ହୋମ / ଇ-ଗଭର୍ଣ୍ଣ।ନ୍ସ / ମୋବାଇଲ ପ୍ରଶାସନ / ଉପଯୋଗୀ ୱେବ୍ସାଇଟ୍ ଓ ଫୋନ୍ ଷ୍ଟୋରେଜ୍ ଫାଙ୍କା
ସେଆର କରନ୍ତୁ

ଉପଯୋଗୀ ୱେବ୍ସାଇଟ୍ ଓ ଫୋନ୍ ଷ୍ଟୋରେଜ୍ ଫାଙ୍କା

କିପରି ଉପଯୋଗୀ ୱେବ୍ସାଇଟ୍ ଓ ଫୋନ୍ ଷ୍ଟୋରେଜ୍ ଫାଙ୍କା କରିବେ ସେ ସମ୍ବନ୍ଧୀୟ ସୂଚନା ।

କେତେକ ଉପଯୋଗୀ ୱେବ୍ସାଇଟ୍

  • ଇଣ୍ଟରନେଟ୍ ରେ ଏବେ ଲକ୍ଷ ଲକ୍ଷ ୱେବ୍ସାଇଟ ରହିଛି ।  ପ୍ରତିଦିନ ଶହ ଶହ ନୂଆ ସାଇଟ୍ ଖୋଲୁଛି । ସେସବୁ ମଧ୍ୟରୁ  ଅଳ୍ପ କିଛି ପ୍ରକୃତପକ୍ଷେ ଉପଯୋଗୀ ହୋଇଥାଏ । ଏହିଭଳି କେତେକ ୱେବ୍ସାଇଟ୍ ର ନାମ ଓ କାର୍ଯ୍ୟ ନିମ୍ନରେ ଦର୍ଶାଯାଇଛି ।
  • mailinator.com : ଆଜିକାଲି ଯେକୌଣସି ୱେବ୍ସାଇଟ୍ ଭିଜିଟ୍ କଲେ, ସେଥିରେ ଇ-ମେଲ ଆଡ୍ରେସ୍ ଦେଇ ସାଇନ୍ଅପ୍ କରିବାକୁ କୁହାଯାଉଛି । ୱେବ୍ସାଇଟ ଗୁଡିକ ଏହିସବୁ ଇ-ମେଲ୍ ଆଡ୍ରେସ୍ କୁ ବ୍ୟବହାର କରି ଆପଣଙ୍କୁ ଅଯଥା ବିଜ୍ଞାପନ ପଠାନ୍ତି । ଏ ସମସ୍ୟାର ସମାଧାନ ପାଇଁ ଉର୍ଦ୍ଦିଷ୍ଟ ମେଲିନେଟର । ଏଥିରେ ଆପଣ ସାମୟିକ ବ୍ୟବହାର ପାଇଁ ଏକାଧିକ ଇ-ମେଲ ଆଡ୍ରେସ୍ ତିଆରି କରିପାରିବେ । ତା’  ପରେ ଉକ୍ତ ଆଡ୍ରେସ୍ ଯୋଗେ ବିଭିନ୍ନ ସାଇଟ୍ ଭିଜିଟ୍  ଭିଜିଟ୍ କରିପାରିବେ । ବ୍ୟବହାରର କିଛି ଘଣ୍ଟା ପରେ ଆଡ୍ରେସ୍ଟି ଆପଣାଛାଏଁ ନଷ୍ଟ ହୋଇଯିବ ।
  • privnote.com : ଅନେକ ସମୟରେ ଆପଣଙ୍କୁ ଏଟିଏମ୍ ପିନ୍, ବ୍ୟାଙ୍କ ଆପଣଙ୍କୁ ଏଟିଏମ୍ ପିନ୍, ବ୍ୟାଙ୍କ ପାସ୍ୱାର୍ଡ ଆଦି ଇ-ମେଲ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ଅନ୍ୟ କାହାକୁ ଦେବାକୁ ପଡ଼ିଥାଏ । ଏଥିରେ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ଅପବ୍ୟବହାର ହେବାର ଆଶଙ୍କା ରହିଥାଏ । ପ୍ରିଭ୍ନୋଟଡଟ୍କମ୍ ଆପଣଙ୍କୁ ଏହି ଆଶଙ୍କାରୁ ମୁକ୍ତି ଦେଇପାରିବ । ଏହି ୱେବ୍ସାଇଟ୍ ରୁ ଆପଣ ଯେକୌଣସି ବ୍ୟକ୍ତିଙ୍କ ଇ-ମେଲ୍ ଆଇଡିକୁ ଟେକ୍ସଟ୍ ମେସେଜ୍ ପଠାଇପାରିବେ । ଏକ ନିର୍ଦ୍ଦିଷ୍ଟ ସମୟ ପରେ ଉକ୍ତ ମେସେଜ୍ ଡ଼ିଲିଟ୍ ହୋଇଯିବ ।
  • disposablewebpage.com : ଏହି ୱେବ୍ସାଇଟ୍ରେ  ଆପଣ ସହଜ ଉପାୟରେ ଓ ଅଳ୍ପ କିଛି ମିନିଟ୍ ରେ ଏକ ସ୍ଵତନ୍ତ୍ର ୱେବ୍ପେଜ୍ ପ୍ରସ୍ତୁତ କରିପାରିବେ । ଏଥିପାଇଁ କୋଡିଂ ଦରକାର ପଡିବ ନାହିଁ । ୱେବ୍ପେଜ୍ରେ  ଆପଣ ଫଟୋ, ଭିଡିଓ, କାଉଣ୍ଟ୍ଡାଉନ୍ ଟାଇମର୍ ଆଦି ରଖିପାରିବେ । ପରିବାର ଓ ସାଙ୍ଗସାଥୀ ସେସବୁକୁ ଦେଖି କମେଣ୍ଟ୍ ଦେଇପାରିବେ । ୱେବ୍ପେଜ୍ଟି ୯୦ ଦିନ ପାଇଁ କାର୍ଯ୍ୟକ୍ଷମ ରହିବ । ତା’ପରେ ଆପେ ନଷ୍ଟ ହୋଇଯିବ ।

ଫୋନ୍ ଷ୍ଟୋରେଜ୍ ଫାଙ୍କା କରିବେ କିପରି

ଆଣ୍ଡ୍ରଏଡ୍ ଫୋନ୍ ରେ ସବୁଠାରୁ ଭଲ ଜିନିଷ ହେଲା ଏଥିରେ କଷ୍ଟମାଇଜେଶନ୍ ର ଅନକ ସୁବିଧା ରହିଛି ।  ତେବେ ଗୋଟିଏ ସମସ୍ୟା ହେଉଛି ଏଥିରେ ଧୀରେ ଧୀରେ ଇଣ୍ଟର୍ନାଲ୍ ମେମୋରି ଭର୍ତ୍ତି ହୋଇଯାଏ । କେତେକ ଉପାୟ ଅଛି ଯାହାକୁ ଆପଣେଇ ଇଣ୍ଟର୍ନାଲ୍ ଷ୍ଟୋରେଜ୍ ଖାଲି କରି ଆପଣ ଫୋନ୍ ର ପର୍ଫମାନ୍ସ ସୁଧାରିପାରିବେ ।

ଟିପ୍ସ

  • ଆଣ୍ଡ୍ରଏଡ୍ ପ୍ଲେଷ୍ଟୋରରୁ ଆପଣ ଅନେକ ଆପ୍ଲିକେଶନ ଡାଉନ୍ଲୋଡ୍ କରିଥାନ୍ତି । କିନ୍ତୁ ଅନେକ ଆପ୍ଲିକେଶନ ଅଛି ଯାହାକୁ ଆମେ ଇନଷ୍ଟଲ କରିଦେଉ କିନ୍ତୁ ଏହାର ବ୍ୟବହାର କରୁନା । ଏଭଳି କାର୍ଯ୍ୟରେ ଆସୁ ନଥିବା ଆପ୍ଲିକେଶନ୍ କୁ ଅନ୍-ଇନଷ୍ଟଲ କରିଦିଅନ୍ତୁ । ଏଥିପାଇଁ ସେଟିଂରେ  ଆପ୍ସ ମଧ୍ୟକୁ ଯାଇ ଏଗୁଡ଼ିକୁ ହଟାନ୍ତୁ କିମ୍ବା ଆପ ଡ୍ରୟରକୁ ଯାଇ ଆଇକନ୍କୁ ଟଚ୍ କରି ଧରିରଖନ୍ତୁ । ଏହାପରେ ଅନ୍ଇନଷ୍ଟଲ ଅପ୍ସନ ଦେଖିପାରିବେ ।
  • କ୍ୟାଚେରେ ବହୁ କିଛି ଜିନିଷ ସେଭ ହୋଇଯାଏ । ଫଳରେ କିଛି ଦିନ ମଧ୍ୟରେ ଷ୍ଟୋରେଜ୍ ଫୁଲ୍ ହୋଇଯାଏ । ତେଣୁ ନିୟମିତ ଭିତ୍ତିରେ କ୍ୟାଚେ ମେମୋରିକୁ ଡ଼ିଲିଟ କରିଦିଅନ୍ତୁ ଏବଂ ଏହାକୁ ସ୍ପେସ୍ ଫ୍ରା କରନ୍ତୁ । ଏହା କରିବା ପାଇଁ settingàstorage & usbàinternal storageàcached data ଷ୍ଟେପ୍ ଫଲୋ କରନ୍ତୁ ।
  • ଅନେକ ସ୍ମାର୍ଟଫୋନ୍ ରେ ପୂର୍ବରୁ ଅନେକଗୁଡ଼ିଏ ଆପ୍ଲିକଶନ୍ ଲୋଡ୍ ହୋଇ ଆସିଥାଏ । ସେଥିରୁ ଅନେକ ଆପଣଙ୍କ କାର୍ଯ୍ୟରେ ଆସି ନଥାଏ । ଫୋନ୍ କୁ ରୁଟ୍ କରିବା ପରେ ‘ରୁଟ୍ ଅନ୍ଇନଷ୍ଟଲର୍’ ଆପ୍ ମାଧ୍ୟମରେ ଏଗୁଡ଼ିକୁ ହଟାଇପାରିବେ । ଯଦି ଫୋନ୍ ରୁଟ୍ କରିନାହାନ୍ତି ତେବେ ସେଟିଂରେ ଆପ୍ସ ମଧ୍ୟକୁ ଯାଇ ଏଗୁଡ଼ିକୁ ଡ଼ିଲିଟ କରିବା ପାଇଁ ଚେଷ୍ଟା କରନ୍ତୁ ।
  • ଏହା ଜରୁରୀ ନୁହେଁ ଯେ ଆପଣ ଫଟୋଗୁଡିକୁ ଫୋନ୍ ରେ ହିଁ ରଖିବେ । ଏଗୁଡ଼ିକୁ ଗୁଗୁଲ୍ ଫଟୋଜ କିମ୍ବା ଅନ୍ୟ କ୍ଲାଉଡ୍ ଷ୍ଟୋରେଜ୍ ଆପ୍ସ ମାଧ୍ୟମରେ ଅନ୍ଲାଇନ ବ୍ୟାକ୍ଅପ୍ କରିଦିଅନ୍ତୁ । ଏହା ପରେ  ଏଗୁଡ଼ିକୁ ଫୋନ୍ ରୁ ଡ଼ିଲିଟ୍ କରିଦିଅନ୍ତୁ । ଏହା ଦ୍ଵାରା ଆପଣ ଅନେକ ମାତ୍ରାରେ ସ୍ଥାନ ବଞ୍ଚାଇ କରିପାରିବେ । ଏହା ବ୍ୟତୀତ photo and photo resize ଆପ୍ ଡାଉନଲୋଡ୍ କରି ଫଟୋଗୁଡ଼ିକୁ ରିସାଇଜ୍ କରିପାରିବେ । ଏହାଦ୍ୱାରା ଫଟୋଗୁଡ଼ିକ ଆପଣଙ୍କ ଷ୍ଟୋରେଜ୍ ର୍ରେ କମ୍ ଜାଗା ନେବ । ଫୁଲ୍ ରିଜୋଲ୍ୟୁଶନ୍ ବିଶିଷ୍ଟ  ଫଟୋଗୁଡ଼ିକର ବ୍ୟାକ୍ଅପ୍ ନେବା ପାଇଁ ଭୁଲିବେ ନାହିଁ ।
  • ଭିଡ଼ିଓ ମଧ୍ୟ ବହୁ ମାତ୍ରାରେ ଜାଗା ନେଇଥାଏ । ଆପଣ ଏହାକୁ ମଧ୍ୟ କ୍ଲାଉଡ୍ ରେ ବ୍ୟାକ୍ଅପ୍ କରିଦିଅନ୍ତୁ କିମ୍ବା ପ୍ରାଇଭେଟ୍ ଭାବେ ୟୁଟୁବ୍ ରେ  ଅନଲୋଡ୍ କରିଦିଅନ୍ତୁ । ଏହା ପରେ ଏଗୁଡ଼ିକୁ ଫୋନ୍ ରୁ ଡ଼ିଲିଟ୍ କରିଦିଅନ୍ତୁ ।
  • ଡାଉନ୍ଲୋଡ୍ ଗୁଡ଼ିକୁ ଡ଼ିଲିଟ କରନ୍ତୁ । ସେଟିଂସ ମଧ୍ୟରୁ ଯାଇ ଡାଉନ୍ଲୋଡ୍ସ କୁ ଯାଆନ୍ତୁ । ଯଦି ଆପଣ କୌଣସି ବଡ ଫାଇଲ୍ ଡାଉନ୍ଲୋଡ୍ କରିଛନ୍ତି ତେବେ ଏହାକୁ ଡ଼ିଲିଟ କରିଦିଅନ୍ତୁ । ନିୟମିତ ଭିତ୍ତିରେ ଡାଉନ୍ଲୋଡ୍ କୁ କ୍ଲିୟର କରନ୍ତୁ । କାରଣ ବେଳେବେଳେ ଡାଉନ୍ଲୋଡ୍ ରେ ଏଭଳି ଫାଇଲ୍ ଗୁଡ଼ିକ ପଡିଥାଏ ଯାହାର କୌଣସି ଉପଯୋଗିତା ନଥାଏ ।
  • ଅଧିକ ସ୍ଥାନ ନେଉଥିବା ଫୋଲ୍ଡରଗୁଡ଼ିକୁ ହଟାନ୍ତୁ । କେଉଁ ଫୋଲ୍ଡର ଅଧିକ ସ୍ଥାନ ନେଉଛି ଏବଂ ସେଥିରେ କ’ଣ ରହିଛି ତାହା ଦେଖନ୍ତୁ । ଯେଉଁ ଫୋଲ୍ଡର ଆବଶ୍ୟକତା ନାହିଁ ତାହାକୁ ଡ଼ିଲିଟ୍ କରିଦିଅନ୍ତୁ ।

ଆଧାର ଦୈନିକ  ଧରିତ୍ରୀ

3.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top