ହୋମ / ଇ-ଗଭର୍ଣ୍ଣ।ନ୍ସ / ଇ- ଶାସନ ସେବା ଅନଲାଇନ / ଓଡିଆ ଭାଷାରେ ଅନଲାଇନ୍ ସେବା
ସେଆର କରନ୍ତୁ

ଓଡିଆ ଭାଷାରେ ଅନଲାଇନ୍ ସେବା

ଅନଲାଇନରେ ସାଧାରଣ ସେବା ଯୋଗାଣ ନିମନ୍ତେ ରାଜ୍ୟ ସରକାର ‘ କମନ୍ ଆପ୍ଲିକେସନ୍ ପୋର୍ଟାଲ’ ତ(ଜ୍ୟାପ୍) କାର୍ଯ୍ୟକାରୀ କରିଛନ୍ତି ।

କମନ୍ ଆପ୍ଲିକେସନ୍ ପୋର୍ଟାଲ

ଅନଲାଇନରେ ସାଧାରଣ ସେବା ଯୋଗାଣ ନିମନ୍ତେ ରାଜ୍ୟ ସରକାର ‘ କମନ୍ ଆପ୍ଲିକେସନ୍ ପୋର୍ଟାଲ’ ତ(ଜ୍ୟାପ୍) କାର୍ଯ୍ୟକାରୀ କରିଛନ୍ତି । ଏହା ଏବେ ଇଂରାଜୀରେ ଚାଲିଛି । ଏହି ପୋର୍ଟାଲକୁ ଓଡିଆ ଭାଷାରେ କରାଯିବ । ସପ୍ତାହ ମଧ୍ୟରେ ଏ ଦିଗରେ ପଦକ୍ଷେପ ନିଆଯିବ । ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସଭାପତିତ୍ଵରେ ହୋଇଥିବା ‘ସରକାରୀ ଉଦ୍ୟମର ଆଧୁନିକରଣ କେନ୍ଦ୍ର’ (ସିଏମଜିଆଇ)ର ପରିଚାଳନା କମିଟି ବୈଥାକରେ ଏହି ନିଷ୍ପତି ନିଆଯାଇଛି । ଇଂରାଜୀକୁ ଓଡିଆ ଭାଷାରେ ରୂପାନ୍ତରିତ କଲାବେଳେ ସହଜ ଓ ସରଲ ଶବ୍ଦ ବ୍ୟବହାର ନିମନ୍ତେ ଶ୍ରୀ ପାଢୀ ନିର୍ଦେଶ ଦେଇଥିଲେ ।

ଓଡିଆ ଭାଷାରେ ଅନଲାଇନ୍ ସେବା

ବର୍ତ୍ତମାନ ପାଞ୍ଚୋଟି  ବିଭାଗର ୧୮ ଟି ସେବାକୁ କ୍ୟାପ୍ ମାଧ୍ୟମରେ ଅନଲାଇନ୍ କରାଯାଇଛି । ଅଧିକ ସଂଖ୍ୟାରେ ସାଧାରଣ ସେବାକୁ ଏହି ବ୍ୟବସ୍ଥା ମାଧ୍ୟମରେ ଅନଲାଇନ୍ କରିବା ଉପରେ ବୈଠକରେ ଗୁରୁତ୍ଵାରୋପ କରଯାଇଥିଲା । ୩୨୪ ଟି ସାଧାରଣ ସେବାକୁ ଏହି ବ୍ୟବସ୍ଥାରେ ଯୋଡିବା ସହ ସାଧାରଣ ସେବା କେନ୍ଦ୍ରଗୁଡିକୁ ମଧ୍ୟ ସଂଯୋଜିତ କରାଯିବ । ୧୦ ଟଙ୍କା ଦେୟ ଦେଇ ଏହି କେନ୍ଦ୍ର ମାଧ୍ୟମରେ ଜନସାଧାରଣ ନିର୍ଧାରିତ ସେବାମାନ ପାଇପାରିବେ । ବୈଠକରେ ସୂଚନା ଦିଆଯାଇଥିଲା, ମାନବ ସମ୍ବଳ ପରିଚାଳନା ସଫ୍ଟୱେର(ଏଚ୍ଆରଏମ୍ଏସ୍) ପ୍ରଯୋଗରେ ଓଡିଶା ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ଭାବେ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ୩,୨୪,୦୦୦ ନିୟମିତ କର୍ମଚାରୀଙ୍କ ତଥ୍ୟ ଏଥିରେ ରହିଛି । ସେମାନଙ୍କ ଦରମା ଏବଂ ପ୍ରାପ୍ୟ ହିସାବ ଏହା ମାଧ୍ୟମରେ କରାଯାଇଛି । ଏଚ୍ଆରଏମ୍ଏସ୍ କୁ ମକଦମା ପରିଚାଳନା ସଫ୍ଟୱେର ସହ ସଂଯୁକ୍ତ କରାଯାଇଛି । ଏହା ମାଧ୍ୟମରେ ବିଭିନ୍ନ ବିଭାଗ ହାଇକୋର୍ଟ ଓ ଟ୍ରିବୁନାଲରେ ଚାଲିଥିବା ମୋକଦମା ପରିଚାଳନା କରୁଛନ୍ତି । ବିଭିନ୍ନ ମୋକଦମାରେ କୋର୍ଟ ରାୟକୁ ତୁରନ୍ତ ଅପଲୋର୍ଡ କରିବା ପାଇଁ ମୁଖ୍ୟ ଶାସନ ସଚିବ କହିଥିଲେ । ଏହି ଅବସରରେ ୨୦୧୬ -୧୭ ଆର୍ଥିକ ବର୍ଷରେ ସିଏମଜିଆଇର ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ନିମନ୍ତେ ୮.୫୦ କୋଟି ତାଙ୍କ ବ୍ୟୟ ଅଟକଳକୁ ଅନୁମୋଦନ କରାଯାଇଥିଲା ।

ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ସାଧାରଣ ପ୍ରଶାସକ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଅଶୋକ ମିନା, ଅତିରିକ୍ତ ଶାସନ ସଚିବ ଆର୍ ଏସ୍ ଗୋପାଳନ୍, ଯୋଜନା ଓ ସଂଯୋଜକ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଜିବି ରେଡୀ, ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ରୁଦ୍ରନାରାୟଣ ପାଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

ଆଧାର

"www.sambadepaper.com"

3.15789473684
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top