ସେଆର କରନ୍ତୁ

୭୩ ତମ ସମ୍ବିଧାନ ସଂଶୋଧନ ଆଇନ

୭୩ ତମ ସମ୍ବିଧାନ ସଂଶୋଧନ ଆଇନ

ଉପକ୍ରମ

୭୩ ତମ ସମ୍ବିଧାନ ସଂଶୋଧନ ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରଥମଥର ପାଇଁ ଏହି ସଂଶୋଧନ ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରଥମଥର ପାଇଁ ଏହି ସଂଶୋଧନ ଆଇନ ଦ୍ଵାରା ତୃଣମଳ ଗଣତନ୍ତ୍ର କୁ ଅଧିକ ମାନ୍ୟତା ମିଳିବାସହ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲା । ସ୍ଵାଧୀନତା ପରବର୍ତୀ ପରଜ୍ୟାୟରୁ ପଞ୍ଚାୟତିରାଜ ବ୍ୟବସ୍ଥାର ଉତଥାନପତନର ଯେଉଁ ସମସ୍ଯା ଲାଗି ରହିଥିଲା, ସେଥିରେ ଏକ ଗୁଣାତ୍ମକ ପୂର୍ଣଚ୍ଛେଦ ପଡିଲା ବୋଲି ପଞ୍ଚାୟତ ବିଶେଷଜ୍ଞ ମାନେ ମତ ଦେଲେ । ଭାରତ ବର୍ଷରେ ଥିବା ବିଭିନ୍ନ ରାଜ୍ୟ ନିଜ ନିଜ ଢଙ୍ଗରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରି ଆସୁଥିଲେ । ଅନେକ ରାଜ୍ୟରେ ବର୍ଷ ବର୍ଷ ଧରି ପଞ୍ଚାୟତ ନିର୍ବାଚନ ମଧ୍ୟ ହେଉ ନ ଥିଲା । ୧୯୪୮ରୁ ୧୯୯୨ ପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ଅନେକ ଉତଥାନ ପତନ ଦେଇ ଚାଲି ଆସୁଥିଲା । ୭୩ତମ ସମ୍ବିଧାନ ସନ୍ନଶୋଧନ ଫଳରେ ଏହାର ପୂର୍ଣଚ୍ଛେଦ ପଡିଲା । ୧୯୯୧ ମସିହାରେ ଲୋକସଭା ଓ ରାଜ୍ୟସଭାରେ ଆଗତ ହୋଇଥିବା ୭୨ତମ ଓ ୭୩ତମ ବିଲ ୧୯୯୨ ମସିହା ଡିସେମ୍ବର ୨୨ ତାରିଖରେ ଲୋକସଭାରେ ଓ ୨୩ ତାରିଖରେ ରାଜ୍ୟସଭାରେ ଅନୁମୋଦନ ଲାଭ କରିଥିଲା । ୧୯୯୩ ମସିହା ଏପ୍ରିଲ ୨୪ ତାରିଖ ଦିନ ଉକ୍ତ ଆଇନ ରସ୍ତ୍ରପତିଙ୍କ ଅନୁମୋଦନ ଲାଭକରି ସମଗ୍ର ଭାରତ ବର୍ଷରେ କାର୍ଯ୍ୟକାରୀ କରାଗଲା ।

୭୩ତମ ସମ୍ବିଧାନ

୭୩ତମ ସମ୍ବିଧାନ ସଂଶୋଧନ ଅନୁଯାଇ ଆମ ରାଜ୍ୟରେ ପ୍ରଥମ ନିର୍ବାଚନ ୧୯୯୭ ମସିହା ଜାନୁୟାରୀ ମାସରେ ଅନୁଷ୍ଠିତ ହୋଇଥିଲା ଉକ୍ତ ନିର୍ବାଚନ ର ୫ ବର୍ଷ ଅବଧି ପରେ ଅର୍ଥାତ ୨୦୦୨ ମସିହାରେ ଦ୍ଵିତୀୟ ଥର ନିର୍ବାଚନ ହେଲା । ଏହା ପରେ ୨୦୦୭ ମସିହାରେ ଦ୍ଵିତୀୟ ଥର ନିର୍ବାଚନ କରାଗଲା ।    ଏହି ସମୟକାଳ ୨୦୧୨ ମସିହା ପର୍ଯ୍ୟନ୍ତ ରହିବ । ଏହି କ୍ରମରେ ବର୍ତମାନ ସାରା ଓଡିଶାରେ ଏକ ଲକ୍ଷରୁ ଉର୍ଦ୍ଧ ପଞ୍ଚାଯତ ପ୍ରତିନିଧି ଗ୍ରାମସପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରରେ କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ୩୫ହଜାର ରୁ ଉର୍ଦ୍ଧ ହେଉଛନ୍ତି ମହିଳା ପ୍ରତିନିଧି ତେଣୁ ଏହି ଯୁଗାନ୍ତକରି ପଦକ୍ଷେପ ରୁ ଆମେ ସୁଫଳ ନେଲେ ତୃଣମୂଳ ସ୍ତରରେ ବିକାଶଗତି ତୀବ୍ର ହେବ ସହ ଗଣତନ୍ତ୍ର ସୁଧୃଢ ହେବ ।

୭୩ତମ ସମ୍ବିଧାନ ସଂଶୋଧନର ବୈଶିଷ୍ଠ୍ୟ :

  • ତ୍ରି ସ୍ତରୀୟ ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କ କାର୍ଯ୍ୟ ସମୟ ୫ ବର୍ଷ ପର୍ଯ୍ୟନ୍ତ ରହିବ ଏବଂ ସେହି ସମୟକାଳ ପୂର୍ବରୁ ଭାଙ୍ଗିଗଲେ ବାଧ୍ୟତାମୂଳକ ଭାବରେ ୬ ମାସ ମଧ୍ୟରେ ନିର୍ବାଚନ ହେବ ।
  • ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲୂକ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲଲ ସ୍ତରରେ ଜିଲ୍ଲା ପରିଷଦ ରହିବ ।
  • ସମ୍ବିଧାନର ୧୧ ତମ ସୁଚିଆନୁଯାଇ ପଞ୍ଚାୟତ ଅନୁଷ୍ଠାନ ଗୁଡିକୁ ୨୯ଟି ବିଷୟ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ଦିଅ ଯାଇଛି ।
  • ପ୍ରତି ଗ୍ରାମ ଶାସନ ସ୍ତରରେ ସମସ୍ତ ଭୋଟରଙ୍କୁ ନେଇ ଏକ ଗ୍ରାମ ସଭା ଗଢାଯିବ । ସେମାନେ ଆର୍ଥିକ ବିକାଶ, ସାମାଜିକ ନ୍ୟାୟ ଓ ଯୋଜନଗୁଡିକ ସମ୍ବନ୍ଧରେ ନିସ୍ପତି ନେବେ । ଗ୍ରାମସଭାର ନିଷ୍ପତିକୁ ପରିବର୍ତନ କରାଯାଇପାରିବ ନାହିଁ ।
  • ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିନିଧିମାନେ ସିଧା ସଳଖ ଭାବେ ଭୋଟର ମାନଙ୍କ ଦ୍ଵାରା ନିର୍ବାଚିତ ହେବେ । କିନ୍ତୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଗ୍ରାମ ପଞ୍ଚାଯତର ନାଏବ ସରପଞ୍ଚ ତାଙ୍କ ସ୍ତରରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ଦ୍ଵାରା ନିର୍ବାଚିତ ହେବାର ବ୍ୟବସ୍ଥା ରହିଛି । ( ଆମ ରାଜ୍ୟର ସରପଞ୍ଚମାନେ ସିଧା ସଳଖ ଭୋଟରମାନଙ୍କ ଦ୍ଵାରା ନିର୍ବାଚିତ ହେଉଛନ୍ତି । )
  • ତିନିଟି ଯାକ ସ୍ତରରେ ମହିଳା ପ୍ରତିନିଧିମାନଙ୍କ ପାଇଁ ଅତିକମରେ ଶତକଡା ୩୩ ଭାଗ ସ୍ଥାନ ସଂରକ୍ଷଣ କରାଯାଇଛି ।
  • ତଫସିଲ ଭୁକ୍ତ ଜାତି, ଉପଜାତି ମାନଙ୍କ ପାଇଁ ଜନସଂଖ୍ୟା ଅନୁପାତରେ ଆସନ ସଂରକ୍ଷିତ ହୋଇ ରହିବ ।
  • ପ୍ରତ୍ଯେକ ରାଜ୍ୟରେ ପଞ୍ଚାୟତିରାଜ ପାଇଁ ଏକ ସ୍ଵାନ୍ତର ଅର୍ଥ କମିଶସନ ଗଠନ କରାଯିବ । ରାଜ୍ୟର ମୋଟ ଆୟରୁ କେତେ ଭାଗ ଅନୁଦାନ ପଂଚାୟତ ଅନୁଷ୍ଠାନ ମାନେ ପାଇବେ, ତାହା ଅର୍ଥ କମିଶନ ନିସ୍ପତି କରିବ ।
  • ତ୍ରୀ-ସ୍ତରୀୟ ପଂଚାୟତ ବ୍ୟବସ୍ଥାର ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଗଠନ କରାଯିବ । ରାଜ୍ୟ ନିର୍ବାଚନ କମିଶନ ଏହି ତ୍ରି-ସ୍ତରୀୟ ଅନୁଷ୍ଠାନ ଗୁଡିକର ନିର୍ବାଚନ ପରିଚାଳନା, ତଦାରଖ ଏବଂ ନିୟନ୍ତ୍ରଣ ଦାଇତ୍ଵରେ ରହିବେ ।

ଏକାଦଶ ଅନୁସୂଚିରେ ପ୍ରଦତ୍ତ ବିଷୟ

ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକୁ ଅଧିକ ବ୍ୟାପକ ଓ ଲୋକାଭିମୁଖୀ କରିବା  ପାଇଁ ସମ୍ବିଧାନର ଏକାଦଶ ଅନୁସୂଚିରେ ନିମ୍ନ ଲିଖିତ ୨୯ ଟି ବିଷୟ ପଂଚାୟତ ଅନୁଷ୍ଠାନ ମାନଙ୍କୁ ହସ୍ତାନ୍ତରିତ କରାଯାଇଅଛି । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିମ୍ନଲିଖିତ ବିଷୟକୁ ନିଜ କାର୍ଯ୍ୟ ପରିସରଭୁକ୍ତ କରିପାରିବେ ।

୧. କୃଷି ଓ କୃଷିର ସଂପ୍ରସାରଣ

୧୬. ଦାରିଦ୍ର୍ୟ ଦୂରୀକରଣ ଯୋଜନା

୨. ଭୂ ଉନ୍ନୟନ, ଭୂ ସଂସ୍କାର, ଚକବନ୍ଦୀ ଓ ମୃତ୍ତିକା ସଂରକ୍ଷଣ କୁ କାର୍ଯ୍ୟକାରୀ କରିବା

୧୭. ପ୍ରଥିମିକ ଓ ମାଧ୍ୟମିକ  ବିଦ୍ୟାଳୟ ଶିକ୍ଷା

3. କ୍ଷୁଦ୍ର ଜଳସେଚନ, ଜଳଯୋଗାଣ ଓ ଅବବାହିକର ଉନ୍ନୟନ

୧୮. ବୈଷୟିକ ପ୍ରଶିକ୍ଷଣ ଓ ବୃତ୍ତିଗତ ଶିକ୍ଷା

୪. ପଶୁ ପାଳନ

୧୯. ଜନଶିକ୍ଷା ଓ ଅଣ ଆନୁଷ୍ଠାନିକ ଶିକ୍ଷା

୫. ମାଛ ଚାଷ

୨୦. ପାଠାଗାର

୬. ସାମାଜିକ ବନୀକରଣ ଓ କୃଷି କ୍ଷେତ୍ର ବନୀକରଣ

୨୧. ସଂସ୍କୃତିକ କାର୍ଯ୍ୟକ୍ରମ

୭. ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ

୨୨. ବଜାର ଓ ମେଳା

୮. ଖାଦ୍ୟ ପ୍ରକ୍ରିୟାକରଣ , ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ

୨୩. ଡାକ୍ତରଖାନା, ପ୍ରଥିମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଡ଼ିସପେନସରି ସମେତ ସ୍ୱାସ୍ଥ୍ୟ  ଓ ସ୍ୱାସ୍ଥ୍ୟ ରକ୍ଷା କାର୍ଯ୍ୟକ୍ରମ

୯. ଖଦି, ଗ୍ରାମ୍ୟ ଓ କୁଟୀର ଶିଳ୍ପ

୨୪. ପରିବାର କଲ୍ୟାଣ

୧୦. ଗ୍ରାମ୍ୟ ବାସଗୃହ

୨୫. ମହିଳା ଓ ଶିଶୁ ବିକାଶ

୧୧. ପାନୀୟ  ଜଳ

୨୬. ଶାରୀରିକ ଅକ୍ଷମ ଏବଂ ମାନସିକ ଦୁର୍ବଳ ବ୍ୟକ୍ତିଙ୍କର କଲ୍ୟାଣ ସମେତ ସାମାଜିକ ମଙ୍ଗଲ

୧୨. ଜାଳେଣୀ, ଘାସପତ୍ର ଆଦି ପଶୁ ଖାଦ୍ୟ ଚାଷ

୨୭. ଦୁର୍ବଳ ଶ୍ରେଣୀ ବିଶାଶତଃ ଅନୁସୂଚିତ ଓ ଉପଜାତିର କଲ୍ୟାଣ

୧୩. ରାସ୍ତା,ନାଳ, ପୋଲ, ଘାଟ, ଜଳ ପଥ ଓ ଗମନାଗମନ ର ଅନ୍ୟାନ୍ୟ ଉପାୟ

୨୮. ସାଧାରଣ ବଣ୍ଟନ ବ୍ୟବସ୍ଥା

୧୪. ବିଦ୍ୟୁତ ବଣ୍ଟନ ସମେତ ଗ୍ରାମ୍ୟ ବିଦ୍ୟୁତ କରଣ

୨୯. ସାମୁହିକ ସମ୍ପତିର ରକ୍ଷଣା ବେକ୍ଷଣ

୧୫. ଅଣ ପାରମ୍ପାରିକ ଶକ୍ତି ଉତ୍ସ

ଆଧାର

ଓଡିଶା ସରକାର

2.57142857143
Nirod Chandra Sandha Jul 24, 2017 02:33 PM

ଏହି ବିଷୟବସ୍ତୁ ସମସ୍ତଙ୍କ ପାଇଁ ନିହାତି ଜରୁରୀ

ଆଫ୍ରୀନ ଜାଫର Mar 04, 2016 02:09 PM

ଏହି ଇନଫରର୍ମେଶନ ଦ୍ଵାରା ଆଇନ ବିଷୟରେ ଜାଣିପାରିଛୁ ଓ ବହୁତ ଜରୁରୀ ମଧ୍ୟ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top