଁକି ଗୁରୁତ୍ଵପୂର୍ଣ୍ଣ

  • ବିଭିନ୍ନ ପ୍ରକାରର ଘାସ ପାଇଁ ଭିନ୍ନ ଭିନ୍ନ ପ୍ରକାରର ନିୟନ୍ତ୍ରଣ  ପଦ୍ଧତି ଫଳପ୍ରଦହେଉନଥିବାରୁ ଘାସମାନଙ୍କ ଚାହିଁବା ନିହାତି ଦରକାର   ।

କେଉଁ କାରଣ ଯୋଗୁଁ ଗୋଟିଏ ଗଛ ଅନାବନା ଘାସ ହୋଇଥାଏ   ।

  • ମାତ୍ରାଧିକ ମଞ୍ଜି ଉତ୍ପାଦନ
  • ଦୀର୍ଘ ଦିନ ରହୁଥିବା ମଞ୍ଜ (ସପ୍ତ ଓ ଅଧିକ ଦିନ ଗାଯ କ୍ଷମତା)    ।
  • ଥରକୁ ଥର ଅଙ୍କୋରୋଦଗମ   ।
  • ଅଧିକ ପ୍ରତିଯୋଗୀତା ପୂର୍ଣ୍ଣ  ।
  • ବୀଜ ବିକ୍ଷେପ  ।
  • ବିବିଧ ଅବସ୍ଥା ସହିତ ଖାପ ଖୁଆଇବା ।
  • ଦୂରକୁ ଯିବା ପାଇଁ ବ୍ୟବସ୍ଥା ରହିଛି (ଅଳ୍ପରେ ବେଶ ଦୂର)

ପ୍ରୟୋଗାତ୍ମକ ତାଲିମ ପାଇଁ କ୍ଷେତ ଭ୍ରମଣ

  • ଶିକ୍ଷାର୍ଥୀମାନଙ୍କ ଚାରୋଟି ଦଳରେ ବିଭକ୍ତ କରନ୍ତୁ (ସକାଳର ସମାନ ଦଳକୁ ରଖନ୍ତୁ)  ।
  • ଘାସ ଚାହିଁବା ପାଇଁ ଶିକ୍ଷାର୍ଥୀମାନଙ୍କ ପୂର୍ବରୁ ଚୟନ କରାଯାଇଥିବା କିଆରି ବା ଏକ ପ୍ରଦର୍ଶନ କ୍ଷେତ୍ରକୁ ନିଅନ୍ତୁ  ।
  • ଅଧିବେଶନ  ୨ ର ସୋପାନ 3 ଓ ୪ ରେ ଥିବା ସଂପୂର୍ଣ୍ଣ ନିୟମାବଳୀ ଦେଖନ୍ତୁ) ।

 

ଅଧିବେଶନ ୩

ଧାନ ଫସଲରେ ସମନତ ପଦ୍ଧତିରେ ଘାସ ପରିଚାଳନା

ଦଳଗତ ଆଲୋଚନାର ଆରମ୍ଭ(୩୦ ମିନିଟ)

  • ଶିକ୍ଷାର୍ଥୀମାନଙ୍କ  ୩ ଟି ଦଳରେ ବିଭକ୍ତ କରନ୍ତୁ   ।
  • ପ୍ରତ୍ୟେକ ଦଳକୁ ନିଜ ଭୀତରେ ନିମ୍ନ ବିଷୟରେ ଆଲୋଚନା କରି ସେମାନଙ୍କ ମତାମତ ଫପଚାଟରେ ଲେଖନ୍ତୁ   ।
  • ନିଜ ଅଞ୍ଚଳରେ ପ୍ରଚଳିତ ଧାନ ଚାଷର ବିଭିନ୍ନ ପଦ୍ଧତି ବିଷୟରେ ଲେଖନ୍ତୁ   ।
  • କେଉଁ ପଦ୍ଧତି ଏ ଘାସ ଯୋଗୁଁ ଅଧିକ ସମସ୍ୟା ହୋଇଥାଏ ଓ କେଉଁ ପଦ୍ଧତିରେ କମ ସମସ୍ୟା ହୋଇଥାଏ   ।
  • କେଉଁ ଜମିରେ  (ଢିପ,ଖାଲ) ଅଧିକ ଭାବେ ଘାସର ସମସ୍ୟା ଦେଖାଯାଏ  ।
  • ଧାନ ବୁଣିବା ପୂର୍ବରୁ ଓ ଗଛ ହେବା ପରେ କରାଯାଉଥିବା ସାଧାରଣ ଘାସ ଦମାନ୍ନ କାର୍ଯ୍ୟ  ।

ଆଲୋଚନା ପାଇଁ ୧୫ ମିନିଟ ସମୟ ଉପସ୍ଥାପନ ପାଇଁ ୧୫ ମିନିଟ (ପ୍ରତି ଦଳ ପାଇଁ  ୫ ମିନିଟ)

ଧାନ ଚାଷର ବିଭନ ପଦ୍ଧତି

ରୁଆ ଧାନ

  • ହାତରେ ରୋଇବା
  • ଯାନ୍ତ୍ରିକ ରୋପଣ
  • ବୁଣାଧାନ
  • ଛଟା ବୁଣା
  • ଛଟା ବୁଣା ପରେ ବେଉଷଣ
  • ଧାଡିବୁଣା

ବୁଣାଧାନ ବନାମ ବେଉଷଣ କରିବା

(ଏହା କେବଳ ଓଡିଶା ପାଇଁ ପ୍ରଯୁଜ୍ୟ)

ଛଟାବୁଣା ପରେ ବେଉଷଣ

  • ଅଧିକ ମଜୁରି ଆବଶ୍ୟକ
  • ଅଧିକ ଶ୍ରମସାପେକ୍ଷ
  • ଅଧିକ ବିହନ ଦରକାର  (ଏକର ପ୍ରତି  ୪୦-୫୦ କିଗ୍ରା)
  • ବର୍ଷା ହେବାରେ ଡେରି ହେଲେ ବେଉଷଣରେ ବିଳମ୍ବ ଯୋଗୁଁ ଅମଳ ହ୍ରାସ ପାଇବାର ଆଶଙ୍କା ଥାଏ  ।
  • ଅଧିକ ଚାଷ ଖର୍ଚ୍ଚ ହୁଏ  ।

ଧାଡି ବୁଣା

  • କମ ମଜୁରି ଆବଶ୍ୟକ
  • ଶ୍ରମସାପେକ୍ଷ ନୁହେଁ
  • କମ ବିହନ ଦରକାର

(ଏକର ପ୍ରତି ୧୨-୧୫ କିଗ୍ରା)

  • ବେଉଷଣ ହୁଏ ନାହିଁ  । ତେଣୁ ଏହା ଉପରେ ଘାସ ନିୟନ୍ତ୍ରଣ ନିର୍ଭର କରେ ନାହିଁ  ।
  • ଚାଷ ଖର୍ଚ୍ଚ କମ ହୁଏ   ।

ଛଟା ବୁଣା ସହିତ ବେଉଷଣ କରିବା

(ଏହା ସାଇଡ କେବଳ ଓଡିଶା ପାଇଁ ପ୍ରଯୁଜ୍ୟ)

  • ହଳବଳଦ ବା ପାୱାର ତିଳର ଦ୍ଵାରା ଦେଇ ଠାରେ ହଳ କରିବା
  • ଖାଲିଥିବା ସ୍ଥାନରେ ମହିଳାମାନେ ଧାନର ଚାରାଗଛ ପକାଇ ଖେଳଆ କରନ୍ତି  ।
  • ବର୍ଷା ଉପରେ ବେଉଷଣ କାର୍ଯ୍ୟ ନିର୍ଭର କରେ  ।  ବର୍ଷା ହେବାରେ ବିଳମ୍ବ ହେଲେ ଅଧିକ ଘାସ ହେବା ଯୋଗୁଁ କ୍ଷତି ହୋଇଥାଏ  ।
  • ଘାସ ଦମନ ପାଇଁ ବିକଳ୍ପ ପନ୍ଥା ଆବଶ୍ୟକ  ।

ବିହନ ବୁଣା ଯନ୍ତ୍ରରେ ଧାଡିବୁଣା

ବିହନ ବୁଣା ଯନ୍ତ୍ରରେ ଧାଡିବୁଣା

ଶୁଖିଲା ଜମି :-

ଶୁଖିଲା ଜମିରେ ଧାନ ବୁଣା ଜଳସେଚନ କରାଯାଏ ବା ବର୍ଷା ହୁଏ  ।

ଓଦା ଜମିରେ  (ବତୁରା ଜମି)

ବତୁରା ଅବସ୍ଥାରେ ଜମି ପ୍ରସ୍ତୁତ (ବର୍ଷା ପରେ ବା ଜଳସେଚନ) ଏହା ପରେ ହାଲୁକା ହଲ କରି ବିହନ ବୁଣାଯାଏ  ।

ଘାସମରା ଔଷଧ ପ୍ରୟୋଗ ସହିତ ହାତରେ ବାଛ କିମ୍ବା ଯନ୍ତ୍ର ସାହାଯ୍ୟରେ ଘାସ ଦମନ +ଉନ୍ନତ ସାର ପରିଚାଳନା ଦ୍ଵାରା ଶୀଘ୍ର ଘାସ ଦମନ  ।

 

ସେବା ପ୍ରଦାନକରିଙ୍କ ମାଧ୍ୟମରେ ବିଭିନ୍ନ ଧାନ ଚାଷ ପଦ୍ଧତିରେ ଅଭିବୃଦ୍ଧି

ବୁଣା ଧାନରେ ଘାସ ହେଉଛି ପ୍ରମୁଖ ସମସ୍ୟା

  • ପାଣି ମଡାଇବା ଦ୍ଵାରା ପ୍ରଥମ ଛେକ ଘାସ ଦମନ ହୋଇନଥାଏ   ।
  • ରୁଆଧାନ ପର ବୁଣାଧାନ ଅନାବନା ଘାସ ତୁଳନାରେ ପ୍ରଥମଥର ଭଲ ଭାବେ ବଢି ପାରେ ନାହିଁ  ।

ସମାନତ ଘାସ ପରିଚାଳନା ପଦ୍ଧତି କଣ

  • କେବଳ ଘାସମରା ଔଷଧ ଉପରେ ନିର୍ଭର ନକରି ବିଭିନ୍ନ ଉପାୟରେ ସମନ୍ଵୟ କରି ଘାସ ଦମନ କରିବାକୁ ସମନତ ପଦ୍ଧତିରେ ଘାସ ପରିଚାଳନା କୁହାଯାଏ   ।
  • ସବୁ ପ୍ରକାର ଘାସ ପାଇଁ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ନିୟନ୍ତ୍ରଣ ପଦ୍ଧତି ଫଳପ୍ରଦ ଓ ଦୀର୍ଘସ୍ଥାୟୀ ହୁଏ ନାହିଁ  ।
  • କେବଳ ଘାସମରା ଔଷଧ ବ୍ୟବହାର କରାଗଲେ ଘାସରେ ପ୍ରତିରୋଧ କ୍ଷମତା ସ୍ପଷ୍ଟ ହୁଏ  ।
  • ସମନ୍ଵତ ପଦ୍ଧତିରେ ଘାସ ପରିଚାଳନା ହେଉଛି ଗୋଟିଏ ବଡ ହାମାର ବଦଳରେ ଅନେକ ଗୁଡିଏ ଛୋଟ ହାତୁଡି ଦ୍ଵାରା କାର୍ଯ୍ୟ ସାଧନ ସଦୃଶ  ।

 

ଧାନ ଫସଲରେ ଘାସ ଦମନ

  • ପାରମ୍ପରିକ ଭାବେ ହାତରେ ବାଛ ଘାସ ଦମନ କରାଯାଇଥାଏ  ।
  • ତେବେ ଗୁରୁତ୍ଵପୂର୍ଣ୍ଣ ଚାଷ କାର୍ଯ୍ୟବେଳେ କୃଷି ଶ୍ରମିକ ନ ମିଳିବା ଯୋଗୁଁ ଏହି କାର୍ଯ୍ୟରେ ବିଳମ୍ବ ଘଟେ ବ ସମ୍ପୂର୍ଣ୍ଣ କାର୍ଯ୍ୟ ହୋଇପାରେ ନାହିଁ ଫଳରେ ଅର୍ଥନୈତିକ ଦ୍ରୁଷ୍ଟିରୁ କ୍ଷତି ହୋଇଥାଏ  ।
  • କୃଷକମାନେ ଘାସମରା ଔଷଧ ବ୍ୟବ ହାର କରି ଘାସ ଦମନ କରିବା ଆରମ୍ଭ କଲେଣି  । ଭବିଷ୍ୟତରେ ଏହା ମଧ୍ୟ ବୃଦ୍ଧି ପାଇବ  ।
  • ଅଧିକାଂଶ କୃଷକଙ୍କର ଘାସମରା ଔଷଧ ଚୟନ , ଏହାର ପ୍ରସ୍ତୁତ , ପ୍ରୟୋଗ କୌଶଳ ଓ ସୁରକ୍ଷିତ ବ୍ୟବହାର ବିଷୟରେ ଯଥେଷ୍ଟ ଜ୍ଞାନ ନାହିଁ  ।
  • ବଜାରରେ ନୂତନ ଘାସମରା ଔଷଧ ଓ ସ୍ପେୟର ଉପକାରଣ ନ ମିଳିବା,ଯାନ୍ତ୍ରିକ ଉପକାରଣ ନ ମିଳିବା ଅନ୍ୟତମ ସମସ୍ୟା ଅଟେ   ।

ଘାସ ପରିଚାଳନା ପାଇଁ ନିୟମାବଳୀ

  • ଆପଣଙ୍କ ଘାସକୁ ଚାହାନ୍ତି
  • ଘାସ ଦମନ ପାଇଁ ଠିକ ଭାବେ ଘାସ ଚାହିଁବା ନିହାତି ଆବଶ୍ୟକ  । କାରଣ ଘାସର ପ୍ରକାର ଅନୁସାରେ ଘାସ ଦମନ ପଦ୍ଧତିର ପ୍ରଭାବ ଭିନ୍ନ ଭିନ୍ନ ହୋଇଥାଏ   ।
  • ବୁଣିବା ବା ରୋଇବାର ପ୍ରଥମ  ୩୦-୪୦ ଦିନ ମଧ୍ୟରେ ଘାସ ଦମନ କରନ୍ତୁ   ।
  • ଉପଯୁକ୍ତ ସମୟ ଏ ଓ ଉପଯୁକ୍ତ ଭାବରେ ଘାସ ଦମନ କରନ୍ତୁ   ।
  • ବିଭିନ୍ନ ପଦ୍ଧତିରେ ସମନ୍ଵୟ କରନ୍ତୁ   ।

ଘାସ ଦମନ ପାଇଁ ସର୍ବଶ୍ରେଷ୍ଠ ସମୟ କଣ

ଏହି ସମୟରେ  (ଫସଲ ଚକର  ୩୦% ମଧ୍ୟରେ) ଘାସ ପକ୍ଷର କୌଣସି ପ୍ରତିଯୋଗୀତା ରହିବା ଉଚିତ ନୁହେଁ   ।

 

ସମନ୍ଵତ ପଦ୍ଧତିରେ ଘାସ ଦମନର ବିଭିନ୍ନ ପଦ୍ଧତି

ଚାଷ କାର୍ଯ୍ୟ

  • କିଆରିରେ ଘାସ ମଞ୍ଜି ପ୍ରବେଶକ ରୋକାଯିବା
  • ପଡିଆ ଜମି ପରିଚାଳନା
  • ବାସ ତାଳି ପାତାଳୀ ପ୍ରସ୍ତୁତ
  • ଉତ୍ତମ ଭାବେ ଜମି ପ୍ରସ୍ତୁତ ଓ ଧୁଳି ଆଚ୍ଛାଦନ
  • ଜଳ ପରିଚାଳନା – ବୁଡା ପାଣି ଦେବା   ।

ଭୌତିକ ଉପାୟ

  • ହାତରେ ବାଛ ବା ଯନ୍ତ୍ର ସାହାଯ୍ୟରେ ଘାସ ନିୟନ୍ତ୍ରଣ

ରାସାୟନିକ ଉପାୟ :-

ଘାସମରା ଔଷଧ (ଉପଯୁକ୍ତ ଔଷଧ ,ଉପଯୁକ୍ତ ପରିମାଣ , ଉପଯୁକ୍ତ ସମୟ , ଉପଯୁକ୍ତ ପଦ୍ଧତି) ।

ଚାଷ କାର୍ଯ୍ୟ

ଅନ୍ୟାନ୍ୟ ଚାଷ କାର୍ଯ୍ୟ

ଉତ୍ତମ ଜମି ପ୍ରସ୍ତୁତ ଓ ଉପଯୁକ୍ତ ଭାବେ ସମତୁଲ କରିବା

  • ପୁରୁଣା ଘାସ ମାରିବା ପାଇଁ ଖରାଟିଆ ହଳ । ଏହାପରେ  ଖରା ହେଉଥିବାରୁ ଉପୁଜିଥିବା ଘାସ ମରାଯାଏ  ।
  • ରୁଆଧାନରେ କାଦୁଅ କରିବା ଦ୍ଵାରା  ଘାସ ମରିଯାଏ  ।
  • ଅଧିକ ପୁରୁଣା ଘାସ ଥିଲେ ବର୍ଷାଋତୁ ଆରମ୍ଭରେ ସର୍ବନାଶି ଘାସମରା ଔଷଧ ଯଥା ଗାଈଫୋସେଟ ପ୍ରୟୋଗ କରି ଏହାର ୧-୨ ଦିନ ପରେ ହଳ କରାଯାଏ   ।  ଏହାଦ୍ଵାରା ଫଳପ୍ରଦଭାବେ ଘାସ ଦମନ ହୋଇଥାଏ   ।
  • ପାଣି ମଡାଇବା  : ଧାନ ରୋଇବାର ପ୍ରଥମ  ୨-୪ ସପ୍ତାହ ଯାଏ କିଆରିରେ ଠିଆପାଣି ରଖନ୍ତୁ   ।
  • ଧାଡିବୁଣା  :- ଏହାଦ୍ଵାରା ହାତରେ ଓ ଯନ୍ତ୍ର ସାହାଯ୍ୟରେ ଘାସ ନିୟନ୍ତ୍ରଣ ସହଜ ହୁଏ   ।
  • ଉନ୍ନତ ଚାଷ ପଦ୍ଧତି (ଠିକ ସମୟରେ , ଠିକ ମାତ୍ରାରେ, କିସ୍ତିରେ ସାର ପ୍ରୟୋଗ , ବୁଣିବା/ରୋଇବା ବ୍ୟବଧାନ ହ୍ରାସ , ଘାସ ସହ ପ୍ରତିଯୋଗୀତା କରୁଥିବା ବିହନ କିସମ) ।

 

ରାସାୟନିକ ପଦ୍ଧତି( ଘାସମରା ଔଷଧ)

  • ତିନି ପ୍ରକାରର ଘାସମରା ଔଷଧ ରହିଛି  ।
  • ପ୍ରାକ ବୁଣା (ସର୍ବନାଶି ଘାସମରା ଔଷଧ) :- ଏହି ଘାସମରା ଔଷଧ ସର୍ବନାଶି ଓ ପୁରୁଣା ଘାସ ମରିଥାଏ  ।  ଏହାକୁ ବିହନ ବୁଣିବା ପୂର୍ବରୁ ପ୍ରୟୋଗ କରାଯାଏ  । ଜମି ପ୍ରସ୍ତୁତ ପାଇଁ ସମୟ ନ ମିଳିଲେ ବା ବିନା ହଳ ଚାଷ ପଦ୍ଧତି ଅବଲମ୍ବନ କରୁତ୍ୟହିଲେ ମଧ୍ୟ ପ୍ରୟୋଗ କରାଯାଏ  ।

ଉଦାହରଣ  :- ଗାଈଫୋସେଟ, ପାରାକାଟ

  • ପ୍ରାକ- ଗଜା ଘାସମରା ଔଷଧ :- ଧାନ ବୁଣିବା ପରେ ଓ ଘାସ ମଞ୍ଜିରି ଜାଗା  ବାହାରିବା ପୂର୍ବରୁ ଏହା ଘାସମରା ଔଷଧ ପ୍ରୟୋଗ କରାଯାଏ   ।  ଜମିରେ ଯଥେଷ୍ଟ ବତୁରା ଥିବାବେଳେ ବୁଣିବା ବା ରୋଇବାର  ୧-୩ ଦିନ ପରେ ପ୍ରୟୋଗ କରାଯାଏ   ।  ଉଦାହରଣ :- ପେଟଲାକୋର, ବୁଟାକୋର ।
  • ଗଜା ପର ଘାସମରା ଔଷଧ  : ଫସଲ ଓ ଘାସ ମଜୁର ଗଜା ବାହାରିବା ପରେ , ସାଧାରଣତଃ ଘାସ ୩-୪ ପତ୍ରରୁ ହେବା ପରେ ଏହାକୁ ପ୍ରୟୋଗ କରାଯାଏ   ।

ବୁଣାଧାନରେ ରାସାୟନିକ ପଦ୍ଧତିରେ ଘାସ ଦମନ

ପ୍ରାକ – ଗଜା ଘାସମରା ଔଷଧ (ଘାସ ମଞ୍ଜୁର ଗଜା ହେବା ପୂର୍ବରୁ )

ପେଟଲାକୋର  ୫୦ ଇସ (ରଫଟ , ଇରେଜ) ଏକର ପ୍ରତି  ୬୦୦ ମିଲି  ।

ବଟାକୋର ୫୦ ଇସ (ମାଚେଟ) ଏକର ପ୍ରତି  ୧୨୦୦ ମିଲି  ।

ସୂଚନା  :-

  • ଧାନ ରୋଇବାର  ୨-୩ ଦିନ ପରେ ଠିଆ ପାଣି ଥିବାବେଳେ ଉପରୋକ୍ତ ଔଷଧର ଗୋଟିଏ ପ୍ରୟୋଗ କରନ୍ତୁ   ।
  • ପ୍ରୟୋଗ ପଦ୍ଧତି :- ବାଲି ସହିତ ମିଶାଇ ସବୁବେଳେ ସମାନ ଭାବେ ବିଞ୍ଚି ଦିଅନ୍ତୁ  ।

ରୁଆଧାନରେ ରାସାୟନିକ ପଦ୍ଧତିରେ ଘାସ ଦମନ (ବିଷାଦଭାବେ ଜାଣିବା ପାଇଁ ପରିଶିଷ୍ଟ ୪ ଦେଖନ୍ତୁ)

  • ଗଜା ହେବା ପରେ  (ଘାସ ମଞ୍ଜିର ଗଜା ବାହାରିବା ପରେ)
  • ବିଭିନ୍ନ ପ୍ରକାରର ଘାସ ରହୁଥିଲେ  ।
  • ବାସପାଇରବାକୁ (ନୋମନ ଗୋଲଡ , ଆଡୋରା ବା ତାରକ) ଏକର ପ୍ରତି  ୮୦ ମିଲି ବା ପୋନୋକସଲାମ ଏକର ପ୍ରତି  ୩୮ ମିଲି  ।
  • ବସପାଇରବାକୁ (ନୋମନ ଗୋଲଡ, ଆଡ଼ୋରା ବା ତାରକ)+ ପାଇରାଜୋଏସଏଲଫରସ (ସଠ) ଏକର ପ୍ରତି  ୮୦ ମିଲି+ ୮୦ ଗ୍ରାମ  ।

ସୂଚନା  :

  • ପ୍ରୟୋଗ ସମୟ : ରୋଇବାର ୧୫-୨୫ ଦିନ ପରେ  (ଘାସ ୨-୪ ପତ୍ରର ହୋଇଥିବାବେଳେ)
  • ପ୍ରୟୋଗ ବିଧି:- ଏକର ପ୍ରତି ୧୨୦-୧୫୦ ଲିଟର ଜଳ(ଏକର ପ୍ରତି  ୮-୧୦  ଟଙ୍କା) ବ୍ୟବହାର କରି ଫାଟ ପ୍ୟାନ ବା କାଟ ନୋଜଳ ସାହାଯ୍ୟରେ ସ୍ପେ କରନ୍ତୁ ।

ବୁଣାଧାନରେ ରାସାୟନିକ ପଦ୍ଧତିରେ ଘାସ ଦମନ

ପ୍ରାକ ଗଜା ହେବା  ।

ପେଟଲାକୋର +ସାଫନର (ସୋଫଟ ବା ଇରେଜ – ଏନ ଏକର ପ୍ରତି ୬୦୦ ମିଲି)

ଆକସାଦାୟାରଜଳ ୮୦ ଡବପ(ଟାପଷ୍ଟାର) ଏକର ପ୍ରତି  ୪୫ ଗ୍ରାମ   ।

ଫସଲ ବୁଣିବାର – ୦-୩ ଦିନ ପରେ ପ୍ରୟୋଗ କରନ୍ତୁ  ।  ବତର ଅବସ୍ଥାରେ ବୁଣୁଥିଲେ , ବୁଣିବା ପରେ ପରେ ଔଷଧ ପ୍ରୟୋଗ କରନ୍ତୁ   ।  ଶୁଖିଲା ବୁଣା କରାଯାଉଥିଲେ , ବୁଣିବା ପରେ ବର୍ଷା ହେବାର ବା ଜଳସେଚନ କରିବାର ୨- ୩ ଦିନ ପରେ ଔଷଧ ପ୍ରୟୋଗ କରନ୍ତୁ   ।

ବୁଣାଧାନରେ ରାସାୟନିକ ପଦ୍ଧତିରେ ଘାସ ଦମନ

(ବିଶଦଭାବେ ଜାଣିବା ପାଇଁ ପରିଶିଷ୍ଟ ୪ ଦେଖନ୍ତୁ)

ବିଭିନ୍ନ ପ୍ରକାର ଘାସ ରହୁଥିଲେ:-

  • ବସପାଇରବାକ(ନୋମନ ଗୋଲଡ, ଆଡ଼ୋରା ବା ତାରକ) ଏକର ପ୍ରତି  ୮୦ ମିଲି ବା ପୋନୋକସାଲାମ(ଗ୍ରାନାଇଟ) ଏକର ପ୍ରତି  ୩୮ ମିଲି  ।
  • ବସପାଇରବାକୁ (ନୋମନ ଗୋଲଡ , ଆଡ଼ୋରା ବା ତାରକ)+ ପାଇରାଜୋସଅଳଫରନ(ସାଥ) ଏକର ରାତି  ୮୦ ମିଲି+ ୮୦ ମିଲି
  • ବସପାଇରବାକୁ +୨.୪ –ଡ (ଏକର ପ୍ରତି ୮୦ ମିଲି +୨୫୦ ମିଲି)
  • ଫେନୋକଶା ପପ ସହିତ ସାଫନର (ରାଇସ ଷ୍ଟାର)+ ଏଥୋକସ ସଲଫ୍ୟୁରଣ (ସାନରାଇସ) ଏକର ପ୍ରତି  ୩୫୦+୫୦୦ ମିଲି+୪୮ ଗ୍ରାମ

ସୂଚନା  :-

ପ୍ରୟୋଗ ସମୟ:- ରୋଇବାର ୧୫-୨୫ ଦିନ ପରେ  (ଘାସ ୨-୪ ପତ୍ରର ହୋଇଥିବାବେଳେ)

ପ୍ରୟୋଗ ବିଧି:- ଏକର ପ୍ରତି  ୧୨୦-୧୫୦ ଲିଟର ଜଳ(ଏକର ପ୍ରତି  ୮-୧୦ ଟଙ୍କା ) ବ୍ୟବହାର କରି ଫାଟ ପ୍ୟାନ ବା କାଟ ନୋଜଳ ସାହାଯ୍ୟରେ ସ୍ପେ କରନ୍ତୁ   ।

ଏହାପରେ ରହି ଯାଇଥିବ ଘାସକୁ ଦମନ ନ କରିବା ପାଇଁ ଆବଶ୍ୟକ ହେଲେ ହାତରେ ବାଛିବା ଦରକାର  ।

ଧାନ ଫସଲ ପାଇଁ ଘାସମରା ଔଷଧ :-

ଔଷଧର ନାମ

କ୍ଷମତା

ଦୁର୍ବଳତା

ବସପରବାକ

ତୃଣ, ଚଉଡାପଣ ଓ ମଥା ଜାତୀୟ ଘାସ ଦମନ କରିଥାଏ   । ଶୁଆ ଜାତୀୟ ଘାସକୁ ସଫଳ ଭାବେ ଦମନ କରେ  ।

କାଉଗୋଡିଆ, ବଣ ମଣ୍ଡିଆ, ଆଦି ଘାସକୁ ଭଲଭାବେ ଦମନ କରିପାରେ ନାହିଁ  ।

ପେନୋକସଲାମ

ତୃଣ , ଚଉଡାପଣ ଓ ମଥାଜାତୀୟ ଘାସ ଦମନ କରିଥାଏ

ସୀୟା ଛଡା ଅନ୍ୟାନ୍ୟ ତୃଣ ଜାତୀୟ ଘାସ ଯଥା କାଉଗୋଡିଆ ବଣ ମଣ୍ଡିଆ ଭଲ ଭାବେ ଦମନ କରିପାରେ ନାହିଁ।

ଫେନୋକସାପପ

କାଉଗୋଡିଆ , ବଣ ମଣ୍ଡିଆ ଆଦି ଋତୁ କାଳୀନ ତୃଣଜାତୀୟ ଘାସକୁ ଭଲ ଭାବେ ମାରିଥାଏ

ଗରଦାପତ୍ର ଓ ମଥା ଜାତୀୟ ଘାସ ଦମନ କରିପାରେ ନାହିଁ   ।

 

ଘାସମରା ଔଷଧ

ଔଷଧର ନାମ

କ୍ଷମତା

ଦୁର୍ବଳତା

ବସପାଇରବାକ+ପାଇରାଜୋସଲଫ୍ୟୁରନ

ତୃଣ , ଚଉଡାପଣ ଓ ମଥାଜାତୀୟ ଘାସ ଦମନ କରେ  ,  ଅଧିକାଂଶ ଚଉଡାପତ୍ର ଘାସକୁ ଭଲ ଭାବେ ଦମନ କରିଥାଏ

କାଲଗୋଡିଆ, ବଣ ମାଣ୍ଡିଆ , ଭଲ ଭାବେ ଦମନ କରିପାରେ ନାହିଁ  ।

ଫେନୋକସାପପ+ଇଥକସଲଫ୍ୟୁରାନ

ତୃଣ ,  ଓ ମଥା ଜାତୀୟ ଘାସ ଦମନ କରେ

ମଥାକୁ ଦମନ କରିପାରେ

ପେଟଲାକୋର ସହିତ ସେଫନର ଓ ଆକସାଡାୟାଲ ଓ ବଟାକୋର

ତୃଣ , ଚଉଡା ପତ୍ର ଓ ମଥାଜାତୀୟ ଘାସ ଦମନ କରେ

ଏହା କ୍ରିୟାସିଲ ହେବା ପରେ ମାଟି ଏ ଯଥେଷ୍ଟ ବତର ଥିବା ଦରକାର   ।

 

  • ବାସ ତାଳି ପାତାଳୀ କୌଶଳ
  • ବୁଣାଧାନ ଓ ରୁଆଧାନ ମଧ୍ୟରେ ପରିବର୍ତ୍ତନ
    (ହସ୍ତଚାଳିତ ବା ଯନ୍ତ୍ରଚାଳିତ )

ସମନ୍ଵିତ ପଦ୍ଧତିରେ ଘାସ ପରିଚାଳନା କୌଶଳ ସମାନତ୍ଵ ପଦ୍ଧତିରେ ଘାସ ପରିଚାଳନା

  • ପଡିଆ ଜମି ପରିଚାଳନା
  • ଧାନ ଚାଷ ପଦ୍ଧତି
  • ଘାସମଞ୍ଜି ମୁକ୍ତ ବିହନ ବ୍ୟବହାର
  • ହାତରେ ଘାସ ବାଛିବା
  • ଉତ୍ତମ ଚାଷ କାର୍ଯ୍ୟ
  • ଘାସଅମରା ଔଷଧ ବ୍ୟବହାର
  • ଯାନ୍ତ୍ରିକ ପଦ୍ଧତିରେ ଘାସ ଦମନ
  • ଉତ୍ତମ ହଲ କରିବା

ପ୍ରୟୋଗାତ୍ମକ ତାଲିମ ପାଇଁ କ୍ଷେତ ପରିଭ୍ରମଣ

ଏହି କାର୍ଯ୍ୟ ପାଇଁ ବିଶଦଭାବେ ଜାଣିବା ନିମନ୍ତେ ତାଲିମ ପୁସ୍ତିକାର ଅଧିବେଶନ ୩ (ସୋପାନ ୩ ଓ ୪) ରେ ଦେଖନ୍ତୁ   ।

ଅଧିବେଶନ ୪ ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗର ଉନ୍ନତି କୌଶଳ ଭାଗ ୧

ଦଳଗତ ଆଲୋଚନାର ଆରମ୍ଭ କରନ୍ତୁ  ।

(୫୦ ମିନିଟ)

ଶିକ୍ଷାର୍ଥୀମାନଙ୍କ ତିନୋଟି ଦଳରେ ବିଭକ୍ତ କରନ୍ତୁ  । ପ୍ରତ୍ୟେକ ଦଳକୁ ନିଜ ଭୀତରେ ଆଲୋଚନା କରି ନିମ୍ନ ବିଷୟମାନଙ୍କ ଉପରେ ପଫଛାତରେ ଲେଖିବାକୁ କୁହନ୍ତୁ   ।

  • ଆପଣଙ୍କ ଅଞ୍ଚଳରେ କିପରି ଘାସମରା ଔଷଧ ବ୍ୟବହାର ଅକରାଯାଏ  (ପ୍ରୟୋଗ ପଦ୍ଧତି)
  • ନିଜ ଅଞ୍ଚଳରେ କୃଷକମାଏନ ନିଜେ ସ୍ପେ କରନ୍ତୁ ବା ଶ୍ରମିକମାନଙ୍କ ଦ୍ୱ୍ରା ଏହି କାର୍ଯ୍ୟ କରାଇଥାଆନ୍ତି   ? ଶତକଡା କେତେ ଭାଗ ଚାଷୀ ସ୍ପେ କରିବା ପାଇଁ ଶ୍ରମିକ ଉପରେ ନିର୍ଭର କରିଥାନ୍ତି   ।
  • ଘାସମରା ଔଷଧ ପ୍ରୟୋଗ ପାଇଁ ଆପଣଙ୍କ ଅଞ୍ଚଳରେ କେଉଁ ପ୍ରକାରର ସ୍ପେୟର ଉପଲବ୍ଧ ହୋଇଥାଏ ଓ ବ୍ୟବହାର କରାଯାଇଥାଏ  ।
  • ଆପଣ ବିଭିନ୍ନ ପ୍ରକାର ନୋଜଳ ଓ ଏକାଧିକ ନୋଜଳ ବାମ ବିଷୟରେ ଜାଣନ୍ତି କି   ।
  • ଘାସମରା ଔଷଧ ପ୍ରସ୍ତୁତ ଓ ପ୍ରୟୋଗବେଳେ କୃଷକମାଏନ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ କି ?
  • ଯଦି ପୂର୍ବ ପ୍ରସନ୍ନ ଉତ୍ତର ନ ହୁଏ, ତେବେ ସୁରକ୍ଷା ଦ୍ରୁଷ୍ଟିରୁ କି କି ପଦକ୍ଷେପ ଗ୍ରହଣ କରନ୍ତେ ତାର ତାଲିକା କରନ୍ତୁ   ।
  • ଔଷଧ ପ୍ରୟୋଗ ପୂର୍ବରୁ ପ୍ରୟୋଗକାରୀ ସ୍ପେୟର କ୍ରମାଙ୍କନ କରନ୍ତୁ କି  ?
  • ଆପଣଙ୍କ ଅଞ୍ଚଳର ବଜାରରେ ବିଭିନ୍ନ ପ୍ରକାରର , ନୋଜଳ ,  ବାମ ଓ ବ୍ୟାଟେରୀ ଚାଳିତ ସ୍ପେୟର ମିଳିଥାଏ କି ଆଲୋଚନା ପାଇଁ  ୨୦ ମିନିଟ
  • ଏକକ ନୋଜଳ ବମ
  • କଟ ବା କୋନ ପ୍ରକାର ନୋଜଳ
  • ବମକୁ ବୁଲାଇ ସ୍ପେ କରିବା
  • ସୁରକ୍ଷା             ଉପକାରଣ ବ୍ୟବହାର କରାନଯିବା

ଟାଙ୍କିରେ ଘାସମରା ଔଷଧ ପରିମାଣ ହିସାବ

  • ସ୍ପେ କରିବା ପରିମାଣ  : ହେକ୍ଟର ପ୍ରତି  ୩୦୦ ଲିଟର ବା ଏକର ପ୍ରତି ୧୨୦ ଲିଟର
  • ଗୋଟିଏ ଟାଙ୍କିର କ୍ଷମତା  =୧୫ ଲିଟର
  • ଘାସମରା ଔଷଧର ପ୍ରୟୋଗ ପରିମାଣ = ହେକ୍ଟର  ପ୍ରତି  ୨୫୦ ଗ୍ରାମ ବା ଏକର ପ୍ରତି  ୧୦୦ ଗ୍ରାମ
  • ଏକର ପ୍ରତି ଟାଙ୍କି ସଂଖ୍ୟା୧୨୦/୧୫ = ୮ ଟାଙ୍କି
  • ଏକ ଏକର ପାଇଁ ୧୦୦ ଗ୍ରାମ ଘାସମରା ଔଷଧକ ୮ ଲିଟର ପାଣି ସହିତ ଭଲ ଭାବେ ମିଶାଇ ଦଇନ୍ତୁ  ।
  • ଏଥର ଏକ ଲିଟର ନେଇ ୧୫ ଲିଟର କ୍ଷମତା ବିଶିଷ୍ଟ ସ୍ପେୟରରେ ରଖୀ ଭଲ ଭାବେ ପାଣି ସହିତ ମିଶାଇ ଦିଅନ୍ତୁ  ।

ଆୟତନ ଅନୁସାରେ ସୁପାରିସ କରାଯାଉଥିବା ଜୀବନାଶକ ବା ଘାସମରା ଔଷଧ ହିସାବ (%ଦ୍ରବଣ)

  • ଉଦାହରଣ ସ୍ୱରୂପ ବୁଣିବା ପୂର୍ବରୁ ଗାଈଫୋସେଟର ଶତକଡା  ୧ ଭାଗ ଦ୍ରବଣ ପ୍ରୟୋଗ ପାଇଁ ସୁପାରିସ କରାଯାଇଛି   ।
  • ଏହା ଅର୍ଥ ୧୦୦ ଲିଟର ପାଣି ସହିତ  ୧ ଲିଟର (୧୦୦୦ ମିଲି) ଔଷଧ ଅର୍ଥାତ ପ୍ରତି ଲିଟର ପାଣି ସହିତ  ୧୦ ମିଲି ଔଷଧ ମିଶିବ  ।
  • ୧୫ ଲିଟର ଖ୍ୟାମତା ବିଶିଷ୍ଟ ଟାଙ୍କିରେ = ୧୦ *୧୫ =୧୫୦ ମିଲି ଔଷଧ  ।

ଟାଙ୍କି ପ୍ରତି ନିମଜ୍ଜନ ପଦାର୍ଥ ହିସାବ

  • ଉଦାହରଣ ସ୍ୱରୂପ ଶତକଡା  ୦.୨ ଭାଗ ଆୟନ- ବାହୀନ ନମଜ୍ଜନ ପଦାର୍ଥ ପ୍ରୟୋଗ ପାଇଁ ସୁପାରିସ କରାଯାଇଛି   ।
  • ଅର୍ଥାତ ୧୦୦ ଲିଟର ଜଳରେ  ୦.୨ ଲିଟର(୨୦୦ ମିଲି) ଔଷଧ ବା ପ୍ରତି ଲିଟର ପାଣି ସହିତ ୨ ମିଲି ଔଷଧ ମିଶିବ  ।
  • ଗୋଟିଏ ୧୫ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ପାଇଁ  ୩୦ ମିଲି ନିମଜ୍ଜନ ପଦାର୍ଥ ଆବଶ୍ୟକ ହେବ  ।

ହିଡ /ଘୋଡାଣି

 

ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରସନାବଳି  (୧୦ ମିନିଟ)

  • ସ୍ପେୟର କ୍ରମାଙ୍କଙ୍କନବେଳେ  ୧୦୦ ବର୍ଗମିଟର ପାଇ ୪.୫ ଲିଟର ଜଳ ବ୍ୟବହୃତ ହୋଇଥିଲା  । ତେଣୁ ହେକ୍ଟର ପ୍ରତି କେତେ ଜଳ ସ୍ପେ କରାଯିବ  ।
  • ଟାଙ୍କିର କ୍ଷମତା  ୧୫ ଲିଟର ହେଲେ ଏକ ହେକ୍ଟର ଜମିରେ ସ୍ପେ କରିବା ପାଇଁ କେତେ ଟାଙ୍କି ପାଣି ଦରକାର ହେବ  ।
  • ଯଦି ଶତକଡା  ୦.୨୫ ଭାଗ ନିମଜ୍ଜନ ପଦାର୍ଥ ବ୍ୟବହାର ପାଇଁ ସୁପାରିସ କରାଯାଇଥାଏ , ତେବେ ଗୋଟିଏ ୧୫ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ପାଇଁ କେତେ ନିମଜ୍ଜନ ପଦାର୍ଥ ଦରକାର ହେବ   ।

ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ  ଦିଗ

୧.ଉପଯୁକ୍ତ ଭାବେ ଔଷଧ ମିଶ୍ରଣ

  • ପ୍ରଥମେ ଟାଙ୍କିରେ ଔଷଧ ଭର୍ତ୍ତି କରିବାବେଳେ ଏହାକୁ ଭଲ ଭାବେ ମିଶାଇବା ଦରକାର(ପ୍ରଥମେ ଟଙ୍କିରେ ଅଧା ପଣି ଭର୍ତ୍ତି କରନ୍ତୁ,ଏଥିରେ ଔଷଧ ଭର୍ତ୍ତି କରି ପାଣି ଦ୍ଵାରା ଅବଶିଷ୍ଟ ସ୍ଥାନ ପୂରଣ କରନ୍ତୁ ଓ ଏହାକୁ ଭଲ ଭାବେ ଘାଣ୍ଟନ୍ତୁ)
  • ମଝିରେ ମଝିରେ ସ୍ପ୍ରେ କରିବାରୁ ବିରତି ନେଇ ଟଙ୍କିକୁ ହଲନ୍ତୁ।ଫଳରେ ଔଷଧ ଭଲ ଭାବେ ମିଶିଯିବା ।
  • ଔଷଧ ମିଶ୍ରଣ ଓ ସ୍ପ୍ରେ  କରାଯିବା ମାଧରେ ଅଧିକ ସମୟ ବ୍ଯବଧାନ ରଖନ୍ତୁ ନାହିଁ(ଘାସମର ଔଷଧ ଯଦି ବ୍ୟବଧାନ ରଖନ୍ତୁ ନାହିଂ(ଘାସମରା ଔଷଧ ଯଦି ଗୁଣ୍ଡା ଆକାରରେ ଥାଏ,ତେବେ  ଏହା ତଳେ ବସିଯିବା ।ତେଣୁ ସ୍ପ୍ରେ କରିବା ପୂର୍ବରୁ ଏହାକୁ ପୁଣିଥରେ ଭଲ ଭାବରେ ମିଶାନ୍ତୁ ।)

ଜୀବନାସକ ଔଷଧ ପ୍ରସ୍ତୁତି ଓ ସୁରକ୍ଷା

ଦେହରେ କୌଣସି ରାସାୟନିକ ଦ୍ରବ୍ୟ ପଡିଲେ ତତକ୍ଷଣାତ ଧୋଇ ଦିଅନ୍ତୁ

ରାସାଯନିକ ଔଷଧ ପ୍ରସ୍ତୁତି ଓ ପ୍ରୟୋଗ ବେଳେ ଖାଇବା,ପିଇବା ଓ ଧୂମପାନ କରିବା ଅନୁଚିତ

ରାସାଯନିକ ଅଉଷଧକୁ ଏଣେତେଣେ ରଖନ୍ତୁ ନହିଁ ।ଏହାକୁ ଶିଶୁ ଓ ପ୍ରଣିମାନଙ୍କ ଠାରୁ ଦୂରରେ ରଖନ୍ତୁ

ବ୍ୟବହାର ପରେ ସମସ୍ତ ଉପକରଣ କୁ ଢୋଇବା ସହିତ ଅବ୍ୟବହୃତ ଅଉଷଧକୁ ତାଲା ପକାଇ ରଖନ୍ତୁ

ରାସାଯନିକ ଔଷଧ ବ୍ୟବହାର ପରେ ନିଜେ ଭଲଭାବେ ଧୋଇ ହୁଅନ୍ତୁ।ରାସାଯନିକ ଔଷଧ ଯେପରି ପିଇବା ପାଣି ସହିତ ନ ମିଳେ,ସେଥିପ୍ରତି ଧ୍ୟାନ ଦିଅନ୍ତୁ।

୨. ନିମଜ୍ଜନ ପଦାର୍ଥ

ରାସାଯାନିକ ଔଷଧ ଭଲ ଭାବେ ପାତ୍ର ସହିତ ଲକ୍ଷ ରହିବା ,ପାତ୍ର ଭିତରେ ପ୍ରବେଶ ବା ସମାନ ଭାବରେ ବିସ୍ତାରିତ ହେବା ପାଇଁ ନିମଜ୍ଜନ ପଦାର୍ଥ ବ୍ୟବହାର କରାଯାଇଥାଏ।

 

 

ସ୍ପ୍ରେ କରିବା ପାଇଁ ନିର୍ମଲା ଜଳ ବ୍ୟବହାର କରନ୍ତୁ

  • ମୃତ୍ତିକା କନିକାମନା ଘାସମରା ଔଷଧକୁ ବାନ୍ଧି ରଖୁଥିବାରୁ ଗୋଳିଆ ପାଣି ଘାସମର ଔଷଧ ର ଦକ୍ଷତା ହ୍ରାସ କରିଥାଏ।ତେଣୁ ସ୍ପ୍ରେ କରିବା ପାଇଁ ନାଳପାଣି ବଦଳରେ ସର୍ବଦା ନିର୍ମଲା ଜଳ ବ୍ୟବହାର କରନ୍ତୁ।
  • ଏହାଦ୍ବାରା ନୋଜଳର ମୁହଁ ବନ୍ଦ ହେବାର ଆଶଙ୍କା ରହିବା ନାହିଁ।

୩.ସ୍ପ୍ରେ କରିବା ପରେ ଟାଙ୍କି ସଫା କରିବା

ବ୍ୟବହାର ପରେ ବା ନୂତନ ରାସାଯନିକ ଔଷଧ ପ୍ରୟୋଗବେଳେ ସ୍ପ୍ରେୟର କୁ ସଫା କରିବା ଉଚିତ

୧.ଟାଙ୍କିକୁ ସଫା ପାଣିରେ ଧୁଅନ୍ତୁ

୨.ସଫା ପାଣିଣି ଭର୍ତ୍ତି କରି ରୁମରେ  ସ୍ପ୍ରେ କରି ସଫା କରନ୍ତୁ

୩.ପୁନର୍ବାର ଏହି ପରି କରନ୍ତୁ

ଅଧିକାଂଶ ଘାସମରା ଔଷଧ କ୍ଷେତ୍ରରେ ଏହା ସୁନିଶ୍ଚିତ କରିବା ଆବଶ୍ୟକ ସେ ସ୍ପ୍ରେୟର ମଧ୍ୟରେ ଯେପରି କୌଣସି ରାସାଯନିକ ପଦାର୍ଥ ନ ରହିନଯାଏ।

୪.ବନ୍ଦ ହୋଇଥିବା ନୋଜଳ ସଫା କରିବା

ବେଳେବେଳେ ନୋଜଳର ମୁହଁ ସଂପୂର୍ଣ୍ଣ ବା ଆଂଶିକ ବନ୍ଦ ହୋଇଯାଇଥାଏ ।ଏହାକୁ ସଫା କରିବା ପାଇଁ ଯତ୍ନ ନେବା ଆବଶ୍ୟକ ।ଠିକ ଭାବେ ସଫା ନ କାଲେ ନୋଜଳ ନଷ୍ଟ ହୋଇଯାଇପାରେ।

 

ତାର ବା କଠିନ ମୁନିଆ ବସ୍ତୁରେ ନୋଜାଲ ସଫା କରିବା ଉଚିତ ନୁହେଁ ନୋଜାଲକୁ ରୁମ ବା ଦଣ୍ଡରୁ ବାହାର କରିବା ପରେ ପାଣିରେ ଧୋଇ ସଫା କରନ୍ତୁ।ଆବଶ୍ୟକ ହେଲେ ଗୋଟିଏ ନରମ ବ୍ରସ ବ୍ୟବହାର କରାଯାଇପାରେ ।

୫. ଷ୍ଟେନର

 

ନୋଜଳ ମୁହଁକୁ ବନ୍ଦ ହେବାରୁ ରକ୍ଷା କରିବା ପାଇଁ ଷ୍ଟେନର ମଇଳା ଅଂଶକୁ ଛାଣି ଦେଇଥାଏ।ପୋଖରୀ ,ନାଳ ବା ଅନ୍ୟାନ୍ୟ ଉତ୍ସ ରୁ ଅପରିଷ୍କାର ପାଣି ଆଣି ସ୍ପ୍ରେୟରରେ ବ୍ୟବହାର କରାଯାଉଥିବାରୁ ସ୍ପ୍ରେ ଅଗ୍ରଭାଗକୁ ଠିକ ଭାବେ ଚଳାଇବା ପାଇଁ ଷ୍ଟେନର ନିହାତି ଆବଶ୍ୟକ ।

୬.ଔଷଧ ଉଡି ନ ଯିବା ପାଇଁ ବ୍ୟବସ୍ଥା କରନ୍ତୁ

ଔଷଧ ଉଡିଯିବାର କାରଣ

  • ସ୍ପ୍ରେ  ନୋଜଳର ଉଚ୍ଚତା-ଅଧିକ ଉଚ୍ଚତାରେ ସ୍ପ୍ରେ କରାଗଲେ ପବନ ଦ୍ଵାରା ଜଳକଣା ଅନ୍ୟ କିଆରୀକୁ ଯିବାର ଆଶଙ୍କା ରହିଛି ।
  • ପବନ-ପବନର ଗତି ବଢିବା ସହିତ ଔଷଧ ଉଡିବା ପରିମାଣ ବୃଦ୍ଧି ପାଇଥାଏ ।ପବନର ଗତି ବୃଦ୍ଧି ପାଇଲେ ବଡ ଆକାର ନୋଜଳ ସହ କମ ଚାପରେ ସ୍ପ୍ରେ କରାଯିବ ଆବଶ୍ୟକ ।
  • ଜଳ କଣା ର ଆକାର- କ୍ଷୁଦ୍ର ଜଳକଣା ସହଜରେ ପବନ ଦ୍ଵାରା ପରିବାହିତ ହୋଇଥାଏ । ଛୋଟ ନୋଜଲ  ଓ ଅଧିକ ଚାପଯୋଗୁଁ କ୍ଷୁଦ୍ର ଜଳକଣା ସୃଷ୍ଟି ହୋଇଥାଏ।

ଔଷଧ ଉଡି ନ ଯିବା ପାଇଁ

 

୭. ଜୀବନାଶକ ସୁରକ୍ଷା

  • ସ୍ପ୍ରେ କରିବା ବେଳେ ପୁରା ଜୋଟା ,ଲାମ୍ବା ପ୍ଯାଣ୍ଟ ଓ ଗ୍ଳୋଭସ  ପିନ୍ଧାନ୍ତୁ
  • ସମସ୍ତ ଜୀବନାଶକ ଔଷଧ କୁ ଆଖି ଓ ପାଟିରେ ଲାଗିବାକୁ ଦିଅନ୍ତୁ ନାହିଁ
  • ଦେହରେ ଔଷଧ ଲାଗିଲେ ସାବୁନ ପାଣିରେ ଏହାକୁ ଭଲ ଭାବେ ଧୁଅନ୍ତୁ।
  • ଜୀବନଶକ ଔଷଧ ବ୍ୟବହାର ବେଳେ ଖାଇବା ,ପିଇବା ଓ ଧୂମ୍ରପାନ କରିବା ଅନୁଚିତ।
  • ସ୍ପ୍ରେ କରିବା ପରେ ଲୁଗାପଟା ବଦଳାଇ ଧୋଇ ଦିଅନ୍ତୁ
  • ଜୀବନାଶକ ଔଷଧ ଖୋଳକୁ ପୁନଃ ବ୍ୟବହାର କରନ୍ତୁ ନାହିଁ ।

ଉପଯୁକ୍ତ ସୁରକ୍ଷା ପୋଷାକ ପିନ୍ଧନ୍ତୁ

 

ପ୍ଲାଷ୍ଟିକ ସାର ଅଖା ଦ୍ଵାରା ପ୍ରସ୍ତୁତ ପ୍ଯାଣ୍ଟ ପିନ୍ଧିଲେ ଜୀବନସକ ଔଷଧ ପ୍ରୟୋଗବେଲ୍ଵ ଗୋଡରେ ପଡିବାର ଆଶଙ୍କା ରହେ ନାହିଁ ।

କ୍ରମାଙ୍କନ :ପ୍ରୟୋଗାତ୍ମକ ତାଲିମ (୯୦ ମିନିଟ)

ଅଧିବେଶନ ୫

ପୁନରାଲୋଚନା /ନେବାକୁ ଥିବା ବାର୍ତ୍ତା ,ପ୍ରଶ୍ନୋତ୍ତର ,ତାଲିମ ପର ମୂଲ୍ୟାୟନ ଓ ସମାପ୍ତି

ପୁନରାଲୋଚନା :ଅଧିବେଶନ ୨

  • ତିନି ପ୍ରକାର ନାମ କୁହନ୍ତୁ
  • ତୃଣ ଜାତୀୟ ଘାସ ଓ ମୁଥା ଜାତୀୟ ଘାସ ମଧ୍ୟରେ କି ପାର୍ଥକ୍ୟ ଅଛି ?
  • ବଡ ସୁଆଁ ଏକ ତୃଣ ନା ଚଉଦ ପତ୍ର ନା ମୁଥା ଜାତୀୟ ଘାସ ?
  • ସୁଆଁ କୁ ଅନ୍ୟ ତୃଣ ଜାତୀୟ ଘାସଠାରୁ କିପରି ଅଲଗା କରିବେ ?

ପୁନରାଲୋଚୋନା :ଅଧିବେଶନ ୩

  • କାହିଁକି ଅନାବନା ଘାସ ଯୋଗୁଁ ରୁଆ ଧାନରେ ଅଧିକ ସମସ୍ୟା ଦେଖାଦେଇଥାଏ ?
  • ବିଭିନ୍ନ ପ୍ରକାର ଘାସ ନିୟନ୍ତ୍ରଣ ପଦ୍ଧତି ର ତାଲିକା କରନ୍ତୁ
  • କାହିଁକି ସମନ୍ଵିତ ପଦ୍ଧତିର ତାଲିକା କରନ୍ତୁ
  • କାହିଁକି ସମନ୍ଵିତ ପଦ୍ଧତିରେ ଘାସ ଦମନ ଆବଶ୍ୟକ ?
  • ବୁଣା ଧାନରେ କେଉଁ ପ୍ରମୁଖ ଘାସ ଦେଖାଯାଇଥାଏ ?
  • ବାସି ପଟାଳି କୌଶଳ କଣ ?
  • ଧୁଳି ଆଚ୍ଛାଦନ କହିଲେ କ’ଣ ବୁଝାଯାଏ ?
  • ପ୍ରୟୋଗ ସମୟ ଅନୁସାରେ ଘାସମରା ଔଷଧ ର ଶ୍ରେଣୀକରଣ କରନ୍ତୁ
  • ସୁପାରିସ ଅନୁସାରେ ୧-୨ ଟି ପ୍ରାକ-ଗଜା ହେବା ଘାସମର ଔଷଧ ର ନାମ କୁହନ୍ତୁ
  • ସୁପାରିଶ ଅନୁସାରେ ୧-୨ ଟି ପ୍ରାକ-ଗଜା ହେବା ଘାସମର ଔଷଧ ର ନାମ କୁହନ୍ତୁ
    • ବୁଣା ଧାନ ପାଇଁ
    • ରୁଆ ଧାନ ପାଇଁ
    • ଧାନ ଫସଲ ପାଇଁ ହେବା ପର ଘାସମରା ଔଷଧ ର ନାମ କୁହନ୍ତୁ।

ପୁନରାଲୋଚୋନା :ଅଧିବେଶନ ୪

  • ଘାସମର ଔଷଧ ବ୍ୟବହାର ପାଇଁ କେଉଁ ପ୍ରକାରର ସୁପାରିସ କରାଯାଏ ?
  • ଏକକ ନୋଜଳ ରୁମ ଓ ଏକାଧିକ ନୋଜଳ ରୁମ –ଏମାନଙ୍କ ମଧ୍ୟରୁ କାହା ଦ୍ଵାରା ସମାନ ଔଷଧ ପ୍ରୟୋଗ ହୋଇଥାଏ ?
  • ରୁମକୁ ବୁଲାଇ ସ୍ପ୍ରେ କରିବା ଠିକ ପଦ୍ଧତି କି ?କାହିଁକି ?
  • ସ୍ପ୍ରେ କଲାବେଳେ ଲକ୍ଷ୍ୟ ସ୍ଥଳଠାରୁ ରୁମର ଉଚ୍ଚତା  କେତେ ହେବା ଆବଶ୍ୟକ ?
  • ସ୍ପ୍ରେୟର ର କ୍ରମାଙ୍କନ କ’ଣ?ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ?
  • ବ୍ୟବହାର ପରେ କାହିଁକି ଓ କିପରି ସ୍ପ୍ରେୟର ଟାଙ୍କି ସଫା କରାଯିବା ଉଚିତ?
  • ପବନ ବହୁଥିବା ଦିଗରେ ସ୍ପ୍ରେ କରିବା ଉଚ୍ଚିତ କି?ଏ କ୍ଷେତ୍ର ରେ କି ଆଶଙ୍କା ରହିଛି ?
  • ଘାସମରା ଔଷଧ ପ୍ରସ୍ତୁତି ,ସ୍ପ୍ରେ କରିବା ଓ ରଖିବାବେଳେ କାହିଁକି ସୁରକ୍ଷା ପୋଷାକ ଆବଶ୍ୟକ ?
  • ସୁରକ୍ଷା ପୋଷାକ ମଧ୍ୟରେ କେଉଁ କେଉଁ ସାମଗ୍ରୀ ଅନ୍ତର୍ଭୁକ୍ତ ?
  • କାହିଁକି ଘାସମର ଔଷଧ ବୋତଲ/ପାତ୍ରକୁ ଘାସମର ଔଷଧ ରଖିବା ଛଡା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ ନୁହେଁ।

 

ପରିଶିଷ୍ଟ ୪ :ଧାନ ଫସଲ ପାଇଁ ବିଭିନ୍ନ ଘାସମରା ଔଷଧ

କ) ରୁଆଧାନ

କ୍ର.ନଂ.

ଘାସମରା ଔଷଧର ନାମ

ଉତ୍ପ।ପଦର ନାମ

ପରିମାଣ ହେକ୍ଟର ପ୍ରତି କ୍ରିଯାଶୀଳ ପଦାର୍ଥ

ଉତ୍ପ।ଦ ପରିମାଣ ଗ୍ରାମ ବା ମିଲି/ହେକ୍ଟର

କେଉଁ ଘାସ ଦମନ କରେ

ପ୍ରୟୋଗ ସମୟ ଓ ପଦ୍ଧତି

ପ୍ରାକଗଳା ଘାସମରା ଔଷଧ

୧.

ବୁଟାକ୍ଲୋର ୫୦ ଲସି

ମାଚେଟ

୧୨୫୦ ରୁ ୧୫୦୦

୨୫୦୦ ରୁ ୩୦୦୦

ତୃଣ,ଚଉଡାପତ୍ର ଓ ମୁଥା ଜାତୀୟ ଘାସ

ହେକ୍ଟର ପ୍ରତି ୩୭୫ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରନ୍ତୁ ।କିମ୍ବା ରୋଇବାର ୨-୩ ଦିନ ପରେ ହେକ୍ଟର ପ୍ରତି ୧୫୦ କି.ଗ୍ରା ବାଲି ସହିତ ମିଶାଇ ୪-୫ ସେ.ମି ଠିଆ ପାଣିରେ ସମାନଭାବେ ବୁଣନ୍ତୁ ।

୨.

ପ୍ରେଟିଲାକ୍କ୍ଲୋର ୫୦ ଲସି

ରିଫିଟ ,ଇରେଜ

୭୫୦

୧୫୦୦

ତୃଣ,ଚଉଡାପାତ୍ର ଓ ମୁଥା ଜାତୀୟ ଘାସ

ଗଜା ହେବା ପର ଘାସମରା ଔଷଧ

୩.

ବିସପାଇରିବାକ ସୋଡିୟମ ୧୦ ଏସଏଲ

ନୋମିନି ଗୋଲ୍ଡ,ଆଡ଼ୋରା,ତାରକ

୨୦-୨୫

୨୦୦-୨୫୦

ତୃଣ,ଚଉଡା ପତ୍ର ଓ ମୁଥା,ସୁଆଁ ଘାସ ଭଲ ଭାବରେ ଦମନକରିଥାଏ ।କିନ୍ତୁ କାଉଗୋଡିଆ ଆଦି ଘାସ ଭଲ ଭାବରେ ଦମନ କରିଥାଏ ।

ରୋଇବାର ୧୫-୨୫ ଦିନ ପରେ ଘାସ ୨-୪ ପାତ୍ର ଅବସ୍ଥା ରେ ହେକ୍ଟର ପ୍ରତି ୩୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରନ୍ତୁ ।

୪.

ପେନୋକସୁଲାମ ୨.୫ ଓଡି ବା ପୋନୋକସୁଲାମ ୨୪ ଏସସି

ଆସର୍ଟ,ଗ୍ରାନାଇଟ

୨୨.୫-୨୫

ଆସର୍ଟ-୧୦୦ଗ୍ରାନାଇଟ -୯୫

ତୃଣ,ଚଉଡା ପତ୍ରଓ ମୁଥା ,ସୁଆଁ ଘାସ ଦମନ କରିଥାଏ।ଜଳଜ ଘାସ ଦମନ ପାଇଁ ଭଲ।ଘାସ ୩-୪ ପତ୍ରରେ ହୋଇଠିବା ବେଳେ ଅସର୍ଟ ଭଲ କାମ କରେ।ଘାସ ୧-୩ ପତ୍ରର ହୋଇଠିବା ବେଳେ ଗ୍ରାନାଇଟ ଭଲ କାମ କରେ ।

 

୫.

ପେନୋକସୁଲାମ+ସିହାଲୋଫପ-ବ୍ୟୁଟାଇପ(ପୂର୍ବ ମିଶ୍ରିତ)

ଭିଭାୟା

୧୩୫

୨୨୫୦

ତୃଣ ,ଚଉଡା ପତ୍ର ଓ ମୁଥା ଜାତୀୟ ଘାସ ଦମନ କରିଥାଏ।ଲେପ୍ଟୋକ୍ଳୋଆ ଘାସ ମାରିବା ପାଇଁ ଏହା ଭଲ କାମ ଦେଇଥାଏ।

 

୬.

ବିସପାଇରିବାକ ୧୦ ଏସଏଲ+ପାଇରୋଜୋ ସଲ୍ଫ୍ୟୁରଣ ୧୦ ଡବ୍ଲୁପି

ନୋମିନୋ ଗୋଲଡ/ଆଡ଼ୋରା/ତାରକ +ସାଥି

୨୦+୨୦

୨୦୦+୨୦୦

ତରୁଣ,ଚଉଦ ପାତ୍ର ଓ ମୁଠା ଜାତୀୟ ଘାସ ଦମନ କରିଥାଏ।ଯଦି ବିଭିନ୍ନ ପ୍ରକାରର ଘାସ ଠାୟେ ଓ ଅଧିକ ମୁଠା ଥାଏ,ତେବେ ଏହାକୁ ବ୍ୟବହାର କରନ୍ତୁ ।

 

୭.

ଫେନୋକସାପ୍ରପ ଇଥାଇଲ ୬.୯ ଇସି+ଇଠକସିସଅଳଫ୍ୟୁଡ଼ାନ ୧୫ ଡବ୍ଲୁଜି (ଟାଙ୍କି ମିଶ୍ରଣ)

ରାଇସ  ସ୍ତର +ସନଡ଼ାଇସ

୬୦+୧୮

୮୭୫+୧୨୦

ସମସ୍ତ ପ୍ରମୁଖ ଘାସ (ସୁଆଁ ,କାଉଗୋଡିଆ ଆଦି),ଚଉଡା ପାତ୍ର ଘାସ ଓ ମୁଥା ଜାତୀୟ ଘାସ

 

୮.

ମୋଟ ସଲଫ୍ୟୁରନ+କ୍ଳୋରିମୁରଣ ୨୦ ଡବ୍ଲୁପି

ଆଲମିକସ

୪(୨+୨)

୨୦

ଚଉଡାପତ୍ର ଘାସ ଓ ମୁଠା ଜାତୀୟ ଘାସ

 

୯.

୨,୪-ଡି ଇଷ୍ଟର ୩୮ ଇସି

ଆଲମିକସ

୫୦୦

୧୩୧୫(ଯଦି ୨,୪ ଡି ଇଷ୍ଟର ୩୮ ଇସି)କିମ୍ବା ୬୨୫ ମିଲି(ଯଦି ୨୪ ଡି ସୋଡିୟମ ସାଇଟ ୮୦%)

ଚଉଡା ପାତ୍ର ଘାସ ଓ ମୁଥା ଜାତୀୟ ଘାସକୁ ଦମନ କରେ

 

୧୦.

ଇଥକସି ସଲଫ୍ୟୁରାନ ୧୫ ଡବ୍ଲୁଡିଜି

ସନରାଇସ

୧୮

୧୨୦

ଚଉଡା ପାତ୍ର ଘାସ ଓ ମୁଥା ଜାତୀୟ ଘାସ

 

 

ଖ) ବୁଣା ଧାନ

କ୍ର .ନଂ

ଘାସମର ଔଷଧର ନାମ

ଉତ୍ପ।ଦର ନାମ

ପରିମାଣ ହେକ୍ଟର ପ୍ରତି କ୍ରିଯାଶୀଳ ପଦାର୍ଥ

ଉତ୍ପ।ଦ ପରିମାଣ ଗ୍ରାମ ବା ମିଲି/ହେକ୍ଟର

କେଉଁ ଘାସ ଦମନ କରେ

ପ୍ରୟୋଗ ସମୟ ଓ ପଦ୍ଧତି

ପ୍ରାକ ଗଜା ଘାସମରା ଔଷଧ

୧.

ପେଣ୍ଡିମୋଥାଲୀନ ୩୦ ଇସି

ଷ୍ଟାମ୍ପ

୧୦୦୦

୩୩୩୩

ତରୁଣ,ଚଉଡା ପତ୍ରଓ ମୁଠା ,ଜାତୀୟ ଘାସ

ମାଟିରେ ବତର ଥିଲେ ବୁଣିବା ଦିନ ପ୍ରୟୋଗ କରନ୍ତୁ।ଜଳସେଚିତ ଅବସ୍ଥାରେ ବୁଣାଧାନ ହୋଇଥିଲେ,ବୁଣିବାର ୧-୩ ଦିନପରେ ହେକ୍ଟର ପ୍ରତି ୩୭୫ -୫୦୦ ଲିଟର ପ୍ରୟୋଗ କରନ୍ତୁ।ମାଟିରେ ବତର ଥିଲେ ଭଲ କାମ କରେ।

୨.

ପ୍ରେଟିଲାକ୍ଲୋର ସହିତ ସାଫନର ୩୦.୭ ଇସି

ସୋଫିଟ ବା ଇରେଜ-ଏନ

୫୦୦

୧୬୨୯

୩.

 

ଟପଷ୍ଟାର

୯୦

୧୧୨.୫

ତୃଣ,ଚଉଡାପାତ୍ର ଓ ମୁଥା,ଜାତୀୟ ଘାସ

ଗଜା ହବା ପର ଘାସମରା ଔଷଧ

୪.

ବିସପାଇରିବାକ ସୋଡିୟମ ୧୦ ଏସଏଲ

ନୋମିନୀଗୋଲ୍ଡ,ଆଡ଼ୋରା/ତାରକା

୨୫

୨୫୦

ତୃଣ,ଚଉଡାପତ୍ର ଓ ମୁଥା ଜାତୀୟ ଘାସ ଦମନ କରେ।ସୁଆଁ ଓ ଗହମି ଘାସ ପାଇଁ ଭଲ କାମ କରେ ।କିନ୍ତୁ କାଉଗୋଡିଆ ଘାସ ଦମନ କରିବାରେ ଦୁର୍ବଳ ଅଟେ।

 

 

 

 

 

 

 

ବୁଣିବାର ୧୫-୨୫ ଦିନ ପରେ ଘାସ ର ୨-୪ ପତ୍ର ଅବସ୍ଥାରେ ହେକ୍ଟର ପ୍ରତି ୩୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେକରନ୍ତୁ ।

୫.

ପେନୋକସୁଲମ ୨.୫ ଓଡି ବା ପୋନୋକସୁଲାମ ୨୪ ଏସସି

ଅସର୍ଟ,ଗ୍ରାନାଇଟ

୨୨.୫-୨୫

ଅସର୍ଟ-୧୦୦ ଗ୍ରାନାଇଟ-୯୫

ତୃଣ,ଚଉଡା ପତ୍ର ଓ ମୁଥା,ସୁଆଁ ଘାସ ଦମନ କରିଥାଏ ।ଜଳଜ ଘାସ ଦମନ ପାଇଁ ଭଲ।ଘାସ ୩-୪ ପତ୍ରରେ ହୋଇଥିବା ବେଳେ ଅସର୍ଟ ଭଲ କାମ ୧-୩ ପତ୍ର ର ହୋଇଥିବା ବେଳେ ଗ୍ରାନାଇଟ ଭଲ କାମ କରେ।

୬.

ପେନୋକସୁଲାମ+ସିହାଲୋଫପ-ବ୍ୟୁଟାଇପ(ପୂର୍ବ ମିଶ୍ରିତ)

ଭିଭାୟା

୧୩୫

୨୨୫୦

ତୃଣ,ଚଉଡା ପତ୍ର ଓ ମୁଥା ଜାତୀୟ ଘାସ ଦମନ କରିଥାଏ।ଲେପ୍ତୋକ୍ଲୋଆ ଘାସ ମାରିବା ପାଇଁ ଏହା ଭଲ ।

୭.

ବିସପିଋବାକ ସୋଡିୟମ +ପାଇରାଜୋ ସଲଫ୍ୟୁରନ

ନୋମିନି ଗୋଲ୍ଡ/ଆଡ଼ୋରା/ତରକ+ସାଥି

୨୫+୨୦

୨୫୦+୨୦୦

ବିଭିନ୍ନ ପ୍ରକାରର ଘାସ ଯଥା ତୃଣ,ଚଉଡା ପତ୍ର ଓ ମୁଥା ଜାତୀୟ ଘାସ ଦମନ କରିଥାଏ।ଯଦି ବିଭିନ୍ନ ପ୍ରକାରର ଘାସ ଥାଏ ଓ ଅଧିକ ମୁଥା ଥାଏ,ତେବେ ଏହାକୁ ବ୍ୟବହାର କରନ୍ତୁ ।

୮.

ଫେନୋକସାପ୍ରପ ଇଥାଇଲ ସହିତ ସାଫନର +ଇଥକସି ସଲଫ୍ୟୁରାନ

ରାଇସ ଷ୍ଟାର+ସନରାଇସ

୯୦+୧୮

୧୩୦୦+୧୨୦

ବିଭିନ୍ନ ପ୍ରକାରର ଘାସ ଯଥା ତୃଣ ,ଚଉଡା ପତ୍ର ଓ ମୁଥା ଜାତୀୟ ଘାସ ଦମନ କରିଥାଏ ।ଏହା ବୁଣା ଧାନରେ ଲେପଟୋକ୍ଳୋଆ,କଉଡିଆ ଆଦି ଘାସକୁ ଭଲ ଭାବରେ ନିୟନ୍ତ୍ରଣ କରିଥାଏ।

 

୧୦.

ଇଥକସି ସଲଫ୍ୟୁରାନ ୧୫ ଡବ୍ଲୁଡିଜି

ସନରାଇସ

୧୮

୧୨୦

ଚଉଡାପତ୍ର ଘାସ ଓ ମୁଥା ଜାତୀୟ ଘାସ

 

 

ପେଣ୍ଡିମେଥାଲିନର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ଏହାର କ୍ଷତିକାରକ ପ୍ରଭାବ ଯୋଗୁଁ ବିହନରୁ ଗଜା ହେବା ପରିମାଣ ହ୍ରାସ ପାଇଥାଏ ।ଶୁଖିଲାରେ ଧାନ ବୁଣା ଯାଉଥିଲେ ,ବିହନ ଭିଜିବା ପରେ ପ୍ରୟୋଗ କରନ୍ତୁ(ଜଳସେଚନର ବା ବର୍ଷା ହେବାର ଅନ୍ତତଃ ୨୪ ରୁ ୪୮ ଘଣ୍ଟାପରେ ।ଆଧାର  :ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ
2.92857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top