ସେଆର କରନ୍ତୁ

ଆଧାର

ଆଧାର କଣ ଓ ଅନ୍ଲାଇନରେ କିପରି ନାମକରଣ ଠିକଣା ପରିବର୍ତ୍ତନ କରିପାରିବେ ସେ ସମ୍ବନ୍ଧୀୟ ସୂଚନା ।

ଆଧାର କଣ?

ଆଧାର ହେଉଛି ଭାରତ ସରକାରଙ୍କ ତରଫରୁ ଭାରତୀୟ ଅନନ୍ୟ ଚିହ୍ନଟୀକରଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ଜାରି କରାଯାଇଥିବା ୧୨ ଅଙ୍କ ବିଶିଷ୍ଟ ଏକ ପରିଚୟ ପ୍ରଦାନକାରୀ ସଂଖ୍ୟା । ଏହି ସଂଖ୍ୟା ଭାରତର ଯେ କୌଣସି ସ୍ଥାନରେ ପରିଚୟର ପ୍ରମାଣ ଭାବରେ କାମ କରିବ । ଡାକ ବିଭାଗ ଜରିଆରେ ପ୍ରାପ୍ତ ହୋଇଥିବା ଆଧାର ପତ୍ର ବା ଭାରତୀୟ ଅନନ୍ୟ ଚିହ୍ନଟୀକରଣ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୱେବସାଇଟରୁ ଡାଉନଲୋଡ କରାହୋଇଥିବା ଇ-ଆଧାର ମଧ୍ୟ ସମାନ ଭାବରେ ପରିଚୟର ପ୍ରମାଣ ଭାବରେ ଗ୍ରହଣଯୋଗ୍ୟ।

ଭାରତର ବାସିନ୍ଦା ହୋଇଥିବା ତଥା ଆଧାରରେ ପଞ୍ଜିକରଣ ପାଇଁ ୟୁଆଇଡିଏଆଇ ଧାର୍ଯ୍ୟ କରିଥିବା ଭେରିଫିକେସନ ବ୍ୟବସ୍ଥାକୁ ହାସଲ କରିପାରୁଥିବା ଯେକୌଣସି ବ୍ୟକ୍ତି, ସେ ଯେଉଁ ଲିଙ୍ଗ ବା ଯେଉଁ ବୟସର ବି ହୁଅନ୍ତୁ, ଆଧାରରେ ଯୋଗଦାନ ପାଇଁ ଆବେଦନ କରିପାରିବେ।

କ୍ରମ.ନଂ

ଆଧାର ଅଟେ ନାହିଁ

 

1.

ସମସ୍ତ ଭାରତୀୟ ବ୍ୟକ୍ତି ଏପରିକି ଶିଶୁ ଓ ବାଳକ/ବାଳିକାଙ୍କୁ ଅନନ୍ୟ ପରିଚୟ ପ୍ରଦାନକାରୀ ୧୨ ଅଙ୍କ ବିଶିଷ୍ଟ ଏକ ସଂଖ୍ୟା

କିଛି ନୁହଁ, ଆଉ ଏକ କାର୍ଡ ମାତ୍ର

2.

ଏହା ପ୍ରତ୍ୟେକ ବାସିନ୍ଦାଙ୍କ ପରିଚୟ ପ୍ରଦାନ କରିଥାଏ

ଗୋଟିଏ ପରିବାର ପାଇଁ କେବଳ ଗୋଟିଏ ଆଧାର କାର୍ଡ ହେଲେ ଯଥେଷ୍ଟ

3.

ଏହା ଜନ୍ମ ଓ ବାସସ୍ଥାନଗତ ତଥ୍ୟ ତଥା ଶରୀରର ଲକ୍ଷଣଗତ ସୂଚନା ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥାଏ

ଏହା ବ୍ୟକ୍ତିର ଜାତି, ଧର୍ମ ଓ ଭାଷା ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିଥାଏ

4.

ଏହା ଏକ ସ୍ଵେଚ୍ଛାକୃତ ସେବା ଯାହାକୁ ପ୍ରତ୍ୟେକ ବାସିନ୍ଦା ହାସଲ କରିପାରିବେ ।ଆପଣଙ୍କ ପାଖରେ ବର୍ତ୍ତମାନ ଥିବା ତଥ୍ୟ ପ୍ରମାଣ ସହିତ ଏହାକୁ ମଧ୍ୟ ହାସଲ କରିପାରିବେ।

ପରିଚୟ ସମ୍ବନ୍ଧୀୟ ଅନ୍ୟ ଦସ୍ତାବିଜ ଥିଲେ ମଧ୍ୟ ଏହା ସମ୍ପୃକ୍ତ ବାସିନ୍ଦାଙ୍କ ପାଇଁ ବାଧ୍ୟତାମୂଳକ ଅଟେ।

5.

ଜଣେ ବ୍ୟକ୍ତିକୁ କେବଳ ଗୋଟିଏ ଅନନ୍ୟ ଆଧାର ପରିଚୟ ସଂଖ୍ୟା ପ୍ରଦାନ କରାଯିବ

ଜଣେ ବ୍ୟକ୍ତି ଏକାଧିକ ଆଧାର ପରିଚୟ ପ୍ରଦାନକାରୀ ସଂଖ୍ୟା ପାଇପାରିବ

6.

ଆଧାର ଏପରି ଏକ ସାମଗ୍ରିକ ବା ସମାନ ଭାବରେ ବ୍ୟବହାର କରି ହେଉଥିବା ବ୍ୟବସ୍ଥା ପ୍ରଦାନ କରିବ ଯାହାକୁ ଯେକୌଣସି ପରିଚୟ ଆଧାରିତ ବ୍ୟବସ୍ଥା (ଯଥା ରାସନ କାର୍ଡ, ପାସପୋର୍ଟ ଇତ୍ୟାଦି) ବ୍ୟବହାର କରିପାରିବେ

ଆଧାର ଅନ୍ୟ ସମସ୍ତ ପରିଚୟ ପ୍ରଦାନକାରୀ ବ୍ୟବସ୍ଥାକୁ ହଟାଇ ଦେବ

7.

ଭାରତୀୟ ଅନନ୍ୟ ଚିହ୍ନଟୀକରଣ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଏକ ପରିଚୟକୁ ପୁଷ୍ଟି କରିବା ପାଇଁ ଆସିଥିବା କୌଣସି ଆବେଦନ ଆଧାରରେ ସେହିଭଳି ପ୍ରଶ୍ନର ହଁ/ନା ରେ ଉତ୍ତର ଦେବ

ୟୁଆଇଡିଏଆଇର ତଥ୍ୟ ସାର୍ବଜନିକ ହେବ ଓ ବେସରକାରୀ ସଂସ୍ଥା ମଧ୍ୟ ତଥ୍ୟ ହାସଲ କରିପାରିବେ

ପ୍ରତ୍ୟେକ ବ୍ୟକ୍ତି କେବଳ ଥରେ ଯୋଗଦାନ କରିପାରିବେ ।ଏହା ପାଇଁ କୌଣସି ଦେୟ ଦେବାକୁ ପଡେ ନାହିଁ। ପ୍ରତ୍ୟେକ ଆଧାର ସଂଖ୍ୟା ଜଣେ ବ୍ୟକ୍ତିର ପରିଚୟ ପ୍ରଦାନ କରୁଥିବା ଏକ ଅନନ୍ୟ ସଂଖ୍ୟା । ଗୋଟିଏ ସଂଖ୍ୟା କେବଳ ଜଣେ ବ୍ୟକ୍ତିକୁ ହିଁ ମିଳିଥାଏ ତେଣୁ ତାହା ଅନନ୍ୟ ।ଅନ୍ୟ କେହି ସେହି ସଂଖ୍ୟା ପାଇବେ ନାହିଁ । ଏହି ସଂଖ୍ୟା ସାରା ଜୀବନ ପାଇଁ ବୈଧ । ଆଧାର ସଂଖ୍ୟା ଆପଣଙ୍କୁ ବ୍ୟାଙ୍କ ସେବା, ମୋବାଇଲ ଫୋନ କନେକସନ ତଥା ଅନ୍ୟ ସରକାରୀ ଓ ଅଣସରକାରୀ ସେବା ହାସଲ କରିବାରେ ସାହାଯ୍ୟ କରିବ।

ଆଧାର ବିଷୟରେ ଅନ୍ୟ କିଛି ସୂଚନା

ଆଧାର

  • ଏହାକୁ ଅନଲାଇନରେ ଓ ଖର୍ଚ୍ଚସାଶ୍ରୟୀ ମାଧ୍ୟମରେ ଅତି ସହଜରେ ପରଖା ଯାଇପାରେ।
  • ସରକାରୀ ବା ବେସରକାରୀ ଡାଟାବେସରେ ବହୁ ପରିମାଣରେ ଥିବା ମିଥ୍ୟା ଓ ନକଲି ପରିଚୟକୁ ନିକାଲି ବାହାର କରିବାରେ ଏହା ଅତି ଦକ୍ଷ ଓ ଅନନ୍ୟ।
  • ଆଧାର ସଂଖ୍ୟା ଏପରି ଏକ ସଂଖ୍ୟା ଯାହା ଜାତି, ବର୍ଣ୍ଣ, ଧର୍ମ ଓ ଭୌଗଳିକ ସ୍ଥିତି ଆଧାରିତ ନୁହେଁ ।ଏହା ସମ୍ପୂର୍ଣ୍ଣ ଭାବରେ କମ୍ପ୍ୟୁଟର ଦ୍ଵାରା ଜାରି ହୋଇଥିବା ଏକ ଅନନ୍ୟ ସଂଖ୍ୟା।

ଆଧାର କାହିଁକି?

ଆଧାର ଆଧାରିତ ପରିଚୟ ବ୍ୟବସ୍ଥାର ଦୁଇଟି ଅନନ୍ୟ ବୈଶିଷ୍ଟ୍ୟ ରହିବ:

  • ଏହାର ସବୁଠାରେ ଉପାଦେୟତା - ଆଧାର ସବୁକାଳରେ, ସାରା ଦେଶରେ ଓ ସମସ୍ତ ସେବା ଯୋଗାଣକାରୀଙ୍କ ଦ୍ଵାରା ସାମଗ୍ରିକ ଭାବରେ ଆଦୃତ ହେବ ।ଏହା ଆସନ୍ତା ବର୍ଷବର୍ଷ ଧରି ସାରା ଦେଶରେ ତଥା ସମସ୍ତ ସେବା ଯୋଗାଣକାରୀ ସଂସ୍ଥାଙ୍କ ଦ୍ଵାରା ଗ୍ରହଣଯୋଗ୍ୟ ରହିବ ଓ ଆଦୃତ ହେବ ।ଦ୍ବିତୀୟଟି ହେଲା ଏହା ପ୍ରତ୍ୟେକ ବାସିନ୍ଦାଙ୍କୁ ପରିଚୟ ପ୍ରଦାନକାରୀ ଆଧାର ସଂଖ୍ୟା ହାସଲ କରିବାର ଅଧିକାର ଦେବ।
  • ସେହି ସଂଖ୍ୟା ସମୟକ୍ରମେ ପ୍ରାଥମିକ ଓ ସର୍ବାଦୃତ ପରିଚୟ ବ୍ୟବସ୍ଥା ହେବ ଯାହାକୁ ଆଧାର କରି ଦେଶର ପରିଚୟ ସମ୍ବନ୍ଧୀୟ ତଥ୍ୟ ରଖୁଥିବା ରେଜିଷ୍ଟ୍ରାର ଓ ସଂସ୍ଥାମାନେ ସେମାନଙ୍କ ବ୍ୟବସ୍ଥା ବା ପ୍ରଣାଳୀ ତିଆରି କରିପାରିବେ।
  • ବାସିନ୍ଦାମାନଙ୍କୁ ଆଧାର ସଂଖ୍ୟା ପାଇଁ ସଂଲଗ୍ନ କରିବା ସକାଶେ ଭାରତୀୟ ଅନନ୍ୟ ଚିହ୍ନଟୀକରଣ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଦେଶର ବିଭିନ୍ନ ରେଜିଷ୍ଟ୍ରାରମାନଙ୍କ ସହିତ ସହଯୋଗ ସ୍ଥାପନ କରିବ । ସେହିଭଳି ରେଜିଷ୍ଟ୍ରାରମାନେ ହେଲେ ରାଜ୍ୟ ସରକାର, ସରକାରୀ ସଂସ୍ଥା (ବା ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗ), ବ୍ୟାଙ୍କ, ଟେଲିକମ କମ୍ପାନୀ ଇତ୍ୟାଦି । ସେହି ରେଜିଷ୍ଟ୍ରାରମାନେ ପରବର୍ତ୍ତ ସମୟରେ ଅନ୍ୟ ସଂସ୍ଥାଙ୍କ ସହ ସହବନ୍ଧନ କରି ବାସିନ୍ଦାମାନଙ୍କୁ ଆଧାର ପାଇଁ ସଂଲଗ୍ନ କରାଇପାରିବେ।
  • ଆଧାର କାରଣରୁ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ବାସିନ୍ଦାଙ୍କ ମଧ୍ୟରେ ବିଶ୍ବାସ ବଢିବ । ବାସିନ୍ଦା ଥରେ ଆଧରରେ ସାମିଲ ହୋଇଗଲେ, ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ‘ନିଜ ଗ୍ରାହକଙ୍କୁ ଚିହ୍ନନ୍ତୁ ବା ଇଂରାଜୀରେ ନୋ ୟୋର କଷ୍ଟମର’ ପାଇଁ ଆବଶ୍ୟକ ହେଉଥିବା ପ୍ରକ୍ରିୟାକୁ ବାରମ୍ବାର ଦୋହରାଇବାକୁ ପଡିବ ନାହିଁ । ଆଧାର ଥିଲେ ସେମାନେ ପରିଚୟ ବା ଠିକଣାର ପ୍ରମାଣ ପାଇଁ ଅନ୍ୟ ଦସ୍ତାବିଜ ଖୋଜିବେ ନାହିଁ । ଯଦି ଆଧାର ଥିବ ସେବା ପ୍ରଦାନକାରୀ ସଂସ୍ଥା ମାନେ ପରିଚୟର ଜାଣିବା ପାଇଁ ଅନ୍ୟ ଦସ୍ତାବିଜ ପ୍ରମାଣ ନାହିଁ କହି ସେବା ପ୍ରଦାନକୁ ମନା କରିବେ ନାହିଁ । ବାସିନ୍ଦାଙ୍କୁ ମଧ୍ୟ ସୁବିଧା ହେବ । ସେମାନଙ୍କୁ ବିଭିନ୍ନ ସେବା ଯଥା ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ପାସପୋର୍ଟ ବା ଡ୍ରାଇଭିଂ ଲାଇସେନ୍ସ ଭଳି ଆବେଦନ କରିବା ସମୟରେ ବାରମ୍ବାର ପରିଚୟ ବା ଠିକଣାର ପ୍ରମାଣ ଦେବାପାଇଁ ପଡିବ ନାହିଁ।
  • ଆଧାର ଜଣେ ବାସିନ୍ଦାଙ୍କୁ ସ୍ପଷ୍ଟ ପରିଚୟ ପ୍ରଦାନ କରିଥାଏ । ପରିଚୟରେ ସେହିଭଳି ସ୍ପଷ୍ଟତା କାରଣରୁ ଗରିବ ଓ ଅବହେଳିତ ବାସିନ୍ଦାମାନେ ବିଭିନ୍ନ ସେବାକୁ ସହଜରେ ହାସଲ କରିପାରିବେ । ଯଥା ସେମାନେ ଅନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାରେ ସହଜରେ ସାମିଲ ହୋଇପାରିବେ, ବିଭିନ୍ନ ସରକାରୀ ଓ ବେସେରକାରୀ ବିଭାଗ ବା ସଂସ୍ଥାଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ସେବାର ମଧ୍ୟ ସହଜରେ ଲାଭ ପାଇପାରିବେ । ଆଧାରର କେନ୍ଦ୍ରୀଭୂତ ବୈଷୟିକ ଭିତ୍ତିଭୂମି ‘ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ, ଯେକୌଣସି ପ୍ରକାରରେ’ ଜଣେ ବାସିନ୍ଦାଙ୍କ ପରିଚୟର ପ୍ରମାଣୀକରଣ କରିପାରିବ ।ତେଣୁ ଆଧାର କାରଣରୁ ବିଦେଶାଗତ ବାସିନ୍ଦା ବା ଇଂରାଜୀରେ ମାଇଗ୍ରାଣ୍ଟ (ଅର୍ଥାତ ଯେଉଁମାନେ ତାଙ୍କର ମୂଳସ୍ଥାନରେ ରହୁନାହାନ୍ତି, ବିଭିନ୍ନ କାମ ପାଇଁ ଭିନ୍ନ ସ୍ଥାନରେ ଅଛନ୍ତି) ସେହିଭଳି ବାସିନ୍ଦାମାନଙ୍କର ପରିଚୟର ପ୍ରମାଣ ନେଇ ହେଉଥିବା ସମସ୍ୟା ଦୂର ହୋଇପାରିବ ।ଆଧାର ପ୍ରମାଣୀକରଣକୁ ଉଭୟ ଅଫ୍ଲାଇନ୍ ତଥା ଅନଲାଇନ୍ରେ କରାଯାଇପାରିବ । ଏକ ସେଲ୍ ଫୋନ ବା ଲ୍ୟାଣ୍ଡଲାଇନ ଫୋନ ମାଧ୍ୟମରେ ଯେକୌଣସି ସ୍ଥାନରୁ ବାସିନ୍ଦାମାନେ ତାଙ୍କର ପରିଚୟକୁ ଭେରିଫାଏ କରିପାରିବେ । ଏବେ ସହରୀ ଅଣଗରିବ ଲୋକେ ଯେଭଳି ସହଜରେ ନିଜର ପରିଚୟକୁ ଅନଲାଇନ୍ରେ ପ୍ରମାଣୀକରଣ କରି ବ୍ୟାଙ୍କିଙ୍ଗ ତଥା ଖୁଚୁରା ରିଟେଲ ସେବା ପାଇପାରୁଛନ୍ତି, ଅନଲାଇନ ଆଧାର ସଂଯୁକ୍ତ ପରିଚୟ ପ୍ରମାଣୀକରଣ ବ୍ୟବସ୍ଥା ଜଣେ ଗ୍ରାମୀଣ ଗରିବ ବାସିନ୍ଦାଙ୍କୁ ସେହିଭଳି ସମାନ ସୁବିଧା ପ୍ରଦାନ କରିବ । ଆଧାର ଜଣେ ବାସିନ୍ଦାଙ୍କ ଅନ୍ତର୍ଭୁକ୍ତିକରଣକୁ ନିଶ୍ଚିତ କରିଥାଏ । ତେବେ ଆଧାର ମଧ୍ୟ ଜଣେ ବାସିନ୍ଦାଙ୍କୁ ଆଧାର ବ୍ୟବସ୍ଥାରେ ସଂଯୁକ୍ତ କରିବା ପାଇଁ ତାଙ୍କର ତଥ୍ୟାବଳୀର ସଠିକ ଓ ଠୋସ୍ ଯାଞ୍ଚ ଆବଶ୍ୟକ କରିଥାଏ ।ବର୍ତ୍ତମାନ ଭାରତରେ ଥିବା ପରିଚୟ ସମ୍ବନ୍ଧିତ ଡାଟାବେସ୍ ବା ତଥ୍ୟାବଳୀ ମାନଙ୍କରେ ନକଲି, ମିଛ ପରିଚୟ ଓ ଛାୟା ପରିଚୟ ଭଳି ଅନେକ ତ୍ରୁଟି ଭରି ରହିଛି । ଆଧାର ତଥ୍ୟାବଳୀରେ ସେହିଭଳି ମିଛ ଓ ଭ୍ରାନ୍ତିପୂର୍ଣ୍ଣ ପରିଚୟକୁ ଏଡାଇବା ଓ ନିକାଲିବା ପାଇଁ ୟୁଆଇଡିଏଆଇ କଡା ଯାଞ୍ଚ ବ୍ୟବସ୍ଥାର ଯୋଜନା ରଖିଛି । ବାସିନ୍ଦାଙ୍କ ଆଧାର ସଂଯୋଗ ସମୟରେ ହିଁ ତାଙ୍କର ଡେମୋଗ୍ରାଫିକ ଓ ବାୟୋମେଟ୍ରିକ ତଥ୍ୟକୁ ନିର୍ଭୁଲ ଭାବରେ ଯାଞ୍ଚ କରାଯାଏ । ଏହା କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ତଥ୍ୟକୁ ତ୍ରୁଟିଶୂନ୍ୟ କରିଥାଏ । ତେବେ, ଅନେକ ଗରିବ ଓ ଅବହେଳିକ ଲୋକଙ୍କ ପାଖରେ ନିଜର ପରିଚୟକୁ ପ୍ରମାଣିତ କରିବା ପାଇଁ କିଛି ଦସ୍ତାବିଜ ନାହିଁ । ଆଧାର ସେମାନଙ୍କ ପାଇଁ ନିଜ ପରିଚୟକୁ ଜାହିର କରିବାର ପ୍ରଥମ ମାଧ୍ୟମ ହୋଇଥାଇପାରେ ।ଆଧାର ଏହା ନିଶ୍ଚିତ କରିବ ଯେ ଆଧାର କାର୍ଯ୍ୟକ୍ରମର ‘ନିଜ ଗ୍ରାହକଙ୍କୁ ଚିହ୍ନନ୍ତୁ ବା ଇଂରାଜୀରେ - ନୋ ୟୋର କଷ୍ଟମର’ର ସର୍ତ୍ତ ଏମିତି ବି ଜଟିଳ ହେବ ନାହିଁ ଯାହା ପରିଚୟ ସମ୍ବନ୍ଧିତ ଦସ୍ତାବିଜ ପ୍ରମାଣ ରଖି ନଥିବା ଜଣେ ବାସିନ୍ଦାଙ୍କ ପାଇଁ ଆଧାର ସଂଯୋଗ ହାସଲ କରିବାରେ ବାଧା ସୃଷ୍ଟି କରିବ । ସେଥିପାଇଁ ପରିଚୟର ଦସ୍ତାବିଜ ଆଧାରିତ ପ୍ରମାଣ ନଥିବା ଜଣେ ବାସିନ୍ଦାଙ୍କ ଆଧାର ସଂଯୋଗ ସମୟରେ ଚିହ୍ନଟକର୍ତ୍ତା ବା ଇଂରାଜୀରେ ଇଂଣ୍ଟ୍ରୋଡ୍ୟୁସର ବ୍ୟବସ୍ଥା ରଖାଯାଇଛି । ଏହି ବ୍ୟବସ୍ଥାରେ ଉପଯୁକ୍ତ ବ୍ୟକ୍ତି ଯାହାଙ୍କର ଆଧାର ସଂଯୋଗ ହୋଇସାରିଥିବ ତାଙ୍କୁ କ୍ଷମତାପ୍ରାପ୍ତ କରାଯାଇ ଚିହ୍ନଟକର୍ତ୍ତା ଭାବରେ ନିୟୋଜିତ କରିବାର ବ୍ୟବସ୍ଥା ରଖାଯାଇଛି । ସେହିଭଳି ଚିହ୍ନଟକର୍ତ୍ତା ଅନ୍ୟ ପରିଚୟର ଦସ୍ତାବିଜ ଆଧାରିତ ବାସିନ୍ଦାମାନଙ୍କୁ ପରିଚୟ ଠିକ୍ ଅଛି ଚିହ୍ନଟ କରିପାରିବେ । ଏହାପରେ ପରିଚୟର ଦସ୍ତାବିଜ ଆଧାରିତ ପ୍ରମାଣ ନଥିବେ ବାସିନ୍ଦା ମଧ୍ୟ ଆଧାର ପାଇପାରିବେ ।

କିପରି ଏନରୋଲ ବା ନାମାଙ୍କନ ହେବ?

  • ଆଧାର ଏନରୋଲମେଣ୍ଟ ବା ସଂଯୋଗ ସମ୍ପୁର୍ଣ୍ଣ ମାଗଣା ଅଟେ ।
  • ଆପଣ ଭାରତର ଯେକୌଣସି ସ୍ଥାନରେ ଥିବା ଯେକୌଣସି ଅଧିକୃତ ଆଧାର ଏନରୋଲମେଣ୍ଟ ସେଣ୍ଟରକୁ ନିଜର ଠିକଣା ଓ ପରିଚୟର ପ୍ରମାଣ ଧରି ଯାଇପାରିବେ।.
  • ୟୁଆଇଡିଏଆଇ ପ୍ରକ୍ରିୟା ୧୮ଟି ପରିଚୟର ପ୍ରମାଣକୁ ଗ୍ରହଣ କରିଥାଏ ତଥା ୩୩ଟି ଠିକଣାର ପ୍ରମାଣ ଗ୍ରହଣ କରିଥାଏ । ସାରା ଦେଶରେ ବୈଧ ହେଉଥିବା ସେହିଭଳି ଦସ୍ତାବିଜ ଯାହାକୁ ପରିଚୟ ବା ଠିକଣାର ପ୍ରମାଣ ଭାବରେ ଉପସ୍ଥାପନ କରାଯାଇପାରିବ ତାହାର ସୂଚୀ ଜାଣିବା ପାଇଁ ।
  • ଫଟୋ ଥିବା ଆଇଡେଣ୍ଟିଟି ବା ପରିଚୟପ୍ରଦାନକାରୀ କାର୍ଡ ଯଥା ପାନ କାର୍ଡ ଓ ଅନ୍ୟ ସରକାରୀ ଆଇଡେଣ୍ଟିଟି କାର୍ଡକୁ ପରିଚୟର ପ୍ରମାଣ ଭାବରେ ଗ୍ରହଣଯୋଗ୍ୟ । ଠିକଣାର ପ୍ରମାଣ ଭାବରେ ବିଗତ ତିନି ମାନସର ଜଳ, ବିଦ୍ୟୁତ, ଟେଲିଫୋନ ବିଲକୁ ମଧ୍ୟ ଗ୍ରହ କରାଯାଏ।
  • ଯଦି ଆପଣଙ୍କ ପାଖରେ ଉପରୋକ୍ତ ସାଧାରଣରେ ବ୍ୟବହୃତ ପ୍ରମାଣ ନଥାଏ ତେବେ ଗେଜେଟେଡ ଅଫିସର/ତହସିଲଦାରଙ୍କ ଦ୍ଵାରା ତାଙ୍କ ସରକାରୀ ଲେଟରହେଡରେ ଜାରି ହୋଇଥିବା ସାର୍ଟିଫିକେଟ ବା ପ୍ରମାଣପତ୍ରକୁ ମଧ୍ୟ ପରିଚୟର ପ୍ରମାଣ ଭାବରେ ଗ୍ରହଣ କରାଯାଇଥାଏ । ସାଂସଦ ବା ବିଧାୟକ/ଗେଜେଟେଡ ଅଫିସର/ତହସିଲଦାର ବା ଗ୍ରାମ ପଞ୍ଚାୟତର ପ୍ରମୁଖ ବା ଗାଁ ସ୍ତରରେ ଥିବା ସେହି ସ୍ତରର ଅଧିକାରୀଙ୍କ ଦ୍ଵାରା ତାଙ୍କ ଲେଟରହେଡରେ ଜାରି ହୋଇଥିବା ପ୍ରମାଣପତ୍ରକୁ ଠିକଣାର ବୈଧ ପ୍ରମାଣ ଭାବରେ ଗ୍ରହଣ କରାଯାଏ।
  • ଯଦି ପରିବାର କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଭାବରେ କୌଣସି ବୈଧ ଦସ୍ତାବିଜ ନଥାଏ, ତେବେ ସେହି ବାସିନ୍ଦାଙ୍କ ପରିବାରର ଅନ୍ୟ ଯେକୌଣସି ଅଧିକାର ସମ୍ପର୍କିତ ଦସ୍ତାବିଜରେ ତାଙ୍କ ନାମ ଉଲ୍ଲେଖ ଥିଲେ ସିଏ ଆଧାରରେ ନିଜକୁ ସାମିଲ କରିପାରିବେ । ସେହିଭଳି କ୍ଷେତ୍ରରେ ପରିବାରର ମୂଖ୍ୟ ବା ସେହିଭଳି ଦସ୍ତାବିଜରେ ଯିଏ ପ୍ରମୁଖ ନାମଧାରୀ ସିଏ ପ୍ରଥମେ ବୈଧ ପରିଚୟ ଓ ଠିକଣାର ପ୍ରମାଣ ଉପସ୍ଥାପନ କରି ନିଜକୁ ଆଧାରରେ ସଂଯୋଗ କରିବାକୁ ପଡିବ । ତାହାପରେ ପରିବାରର ମୂଖ୍ୟ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରାଇ ତାଙ୍କର ଏନରୋଲମେଣ୍ଟ କରାଇପରିବେ । ୟୁଆଇଡିଏଆଇ ୮ ପ୍ରକାରର ଦସ୍ତାବିଜକୁ ସମ୍ବନ୍ଧର ପ୍ରମାଣ ଭାବରେ ଗ୍ରହଣ କରିଥାଏ । ସାରା ଦେଶରେ ବୈଧ ହେଉଥିବା ସେହିଭଳି ଦସ୍ତାବିଜ ଯାହାକୁ ସମ୍ବନ୍ଧର ପ୍ରମାଣ ଭାବରେ ଉପସ୍ଥାପନ କରାଯାଇପାରିବ ।

ଯଦି ବାସିନ୍ଦାଙ୍କ ପାଖରେ କୌଣସି ବି ଦସ୍ତାବିଜ ନଥାଏ ତେବେ ମଧ୍ୟ ସେହି ବାସିନ୍ଦା ଏନରୋଲମେଣ୍ଟ କେନ୍ଦ୍ରରେ ଉପସ୍ଥିତ ଥିବା ଚିହ୍ନଟକର୍ତ୍ତାଙ୍କ ମାଧ୍ୟମରେ ନିଜକୁ ଚିହ୍ନଟ କରାଇପାରିବେ । ପ୍ରତି କେନ୍ଦ୍ର ପାଇଁ ରେଜିଷ୍ଟ୍ରାର ବା ନିବନ୍ଧକଙ୍କ ଦ୍ଵାରା ଅଧିକୃତ ଚିହ୍ନଟକର୍ତ୍ତା ଅନୁସୂଚୀତ ହୋଇ ଥାଆନ୍ତି । ଏହା ବିଷୟରେ ଅଧିକ ବିବରଣୀ ପାଇଁ ଦୟାକରି ସମ୍ପୃକ୍ତ ନିବନ୍ଧକଙ୍କ ସହିତ ଯୋଗାଯୋଗ କରନ୍ତୁ।

  • ଏନରୋଲମେଣ୍ଟ କେନ୍ଦ୍ରରେ ଧାର୍ଯ୍ୟ ହୋଇଥିବା ଫର୍ମରେ ନିଜର ବ୍ୟକ୍ତିଗତ ସୂଚନା ପ୍ରଦାନ କରନ୍ତୁ । ଏନରୋଲମେଣ୍ଟ କେନ୍ଦ୍ରରେ ଆପଣଙ୍କର ଫଟୋ, ଟିପ/ଆଙ୍ଗୁଳିର ଚିହ୍ନ ଓ ଆଖିର ଫଟୋ ମଧ୍ୟ ନିଆଯିବ । ଆପଣ ଦାଖଲ କରିଥିବା ତଥ୍ୟକୁ ଏନରୋଲମେଣ୍ଟ କେନ୍ଦ୍ରର କମ୍ପ୍ୟୁଟରେ ଭର୍ତ୍ତି ହେବା ପରେ ନିଜେ ଦେଖି ତାହା ଠିକ୍ ଅଛି ନା ନାହିଁ ଯାଞ୍ଚ କରିପାରିବେ । ଯଦି କିଛି ଭୂଲ ତଥ୍ୟ ଦେଖିଲେ ତେବେ ସେହି କେନ୍ଦ୍ରରେ ହିଁ ତାହାକୁ ଠିକ କରାଇ ପାରିବେ । ଏସବୁ ପରେ ଆପଣ ଟେମ୍ପରାରି ବା ଚାଲୁ ଏନରୋଲମେଣ୍ଟ ସଂଖ୍ୟା ଉଲ୍ଲେଖ ଥିବା ଏକ ପ୍ରାପ୍ତିସ୍ଵୀକାର ରସିଦ ପାଇବେ । ଏହା ସହିତ ଏନରୋଲମେଣ୍ଟ ସମୟରେ ସଂଗ୍ରହ କରାଯାଇଥିବା ଅନ୍ୟ ତଥ୍ୟର ମଧ୍ୟ ସେହି ରସିଦରେ ଉଲ୍ଲେଖ ରହିବ।
  • ଆପଣ କେବଳ ଥରେ ମାତ୍ର ନିଜକୁ ଏନରୋଲ ବା ସଂଯୋଗ କରିପାରିବେ । ଏକରୁ ଅଧିକ ଥର ନିଜକୁ ଏନରୋଲ କରିବା କେବଳ ସମୟର ଅପଚୟ ହେବ କାରଣ ଆପଣ ଯେତେଥର ଏନରୋଲ କଲେ ମଧ୍ୟ ସେହି ଗୋଟିଏ ହିଁ ଆଧାର ସଂଖ୍ୟା ପାଇବେ।
  • ଆପଣ ଦେଇଥିବା ତଥ୍ୟ ସୂଚନାକୁ କେନ୍ଦ୍ରୀୟ ସ୍ତରରେ ଯାଞ୍ଚ କରାଯିବ । ଯଦି ଆପଣଙ୍କ ଆବେଦନ ସଫଳ ହୁଏ ତେବେ ଆପଣଙ୍କର ଆଧାର ସଂଖ୍ୟା ଜାରି କରାଯାଇ ତାହାକୁ ଆପଣଙ୍କ ଠିକଣାରେ ପଠାଇ ଦିଆଯିବ।
  • ସି.ଆଇ.ଡି.ଆର. ତଥ୍ୟ ପ୍ୟାକେଟ ପାଇବା ଦିନଠାରୁ ଆଧାର ସଂଖ୍ୟା ପାଇବା ପାଇଁ ୬୦ରୁ ୯୦ ଦିନ ସମୟ ଲାଗିପାରେ । ତେବେ ଯଦି ଏନ୍ପିଆର୍ ମାଧ୍ୟମରେ ଏନରୋଲମେଣ୍ଟ କରାଯାଇଥାଏ ତେବେ ଅଧିକ ସମୟ ଲାଗିପାରେ।

ଏନରୋଲମେଣ୍ଟ କେନ୍ଦ୍ରରେ ନାମାଙ୍କନ ପରେ, ଏନରୋଲମେଣ୍ଟ ସୁପରଭାଇଜରଙ୍କ ଦ୍ଵାରା ମାନର ଯାଞ୍ଚ ହୋଇଥାଏ । ଯଦି ଆବଶ୍ୟକ ହୁଏ ତେବେ ତ୍ରୁଟିର ସୁଧାର କରାଯାଏ । ପରେ ତଥ୍ୟ ପ୍ୟାକେଟକୁ ଏକାଠି କରାଯାଏ । ତାହାପରେ ନାମାଙ୍କନ କରୁଥିବା ସଂସ୍ଥା ତାହାକୁ ୟୁଆଇଡିଏଆଇର ଡାଟା କେନ୍ଦ୍ରକୁ ସମ୍ପୃକ୍ତ ତଥ୍ୟ ପଠାଇ ଥାଏ । ସିଆଇଡିଆର ଆସିବା ପରେ ସେହି ତଥ୍ୟାବଳୀର ଅନେକ ପର୍ଯ୍ୟାୟରେ ଯାଞ୍ଚ ଓ ନିରୀକ୍ଷଣ ହୋଇଥାଏ । ତାହା ଜରିଆରେ ତଥ୍ୟ ସବୁ ପ୍ରାମାଣିକତା ଓ ତ୍ରୁଟି ଶୂନ୍ୟତାକୁ ନିଶ୍ଚିତ କରାଯାଇଥାଏ ।ତାହା ସହିତ ନକଲି, ଭୂଲ ଓ ଜାଲ ତଥ୍ୟକୁ ଛାଣି ବାହାର କରିଦିଆଯାଇଥାଏ ।ବାସିନ୍ଦାମାନଙ୍କଠାରୁ ସଂଗ୍ରହ କରାଯାଇଥିବା ଡେମୋଗ୍ରାଫିକ ବା ଜନସଂଖ୍ୟାଗତ ତଥ୍ୟରଏବଂ ବାୟୋମେଟ୍ରିକ ବା ଶରୀରଗତ ତଥ୍ୟରୁ କିଛିକୁ ନମୁନା ଭାବରେ ନେଇ ତାହାର ବିଶଦ ଯାଞ୍ଚ କରାଯାଇଥାଏ । ତାହା ସହିତ ପ୍ରତି ପ୍ୟାକେଟରେ ଥିବା ଅପରେଟର/ସୁପରଭାଇଜର/ଚିହ୍ନଟକର୍ତ୍ତା/ଏନରୋଲମେଣ୍ଟ ସଂସ୍ଥା ଓ ରେଜିଷ୍ଟ୍ରାର ତଥ୍ୟକୁ ମଧ୍ୟ ଯାଞ୍ଚ କରାଯାଇଥାଏ । ସମସ୍ତ ମାନ ଜନିତ ଯାଞ୍ଚ ଓ ପରୀକ୍ଷଣ ପରେ ସେହି ପ୍ୟାକେଟ ନକଲି ନିବାରଣ ପ୍ରକ୍ରିୟା ପାଇଁ ଯାଏ । ତାହାପରେ ଆଧାର ଜାରି ହୁଏ ।

ଯଦି କିଛି ତ୍ରୁଟି ପରିଲକ୍ଷିତ ହୁଏ ତେବେ ପ୍ୟାକେଟକୁ ଅଟକାଇ ଦିଆଯାଏ । ଉଦାହରଣସ୍ଵରୂପ ଯଦି ବାସିନ୍ଦାଙ୍କ ନାମାଙ୍କନ କରିଥିବା ଅପରେଟରଙ୍କ ବିବରଣୀ ମୂଳ ତଥ୍ୟ ସହିତ ମେଳ ନ ଖାଏ ବା ଫଟୋ ଓ ବୟସ/ଲିଙ୍ଗ ଆଦିରେ ତାରତମ୍ୟତା ନଥାଏ (ଯଥା - ଶିଶୁର ଫଟୋ ଥିବ କିନ୍ତୁ ବୟସ ୫୦ ବର୍ଷ ଲେଖା ଥିବ) ତେବେ ଅଧିକ ଯାଞ୍ଚ ପାଇଁ ପ୍ୟାକେଟକୁ ରଖି ଦିଆଯାଏ ଓ ସମ୍ଭବପର ଥିଲେ ତ୍ରୁଟି ସୁଧାରିବା ବ୍ୟବସ୍ଥା କରାଯାଏ । ଯଦି ତ୍ରୁଟି ସୁଧାରିବା ସମ୍ଭବ ନଥିଲେ ଆଧାର ଆବେଦନକୁ ନାକଚ ହେଲା ବୋଲି ଏକ ପତ୍ର ସମ୍ପୃକ୍ତ ବାସିନ୍ଦାଙ୍କୁ ପଠାଯାଏ । ସେହି ପତ୍ରରେ ବାସିନ୍ଦାଙ୍କୁ ଆଉଥରେ ଏନରୋଲମେଣ୍ଟ କେନ୍ଦ୍ରକୁ ଯାଇ ନାମାଙ୍କନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଆଧାର ପତ୍ରକୁ ପ୍ରିଣ୍ଟ କରିବା ଓ ପହଞ୍ଚାଇବାର ଦାୟିତ୍ବ ଭାରତୀୟ ଡାକ ବିଭାଗକୁ ଦିଆଯାଇଛି । କେତେ ଚିଠି ଦେବାର ରହିଛି ଓ କେଉଁ ଠିକଣାରେ ପହଞ୍ଚାଇବାର ଅଛି ଇତ୍ୟାଦି ସ୍ଥିତି ଉପରେ ଚିଠି ପହଞ୍ଚିବାରେ କେତେ ସମୟ ଲାଗିବ ତାହା ନିର୍ଭର କରେ । ଭାରତୀୟ ଡାକସେବା ଆଧାର ପତ୍ରକୁ ପ୍ରିଣ୍ଟ କରି ବାସିନ୍ଦାଙ୍କ ପାଖରେ ପହଞ୍ଚାଇବା ପାଇଁ ୩ରୁ ୫ ସପ୍ତାହ ପର୍ଯ୍ୟନ୍ତ ସମୟ ନେଇପାରେ ।

ଆଧାର ଏନରୋଲମେଣ୍ଟ ଯଦି ଏନ.ପି.ଆର. ଜରିଆରେ ହେଉଥାଏ ତେବେ ଆର.ଜି.ଆଇ.ଙ୍କ ଦ୍ଵାରା ଅନୁମୋଦିତ ଏଲ.ଆର.ୟୁ.ଆର. (ଇଂରାଜୀରେ - ଲୋକାଲ ରେଜିଷ୍ଟ୍ରାର ଅଫ ୟୁଜୁଆଲ ରେସିଡେନ୍ସ; ବା ସାଧାରଣଭାବରେ ରହୁଥିବା ସ୍ଥାନର ସ୍ଥାନୀୟ ରେଜିଷ୍ଟ୍ରାର) ଯାଞ୍ଚ ପ୍ରକ୍ରିୟା ଆପଣା ଯାଇଥାଏ । ଏହିଭଳି ସ୍ଥିତିରେ ଏଲ.ଆର.ୟୁ.ଆର. ପ୍ରକ୍ରିୟାରେ ଯାଞ୍ଚ ସରିବା ପରେ ହିଁ ଆଧାର ଜାରି କରାଯାଇଥାଏ । ଏହି ଯାଞ୍ଚ ପ୍ରକ୍ରିୟାର ପୂର୍ବରେ ବର୍ଣ୍ଣିତ ଯାଞ୍ଚ ପ୍ରକ୍ରିୟାଠାରୁ ଯଥେଷ୍ଟ ଅଧିକ ସମୟ ନେଇଥାଏ । ବାସିନ୍ଦାମାନେ ତାଙ୍କର ସ୍ଥାନୀୟ ରେଜିଷ୍ଟ୍ରାର କିଏ ତାହା ଏନରୋଲମେଣ୍ଟର କେନ୍ଦ୍ରରେ ଜାଣି ପାରିବେ ବା ଏନରୋଲମେଣ୍ଟ ପରେ ତାଙ୍କୁ ମିଳିଥିବା ପ୍ରାପ୍ତିସ୍ଵୀକାର ରସିଦରେ ସ୍ଥାନୀୟ ରେଜିଷ୍ଟ୍ରାରଙ୍କ ନାମ ଦେଖି ପାରିବେ । ଯଦି ସମ୍ପୃକ୍ତ ରେଜିଷ୍ଟ୍ରାର ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ଆର.ଜି.ଆଇ.) ହୋଇଥାଏ ତେବେ ଅଧିକ ବିବରଣୀ ପାଇଁ ଦୟାକରି ଆର.ଜି.ଆଇ. କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ ।

କିପରି ଏନରୋଲ ବା ନାମାଙ୍କନ ହେବ?

ନିମ୍ନ ଦର୍ଶିତ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ/ ଜିଲ୍ଲାର ବାସିନ୍ଦାମାନେ ଜାଣି ରଖନ୍ତୁ ଯେ ତାଙ୍କ ଅଞ୍ଚଳରେ ଆଧାର ନାମାଙ୍କନ କାର୍ଯ୍ୟ ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଛି । ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆ ଭାରତୀୟ ଜନସଂଖ୍ୟା ରେଜିଷ୍ଟର (ଇଂରାଜୀରେ - ନେସନାଲ ପପୁଲେସନ ରେଜିଷ୍ଟର) ପ୍ରସ୍ତୁତ କରନ୍ତି । ତେଣୁ ସେହି ସ୍ଥାନରେ ଅଅଧାର ପାଇଁ ସ୍ଵତନ୍ତ୍ର ଭାବରେ ଆବେଦନ କରିବାର ଆବଶ୍ୟକତା ନାହିଁ ।

  • ରାଜ୍ୟ: ଅରୁଣାଚଳପ୍ରଦେଶ, ଆସାମ, ଜାମ୍ମୁ ଓ କାଶ୍ମିର, ମେଘାଳୟ, ମିଜୋରମ, ଓଡିଶା, ତାମିଲନାଡୁ ଓ ପଶ୍ଚିମ ବଙ୍ଗ
  • କେନ୍ଦ୍ରଶାସିତ ପ୍ରଦେଶ:ଆଣ୍ଡାମନ ଓ ନିକୋବର, ଦାଦ୍ରା ଓ ନଗରହାବେଳୀ, ଓ ଲାକ୍ଷାଦୀପ
  • କର୍ଣ୍ଣାଟକର ଜିଲ୍ଲା:ଉଡୁପି, ଗଡଗ, ଉତ୍ତର କନ୍ନଡ, ହାଭେରି, ଦେବନାଗରି, ବାଙ୍ଗାଲୁରୁ ରୁରାଲ, ଚିକବାଲାପୁର ଓ କୋଦାଗୁ

ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ/ଜିଲ୍ଲାର ବାସିନ୍ଦାମାନେ ଜାଣି ରଖନ୍ତୁ ଯେ ଯଦି ସେମାନେ ଏନପିଆର୍ ଦ୍ଵାରା ନାମାଙ୍କିତ ହୋଇସାରିଥିବେ ତେବେ ସେମାନେ ଆଉଥରେ ୟୁଆଇଡିଏଆଇ ଅଧୀନରେ ନାମାଙ୍କନ କରିବା ଆବଶ୍ୟକ ନାହିଁ।

ଆଧାର ପାଇଁ ଅନଲାଇନ ପଞ୍ଜିକରଣ ସମ୍ବନ୍ଧରେ ଜାରି କରାଯାଇଥିବା ଇ-ମେଲ ସମ୍ବନ୍ଧୀୟ ବିଜ୍ଞପ୍ତି

ଏହା ଆମ ଦୃଷ୍ଟିକୁ ଆସିଛି ଯେ କିଛି ସଂସ୍ଥା ଆଧାର ପାଇଁ ଅନଲାଇନ ପଞ୍ଜିକରଣ କରିଦେବେ ବୋଲି କହି ଇମେଲ ପଠାଉଛନ୍ତି । ଏହି ଇମେଲମାନଙ୍କରେ ଆହୁରି ମଧ୍ୟ କୁହାଯାଉଛି ଯେ ଯେଉଁମାନେ ଆଧାର ପାଇ ସାରିଲେଣି ସେମାନଙ୍କୁ ମଧ୍ୟ ଆଉଥରେ ନାମାଙ୍କନ କରିବାକୁ ପଡିବ । ସର୍ବସାଧାରଣଙ୍କ ଗୋଚରାର୍ଥେ ୟୁଆଡିଏଆଇ ସ୍ପଷ୍ଟ ତଥ୍ୟ ନିମ୍ନରେ ପ୍ରଦାନ କରୁଛି:

  • ଆଧାର ପାଇଁ ନାମାଙ୍କନ କେବଳ ନିର୍ଦ୍ଧାରିତ ଆଧାର ନାମାଙ୍କନ କେନ୍ଦ୍ରମାନଙ୍କରେ ହିଁ ହୁଏ । ବାସିନ୍ଦାଙ୍କୁ ଏହିଭଳି ନାମାଙ୍କନ କେନ୍ଦ୍ରକୁ ଯାଇ ନାମାଙ୍କନ କରିବାକୁ ହେବ । ୟୁଆଇଡିଏଆଇ ବର୍ତ୍ତମାନଯାଏ ଅନଲାଇନ ନାମାଙ୍କନର ବ୍ୟବସ୍ଥା କରିନାହିଁ ।
  • ନାମାଙ୍କନ କେନ୍ଦ୍ରମାନଙ୍କର ସୂଚୀ ଅନଲାଇନରେ ଦେଖି ହେବ । ଏଥିପାଇଁ କେଉଁଠାରେ ନାମାଙ୍କନ କରିବେ ଲିଙ୍କରେ କ୍ଲିକ କରନ୍ତୁ।
  • ଅନଲାଇନରେ ଆଧାର ନାମାଙ୍କନ ପାଇଁ ସମୟ ଚୟନ କରିହେବ ବା ଆପଏଣ୍ଟମେଣ୍ଟ ନେଇ ହେବ ।
  • ନାମାଙ୍କନ ପାଇଁ କୌଣସି ଶେଷ ତାରିଖ ନାହିଁ । ବାସିନ୍ଦା ତାଙ୍କର ସୁବିଧା ମତେ ଯେକୌଣସି ସମୟରେ ନିର୍ଦ୍ଧାରିତ ନାମାଙ୍କନ କେନ୍ଦ୍ରକୁ ଯାଇ ତାଙ୍କର ନାମାଙ୍କନ କରିପାରିବେ । ଆଧାରର ଅନ୍ତିମ ତାରିଖ ନାହିଁ, ଏହା ଚାଲୁ ରହିବ।
  • ବ୍ୟାଙ୍କ ସମ୍ବନ୍ଧିତ ତଥ୍ୟ ଦେବା ଆଦୌ ବାଧ୍ୟତାମୂଳକ ନୁହେଁ ଏହା ଇଚ୍ଛାଧୀନ ଅଟେ । ଯଦି ବାସିନ୍ଦା ଏକ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲି ତାହା ଆଧାର ସହିତ ସଂଯୁକ୍ତ କରିବା ପାଇଁ ଚାହିଁବେ ବା ତାଙ୍କର ପୂର୍ବରୁ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ସଂଯୁକ୍ତ କରିବା ପାଇଁ ଚାହିଁବେ ତେବେ ସେ ନାମାଙ୍କନ ସମୟରେ ନାମାଙ୍କନ ଫର୍ମରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧିତ ଆବଶ୍ୟକୀୟ ତଥ୍ୟ ଦେଇ ପାରିବେ।
  • ନାମାଙ୍କନ ସମୟରେ ବାସିନ୍ଦା ୟୁଆଇଡିଏଆଇକୁ ପ୍ରଦାନ କରୁଥିବା ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ ତାହାକୁ ବାସିନ୍ଦାଙ୍କ ବିନା ଅନୁମତିରେ କାହାକୁ ପ୍ରଦାନ କରାଯିବ ନାହିଁ ।
  • ଯେଉଁ ବାସିନ୍ଦା ଆଧାର ପାଇ ସାରିଲେଣି ବା ଆଧାର ପାଇଁ ନାମାଙ୍କନ କରି ସାରିଲେଣି ତେବେ ଯଦି ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ୟୁଆଇଡିଏଆଇ ତରଫରୁ ଲିଖିତ ଭାବରେ ଆଉଥରେ ନାମାଙ୍କନ କରିବା ପାଇଁ କୁହାଯାଇ ନାହିଁ ତେବେ ସେମାନେ ଆଉ ନାମାଙ୍କନ କରିବାର ଆବଶ୍ୟକତା ନାହିଁ ।
  • ଅଧିକ ବିବରଣୀ ପାଇଁ ଆପଣ ଆଧାରର ୱେବସାଇଟ କୁ ଦେଖନ୍ତୁ ।"ଊଡିଆଇ"

ଅନୁସନ୍ଧାନ ଓ ଅଭିଯୋଗ

ୟୁଆଇଡିଏଆଇ ଗୋଟିଏ ସମ୍ପର୍କ କେନ୍ଦ୍ର ସ୍ଥାପନ କରିଛି । ବାସିନ୍ଦାମାନେ, ନିବନ୍ଧକମାନେ, ଓ ନାମାଙ୍କନକାରୀ ସଂସ୍ଥାମାନେ ଏହାର ସେବା ନେଇ ପାରିବେ । ବାସିନ୍ଦା ଯେତେବେଳେ ନାମାଙ୍କନ କରନ୍ତି ତାଙ୍କୁ ନାମାଙ୍କନ ସଂଖ୍ୟା ଥାଇ ଏକ ମୁଦ୍ରିତ ପ୍ରାପ୍ତି ସ୍ଵୀକାର ରସିଦ ପ୍ରଦାନ କରାଯାଇଥାଏ । ସେହି ସଂଖ୍ୟାକୁ ଦର୍ଶାଇ ବାସିନ୍ଦା ତାଙ୍କର ନାମାଙ୍କନର ସ୍ଥିତି ସମ୍ପର୍କିତ ଅନୁସନ୍ଧାନ କରି ପାରିବେ । ସେହିଭଳି ଅନୁସନ୍ଧାନ କରିବା ପାଇଁ ସମ୍ପର୍କ କେନ୍ଦ୍ରର ଯେକୌଣସି ଯେକୌଣସି ଯୋଗାଯୋଗ ଚ୍ୟାନେଲ ଉପଯୋଗ କରିପାରିବେ।

ସୂଚନା କେନ୍ଦ୍ରର ବିବରଣ

  • ଫୋନ - ୧୯୪୭
  • ଫ୍ୟାକ୍ସ - ୦୮୦-୨୩୫୩ ୧୯୪୭
  • ଚିଠି ଠିକଣା - ପୋଷ୍ଟ ବାକ୍ସ ୧୯୪୭, ଜିପିଓ, ବାଙ୍ଗାଲୋର – ୫୬୦୦୦୧
  • ଇମେଲ - help@uidai.gov.in

ଆଧାର - ଉଡିଆଇ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top