ସେଆର କରନ୍ତୁ

ସୂଚନା ଅଧିକାର

ସୂଚନା ଅଧିକାର କଣ ସେ ସମ୍ବନ୍ଧରେ ତଥ୍ୟ ।

ଭାରତ ସରକାର "ସୂଚନା ଅଧିକାର ଆଇନ୍ ୨୦୦୫କୁ"ଯେକୌଣସି ସରକାରୀ କର୍ତ୍ତୃପକ୍ଷଙ୍କ କାମରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ଥିବା ସୂଚନା ସୁରକ୍ଷିତ ଭାବରେ ନାଗରିକମାନେ ବ୍ୟବହାର କରିବା ପାଇଁ ବାସ୍ତବରେ ସୂଚନା ଅଧିକାର (ଆରଟିଆଇ) ପ୍ରଚଳନ ଆରମ୍ଭ କରିବା ପାଇଁ ଆଇନ କରିଛନ୍ତି ।

ସୂଚନା ଅଧିକାର କ’ଣ?

RTI ସାହାଯ୍ୟରେ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା କିମ୍ବା ତାଙ୍କ ନିୟନ୍ତ୍ରଣାଧୀନରେ ଥିବା ସୂଚନା ବ୍ୟବହାର କରିବାର ଅଧିକାର ମିଳିଥାଏ ଏବଂ ଏହା କାର୍ଯ୍ୟ, ଡକ୍ୟୁମେଣ୍ଟ, ରେକର୍ଡ, ନୋଟ୍ ନେବା, ଉଦ୍ଧୃତାଂଶ କିମ୍ବା ଡକ୍ୟୁମେଣ୍ଟ/ରେକର୍ଡର ପ୍ରମାଣିକୃତ ନକଲ ଏବଂ ଜିନିଷଗୁଡ଼ିକର ପ୍ରମାଣିକୃତ ନମୁନା ନିରୀକ୍ଷଣ ବା ତଦନ୍ତ କରିବାର ଏବଂ ବୈଦ୍ୟୁତିକ ରୂପରେ ମଧ୍ୟ ଗଚ୍ଛିତ ଥିବା ସୂଚନା ବାହାର କରିବାର ଅଧିକାର ଦେଇଥାଏ । ନିମ୍ନ ଲିଙ୍କରେ ଅନଲାଇନ୍ RTI ଦରଖାସ୍ତ କରାଯାଇପାରିବ ଆରଟିଆଇ (RTI) ଅନ୍ଲାଇନ

କିଏ ସୂଚନା ମାଗିପାରିବେ?

ଯେକୌଣସି ନାଗରିକ, ନିର୍ଦ୍ଧାରିତ ଦେୟ ସହ ଦରଖାସ୍ତ ଲେଖି ଲିଖିତ ଆକାରରେ ଆବେଦନ କରିପାରିବେ କିମ୍ବା ବୈଦ୍ୟୁତିକ ମାଧ୍ୟମରେ ଇଂରାଜୀ/ହିନ୍ଦୀ/ଦରଖାସ୍ତ ଲେଖାଯାଉଥିବା ଅଞ୍ଚଳର ସରକାରୀ ଭାଷାରେ ଆବେଦନ କରାଯାଇପାରିବ ।

ସୂଚନା କିଏ ଯୋଗାଇଦେବେ?

ପ୍ରତ୍ୟେକ ସରକାରୀ କର୍ତ୍ତୃପକ୍ଷ, ବିଭିନ୍ନ ସ୍ତରରେ ଜଣେ କେନ୍ଦ୍ରୀୟ ସହକାରୀ ଲୋକ ସୂଚନା ଅଧିକାରୀ ବା ସେଣ୍ଟ୍ରାଲ୍ ଆସିଷ୍ଟାଣ୍ଟ ପବ୍ଲିକ୍ ଇନଫର୍ମେସନ୍ ଅଫିସର (CAPIO)ଙ୍କୁ ନିଯୁକ୍ତ କରିବେ, ଯିଏ ଜନସାଧାରଣଙ୍କଠାରୁ ସୂଚନା ପାଇଁ ଅନୁରୋଧଗୁଡ଼ିକ ଗ୍ରହଣ କରିବେ । ସମସ୍ତ ପ୍ରଶାସନିକ ୟୁନିଟ୍/କାର୍ଯ୍ୟାଳୟରେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ସେଣ୍ଟ୍ରାଲ୍ ପବ୍ଲିକ୍ ଇନଫର୍ମେସନ୍ ଅଫିସର (CAPIO)ମାନେ ଜନସାଧାରଣଙ୍କୁ ସୂଚନା ଯୋଗାଇଦେବାର ବ୍ୟବସ୍ଥା କରିବେ । 30 ଦିନ ସମୟ ମଧ୍ୟରେ ସୂଚନା ଯୋଗାଇ କିମ୍ବା ଅନୁରୋଧ ପ୍ରତ୍ୟାଖ୍ୟାନ କରି, ସୂଚନା ପାଇଁ ଆବେଦନ/ଅନୁରୋଧର କାର୍ଯ୍ୟ ସମାପ୍ତ କରାଯିବା ଉଚିତ ।

RTI ଆଇନ୍, ୨୦୦୫ର (ସେକସନ୍ ୮(୧) (ଜେ) ସୂଚନା ପ୍ରକାଶରୁ ଅବ୍ୟାହତି ଏହି ଧାରା ଉଲ୍ଲେଖ କରେ ଯେ ‘‘ଏହା ସତ୍ତ୍ୱେ ଏହି ଆଇନରେ ଥିବା ଯେକୌଣସି ତଥ୍ୟ, କୌଣସି ନାଗରିକଙ୍କୁ ଦେବାରେ ଆଇନଗତ ବାଧ୍ୟତା ରହିବ ନାହିଁ ’’ ବ୍ୟକ୍ତିଗତ ତଥ୍ୟ ସହ ସମ୍ପର୍କିତ କୌଣସି ସୂଚନା ଯାହାର ପ୍ରକାଶ ହେବା ସହ ସର୍ବସାଧାରଣ କାର୍ଯ୍ୟକଳାପ କିମ୍ବା ସ୍ୱାର୍ଥର କୌଣସି ସମ୍ପର୍କ ନ ଥାଏ କିମ୍ବା ଯାହା ବ୍ୟକ୍ତିଗତ ପ୍ରସଙ୍ଗ ଉପରେ ଅଯୁକ୍ତିଯୁକ୍ତ ଆକ୍ରମଣ କରେ ନତୁବା (ନହେଲେ) ପରିସ୍ଥିତି ଅନୁଯାୟୀ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ସେଣ୍ଟ୍ରାଲ୍ ପବ୍ଲିକ୍ ଇନଫର୍ମେସନ୍ ଅଫିସର କିମ୍ବା ରାଜ୍ୟ ଲୋକ ସୂଚନା ଅଧିକାରୀ ବା ଷ୍ଟେଟ୍ ପବ୍ଲିକ୍ ଇନଫର୍ମେସନ୍ ଅଫିସର କିମ୍ବା ନ୍ୟାୟାଳୟ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିବେ ଯେ, ଏଭଳି ତଥ୍ୟର ପ୍ରଘଟରେ ସର୍ବସାଧାରଣଙ୍କର ବୃହତ୍ତର ସ୍ୱାର୍ଥ ସାଧନ ହେବ : ଏହି ସର୍ତ୍ତରେ ଯେ, ସଂସଦ କିମ୍ବା ରାଜ୍ୟ ବିଧାନସଭାକୁ ଯେଉଁ ସୂଚନା ମନା କରାଯାଇପାରିବ ନାହିଁ ତାହା କୌଣସି ବ୍ୟକ୍ତିଙ୍କୁ ମନା କରାଯିବ ନାହିଁ ।

UIDAIର ତଥ୍ୟ ଉନ୍ମୋଚନ ସର୍ତ୍ତ ଉଲ୍ଲେଖ କରେ ଯେ:

RTI ଆଇନ, ୨୦୦୫ର ଧାରା ୮(I)(j) ଅନୁଯାୟୀ ଏବଂ ବୟସ ଅନୁପାତରେ ଲିଙ୍ଗଭିତ୍ତିକ ଏବଂ ବାୟୋମେଟ୍ରିକ୍ ତଥ୍ୟ (ଜଣେ ବାସିନ୍ଦାଙ୍କର ବ୍ୟକ୍ତିଗତ ତଥ୍ୟ)ର ଗୋପନୀୟ ସ୍ୱଭାବ ଦୃଷ୍ଟିରୁ ତଥ୍ୟର ସମ୍ପର୍କ ଥିବା ବାସିନ୍ଦା କେବଳ ତଥ୍ୟ ମାଗିପାରିବେ । ଅନ୍ୟ କୌଣସି ଆବେଦନକାରୀ ଏହି ସୂଚନା ମାଗି ପାରିବେ ନାହିଁ । ଆଧାର କାର୍ଯ୍ୟକ୍ରମରେ ନାମାଙ୍କିତ ହୋଇଥିବା ବାସିନ୍ଦାଙ୍କର ବ୍ୟକ୍ତିଗତ ସୂଚନାର ସୁରକ୍ଷା ଏବଂ ଗୋପନୀୟତା ବଜାୟ ରଖିବା ପାଇଁ ତୃତୀୟ ପକ୍ଷ କିମ୍ବା ଅନ୍ୟ କୌଣସି ବାସିନ୍ଦାଙ୍କ ସହ ସମ୍ପର୍କିତ ବ୍ୟକ୍ତିଗତ ତଥ୍ୟ ଅନ୍ୟ ଆବେଦନକାରୀଙ୍କୁ ଦିଆଯିବ ନାହିଁ । କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆବେଦନକାରୀଙ୍କୁ ପରିଚୟର ଅତିରିକ୍ତ ଅନୁମୋଦନ ପାଇଁ ପ୍ରମାଣପତ୍ର ଦେବାକୁ ପଡ଼ିଥାଏ ।

ପ୍ରକ୍ରିୟାକରଣ ସ୍ଥିତି, ଆଧାର ସଂଖ୍ୟା କିମ୍ବା ପ୍ରେରଣ ଏବଂ ବଣ୍ଟନ ଭଳି ସେମାନଙ୍କ ପଞ୍ଜୀକରଣର ବିବରଣୀ ମାଗୁଥିବା ବାସିନ୍ଦା:

ନାଗରିକମାନେ UIDAI ୱେବସାଇଟ୍ ରୁ ଆଧାର ଜେନେରେସନ୍/ନମ୍ବରର ସ୍ଥିତି ଜାଣିପାରିବେ (uidai.gov.in) EID ନମ୍ବର ଦେଇ । ବୟସ ଏବଂ ଲିଙ୍ଗଗତ ସୂଚନା ସହ EID ନମ୍ବର ଦେଇ ରେସିଡେଣ୍ଟ ପୋର୍ଟାଲ୍ (uidai.gov.in ) ରୁ ନାଗରିକମାନେ ଆଧାର ଚିଠି ଅର୍ଥାତ୍ ଇ-ଆଧାରର ବୈଦ୍ୟୁତିକ ରୂପ ବା ସଂସ୍କରଣ ଆକେସସ୍ କରିପାରିବେ । ଯଦି ସମସ୍ତ ତଥ୍ୟ UIDAI ଡାଟାବେସରେ ଉପଲବ୍ଧ ତଥ୍ୟ ସହ ମେଳ ଖାଉଥାଏ, ଏକ ୱାନ୍-ଟାଇମ୍ ପାସୱର୍ଡ (OTP) ପଞ୍ଜୀକରଣ ସମୟରେ ନାଗରିକ ଦେଇଥିବା ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଡ୍ରେସକୁ ପଠାଯିବ । ଯଦି କୌଣସି ନାଗରିକ ପଞ୍ଜୀକରଣ ସମୟରେ ମୋବାଇଲ୍ ନମ୍ବର ଏବଂ/କିମ୍ବା ଇ-ମେଲ୍ ଆଡ୍ରେସ ଦେଇନାହାଁନ୍ତି କିମ୍ବା ଯିଏ ତାଙ୍କର ମୋବାଇଲ୍ ନମ୍ବର ବଦଳାଇ ଦେଇଛନ୍ତି, ୱାନ୍-ଟାଇମ୍ ପାସୱର୍ଡ (OTP) ପାଇବା ପାଇଁ ଭେରିଫିକେସନ୍ ବା ଯାଞ୍ଚ ପରେ ନାଗରିକଙ୍କୁ ଏକ ମୋବାଇଲ୍ ନମ୍ବର ସହ ନାମ, EID ଏବଂ ପିନ୍ କୋଡ୍ ଦେବା ଦରାକର ପଡ଼ିବ । ଇ-ଆଧାର ଡାଉନଲୋଡ୍ କରିବା ପାଇଁ OTP ଦରକାର । UIDAIର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଯୋଗାଯୋଗ କେନ୍ଦ୍ରଗୁଡ଼ିକରେ ସଂପୃକ୍ତ କାର୍ଯ୍ୟାଳୟର ପ୍ରକ୍ରିୟା ଅନୁଯାୟୀ ଯାଞ୍ଚ ପରେ ମଧ୍ୟ ବାସିନ୍ଦା ଇ-ଆଧାର ପାଇପାରିବେ ।

ଆରଟିଆଇ ଆବେଦନ ଫି ବା ଦେୟ

’ଏହି ଆଇନ ଅନ୍ତର୍ଗତ RTI ଆବେଦନ ଦେୟ ନଗଦ ଟଙ୍କା/ଡିମାଣ୍ଡ ଡ୍ରାଫ୍ଟ/IPO, PAOଙ୍କୁ ଦେୟଯୋଗ୍ୟ, UIDAI' ଙ୍କ ନିକଟରେ ପଇଠ କରାଯିବ ।

ଆରଟିଆଇ ଆଇନ, ୨୦୦୫ର ଧାରା ୪(I)(B) ଅନ୍ତର୍ଗତ ପ୍ରକାଶ କରିବା ପାଇଁ ବାଧ୍ୟତାମୂଳକ ତଥ୍ୟ

ତଥ୍ୟର ସାମ୍ପ୍ରତିକ ସ୍ଥିତି

1. ଏହାର ଅନୁଷ୍ଠାନ, କାର୍ଯ୍ୟ ଏବଂ କର୍ତ୍ତବ୍ୟର ନିର୍ଦ୍ଦିଷ୍ଟ ବିବରଣୀ ବିସ୍ତୃତ ତଥ୍ୟ

ବିସ୍ତୃତ ତଥ୍ୟ

2. ନୀରିକ୍ଷଣର ମାଧ୍ୟମ ଏବଂ ଉତ୍ତରଦାୟିତ୍ୱକୁ ମିଶାଇ ଏହାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅନୁସରଣ କରାଯାଉଥିବା ପ୍ରକ୍ରିୟା

ଭାରତ ସରକାରଙ୍କର ମନ୍ତ୍ରାଳୟ/ବିଭାଗଗୁଡ଼ିକ ପ୍ରତି ଲାଗୁ ହେଉଥିବା ସାଧାରଣ ସର୍ତ୍ତ/ନିର୍ଦ୍ଦେଶାବଳୀ UIDAI ର ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ଲାଗୁ ହୁଏ

3. ଏହାର କାର୍ଯ୍ୟ ସମ୍ପାଦନ ପାଇଁ ସର୍ତ୍ତ ଏହା ଦ୍ୱାରା ଧାର୍ଯ୍ୟ କରାଯାଇଥାଏ ।

ଭାରତ ସରକାରଙ୍କର ମନ୍ତ୍ରାଳୟ/ବିଭାଗଗୁଡ଼ିକ ପ୍ରତି ଲାଗୁ ହେଉଥିବା ସାଧାରଣ ସର୍ତ୍ତ/ନିର୍ଦ୍ଦେଶାବଳୀ UIDAIର ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ଲାଗୁ ହୁଏ ।

4. ଏହାର କାର୍ଯ୍ୟ ସମ୍ପାଦନ ପାଇଁ କର୍ମଚାରୀମାନଙ୍କ ଦ୍ୱାରା ନୀତି, ନିୟମ, ନିର୍ଦ୍ଦେଶାବଳୀ, ମାନୁଆଲ୍ ଏବଂ ରେକର୍ଡ ବ୍ୟବହାର କରାଯାଏ ।

ଭାରତ ସରକାରଙ୍କର ମନ୍ତ୍ରାଳୟ/ବିଭାଗଗୁଡ଼ିକ ପ୍ରତି ଲାଗୁ ହେଉଥିବା ସାଧାରଣ ସର୍ତ୍ତ/ନିର୍ଦ୍ଦେଶାବଳୀ ଇତ୍ୟାଦି UIDAIର ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ଲାଗୁ ହୁଏ ।

5. ଡକ୍ୟୁମେଣ୍ଟଗୁଡ଼ିକ ଶ୍ରେଣୀର ଏକ ଷ୍ଟେଟମେଣ୍ଟ ବା ଉକ୍ତି ଏହା ପାଖରେ ବା ଏହାର ନିୟନ୍ତ୍ରଣରେ ଥାଏ ।

UID ପ୍ରକଳ୍ପ ସହ ସମ୍ପର୍କିତ ଡକ୍ୟୁମେଣ୍ଟଗୁଡ଼ିକ UIDAI ପାଖରେ ଥାଏ ଏବଂ ସେଗୁଡ଼ିକ ୱେବସାଇଟର “UIDAI ଡକ୍ୟୁମେଣ୍ଟ’’ ସେକ୍ସନରେ ଉପଲବ୍ଧ ।

6. ନୀତିର ପ୍ରଣୟନ କିମ୍ବା କାର୍ଯ୍ୟକାରିତା ସମ୍ପର୍କରେ ଜନସାଧାରଣଙ୍କ ସହ ପରାମର୍ଶ କିମ୍ବା ପ୍ରତିନିଧିତ୍ୱ ପାଇଁ ଥିବା କୌଣସି ବ୍ୟବସ୍ଥାର ନିର୍ଦ୍ଦିଷ୍ଟ ବିବରଣୀ ।

ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ UIDAI ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା କରେ । ତା’ସହ, ଜନସାଧାରଣଙ୍କଠାରୁ ଇମେଲ୍ ଜରିଆରେ ପ୍ରସ୍ତାବ ନିଆଯାଏ ।

7. ବୋର୍ଡ, କାଉନସିଲ୍, କମିଟି ଏବଂ ଏହା ଦ୍ୱାରା ଗଠିତ ଦୁଇ କିମ୍ବା ତତୋଧିକ ସଦସ୍ୟ ଥିବା ଅନ୍ୟ ସଂସ୍ଥାମାନଙ୍କର ଏକ ଷ୍ଟେଟମେଣ୍ଟ । ଏହା ଅତିରିକ୍ତେ, ଏସବୁର ସଭାଗୁଡ଼ିକ କିମ୍ବା ଏହି ସଭାଗୁଡ଼ିକର ସଂକ୍ଷିପ୍ତ ବିବରଣୀ ବିଷୟରେ ଜନସାଧାରଣ ଜାଣିପାରିବେ ।

3 UIDAI ଦ୍ୱାରା ଗଠିତ କମିଟିଗୁଡ଼ିକ ହେଉଛି: 1. ବାୟୋମେଟ୍ରିକ୍ସ ଷ୍ଟାଣ୍ଡାର୍ଡସ କମିଟି 2. ଡେମୋଗ୍ରାଫିକ୍ ଡାଟା ଷ୍ଟାଣ୍ଡାର୍ଡସ୍ ଭେରିଫିକେସନ୍ ପ୍ରୋସେଡ୍ୟୁର୍ କମିଟି ବା ବୟସ ଲିଙ୍ଗ ଅନୁପାତରେ ତଥ୍ୟର ମାନକ ଯାଞ୍ଚ ପ୍ରକ୍ରିୟା କମିଟି 3.ଆୱାରନେସ୍ ଏବଂ କମ୍ୟୁନିକେସନ୍ ଷ୍ଟ୍ରାଟେଜି କାଉନସିଲ୍ ବା ସଚେତନତା ଏବଂ ଯୋଗାଯୋଗ ରଣନୀତି ପରିଷଦ ଏହି କମିଟିଗୁଡ଼ିକର ରିପୋର୍ଟ UIDAIର ୱେବସାଇଟ୍ ଉପଲବ୍ଧ ରହିଛି । (ବିସ୍ତୃତ ସୂଚନା) UIDAI ଦ୍ୱାରା ଜାରି କରାଯାଇଥିବା ପ୍ରେସ ନୋଟ୍ ଗୁଡ଼ିକ UIDAIର ୱେବସାଇଟ୍ ଉପଲବ୍ଧ ରହିଛି (ବିସ୍ତୃତ ସୂଚନା)

8. ଏହାର ପଦସ୍ଥ ଅଧିକାରୀ ଏବଂ କର୍ମଚାରୀମାନଙ୍କର ଏକ ଡିରେକ୍ଟୋରୀ

ଆମକୁ ଯୋଗାଯୋଗ କରନ୍ତୁ ବା କଣ୍ଟାକ୍ଟ ଅସ୍ ଦେଖନ୍ତୁ(ବିସ୍ତୃତ ସୂଚନା)

9. କ୍ଷତିପୂରଣ ବ୍ୟବସ୍ଥାକୁ ମିଶାଇ ଏହାର ପଦସ୍ଥ ଅଧିକାରୀ ଏବଂ କର୍ମଚାରୀମାନେ ପାଉଥିବା ମାସିକ ଦରମା ବିଷୟରେ ଏହାର ନିୟମାବଳୀରେ ଦିଆଯାଇଛି ।

(ବିସ୍ତୃତ ସୂଚନା)

10. ସମସ୍ତ ଯୋଜନାର ବିବରଣୀ, ପ୍ରସ୍ତାବିତ ଖର୍ଚ୍ଚ ଏବଂ ବିତରଣ ହୋଇଥିବା ଅର୍ଥ ଦର୍ଶାଇ ଏହାର ପ୍ରତ୍ୟେକ ସଂସ୍ଥାକୁ ମଞ୍ଜୁର କରାଯାଇଥିବା ଖର୍ଚ୍ଚ ଆବଣ୍ଟନ ।

(ବିସ୍ତୃତ ସୂଚନା)

11. UIDAI HQ ର DDGଗୁଡ଼ିକ ମଧ୍ୟରେ ମନ୍ତ୍ରାଳୟ/ବିଭାଗ ଏବଂ ମିସନ୍ ମୋଡ୍ ପ୍ରୋଜେକ୍ଟର ବିତରଣ

(ବିସ୍ତୃତ ସୂଚନା)

12. ମଞ୍ଜୁର କରାଯାଇଥିବା ଅର୍ଥ ଏବଂ ବିବରଣୀ ଏବଂ ଏଭଳି କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ସବସିଡି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ।

ପ୍ରଜୁଯ୍ୟ ନୁହେଁ

13. ଏହାଦ୍ୱାରା ମଞ୍ଜୁର କରାଯାଇଥିବା ରିଆତି, ଅନୁମତି କିମ୍ବା ଅନୁମୋଦନର ଗ୍ରହୀତାଙ୍କ ବିବରଣୀ ।

ପ୍ରଜୁଯ୍ୟ ନୁହେଁ

14. ଏହା ପାଖରେ ଉପଲବ୍ଧ ଥିବା ସୂଚନାର ବିବରଣୀ ବୈଦ୍ୟୁତିକ ରୂପରେ ଉପଲବ୍ଧ କିମ୍ୱା ରଖାଯାଇଛି ।

ବୈଦ୍ୟୁତିକ ରୂପରେ ଥିବା ତଥ୍ୟ ୱେବସାଇଟରେ ଉପଲବ୍ଧ ।

15. ଲାଇବ୍ରେରୀ କିମ୍ବା ରିଡିଂ ରୁମ୍ ର କାର୍ଯ୍ୟନିର୍ଘଣ୍ଟ ସହ ସୂଚନା ସଂଗ୍ରହ ପାଇଁ ନାଗରିକମାନଙ୍କ ନିମନ୍ତେ ଉପଲବ୍ଧ ସୁବିଧା-ସୁଯୋଗଗୁଡ଼ିକର ବିବରଣୀ, ଯଦି ଜନସାଧାରଣଙ୍କର ବ୍ୟବହାର ପାଇଁ ରଖାଯାଇଥାଏ ।

କୌଣସି ସର୍ବସାଧାରଣ ଲାଇବ୍ରେରୀ କିମ୍ବା ରିଡିଂ ରୁମ୍ UIDAI ଦ୍ୱାରା ପରିଚାଳନା କରାଯାଏ ନାହିଁ ।

16. କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀଙ୍କର ନାମ, ପଦବୀ ଏବଂ ଅନ୍ୟାନ୍ୟ ବିବରଣୀ ।

UIDAIର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ CPIO ଏବଂ FAAଙ୍କର ତାଲିକା

UIDAIର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ବୈଷୟିକ କେନ୍ଦ୍ରରେ କାର୍ଯ୍ୟରତ CPIO ଏବଂ FAAଙ୍କର ତାଲିକା

 

ଆଧାର -"UDAI, ଭାରତ ସରକାର"

 

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top