অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡେବିଟ କାର୍ଡ ସକ୍ରିୟଣ ସମ୍ବନ୍ଧରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଡେବିଟ କାର୍ଡ ସକ୍ରିୟଣ ସମ୍ବନ୍ଧରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ସକ୍ରିୟ ଡେବିଟ କାର୍ଡ କଣ ପାଇଁ ଜରୁରୀ

ଡେବିଟ କାର୍ଡ ଦ୍ଵାରା ଆପଣଙ୍କ ସମସ୍ତ ଦେୟ ପଇଠ କରିବା ସୁବିଧାଜନକ ଓ ଏକ ନିରାପଦ  ଏଲେକ୍ଟ୍ରୋନିକ ମାଧ୍ୟମ ଦ୍ଵାରା ସିଧା ସଳଖ ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟରୁ ହସ୍ତାନ୍ତରଣ ହୋଇଥାଏ ।  ଡେବିଟ କାର୍ଡକୁ ଅନ୍ ଲାଇନ୍ ଜିନିଷ କିଣାବିକା ସିଧା ସଳଖ ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ହୋଇପାରେ । ATM ରୁ ଡେବିଟ କାର୍ଡ ଦ୍ଵାରା ମଧ୍ୟ ଟଙ୍କା ଉଠାଯାଇପାରେ ।

ଡେବିଟ କାର୍ଡ ଦ୍ଵାରା ଗ୍ରାହକ କିପରି ଉପକୃତ ହୁଅନ୍ତି?

ଏହାର ମୁଖ୍ୟ ହିତଲାଭ ଗୁଡିକ ହେଲା:

  • ବହୁତ ଗୁଡିଏ ନଗଦ ଟଙ୍କା ବା ମୋଟା ଚେକ୍ ବହି ଅପେକ୍ଷା ଡେବିଟ କାର୍ଡ ରଖିବା ସହଜ ।
  • ସହଜରେ ଉପଲବ୍ଧ: ଆପଣ ବ୍ୟାଙ୍କ ରେ ଖାତା ଖୋଲିଲା ମାତ୍ରକେ ଅନୁରୋଧ କଲେ ଅଧିକାଂଶ ବ୍ୟାଙ୍କ ରୁ ଡେବିଟ କାର୍ଡ ମିଳିଯାଏ ।
  • ସୁବିଧା: ଚେକ୍ ବହିରେ ଲେଖିବା ଅପେକ୍ଷା କାର୍ଡକୁ ମେସିନ ରେ ପୁରାଇ ସ୍ଵାଇପ କରିବା କିମ୍ବା ଚିପ-ସମ୍ବଳିତ ଟର୍ମିନାଲ ଦ୍ଵାରା ଜିନିଷ କିଣିବା ସହଜ ।
  • ନିରାପତ୍ତା: ଆପଣଙ୍କୁ ଚେକ ବହି କିମ୍ବା ନଗଦ ଟଙ୍କା ନେବା ଦରକାର ନାହିଁ । ଆପଣ ନିଜେ ବିନ୍ୟସ୍ତ କରିଥିବା ଏକ ୪-ଅଙ୍କ ବିଶିଷ୍ଟ ସଂଖ୍ୟା ଦ୍ଵାରା ସୁରକ୍ଷିତ । ଏହି ସଂଖ୍ୟା ଯେକୌଣସି ଦେୟ ପଇଠ କରିବା ପାଇଁ ଦରକାର ।
  • ସହଜରେ ଗ୍ରାହ୍ୟ: ଯେତେବେଳେ ଆପଣ ନିଜ ଅଞ୍ଚଳ ବାହାରେ (ଅଥବା ଦେଶ ବାହାରେ) ଅଛନ୍ତି, ଡେବିଟ କାର୍ଡ ସବୁ ଜାଗାରେ ଗ୍ରାହ୍ୟ ହୋଇଥାଏ (ବାହାରକୁ ଯାଉଥିଲେ ନୀରବଚ୍ଛିନ୍ନ ସେବା ଦୟାକରି ନିଜ ସେବା ପ୍ରଦାନକାରୀଙ୍କୁ ପାଇଁ ଜଣେଇ ଦିଅନ୍ତୁ)
  • ଏହା ମଧ୍ୟ ଏକ ନଗଦ କାର୍ଡ:  ଡେବିଟ କାର୍ଡର ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା ଦେବା କ୍ଷମତା ଅଛି । ଆପଣ ATM ରୁ ଡେବିଟ କାର୍ଡ  ଦ୍ଵାରା ଟଙ୍କା ଉଠାଇ ପାରିବେ ।
  • ବୀମା: ଭାରତୀୟ ଜାତୀୟ ଦେୟ ନିଗମ ପ୍ରିମିୟମ କାର୍ଡଧାରୀ (RuPay Classic) ମାନଙ୍କ ପାଇଁ ମୃତ୍ୟୁ କିମ୍ବା ସ୍ଥାୟୀ ବିକଳାଙ୍ଗତା ସକାଶେ ୧ ଲକ୍ଷ ଟଙ୍କା ଓ ଅଣ-ପ୍ରିମିୟମ  କାର୍ଡଧାରୀ (RuPay Platimum)  ମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ବୀମା ଅନ୍ତର୍ଭୂକ୍ତି କରାଇଛନ୍ତି । ଏହି ବୀମା ଅନ୍ତର୍ଭୂକ୍ତି କାର୍ଯ୍ୟକ୍ରମ ୨୦୧୬-୧୭ ଆର୍ଥିକ ବର୍ଷ ଠାରୁ ଆରମ୍ଭ ହେବ ଅର୍ଥାତ ୦୧/୦୪/୨୦୧୬ ଠାରୁ ୩୧/୦୩/୨୦୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଦୀର୍ଘକାଳ ବ୍ୟବହାର ନକରି ମୁଁ ମୋର ଡେବିଟ କାର୍ଡ ବ୍ୟବହାର କରି ପାରିବିକି?

ହଁ । କିନ୍ତୁ ଏହାର ସକ୍ରିୟଣ ଦରକାର ପଡି ପାରେ । ଆପଣଙ୍କ ଡେବିଟ କାର୍ଡ ସହ ଆସିଥିବା ଚିଠି ଦେଖନ୍ତୁ । ବ୍ୟାଙ୍କ ର website ମଧ୍ୟ ଦେଖନ୍ତୁ।

PIN କିପରି ଉତ୍ପନ୍ନ ହୁଏ?

ବ୍ୟାଙ୍କ ମାନେ ଡାକ ଦ୍ଵାରା କାର୍ଡଧାରୀଙ୍କ ଠିକଣାରେ PIN ପଠାଇଥାନ୍ତି ।

ଡେବିଟ କାର୍ଡ ଦ୍ଵାରା ଦେୟ ପାଇଁ ସର୍ବାଧୁନିକ ବ୍ୟବସ୍ଥା ଗୁଡିକ କଣ?

ଡେବିଟ କାର୍ଡ ବ୍ୟବହାରକୁ ଅଧିକ ଲୋକପ୍ରିୟ କରିବାପାଇଁ ନିଆଯାଇଥିବା କିଛି ପଦକ୍ଷେପ:

  • ୩୧ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ MDR (Merchant Discount Rate) ଯାହାକି ବ୍ୟବସାୟୀଙ୍କ ଦ୍ଵାରା ବ୍ୟାଙ୍କ କୁ ଦିଆଯାଇଥାଏ, ତାହା “୦” (ଶୂନ୍ୟ) କରାଯାଇଛି ।
  • ୩୧ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ POS ମେସିନ କ୍ରୟ ମୂଲ୍ୟ ଉପରେ ଦେବାକୁ ପଡୁଥିବା ଅବକାରୀ ଶୁଳ୍କ ୧୬.୫% କୁ ଛାଡି ଦିଆଯାଇଛି ।

ଯଦି କୌଣସି ବ୍ୟବସାୟୀ ଡେବିଟ କାର୍ଡ ବ୍ୟବହାର ନିମନ୍ତେ ଅଧିକ ରାଶି ଦାବି କରନ୍ତି, ତେବେ ମୁଁ କଣ କରିବି?

କାର୍ଡ network ଦ୍ଵାରା ଜାରି କରାଯାଇଥିବା ମାନକ ଅନୁଯାୟୀ, ବ୍ୟବସାୟୀ ମାନେ ଡେବିଟ କାର୍ଡ ବ୍ୟବହାର ନିମନ୍ତେ ଅଧିକ ରାଶି ଦାବି କରି ପାରିବେ ନାହିଁ । ଯଦି ଏପରି କରନ୍ତି ତେବେ ଆପଣ ଏହା ଦେବାକୁ ମନା କରି ପାରିବେ ଓ ବ୍ୟାଙ୍କର website ରେ କିମ୍ବା ଅନ୍ୟ କୌଣସି ଉପାୟରେ ଅଭିଯୋଗ କରି ପାରିବେ ।

ଯେହେତୁ ଡେବିଟ କାର୍ଡ ବ୍ୟବହାର ଉପରେ ୩୧ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ MDR ଶୁଳ୍କ ଛାଡ କରାଯାଇଛି, ତେଣୁ ମୁଁ ଅଧିକ ରାଶି ଦେବା ପାଇଁ ମନା କରି ପାରିବିକି?

ଯଦିଓ ବ୍ୟାଙ୍କମାନେ  ଡେବିଟ କାର୍ଡ ବ୍ୟବହାର ଉପରେ ୩୧ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ MDR ଶୁଳ୍କ ଛାଡ କରିଛନ୍ତି, ବ୍ୟବସାୟୀ ମାନେ ଅଧିକ ରାଶି ଦାବି କାଲେ ମଧ୍ୟ ଆପଣଙ୍କୁ ଦେବାକୁ ପଡିବ ନାହିଁ , ସେ ବାବଦକୁ ଦେୟ ବ୍ୟବସାୟୀ ମାନେ ଦେବେ ।

ବ୍ୟବସାୟୀ ମାନେ କାର୍ଡ ବ୍ୟବହାରକୁ କାହିଁକି ପ୍ରୋତ୍ସାହିତ କରିବେ?

କାର୍ଡ ବ୍ୟବହାର କାଲେ ବ୍ୟବସାୟୀ ମାନଙ୍କୁ ନିମ୍ନୋକ୍ତ ଲାଭ ମିଳେ:

  • ନଗଦ ବ୍ୟବହାର ଅପେକ୍ଷା କାର୍ଡ କାରବାରରେ ଖର୍ଚ୍ଚ କମ୍ ହୋଇଥାଏ ।
  • ବ୍ୟାଙ୍କରେ ନଗଦ ଟଙ୍କା ଦେବାକୁ ପଡେନି କାରଣ ସିଧାସଳଖ ଏକାଉଣ୍ଟ ରୁ ଏକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥାଏ ।
  • ବ୍ୟବସାୟୀଙ୍କ ଏକ ପ୍ରତ୍ୟୟ-ଇତିହାସ ଆପେ ଆପେ ତିଆରି ହୋଇଯାଏ, ଯଦ୍ଦ୍ଵାରା ସେମାନଙ୍କ ବ୍ୟାଙ୍କ କିମ୍ବା ଅନ୍ୟ ଅର୍ଥନୈତିକ ସଂସ୍ଥା ସହ କାରବାରରେ ସୁବିଧା ହୋଇଥାଏ ।
  • ସଂରାଧନ (reconciliation) ମଧ୍ୟ ଆପେ ଆପେ ହୋଇଯାଇଥାଏ ।
  • ବ୍ୟବସାୟୀଙ୍କ ବ୍ୟବସାୟ ବଢି ଥାଏ ।
  • ଗ୍ରାହକ ମାନଙ୍କୁ ଦେଣ-ନେଣ ପାଇଁ କମ୍ ସମୟ ଲାଗେ, ତେଣୂ ଗ୍ରାହକ ସଂଖ୍ୟା ରେ ବୃଦ୍ଧି ହୋଇଥାଏ ।
  • ଶ୍ରେଷ୍ଠତର ଗ୍ରାହକ ସେବା: ଏଲେକ୍ଟ୍ରୋନିକ ମାଧ୍ୟମ ଦ୍ଵାରା ଗ୍ରାହକ ମାନଙ୍କୁ ଏକ ଉଚ୍ଚ ନମନୀୟତା ଯୁକ୍ତ ବିକଳ୍ପ ମିଳିଥାଏ – ଶୀଘ୍ର କାରବାର ସାରିବା, ଏଥିରେ EMI ଦେବା ମଧ୍ୟ ସହଜ ହୋଇଥାଏ ।

ଆଧାର  : ପ୍ରେସ୍ ଇନ୍ଫରମେଶନ ବ୍ୟୁର

Last Modified : 6/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate