ହୋମ / ଇ-ଗଭର୍ଣ୍ଣ।ନ୍ସ / ଡିଜିଟାଲ ଇଣ୍ଡିଆ / ଆପ୍ ଜରିଆରେ ବି କରିହେବ ଡିପ୍ରେସନର ଚିକିତ୍ସା
ସେଆର କରନ୍ତୁ

ଆପ୍ ଜରିଆରେ ବି କରିହେବ ଡିପ୍ରେସନର ଚିକିତ୍ସା

ଆପ୍ ଜରିଆରେ କରିହେବ ଡିପ୍ରେସନର ଚିକିତ୍ସା

ଡିପ୍ରେସନର ଚିକିତ୍ସା

ଏଣିକି ସ୍ମାର୍ଟଫୋନ ମାଧ୍ୟମରେ ବି ଡିପ୍ରେସନର ଚିକିତ୍ସା କରାଯାଇପାରିବ । ସ୍ମାର୍ଟଫୋନରେ ନଜର ଆସୁଥିବା ବିଭିନ୍ନ ଆପ ଜରିଆରେ ଲୋକଙ୍କର ଡିପ୍ରେସନ ତଥା ଅବସାଦ ଭଳି ରୋଗର ଚିକିତ୍ସା କରାଯାଇପାରିବ । ଏକଥା ଆମେ କହୁନାହୁଁ ବରଂ ନିକଟରେ ଏନେଇ ଗବେଷଣା କରାଯିବା ପରେ କିଛି ଗବେଷକ ଏଭଳି ଦାବି କରିଛନ୍ତି ।

ଆପ୍ ଜରିଆରେ

ସୂଚନା ମୁତାବକ, ଗବେଷକଙ୍କ ମତ ରହିଛି କି ଲୋକଙ୍କଠାରେ ଦେଖାଦେଉଥିବା ଡିପ୍ରେସନ ତଥା ଅବସାଦ ଭଳି ସମସ୍ୟା ବା ରୋଗର ଚିକିତ୍ସା ପାଇଁ ସ୍ମାର୍ଟଫୋନରେ ଥିବା ବିଭିନ୍ନ ଆପ ସହାୟତାରେ କରାଯାଇପାରିବ । ଯାହାଦ୍ୱାରା କି ଆଗାମୀ ଦିନମାନଙ୍କରେ ଏହାଦ୍ୱାରା ଲୋକେ ଉପକୃତ ହେବେ । ତେବେ ଅବସାଦ ହେଉଛି ଏଭଳି ଏକ ରୋଗ ଯାହାକି ଏବେ ବିଶ୍ୱ ପାଇଁ ବଡ ସମସ୍ୟା ହୋଇ ଉଭା ହୋଇଛି ଯେଉଁଥିରେ ମଣିଷ ବିକଳାଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଗବେଷଣଙ୍କ ମତ ଅନୁସାରେ, ସେମାନେ କରିଥିବା ଏକ ଗବେଷଣାରେ ସ୍ମାର୍ଟଫୋନ ଆପ୍ ଜରିଆରେ ଲୋକମାନଙ୍କର ଅବସାଦ ତଥା ଡିପ୍ରେସନର ଲକ୍ଷଣରେ ଉଲ୍ଲେଖନୀୟ ହ୍ରାସତା ଦେଖିବାକୁ ପାଇଛନ୍ତି । ତେଣୁ ସ୍ମାର୍ଟଫୋନଦ୍ୱାରା ଏହି ରୋଗର ଚିକିତ୍ସା ଅତି ସହଜରେ କରାଯାଇପାରିବ । କାରଣ ସ୍ମାର୍ଟଫୋନ ମାଧ୍ୟମରେ ଲୋକଙ୍କ ମାନସିକ ଅବସ୍ଥା ଉପରେ ନଜର ରଖାଯିବା ସହିତ ତାଙ୍କୁ ବୁଝାଇବା ଏବଂ ଏହି ରୋଗରୁ ମୁକ୍ତ କରିବାକୁ ସହାୟତା ମିଳିବ ।

ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆର ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ କମ୍ପଲିମେଂଟ୍ରି ମେଡିସିନ ଏବଂ ଆମେରିକାର ହାର୍ଭଡ ମେଡିସିନ ସ୍କୁଲର ଅନୁସନ୍ଧାନକର୍ତ୍ତାମାନେ ଏହି ଗବେଷଣାରେ ସାମିଲ ହୋଇଥିଲେ ।

ଆଧାର: କନକ ନ୍ୟୁଜ

2.96551724138
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top