অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆପାରେଲ ଡିଜାଇନର

ସାମ୍ପ୍ରତିକ ଟ୍ରେଣ୍ଡ ଉପରେ ଆପାରେଲ ଡିଜାଇନରଙ୍କ ଦୃଷ୍ଟି ରହିଥାଏ  । ଭବିଷ୍ୟତର ଟ୍ରେଣ୍ଡକୁ ଏମାନେ ଆକଳନ କରିଥାନ୍ତି ଏବଂ ତଦନୁଯାୟୀ ନୂଆ ଡିଜାଇନ ପ୍ରସ୍ତୁତ କରନ୍ତି  । ପୋଷାକରେ କିଭଳି ପାଟର୍ନ ତଥା ଫେବ୍ରିକ୍ସ ବ୍ୟବହାର ହେବ ତାହାକୁ ଜଣେ ଡିଜାଇନର କଳ୍ପନା କରିଥାନ୍ତି  । ଉକ୍ତ କଳ୍ପନାକୁ ସେ ନିଜ ସ୍କେଚରେ ପରିପ୍ରକାଶ କରନ୍ତି  ।

ବ୍ୟକ୍ତିତ୍ଵର ଏକ ପ୍ରଧାନ ଅଂଶ ହେଉଛି ପୋଷାକ  । ପୋଷାକ ମାଧ୍ୟମରେ ଆମର ବ୍ୟକ୍ତିତ୍ଵର ପରିପ୍ରକାଶ ହୋଇଥାଏ ଆମର ବ୍ୟକ୍ତିତ୍ଵର ପରିପ୍ରକାଶ ହୋଇଥାଏ  । ଆମେ ସ୍ମାର୍ଟ ଲାଗିଥାଉ ଏବଂ ଅନ୍ୟମାନଙ୍କ ଦ୍ରୁଷ୍ଟି ଆକର୍ଷଣ କରୁ  । ତେବେ ଏହି ପୋଷାକର ଡିଜାଇନ ଯେଉଁମାନେ କରିଥାନ୍ତି ସେମାନଙ୍କୁ ଆପାରେଲ ଡିଜାଇନର ବା ଫ୍ୟାଶନଡିଜାଇନର ଭାବେ ସମଭୋନଧିତ କରାଯାଇଥାଏ  । ଏମାନେ ପୋଷାକର ଡିଜାଇନ କରିଥାନ୍ତି  । ନୂଆ ନୂଆ ଟ୍ରେଣ୍ଡକୁ ଦୃଷ୍ଟିରେ ରଖି  ପୋଷାକର ସ୍କେଚ ପ୍ରସ୍ତୁତ କରିଥାନ୍ତି   । କାଜୁଆଲ, ଫର୍ମାଲ, ଇଭିନିଂ ତଥା ଆକ୍ଟିଭ ୱେର ଆଦି ସେଗମେଣ୍ଟରେ ଏମାନେ ଭିନ୍ନ ଭିନ୍ନ ଡିଜାଇନ ପ୍ରସ୍ତୁତ କରିଥାନ୍ତି  । ସାମ୍ପ୍ରତିକ ଟ୍ରେଣ୍ଡ ଉପରେ ଏମାନଙ୍କ ଦୃଷ୍ଟି ରହିଥାଏ  । ଭବିଷ୍ୟତର ଟ୍ରେଣ୍ଡକୁ ଏମାନେ ଆକଳନ କରିଥାନ୍ତି  ଏବଂ ତଦନୁଯାୟୀ ନୂଆ ଡିଜାଇନ ପ୍ରସ୍ତୁତ କରନ୍ତି  । ପୋଷାକରେ କିଭଳି ପାଟର୍ନ ତଥା ଫେବ୍ରିକ୍ସ ବ୍ୟବହାର ହେବ ତାହାକୁ ଜଣେ ଡିଜାଇନର କଳ୍ପନା କରିଥାନ୍ତି  । ଉକ୍ତ କଳ୍ପନାକୁ ସେ ନିଜ ସ୍କେଚରେ ପରିପ୍ରକାଶ କରନ୍ତି  । ଖାଲି ଯେ ଜଣେ ଡିଜାଇନର ସ୍କେଚ ବନାଇଥାନ୍ତି ତାହା ନୁହେଁ ଏହାର ପ୍ରଡ଼କ୍ସନକୁ ମଧ୍ୟ ତଦାରଖ  କରନ୍ତି  । ଏହା ପରେ ନିଜ ଦ୍ଵାରା ଡିଜାଇନ ହୋଇଥିବା ପୋଷାକକୁ କ୍ରିଏଟିଭ ଡାଇରେକ୍ଟର, କ୍ଲାଏଣ୍ଟ ତଥା ରିଟେଲରମାନଙ୍କୁ ଦେଖାଇଥାନ୍ତି  ।

ନିଯୁକ୍ତି ପରିସର

ସାଧାରଣତଃ ଫ୍ୟାଶନ ଡିଜାଇନରମାନେ ହୋଲସେଲ ତଥା ମାନୁଫାକଚରିଂ ଆଉଟଲେଟମାନଙ୍କରେ ନିଯୁକ୍ତି ପାଇଥାନ୍ତି  । ଏହି ଆଉଟଲେଟଗୁଡିକରେ ବୃହତ ମାତ୍ରାରେ ପୋଷାକ ପ୍ରସ୍ତୁତ ହୋଇଥାଏ  । ଡିଜାଇନରମାନେ ମଧ୍ୟ ପୋଷାକ କମ୍ପାନୀ, ରେଟେଲର, ଡିଜାଇନ ହାଉସ୍ ତଥା ଥିଏଟର କମ୍ପାନୀମାନଙ୍କରେ କାର୍ଯ୍ୟ କରିପାରିବେ  । ଏକ ଟିମ୍ ମଧ୍ୟରେ ସେ ଫୁଲ୍ ଟାଇମ୍ କିମ୍ବା ପାର୍ଟ ଟାଇମ୍ କାର୍ଯ୍ୟ କରିଥାନ୍ତି  । ବେଳେବେଳେ ଡେଡ୍ ଲାଇନ୍ ରେ କାର୍ଯ୍ୟ ସମାପ୍ତ କରିବା ପାଇଁ ଅଧିକ ସମୟ ଦେବାକୁ ପଡିଥାଏ  ।  ଅନେକ ଫ୍ୟାଶନ ଡିଜାଇନରମାନେ ନିଜର ଫ୍ୟାଶନ ହାଉସ୍ ଖୋଲିବା ପାଇଁ ପସନ୍ଦ କରିଥାନ୍ତି  । କ୍ଲାଏଣ୍ଟଙ୍କ ରୁଚି ଅନୁଯାୟୀ ଏମାନେ ପୋଷାକ ପ୍ରସ୍ତୁତ କରିଥାନ୍ତି  । ଫ୍ୟାଶନ ଡିଜାଇନରମାନେ ନିୟମିତ ଭିତ୍ତିରେ ମାନୁଫାକଚରିଂ ୟୁନିଟ ପରିଭ୍ରମଣ କରିଥାନ୍ତି  । ଟ୍ରେଡ ଏବଂ ଫ୍ୟାଶନ ଶୋ’ରେ  ନିଜର ଡିଜାଇନକୁ ପ୍ରଦର୍ଶିତ କରି କ୍ଲାଏଣ୍ଟ ବଢାଇଥାନ୍ତି  । ଋତୁ ବେରୀ, ଋତୁ କୁମାର, ସବ୍ୟସାଚୀ ମୁଖାର୍ଜୀ, ମନୀଷ ଆରୋରା ଆଦି ଦେଶର ନାମୀଦାମୀ ଡିଜାଇନର ଭାବେ ନାଁ କମାଇଛନ୍ତି  ।

ଆବଶ୍ୟକ ଦକ୍ଷତା

କ୍ରିଏଟିଭ ବା କିଛି ନୂଆ କରିବାର ଇଚ୍ଛା, ଫର୍ମ ତଥା ପାଟର୍ନ ବାଛିବାର ପ୍ରତିଭା, ବ୍ୟବସାୟ ଜ୍ଞାନ ଏବଂ କ୍ଲାଏଣ୍ଟମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ଉନ୍ନତ କମ୍ୟୁନିକେଶନ ଦକ୍ଷତା ରହିଥିବା ଦରକାର  ।

ଶିକ୍ଷାଗତ ଯୋଗ୍ୟତା

ବିଭିନ୍ନ ପୋଷାକ କମ୍ପାନୀ ଏଣ୍ଟ୍ରି-ଲେଭଲ୍ ପୋଷାକ ଡିଜାଇନରମାନଙ୍କୁ ନିଯୁକ୍ତି ଦେଇଥାନ୍ତି, ଯେଉଁମାନେ ପାଟର୍ନ ଏବଂ ସ୍କେଚ ପ୍ରସ୍ତୁତ କରିପାରିବେ  । ଷ୍ଟାଇଲ ଏବଂ ପୋଷାକ ପ୍ରସ୍ତୁତିରେ ଆବଶ୍ୟକ ଉପକରଣ ଉପରେ ତାଙ୍କର ବିସ୍ତୃତି ଜ୍ଞାନ ରହିଥିବା ଦରକାର  । ଫ୍ୟାଶନ ଡିଜାଇନରେ ଆସୋସିଏଟସ ତଥା ତଥା ବ୍ୟାଚଲର୍ସ ଡିଗ୍ରୀ ପ୍ରୋଗ୍ରାମ କରି ଛାତ୍ରୀଛାତ୍ରମାନେ ଏସବୁ ଜ୍ଞାନ ଆହରଣ କରିପାରିବେ  ।

ଏସବୁ ପ୍ରୋଗ୍ରାମରେ ୩- ଡାଇମେନଶନାଲ ଡିଜାଇନ, ଟେକ୍ସଟାଇଲ, ପାରତନ କନଷ୍ଟ୍ରକଶନ, ଫ୍ୟାଶନ ହିଷ୍ଟ୍ରି ଏବଂ କମ୍ପ୍ୟୁଟର ଏଡେଡ ଡିଜାଇନ ଆଦି କୋର୍ସ ପ୍ରଦାନ କରାଯାଇଥାଏ  । ଗଣିତ, ଆନାଟୋମି, ମନୋବିଜ୍ଞାନ ଏବଂ ବ୍ୟବସାୟ ଆଦି କେତେକ ଅତିରିକ୍ତ ବିଷୟରେ ମଧ୍ୟ ଦକ୍ଷ ହେବାକୁ ପଡିଥାଏ  ।

କିପରି ହେବେ ସଫଳ

କ୍ଲାଏଣ୍ଟଙ୍କ ରୁଚି ଅନୁସାରେ କଲର, ଫର୍ମ ଏବଂ ପାଟର୍ନ ବାଛି ପାରୁଥିବା ଦରକାର  । କ୍ଲାଏଣ୍ଟଙ୍କ ବ୍ୟକ୍ତିତ୍ଵକୁ ଦୃଷ୍ଟିରେ ରଖି ପୋଷାକ ଡିଜାଇନ କରିପାରୁଥିବା ଦରକାର  । ଟିମ୍ ରେ କାର୍ଯ୍ୟ କରୁଥିଲେ ଅନ୍ୟ ଡିଜାଇନରମାନଙ୍କ ସହ ଭଲ ଭାବେ ଆଲୋଚନା କରୁଥିବା ଉଚିତ  । ସ୍ଵାଧୀନ ଭାବେ ଏକ ପ୍ରୋଜେକ୍ଟକୁ ସମ୍ଭାଳିପାରିବାର କ୍ଷମତା ରଖୁଥିଲେ ଫ୍ୟାଶନ ଡିଜାଇନିଂ କ୍ଷେତ୍ରରେ ନିଶ୍ଚିତ ସଫଳ ହୋଇପାରିବେ  ।

ଆଧାର – କ୍ୟାରିୟର ବ୍ୟୁରୋ

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate